অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଳଗଣ୍ଡ

ଗଳଗଣ୍ଡ ରୋଗ କ'ଣ ?

  • ଗଳାରେ  ହେଉଥିବା  ଜଡପିଣ୍ଡର ନାମ ଗଳଗଣ୍ଡ । ଥାଇରଏଡ ନାମକ ଏକ ଗ୍ରନ୍ଥୀର ଅସାଧାରଣ ବୃଦ୍ଧି ଯୋଗୁଁ ଏହା  ହୋଇଥାଏ। ପାହାଡିଆ  ଅଞ୍ଚଳର ଲୋକଙ୍କୁ ଗଳଗଣ୍ଡ ଓ କେଟ୍ରିନିଜିମ ଅଧିକ ଦେଖାଯାଏ କାରଣ ସେଠି ମାଟି,ପାଣି ଓ  ଖାଦ୍ୟରେ ଖୁବ କମ୍ ଆୟୋଡିନ ଥାଏ ।
  • ବେଳେବେଳେ ଗର୍ଭବତୀ ମହିଳାମାନଙ୍କର ଖାଦ୍ୟରେ ଆୟୋଡିନର ପରିମାଣ କମିଗଲେ,ଗର୍ଭସ୍ଥ ଶିଶୁ ମସ୍ତିସ୍କ କମଜୋର / ଅଥବା କାଲା ହୋଇପାରେ ବା ଶିଶୁ ମରିଯାଇପାରେ । ମା’ର ଗଳଗଣ୍ଡ ନ ଥିଲେ ମଧ୍ୟ ଏହା ଘଟିପାରେ ।

କିପରି ଭାବେ ଗଳଗଣ୍ଡ ଓ କେଟ୍ରିନିଜିମ (କାଲ) ର ପ୍ରତିରୋଧ ଓ ଚିକିତ୍ସା

  • ପାହାଡିଆ ଅଞ୍ଚଳରେ ଗଳଗଣ୍ଡ ଅତି ସାଧାରଣ ହୋଇଥିବାରୁ ସେଠାରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆୟୋଡିନ ଯୁକ୍ତ ଲବଣ  ବ୍ୟବହାର  କରିବା  ଉଚିତ୍ । ଏହି ଲବଣ ବ୍ୟବହାର କଲେ ସାଧାରଣ ଗଳଗଣ୍ଡ ହୁଏ ନାହିଁ ଓ କେତେକ ଗଳଗଣ୍ଡ  ଭଲ ହୋଇଯାଏ । (ପୁରୁଣା  ଓ  କଠିନ  ଗଳଗଣ୍ଡ  କେବଳ  ଶୈଲ୍ୟ ଚିକିତ୍ସାଦ୍ଵାରା ଭଲ ହୋଇପାରିବ) ।
  • ଯଦି ଆୟୋଡିନ ଲବଣ ନ ମିଳେ, ତେବେ ଟିଙ୍କଚର୍ ଅଫ୍ ଆୟୋଡିନ ବ୍ୟବହାର କରନ୍ତୁ । ପ୍ରତିଦିନ ଗୋଟିଏ ଗ୍ଲାସ  ପାଣିରେ ଠୋପା ପକାଇ ଦିଅନ୍ତୁ । ସାବଧାନ ଅତ୍ୟଧିକ  ଟିଙ୍କଚର୍ ଅଫ୍ ଆୟୋଡିନ ବିଷାକ୍ତ ଅଟେ ।  ପିଲାମାନଙ୍କ ହାତ ନ ପାଇଲା ପରି ଜାଗାରେ ରଖନ୍ତୁ । ଆୟୋଡିନ  ଲବଣ ଏସବୁ  ଦୃଷ୍ଟିରୁ ଅଧିକ ନିରାପଦ ।
  • ଅଧିକାଂଶ  ଘରୋଇ  ଚିକିତ୍ସାଦ୍ଵାରା  ଗଳଗଣ୍ଡ  ଭଲ  ହୁଏ  ନାହିଁ ।  ମାତ୍ର  କଙ୍କଡା ଓ ଅନ୍ୟପ୍ରକାର ସାମୁଦ୍ରିକ ଖାଦ୍ୟ  ଖାଇଲେ  କିଛି  କିଛି  ଉପକାର  ହୋଇଥାଏ, କାରଣ ଏଥିରେ ଆୟୋଡିନ ଥାଏ । ଖାଦ୍ୟରେ ଅଳ୍ପ ସାମୁଦ୍ରିକ ଶୈବାଳ  ମିଶାଇଲେ ଅଧିକ ଆୟୋଡିନ ମିଳେ । ମାତ୍ର  ସବୁଠାରୁ  ସରଳ  ଉପାୟ ହେଉଛି ଆୟୋଡିନ ଲବଣ ବ୍ୟବହାର କରିବା  ।
  • ଯଦି  ଆପଣ  ଗଳଗଣ୍ଡ  ପ୍ରବଣ ସ୍ଥାନରେ  ରହୁଥାନ୍ତି  ତେବେ ଆପଣଙ୍କୁ  ମଧ୍ୟ ଏହି ରୋଗ ହେବାର ସମ୍ଭାବନା ଅଛି । ତେବେ ଆପଣ କୋବି ଅଧିକ ଖାଆନ୍ତୁ ନାହିଁ ।

ଟିପ୍ପଣୀ

ଯଦି ଗଳଗଣ୍ଡ ହୋଇଥିବା ବ୍ୟକ୍ତିଙ୍କୁ କମ୍ପ ହୁଏ ବା ଭୟଭୀତ ଜଣାପଡନ୍ତି ଏବଂ ଆଖି ଫୁଲିଯାଏ ତେବେ ଏହା ଏକ ଭିନ୍ନ  ପ୍ରକାରର ଗଳଗଣ୍ଡ,ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 4/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate