অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୂର୍ଚ୍ଛା

ମୂର୍ଚ୍ଛା କଣ ଏବଂ କିପରି ହୁଏ ?

ଯେବେ କୌଣସି ବ୍ୟକ୍ତି ଚେତା ହରାଇବସନ୍ତି ଓ ଅଦ୍ଭୁତ ବ୍ୟବହାର କରନ୍ତି ଓ ହାତଗୋଡ ଛଟାଛଟି କରନ୍ତି ଆମେ କହୁ ସେ ମୂର୍ଚ୍ଛା ଯାଇଛନ୍ତି । ମସ୍ତିସ୍କରେ କୌଣସି ସମସ୍ୟାରୁ ମୂର୍ଚ୍ଛା ହୋଇଥାଏ । ଅତ୍ୟଧିକ ଜ୍ଵର ବା ଅତ୍ୟଧିକ ଜଳୀୟ ଅଂଶର ଅଭାବ ଯୋଗୁ ପିଲା ମାନଙ୍କ ଠାରେ ଏହି ରୋଗ ହୋଇଥାଏ । ବହୁତ ଅସୁସ୍ଥ  ଲୋକମାନଙ୍କ କ୍ଷେତ୍ରରେ ଏହା ମସ୍ତିଷ୍କଝିଲ୍ଲୀ ପ୍ରଦାହ, ମସ୍ତିଷ୍କରେ ମ୍ୟାଲେରିଆ ବା ବିଷକ୍ରିୟା ଯୋଗୁ ହୋଇଥାଇପାରେ । ଯେଉଁ ବ୍ୟକ୍ତିଙ୍କୁ ବାରମ୍ବାର ମୂର୍ଚ୍ଛା ହୁଏ ତାଙ୍କୁ ମୃଗୀବାତ ହୋଇଥାଇପାରେ ।

  • ମୂର୍ଚ୍ଛା ଯିବାର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଯଦି ସମ୍ଭବ ତା’ର ଚିକିତ୍ସା କରନ୍ତୁ ।
  • ଯଦି ପିଲାକୁ ଅତ୍ୟଧିକ ଜ୍ଵର ହୋଇଥିବ, ତେବେ ଥଣ୍ଡାପାଣି  ସାହାଯ୍ୟରେ କମାଇ ଦିଅନ୍ତୁ।
  • ଯଦି ପିଲାର ଜଳୀୟ ଅଂଶ ଖୁବ୍ କମି ଯାଇଥାଏ, ଧୀରେ ଧୀରେ ଏନେମା ସାହାଯ୍ୟରେ ପୁନର୍ଜଳପାନୀୟ ଦିଅନ୍ତୁ । ଡାକ୍ତରୀ ସାହାଯ୍ୟ ପାଇଁ ପଠାନ୍ତୁ । ମୂର୍ଚ୍ଛା ସମୟରେ ପାଟିବାଟେ କିଛି ଦିଅନ୍ତୁ ନାହିଁ ।
  • ଯଦି ମସ୍ତିଷ୍କ ଝିଲ୍ଲୀ ପ୍ରଦାହର  ଲକ୍ଷଣ ଦେଖାଦିଏ ତେବେ ଡାକ୍ତରୀ ଚିକିତ୍ସା ସଙ୍ଗେ ସଙ୍ଗେ ଆରମ୍ଭ କରନ୍ତୁ।
  • ଯଦି ମସ୍ତିଷ୍କ ମ୍ୟାଲେରିଆ ତେବେ ମ୍ୟାଲେରିଆ ଚିକିତ୍ସା କରନ୍ତୁ ।

ମୃଗୀବାତ

ସ୍ୱାସ୍ଥ୍ୟବାନ  ଦେଖାଯାଉଥିବା ଲୋକ ମଧ୍ୟ ମୃଗୀବାତ ଯୋଗୁ ମୂର୍ଚ୍ଛା ଯାଇଥାନ୍ତି । ଏ ପ୍ରକାରର  ମୂର୍ଚ୍ଛାରୋଗ କିଛି ଘଣ୍ଟା, ଦିନ, ମାସ ବା ବର୍ଷପରେ  ମଧ୍ୟ ଆସିପାରେ । କେତେକ ଲୋକ ଏହାଯୋଗୁ ଚେତା ହରାଇ ବସନ୍ତି ଏବଂ ହାତପାଦ ଜୋରରେ ଛାଟି ପାରନ୍ତି  । ଆଖି ଡୋଳା ଓଲଟି ଯାଇପାରେ । ସାମାନ୍ୟ ଧରଣର ମୃଗୀବାତରେ ବ୍ୟକ୍ତି କିଛି ସମୟ ପାଇଁ ଚେତାଶୂନ୍ୟ ହୋଇ ଯାଇପାରନ୍ତି ଓ ଆଶ୍ଚର୍ଯ୍ୟଜନକ ବ୍ୟବହାର କରିବାକୁ ଲାଗନ୍ତି । ମୃଗୀବାତ କେତେକ ପରିବାରରେ ସାଧାରଣ । ଜନ୍ମ ସମୟରେ ମସ୍ତିଷ୍କରେ  କ୍ଷତି, ଛୋଟପିଲା ଅବସ୍ଥାର ଅତ୍ୟଧିକ ଜ୍ଵର ବା ମସ୍ତିଷ୍କରେ ଫିତାକୃମିର ଲାର୍ଭା ଯୋଗୁ ଏହା ହୋଇପାରେ ।

ମୃଗୀବାତ ସଂକ୍ରାମକ ନୁହେଁ ଏବଂ ଅନ୍ୟକୁ ଡେଇଁ ପାରିବ ନାହିଁ । ଏହା ଜୀବନବ୍ୟାପି ସମସ୍ୟା ଅଟେ। କିନ୍ତୁ ବେଳେବେଳେ ଛୋଟପିଲା ଅବସ୍ଥାରେ ଏହି ରୋଗ ଭଲ ହୋଇଯାଇଥାଏ ।

ଟିପ୍ପଣୀ

ଏହା ମୃଗୀବାତ ଭଲ କରେ ନାହିଁ, ଏବଂ କେବଳ ମୂର୍ଚ୍ଛାର ପ୍ରତିରୋଧ କରିଥାଏ । ପ୍ରାୟ ଏହି ଔଷଧକୁ ସାରା ଜୀବନ ନେବାକୁ ପଡିଥାଏ ।

  • ବହୁ ସମୟରେ ଫେନୋବାରବିଟାଲ ମୃଗୀବାତକୁ ନିୟନ୍ତ୍ରଣ କରିଥାଏ । ଏହା ମଧ୍ୟ ଖୁବ୍ ଶସ୍ତା ।
  • ଫେନୋବାରବିଟାଲ କାମ ନ କରିବା ସମୟରେ ଡାଇଫିନାଇଲହାଇଡେଣ୍ଟାଇନ ଉପକାର କରିଥାଏ । କେତେକ  ସମୟରେ ଉଭୟ ଔଷଧ ଏକାଠି ଦରକାର ହୋଇପାରନ୍ତି । କମ୍ ମାତ୍ରା ପ୍ରୟୋଗ କରନ୍ତୁ ଯେତିକିରେ ମୂର୍ଚ୍ଛା ପ୍ରତିରୋଧ ହେବ ।

ଯେତେବେଳେ ଜଣେ ବ୍ୟକ୍ତି ମୂର୍ଚ୍ଛା ଯାଉଛନ୍ତି

  • କାଠଖଣ୍ଡ, ଚାବିକାଠି ବା ସେହିପରି ଜିନିଷକୁ ଗୋଟିଏ ସଫା କନାରେ ଗୁଡାଇ ଦାନ୍ତ ମଧ୍ୟରେ ରଖନ୍ତୁ  ଯଦ୍ୱାରା ସେ  ତାଙ୍କର ଜିଭକୁ କାମୁଡି ପାରିବ ନାହିଁ ।
  • ମୂର୍ଚ୍ଛା ଯାଉଥିବା ସମୟରେ ତାଙ୍କୁ ଧରିବା ବା ବାନ୍ଧିବାକୁ ଚେଷ୍ଟା କରନ୍ତୁ ନାହିଁ ।
  • ନିଆଁ,ତୀକ୍ଷଣ ପଥର ଇତ୍ୟାଦିଠାରୁ ତାଙ୍କୁ ରକ୍ଷା କରନ୍ତୁ ଯାହାଦ୍ଵାରା ସେ ନିଜକୁ ବିପଦରେ ପକାଇବାର ସମ୍ଭାବନା ରହିଛି।
  • ତାଙ୍କ  ଚାରିପଟୁ ଲୋକଙ୍କୁ ଦୂରେଇ ଦିଅନ୍ତୁ ଯାହା ଫଳରେ ସେ ନିଶ୍ଵାସ ପାଇଁ ଯଥେଷ୍ଟ ପବନ ପାଇବେ।
  • ଯଦି ସେ ବାନ୍ତି କରନ୍ତି ବା ଛେପ ପକାନ୍ତି ତାଙ୍କ ମୁଣ୍ଡକୁ ଗୋଟିଏ ଦିଗକୁ ରଖନ୍ତୁ ଯେମିତିକି ତାଙ୍କର ଶ୍ଵାସରୁଦ୍ଧ ହୋଇନଯାଏ । ଯଦି ଦରକାର ପଡେ ତାଙ୍କର ମୁହଁରେ ଥିବା ବାନ୍ତି ସଫା କରିଦିଅନ୍ତୁ ।
  • ମୂର୍ଚ୍ଛାରୁ ଭଲ ଅବସ୍ଥା ଫେରିପାଇବା ପରେ ପ୍ରଚୁର ପରିମାଣରେ ଚିନି ସହ ଗରମ ଚା ଦିଅନ୍ତୁ ।
  • ମୂର୍ଚ୍ଛା ପରେ ସେ ଦୁର୍ବଳ ବା ନିଦ ଅନୁଭବ କରିପାରନ୍ତି, ସେ ତାଙ୍କର ସ୍ଵାଭାବିକ କାର୍ଯ୍ୟକଳାପ ଆରମ୍ଭ କରିବା ପୂର୍ବରୁ ଶୋଇବାକୁ ବା ବିଶ୍ରାମ ନେବାକୁ କୁହନ୍ତୁ ।

ଯଦି ମୂର୍ଚ୍ଛା ଅଧିକ ସମୟ ଧରି ରୁହେ ଦିଆଜେପାମ କିମ୍ବା ଫେନୋବାରବିଟାଲ ଇଞ୍ଜେକ୍ସନ ଦିଅନ୍ତୁ । ୧୫ ମିନିଟ୍ ପରେ ବି ଯଦି ମୂର୍ଚ୍ଛା ବନ୍ଦ ନ ହୁଏ ତେବେ ଆଉ ଏକ ମାତ୍ରା ଦିଅନ୍ତୁ ।

ଆଧାର –  ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate