অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିସର୍ପ

ଉପକ୍ରମ

ଏହା ଚର୍ମ ଉପରର ଏକ ପୀଡାଦାୟକ ସଂକ୍ରମଣ ଅଟେ   । ଏହା ବହୁ ସମୟରେ ମୁହଁ ଉପରେ ନାକ ଧାରରେ ଦେଖାଦେଇଥାଏ, ମନ୍ଦା ଆକାରରେ ଲାଲ ହୋଇ ଫୁଲିଯାଏ  । ଭୀଷଣ ଗରମ ରହେ ଏବଂ ଏହାର ଚାରିପାଖ ଧାର ଫୁଲିଲା ଆକାରରେ ରହିଥାଏ   । ଏହି ମନ୍ଦାଟି ଖୁବ୍ ଶୀଘ୍ର ଶିଘେଆ ଶରୀରର ଅନ୍ୟାନ୍ୟ ଅଂଶକୁ ମାଡିଯାଏ  । ଏହି ରୋଗ ଯୋଗୁଁ ଲସୀକା ଗ୍ରନ୍ଥୀ ଫୁଲିଯାଏ ଏବଂ ଜ୍ଵର ହୁଏ   ।

ସେଲ୍ୟୁଲାଇଟିସ ମଧ୍ୟ ଯନ୍ତ୍ରଣାଦାୟକ ସଂକ୍ରମଣ ଅଟେ   । ଚର୍ମ ଫାଟିଯିବା ଦ୍ଵାରା ଏହା ହୋଇଥାଏ   । ଏହି ସଂକ୍ରମଣରେ ସଂକ୍ରମଣର ଧାର ବିସର୍ପଠାରୁ କମ୍ ଫୁଲିଲା ଭଳି ରହିଥାଏ   ।

ଚିକିତ୍ସା

ଏହି ରୋଗ ଦେଖା ଦେବା କ୍ଷଣି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରନ୍ତୁ   । ଜୀବାଣୁନାଶୀ ଔଷଧର ଏଥିପାଇଁ ପ୍ରଧାନ ଔଷଧ ପେନିସିଲିନ ବଟିକା ୪ ଲକ୍ଷ ୟୁନିଟ ଦିନକୁ ୪ ଥର ଖାଇବାକୁ ଦିଅନ୍ତୁ   । ଅତ୍ୟଧିକ ପରିସ୍ଥିତିରେ ପ୍ରତିଦିନ ୮ ଲକ୍ଷ ୟୁନିଟବାଲା ପ୍ରୋକେନ ପେନିସିଲିନ ଇଞ୍ଜେକ୍ସନ ନିଅନ୍ତୁ  ଓ ସଂକ୍ରମଣର ସମସ୍ତ ଲକ୍ଷଣ ଦୂର ହେଲା ପରେ ମଧ୍ୟ ଆହୁରି ଦୁଇଦିନ ପର୍ଯ୍ୟନ୍ତ ତାହା ଗ୍ରହଣ କରନ୍ତୁ   । ଏହା ସହିତ ବିନ୍ଧା କମାଇବା ପାଇଁ ଗରମ ସେକ ଦିଅନ୍ତୁ  ଓ ଆସ୍ପିରିନ ଖାଆନ୍ତୁ   ।

କୋଥ (ମାଂସପଚିବା)

କୌଣସି କ୍ଷତର  ଏହା ହେଛି ଏକ ଭୟଙ୍କର ସଂକ୍ରମଣ ଏଥିରେ ଘା’ ଭୀଷଣ ଦୁର୍ଗନ୍ଧ ହୁଏ ଓ ଏଥିରୁ  ମାଟିଆ ବା ବାଦାମୀ ରଙ୍ଗର ନସା ବୁହେ   । ଘା ପାଖର ଚର୍ମ ଉପରେ କଳା ବକଳା ବାନ୍ଧିଯାଏ  ଓ ଚର୍ମ ତଳେ ମାଂସରେ ବାୟୁ ଫୋଟକା ହୋଇଯାଏ   । କୌଣସି ଖଣ୍ଡିଆ ହେବାର ୬ ଘଣ୍ଟାରୁ ୩ ଦିନ ମଧ୍ୟରେ ଏହି ସଂକ୍ରମଣ ହୋଇଥାଏ  । ଖୁବ୍ ଶୀଘ୍ର ଏହା ଭୟଙ୍କର ରୂପ ଧାରଣ କରେ ଓ ଜଲ୍ଦି ସଂପ୍ରସାରିତ ହୋଇଥାଏ, ଉପଯୁକ୍ତ ଚିକିତ୍ସା କରା ନ ଗଲେ ରୋଗୀ ଖୁବ୍ କମ୍ ଦିନରେ ମୃତ୍ୟୁ ମୁଖରେ ପଡେ   ।

ଚିକିତ୍ସା

  • ଘା’କୁ ଯେତେ ସମ୍ଭବ ମେଲା କରି ଦିଅନ୍ତୁ ଓ ଉଷୁମ ପାଣି ଓ ସାବୁନରେ ଭଲ ଭାବରେ ଧୁଅନ୍ତୁ  । ତାହା ଭିତରେ ଥିବା ମୃତ ପଚା ମାଂସକୁ କାଢି ସଫା କରି ଦିଅନ୍ତୁ   । ଯଦି ସମ୍ଭବ ହେଉଛି ପ୍ରତି ଦୁଇ ଘଣ୍ଟାରେ ହାଇଡ୍ରୋଜେନ ପେରକସାଇଡ ତା ଉପରେ ଢାଳନ୍ତୁ   ।
  • ପେନିସିଲିନ  ଇଞ୍ଜେକ୍ସନ ଦିଅନ୍ତୁ  ୧୦୦୦୦୦୦ ୟୁ ପ୍ରତି ୩ ଘଣ୍ଟାରେ
  • ଘା’ରେ ପବନ ବାଜିବା ପାଇଁ ତାହାକୁ ଖୋଲା ରଖନ୍ତୁ ଓ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ   ।

କମ୍ ରକ୍ତ ସଞ୍ଚାଳନ କାରଣରୁ ସୃଷ୍ଟି ହେଉଥିବା ଚର୍ମ ଉପରର ଘା

ଚର୍ମ ଅଲସର୍ ବା ଚର୍ମ ଉପରର  ଖୋଲାମୁହଁ ବଡ ଅନେକ କାରଣରୁ ହୋଇଥାଏ   । ବୟସାଧିକ ଲୋକମାନଙ୍କର ଗୋଡ ଗଣ୍ଠିରେ ଏହି ରୋଗ ଅନେକ ସମୟରେ ଦେଖାଦେଇଥାଏ   । ବିଶେଷତଃ ବୁଢିମାନଙ୍କର କମ୍ ରକ୍ତ ସଞ୍ଚାଳନ କାରଣରୁ ଲସୀକା ଗ୍ରନ୍ଥୀ ଫୁଲିଯାଇ ଗୋଡ ଗଣ୍ଠିରେ ଦୀର୍ଘକାଳୀନ ଘା’ ସୃଷ୍ଟି ହୋଇଥାଏ   । ଗୋଡ ମଧ୍ୟରେ ରକ୍ତ ଦ୍ରୁତ ସଞ୍ଚାଳିତ ହୋଇପାରେ ନାହିଁ  ଏହି  ନାଳୀ ଘା କ୍ରମଶଃ ଖୁବ୍ ବଡ ଆକାର ଧାରଣ କରିଥାଏ   । ଅଲସର୍ ହୋଇଥିବା ଚର୍ମର ଚାରି ପାଖ ଘନନୀଳ ବର୍ଣ୍ଣ ଧାରଣ କରେ, ଉଜ୍ଜ୍ଵଳ ଦିଶେ, ଖୁବ୍ ପତଳା ହୋଇଯାଏ  ଓ ବହୁ ସମୟରେ ପାଦ ଫୁଲିଯାଏ   ।

ଚିକିତ୍ସା

  • ଅତ୍ୟଧିକ ଯତ୍ନନେଲେ ଯାଇ ଏହି ନାଳୀ ଘା’ ଧୀରେ ଧୀରେ ଆରୋଗ୍ୟ ହୁଏ   । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପାଦକୁ  ଯେତେ ଉପରକୁ ତଥା ଯେତେ ଥର ଅଧିକ ସମ୍ଭବ ଟେକି ରଖନ୍ତୁ   । ଶୋଇବା ବେଳେ ପାଦତଳେ ତକିଆ ରଖନ୍ତୁ   । ଦିନବେଳେ ବିଶ୍ରାମ ନେଉଥିବା ସମୟରେ ପ୍ରତି ୧୫ ମିନିଟ୍ ରେ ପାଦକୁ ଉଚ୍ଚକୁ ଟେକି ଆରାମ କରୁଥାନ୍ତୁ  । ଚାଲିଲେ ରକ୍ତ ସଞ୍ଚାଳନ ଦ୍ରୁତତର ହୋଇଥାଏ   । ଗୋଟିଏ ସ୍ଥାନରେ ବହୁ ସମୟ ଠିଆ ହେବା ବା ଗୋଡ ତଳକୁ ଝୁଲେଇ ବସିବା ଅତ୍ୟନ୍ତ କ୍ଷତିକାରକ  ।
  • ଏକ ଲିଟର ପାଣିରେ ଏକ ଚାମଚ ଲୁଣ ମିଶାଇ ତାହାକୁ ଗରମ କରି ଏହି ଗରମ ପାଣି ସେକ ଘା’ ଉପରେ ଦିଅନ୍ତୁ   । ପରିଷ୍କୃତ ଗଜ କନା ଢିଲା କରି ଘା’ ଉପରେ ବାନ୍ଧି ଦିଅନ୍ତୁ  ଓ ତା’କୁ ସର୍ବଦା ପରିଷ୍କାର ରଖନ୍ତୁ   ।
  • ଫୁଲିଥିବା ନାଗରା ଶିରାକୁ ଇଲାଷ୍ଟିକ ପଟା ବା ବ୍ୟାଣ୍ଡେଜ ଦ୍ଵାରା ବାନ୍ଧି ଦିଅନ୍ତୁ   । ଅଲସର୍ ଠିକ୍ ହୋଇଗଲା ପରେ ମଧ୍ୟ ଏହାର ପ୍ରୟୋଗ ତଥା ଗୋଡ ଉପରକୁ ଟେକି ରଖିବା ଅଭ୍ୟାସ ଅବ୍ୟାହତ ରଖିଥାଆନ୍ତୁ  । ମନେ ରଖନ୍ତୁ, ପାଦ ଗଣ୍ଠି ପାଖରେ ଯଦି କୌଣସି ବିଶେଷ ଧରଣର ଦାଗ ଦେଇଛି ତାହାକୁ ଆଦୌ ରାମ୍ପୁଡନ୍ତୁ ନାହିଁ ଅଥବା ଖଣ୍ଡିଆ କରନ୍ତୁ ନାହିଁ ।

ଶଯ୍ୟା କ୍ଷତ

ଏହି ଦୀର୍ଘକାଳୀନ ଖୋଲା ଘା’ ସେହିମାନଙ୍କୁ ହୁଏ, ଯେଉଁମାନେ ବହୁଦିନ ଧରି ବେମାର ପଡିଥାନ୍ତି ଓ ବିଛଣାରେ ଏକଡ ସେକଡ ନ ହୋଇ ପାରି ଏକ କରିକିଆ ହୋଇ ପଡି  ରହନ୍ତି   । ବିଶେଷତଃ ଅତ୍ୟନ୍ତ ଦୁର୍ବଳ ତଥା ପତଳା ବୃଦ୍ଧ ଲୋକମାନଙ୍କୁ ବିଛଣାରେ ପଡି ପଡି ଏହି ରୋଗର ଶିକାର ହେବାକୁ ପଡିଥାଏ   । ପ୍ରାୟତଃ ଦେହର ହାଡୁଆ ଅଂଶମାନଙ୍କରେ ବିଛଣା ସହ ଘଷି ହେବା ଫଳରେ ବଡ ବଡ ଘା’ ମାନ ସୃଷ୍ଟି ହୋଇଥାଏ   । ମୁଖ୍ୟତଃ ପିଚା ହାଡ, ପିଠି , ପିଠିର ଖୁଆ ହାଡ ଉପରେ ତଥା ପାଦ ଗଣ୍ଠି ଉପରେ ଏହି ଘା’ ମାନ ସୃଷ୍ଟି ହୁଏ   ।

ଶଯ୍ୟା କ୍ଷତ କବଳରୁ କିପରି ରକ୍ଷା ମିଳିବ

  • ରୋଗୀ ବା ବୃଦ୍ଧ ଲୋକଟିକୁ ପ୍ରତି ଘଣ୍ଟାରେ କଡ ବଦଳାଇ  ଶୁଆନ୍ତୁ  । ମୁହଁ ଉପରକୁ କରି ଶୋଇଥିଲେ ତଳ ମୁହାଁ କରିବା, ବାମ କଡା ମାଡି ଶୋଇଥିଲେ ଡାହାଣ କଡ କରି ଶୁଆନ୍ତୁ   ।
  • ପ୍ରତିଦିନ ତାଙ୍କୁ ଗାଧୋଇ ଦିଅନ୍ତୁ ଓ ଚର୍ମ ଉପରେ ମାଲିସ୍ କରନ୍ତୁ   ।
  • ନରମ ଗଦି  ଓ ନରମ ବିଛଣା ଚଦର ଉପରେ ଶୁଆଇ ଦିଅନ୍ତୁ   । ପ୍ରତିଦିନ ଏହି ବିଛଣା ଚଦର ପରିବର୍ତ୍ତନ କରନ୍ତୁ   । ଯେତେଥର ବିଛଣା ଉପରେ ପରିସ୍ରା, ଝାଡା, ବାନ୍ତି ଇତ୍ୟାଦି ହୋଇଯିବ, ସେତେଥର ସେ ବିଛଣାକୁ ବଦଳାଇ ଦିଅନ୍ତୁ   ।
  • ରୋଗୀର ହାଡୁଆ ଅଙ୍ଗ ତଳେ ନରମ ଗଦି ବା ତକିଆ ରଖନ୍ତୁ   । ଦେହର ହାଡୁଆ ଅଂଶ ଉପରିସ୍ଥ ଚର୍ମ ବିଛଣାରେ ବେଶୀ ଘଷି ହେବନାହିଁ   ।
  • ରୋଗୀକୁ ଯେତେ ଅଧିକ ସମ୍ଭବ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ   । ଯଦି ସେ ଠିକ୍ ରୂପେ ଖାଇ ପିଇ ପାରୁ ନ ଥାନ୍ତି ତେବେ ତାଙ୍କୁ ଭିଟାମିନ୍ ଔଷଧ ଖାଇବାକୁ ଦିଅନ୍ତୁ   ।
  • ଯଦି ଛୋଟ ଶିଶୁଟିଏ ଭୀଷଣ ରୋଗାକ୍ରାନ୍ତ ହୋଇଥାଏ ଓ ଉଠି ବସିବା କ୍ଷମତା ହରାଇଥାଏ ତେବେ ତାହାର ମା’ କୋଳରେ ଧରି ବସିବା ଉଚିତ୍  ।

ଚିକିତ୍ସା

  • ଉପର ବର୍ଣ୍ଣିତ ସମସ୍ତ ନିୟମ ପାଳନ କରନ୍ତୁ   । ଘା’କୁ ପ୍ରତିଦିନ ଲୁଣ ମିଶା ଫୁଟନ୍ତା ବା ହାଇଡ୍ରୋଜେନ ପେରୋଅକସାଇଡ ପାଣିରେ ମିଶାଇ ଘା’କୁ ଧୁଅନ୍ତୁ  । ଘା’ ଉପରେ ପଟି ବାନ୍ଧି ରଖନ୍ତୁ   ।
  • ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘା’ରେ ମହୁ, ଚିନି, ଗୁଡ ପୁରାଇ ଦିଅନ୍ତୁ   । ଏହିଭଳି ଦିନକୁ ୨ ଥର  କରିବା ଉଚିତ୍ ।
  • ଘରୋଇ ଚିକିତ୍ସା ପାଇଁ ଅମୃତଭଣ୍ଡା  ।

ଶିଶୁମାନଙ୍କର  ଚର୍ମ ସମସ୍ୟା

ଚଡି ଘଷା

ସାଧାରଣତଃ ଛୋଟ ଶିଶୁମାନେ ପିନ୍ଧିଥିବା ଚଡି ବା ବିଛଣା ଆଦିରେ ପରିସ୍ରା କରିଥାନ୍ତି  । ଏହି ଚଡି ବା ବିଛଣାରେ ଲାଗିଥିବା ମୂତ୍ର ଚର୍ମରେ ଲାଗିବା ଫଳରେ ବେଳେବେଳେ ପିଲାର ଦୁଇ ଜଙ୍ଘ ସନ୍ଧି ବା ପିଚାରେ ଲାଲ ମନ୍ଦା ମନ୍ଦା ହୋଇ ଏହିପରି ଫଳିଥାଏ  ।

ଚିକିତ୍ସା

  • ଉଷୁମ ପାଣି ଓ ମୃଦୁ ସାବୁନରେ ଶିଶୁକୁ ପ୍ରତିଦିନ ଗାଧୋଇ ଦିଅନ୍ତୁ   ।
  • ଶିଶୁ ଦେହରେ ଏହିପରି ମନ୍ଦା ମନ୍ଦା ଘା’ ନ ହେବା ପାଇଁ ତାହାକୁ ଚଡି ନ ପିନ୍ଧାଇ ଖୋଲା ଦେହରେ ରଖନ୍ତୁ
  • ଯଦି ଚଡି ପିନ୍ଧାଇ ଦେଉଛନ୍ତି  ତେବେ ବାରମ୍ବାର ବଦଳାଉଥାନ୍ତୁ  । ଚଡି କୁ ସଫା କରି ପରେ ଭିନେଗାର ମିଶା ପାଣିରେ ବୁଡାଇ ଦିଅନ୍ତୁ   ।
  • ଘା’ ଚାଲିଗଲା ପରେ ପ୍ରତିଦିନ ଶିଶୁ ଦେହରେ ପାଉଡର ପକାନ୍ତୁ   ।
  • ପ୍ଲାଷ୍ଟିକ ଚଡି ବା ପଟି ବ୍ୟବହାର କରନ୍ତୁ ନାହିଁ   ।

ମୁଣ୍ଡ ଉପର ଘା

ସମୟେ ସମୟେ କେତେକ ଶିଶୁଙ୍କ ମୁଣ୍ଡ ଖପୁରୀରେ ତେଲିଆ ବକଳା ବାନ୍ଧିଥିବା ଘା’ ହୋଇଥାଏ  । ଏହି ଚମଡା ଫୁଲି ଲାଲ ଦେଖାଯାଏ   । ଗାଧୋଇ ଦେବାବେଳେ ଶିଶୁର ମୁଣ୍ଡକୁ ଭଲ ଭାବରେ ସଫା କରୁ ନ ଥିଲେ ବା ସବୁବେଳେ ମୁଣ୍ଡ ଉପରେ ଟୋପି ବା ପଗଡି ପିନ୍ଧେଇ  ମୁଣ୍ଡକୁ ଘୋଡାଇ ରଖିଲେ ଏହି ଘା’ ସୃଷ୍ଟି ହୁଏ   ।

ଚିକିତ୍ସା

  • ପ୍ରତିଦିନ ମୁଣ୍ଡକୁ ଧୁଅନ୍ତୁ  । ଯଦି ପାରୁଛନ୍ତି  ତେବେ ଶିଶୁମାନଙ୍କ ପାଇଁ ମିଳୁଥିବା ଡାକ୍ତରୀ ପରୀକ୍ଷିତ ସାବୁନରେ ଢୋଇବା ଭଲ   ।
  • ଧୀରେ ଧୀରେ ଶିଶୁର ଖପୁରୀ ଉପରର ମଲା ମାଂସ ଓ ବକଳାକୁ ଛଡାଇ ପରିଷ୍କାର କରି ଦିଅନ୍ତୁ   । ଏହି ବକଳାକୁ ନରମ କରିବା ପାଇଁ ପ୍ରଥମେ ଶିଶୁର ମଥା ଉପରେ ନଖ ଉଷୁମ ପାଣିରେ ଭିଜା ହୋଇଥିବା ତଉଲିଆ ବାନ୍ଧନ୍ତୁ   ।
  • ଘରୋଇ ଚିକିତ୍ସା ପାଇଁ
  • ଶିଶୁର ମୁଣ୍ଡରେ ସୂର୍ଯ୍ୟ କିରଣ ଓ ଖୋଲା ପବନ ବାଜିବା ପାଇଁ ମୁଣ୍ଡକୁ ଖୋଲା ରଖନ୍ତୁ   ।
  • ଯଦି ସଂକ୍ରମଣର ସୂଚନା ମିଳୁଛି, ତେବେ ଚର୍ମପୂୟ  ସମ୍ବନ୍ଧୀୟ ଚିକିତ୍ସା କରନ୍ତୁ   ।

ବିଇଞ୍ଚି

ଲକ୍ଷଣ

  • ଛୋଟ ଛୋଟ ପିଲାମାନଙ୍କର ଗାଳରେ, ଖୁଆରେ ବା ହାତରେ ଲାଲ ରଙ୍ଗର ଦାଗ ହୋଇଯାଏ ବା ଅଗିଆ ବାତ ଭଳି ଫୁଲିଯାଏ  । ଏହା ଉପରେ ଛୋଟ ଛୋଟ ଘା’ ହୁଏ ଓ ବକଳା  ବାନ୍ଧିଯାଏ (ଫାଟି ନସା ବୁହେ)  ।
  • ବଡ ପିଲା ତଥା ବୟସ୍କ ଲୋକଙ୍କଠାରେ ବିଇଞ୍ଚି ହେଲେ ସେଥିରୁ ନସା ବୁହେ ନାହିଁ  ଓ ସାଧାରଣତଃ ଶୁଖିଲା ରୁହେ   । ଏହା ପ୍ରାୟତଃ ଆଣ୍ଠୁ ପଛ ପଟ ତଥା କହୁଣୀ ଭିତରେ ହୋଇଥାଏ   ।
  • ଏହା ସଂକ୍ରମଣ ପରି ଆରମ୍ଭ ନ ହୋଇ କୌଣସି ସମ୍ବେଦନ  ପ୍ରତିକ୍ରିୟା ଭଳି ଆରମ୍ଭ ହୁଏ   ।

ଚିକତ୍ସା

  • ଫଳିଯାଉଥିବା ସ୍ଥାନରେ ଥଣ୍ଡା ଚାପ ଦିଅନ୍ତୁ   ।
  • ଯଦି ସଂକ୍ରମଣର ଲକ୍ଷଣ ପ୍ରକାଶ ପାଏ, ତେବେ ଚର୍ମପୂୟ ପରି ଚିକିତ୍ସା କରନ୍ତୁ   ।
  • ଘା’ ମନ୍ଦା ଉପରେ ସୂର୍ଯ୍ୟ କିରଣ ପଡିବାକୁ ଦିଅନ୍ତୁ   ।
  • ଅତ୍ୟଧିକ ଜଟିଳ ପରିସ୍ଥିତିରେ କର୍ଟିସୋନ ବା କର୍ଟିକୋଷ୍ଟିରଏଡ କ୍ରୀମ ଲଗାନ୍ତୁ   ।
  • ଯଦି ବିଇଞ୍ଚି  ମନ୍ଦାରୁ ନସା ବୋହୁଥାଏ ତେବେ ତାହା ଉପରେ ଅଳସୀ ତେଲ ଲଗାନ୍ତୁ   । କାରଣ ଏହା ଚର୍ମକୁ ଶୁଷ୍କ ହେବାକୁ ନ ଦେବା ସଙ୍ଗେ ସଙ୍ଗେ କୁଣ୍ଡେଇ ହେବା କମେଇ ଦିଏ  । ମନେ ରଖନ୍ତୁ, ବିଇଞ୍ଚିରେ ସୋରିଷ ତେଲ ଆଦୌ ଲଗାଇବେ ନାହିଁ   ।

ଚର୍ମ ପ୍ରଦାହ ରୋଗ

ଲକ୍ଷଣ

ଏହି ରୋଗରେ ଚର୍ମ ଲାଲ ବା ନୀଳ ଧୂଷର ବର୍ଣ୍ଣ ଧାରଣ କରିଥାଏ ଓ ତା ଉପରେ ବହଳିଆ ଅମସୃଣ ମନ୍ଦା ମନ୍ଦା ହୋଇ ଧଳା ବା ରୂପା ରଙ୍ଗର ଗାର ପଡିଲା ଭଳି ଦିଶୁଥାଏ  । ଏହି ଚିହ୍ନମାନ ପ୍ରାୟତଃ ଚିତ୍ରରେ ଦେଖାଇ ଦିଆଯାଇଥିବା  ସ୍ଥାନମାନଙ୍କରେ ଦେଖା  ଯାଇଥାଏ  ।

  • ଏହି ଭଳି ଅବସ୍ଥା ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ ବା ମଝିରେ ମଝିରେ ଭଲ ହୋଇଯାଇ ପୁନଶ୍ଚ ବାରମ୍ବାର  ଲେଉଟିଲେ ମଧ୍ୟ ଏହା କୌଣସି ସଂକ୍ରମଣରୁ ସୃଷ୍ଟି ହୁଏ ନାହିଁ   । ସୁତରାଂ  କ୍ଷତିକାରକ ନୁହେଁ  ।

ଚିକିତ୍ସା

  • ଏହି ଘା’ ମନ୍ଦାରେ ସୂର୍ଯ୍ୟ କିରଣ ବାଜିଲେ ବହୁ ସମୟରେ ଉପକାର ମିଳିଥାଏ   । ସମୁଦ୍ରରେ ଗାଧୋଇଲେ ଉପକାର ମିଳିଥାଏ   । କର୍ଟିକୋଷ୍ଟିରଏଡ ମଲମ ବା ଆଲକାତରା ତେଲ ଲଗାଇଲେ ମଧ୍ୟ ଉପକାର ମିଳେ   ।
ରୋଗ ସାଘାଂତିକ ରୂପ ଧାରଣ କଲେ  ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 6/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate