অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଛୁ

କାଛୁ

ଛୋଟ ପିଲାମାନଙ୍କ  ପାଇଁ କାଛୁ ଏକ ସାଧାରଣ ରୋଗ ଏହା ଶରୀରର ପ୍ରାୟ ସମସ୍ତ ସ୍ତନରେ ଛୋଟ ଛୋଟ କୁଣ୍ଡେଇ ହେଉଥିବା ଫୋଟକା ଆକାରରେ ଦେଖାଦିଏ , କିନ୍ତୁ ନିମ୍ନୋକ୍ତ ସ୍ଥାନ ଗୁଡିକରେ ଏହା ସାଧାରଣତଃ ଦେଖାଦିଏ   ।

ଟିଙ୍କ ପରି ଛୋଟ କୀଟଙ୍କ ଯୋଗୁଁ କାଛୁ ଆରମ୍ଭ ହୋଇଥାଏ, ଏମାନେ ଚରମ ତଳେ ନାଳୀ  ସୃଷ୍ଟି କରିଦିଅନ୍ତି  । କାଛୁ ହୋଇଥିବା ଲୋକଙ୍କୁ ଛୁଇଁଲେ ବା ତା’ର ଲୁଗା ପଟା ବା ବିଛଣା ବ୍ୟବହାର କରିବା ଦ୍ଵାରା କାଛୁ ବ୍ୟାପିଥାଏ  । ଏହାକୁ କୁଣ୍ଡାଇବା ଦ୍ଵାରା ସଂକ୍ରମିତ ହୋଇ ତାହା ପୂଜଯୁକ୍ତ ଘା’ ସୃଷ୍ଟି କରେ ଏବଂ ବେଳେବେଳେ ଜ୍ଵର ସହିତ ଲସୀକା ଗ୍ରନ୍ଥୀ ଫୁଲିଯାଏ  ।

ଚିକିତ୍ସା

  • ଯଦି କୌଣସି ବ୍ୟକ୍ତିକୁ କାଛୁ ହୋଇଥାଏ, ତେବେ ତାଙ୍କ ପରିବାର ସମସ୍ତେ ଚିକିତ୍ସିତ ହେବା ଉଚିତ୍  ।
  • ଏହିଭଳି ମଲମ ତିଆରି କରନ୍ତୁ – ଅଳ୍ପ ପାଣିରେ କିଛି ସମୟ ନିମ୍ବ ପତ୍ରକୁ ସିଝାନ୍ତୁ  । କିଛି ହଳଦୀଗୁଣ୍ଡ ସହିତ ତାକୁ ବାଟି ଏକ ମଲମ ପ୍ରସ୍ତୁତ କରନ୍ତୁ   ।

ସାରା ଶରୀରକୁ ଭଲ ଭାବରେ ସାବୁନରେ ଘସି ପାଣି ପକାଇ ସଫା କରନ୍ତୁ, ତା’ପରେ ଏହି ନିମ୍ବ ଓ ହଳଦୀର ମଣ୍ଡକୁ ସାରା ଦେହରେ ବିଶେଷତଃ ଗୋଡ ବା ହାତ ଆଙ୍ଗୁଠି ସନ୍ଧି ତଥା ଜଙ୍ଘ ସନ୍ଧିରେ ଭଲ ଭାବରେ ପ୍ରଲେପ କରନ୍ତୁ   । କିଛି ସମୟ ପାଇଁ ଖରାରେ ଠିଆ ହୁଅନ୍ତୁ   । ଦିନକୁ ଦିନ ଅଧିକ ପରିମାଣରେ ଏହି ମଣ୍ଡକୁ ୩ ଦିନ  ପର୍ଯ୍ୟନ୍ତ ବୋଳି ହୁଅନ୍ତୁ   । ସ୍ନାନ କରନ୍ତୁନାହିଁ, ଏହି ତିନିଦିନ ମଧ୍ୟରେ ସମସ୍ତ ଲୁଗାପଟା, ବିଛଣାପତ୍ର, ବିଛଣା ଚଦର, ଗାମୁଛା ଇତ୍ୟାଦିକୁ ଗରମ ପାଣିରେ ସିଝାଇ ଦିଅନ୍ତୁ ଓ ତାହାକୁ ଖରାରେ ଶୁଖାନ୍ତୁ   । ଚତୁର୍ଥ ଦିନ ଭଲଭାବେ ସ୍ନାନ କରି ସଫା ଶୁଖିଲା ପୋଷାକ ପିନ୍ଧନ୍ତୁ  ।

  • ଏ କ୍ଷେତ୍ରରେ ବ୍ୟକ୍ତିଗତ ପରିଚ୍ଛନ୍ନତା ହେଉଛି ଅଧିକ ଗୁରୁତ୍ଵପୂର୍ଣ୍ଣ   । ପ୍ରତିଦିନ ଗାଧାନ୍ତୁ ଏବଂ ପୋଷାକ ପରିବର୍ତ୍ତନ କରନ୍ତୁ  । ସମସ୍ତ ଲୁଗାପଟା ବିଛଣା ଇତ୍ୟାଦି ନିୟମିତ ସଫା କରି ଖରାରେ ଶୁଖାନ୍ତୁ  ।
  • ନିମ୍ନ ଓ ହଳଦୀର  ମିଶ୍ରଣ ବଦଳରେ ଆପଣ କିଛି ଗନ୍ଧକକୁ  ସମାନ ପରିମାଣର ପାଣିରେ ମିଶାଇ ମଲମ ତିଆରି କରି ପାରନ୍ତି  ଓ ତାକୁ ଦେହରେ ଲଗାଇ ପାରନ୍ତି   ।
  • ଲିଣ୍ଡେନ (ଗାମାବେଞ୍ଜିନ ହେକ୍ସାକ୍ଳୋରାଇଡ ଓ ଭେସଲିନ (ପେଟ୍ରୋଲିୟମ ଜେଲି ମିଶାଇ ସାରା ଦେହକୁ  ଗରମ ପାଣି ଓ ସାବୁନ ଦ୍ଵାରା ଭଲଭାବରେ ଧୁଅନ୍ତୁ  । ଭେସଲିନ ୧୫ ଭାଗ ଓ ଲିଣ୍ଡେନ ଏକ ଭାଗ ଗରମ କରି ସାରା ଶରୀରରେ ଲଗାନ୍ତୁ  ଗୋଟିଏ ଦିନ ପରେ ଗାଧାନ୍ତୁ   । ଏହି ପରି ଏକ ସପ୍ତାହ ପରେ ଆଉ ଥରେ କରନ୍ତୁ  ।
  • ଏହା ଛଡା ୪ ଠୋପା ଲିଣ୍ଡେନ ଓ ଲେମ୍ବୁରୁ  ଫାଳେ ବ୍ୟବହାର କରି ଦେହସାରା  ଲଗାଇଲେ ଉପକାର ମିଳିଥାଏ  ।

ସତର୍କତା

ଲିଣ୍ଡେନ ଅଧିକ  ବ୍ୟବହାର କରିବାଦ୍ଵାରା ବିଷ ହୋଇଯାଏ   । ସପ୍ତାହକୁ ଥରେ ଲିଣ୍ଡେନ ଲଗାଇବା ଉଚିତ୍ ଓ ତା ପରଦିନ ଭଲଭାବରେ  ଗାଧୋଇବା ଉଚିତ୍  । ଏକ ବର୍ଷରୁ କମ୍ ପିଲାଙ୍କ ଦେହରେ ଲିଣ୍ଡେନ ଲଗାନ୍ତୁ ନାହିଁ   ।

ମନେ ରଖନ୍ତୁ

ଗାମାବେଞ୍ଜିନ ହେକ୍ସାକ୍ଳୋରାଇଡ ଓ ବେଞ୍ଜିଲ ବେଞ୍ଜୋଏଟ  କାଛୁକୁ ଭଲ କରିଦେଇଥାଏ, କିନ୍ତୁ ଏହା ଖର୍ଚ୍ଚ ବହୁଳ   ।

କ୍ରୋଟାମିନଟନ (କ୍ରୋଟୋରକ୍ସ)

ଉକୁଣୀ

ମୁଣ୍ଡ ଉକୁଣୀ ଓ ଦେହ ଯୋଗୁଁ ମୁଣ୍ଡ ଓ ଦେହ କୁଣ୍ଡେଇ ହୁଏ  । ଏମାନଙ୍କ ଯୋଗୁଁ ଚର୍ମରେ ବେଳେବେଳେ ଚର୍ମରେ ବେଳେବେଳେ ସଂକ୍ରମଣ ହୋଇଥାଏ  ଏବଂ ଲସୀକା ଗ୍ରନ୍ଥୀ ଫୁଲିଯାଏ, ଉକୁଣୀମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଅନ୍ତୁ   । ଖଟ, ତକିଆଖୋଳ ଓ ବିଛଣା ଆଦିକୁ ପ୍ରତିଦିନ ଖରାରେ ଶୁଖାନ୍ତୁ   । ପ୍ରତିଦିନ ଗାଧାନ୍ତୁ ଓ ମୁଣ୍ଡକୁ  ସଫା କରନ୍ତୁ   ।ପିଲାମାନଙ୍କର କେଶକୁ ସଫା ରଖନ୍ତୁ   । ଯଦି ପିଲାମାନଙ୍କର ମୁଣ୍ଡରେ ଉକୁଣୀ ହୋଇଥାଏ ତେବେ ଉକୁଣୀ ନିର୍ମୂଳ କରିବାକୁ ଔଷଧ ଲଗାନ୍ତୁ  । ଉକୁଣୀ ହୋଇଥିବା ପିଲାକୁ ଅନ୍ୟମାନଙ୍କ ପାଖରେ ଶୋଇବାକୁ ଦିଅନ୍ତୁ ନାହିଁ   ।

ଚିକିତ୍ସା

  • ସମାନ ପରିମାଣର ମୁଣ୍ଡରେ ଲଗାଇବା ତେଲ ଏବଂ କିରୋସିନର  ଏକ ମିଶ୍ରଣ ତିଆରି କରନ୍ତୁ   ।
  • ରାତ୍ରିରେ ଏହି ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ   ।
  • ଏହି ମିଶ୍ରଣକୁ କେଶର ପ୍ରତ୍ୟକ ଶିରାରେ ଲଗାନ୍ତୁ ଯେପରିକି ଏହା ସମସ୍ତ ଉକୁଣୀ ଓ ନଖ ସଂସ୍ପର୍ଶରେ ଆସିପାରିବ  ।
  • ଏହାପରେ ଗୋଟିଏ ତଉଲିଆରେ ମୁଣ୍ଡକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ   ।
  • ତା’ ପରଦିନ ସକାଳେ କେଶକୁ ଭଲ ଭାବରେ ସାବୁନରେ ଧୋଇ ଦିଅନ୍ତୁ, (କୌଣସି ଗୁଣ୍ଡ ଜାତୀୟ କ୍ଷାରରେ ଧୋଇବେ ନାହିଁ) ଓ ଗୋଟିଏ ଭଲ ଦାନ୍ତ ପାନିଆରେ ମୁଣ୍ଡକୁ କୁଣ୍ଡାନ୍ତୁ  ।
  • ପାନିଆରେ ଥିବା ଉକୁଣୀକୁ ମାରିବା ପାଇଁ ପାନିଆକୁ କିରୋସିନରେ ବୁଡାଇ ଦିଅନ୍ତୁ   । ନିଖମାନଙ୍କ  ଦାଉରୁ ରକ୍ଷା ପାଇବା ପାଇଁ କେଶକୁ ଫୁଟନ୍ତା ପାଣି ଓ ସିର୍କାର  ମିଶ୍ରଣରେ ଅଧଘଣ୍ଟା ଯାଏଁ ବୁଡାଇ ରଖନ୍ତୁ   । ତା’ପରେ ଗୋଟିଏ ସରୁ ଦାନ୍ତବାଲା ପାନିଆରେ ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ   ।
  • ଦଶଦିନ ପରେ ପୁଣି ଏହିଭଳି କରନ୍ତୁ   ।
  • ଏକ ଭାଗ ଲିଣ୍ଡେନ ଓ ୧୦ ଭାଗ ପାଣିରେ ଏକ ସାମ୍ପୋ ପ୍ରସ୍ତୁତ କରନ୍ତୁ ଓ ଏହାକୁ କେଶରେ ଲଗାନ୍ତୁ  । ଏହା ଯେପରି ଆଖିରେ ନ ଲାଗିବ ସତର୍କ ରୁହନ୍ତୁ । ଲଗାଇସାରିବାର ୧୦ ମିନିଟପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ   । ଏକ ସପ୍ତାହ ପରେ ପୁଣି ଆଉଥରେ ଧୁଅନ୍ତୁ   ।

ଟିଙ୍କ

ଯଦିଓ ଟିଙ୍କକୁ ସହଜ ଓ ସୁବିଧାରେ କାମୁଡିଥିବା ସ୍ଥାନରୁ ବାହାର କରିଦିଆଯାଏ ତଥାପି ଏହା ଅଯଥା ଯନ୍ତ୍ରଣା ଦେଇଥାଏ ଓ ଯଦି ବିଶେଷକରି ଏହାର ମୁଣ୍ଡ ଚର୍ମ ଭିତରେ ରହିଯାଏ ତେବେ ଏହା ଶରୀରର ପ୍ରଭୁତ କ୍ଷତି କରିଥାଏ   ।

ଟିଙ୍କ କାମୁଡିବା ଦ୍ଵାରା କେତେକ ସଂକ୍ରମଣ ଓ ପକ୍ଷାଘାତ ହୋଇଥାଏ  । ଟିଙ୍କ କାମୁଡିବା ସଙ୍ଗେ ସଙ୍ଗେ ଏହାକୁ କାଢିଦେଲେ ଏହି ପ୍ରକାର ସମସ୍ୟା ସୃଷ୍ଟି ହୁଏ  ନାହିଁ । ତେଣୁ ଟିଙ୍କ ଥିବା ସ୍ଥାନରେ ଚାଲିଲା ପରେ ଶରୀରକୁ  ଭଲ ଭାବରେ ଦେଖି ନିଅନ୍ତୁ – ଟିଙ୍କ ଦେହରେ ଲାଗିଛି ନା ନାହିଁ   । ତିଙ୍କର ମୁଣ୍ଡ ଯେପରି ଚର୍ମ  ଭିତରେ ରହିବ ନାହିଁ  ସେଥିପ୍ରତି ସତର୍କ ରୁହନ୍ତୁ   । ଟିଙ୍କର ଦେହକୁ ଟାଣନ୍ତୁ ନାହିଁ   । ଟିଙ୍କକୁ କାଢିବା ପାଇଁ  --

  • ଚିମୁଟାଦ୍ଵାରା ଟିଙ୍କର ପାଟିଠାରୁ ଧରି ଟାଣନ୍ତୁ  ।
  • ଜ୍ଵଳନ୍ତା ସିଗାରେଟ ତା ପାଖରେ ରଖିଦିଅନ୍ତୁ ବା  ତା’ ଉପରେ କିଛି ଆଲକହଲ  ପକାଇ ଦିଅନ୍ତୁ   । ଟିଙ୍କ ଆପେ ଆପେ ତଳେ ପଡିଯିବ  । ଛୋଟ ଟିଙ୍କ କାଢିବା ପାଇଁ କାଛୁ ପାଇଁ ଦିଆଯାଇଥିବା ପ୍ରତିଷେଧକ ଆପଣାନ୍ତୁ   । ଟିଙ୍କ କାମୁଡା ଯନ୍ତ୍ରଣାରୁ ଭଲ ହେବା  ପାଇଁ ଆସ୍ପିରିନ ଖାଆନ୍ତୁ ଏବଂ କୁଣ୍ଡିଆ ଚିକିତ୍ସା ଦେଖନ୍ତୁ  । ଟିଙ୍କ କାମୁଡାରୁ ରକ୍ଷା ପାଇବା ପାଇଁ ଦେହରେ ସଲଫର ପାଉଡର ଲଗାଇ କ୍ଷତ ବା ଜଙ୍ଗଲକୁ ଯାଆନ୍ତୁ   ।

ପୂଜ ହୋଇଥିବା ଛୋଟ ଘା

ଛୋଟ ଛୋଟ କୀଟମାନଙ୍କର କାମୁଡା, କାଛୁ,ତଥା  ଅନ୍ୟାନ୍ୟ  କ୍ଷତକୁ ଅପରିଷ୍କାର ନଖରେ କୁଣ୍ଡାଇବା ଦ୍ଵାରା ଚର୍ମରେ ପୂଜଯୁକ୍ତ ଛୋଟ ଛୋଟ ଘା’ ଦେଖାଯାଏ   ।

ଚିକିତ୍ସା

  • ଘା’କୁ ସିଝା ପାଣି ଓ ସାବୁନରେ ଭଲ ଭାବରେ ଧୁଅନ୍ତୁ, ଘା’ ବକଳାକୁ ଆସ୍ତେ ଆସ୍ତେ କରି ଛଡାଇ ଦିଅନ୍ତୁ   । ପୂଜ ଥିବା ପର୍ଯ୍ୟନ୍ତ ପ୍ରତିଦିନ ଏହିପରି ଘା’କୁ ଧୋଉଥାନ୍ତୁ   ।
  • ଛୋଟ ଘା’ ଗୁଡିକୁ ପବନ ବାଜିବାପାଇଁ ଖୋଲା ଛାଡି ଦିଅନ୍ତୁ   । କିନ୍ତୁ ବଡ ଘା’ ଗୁଡିକରେ ପଟି ବାନ୍ଧି ଦେବା ଦରକାର   । ଏହି ପଟି ପ୍ରତିଦିନ ପରିବର୍ତ୍ତନ ହେବା ଆବଶ୍ୟକ   ।
  • ଯଦି ଘା’ର ଚାରି ପାଖରେ ଲାଲ ଦିଶୁଥାଏ ଓ ତାହା ଗରମ ଥାଏ, କିମ୍ବା ଘା’ ହୋଇଥିବା ବ୍ୟକ୍ତିଙ୍କୁ ଜ୍ଵର ହେଉଥାଏ, ଘା’ ଉପରେ ଲାଲଗାର ପଡିଥିବା ଭଳି ଦିଶୁଥାଏ  ବା ଲସୀକାଗ୍ରନ୍ଥୀ ଫୁଲିଥାଏ, ତେବେ ତାହାଙ୍କୁ  ଜୀବାଣୁନାଶୀ ଔଷଧ ଯଥା – ପେନିସିଲିନ ବା ସଲ୍ଫା ବଟିକା ଦିଅନ୍ତୁ   ।
  • ଘା’କୁ ଖଣ୍ଡିଆ କରନ୍ତୁ ନାହିଁ, ଏହା ଅବସ୍ଥାକୁ ବେଶୀ ଖରାପ କରିଥାଏ ଓ ସଂକ୍ରମଣ ହୋଇ ଶରୀରର ଅନ୍ୟ ଅଂଶକୁ  ବ୍ୟାପିଥାଏ  । ଛୋଟ ପିଲାମାନଙ୍କର ନଖକୁ  କାଟି ଛୋଟ କରି ଦିଅନ୍ତୁ  ବା ସେମାନଙ୍କ  ହାତରେ ମୋଜା ବା ଦସ୍ତାନା ପିନ୍ଧାଇ  ଦିଅନ୍ତୁ  ଯାହାଦ୍ଵାରା ସେ ଘା’କୁ ଅଧିକ ଖଣ୍ଡିଆ କରି ପାରିବେ ନାହିଁ   ।
  • ଚର୍ମ ଉପରେ ଘା’ ହୋଇଥିବା ଅଥବା ଅନ୍ୟାନ୍ୟ  ଚର୍ମ ରୋଗ ହୋଇଥିବା ପିଲା ସହିତ ଅନ୍ୟାନ୍ୟ ସୁସ୍ଥ ପିଲାଙ୍କୁ ଏକତ୍ର ଶୋଇବାକୁ  ବା ଖେଳିବାକୁ  ଦେବା ଉଚିତ୍ ନୁହେଁ, କାରଣ ଏଗୁଡିକ ଭୀଷଣଭାବେ ସଂକ୍ରାମକ ଅଟନ୍ତି   । ଶିଶୁମାନଙ୍କ ଦେହର ଘ ମାରାତ୍ମକ ଭାବେ ସଂକ୍ରାମକ ଅଟେ   । ତେଣୁ ଶିଶୁଟିକୁ ସ୍ୱାସ୍ଥ୍ୟସେବୀମାନଙ୍କୁ  ଦେଖାଦେଇଥିବା ଉଚିତ୍  ।

ଚର୍ମ ପୂୟ

ଏହା ଏକ ପ୍ରକାର ସୂକ୍ଷ୍ମ ଜୀବାଣୁମାନଙ୍କ ଦ୍ଵାରା ସଂକ୍ରମିତ ହୋଇ ଚର୍ମ ଉପରେ ଚକଚକିଆ ଓ ହଳଦିଆ ବକଳା ଧରୁଥିବା ଘ’ ସୃଷ୍ଟି କରେ   । ଏହା ଛୋଟ ପିଲାମାନଙ୍କ ମୁହଁ  ଉପରେ, ବିଶେଷତଃ ପାଟି ଚାରି ପାଖରେ ଦେଖାଦେଇଥାଏ  । ଏହି ସଂକ୍ରମଣ ଜଣଙ୍କଠାରୁ ଅନ୍ୟଜଣଙ୍କ ଖୁବ୍  ସହଜରେ ଡେଇଁଥାଏ   । ସାଧାରଣତଃ ଏହି ଘା’ରେ ଲାଗିଥିବା ଆଙ୍ଗୁଠିଦ୍ଵାରା ଏହାର ବୀଜାଣୁ ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇଥାଏ   ।

  • ଘା’ ହୋଇଥିବା ସ୍ଥାନକୁ ଭଲଭାବରେ ସିଝାପାଣି ଓ ସାବୁନରେ ଧୋଇ ବକଳାକୁ ଆସ୍ତେ ଓଦା କରି ଉଠାଇ ଦିଅନ୍ତୁ   ।
  • ଘା’ ଉପରେ ଜେନସନ ଭାଇଓଲେଟ କିମ୍ବା ଜୀବାଣୁନାଶୀ ମଲମ ଯଥା : ପଲିସ୍ପୋରିନ କିମ୍ବା ଟେଟ୍ରାସାଇକ୍ଲିନ ଲଗାନ୍ତୁ।
  • ଯଦି ଏହି ଘା’ ଦେହର ଅଧିକ ଜାଗାରେ ହୋଇଥାଏ ଓ ଉଭୟଙ୍କର ଆକାର ଧାରଣ କରିଥାଏ କିମ୍ବା ବ୍ୟକ୍ତିଙ୍କୁ ଜ୍ଵର ହେଉଥାଏ, ତେବେ ତାହାଙ୍କୁ ପେନିସିଲିନ ବଟିକା ଖାଇବାକୁ ଦିଅନ୍ତୁ   ।

ପ୍ରତିଷେଧକ

  • ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ  । ପିଲାମାନଙ୍କୁ ପ୍ରତିଦିନ ଗାଧୋଇ ଦିଅନ୍ତୁ   । ପିଲାମାନଙ୍କୁ ମଶା, ଛାରପୋକ ତଥା ଅନ୍ୟାନ୍ୟ କୀଟ ପତଙ୍ଗ ଯେପରି କାମୁଡି ନ ପାରିବେ  ସେଥିପ୍ରତି ଦୃଷ୍ଟି ଦିଅନ୍ତୁ   । ଯଦି ପିଲା ଦେହରେ କାଛୁ ଦେଖାଦିଏ, ତେବେ ବିଳମ୍ବ ନ କରି ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରନ୍ତୁ   ।
ଏହି ସଂକ୍ରମଣ ହୋଇଥିବା  ପିଲାଙ୍କୁ ଅନ୍ୟ ସୁସ୍ଥ ପିଲାଙ୍କ ସହ ଖେଳିବାକୁ ଛାଡନ୍ତୁ ନାହିଁ ଅଥବା ସେମାନଙ୍କ ନିକଟରେ ଶୁଆନ୍ତୁ ନହିଁ   । ଏହି ସଂକ୍ରମଣର ଲକ୍ଷଣ ଦେଖିଲାମାତ୍ରେ ଚିକିତ୍ସା ଆରମ୍ଭ କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate