অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃଦ୍ଧାବସ୍ଥାରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୋଗ

ହୃଦରୋଗ

ହୃଦ ରୋଗ ପ୍ରାୟତଃ ବୟସ୍କ ଲୋକଙ୍କଠାରେ ଅପେକ୍ଷାକୃତ ଅଧିକ ଦେଖା ଦେଇଥାଏ   । ବିଶେଷତଃ ଯେଉଁମାନେ ମୋଟା, ଧୂମପାନ କରନ୍ତି ବା ଯାହାର ଉଚ୍ଚ ରକ୍ତଚାପ ଥାଏ ତାଙ୍କଠାରେ ରୋଗ ଅଧିକ ଦେଖାଯାଏ   ।

ହୃଦରୋଗର  ଲକ୍ଷଣ

  • ବ୍ୟାୟାମ ପରେ ନିଃଶ୍ଵାସ ନେବାରେ କଷ୍ଟ ତଥା ଉତ୍କଣ୍ଠା ବୃଦ୍ଧି ପାଇବାପରି ହେବା  । ଶୋଇପଡିଲେ ଶ୍ଵାସରୋଗ ପରି ପେଲି ହେବା ବା ନିଃଶ୍ଵାସ ପ୍ରଶ୍ଵାସ ଜୋରରେ ଚାଲିବା  ।
  • ନାଡିର ଗତି ଦ୍ରୁତ, ଦୁର୍ବଳ ବା ଅନିୟମିତତା ଜଣାପଡିବା
  • ପାଦ ଫୁଲିବା, ଉପରବେଳା ବା ସନ୍ଧ୍ୟା ସମୟରେ ଫୁଲା ବଢିଯିବା  ।
  • ବ୍ୟାୟାମ କରୁଥିବା ସମୟରେ ଛାତି, ବାମ କାନ୍ଧ ବା ଖୁଆରେ ହଠାତ୍ ଖୁବ୍ ଜୋରରେ  କଷ୍ଟ ଅନୁଭବ ହେବା ଓ ଅଳ୍ପ ସମୟ ବିଶ୍ରାମପରେ ଏହା ଭଲ ହୋଇଯିବା (ଆଞ୍ଜାଇନା  ପେକ୍ଟୋରିସ୍) ।
  • ଛାତି ଉପରେ ପଥର ଲଦି ହେଲାଭଳି  ଭୀଷଣ କଷ୍ଟ ଲାଗିବା  ଓ ବିଶ୍ରାମ କଲେ ମଧ୍ୟ କଷ୍ଟ ଦୂର ନ ହେବା  ।

ପ୍ରତିଷେଧକ / ଚିକିତ୍ସା

  • ଭିନ୍ନ ଭିନ୍ନ ପ୍ରକାରର ହୃଦରୋଗ ପାଇଁ ଭିନ୍ନ ଭିନ୍ନ ଔଷଧ ଦରକାର ହୋଇଥାଏ   । ଏହି ଔଷଧଗୁଡିକ ଅତ୍ୟନ୍ତ ସତର୍କତାର  ସହ ବ୍ୟବହାର କରିବା ଆବଶ୍ୟକ  । ଯଦି ଜଣେ ଲୋକର ହୃଦରୋଗ ବୋଲି ଆପଣ ସନ୍ଦେହ କରୁଛନ୍ତି, ଡାକ୍ତରଖାନାର  ସହାୟତା ନେବା ଉଚିତ୍ କାରଣ ସେଠାରେ ଯେଉଁ ସମୟରେ ଯେଉଁ ଔଷଧ ଉପଯୁକ୍ତ ତାହା ମିଳି ପାରିବ   ।
  • ହୃଦରୋଗ ଥିବା ବ୍ୟକ୍ତି ତାଙ୍କର ଛାତିରେ ଯନ୍ତ୍ରଣା ହେବାଭଳି ବା ନିଃଶ୍ଵାସ ପ୍ରଶ୍ଵାସରେ ବାଧା ଉପୁଜିଲା  ଭଳି କଠିନ ପରିଶ୍ରମ କରିବା ଉଚିତ୍ ନୁହେଁ   । ଅଧିକନ୍ତୁ, ନିୟମିତ ବ୍ୟାୟାମ ହୃଦ ଆକ୍ରମଣରୁ ରକ୍ଷା କରିଥାଏ   ।
  • ହୃଦ ସମସ୍ୟା ଥିବା ବ୍ୟକ୍ତି ତୈଳ ଜାତୀୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ   । ଯଦି ତାଙ୍କର ଓଜନ ଅଧିକ ହୋଇ ଯାଉଥାଏ, ତେବେ ସେ ଓଜନ କମାଇଦେବା ଦରକାର   ।
  • ଯେଉଁ ବୁଢା ବୁଢୀମାନଙ୍କର ନିଃଶ୍ଵାସ ନେବାରେ ବାଧା ସୃଷ୍ଟି ହେଉଛି ଓ ଗୋଡ ଫୁଲି ଯାଉଛି ସେମାନେ ଲୁଣ ଖାଇବା ବା ଲବଣ ମିଶ୍ରିତ ଅନ୍ୟାନ୍ୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ   । ଜୀବନର ଅବଶିଷ୍ଟ ସମୟ ସେ ଆଦୌ ଲୁଣ ଖାଇବା ଉଚିତ୍ ନୁହେଁ  ବା ଖୁବ୍ କମ ଲୁଣ ଖାଇପାରନ୍ତି   । ଧୂମପାନ ଓ ମଦ୍ୟପାନ  ମଦ୍ୟ ସେମାନେ ନ କରିବା ଉଚିତ୍  ।
  • ଯେଉଁ ଲୋକଙ୍କର ହୃଦ ଆକ୍ରମଣ ଛାତିରେ ଯନ୍ତ୍ରଣା ଦେଖା ଦେବ ସେ ଲୋକ ତୁରନ୍ତ ଗୋଟିଏ ଥଣ୍ଡା ଜାଗାରେ ଶାନ୍ତ ହୋଇ ପଡିବା ଉଚିତ୍  । ଯନ୍ତ୍ରଣା ଉପଶମ ନ ହେବା ପର୍ଯ୍ୟନ୍ତ ସେହିଠାରେ ଶୋଇ ରହିବା ଆବଶ୍ୟକ   ।

ଯଦି ଛାତିର ଯନ୍ତ୍ରଣା ତୀବ୍ରତର ଥାଏ ଓ ବିଶ୍ରାମ ନେଲାପରେ ମଧ୍ୟ ଯନ୍ତ୍ରଣା କମେ ନାହିଁ  ବା ତାଙ୍କଠାରେ ପ୍ରଘାତର ଲକ୍ଷଣ ପ୍ରକାଶ ପାଏ  । ତେବେ ସମ୍ଭବତଃ ତାଙ୍କର ହୃଦୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି   । ପ୍ରତିଷେଧକ ପାଇଁ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ   ।

ଅତି ଅସୁବିଧା ପରିସ୍ଥିତିରେ

  • ବ୍ୟକ୍ତି ଜଣକ ଅତି କମ୍ ରେ ଗୋଟିଏ ସପ୍ତାହ ବା ଯେତେଦିନ ପର୍ଯ୍ୟନ୍ତ ହୃତକମ୍ପ ବା ଯନ୍ତ୍ରଣା ଥିବ ସେତେଦିନ ପର୍ଯ୍ୟନ୍ତ ବିଛଣାରେ ପଡି ରହିବା ଉଚିତ୍  ।
  • ତା’ପରେ ସେ ଉଠି ବସି ପାରନ୍ତି ବା ଧୀରେ ଧୀରେ ଚଲା ବୁଲା କରିପାରନ୍ତି, କିନ୍ତୁ ମାସେ ବା ଅହଡିକ କାଳ ସେ ଧୀର ସ୍ଥିର ଭାବରେ ରହିବା ଉଚିତ୍  ।
  • ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  ।

ଉଚ୍ଚ ରକ୍ତଚାପ

ଉଚ ରକ୍ତଚାପ ସାଧାରଣତଃ ବୃଦ୍ଧ ବା ବୃଦ୍ଧାମାନଙ୍କୁ ହୋଇଥାଏ   । ଏହାର ବିବଦ୍ଧ କାରଣମାନ ଅଛି   । ବୃଦ୍ଧ ଅବସ୍ଥାରେ ରକ୍ତନଳୀ କଠିନ ହୋଇଯାଏ   । ଯାହାଦ୍ଵାରା ରକ୍ତ ଠିକ୍ ଭାବରେ ସଂଚାଳନ ହୋଇପାରେ ନାହିଁ   । ଯେଉଁମାନେ  ଅଧିକ ପରିମାଣରେ ଧୂମପାନ କରନ୍ତି ସେମାନେ ମଧ୍ୟ ଏହି ରକ୍ତ ଚାପର ଶିକାର ହୋଇଥାନ୍ତି  । ମୋଟା ଲୋକମାନଙ୍କୁ ଅଧିକ ଉଚ୍ଚ ରକ୍ତ ଚାପ ହୋଇଥାଏ   । ଏହି ଉଚ୍ଚ ରକ୍ତଚାପ ହୃତପିଣ୍ଡ ଓ ବୃକକ ରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ  ।

ରକ୍ତଚାପ କିପରି ମାପିବେ

ସ୍ୱାସ୍ଥ୍ୟ କର୍ମୀ ଓ ଧାଈମାନଙ୍କ ପାଇଁ ରକ୍ତଚାପ ମାପିବା ଏକ ଗୁରୁତ୍ୱପୂର୍ଣ୍ଣ  କୌଶଳ ଅଟେ ଏହା ବିଭିନ୍ନ ଲୋକଙ୍କର ପରୀକ୍ଷା କରିବା ଦ୍ଵାରା ଉପକାରୀ ହୋଇଥାଏ

  • ଗର୍ଭବତୀ ମହିଳା
  • ପିଲାଜନ୍ମ ବା ପିଲା ଜନ୍ମ ପରେ ମା’ର ରକ୍ତଚାପ ମାପିବା
  • ଯେଉଁ ବ୍ୟକ୍ତି ଅଧିକ ପରିମାଣରେ ରକ୍ତ କ୍ଷୟ କରିଥାନ୍ତି
  • ଯେଉଁ ବ୍ୟକ୍ତି ପ୍ରଘାତରେ ପୀଡିତ ଥାଏ
  • ୪୦ ବର୍ଷ  ବୟସରୁ ଉର୍ଦ୍ଧ୍ଵ ବ୍ୟକ୍ତି
  • ମେଦ ବହୁଳ ବ୍ୟକ୍ତି
  • ଯାହାର ହୃଦରୋଗ ଥାଏ ନିଶ୍ଵାସ ନେବାରେ କଷ୍ଟ ହେଉଥାଏ, ଲଗାତାର  ମୁଣ୍ଡବିନ୍ଧା, ଫୁଲା, ମଧୁମେହ, ପୁରାତନ ମୂତ୍ରାଶୟ ସଂକ୍ରମଣ, ବା ଯନ୍ତ୍ରଣା ଓ ଫୁଲାଯୁକ୍ତ ଶିରା
  • ଉଚ୍ଚ ରକ୍ତଚାପ ଥାଏ
  • ଯେଉଁମହିଳା ଜନ୍ମନିୟନ୍ତ୍ରଣ  ବଟିକା ଖାଉଥାଆନ୍ତି

ରକ୍ତଚାପ ମାପିବା ପାଇଁ

  • ବ୍ୟକ୍ତି ଶାନ୍ତ ପରିସ୍ଥିତିରେ ରହିବା ଉଚିତ୍  ।
  • ବ୍ୟକ୍ତି ଉତ୍ତେଜିତ ଅବସ୍ଥାରେ ରହିବା ଉଚିତ୍ ନୁହେଁ  ଯାହାଦ୍ଵାରା  ରକ୍ତଚାପ ଆପେ ଆପେ ବଢିଯାଏ   । ଆପଣ ଯାହା କରିବାକୁ ଯାଉଛନ୍ତି  ତାହା ରୋଗୀକୁ କୁହନ୍ତୁ   । ଏହାଦ୍ଵାରା ସେ ଭୟ କରିବ ନାହିଁ  ବା ଆଶ୍ଚର୍ଯ୍ୟ ହେବ ନାହିଁ   ।
  • ପ୍ରେସର କଫ୍ କୁ  ବ୍ୟକ୍ତିର କହୁଣୀ ଉପରେ ବାନ୍ଧନ୍ତୁ  ।
  • ରବର ବଲ୍ବର  ଭଲ୍ବକୁ ଘୂରାଇ ବନ୍ଦ କରନ୍ତୁ  । ପାରଦ ରେଖା ଯେପରି ୨୦୦ ଏମ୍ ଏମ୍ କୁ ଟପିଯିବ, କଫ୍ କୁ ଚାପନ୍ତୁ ।
  • ସ୍ତେଥୋସ୍କୋପ କହୁଣୀ ପାଖରେ ରଖନ୍ତୁ  । ଧୀରେ ଧୀରେ ପବନ ଛାଡନ୍ତୁ  ଓ ସ୍ପନ୍ଦନ ଶୁଣନ୍ତୁ  । ଏହିପରି ଦୁଇଥର କରି ପକାନ୍ତୁ   ।

ଯେତେବେଳେ ଆପଣ ବ୍ୟକ୍ତିର ରକ୍ତଚାପ ରେକଡ କରୁଛନ୍ତି  ସର୍ବଦା ଅଧିକ ଓ କମ୍ ରିଡିଙ୍ଗ ଟିପନ୍ତୁ   । ଜଣେ ବୟସ୍କର ସାଧାରଣ ରକ୍ତଚାପ ୧୨୦/୮୦  ହୋଇଥାଏ   । ୧୨୦ ହେଉଛି ଅଧିକ ରକ୍ତଚାପ ୮୦ ହେଉଛି କମ୍ ରକ୍ତଚାପ  ।

ସାଧାରଣତଃ  କମ୍ ରକ୍ତଚାପ ବ୍ୟକ୍ତିର ସ୍ୱାସ୍ଥ୍ୟ ବାବଦରେ କହିଥାଏ   । ଉଦାହରଣସ୍ୱରୂପ : ଯଦି ଜଣେ ବ୍ୟକ୍ତିର ରକ୍ତଚାପ ୧୪୦/୮୫ ଥାଏ ଏଥିରେ ବ୍ୟସ୍ତ ହେବାର କିଛି କାରଣ ନାହିଁ  କିନ୍ତୁ ଜଣ ବ୍ୟକ୍ତିର ଚାପ ଯଦି ୧୩୫/୧୧୦ ଥାଏ ତେବେ ଏହା ଉଚ୍ଚ ରକ୍ତଚାପ ଓ ଏହାର ତୁରନ୍ତ ଚିକିତ୍ସା କରିବା ଉଚିତ୍  । ମାପାରା ତଳ ନମ୍ବର ଯଦି ୧୦୦ ଉପରକୁ ରହେ ଏହା ସବୁବେଳେ ବିପଦଜନକ ଅଟେ   ।

ସାଧାରଣ ରକ୍ତଚାପ

ଜଣେ ବ୍ୟକ୍ତିର ରକ୍ତଚାପ ୧୨୦/୮୦ ଥାଏ  । କିନ୍ତୁ ଏହା ସମୟ ସମୟରେ ୧୦୦/୬୦ ରୁ ୧୪୦/୯୦ ଭିତରେ  ରହିଥାଏ  । ଏହା ବିପଦଜନକ ନୁହେଁ   ।

ଯଦି ବ୍ୟକ୍ତିର ସବୁବେଳେ ନିମ୍ନ ରକ୍ତଚାପ ଥାଏ ବ୍ୟସ୍ତ ହେବାର କାରଣ ନାହିଁ   । ଏହି ବ୍ୟକ୍ତି ବହୁତ ଦିନ ବଞ୍ଚିବାର ଆଭାସ ଦେଇଥାଏ  ଓ ଏପରି ଲୋକଙ୍କୁ ପ୍ରାୟ ହୃଦରୋଗ  ହୋଇ ନ ଥାଏ   ।

ରକ୍ତଚାପ ହଠାତ୍ କମିଯିବା ବିପଦର ଲକ୍ଷଣ ଅଟେ  ଯଥା ୬୦ / ୪୦ ତଳକୁ ଖସିଗଲେ  । ସ୍ୱାସ୍ଥ୍ୟକର୍ମୀମାନେ ଏହା ଜାଣିବା ନିହାତି ଆବଶ୍ୟକ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate