অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥାର ମୁଖା

ଉପକ୍ରମ

ଗର୍ଭାବସ୍ଥା ସମୟରେ ଅନେକ ସ୍ତ୍ରୀ ଲୋକଙ୍କ ମୁହଁରେ, ସ୍ତନରେ  ତଥା ତଳିପେଟରେ କଳା ବା ବାଦାମୀ ରଙ୍ଗର ଚିହ୍ନମାନ ଦେଖାଦିଏ   । ଶିଶୁ ଜନ୍ମ ହେଲା ପରେ ଏହି ଦାଗଗୁଡିକ ଆପେ ଆପେ ଚାଲିଯାଏ, ସମୟେ ସମୟେ କେତେକ ସ୍ତ୍ରୀ ଲୋକଙ୍କଠାରେ ଏହି ଚିହ୍ନଗୁଡିକ ରହିଯାଇପାରେ  ।

ସମୟେ ସମୟେ  ଗର୍ଭ ନିରୋଧ ବଟିକା ସେବନ କରୁଥିବା ସ୍ତ୍ରୀ ଲୋକଙ୍କ ଦେହରେ ମଧ୍ୟ ଏଭଳି ଦାଗ ଦେଖାଯାଏ   । ଏହି ଦାଗଗୁଡିକ ସମ୍ପୂର୍ଣ୍ଣ ସ୍ଵାଭାବିକ ଅଟେ   । ଏହା କୌଣସି ସମୟରେ ଦୁର୍ବଳତା ବା ଅସୁସ୍ଥତା ଘଟାଏ ନାହିଁ   । ଏହାପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ   ।

ପୁଷ୍ଟିହୀନତାରୁ ସୃଷ୍ଟି ପେଲେଗ୍ରା ତଥା ଅନ୍ୟାନ୍ୟ ଚର୍ମରୋଗ

ପେଲେଗ୍ରା ଏକ ପ୍ରକାର ପୁଷ୍ଟିହୀନତା ଅଟେ, ଯିଏ ଚର୍ମ ପାଇଁ କ୍ଷତି କାରକ ହୋଇଥାଏ  ଓ ବେଳେବେଳେ ଏହା ଜୀର୍ଣ୍ଣପ୍ରକୀୟା ଓ ସ୍ନାୟୁରେ ମଧ୍ୟ ଆଘାତ ପହଞ୍ଚାଇଥାଏ   । ଯେଉଁ ସ୍ଥାନର ଲୋକେ ବିନ୍, ମାଛ, ମାଂସ ଓ ସବୁଜ ପାରିବା ପରି ଶରୀର ବର୍ଦ୍ଧକ ତଥା ଶରୀର ରକ୍ଷାକାରୀ ଖାଦ୍ଯ ନ ଖାଇ ଅଧିକ ପରିମାଣରେ ମକାପରେ ଶୁଷ୍କ ମନ୍ଦ ଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେହି ସ୍ଥାନରେ ସାଧାରଣତଃ ଏହି ରୋଗ ଦେଖାଯାଇଥାଏ   । ଶୀତ ଋତୁରେ ଉତ୍ତର ଭାରତର ଅଧିକାଂଶ ଲୋକେ ମକା ଗୁଣ୍ଡରୁ ପ୍ରସ୍ତୁତ ରୁଟି ଖାଇଥାନ୍ତି, ସେମାନେ ଏହି ମକାଗୁଣ୍ଡ ସହ କିଛି ଗହମ ଗୁଣ୍ଡ ମିଶାଇ ରୁଟି କରି ଖାଇବା ଉଚିତ୍  ।

ପୁଷ୍ଟିହୀନତାରେ ଚର୍ମର ଲକ୍ଷଣ

ଯେତେବେଳେ ଏହିଭଳି ଅବସ୍ଥା ଦେଖାଦିଏ ତା ସହିତ ଖାଦ୍ୟସାର ଅଭାବ ଜନିତ ଅନ୍ୟାନ୍ୟ ଲକ୍ଷଣମାନ ଯଥା : ପେଟ ଫୁଲିଯିବା, ପାଟିର ଦୁଇ କଡରେ ଘା’ ହେବା, ପାଟି ଓ ଜିଭରେ  ଲାଲ ରଙ୍ଗର ତୁଣ୍ଡ ଘା’ ହେବା, ସବୁବେଳେ ଦୁର୍ବଳ ଲାଗିବା, ଆଦୌ  ଭୋକ  ନ ହେବା ତଥା ଓଜନହାନୀ ହେବା ମଧ୍ୟ ଦେଖାଦିଏ   ।

ଚିକିତ୍ସା

  • ପୁଷ୍ଟିକର ଖାଦ୍ୟ ଖାଇଲେ ପେଲେଗ୍ରା ରୋଗରୁ ମୁକ୍ତି ମିଳିଥାଏ   । ଜଣେ ଲୋକ ପ୍ରତିଦିନ କିଛି ପରିମାଣର ବିନ୍, ଚିନାବାଦାମ, କୁକୁଡା ମାଂସ, ମାଛ, ଅଣ୍ଡା, ମାଂସ ଓ ଘିଅ ଆଦି ଖାଇବା ଭଲ, ମକାଗୁଣ୍ଡା ପରିବର୍ତ୍ତେ ଗହମ ଅଟା ଖାଇବା ଅଧିକ ଉପଯୋଗୀ  । ତେଣୁ ସୁବିଧା ଥିଲେ ମକାଗୁଣ୍ଡପରିବର୍ତ୍ତେ ଗହମ  ଅଟା ଖାଆନ୍ତୁ   ।
  • ଭୟଙ୍କର ପେଲେଗ୍ରା ତଥା ଅନ୍ୟାନ୍ୟ ଭିଟାମିନ ଅଭାବ ଜନିତ ରୋଗ ପାଇଁ ଭିଟାମିନ୍ ଔଷଧ ସେବନ କଲେ ଉପକାର ମିଳିଥାଏ   କିନ୍ତୁ ସୁଷମ  ଖାଦ୍ୟ ଭକ୍ଷଣ ଅଧିକ ଲାଭଦାୟକ  । ଭିଟାମିନ୍  ଔଷଧରେ ଭିଟାମିନ୍ ‘ବି’ ବିଶେଷତଃ ନିଆସିନ୍  ଅଧିକ ଥିବା ଆବଶ୍ୟକ   । ବ୍ରିୱରର  ୟିଷ୍ଟରେ ଭିଟାମିନ୍ ‘ବି’ ଅଧିକ ପରିମାଣରେ ଥାଏ   ।

ଭାତୁଡି

ପିଲାମାନଙ୍କଠାରେ ଦେଖାଦେଉଥିବା ଭାତୁଡିମାନ ପ୍ରାୟ ୩ ବର୍ଷରୁ ୫ ବର୍ଷ ମଧ୍ୟରେ ଆପେ ଆପେ ଭଲ ହୋଇଯାଏ   । ଭୀଷଣ ଦରଜ ହେଉଥିବା ପାଦତଳର ଓସାରିଆ  ଭାତୁଡି ଦାଗ ଗୁଡିକ ମାଛ ଆଖିଆ ଅଟେ   ।

ଚିକିତ୍ସା

  • ଯାଦୁକାରୀ ତଥା ଘରୋଇ  ଚିକିତ୍ସା ବହୁ ସମୟରେ ଭାତୁଡିକୁ ଆରୋଗ୍ୟ କରିଥାଏ, କିନ୍ତୁ ଅତ୍ୟଧିକ ଅମ୍ଳଯୁକ୍ତ ପଦାର୍ଥ ବା ବିଷାକ୍ତ ଚାରା ଯେଉଁ ଗୁଡିକ ଚର୍ମକୁ ପୋଡି ଦେବ ବା ଘା’ କରିଦେବ  ସେଭଳି ପଦାର୍ଥ ବ୍ୟବହାର କରନ୍ତୁ  ନାହିଁ   । କାରଣ ଏହା ଯେଉଁ ପୋଡା ଘା’ ସୃଷ୍ଟି କରେ ତାହା ଭାତୁଡିଠାରୁ ଅଧିକ କଷ୍ଟଦାୟକ   ।
  • ପୀଡା ଦାୟକ ‘ମାଛ ଆଖିଆ’ ଗୁଡିକର ଆରୋଗ୍ୟ ପାଇଁ ସ୍ୱାସ୍ଥ୍ୟସେବୀମାନଙ୍କ ସହ ପରାମର୍ଶ କରନ୍ତୁ   ।
  • ପୁରୁଷ ଜନନାଙ୍ଗରେ ଭାତୁଡି ପାଇଁ  ।

ବିଣ୍ଡି

ବିଣ୍ଡି ହେଉଛି ଚର୍ମ ବହଳିଆ ହୋଇ କଠିନ ହୋଇ ଯାଇଥିବାର ଅବସ୍ଥା   । ଯଦି ଯୋତା ବା କଠଉ ଚର୍ମ ସହ ବାରମ୍ବାର ଘଷି ହୁଏ  ବା ଗୋଡର ଗୋଟିଏ ଆଙ୍ଗୁଠି ଆଉ ଗୋଟିଏ ଆଙ୍ଗୁଠି ସହ ବାରମ୍ବାର ଘଷି ହୁଏ, ତେବେ ବିଣ୍ଡି ହୁଏ   । ବିଣ୍ଡିଟି ବହୁତ ଯନ୍ତ୍ରଣାଦାୟକ ହୋଇଥାଏ   ।

ଚିକିତ୍ସା

  • ଏପରି ଭାବେ ଯୋତା ବା ଚପଲ ପିନ୍ଧନ୍ତୁ ତାହା ଯେପରି ବିଣ୍ଡି ଉପରେ ଚାପ ନ ପକାଇବା   ।
  • ଯେଉଁ ସ୍ଥାନରେ ଚମଡା ଘଷି ହେଉଛି ସେଠାରେ ତୁଳା କିମ୍ବା ଫୋମ୍ ରଖନ୍ତୁ   ।
  • ବିଣ୍ଡିକୁ ବାରମ୍ବାର ଖଣ୍ଡିଆ ହେବାରୁ ରକ୍ଷା କରିବା ପାଇଁ ଏହିପରି କରନ୍ତୁ  ।
  1. ଉଷୁମ ପାଣିରେ ପାଦକୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ   ।
  2. ତା’ପରେ ବିଣ୍ଡି ଉପରେ ଆସ୍ତେ ଆସ୍ତେ ଉହା ଘଷି ଘଷି ତାହାକୁ ପତଳା କରି ଦିଅନ୍ତୁ  ।
  3. ପାଦରେ ବିଣ୍ଡି ହୋଇଥିବା ଜାଗାରେ କନା ଗୁଡାଇ ରଖନ୍ତୁ ଏବଂ ଯେଉଁଠାରେ ବିଣ୍ଡି ହୋଇଛି ସେଠାରେ କନାରେ ଗୋଟିଏ କଣା କରିଦିଅନ୍ତୁ  ଯାହାଦ୍ଵାରା ଗୋଡ କାଟିବ  ନାହିଁ   ।

ବ୍ରଣ ଓ କାଠବ୍ରଣ (ମୁଖ ବ୍ରଣ)

ସମୟେ ସମୟେ  ଯୁବକ ଯୁବତୀମାନଙ୍କର ମୁଖ, ଛାତି ଓ ପିଠିରେ ବ୍ରଣ ଦେଖାଯାଇଥାଏ – ବିଶେଷତଃ ଯେଉଁମାନଙ୍କର ଚର୍ମ ଅତ୍ୟଧିକ ତୈଳାକ୍ତ ଥାଏ, ସେହିମାନଙ୍କଠାରେ ବ୍ରଣ ଦେଖାଯାଏ   । ବେଳେବେଳେ ଏହି ବ୍ରଣ ବିରାଟ ଘା’ରେ ପରିଣତ ହୋଇ ଥାଏ   ।

କୌଣସି ବ୍ରଣକୁ ଛୁଅନ୍ତୁ ନାହିଁ, ନାକ ବା ପାଟି ଚାରିପାଖେ ହୋଇଥିବା ବ୍ରଣକୁ ବାରମ୍ବାର ଛୁଇଁବା ବା ଚିପିବା ଭୀଷଣ କ୍ଷତିକାରକ ଅଟେ   ।

ଚିକିତ୍ସା

  • ଗରମ ପାଣି ଓ ସାବୁନ୍ ରେ ମୁହଁକୁ ଦିନରେ ଦୁଇଥର ଭଲ ଭାବରେ ଧୁଅନ୍ତୁ   ।
  • ସୂର୍ଯ୍ୟକିରଣ ବ୍ରଣ ନିରାକରଣରେ ସାହାଯ୍ୟ କରିଥାଏ, ତେଣୁ ବ୍ରଣ ହୋଇଥିବା ସ୍ଥାନରେ ଯେପରି ସୂର୍ଯ୍ୟକିରଣ ପଡିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ   ।
  • ଯେତେ ଇଚ୍ଛା ହେଉଛି ଖାଆନ୍ତୁ   । ପ୍ରଚୁର  ପରିମାଣରେ ପାଣି ପିଅନ୍ତୁ ଏବଂ ବହୁତ ଶୁଅନ୍ତୁ  ।
  • ଜଟିଳ ପରିସ୍ଥିତିରେ ଅର୍ଥାତ୍ ଯେଉଁଥିରେ ବ୍ରଣ ଭୀଷଣ ଫୁଲି ପୂଜ ହୁଏ ଓ ଉପର ବର୍ଣ୍ଣିତ ପ୍ରକ୍ରିୟାରେ ଆରୋଗ୍ୟ ନ ହୁଏ, ତେବେ ଟେଟ୍ରାସାଇକ୍ଲିନ  ଗ୍ରହଣ କଲେ  ଉପକାର ମିଳିଥାଏ   ।
  • ଚର୍ମ ଲୋସନ ବ୍ୟବହାର କରନ୍ତୁ  ନାହିଁ   ।
  • ଶୋଇବାକୁ ଯିବା ପୂର୍ବରୁ କିଛି ଆଲକୋହଲ ସହିତ ସଲଫର ମିଶାଇ ମୁହଁରେ ଲଗାନ୍ତୁ   । (୧୦ ଭାଗ ଆଲକୋହଲ ୧ ଭାଗ ସଲଫର)
  • ଜଟିଳ ପରିସ୍ଥିତିରେ ଯେଉଁଥିରେ ବ୍ରଣ ଭୀଷଣ ଫୁଲି ପୂଜ ବାହାରେ ଓ ଉପର ବର୍ଣ୍ଣିତ ପ୍ରକ୍ରିୟାରେ ଭଲ ନ ହୁଏ ତେବେ ଟେଟ୍ରାସାଇକ୍ଲିନ  ୨୫୦ ମି.ଗ୍ରା. ର ଗୋଟିଏ ବଟିକା ଦିନକୁ ୪ ଥର ୩ ଦିନ ଖାଆନ୍ତୁ ଓ ତା’ପରେ ଦିନକୁ ୨ଟି ବଟିକା ଖାଆନ୍ତୁ  । ଏହା ମାସେ ଯାଏଁ ଖାଇବା ଉଚିତ୍  ।

ଚର୍ମ କର୍କଟ

ଗୋରା ରଙ୍ଗଧାରୀ ବ୍ୟକ୍ତି ଯଦି ବହୁ ସମୟ ଟାଣ ଖରାରେ କାମ କରୁଥାନ୍ତି  ତେବେ ତାହାଙ୍କୁ ଚର୍ମକର୍କଟ ରୋଗ ହେବାର ଭୟ ଥାଏ  । ଶରୀରର ଯେଉଁ ଅଂଶମାନଙ୍କରେ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ପଡେ ସେହି ଅଙ୍ଗ ମାନଙ୍କରେ କର୍କଟ ହେବାର ସମ୍ଭାବନା ଥାଏ   ।

ଚର୍ମ କର୍କଟ ଅନେକ ରୂପରେ ହୋଇଥାଏ   । ପ୍ରଥମେ ଏହା ଏକ ଛୋଟ ମୁଦ୍ରିକା ଆକାର ହୁଏ  ଓ ମୁକ୍ତା ପରି ଚକଚକ୍  କରିଥାଏ   । ତାହାର ଠିକ୍ ମଝିରେ ଗୋଟିଏ ଛୋଟ ଗାତ ସୃଷ୍ଟି ହୁଏ ଓ ଗାତଟି କ୍ରମଶଃ ବଢିବାରେ ଲାଗେ   ।

ଯଦି ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରାଯାଏ, ତେବେ ଅଧିକାଂଶ ଚର୍ମ କର୍କଟ ମାରାତ୍ମକ ହୁଅନ୍ତି  ନାହିଁ   ।

ଚର୍ମ କର୍କଟକୁ  ସମ୍ପୂର୍ଣ୍ଣ ଆରୋଗ୍ୟ କରିବାପାଇଁ ଅସ୍ତ୍ରୋପ୍ରଚାର ଦରକାର ହୋଇଥାଏ  । ଯଦି ଆପଣଙ୍କର କୌଣସି ଘା’ ବହୁଦିନ ଧରି ଶୁଖୁନାହିଁ  ତେବେ ତାହା ଚର୍ମ କର୍କଟ ହୋଇ ଥାଇପାରେ   । ଅବହେଳା ନ କରି ସ୍ୱାସ୍ଥ୍ୟସେବୀଙ୍କୁ ଦେଖାଇ ଦିଅନ୍ତୁ   ।

ଗୋରା ରଙ୍ଗର ବ୍ୟକ୍ତି ବା ଯେଉଁ ମାନଙ୍କର ଚର୍ମ ପତଳା ସେମାନେ ପ୍ରଚଣ୍ଡ ସୂର୍ଯ୍ୟତାପରୁ ନିଜ ଶରୀରକୁ ରକ୍ଷା କରିବା ଉଚିତ୍ ଓ ସବୁବେଳେ ମୁଣ୍ଡରେ ଟୋପି ପିନ୍ଧିବା ଭଲ  । ଯଦି କୌଣସି ବ୍ୟକ୍ତିଙ୍କର ଚର୍ମ କର୍କଟ ହୋଇଅଛି  ଓ ସେ ସୂର୍ଯ୍ୟ କିରଣରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ସେ ଏକ ସ୍ଵତନ୍ତ୍ର ମଲମ ଲଗାଇ ସୂର୍ଯ୍ୟ ତାପରୁ ଘା’କୁ ରକ୍ଷା କରି ପାରନ୍ତି  । ଜିଙ୍କ୍ ଅକସାଇଡ ମଲମଟି ଏକ ଶସ୍ତା ମଲମ ଅଟେ  ଓ ଏହା ଭଲ  କାମ ଦିଏ   ।

ଚର୍ମ  ଯକ୍ଷ୍ମା ବା ଶରୀରର ରସବାହୀଗ୍ରନ୍ଥି ଫୁଲିବା

ଯେଉଁ ସୂକ୍ଷ୍ମ କୀଟାଣୁ  ଫୁସୁଫୁସ୍ ରେ ଜଖା ସୃଷ୍ଟି କରି ଥାଆନ୍ତି, ସେହି କୀଟାଣୁମାନେ ହିଁ ଚର୍ମଉପରେ ଚର୍ମ ଯକ୍ଷ୍ମା ସୃଷ୍ଟି କରନ୍ତି, ଏହା ଆରମ୍ଭ ବେଳେ ଯନ୍ତ୍ରଣା ଶୂନ୍ୟ ଅଟେ   ।

ପ୍ରାୟତଃ ଚର୍ମ ଯକ୍ଷ୍ମା ଧୀରେ ଧୀରେ  ଆରମ୍ଭ ହୁଏ   । ବହୁତ ଦିନ ଧରି ରୁହେ   । ପୁନଶ୍ଚ ମାସ ମାସ ବା ବର୍ଷେ ପରେ ପୁନର୍ବାର ଲେଉଟି ଆସେ   । ଏହାକୁ ଚିହ୍ନି ଚିକିତ୍ସା ଆରମ୍ଭ କରିବା ପ୍ରାୟ କଷ୍ଟକର  ହୋଇଥାଏ   ।

ଚର୍ମ ଯକ୍ଷ୍ମା ସମୟେ ସମୟେ  ଲସୀକା ଗ୍ରନ୍ଥୀରୁ ସଂକ୍ରମିତ ହୋଇଥାଏ, ଅଧିକାଂଶ ସମୟରେ ବେକ ଓ ଖୁଆର ମଧ୍ୟବର୍ତ୍ତୀ ସ୍ଥାନ ବା କଣ୍ଠାସ୍ଥିର ଠିକ୍ ପଛକୁ ଦେଖା ଦେଇଥାଏ, ଲସୀକା ଗ୍ରନ୍ଥୀ ଫୁଲିଯାଏ  ଓ ଫାଟିଯାଇ ସେଥିରୁ ପୂଜ ବାହାରେ   । କିଛି ସମୟ ପାଇଁ ଶୁଖିଯାଇ ପୁନଶ୍ଚ ଖୋଲିଯାଇ ପୂଜ ବାହାରେ  । ସାଧାରଣତଃ ଏଗୁଡିକ ପୀଡା ଦାୟକ ନୁହେଁ   ।

ଚିକିତ୍ସା

ଘା’ ବହୁଦିନ ଧରି ନ ଶୁଖିଲେ, ମାଂସ ପଚିଗଲେ ବା ଲସୀକା ଗ୍ରନ୍ଥୀ ଅନେକ ଦିନ ଧରି ଫୁଲିରହିଲେ, କାଳ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  । ଏଥିପାଇଁ  ସ୍ଵତନ୍ତ୍ର ପରୀକ୍ଷା ଆବଶ୍ୟକ ହୋଇଥାଏ   । ଏହି ରୋଗର ସଂକ୍ରମଣ ପୁନର୍ବାର ନ ହେବା ପାଇଁ ଚର୍ମ ଠିକ୍ ଦେଖାଯିବା ପରେ ମଧ୍ୟ ଅନେକ ଦିନ ଧରି ଔଷଧ ଖାଇବାକୁ ପଡିଥାଏ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate