অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଦ ତଥା ଶରୀରର ଅନ୍ୟଭାଗ ଫୁଲିଯିବା

ପାଦ ତଥା ଶରୀରର ଅନ୍ୟାନ୍ୟ ଅଂଶ ଫୁଲିଯିବାର ରୋଗର ଲକ୍ଷଣ

ବିଭିନ୍ନ କାରଣରୁ (କେତେକ ସାଧାରଣ ଓ ଆଉ କେତେକ ଗୁରୁତର) ପାଦ ଫୁଲା ହୋଇଥାଇପାରେ । ମାତ୍ର ଯଦି ମୁହଁ ବା ଶରୀରର ଅନ୍ୟାନ୍ୟ ଅଂଶ ଫୁଲିଯାଏ ତେବେ ତାହା କୌଣସି ଗୁରୁତର ରୋଗର ଲକ୍ଷଣ ଅଟେ ।

  • କେବେକେବେ ଗର୍ଭବତୀ ମହିଳାମାନଙ୍କର ଗର୍ଭାବସ୍ଥାରେ ଶେଷ ତିନିମାସରେ ପାଦରେ ଫୁଲା ଦେଖାଯାଇପାରେ । ଏହା ପୁଷ୍ଟିସାର, ବିଶେଷତଃ ପ୍ରୋଟିନ ଅଭାବରୁ ହୋଇଥାଏ ଯାହାକୁ ହାଇପୋପ୍ରୋଟିନିମିଆ କହନ୍ତି । ଗୋଡରୁ ଆସୁଥିବା ଶିରାରେ ଭାର ପଡି ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇ ଗର୍ଭାବସ୍ଥାରେ ପାଦ, ଗୋଡଫୁଲେ । ଯଦି ମହିଳାଙ୍କ ହାତ ଓ ମୁହଁ ସହିତ ମୁଣ୍ଡ ବୁଲାଇହୁଏ ବା ମୁଣ୍ଡ ବଥା ଦେଖାଯାଏ  ବା ଯଥେଷ୍ଟ ପରିମାଣରେ ପରିଶ୍ରାନ ହୁଏ,  ତେବେ ଏହି ଲକ୍ଷଣଗୁଡିକ ଗର୍ଭବସ୍ଥାର ବିଷାକ୍ତ ଅବସ୍ଥା ବା ଟକସେମିଆ ହୋଇଥାଇପାରେ । ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
  • ବୟସ୍କବ୍ୟକ୍ତି ଯେଉଁମାନେ ଗୋଟିଏ ଜାଗାରେ ବସି ବା ଠିଆ ହୋଇ ସମୟ କଟାନ୍ତି, ପ୍ରାୟତଃ, କମ୍ ରକ୍ତ ସଞ୍ଚାଳନ ଯୋଗୁଁ ସେମାନଙ୍କର ଗୋଡ ଫୁଲେ । ବୟସ୍କ ବ୍ୟକ୍ତିମାନଙ୍କର  ଗୋଡ ଫୁଲିଲେ ତାହା ହୃଦରୋଗ, ବା ମୂତ୍ରାଶୟ ରୋଗ କିମ୍ବା ମୂତ୍ରପଥର ସଂକ୍ରମଣ ଯୋଗୁ ହୋଇଥାଇପାରେ ।
  • ରକ୍ତଶୂନ୍ୟତା ବା ପୁଷ୍ଟିହୀନତା ଯୋଗୁଁ ଛୋଟପିଲାମାନଙ୍କର ପାଦ ଫୁଲିପାରେ। ଅତି ଗୁରୁତର ପରିସ୍ଥିତିରେ ହାତ ତଥା ମୁହଁ ମଧ୍ୟ ଫୁଲିଯାଏ।
  • ଯଦି ପାଦରେ କୌଣସି ଛୋଟ ଘା’ ଥାଏ ତେବେ ମଧ୍ୟ କୌଷିକ ଝିଲ୍ଲୀପ୍ରଦାହ ଯୋଗୁ ପାଦ ଫୁଲିଯାଇପାରେ। ଜ୍ଵର ଓ ଯନ୍ତ୍ରଣା ମଧ୍ୟ ହୁଏ।

ଚିକିତ୍ସା

ଯାହାଦ୍ଵାରା ଫୁଲା ହୋଇଥାଏ ସେହି ରୋଗର ଚିକିତ୍ସା କରନ୍ତୁ । ଆହାରରେ ଖୁବ୍ କମ୍ ଲୁଣ ବ୍ୟବହାର କରନ୍ତୁ ବା ଆଦୌ ବ୍ୟବହାର କରନ୍ତୁ ନାହିଁ । ଚେରମୂଳିରୁ ପ୍ରସ୍ତୁତ ବା  ଯାହା ଲୋକମାନଙ୍କର ଅଧିକ ପରିଶ୍ରା କରାଇବାରେ ସାହାଯ୍ୟ କରେ,ତାହା ମଧ୍ୟ ଗୋଡଫୁଲା କମାଇବାରେ ସାହାଯ୍ୟ କରେ । ଆହୁରି ମଧ୍ୟ ନିମ୍ନଲିଖିତ ଉପାୟ ଅବଲମ୍ବନ କରନ୍ତୁ ।

ଅନ୍ତ୍ରବୃଦ୍ଧି

ପେଟକୁ ଘୋଡାଇ ରଖିଥିବା ମାଂସପେଶୀରେ ଯେତେବେଳେ ଗୋଟିଏ ଖୋଲାଜାଗା ଦେଖାଯାଏ ବା ଚିରିଯାଏ, ସେତେବେଳେ ଅନ୍ତ୍ରର ଗୋଟିଏ ଅଂଶ ସେହି କଣାବାଟେ ବାହାରକୁ ଚାଲିଆସେ । ତାହା ଚର୍ମ ତଳେ ଗୋଟିଏ ବୁଜୁଳା ପରି ଅନୁଭବ ହୁଏ। ଓଜନିଆ ପଦାର୍ଥ ବୁହାଇବା କିମ୍ବା ଅଧିକ କଷ୍ଟକାମ କରିବା ଦ୍ଵାରା ଅନ୍ତ୍ରବୃଦ୍ଧି ହୋଇଥାଏ । କେତେକ ପିଲାଙ୍କର ଜନ୍ମ ସମୟରୁ ହିଁ ଅନ୍ତ୍ରବୃଦ୍ଧି ହୋଇଥାଏ ପୁରୁଷମାନଙ୍କଠାରେ ଅନ୍ତ୍ରବୃଦ୍ଧି ଉରୁମୂଳରେ ହୁଏ । ଫୁଲିଥିବା ଲିମ୍ପନୋଡ ବା ଲସିକାଗ୍ରନ୍ଥି ମଧ୍ୟ ଉରୁମୂଳରେ ଜଡପିଣ୍ଡର  କାରଣ ହୁଏ ।

ଅନ୍ତ୍ରବୃଦ୍ଧି ଥାଇ ମଧ୍ୟ କିପରି ବଞ୍ଚିବେ

  • ଓଜନିଆ ପଦାର୍ଥ ଉଠାନ୍ତୁ ନାହିଁ
  • ଅନ୍ତ୍ରବୃଦ୍ଧିକୁ ବାନ୍ଧିବା ପାଇଁ ଗୋଟିଏ ଟ୍ରସ ବ୍ୟବହାର କରନ୍ତୁ।

ଚେତାବନୀ

  • ଯଦି ହଠାତ ଅନ୍ତ୍ରବୃଦ୍ଧି ବଢିଯାଏ ଓ ଯନ୍ତ୍ରଣା ହୁଏ ତେବେ, ମୁଣ୍ଡ ଅପେକ୍ଷା ଗୋଡକୁ ଉପରକୁ ରଖି, ଫୁଲାଜାଗାକୁ ଧୀରେ ଧୀରେ ଦାବାନ୍ତୁ ଯେପରିକି ଅନ୍ତ୍ରବୃଦ୍ଧି ଭିତରକୁ ଫେରିଯିବ। ଯଦି ଏହା ଫେରି ନ ଯାଏ ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
  • ଯଦି ଅନ୍ତ୍ରବୃଦ୍ଧି ଅତ୍ୟଧିକ ଯନ୍ତ୍ରଣାଦାୟକ ହୁଏ ଓ ବାନ୍ତି ହୁଏ ଏବଂ ବ୍ୟକ୍ତିଙ୍କର ଝାଡା ହୁଏ ନାହିଁ ତେବେ ଏହା ଅତ୍ୟନ୍ତ ବିପଦଜନକ ହୋଇପାରେ ଅସ୍ତ୍ରୋପ୍ରଚାର ଦରକାର ହୋଇପାରେ । ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଏହି ସମୟରେ ଆପେଣ୍ଡିସାଇଟସ୍ କରନ୍ତୁ ।

ଆଧାର –  ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate