অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଔଷଧର ମାତ୍ରା ନିରୂପଣ ଓ ପ୍ରୟୋଗ ବିଧି

ଔଷଧର ଆକାର ଓ ମାତ୍ରାର ନିରୂପଣ

ପ୍ରତୀକ

=  ର ଅର୍ଥ ସମାନ ବା ଏକାପରି

୧ + ୧ = ୨

+  ର ଅର୍ଥ ସହିତ ବା ଯୁକ୍ତ

ଏକ ଯୁକ୍ତ ଏକ ସମାନ ଦୁଇ

ଔଷଧ ବିଭିନ୍ନ ଆକାରରେ ମିଳେ

  1. ବଟିକା,
  2. କ୍ୟାପସୁଲ,
  3. ସସ୍ ପେନସନ୍ ବା ଦ୍ରବଣ ଔଷଧ
  4. ସିରପ୍ ଆ ପାଣି ଔଷଧ ମଷ୍ଟୋଦକ,
  5. ଇଞ୍ଜେକ୍ସନ

ମାତ୍ରା ବିଭାଜନ ଏହିପରି ଲେଖାଯାଏ : -

  • ୧/୨  ବଟିକା =  ଗୋଟିଏ ବଟିକାର ଅଧା
  • ୧   ୧/୨ ବଟିକା  = ଗୋଟିଏ ବଟିକା ଓ ଆଉ ଗୋଟିଏ ବାଟିକାର ଅଧା
  • ୧/୪ ବଟିକା   = ଗୋଟିଏ ବାଟିକାର ଚାରିଭାଗରୁ ଭାଗେ ବା ଚଉଠେ
  • ୧/୮ ବଟିକା = ଗୋଟିଏ ବାଟିକାର ଆଠ ଭାଗରୁ ଭାବେ (ବଟିକାଟିକୁ ଆଠ ଭାଗ କରି ସେଥିରୁ ଭାଗେ)

ମାପ

ସାଧାରଣତଃ ଔଷଧର ପରିମାଣକୁ ଗ୍ରାମ୍ ଓ ମିଲିଗ୍ରାମ ଅନୁଯାୟୀ କୁହାଯାଇଥାଏ  ।

  • ୧୦୦୦ ମି.ଗ୍ରା  = ୧ ଗ୍ରା (ଏକ ହଜାର ମିଲିଗ୍ରାମରେ ଏକଗ୍ରାମ ହୁଏ)
  • ୧ ମି.ଗ୍ରା =  ୦.୦୦୧ ଗ୍ରା. (ଏକ ମିଲିଗ୍ରାମ ଏକ ଗ୍ରାମ୍ ର ଏକହଜାର ଭାଗରୁ ଭାଗେ)

ଉଦାହରଣ :

ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ୦.୫ ଗ୍ରାମ୍ ଗୋଟିଏ ପାରାସିଟାମଲ୍ ବଟିକାରେ ୫୦୦ ମି.ଗ୍ରା. ପାରାସିଟାମଲ୍ ରହିଥାଏ।

୦.୫ ଗ୍ରାମ୍ ବିଭିନ୍ନ ଆକାରରେ ୦.୫୦୦ ଗ୍ରାମ୍

୫୦୦ ମି.ଗ୍ରା.

ଏଗୁଡ଼ିକୁ ପ୍ରକୃତରେ ୫୦୦ ମି.ଗ୍ରା. ବୋଲି କୁହାଯାଇଥାଏ  ।

ଟିପ୍ପଣୀ – ବର୍ଷକରୁ କମ୍ ବୟସର ଶିଶୁକୁ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ପାରାସିଟାମଲ୍ ବଟିକା ବା କ୍ୟାପସୁଲ୍ ଦିଅନ୍ତୁ ନାହିଁ  । କ୍ୟାପସୁଲ୍ ବା ବଟିକାରେ ଥିବା ଔଷଧକୁ ଗ୍ରାମ୍ କିମ୍ବା ମିଲିଗ୍ରାମ୍ ରେ ମପାଯାଇଥାଏ  ।

ସବୁବେଳେ କ୍ୟାପସୁଲ୍ ବା ବଟିକାରେ କେତେ ଗ୍ରାମ୍ ବା ମିଲିଗ୍ରାମ୍ ଔଷଧ ରହିଛି ଜାଣିବା ଗୁରୁତ୍ୱପୂର୍ଣ୍ଣ ଅଟେ  ।

ଉଦାହରଣସ୍ୱରୂପ – ଯଦି ଆପଣଙ୍କ ନିକଟରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାରାସିଟାମଲ୍ ବଦଳରେ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ପାରାସିଟାମଲ୍ ଅଛି ଓ ସେଥିରୁ କେଡେ ଖଣ୍ଡେ ଛୁଆଟିକୁ ଦିଆଯିବ ତାହା ଆପଣ ଜାଣନ୍ତି ନାହିଁ  ।

ଔଷଧ ଖୋଳଉପରେ ଥିବା ଛୋଟ ଅକ୍ଷରର ଲେଖାକୁ ପଢନ୍ତୁ  । ଲେଖାଥିବ : ପାରାସିଟାମଲ୍  ୦.୫ ଗ୍ରା.ମ୍ ବା ୫୦୦ ମି.ଗ୍ରା.

୦.୫ ଗ୍ରାମ୍ = ୫୦୦ ମି.ଗ୍ରା.

୧୨୫ ମି.ଗ୍ରା.

୧୨୫ ମି.ଗ୍ରା.

୧୨୫ ମି.ଗ୍ରା.

୧୨୫ ମି.ଗ୍ରା.

୧୨୫ ମି.ଗ୍ରା. ର ୪ଟି

ପାରାସିଟାମଲ୍

ଏକାଠି ମିଶିଲେ

ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ପାରାସିଟାମଲ୍

ଯଦି ଆପଣ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ପାରାସିଟାମଲ୍ କୁ ସମାନ ଚାରିଭାଗ କରିଦିଅନ୍ତି,  ପ୍ରତ୍ୟକ ଚଉଠ ଭାଗ = ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ପାରାସିଟାମଲ୍

୫୦୦ ମି.ଗ୍ରା

ତେଣୁ ଆପଣ ଗୋଟିଏ ଶିଶୁକୁ, ଶିଶୁଙ୍କପାଇଁ ଉଦ୍ଦିଷ୍ଟ ପାରାସିଟାମଲ୍ ବଦଳରେ ଗୋଟିଏ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ପାରାସିଟାମଲ୍ ଚାରିଭାଗରୁ ଏକଭାଗ ଦେଇପାରନ୍ତି  । ଉଭୟର ମାତ୍ରା ସମାନ ଓ ବୟସ୍କଙ୍କ ଉଦ୍ଦିଷ୍ଟ ପାରାସିଟାମଲ୍ ଦାମ୍ କମ୍  ।

ସାବଧାନ – ଅନେକ ଔଷଧ, ବିଶେଷକରି ଜୀବାଣୁନାଶୀ ଔଷଧଗୁଡିକ ଭିନ୍ନ ଭିନ୍ନ ପରିମାଣ ଓ ବିଭିନ୍ନ ଆକାରରେ ମିଳେ  । ଉଦାହରଣସ୍ୱରୂପ, ଟେଟ୍ରାସାଇକ୍ଲିନର ଦୁଇ ପ୍ରକାର କ୍ୟାପସୁଲ ମିଳେ :

ସତର୍କ ରୁହନ୍ତୁ

କେବଳ ପରାମର୍ଶ ଦିଆଯାଇଥିବା ପରିମାଣର ଔଷଧ ଦିଅନ୍ତୁ  । ଔଷଧ କେତେ ଗ୍ରା. ବା ମି.ଗ୍ରାର ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  ।

ସର୍ବଦା ନିର୍ଦ୍ଧାରିତ ମାତ୍ରାର ଔଷଧ ଦିଅନ୍ତୁ

ଉଦାହରଣ ସ୍ୱରୂପ – ଯଦି ଡାକ୍ତରଙ୍କ ଚିଠା କୁହେ ଯେ ଟେଟ୍ରାସାଇକ୍ଲିନ ୫୦୦ ମି.ଗ୍ରା ର ଗୋଟିଏ କ୍ୟାପସୁଲ ଦିନକୁ ୪ଥର ଖାଆନ୍ତୁ ଓ ଆପଣଙ୍କ ପାଖରେ ୨୫୦ ମି.ଗ୍ରାର କ୍ୟାପସୁଲ ଅଛି ତେବେ ଆପଣ ପ୍ରତିଥର ୨ଟି କ୍ୟାପସୁଲ ଡାୟାନାକୁ ୪ ଥର ଖାଇବା ଉଚିତ୍  ।

ପେନିସିଲିନ୍ କିପରି ମାପିବ ?

ପେନିସିଲିନ୍ ୟୁନିଟରେ ମପାଯାଇଥାଏ  ।

ୟୁ = ୟୁନିଟ

୧,୬୦୦,୦୦୦ ୟୁ = ୧ ଗ୍ରାମ୍ ବା ୧୦୦୦ ମି.ଗ୍ରା

ଅଧିକାଂଶ ପେନିସିଲିନ୍ ୪,୦୦,୦୦୦ ୟୁରେ ମିଳିଥାଏ।

୪,୦୦,୦୦୦ ୟୁ = ୨୫୦ ମି.ଗ୍ରା

ତରଳ ଔଷଧ

  • ସିରପ୍ ବା ଶର୍କରା ପରି ରସ ବା ମଷ୍ଟୋଦକ, ସସ୍ ପେନସନ୍  ବା ଦ୍ରବଣ ଔଷଧ ଓ ଅନ୍ୟାନ୍ୟ ତରଳ ଔଷଧର ପରିମାଣକୁ ମିଲି ଲିଟରରେ ପ୍ରକାଶ କରାଯାଏ  ।
  • ଅଧିକାଂଶ ସମୟରେ ତରଳ ଔଷଧକୁ ଟେବୁଲ ଚାମଚ ବା ଚା’ ଚାମଚ ଅନୁଯାୟୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ।

ଯେତେବେଳେ ଏକ ଚା’ଚାମଚ ପରିମାଣର ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ, ତା’ର ଅର୍ଥ ୫ ମି.ଲି.  । ଅନେକ ଲୋକ ଔଷଧପାଇଁ ଯେଉଁ ଚା’ ଚାମଚ ବ୍ୟବହାର କରନ୍ତି, ସେଥିରେ ଅତିବେଶୀରେ ୮ ମି.ଲି. ଓ ଅତି କମ୍ ରେ ୩ ମି.ଲି. ପର୍ଯ୍ୟନ୍ତ ଔଷଧ ଧରିଥାଏ  । ଔଷଧ ଦେବାପାଇଁ ବ୍ୟବହାର କରୁଥିବା ଚା’ ଚାମଚରେ ୫ ମି.ଲି. ଔଷଧ ରହିବା ଆବଶ୍ୟକ – ଅଧିକ ନୁହେଁ କି କମ୍ ନୁହେଁ  । ବିଶେଷ କରି ଛୁଆମାନଙ୍କୁ ଔଷଧ ଦେଲାବେଳେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ  ।

ଔଷଧ ଦେବାପାଇଁ ବ୍ୟବହାର କରାଯାଉଥିବା ଚା’ ଚାମଚରେ ୫ ମି.ଲି. ଔଷଧ ରହେ ବୋଲି କିପରି ଜାଣିବ  ।

  1. ୫ ମି.ଲି. ଧରୁଥିବା ଚାମଚଟିଏ କିଣନ୍ତୁ  ।
  2. ଯେଉଁ ଔଷଧସହ ପ୍ଲାଷ୍ଟିକ ଚାମଚ ମିଳେ ତାହାକୁ କିଣନ୍ତୁ  । ଏହି ଚାମଚଟି ସମ୍ପୂର୍ଣ୍ଣ ଭର୍ତ୍ତି ହେଲେ ଏଥିରେ ୫ ମି.ଲି. ରହେ ଓ ଏହାର ଅଧାରେ ହୁଏତ ଗାରଟିଏ ଥାଇପାରେ, ଯାହାକି ୨.୫ ମି.ଲି. ଦର୍ଶାଇ ଥାଏ  । ଏହି ଚାମଚଟିକୁ ସାଇତି ରଖନ୍ତୁ ଓ ଅନ୍ୟାନ୍ୟ ଔଷଧ ଦେଲାବେଳେ ବ୍ୟବହାର କରନ୍ତୁ  ।
  3. ଇଞ୍ଜେକ୍ସନ ସିରିଞ୍ଜଦ୍ଵାରା ବା ଅନ୍ୟ କୌଣସି ଉପାୟରେ ୫ ମି.ଲି. ପାଣି ଗୋଟିଏ ଚାମଚରେ ଭର୍ତ୍ତି କରନ୍ତୁ ଓ ଚାମଚରେ ପାଣିର ଉଚ୍ଚତା ଯେଉଁ ପର୍ଯ୍ୟନ୍ତ ରହିବ ସେଠାରେ ଗୋଟିଏ ଚିହ୍ନ ଦିଅନ୍ତୁ  ।
  4. ଯଦି ଆପଣଙ୍କର ଡ୍ରପର  ଅଛି ତେବେ ଆପଣ ଏହାକୁ ବ୍ୟବହାର କରି ୫ ମି.ଲି. ନିର୍ଦ୍ଧାରଣ କରିପାରିବେ  । ଡ୍ରପରକୁ ଦେଖନ୍ତୁ, ଏଥିରେ ଲେଖା ହୋଇଥାଏ ୦.୩, ୦.୬ ଓ ୧ ମି.ଲି. ତେଣୁ ଆପଣ ଯଦି ୫ ମି.ଲି. ଦରକାର କରୁଛନ୍ତି ତେବେ ୧ ମି.ଲି.ର  ୫ ଥର ନିଅନ୍ତୁ ଓ ଚାମଚରେ ରଖନ୍ତୁ

ସସ୍ ପେନସନ୍ ବା ଦ୍ରବଣ ଆକାରରେ ମିଳୁଥିବା ଔଷଧ

ଯଦି ଔଷଧଟି ସସ୍ ପେନସନ୍ ହୋଇଥାଏ, ତେବେ ଏହା ଚୂର୍ଣ୍ଣ ଆକାରରେ ମିଳେ ଆପଣ ଏଥିରେ ପାଣି ମିଶାଇବା ଉଚିତ୍ । ବୋତଲ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ଭଲଭାବେ ଦେଖନ୍ତୁ  । ଏହାଦ୍ଵାରା ଆପଣ ଜାଣିପାରିବେ  ଏଥିରେ କେତେ ପାଣି ମିଶାହେବ  । ବେଳେବେଳେ ମଧ୍ୟ ବୋତଲରେ ଏକ ଦାଗ ଥାଏ ସେହି ଦାଗଯାଏଁ ପାଣି ମିଶାଇବାକୁ ପଡିଥାଏ  । ଆଉ ଅଧିକ ପାଣି ମିଶାନ୍ତୁ ନାହିଁ  ।

ବିଶେଷ ଦ୍ରଷ୍ଟବ୍ୟ

ଥଣ୍ଡା ସିଝାପାଣି ବ୍ୟବହାର କରନ୍ତୁ  । ଗରମ ପାଣି ଔଷଧକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ  । ଯଦି ଥଣ୍ଡା ସିଝାପାଣି ନ ମିଳେ ତେବେ ପରିଷ୍କାର ପାଣି ବ୍ୟବହାର୍ଯ୍ୟ  ।

ଛୋଟ ପିଲାଙ୍କୁ କିପରି ଔଷଧ ଦିଆଯିବ

ବଟିକା ବା କ୍ୟାପସୁଲ୍ ରୂପେ ମିଳୁଥିବା ଅନେକ ଔଷଧ ମଧ୍ୟ ଛୋଟପିଲାଙ୍କ ପାଇଁ ସିରପ୍ ବା ମଷ୍ଟୋଦକ ଓ ସସ୍ ପେନସନ୍ (ବିଶେଷ ତରଳ ଅବସ୍ଥା) ଆକାରରେ ମିଳେ  । ଔଷଧର ପରିମାଣକୁ ବିଚାରକୁ ନିଆଗଲେ  ସିରପ୍ ବା କ୍ୟାପସୁଲ୍ ଆକାରରେ ମିଳୁଥିବା ଔଷଧ ଅପେକ୍ଷା ଅଧିକ ବ୍ୟୟସାପେକ୍ଷ । ଆପଣ ନିଜେ ସିରପ୍ ତିଆରି କରି ଖର୍ଚ୍ଚ କମାଇପାରିବେ  ।

ସତର୍କତା

ପିଲା ଶୋଇବା ସମୟରେ ଔଷଧ ଦିଅନ୍ତୁ ନାହିଁ  । ପିଲାକୁ ବସାଇ ଓ ମୁଣ୍ଡକୁ ଉଠାଇ ସମ୍ମୁଖକୁ ରଖି ଔଷଧ ଦିଅନ୍ତୁ  । ପିଲା ମୂର୍ଚ୍ଛା ଥିବା ଅବସ୍ଥାରେ, ଶୋଇବା ଅବସ୍ଥାରେ, ଅଜ୍ଞାନ ଥିବା ଅବସ୍ଥାରେ ଔଷଧ ଦିଅନ୍ତୁ ନାହିଁ  । ପିଲା ମୁଣ୍ଡ ପଛକୁ ଝୁଲିଥିବାବେଳେ ମଧ୍ୟ ଔଷଧ ଦିଅନ୍ତୁ ନାହିଁ  ।

ବଟିକା ବା କ୍ୟାପସୁଲ୍ ରୁ ପିଲାମାନଙ୍କପାଇଁ ସିରପ୍ (ମଷ୍ଟୋଦକ) ତିଆରି କଲାବେଳେ, ଅଧିକ ପରିମାଣରେ ଔଷଧ ନ ଦେବାପାଇଁ ସତର୍କତା ଅବଲମ୍ବନ କରନ୍ତୁ  । ଯକ୍ଷ୍ମାର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଆଇସୋନିଆଜାଇଡ୍ ସହିତ ମହୁ ବା ଚିନି ମିଶାନ୍ତୁ ନାହିଁ  । ଚିନି ବା ମହୁ ଆଇସୋନିଆଜାଇଡ୍ ର ପ୍ରଭାବ କମାଇଦିଏ  ।

ଯଦି କେବଳ ବୟସ୍କଙ୍କୁ କେତେ ପରିମାଣର ଔଷଧ ଦିଆଯିବାର ଉଲ୍ଲେଖ ଥାଏ, ତେବେ ଆପଣ ଛୋଟପିଲାମାନଙ୍କୁ କେତେ ପରିମାଣର ଔଷଧ ଦେବେ  ?

  • ସାଧାରଣତଃ ପିଲାଟି ଯେତେ ଛୋଟ ହୋଇଥାଏ ସେତିକି କମ୍ ଔଷଧ ଦରକାର କରେ  । ଦରକାରଠାରୁ ଅଧିକ ଔଷଧ ଦେବାର ପରିଣତି ଖରାପ ହୋଇପାରେ ।
  • ଛୋଟପିଲାଙ୍କୁ କେଉଁମାତ୍ରାରେ ଔଷଧ ଦିଆଯିବାର ଯଦି ଉଲ୍ଲେଖ ଥାଏ, ତେବେ ଯତ୍ନର ସହିତ ସେହି ମାତ୍ରା ଅନୁସାରେ ଔଷଧ ଦିଅନ୍ତୁ  । ଯଦି ଆପଣ ମାତ୍ରା ଜାଣିନାହାନ୍ତି, ତେବେ ପିଲାର ଓଜନ ଓ ବୟସ ଅନୁଯାୟୀ ଔଷଧର ମାତ୍ରା ନିର୍ଣ୍ଣୟ କରନ୍ତୁ  । ବୟସ୍କଙ୍କୁ ଦିଆଯାଉଥିବା ମାତ୍ରାର ନିମ୍ନଦତ୍ତ ଭାଗ ଛୋଟପିଲାଙ୍କୁ ଦିଆଯାଇଥାଏ ।

ଔଷଧ କିପରି ସେବନ କରିବେ

ପରାମର୍ଶ ଦିଆଯାଇଥିବା ସମୟରେ ଔଷଧ ସେବନ କରିବା ଗୁରୁତ୍ଵପୂର୍ଣ୍ଣ  । କେତେକ ଔଷଧ ଦିନକୁ ଥରେ ଓ ଆଉ କେତେକ ଔଷଧ ଦିନକୁ ବାରମ୍ବାର ସେବନ କରାଯାଏ  । ଆପଣଙ୍କ ପାଖରେ ଘଣ୍ଟା ନ ଥିଲେ ବି କିଛି ଅସୁବିଧା ନାହିଁ  । ଯଦି ନିର୍ଦ୍ଦେଶ ଥାଏ ପ୍ରତି ଆଠଘଣ୍ଟାରେ ଗୋଟିଏ ବଟିକା, ତେବେ ଦିନକୁ ତିନୋଟି ବଟିକା ଖାଆନ୍ତୁ : ଗୋଟିଏ ସକାଳେ ଗୋଟିଏ ଅପରାହ୍ନରେ ଓ ଆଉ ଗୋଟିଏ ରାତିରେ  । ଯଦି କୁହାଯାଇଥିବ, ପ୍ରତି ଛଘଣ୍ଟାରେ ଗୋଟିଏ ବଟିକା, ତେବେ ଦିନକୁ ଚାରୋଟି ଖାଆନ୍ତୁ : ଗୋଟିଏ ସକାଳେ, ଗୋଟିଏ ମଧ୍ୟାହ୍ନରେ, ଗୋଟିଏ ଅପରାହ୍ନରେ ଓ ଅନ୍ୟଟି ରାତିରେ  । ଯଦି ନିର୍ଦ୍ଦେଶ ଥାଏ ପ୍ରତି ଚାରିଘଣ୍ଟାରେ ଗୋଟିଏ, ତେବେ ପ୍ରାୟ ସମାନ ସମୟ ବ୍ୟବଧାନରେ ଦିନକୁ ଛ ଥର ବଟିକାଗୁଡିକ ଖାଆନ୍ତୁ  ।

  • ଯଦି ଆପଣ ଅନ୍ୟ କାହାକୁ ଔଷଧ ଦିଅନ୍ତି, ତେବେ ସେବନ ବିଧି ଲେଖିକରି ଦେବା ଖୁବ୍ ଭଲ  । ଯେଉଁ ବ୍ୟକ୍ତି ଔଷଧ ନେବେ, ସେ ନିଜେ, କିପରି ଓ କେତେବେଳେ ଅଉଅଧ ଖାଇବେ ତାହା ବାରମ୍ବାର ତାଙ୍କୁ କୁହନ୍ତୁ  ଏବଂ ସେ ଏହା ଭଲରୂପେ ବୁଝିଲେ କି ନାହିଁ  ପଚାରି ବୁଝନ୍ତୁ ।
  • ଯେଉଁମାନେ ପଢିପାରନ୍ତି ନାହିଁ, ସେମାନେ କେତେବେଳେ ଔଷଧ ଖାଇବେ, ମନେରଖିବା ପାଇଁ ଆପଣ ଏହିଭଳି ଚିଠାଟିଏ ଦେଇପାରନ୍ତି  ।
  • ତଳେ ଥିବା ଶୂନ୍ୟସ୍ଥାନରେ ଔଷଧର ପରିମାଣ ଚିହ୍ନିତ କରନ୍ତୁ ଓ ତାହା ତାଙ୍କୁ ଭଲରୂପେ ବୁଝାଇ ଦିଅନ୍ତୁ  ।

ଉଦାହରଣସ୍ୱରୂପ

ଏହାର ଅର୍ଥ ଥରକୁ ଗୋଟିଏ କରି ଦିନକୁ ଚାରିଥର, ଗୋଟିଏ ସୂର୍ଯ୍ୟଉଦୟ ବେଳେ, ଗୋଟିଏ ମଧ୍ୟାହ୍ନରେ, ଗୋଟିଏ ସନ୍ଧ୍ୟାରେ ଓ ଆଉ ଗୋଟିଏ ମଧ୍ୟରାତ୍ରରେ

ଆପଣ ଯେତେବେଳେ କାହାକୁ ଔଷଧ ଦେବେ

ଔଷଧ ସହ ଦିଆଯାଇଥିବା ଚିଠାରେ ସବୁବେଳେ ସମସ୍ତ ତଥ୍ୟ (ତଳେ ଦିଆଯାଇଥିବା) ଟିପି ରଖନ୍ତୁ – ପଢିପାରୁ ନ ଥିବାଲୋକପାଇଁ ମଧ୍ୟ ଏମିତି କରନ୍ତୁ ।

  • ଲୋକର ନାମ  ଅଜୟ କୁମାର
  • ଔଷଧର ନାମ  ପାଇପେରାଜାଇନ୍ ୫୦୦ ମି.ଗ୍ରା. ବଟିକା
  • ଏହା କେଉଁ ରୋଗ ପାଇଁ   ସୂତାକୃମି
  • ମାତ୍ରା  ୨ଟି ବଟିକା ଦିନକୁ ଦୁଇଥର

ଆପଣ କାହାକୁ ଔଷଧ ଦେଲାବେଳେ ଏହିସବୁ ତଥ୍ୟର ବିବରଣୀ ରଖିବା ଖୁବ୍ ଭଲ  । ଯଦି ସମ୍ଭବ, ରୋଗୀର ସଂପୂର୍ଣ୍ଣ ବିବରଣୀ ଟିପି ରଖନ୍ତୁ  ।

ଖାଲିପେଟ ବା ପୁରାପେଟରେ ଔଷଧ ସେବନ

ପେଟ ଖାଲିଥିବାବେଳେ – ଅର୍ଥାତ୍ ଖାଇବାର ଘଣ୍ଟାଏ ପୂର୍ବରୁ ସେବନ କଲେ, କେତେକ ଔଷଧ ଭାରି ଭଲ କାମକରେ  । ଆଉ କେତେକ ଔଷଧ ଖାଇବାସହିତ ବା ଖାଇବାପରେ ସେବନ କଲେ ଭଲ କାମ କରେ  । ଏମାନଙ୍କୁ ଖାଲିପେଟରେ ଖାଇଲେ ପେଟ ଖରାପ ଓ ହୃତଯନ୍ତ୍ରଣା ଆରମ୍ଭ ହୁଏ  ।

ଖାଇବାର ଘଣ୍ଟାଏ ପୂର୍ବରୁ ଏହି ଔଷଧଗୁଡିକ ସେବନ

ଖାଇବା ସହିତ ବା ଖାଇବାର ଠିକ୍ ପରେ ପରେ ଏହି ଔଷଧ ଗୁଡିକ ସେବନ କରନ୍ତୁ

ପେନିସିଲିନ୍

ଆସ୍ପିରିନ୍ ବା ଆସ୍ପିରିନ୍ ଯୁକ୍ତ ଔଷଧ

ଆମ୍ପିସିଲିନ୍

ଆଇରନ୍ (ଫେରସ ସଲଫେଟ)

ଟେତ୍ରାସାଇକ୍ଲିନ

ଭିଟାମିନ୍ ବା ଖାଦ୍ୟପ୍ରାଣ

ଟେଟ୍ରାସାଇକ୍ଲିନ ସେବନ କରିବାର ଘଣ୍ଟାଏ ପୂର୍ବରୁ ବା ପରେ ଦୁଧ ନ ପିଇବା ଭଲ  ।

ଏରିଥ୍ରୋମାଇସିନ୍

ରିଫାମପିସିନ୍

 

ପେଟ ଖାଲିଥିଲାବେଳେ, ଖାଇବାର ଘଣ୍ଟାଏ ବା ଦୁଇଘଣ୍ଟା ପରେ, ଓ ଶୋଇବାକୁ ଯିବାପୂର୍ବରୁ ଆଣ୍ଟାସିଡ୍ ବା ଅମ୍ଳଘ୍ନ ସେବନ କଲେ, ତାହା ସବୁଠାରୁ ଭଲ କାମକରେ  ।

ବିଶେଷ ଦ୍ରଷ୍ଟବ୍ୟ

ବସିଥିବା କିମ୍ବା ଛିଡା ହୋଇଥିବା ସମୟରେ ଔଷଧ ସେବନ କରିବା ଉଚିତ୍  । ଔଷଧ ଖାଇବା ପରେ ପ୍ରତିଥର ଏକ ଗ୍ଲାସ୍ ପାଣି ପିଇବା ଉଚିତ୍  । ଯଦି ଜଣେ ସଲଫା ଔଷଧ ଖାଉଥିବେ, ତେବେ ସେ ଅଧିକ ପାଣି ପିଇବା ଉଚିତ୍, ଖୁବ୍ କମ୍ ରେ ଆଠଗ୍ଲାସ୍ ପାଣି  । ଏହାଦ୍ଵାରା ବୃକକ୍ ଉପରେ ଏହାର କୁପ୍ରଭାବ ହ୍ରାସ ପାଇଥାଏ  ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate