অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶରୀରକୁସୁସ୍ଥା ରଖେ ମୁଦ୍ରା ଆସନ

ମୁଦ୍ରା ଚିକିତ୍ସା

ମୁଦ୍ରା ଚିକିତ୍ସାସ ଦ୍ଵାରା ଲୋକ ବିନା ଖର୍ଚ୍ଚରେ ନିଜକୁ ସୁସ୍ଥ ରଖିପାରିବେ । ଏଥିରେ କେବଳ ହାତରେ ମୁଦ୍ରା ଅଭ୍ୟାସ କରିବା ଦରକାର । ଅଙ୍ଗୁଳିରେ ଥିବା ବିନ୍ଦୁ ସାହାଯ୍ୟରେ ପୁରା ଶରୀରକୁ ନିୟନ୍ତ୍ରଣ ଓ ରୋଗ ମୁକ୍ତ ରଖାଯାଇପାରିବ ।

ଲୋକ ସୁସ୍ଥ ରହିବା ପାଇଁ ଦାମୀ ଔଷଧ ଓ ଡାକ୍ତରଖଣା ଉପରେ ଅଛି, ଯାହା ଶରୀରକୁ ସୁସ୍ଥ କରିପାରିବ । ଏହା ମଧ୍ୟ କେତେକ ରୋଗ ଦୂର  କରିବାରେ ବିଶେଷ ଭୂମିକା ନିଭାଇଥାଏ । ଏହାକୁ ମୁଦ୍ରା ଚିକିତ୍ସା କୁହାଯାଏ । ଯୋଗାଡ଼ ଏକ ମୁଦ୍ରାର ପ୍ରଭାବ ଔଷଧଠାରୁ ଅଧିକ । ଏମିତି ରେ ବି ଅଧିକାଂଶ ମୁଦ୍ରା ଚାଲିବା ବସିବା’ ଶୋଇବା ଓ ଉଠିବା ସମୟରେ ଅତି ସହଜରେ କରିହେବ ଆଉ କିଛି ମୁଦ୍ରା ଆସନ ସହିତ କରିବାର ଆବଶ୍ୟକ  ରହିଛି ।

ପାଞ୍ଚ ତତ୍ତ୍ଵକୁ  ନେଇ ଆମ ଶରୀର ଗଢା

ପୃଥିବୀ, ଜଳ ଅଗ୍ନି ବାୟୁ ଏବଂ ଆକାଶ ଏହି ପାଞ୍ଚ ମିଶିଆମ ଶରୀର ଗଠିତ । ଆମର ପାଞ୍ଚ ଆଙ୍ଗୁଠି ଏହି ତତ୍ତ୍ଵ ପ୍ରତିନିଧିତ୍ୱ କରିଥାଏ । ଶରୀର ଗଠିକ ଅସମର୍ବ ପାଞ୍ଚ ଆଙ୍ଗୁଠି ଏହି ତତ୍ତ୍ଵର ପ୍ରତିନିଧିତ୍ଵ କରିଥାଏ । ଏହି ପାଞ୍ଚ ତତ୍ତ୍ଵ ସନ୍ତୁଳନ ବିଗିଡ ଗଲେ ଆମେ ଅସୁସ୍ଥ ହୋଇଯିବା । ଏହି ପାଞ୍ଚ ତତ୍ତ୍ଵ ପାଞ୍ଚ ଚକ୍ରରେ ଜଡିତ । ପ୍ରତ୍ୟେକ ଚକ୍ର ୧୦୦ ନାଡିରେ ଜୀବନ ଶକ୍ତି ସଞ୍ଚାଳନ କରିଥାନ୍ତି । ବିଭିନ୍ନ ମୁଦ୍ରାର ପ୍ରୟୋଗ ଦ୍ଵାରା ଏହି ଚକ୍ରକୁ ଜାଗ୍ରତ କରିବା ଦ୍ଵାରା ଅସାଧ୍ୟ ରୋଗରୁ ମୁକ୍ତ ମିଳିପାରିବ ବୋଲି ମୁଦ୍ରା ବିଜ୍ଞାନ ଯୋଗ ଏବଂ ଆର୍ୟର୍ବେଦର ତତ୍ତ୍ଵ-  ବିଜ୍ଞାନରେ ଆଧାରୀ । ଶରୀରରେ ଅଗ୍ନି ବାୟୁ ଆକାଶ ପୃଥିବୀ ଓ ଜଳ ନିର୍ଦ୍ଧିଷ୍ଟ ଅନୁତାପରେ ରହିବା ଦରକାର । ଏହାର । ଏହାର ସନ୍ତୁଳନ ବିଗିଡି ଗଲେ ବିଭିନ୍ନ ପ୍ରକାର ରୋଗ ହୋଇଥର ।

ପଞ୍ଚ ତତ୍ତ୍ଵ ଅସୁନ୍ତୁଲନରେ ରୋଗ

ପୃଥିବୀ ତତ୍ତ୍ଵର ଅସନ୍ତୁଳନରେ ନଷ୍ଟ୍ରିୟତା, ଉତଦାମି ଦୁଇରବଲ ଦୁର୍ବଳତା ଅସ୍ଥି ରୋଗ ଆଦି ଦେଖାଯାଏ । ଜଳ ତତ୍ତ୍ଵଭି ଆସନ୍ତୁ ଅସନ୍ତୁଳନରେ   ଥଣ୍ଡା, ଜ୍ଵର, କାଫି ଆଜମାମୂତ୍ରରୋଗ ଆଦି ହୋଇଥାଏ । ଅଗ୍ନି ତତ୍ତ୍ଵ ଆସନ୍ତୁଳନରେ ଜ୍ଵର ହୋଇଥାଏ ଓ ଶରୀରରେ ଶକ୍ତି କମିଯାଇଥାଏ । ସୋରାସିସ, କୁଣ୍ଠିଆ ଗ୍ୟାସ ଏସିଡିଟି, ମଧୁମେହ ମାସିକ ଅସନ୍ତୁଳନ ଆସଡି ସମୟ  ଅଗ୍ନି  ତତ୍ତ୍ଵ ଅସନ୍ତୁଳରେ ହୋଇଥାଏ ।  ବାୟୁ ତତ୍ତ୍ଵ ଆସନ୍ତୁରେ ସ୍ନାୟୁ ଦନ୍ତ୍ର, ଦୃଦ୍ ରୋଗ ନିରଣା ଅବସାଦ ରକ୍ତଚାପ ଆଦି ରୋଗ ଦେଖାଯାଏ । ଆକାଶ ତତ୍ତ୍ଵ ଅସନ୍ତୁଳନ ତ୍ରିଦୋଷ ଗଲା ରୋଗ, କାସ ଥାଇରଏଡ୍, ସ୍ଵର ତନ୍ତ୍ର ରୋଗ ହୋଇଥାଏ ।

ପୃଥିବୀ ତତ୍ତ୍ଵ ‘ମୂଳାଧାରଚକ୍ର’ ଜଳ ତତ୍ତ୍ଵ ‘ସ୍ଵାଧିଷ୍ଠାନ ଚକ୍ର’ ଅଗ୍ନି ତତ୍ତ୍ଵ’ମଣିପୁର ଚକ୍ର’ ବାୟୁ ତତ୍ତ୍ଵ ‘ଅନାହତ ଚକ୍ର’ ଓ ଆକାଶ ତତ୍ତ୍ଵ ‘ବିଶୁଦ୍ଧି ଚକ୍ର’ ସହ  ସମ୍ବନ୍ଧିତ । ମେରୁଦଣ୍ଡରେ ଏହି ପାଞ୍ଚ ତତ୍ତ୍ଵ ଅବସ୍ଥିତ । ମସ୍ତିଷ୍କରେ ସ୍ଥିତ ଆଜ୍ଞା ଚକ୍ର ଓ ସହସ୍ତ୍ରାର ଚକ୍ର ମିଶି ହର୍ମୋନ ନିର୍ଗତକୁ ନିର୍ଯନ୍ତ୍ରଣ କରିଥାନ୍ତି ଏବଂ ରୋଗପ୍ରତିରୋଧକ ପ୍ରଣାଳୀକୁ ସକ୍ଷମ କରିଥାନ୍ତି । ଏହି ସବୁ ଚକ୍ର ସହିତ ୭୨୮୬୪ ଶୀରା- ପ୍ରଶିରା ଯୋଡା ହୋଇଛି । ଏଣୁ ଏହି ଚକ୍ରରେ ଗଡବଡ ଦେଖାଦେଲେ ବ୍ୟକ୍ତି ଅସୁସ୍ଥା ହୋଇଥାଏ ।

ବିନା ଜଡିବୁଟିରେ ରୋଗ ଦୂର

ମୁଦ୍ରା ଚିକିତ୍ସାରୁ ପ୍ରମାଣିତ ହୋଇଛି ଯେ ସୁସ୍ଥା ରହିବା ପାଇଁ ଔଷଧ କଥା ଛାଡ ଜଡିବୁଟି ବି ଆବଶ୍ୟକ ନାହିଁ । ଆମ ଶାରୀରରେ ସମସ୍ତ ତତ୍ତ୍ଵର ସ୍ରୋତ ରହିଛି, ଯାହାକୁ ଅଙ୍ଗୁଳି ଦ୍ଵାରା ନିର୍ଯନ୍ତ୍ରଣରେ ରଖାଯାଇପାରିବ । ଏଥିରେ କୌଣସି ଡାକ୍ତର ଆବଶ୍ୟକତା ନାହିଁ କ ଡାକ୍ତରଖଣା ଆବଶ୍ୟକ ନାହିଁ । ଯନ୍ତ୍ର କି ଟଙ୍କା ପଇସାର ମଧ୍ୟ ଆବଶ୍ୟକତା ନାହିଁ । କେବଳ ଆଙ୍ଗୁଳି ଦ୍ଵାରା ଘରେ ବସି ମାଗଣା ଓ ଚିନ୍ତାମୁକ୍ତ ହୋଇ ମୁଦ୍ରା ଚିକିତ୍ସା କରନ୍ତୁ । ଏହାଦ୍ଵାରା ସୁସ୍ଥ ରହିବେ ।

ଆଙ୍ଗୁଳିରେ କିପରି ହେଉଛି ନିୟନ୍ତ୍ରଣ

ଶରୀରରେ ବାତ, ପିତ ଓ କଫ ସନ୍ତୁଳିତ ରହିଥାଏ । ଆୟୁର୍ବେଦିକ ଅନୁସାରେ ବାତ, ପିତ ଏବଂ କଫ ଅସନ୍ତୁଳନ ହେବା ଦ୍ଵାରା ରୋଗ ହୋଇଥାଏ । ମୁଦ୍ରା ଚିକିତ୍ସା ଅନୁସାରେ, ତର୍ଜନୀ ଓ ମଧ୍ୟମା ବାତ, ଅଙ୍ଗୁଷ୍ଠା ପିତ, ଅନାମିକା ଓ କନିଷ୍ଠା ଅଙ୍ଗୁଳି ଦ୍ଵାରା କଫ ନିୟନ୍ତ୍ରଣା ହୋଇଥାଏ । ପ୍ରତ୍ୟେକ ଆଙ୍ଗୁଳିର ଶୀର୍ଷ, ମଧ୍ୟ ଓ ମୂଳ ତିନି ଭାଗ ରହିଛି । ଆଙ୍ଗୁଳିକୁ ମୋଦୀ ଜାଡି ଅଙ୍ଗୁଳିରେ ଡବା ଯାଏ, ତେବେ ସ୍ଵାଭାବିକ ଭାବେ ଆଙ୍ଗୁଳିର ମଧ୍ୟ ଭାଗରେ ଭାଙ୍ଗ ହୁଏ । କୌଣସି ଆଙ୍ଗୁଳିର ଶୀର୍ଷ ଭାଗ ଅନ୍ୟ ଅଙ୍ଗୁଳିର ଶୀର୍ଷ ଭାଗକୁ ଛୁଇଁଲେ ତତ୍ତ୍ଵ ସମାନ ରହିଥାଏ । ମୂଳରେ ଲାଗିଲେ ତତ୍ତ୍ଵ ବିଶେଷ ବଢିଥାଏ ଏବଂ ଆଙ୍ଗୁଳିର ଅଗ୍ରଭାଗକୁ ଦବାଇବା ଦ୍ଵାରା ତତ୍ତ୍ଵ ବିଶେଷ ହ୍ରାସ ପାଏ ।  ଅଧିକାଂଶ ମୁଦ୍ରା ତତ୍ତ୍ଵକୁ ପରିବର୍ତ୍ତିତ କରିବାରେ ୪୫ ମିନିଟ୍ ଲାଗିଥାଏ । କିଛି ମୁଦ୍ରାର ପ୍ରଭାବ କିଛି ମିନିଟ୍ରେ ମଧ୍ୟାରେ ଦେଖିବାକୁ ମିଳିଥାଏ । କୌଣସି ବି ସ୍ଥାନରେ ଉଠିବା ଓ ବସିବା ସମୟରେ ମୁଦ୍ରା କରି ପାରିବେ । ମୁଦ୍ରା ଗୋଟିଏ ହାତରେ କରିପାରିବେ । ହେଲେ ଅଧିକ ଫଳ ପାଇବା ପାଇଁ ଦୁଇ ହାତରେ ମୁଦ୍ରା କରିବା ବହୁତ ଭଲ । ବାମ ହାତର ମୁଦ୍ରା ଡାହାଣ ଓ ଡାହାଣ ହାତର ମୁଦ୍ରା ଶରୀରର ବାମ ପାର୍ଶ୍ଵକୁ ପ୍ରଭାବିତ କରିଥାଏ ।

ମୁଦ୍ରାରେ ସନ୍ତୁଳିତ ହୋଇଥାଏ ପଞ୍ଚ ତତ୍ତ୍ଵ

ପାଞ୍ଚ ତତ୍ତ୍ଵ ସନ୍ତୁଳିତ ପାଇଁ ମୁଖ୍ୟତଃ ଆଠ ତତ୍ତ୍ଵ ମୁଦ୍ରା ରହିଛି, ଯାହାକୁ ତତ୍ତ୍ଵ ମୁଦ୍ରା କୁହାଯାଏ । ଚାରି ଆଙ୍ଗୁଳିକୁ ଥରେ ଥରେ ମୋଦୀ ଅଙ୍ଗୁଷ୍ଠା କିମ୍ବା ବୃଦ୍ଧା ଆଙ୍ଗୁଳିରେ ଲଗାଇବାରେ ଏହି ମୁଦ୍ରା ହୋଇଥାଏ । ଆମ ଶରୀରରେ ପାଚ ପ୍ରକାର ବାୟୁ କିମ୍ବା ପ୍ରାଣ ରହିଛି । ଏହି ପାଞ୍ଚ ପ୍ରାଣ ଆଧାରରେ ପଞ୍ଚ ପ୍ରାଣିକ ମୁଦ୍ରା ହୋଇଥାଏ । କିଛି ରୋଗ ପାଇଁ ଦୁଇ ହାତରେ ଅଲଗା ଅଲଗା ମୁଡ୫ଡ଼ା କରିବାକୁ ପଡିଥାଏ । ଯେଉଁ ହାତରେ ମୁଦ୍ରା କରାଯାଏ ତାହାର ବିପରୀତ ପାର୍ଶ୍ଵରେ ଏହାର ପ୍ରଭାବ ପଡିବା ଆରମ୍ଭୀ କରିଥାଏ । କିଛି ମୁଦ୍ରା ଇଞ୍ଜେକସନ୍ ଠାରୁ ବି ଅଧିକ କାମ କରିଥାଏ । ୧୦ ରୁ ୧୫ ମିନିଟ୍ ମୁଦ୍ରା କଳା ପରେ ମଧ୍ୟା ଏହାର ପ୍ରଭାବ ଜଣାପଡିଥାଏ । ପୁରୁଣା ରୋଗ ପାଇଁ ଦୀର୍ଘ ସମୟ୪୫ ମିନିଟ୍ ପର୍ଯ୍ୟନ୍ତଏହାର ଅଭ୍ୟାସଵ କରିବା ଦରକାର । ହେଲେ ଧ୍ୟାନ ଦେବା ଦରକାର ଯେ ଖାଇବା ପରେ ତୁରନ୍ତ କୌଣସି ମୁଦ୍ରା କରିବା ଅନୁଚିତ୍ । ଏକ ମୁଦ୍ରା ପରେ ଏକ ଅନ୍ୟ ଏକ ମୁଦ୍ରା ତୁରନ୍ତ କରାଯାଇପାରିବ ।

ମୁଦ୍ରା କରିବାର ଉପାୟ

ଏକ- ଦୁଇ  ଉଦାହରଣରେ ବୁଝିଯିବେ । ଯଦି ଆପଣଙ୍କ ଛିଙ୍କ ଆସୁଥାଏ , ତେବେ ଅନାମିକା ଅଙ୍ଗଳିର ମୂଲକୁ ଅଙ୍ଗୁଷ୍ଠା ଆଙ୍ଗୁଳି ଦ୍ଵାରା ଦାବି ଧରନ୍ତୁ । ତୁରନ୍ତ ଛିଙ୍କ ବନ୍ଦ ହୋଇଯିବ । ଶୂନ୍ୟ ମୁଦ୍ରା କିମ୍ବା ମଧ୍ୟମା ଆଙ୍ଗୁଳିକୁ ମୂଳରେ ଲଗାଇବାର ଦୁଇ- ତିନି ମିନିଟ୍ ମଧ୍ୟରେ କାନ ଦରଜ ଠିକ୍ ହୋଇଯିବ । ଯଦି କୌଣସି ବ୍ୟକ୍ତିଥରେ ହୃଦ୍ ଘାତ ସମସ୍ୟା ଥାଏ ତେବେ ବାୟୁ ମୁଦ୍ରା ଆପଣାନ୍ତୁ, ଏହା ବହୁତ ଲାଭକାରୀ । ଯଦି ଲମ୍ବା ଲମ୍ବା ଶ୍ଵାସକ୍ରିୟା ସହିତ ଏହି ମୁଦ୍ରା ଅଭ୍ୟାସ କରାଯାଏ, ତେବେ ଅଧିକ ଫଳପ୍ରଦ ହୋଇଥାଏ ।

ହାତରେ ଔଷଧାଳୟ

ପାଞ୍ଚ ତତ୍ତ୍ଵର ସ୍ଵବ୍ ଆମ ହାତର ଆଙ୍ଗୁଳିରେ ଅଛି । ହାତର ଆଙ୍ଗୁଳି ଦିବ୍ୟ ଔଷଧାଳୟ ପରି । ଅଗ୍ନି ଆଖି, ବାୟୁ ତ୍ଵଚା, ଆକାଶ କାନ, ପୃଥୀ ଜଳ ତତ୍ତ୍ଵକୁ ନିୟନ୍ତ୍ରଣ କରିଥାନ୍ତି । ଅଙ୍ଗଷ୍ଟାର ସମ୍ବନ୍ଧ ବୃଦ୍ଧି ସହ, ତର୍ଜନୀର ସମ୍ବନ୍ଧ ମନ ସହ ମଧ୍ୟମାର ସମ୍ବନ୍ଧ ଗଲାସହ, ଅନାମିକାର ସମ୍ବନ୍ଧ ଶକ୍ତି ଓ କନିଷ୍ଠାର ସମ୍ବନ୍ଧ ଯୌବନ ସହିତ ରହିଛି । ଅଙ୍ଗଷ୍ଠା ପରମାତ୍ମା ସହ, ତର୍ଜନୀ ଆତ୍ମା, ମଧ୍ୟମା ସତୋଗୁଣ, ଅନାମିକା ରଜୋଗୁଣ ଓ କନିଷ୍ଠା ତମୋଗୁଣର ପ୍ରତୀକ । ଏହି ପାଞ୍ଚ ଆଙ୍ଗୁଳି ମଧ୍ୟାମରେ ହିଁ ପାଞ୍ଚ ତତ୍ତ୍ଵର ସନ୍ତୁଳନ ହୋଇଥାଏ । ଯଦି ସନ୍ତୁଳନ ବିଗିଡିଯାଏ, ତେବେ ଆଙ୍ଗୁଳି ମୁଦ୍ରା ଦ୍ଵାରା ପୁନଃ ସନ୍ତୁଳନ କରାଯାଇପାରିବ ଓ ନିରୋଗ ରହିପାରିବ ।

ମୁଦ୍ରା ସହ ପ୍ରାଣାୟାମ ଅଧିକ ଉପକାରୀ

ମୁଦ୍ରା ସହିତ ପ୍ରାଣାୟାମ କରିବା ଦ୍ଵାରା ଅଧିକ ଫଳପ୍ରଦ ହୋଇଥାଏ । ଏହା ଦ୍ଵାରା ଶରୀରରେ ଅଧିକ ପ୍ରଭାବ ପଡିଥାଏ ଓ ରୋଗ ଶୀଘ୍ର ଦୂର ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପ୍ରାଣାୟାମ ସମୟରେ ଜ୍ଞାନ ମୁଦ୍ରା ଓ ବାୟୁ ମୁଦ୍ରା କରିବା ଦ୍ଵାରା ଅଧିକ ଫଳପ୍ରଦ ହୋଇଥାଏ ।

ଉସ୍ତିକା

ଏଥିରେ ଶ୍ଵାସ ନେବା ଓ ଛାଡିବାର ଗତି ତିବ୍ର ଭାବରେ ହୋଇଥାଏ । ଏହି ସମୟରେ ଜ୍ଞାନ ମୁଦ୍ରାରେ ବସିବା ଦରକାର ଏହଦ୍ଵାରା ମନ ସ୍ଥିର ହୋଇଥାଏ ।

ଆଠ ତତ୍ତ୍ଵ ମୁଦ୍ରା

ଜ୍ଞାନ ମୁଦ୍ରା

ସବୁଠୁ ଅଧିକ ଲାଭକାରୀ ମୁଦ୍ରା ହେଉଛି ଜ୍ଞାନ ମୁଦ୍ରା । ଏହି ମୁଦ୍ରା ମସ୍ତିଷ୍କର ପିଟ୍ୟୁଟାରୀ ଗ୍ରନ୍ଥି ଓ ହୋଇପୋଥେଲେମସ ଗ୍ରନ୍ଥିକୁ ସକ୍ରିୟ କରିଥାଏ । ଏହା ଏକାଗ୍ରତା, ସ୍ମରଣ ଶକ୍ତି ଓ ବୃଦ୍ଧି ବଢାଇବାରେ ସହାୟକ ହୋଇଥାଏ ।

ବାୟୁମୁଦ୍ରା

ବାତଜନିତ ରୋଗ ପାଇଁ ଏହି ବାୟୁମୁଦ୍ରା ଲାଭଦାୟକ । ଏହା ରକ୍ତ ସଞ୍ଚାଳନ ବୃଦ୍ଧ କଟରେ । ଏହା ପେନକ୍ଲିଲର ଟାବଲେଟ୍ ପରି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ଦେଇଥାଏ ମେରୁଦଣ୍ଡ ଓ ହାଡଗଣ୍ଠି ଦରଜ ହୋଇଥିଲେ, ଏହି ମୁଦ୍ରା କରିବା ଦ୍ଵାରା ବେଶ୍  ଲାଭପ୍ରଦ ହୋଇଥାଏ ।

ଆକାଶ ମୁଦ୍ରା

କାନ ରୋଗ ଦୂର କରିବାରେ ଏହି ମୁଦ୍ରା ରାମବାଣ ସଦୃଶ କାମ । କରିଥାଏ । ଏକାଗ୍ରତା ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଅଷ୍ଟିଓ ପୋରୋଷିସ୍ ରୋଗ ପାଇଁ  ଏହା ବହୁତ ଲାଭ ଦାୟକ ।

ଶୂନ୍ୟ ମୁଦ୍ରା

ଶରୀରରୁ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ ଶୂନ୍ୟ ମୁଦ୍ରା କାନ ଦରଜ କିମ୍ବା ଯନ୍ତ୍ରଣା ହେଉଥିଲେ ଦୁଇ-ତିନି ମିନିଟ୍ ଏହି ମୁଦ୍ରା କଲେ, ଏହାର ପ୍ରଭାବରେ  କାନ ଯନ୍ତ୍ରଣା ଧୀରେ ଧୀରେ ଦୂର ହୋଇଥାଏ । ଆଇରଏଡ୍ ଓ ଦାନ୍ତ ମାଢି ରୋଗ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ ଶୂନ୍ୟ ମୁଦ୍ରା ।

ଇନ୍ଦ୍ର ମୁଦ୍ରା

ଶାରୀରରେ ଜଳ ଅଭାବକୁ ଦୂର କରିଥାଏ ଇନ୍ଦ୍ର ତ୍ଵଚା ସମ୍ବନ୍ଧୀୟ ରୋଗ ଦୁର୍ବଳତା ଜ୍ଵର ବାନ୍ତି ଓ ଝାଡା ପରି ସମସ୍ୟା ଦୂର କରିବାରେ ରାମବାଶ  ସଦୃଷ୍ଟ କାମ କରିଥାଏ ଏହି ମୁସ୍ରା ।

ସୂର୍ଯ୍ୟମି ମୁଦ୍ରା

ସୂର୍ଯ୍ୟ ମୁଦ୍ରା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ରକ୍ତରେ ଖରାପ କୋଲେଷ୍ଟେରଲକୁ ନିୟନ୍ତ୍ରଣ ରଖିଥାଏ । ଦୃଷ୍ଟିଶକ୍ତି ନିୟନ୍ତ୍ରଣ ରଖିଥାଏ । ଦୃଷ୍ଟିଶକ୍ତି ବଢାଇଥାଏ ଓ ମୋତିଆବିନ୍ଦୁ ଠିକ୍ କରିବାରେ ସୂର୍ଯ୍ୟ ମୁଦ୍ରା ସହାୟକ ହୋଇଥାଏ ।

ପୃଥ୍ଵୀ ମୁଦ୍ରା

ହାଡ ଓ ମାଂସପେଶୀକୁ ଶକ୍ତି ପ୍ରଦାନକରିବାରେ ସହାୟକ ହୋଇଥାଏ ପୃଥିବୀ ମୁଦ୍ରା । ଶରୀରରେ ଭିଟାମିନ୍ କମ୍ କୁ ପୁରା କରିଥାଏ । ଏହି ମୁଦ୍ରା ବିଶେଷ କାର୍ଯ୍ୟ କରିଥାଏ । ପାଚନ କ୍ରିୟାକୁ ସୁଦୃଢ କରିଥାଏ ପୃଥିବୀ ମୁଦ୍ରା ।

ବରୁଣ ମୁଦ୍ରା

ଫାଇଲେରିଆ, ପ୍ଲୁରିସି ଆଦି ରୋଗ ପାଇଁ ବରୁଣ ମୁଦ୍ରା ଲାଭପ୍ରଦ ।

ନବଜାତ ଆଖିରେ ବାରମ୍ଭର ଲୁହ ଆସୁଥିଲେ, ବରୁଣ ମୁଦ୍ରା କରାଇ ନବଜାତ ଆଖିରୁ ଲୁହ ଦୂର କରାଯାଇପାରିବ । ନାକ ଓ ଆଖିରୁ ପାଣି ନିଗୁଣ୍ଡୁଥିଲା, ଏହି ମୁଦ୍ରା କରନ୍ତୁ ଲାଭପ୍ରଦ ହେବେ ।

ଆଧାର

ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate