অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚର୍ମର ଅଂଶ ବିଶେଷ ଓ ଏହାର କାର୍ଯ୍ୟ

ଉପକ୍ରମ

ଚର୍ମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ   । ଏହା ବହିଃଚର୍ମ ଓ ଅନ୍ତଃଚର୍ମକୁ ନେଇ ଗଠିତ  । ବହିଃଚର୍ମ ମୃତ କୋଷଗୁଡିକୁ ନେଇ ଗଠିତ   । ଅନ୍ତଃ ଚର୍ମରେ କୋଷଗୁଡିକ ଜୀବନ୍ତ ଥାଆନ୍ତି  । ଅନ୍ତଃ ଚର୍ମ ଗ୍ରନ୍ଥୀକୁ ନେଇ ଗଠିତ, ଯାହା ଝାଳ ବାହାରିବାରେ ସାହାଯ୍ୟ  କରେ  । ଏଥି ସହିତ ଯନ୍ତ୍ରଣା, ଚାପ, ଇତ୍ୟାଦି ଅନୁଭୂତ ହୋଇଥାଏ   । ଏହିସବୁକୁ ନେଇ ଚର୍ମ ଆମ ଶରୀରର ରକ୍ଷାକାରୀ ଭାବେ  କାମ କରେ  ଏବଂ  ଗରମ, ଥଣ୍ଡା ଓ ଜୀବାଣୁମାନଙ୍କ କବଳରୁ ରକ୍ଷା କରିଥାଏ  । ସୂର୍ଯ୍ୟକିରଣରୁ ଚର୍ମ ଭିଟାମିନ ‘ଘ’ ପାଇଥାଏ ଯାହା ଶରୀରକୁ ରିକେଟ୍ ରୋଗରୁ ରକ୍ଷା  କରିଥାଏ  । ଖଣ୍ଡିଆ ଖାବରା ବା ଘା’ ହେତୁ ଚର୍ମ ସଂକ୍ରମଣର ସମ୍ମୁଖୀନ ହୋଇଥାଏ  । ପୁଷ୍ଟିକାରକ ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଚର୍ମର  ଉପଯୁକ୍ତ ଯତ୍ନ ନେଇଥାଏ ଓ ଚର୍ମ ରୋଗ ହୋଇ ନଥାଏ  । କେତେକ ଚର୍ମ ସମସ୍ୟାଦ୍ଵାରା ଚର୍ମ କେବଳ ସଂକ୍ରମିତ ହୋଇଥାଏ   । ଯଥା – ଯାଦୁ, ଚକଡା ଦାଗ, ଭାତୁଡି ଇତ୍ୟାଦି  । ଅନ୍ୟ ସମସ୍ୟା ସଂପୂର୍ଣ୍ଣ ଶରୀରକୁ ସଂକ୍ରମିତ କରୁଥିବା ରୋଗର  ଲକ୍ଷଣ ଅଟେ  । କେତେକ ଚର୍ମ ରୋଗ ଯକ୍ଷ୍ମା, ସିଫିଲିସ୍, ଓ କୁଷ୍ଠ ରୋଗର ଲକ୍ଷଣ ହୋଇଥାଏ   ।

ଗ୍ରାମାଞ୍ଚଳରେ ସାଧାରଣ ଚର୍ମ ସମସ୍ୟାକୁ ନେଇ ଏହି ପରିଚ୍ଛେଦରେ ଆଲୋଚନା କରାଯାଇଛି  । ଚର୍ମରେ ଶହ ଶହ ପ୍ରକାରର ରୋଗ ଅଛି   । କେତେକ ରୋଗ ଏକା ଭଳି ଦେଖାଯାନ୍ତି  ଯାହା ଅଲଗା ଅଲଗା  ଚିହ୍ନିବା କଷ୍ଟକର ଅଟେ   । ତଥାପି ସେମାନଙ୍କର କାରଣ ଓ ସେଥିପାଇଁ ଦରକାର ହେଉଥିବା ଚିକିତ୍ସା ସଂପୂର୍ଣ୍ଣରୂପେ ଅଲଗା ଅଟେ   ।

ଯଦି କୌଣସି ଚର୍ମ ସମସ୍ୟା ଗୁରୁତର ହୁଏ ବା ଚିକିତ୍ସା କଲେ ବି ରୋଗ ଅଧିକ ବିପଦଜନକ ହୁଏ, ତେବେ ଡାକ୍ତରୀ ସହାୟତା ନିଅନ୍ତୁ  ।

ଚର୍ମ ସମସ୍ୟାର ଚିକିତ୍ସା ପାଇଁ ସାଧାରଣ ନିୟମ

ଯଦିଓ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ନିର୍ଦ୍ଧିଷ୍ଟ ଚିକିତ୍ସା ଦରକାର ହୁଏ ତଥାପି କେତେକ ସାଧାରଣ ଉପାୟ ଅଛି ଯାହା ଅନେକ ସମୟରେ ସାହାଯ୍ୟ କରେ   ।

ନିୟମ – ୧

ଯଦି ଚମଡାରେ କୌଣସି ଗୁରୁତର ସଂକ୍ରମଣ ଦେଖାଯାଏ, ଯଥା

  • ଜଳିବା (ପ୍ରଭାବିତ ଜାଗାର ଆଖପାଖ ଚର୍ମ ଲାଲ ହୋଇଯିବା)
  • ଫୁଲିବା
  • ଯନ୍ତ୍ରଣା ହେବା
  • ଉତ୍ତାପ (ଗରମ ଅନୁଭୂତ ହେବା)
  • ପୂଜ ବାହାରିବା

ଏହା କରନ୍ତୁ

  • ରଭାବିତ ସ୍ଥାନକୁ ସ୍ଥିର ରଖନ୍ତୁ ଏବଂ ଉପରକୁ ଉଠାନ୍ତୁ  (ଶରୀରର ଅନ୍ୟାନ୍ୟ ଅଂଶ ଅପେକ୍ଷା ଏହାକୁ ଉପରେ ରଖନ୍ତୁ)
  • ଗରମ ପାଣିରେ ଭିଜା କପଡା ବ୍ୟବହାର କରନ୍ତୁ   ।
  • ଯଦି ସଂକ୍ରମଣ ଅଧିକ ହୋଇଥାଏ ବା ବ୍ୟକ୍ତିଙ୍କୁ ଜ୍ଵର ହୋଇଥାଏ ଜୀବାଣୁନାଶୀ ଦିଅନ୍ତୁ  (ପେନିସିଲିନ୍ ବା ସଲଫୋନାମାଇଡ) ବା (ଏରିଥ୍ରୋମାଇସିନ୍) ବ୍ୟବହାର  କରନ୍ତୁ   ।

ଲସୀକା ଗ୍ରନ୍ଥୀ ଫୁଲିଯିବା, ପ୍ରଭାବିତ ଅଞ୍ଚଳରେ ଲାଲ ଗାର ଦେଖାଯିବା ଦୁର୍ବଳ ହେବା, ଏହିସବୁ ହେଉଛି ରୋଗର ମାରାତ୍ମକ ଲକ୍ଷଣ   । ଯଦି ଚିକିତ୍ସା ଦ୍ଵାରା ଏସବୁ ଭଲ ହୁଏ ନାହିଁ, ତେବେ  ଜୀବାଣୁନାଶୀ ଔଷଧ ବ୍ୟବହାର କରନ୍ତୁ ଏବଂ ଅତିଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ   ।

ନିୟମ – ୨ ଯଦି ପ୍ରଭାବିତ ଚର୍ମ ଉପରେ ଫୋଟକା ହୁଏ, ତା ଉପରେ ଅଂଶ କଠିନ ହୋଇଯାଏ, କାଦୁଆ ଦେଖାଯାଏ, କୁଣ୍ଡାଇ ହୁଏ, ବିନ୍ଧେ ବା ପୋଡିବାକୁ ଆରମ୍ଭ କରେ ତେବେ ଏହା କରନ୍ତୁ   ।

  • ଧଳା ଚର୍ମ ମିଶିଥିବା ଥଣ୍ଡା ପାଣିରେ ଲୁଗାକୁ ଭିଜାଇ ପ୍ରଭାବିତ ସ୍ଥାନରେ ରଖନ୍ତୁ (ଏକ ପାଆ ବିଶୁଦ୍ଧ ଜଳରେ ଦୁଇ ଟେବୁଲ ଚାମଚ ସିର୍କା)  ।
  • ଧଳା ସିର୍କା ବଦଳରେ ଆପଣ ପୋଟାସିୟମ ପରମାଙ୍ଗାନେଟ ମଧ୍ୟ ବ୍ୟବହାର କରିପାରନ୍ତି, ଏକ ଲିଟର ଥଣ୍ଡା ପାଣିରେ ସାମାନ୍ୟ ପରିମାଣର ପୋଟାସିୟମ ପରମାଙ୍ଗାନେଟ ମିଶାନ୍ତୁ   ।
  • ଯେତେବେଳେ ପ୍ରଭାବିତ ଅଞ୍ଚଳ ଅପେକ୍ଷାକୃତ ଭଲ ଜଣା ପଡିବ ଏବଂ ପତଳା ନୂଆ ଚର୍ମ ଦେଖାଯିବ, ସେତେବେଳେ ତା ଉପରେ ଅଳ୍ପ ପରିମାଣରେ ଅଭକ ଓ ପାଣିର ମିଶ୍ରଣ ଦିଅନ୍ତୁ   । (ଏକ ଭାଗ ଅଭ୍ରକ ଓ ଏକ ଭାଗ ପାଣି)
  • ଯେତେବେଳେ ପ୍ରଭାବିତ ସ୍ଥାନ ଭଲ ହୋଇଯିବ, ତା ଉପରେ ବାହାରୁଥିବା ନୂଆ ଚମଡା ମୋଟା ହୋଇଯିବ, ସେତେବେଳେ ତାକୁ ନରମ କରିବାପାଇଁ ତା ଉପରେ ଶାକଶବଜି ତେଲ ବା ଶରୀର ପାଇଁ ବ୍ୟବହୃତ ତେଲ ଘଷନ୍ତୁ ।

ନିୟମ – ୩

ଯଦି ପ୍ରଭାବିତ ସ୍ଥାନ ଶରୀରର ଏପରି ଅଂଶରେ ହୋଇଥାଏ ଯେ ତାହା ଉପରେ ସବୁବେଳେ ଖରା ପଡେ, ତେବେ ତାକୁ ସେଥିରୁ ରକ୍ଷା କରନ୍ତୁ  ।

ନିୟମ – ୪

ଯଦି ପ୍ରଭାବିତ ସ୍ଥାନ ଶରୀରର ଏପରି ଅଂଶରେ ହୋଇଥାଏ ଯେ ତା ଉପରେ ସବୁବେଳେ ପୋଷାକ ଆବୃତ୍ତ ଥାଏ, ତେବେ ତାକୁ ଦିନରେ ୨ ବା ୩ ଥର ୨୦ ମିନିଟ୍ ପାଇଁ ଖରା ଦିଅନ୍ତୁ   ।

ଗରମ ପାଣି ସେକ ବ୍ୟବହାର ପାଇଁ ନିୟମାବଳୀ

  1. ଗରମ ପାଣି କରନ୍ତୁ ଓ ଆପଣଙ୍କ ହାତ ସେଥିରେ ରଖିପାରିବା ଭଳି ଥଣ୍ଡା କରନ୍ତୁ   ।
  2. ପ୍ରଭାବିତ ସ୍ଥାନଠାରୁ ସାମାନ୍ୟ ବଡ ଗୋଟିଏ ପରିଷ୍କାର କନାକୁ ଭାଙ୍ଗନ୍ତୁ, ତାକୁ ଗରମ ପାଣିରେ ବୁଡାଇ ଓଦା କରନ୍ତୁ ଓ ଅଧିକ ପାଣିକୁ ଚିପୁଡି ବାହାର କରିଦିଅନ୍ତୁ   ।
  3. ପ୍ରଭାବିତ ଚର୍ମ ଉପରେ  କନାଟିକୁ ରଖନ୍ତୁ   ।
  4. ପତଳା ପ୍ୟୁଟିକ ବା ସେଲୋଫେନଦ୍ଵାରା କନାଟିକୁ ଢାଙ୍କି ଦିଅନ୍ତୁ   ।
  5. ତା’ଭିତର ଗରମ ରହିବା ପାଇଁ ତା’ ଉପରେ ଏକ ତଉଲିଆ ଗୁଡେଇ ଦିଅନ୍ତୁ  ।
  6. ପ୍ରଭାବିତ ଅଙ୍ଗକୁ ଉପରକୁ ଉଠାଇ ରଖନ୍ତୁ   ।
  7. ଲୁଗା ଥଣ୍ଡା ହେବାପରେ ତାକୁ ପୁଣି ଗରମ ପାଣିରେ ଭିଜାଇ ଏହାର ପୁନରାବୃତ୍ତି କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate