অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମ୍ୟାଲେରିଆ

ଉପକ୍ରମ

ମ୍ୟାଲେରିଆ ଏକ ସାଧାରଣ ରୋଗ ଏବଂ ଏହାଦ୍ଵାରା କମ୍ପ ଓ ଜ୍ଵର ହୁଏ । ମ୍ୟାଲେରିଆ ମଶାମାନଙ୍କଦ୍ଵାରା ବ୍ୟାପିଥାଏ । ମ୍ୟାଲେରିଆଦ୍ଵାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିର ରକ୍ତରୁ ମ୍ୟାଲେରିଆ କୀଟାଣୁ ମଶା ଶୋଷଣ କରିଥାଏ ଏବଂ ତା ପରେ ଅନ୍ୟବ୍ୟକ୍ତିକୁ କାମୁଡିବା ସମୟରେ ବା ମଧ୍ୟରେ ଏହା ପ୍ରବେଶ କରାଇଥାଏ ।

ମ୍ୟାଲେରିଆର ଲକ୍ଷଣ

  • ମ୍ୟାଲେରିଆର ବିଶେଷ ଜ୍ଵର ପ୍ରତି ୨ ବା ୩ ଦିନରେ ହୁଏ ଏବଂ ଏହା କିଛି ଘଣ୍ଟା ପାଇଁ ସ୍ଥାୟୀ ରୁହେ । ଏହା ୩ଟି ଅବସ୍ଥାରେ ଗତିକରେ।
  • ଏହାର ଆରମ୍ଭରେ ଶୀତ ଅନୁଭୂତ ହୁଏ ଏବଂ ପ୍ରାୟ ମୁଣ୍ଡବ୍ୟଥା ହୁଏ, ବ୍ୟକ୍ତି ୧୫ ମିନିଟ୍ ରୁ ଏକଘଣ୍ଟା ପର୍ଯ୍ୟନ୍ତ କମ୍ପେ ।
  • କମ୍ପ ପରେ ଜ୍ଵର ଆରମ୍ଭ ହୁଏ । ଏହା ବା ଏହାଠାରୁ ଅଧିକ ହୋଇଥାଏ । ବ୍ୟକ୍ତି ଦୁର୍ବଳ ଅନୁଭବ କରେ, କେତେକ ସମୟରେ ମସ୍ତିସ୍କ ଠିକ୍ ରୁହେନାହିଁ, ଜ୍ଵର କେତେକ ଘଣ୍ଟାପାଇଁ ରୁହେ ।
  • ଶେଷରେ ବ୍ୟକ୍ତିଙ୍କ ଶରୀରରୁ ଝାଳ ବାହାରେ ଏବଂ ଜ୍ଵର କମିଯାଏ । ଜ୍ଵର ପରେ ବ୍ୟକ୍ତି ଦୁର୍ବଳ ଅନୁଭବ କରନ୍ତି ମାତ୍ର ପ୍ରାୟ ସେ ସୁସ୍ଥ ଅନୁଭବ କରନ୍ତି ।
  • ମ୍ୟାଲେରିଆରେ ସାଧାରଣତଃ ପ୍ରତି ଦୁଇ ବ ତିନି ଦିନରେ ଜ୍ଵର ହୋଇଥାଏ । (ମ୍ୟାଲେରିଆର ପ୍ରକାର ଉପରେ ନିର୍ଭର କରି) ମାତ୍ର ଆରମ୍ଭ ସମୟରେ ପ୍ରତିଦିନ ମଧ୍ୟ ଜ୍ଵର ହୋଇପାରେ । ଛୋଟପିଲା ଏବଂ ବ୍ୟକ୍ତି ଯେଉଁମାନଙ୍କୁ ପୂର୍ବରୁ ମ୍ୟାଲେରିଆ ହୋଇସାରିଥାଏ, ସେମାନଙ୍କୁ ନିୟମିତ ଭବାରେ ଜ୍ଵର ହୋଇ ନ ପାରେ । ଏହି କାରଣରୁ ଯଦି କୌଣସି ବ୍ୟକ୍ତି ବିଶେଷତଃ ବର୍ଷାଦିନରେ ସଠିକରୂପେ ବୁଝା ପଡୁ ନ ଥିବା ଜ୍ଵର ଭୋଗ କରୁଥାନ୍ତି, ତେବେ ତାଙ୍କର ରକ୍ତ ତୁରନ୍ତ ପରୀକ୍ଷା କରାଇନେବା ଉଚିତ୍ ।
  • ଦୀର୍ଘକାଳୀନ ମ୍ୟାଲେରିଆଯୋଗୁଁ ରକ୍ତ କମିଯାଏ ଓ ପ୍ଲୀହା ବଢିଯାଏ ।
  • ମ୍ୟାଲେରିଆଯୋଗୁଁ ଲୋହିତ ରକ୍ତ କଣିକା ନଷ୍ଟ ହୋଇଯାଏ ଯାହା ରକ୍ତହୀନତା କାରଣ ହୋଇଥାଏ ।
  • ଯକୃତ ବଢିଯାଏ ଓ କାମଳ ରୋଗ ହେବାର ସମ୍ଭାବନା ଥାଏ
  • ମସ୍ତିସ୍କ ମ୍ୟାଲେରିଆ ଏକ ବିପଦପୂର୍ଣ୍ଣ ଏବଂ ଜୀବନ ନାଶକ ରୋଗ ଅଟେ । ଏହା ମସ୍ତିସ୍କକୁ ଆକ୍ରାନ୍ତ କରିଥାଏ । ଯେଉଁବ୍ୟକ୍ତିକୁ ଥଣ୍ଡା, ଜ୍ଵର, ନିଦୁଆ ଲାଗେ ବା ହଠାତ୍ ଉଠିପାରେ ନାହିଁ ତା’କୁ ଡାକ୍ତରଖାନା ନେବା ନିହାତି ଆବଶ୍ୟକ । ତୁରନ୍ତ ଚିକିତ୍ସା କରା ନ ଗଲେ ରୋଗୀ ମରିଯାଏ (ଯେଉଁ ଶିଶୁ ମା’ କ୍ଷୀର ଖାଇ ନ ଥାନ୍ତି ତାଙ୍କୁ ମ୍ୟାଲେରିଆ ଅଧିକ ହେବାର ସମ୍ଭାବନା ଥାଏ )।

ନିର୍ଣ୍ଣୟ ଓ ଚିକିତ୍ସା

  • ଯଦି ଆପଣଙ୍କୁ ମ୍ୟାଲେରିଆ ହୋଇଥିବାର ସନ୍ଦେହ କରନ୍ତି ବା ବାରମ୍ବାର ଜ୍ଵରରେ ଆକ୍ରାନ୍ତ ହୁଅନ୍ତି, ତେବେ ରକ୍ତ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ ।
  • ଯଦି ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ନ ଥାଏ ତେବେ କ୍ଲୋରୋକୁଇନ ବା ଯାହା ଔଷଧ ଆପଣଙ୍କ ଅଞ୍ଚଳରେ ଭଲ କାମ କରୁଥିବା ଜାଣନ୍ତି ତାକୁ ବ୍ୟବହାର କରନ୍ତୁ ।
  • ଯଦି ଆପଣ କ୍ଲୋରୋକୁଇନ ଦ୍ଵାରା ଆରୋଗ୍ୟଲାଭ କରନ୍ତି ମାତ୍ର କିଛି ଦିନ ପରେ ପୁଣି ଜ୍ଵର ଆରମ୍ଭ ହୁଏ ତେବେ ଆପଣଙ୍କୁ ପ୍ରାଇମାକୁଇନ ଭଳି ଅନ୍ୟ ଔଷଧ ଦରକାର ହେବ । ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ରରୁ ପରାମର୍ଶ ନିଅନ୍ତୁ ।
  • ଯଦି ଜଣେ ମ୍ୟାଲେରିଆ ରୋଗୀଙ୍କଠାରେ ମୂର୍ଚ୍ଛାରୋଗ ବା ମସ୍ତିସ୍କଝିଲ୍ଲୀ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ ତାଙ୍କୁ ମସ୍ତିସ୍କ ମ୍ୟାଲେରିଆ ହୋଇପାରେ । ଅତିଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଏହା ବିପଜ୍ଜନକ ।

ମ୍ୟାଲେରିଆରୁ କିପରି ରକ୍ଷା ପାଇବେ

ମ୍ୟାଲେରିଆ ପୃଥିବୀର ଅନେକ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳମାନଙ୍କର ସମସ୍ୟା ଅଟେ । ଯଦି ପ୍ରତ୍ୟକ ବ୍ୟକ୍ତି ସହଯୋଗ କରନ୍ତି ତେବେ ଏହାଆୟତ୍ତ କରାଯାଇପାରେ । ଆୟତ୍ତ କରିବାର ସମସ୍ତ ଉପାୟ ଏକାବେଳକେ ବ୍ୟବହାର କରିବା ଉଚିତ୍ ।

  1. ମଶାଠାରୁ ଦୂରରେ ରୁହନ୍ତୁ । ଚାଦର ଘୋଡେଇହୋଇ କିମ୍ବା ମଶା ନ ଥିବା ସ୍ଥାନରେ ଶୁଅନ୍ତୁ ।ଶିଶୁମାନଙ୍କର ଦୋଳିକୁ ମଶାରୀ ବା ପତଳା କନାଦ୍ଵାରା ଢାଙ୍କି ଦିଅନ୍ତୁ ।
  2. ମଶାକାମୁଡାର ନିବାରଣ ପାଇଁ ଶରୀରରେ ସୋରିଷ ତେଲ ଲଗାନ୍ତୁ ।
  3. ମ୍ୟାଲେରିଆ ଆୟତ୍ତକାରୀ କର୍ମଚାରୀମାନେ ଆପଣଙ୍କ ଗ୍ରାମକୁ ଆସିବା ସମୟରେ ସହଯୋଗ କରନ୍ତୁ । ଯଦି ଆପଣଙ୍କ ପରିବାରରେ କାହାରୀକୁ ମ୍ୟାଲେରିଆ ହୋଇଥାଏ ତାହା ସେମାନଙ୍କୁ କୁହନ୍ତୁ ଏବଂ ତା ଦେହରୁ ରକ୍ତ ପରୀକ୍ଷା କରିବା ପାଇଁ ମଧ୍ୟ ଅନୁମତି ଦିଅନ୍ତୁ । ଘରେ ମଧ୍ୟ ସ୍ପ୍ରେ କରାଇ ନିଅନ୍ତୁ ଯାହାଦ୍ଵାରା ମଶାମାନେ ମରିଯିବେ । ସ୍ପ୍ରେ ସମୟରେ ସମସ୍ତ ଖାଦ୍ୟ ଓ ପାଣି ଢାଙ୍କି ରଖନ୍ତୁ ।
  4. ଯଦି ଆପଣ ମ୍ୟାଲେରିଆ ସନ୍ଦେହ କରୁଛନ୍ତି, ତେବେ ଶୀଘ୍ର ଚିକିତ୍ସା କରାଇ ନିଅନ୍ତୁ । ଆପଣ ଚିକିତ୍ସିତ ହେବାପରେ ମଶା କାମୁଡିଲେ ମଧ୍ୟ ଆପଣଙ୍କଠାରୁ ଅନ୍ୟକୁ ମ୍ୟାଲେରିଆ ହେବ ନାହିଁ ।
  5. ମଶା ଓ ତାଙ୍କର ଲାର୍ଭାକୁ ଧ୍ଵଂସ କରି ଦିଅନ୍ତୁ । ଜମା ହୋଇଥିବା ପାଣିରେ ମଶା ଅଣ୍ଡା ଦିଏ । ଆଖ ପାଖରେ ଥିବା ଗାତା, ପୋଖରୀ, ପୁରୁଣା ଡବା ଓ ଭଙ୍ଗା ପାତ୍ର ଇତ୍ୟାଦିକୁ ସଫା କରି ଦିଅନ୍ତୁ । ଛୋଟ ପୁଷ୍କରିଣୀ ବା ଖାଲ ଭୂମି ଯେଉଁଠାରେ ମଶା ଅଣ୍ଡା ଦିଏ, ତାହାକୁ ପରିଷ୍କାର କରନ୍ତୁ ବା ତେଲ ପକାନ୍ତୁ । ଏସବୁ କରିବାପାଇଁ ପିଲାମାନଙ୍କୁ ସଙ୍ଗଠିତ କରନ୍ତୁ । ପିଇବା ପାଣି ଥିବା ପାତ୍ର ଢାଙ୍କି ରଖନ୍ତୁ ।

ବିଭିନ୍ନ ମାତ୍ରାର ମ୍ୟାଲେରିଆ – ବିରୋଧୀ ଔଷଧ ନିୟମିତ ବ୍ୟବହାର କରି ଏହାର ନିବାରଣ ବା ପ୍ରକୋପ ଅନେକ ପରିମାଣରେ କମାଯାଇପାରେ ।

 

ଆଧାରଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate