ସେଆର କରନ୍ତୁ

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା(୧ )

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କିଛି ଜାଣିବା କଥା ।

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ କିଏ

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ ଜଣେ ଏପରି ବ୍ୟକ୍ତି, ଯେ ନିଜ ପରିବାର ତଥ୍ୟ ପଡୋଶୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଦିଗରେ ଆଗାଇ ନିଅନ୍ତି । ସେ ପୁରୁଷ ବା ନାରୀ ଯାହା ହୁଅନ୍ତୁ ନା କାହିଁକି, ଜଣେ କୁଶଳୀ ଓ ଦୟାଳୁ ବ୍ୟକ୍ତି ଭାବରେ ଗ୍ରାମବାସୀମାନେ ତାଙ୍କୁ ବାଛି ଥାଆନ୍ତି ।

କେତେକ ସ୍ୱାସ୍ଥ୍ୟକର୍ମୀଙ୍କୁ ଏକ ସଙ୍ଗଠିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ତଥ୍ୟ ସହାୟତା ମିଳିଥାଏ । ଅନ୍ୟମାମନଙ୍କର  କୌଣସି ସରକାରୀ ପଦବୀ ନ ଥାଏ । ସେମାନେ ଏପରି ବ୍ୟକ୍ତି, ଯାହାଙ୍କୁ ସେହି ଅଞ୍ଚଳର ସାଧାରଣ ଲୋକେ ଚିକିତ୍ସା ଏବଂ ନେତା ଭାବରେ ମାନ୍ୟ କରିଥାନ୍ତି । ଲୋକମାନଙ୍କ ସହିତ ମିଶିବା, ସେମାନଙ୍କୁ ସହାୟତା କରିବା ଏବଂ ଆତ୍ମ – ବିଶ୍ଲେଷଣ କରିବା ଦ୍ଵାରା ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିଥାଆନ୍ତି।

ମୋଟ ଉପରେ ବିଚାର କଲେ, ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ ସେହି ବ୍ୟକ୍ତି ଯେ ନିଜ ଗାଆଁକୁ ସୁସ୍ଥ କରି ଗଢି ତୋଳନ୍ତି ।

ଏହାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ( ପୁରୁଷ ବା ନାରୀ) ଜଣେ ସ୍ୱାସ୍ଥ୍ୟକର୍ମୀ ହୋଇପାରିବେ ଏବଂ ହେବା ମଧ୍ୟ ଉଚିତ୍ ।

  • ବାପା – ମା’ ସେମାନଙ୍କର ପିଲାମାନଙ୍କୁ କିପରି ପରିଛନ୍ନ ରହିବାକୁ ହୁଏ, ଶିକ୍ଷା ଦେଇ ପାରିବେ।
  • ଚାଷୀଭାଇମାନେ ଏକତ୍ର ମିଳି କାମ ଜମିରୁ ଅଧିକ କରିପାରିବେ ।
  • ଶିକ୍ଷକ – ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାଧାରଣ ରୋଗଗୁଡିକର ଆଶୁ ଚିକିତ୍ସା ବିଷୟରେ ଶିକ୍ଷା ଦେଇ ପାରିବେ ।
  • ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ପାଇଥିବା ଶିକ୍ଷାମାନ ନିଜର ବାପ- ମା’ଙ୍କୁ ଜଣାଇ ସେମାନଙ୍କର ଜ୍ଞାନ ବର୍ଦ୍ଧନ କରି ପାରିବେ ।
  • ଔଷଧ – ଦୋକାନୀମାନେ ଔଷଧଗୁଡିକକର ଉପୟୁକ୍ତ ବ୍ୟବହାରସମ୍ବନ୍ଧରେ ସଠିକ୍ ଜ୍ଞାନ ଗ୍ରାହକମାନଙ୍କୁ ଦେଇ ପାରିବେ  ।
  • ଧାଈମାନେ ଗର୍ଭବତୀ ମହିଳା ଭଲ ଖାଦ୍ୟ ଖାଇବା, ପିଲାକୁ ସ୍ତନ୍ୟପାନ କରାଇବା ଏବଂ ବାପା ଓ ମା’ଙ୍କୁ ଉପଦେଶ ଦେଇପାରିବା ଭଳି ଅନେକ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଏହି ବହିରୁ  ପାଇପାରିବେ । ମୋଟାମୋଟି ଭାବରେ ଏହି ବିହିଟି ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ପଆଇନ ଲେଖାଯାଇଛି । ମାତ୍ର ଏହା ସେହି ବ୍ୟକ୍ତିଙ୍କ ପାଇଁ ଉର୍ଦ୍ଦଷ୍ଟ, ଯେଉଁମାନେ ନିଜର ଓ ନିଜ ପରିବାରର ତଥ୍ୟ ପଡୋଶୀମାନଙ୍କ ବିଷୟରେ ଅନେକ କିଛି ଜାଣିବାକୁ ଓ ସେମାନଙ୍କ ପାଇ ଅନେକ କିଛି କରିବାକୁ ଆଗ୍ରହୀ ।

`ଯଦି ଆପଣ ଜଣେ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ, ସହାୟିକା ( ଧାଈ) ଅଥବା ଜଣେ ଡାକ୍ତର ହୋଇଥାଆନ୍ତି, ତଥାପି ଏହି ବହିଟି କେବଳ ଆପଣଙ୍କ ପାଇଁ ନୁହେଁ । ଏହା ସମସ୍ତଙ୍କ ପାଇଁ । ତେଣୁ ଏ ବହିଟିକୁ ପଢିବାରେ ଅନ୍ୟମାନଙ୍କୁ ଅଂଶୀଦାର କରନ୍ତୁ ।

ଅବଶ୍ୟ ଆପଣଙ୍କ ନିକଟରେ ଏଭଳି କେତେକ ଲୋକ ପହଞ୍ଚିଯିବେ, ଯେଉଁମାନଙ୍କ ଆଗରେ ଏହି ବହିର ଏକ ଅଧ୍ୟାୟ ପଢିବା ଏବଂ ସେ ନେଇ ଆଲୋଚନା କରିବାରେ ଅବସର ମିଳିଯିବ । ଏହି ଅବସର ସମୟ କ୍ରମେ ଖୁବ୍ ଲାଭପ୍ରଦ ହୋଇଥାଏ ।

ପ୍ରିୟ ଗ୍ରାମ୍ୟ ସ୍ୱାସ୍ଥ୍ୟ କର୍ମୀ,

ଲୋକକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତା ଉପରେ ପର୍ଯ୍ୟବେସିତ ।

କିନ୍ତୁ ଆପଣମାନଙ୍କ ଗାଁକୁ ଏକ ସ୍ୱାସ୍ଥ୍ୟକର ସ୍ଥାନରେ ପରିଣତ କରାଇବାକୁ ହେଲେ, ଆପଣଙ୍କୁ ଗାଁ ଲୋକଙ୍କର ମାନବୀୟ ଆବଶ୍ୟକତା ବିଷୟରେ ମଧ୍ୟ ଜାଣିବାକୁ ପଡିବ । ଔଷଧ ଓ ପରିଚ୍ଛନ୍ନତା ସମ୍ବନ୍ଧରେ ଆପଙ୍କର ଜ୍ଞାନ ଯେତିକି ମହତ୍ତ୍ଵପୂର୍ଣ୍ଣ ଲୋକମାନଙ୍କ ସହ ଯଥାର୍ଥ ବୁଝାମଣା ଓ ସମ୍ପର୍କ ରକ୍ଷା ସେତିକି ଜରୁରୀ ।

କେତେକ ପରାମର୍ଶ

ଏଠାରେ ଆମେ କେତେକ ପରାମର୍ଶ ଦେଉଛୁ, ଯେଉଁଥିରୁ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ଭାନ୍ଧୀୟ ଆବଶ୍ୟକତାଗୁଡିକ ପୂରଣ କରିବାରେ ସାହାଯ୍ୟ ମିଳିପାରିବ ।

  1. ଦାୟାଳୁ ହୁଅନ୍ତୁ । ସ୍ନେହପୂର୍ଣ୍ଣ କଥାବାର୍ତ୍ତା, ସ୍ମିତହାସ୍ୟ, ଅଥବା ଏହିଭଳି ଅନ୍ୟାନ୍ୟ ବ୍ୟବହାର ମହତ୍ତ୍ଵପୂର୍ଣ୍ଣ ଅଟେ, ଯାହା ଆପଣ କରିପାରନ୍ତି ।
  2. ଅନ୍ୟମାନଙ୍କୁ ନିଜ ସହ ସମାନ ମନେକରି ବ୍ୟବହାର ଲରନ୍ତୁ । ଯେତେ ବ୍ୟସ୍ତ ଓ ଚିନ୍ତିତ ଥିଲେ ମଧ୍ୟ ଆପଣ ଅନ୍ୟମାନଙ୍କର ଭାବନା ଓ ଆବଶ୍ୟକତାକୁ ମନେ ରଖନ୍ତୁ । ଏହି ଲୋକଟି ଯଦି ମୋ ପରିବାରର ହୋଇଥାନ୍ତେତେବେ ମୁଁକ’ଣ କରିଥାନ୍ତି ? ଏହୂୟ ପ୍ରଶ୍ନଟି ନିଜକୁ ପଚାରିବାରେ ଖୁବ୍ ଲାଭ ହୋଇଥାଏ ।

    ରୋଗୀ ସହିତ ମଣିଷ ପରି ବ୍ୟବହାର କରନ୍ତୁ। ଅତ୍ୟନ୍ତ ରଗଣ ବା ମୃତ୍ୟୁର ନିକଟତର ରୋଗୀମାନଙ୍କ ପ୍ରତି ବିଶେଷ ଦାୟାଭାବ ରଖନ୍ତୁ । ସେମାନଙ୍କର ପରିବାର ପ୍ରତି ସହାନୁଭୁତି ଦେଖାନ୍ତୁ ସେମାନଙ୍କୁ ଜଣାଇ ଦିଅନ୍ତୁ ଯେ, ଆପଣ ସେମାନଙ୍କ ପାଇଁ ଖୁବ୍ ଚିନ୍ତିତ ।

  3. ଆପଣଙ୍କର ଜ୍ଞାନ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରନ୍ତୁ । ସ୍ୱାସ୍ଥ୍ୟକର୍ମୀଭାବରେ ଆପଙ୍କର ପ୍ରଥମ କାମ ହେଲା, ଲୋକଙ୍କୁ ଶିକ୍ଷା ଦେବା। ଅର୍ଥାତ୍ ଲୋକମାନେ କିପରି ରୋଗ ଦାଉରୁ ରକ୍ଷା ପାଇବେ, ଏ ନେଇ ସେମାନଙ୍କୁ ସାହାଯ୍ୟ କରିବେ । ଏହିପରି ଲୋକେ, ଲୋକେ ରୋଗକୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ତାହାର ଚିକିତ୍ସା  ବିଷୟରେ ମଧ୍ୟ ଜାଣି ପାରିବେ ।
  4. ଏହାଦ୍ଵାରା ସେମାନେ ଘରୋଇ ଚିକିତ୍ସା ପଦ୍ଧତି ଓ ସାଧାରଣ ଔଷଧ ସମ୍ବନ୍ଧରେ ମଧ୍ୟ ଜ୍ଞାନ ଅର୍ଜନ କରିପାରିବେ ।
  5. ଆପଣ ନିଜେ ଯାହା ଜାଣନ୍ତି, ସାବଧାନତାର ସହ ବୁଝାଇ କହିଲେ, ତା' କାହାରି ପ୍ରତି ବିପଦର କାରଣ ହେବନାହିଁ । କେତେକ ଡାକ୍ତର ନିଜର ଯତ୍ନ ନିଜେ ନେବାକୁ ବିପଦ୍ ଜନକ ମନେ କରିଥାନ୍ତି । ବୋଧହୁଏ ସେମାନେ ଚାହାନ୍ତ, ଲୋକମାନେ ସର୍ବଦା ସେମାନଙ୍କର ଦାମିକା ଚିକିତ୍ସା ଉପରେ ନିର୍ଭର କରନ୍ତୁ । ମାତ୍ର ସତ କଥା ହେଲା, ଅଧିକାଂଶ ସାଧାରଣ ସ୍ୱାସ୍ଥ୍ୟ- ସମସ୍ୟା, ଲୋକମାନଙ୍କର ନିଜଘରେ, ଅଧିକ ଶୀଘ୍ର ଓ ଅଧିକ ଭଲ ଭାବେ ସମାଧାନ ହୋଇପାରିବ ।

  6. ଲୋକମାନଙ୍କର ପାରମ୍ପରିକ ରୀତି – ନୀତି ଓ ଭାବନାକୁ ସମ୍ମାନ ଦିଅନ୍ତୁ ।
  7. ଆପଣ ଆଧୁନିକ ଔଷଧାଦି ବିଷୟରେ ଅଳ୍ପେ ବହୁତ ଜାଣନ୍ତି । ତା' ବୋଲି ଲୋକମାନଙ୍କର ରାତି ନୀତି ଓ ସେମାନଙ୍କର ଚିକିତ୍ସା – ପଦ୍ଧତିକୁ ନାପସନ୍ଦ କରିବେ, ଏହା ଠିକ୍ ନୁହେଁ । ଚିକିତ୍ସା ବିଜ୍ଞାନର ପ୍ରବେଶ ଫଳରେ ପ୍ରାୟ ଦେଖାଯାଏ, ଚିକିତ୍ସା ପ୍ରଣାଳୀରେ ମାନବୀୟ ସହାନୁଭୂତି ବା ମାନବିକତା ଲୋପ ଯାଇଯାଉଛି ।

    ଯଦି ଆପଣ ଶ୍ରେଷ୍ଠ ଆଧୁନିକ ଔଷଧ ଓ ଶ୍ରେଷ୍ଠ ପରମ୍ପରାଗତ ଉପଚାରକୁ ଏକତ୍ରକରି କାର୍ଯ୍ୟରେ ଲାଗନ୍ତି, ତେବେ ଏହି ଏକତ୍ରୀକାରଣ କୌଣସି ଗୋଟିଏ ପ୍ରକାରେ ଅଧିକ ଭଲ କାମ ଦେବ।

    ଏହିପରିଭାବେ ଆପଣ ଲୋକମାନଙ୍କର ସଂସ୍କୃତିସହ କିଛି ଅଧିକ ଯୋଗ କରନ୍ତୁ, ସେଥିରୁ କିଛି କିଛି କରନ୍ତୁ ନାହିଁ ।

    କେତେକ ପ୍ରଥା ବା ଘରୋଇ ଚିକିତ୍ସାକୁ ଯଦି ଆପଣ କ୍ଷତିକାରକ ମନେ କରନ୍ତି, ( ଉଦାହରଣ ସ୍ୱରୂପ, ନବଜାତ ଶିଶୁର କଟାଯାଇଥିବା ନାଭି ଉପରେ ମାଳ ଦେବା ) ତେବନେ ତାଙ୍କୁ ବଦଳାଇବା ପାଇଁ ଆପଣଙ୍କୁ କିଛି ନା କିଛି କରିବାକୁ ପଡିବ । ଏହାକୁ ଖୁବ୍ ସାବଧାନନତାର ସହ କରନ୍ତୁ । ଏହାକୁ ଯେଉଁମାନେ ଘରୋଇ ଚିକିତ୍ସା ଭାବରେ ବିଶ୍ଵାସ କରନ୍ତି। ସେମାନଙ୍କ ପ୍ରତି ଯଥାର୍ଥ ସମ୍ମାନ ଦେଖାଇ ଏପରି ନ କରିବାକୁ ବୁଝାଇ ଦିଅନ୍ତୁ କେବେ କୁହନ୍ତୁ ନାହିଁ ଯେ, ସେମାନେ ଯାହା କରୁଛନ୍ତି ତାହା ଭୁଲ ଆଟେ ସେହି ପ୍ରଥା କାହିଁକି ସେମାନେ ବଦଳାଇବା ଉଚିତ୍ , ଏହା ସେମାନଙ୍କୁ ବୁଝାଇ କୁହନ୍ତୁ । ଲୋକମାନେ ନିଜର ପରମ୍ପରା ଓ ଅଭ୍ୟାସଗୁଡିକ ଖୁବ୍ ଧୀରେ ଧୀରେ ବଦଳାଇଥାନ୍ତି ଯେତେବେଳେ ସେମାନେ ଏଥିପାଇଁ ଯଥେଷ୍ଟ କାରଣ ଖୋଜି ପାଆନ୍ତି । ଯେଉଁ କଥାକୁ ସେମାନେ ଠିକ୍ ବୋଲି ଭାବନ୍ତି, ସେଥିପ୍ରତି ସେମାନଙ୍କର ସମ୍ପୁର୍ଣ୍ଣ ବିଶ୍ଵାସ ଆସିଯାଇଥାଏ । ସେମାନଙ୍କରଏହି ବିଶ୍ଵାସୀପଣକୁ ଆମେ ସମ୍ମାନ ଦେବା ଉଚିତ୍ ।

    ଆଧୁନିକ ଔଷଧରେ ମଧ୍ୟ ସବୁ ସମସ୍ୟାର ସମାଧାନ ହୁଏନାହିଁ । ଏହାଦ୍ଵାରା କେତେକ ରୋଗ ଭଲ ହୋଇଥାଏ, ମାତ୍ର ଅନ୍ୟ କେତେକ ରୋଗ,  ଏହି ଔଷଧ ବ୍ୟବହାର ଯୋଗୁଁ ହିଁ ଉତ୍ପନ୍ନ ହୋଇଥାଏ, ଯାହା ପ୍ରଥମ ରୋଗ ଅପେକ୍ଷା ଅଧିକ ଜଟିଳ ଓ ଅଧିକ ବିପଦ ଜନକ ହୋଇଥାଏ । ଲୋକମାନେ ଆଧୁନିକ ଔଷଧ ଏବଂ ଚିକିତ୍ସକ ( ବିଶେଷଜ୍ଞ) ମାନଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭର କରିଥାନ୍ତି । ଏହି ଔଷଧଗୁଡିକ' ଅନାବଶ୍ୟକ ବ୍ୟବହାର ଫଳରେ ସେମାନେ ନିଜର ଓ ଅନ୍ୟମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା କଥା ଭୁଲି ଯାଆନ୍ତି।

    ସେଥିପାଇଁ ଲୋକମାନଙ୍କୁ ଧୀରେ ଧୀରେ ଶିଖାନ୍ତୁ । ଏଥିସହ ସେମାନଙ୍କର ପରମ୍ପରା ଓ ମାନ - ମର୍ଯ୍ୟାଡା ପ୍ରତି ଆପଣ ସଚେତନ ରୁହନ୍ତୁ । ପୂର୍ବ ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତିକରି ସେମାନେ କିପରି ଆଗେଇବେ, ତାହା ଶିକ୍ଷା ଦିଅନ୍ତୁ ।

    • ପରମ୍ପରାଗତ ଚିକିତ୍ସକ ଓ ଧାଈମାନଙ୍କର ବିରୋଧ' କରି ସେମାନଙ୍କ ସହ ମିଳିମିଶି କାର୍ଯ୍ୟ କରନ୍ତୁ ।
    • ସେମାନଙ୍କଠାରୁ ଶିଖନ୍ତୁ ଓ ସେମାନଙ୍କୁ ପ୍ରେରଣା ଦିଅନ୍ତୁ, ଯେପରି ସେମାନେ ଆପଣଙ୍କଠାରୁ ଶିଖିବେ ।
    • ମୁଁ ଜାଣିଛି, ସ୍ୱାସ୍ଥ୍ୟକ୍ଷେନ୍ଦ୍ର ଏଠାରୁ ବହୁତ ଦୂରରେ । କିନ୍ତୁ ଏଠାରେ ତାଙ୍କର ଚିକିତ୍ସା କରାଯାଇ ପାରିବ ନାହିଁ । ମୁଁ ତୁମ ସାଙ୍ଗରେ ଯିବି ।
    • ଆପଣଙ୍କର କ୍ଷମତା ଜାଣନ୍ତୁ ।

    ଆପଣଙ୍କର ଜ୍ଞାନ ଓ ଦକ୍ଷତା ଯେତେ ଅଧିକ ବା କମ୍ ହୋଇଥାଉନା କାହିଁକି, ଯଦି ଆପଣ ସୀମା ମଧ୍ୟରେ ରହି କାର୍ଯ୍ୟ କରନ୍ତି, ତେବେ ନିଶ୍ଚିୟ କୃତକାର୍ଯ୍ୟହେବେ । ଅର୍ଥାତ୍ ଆପଣ ଯେତିକି ଜାଣନ୍ତି, ସେତିକି କାର୍ଯ୍ୟ କରନ୍ତୁ । ଯେଉଁ ବିପଜ୍ଜନକ ଜିନିଷ ବିଷୟରେ ଆପଣ ପଢିନାହାନ୍ତି ଅଥବା ଯେଉଁବିଷୟରେ ଆପଣଙ୍କର ଯଥେଷ୍ଟ ଅଭିଜ୍ଞାତା ନାହିଁ, ଯଦି ଏହା କୌଣସି  ବ୍ୟକ୍ତି କିଛି କ୍ଷତି ଘଟାଇ ପାରେ, ତେବେ ସେପରି କରିବାପାଇଁ ଚେଷ୍ଟା କରନୁ ନାହିଁ ।

    କିନ୍ତୁ ସବୁବେଳେ ନିଜସ୍ଵ ବିଚାର ଭାବନାର ଉପଯୋଗ କରାନ୍ତୁ ।

    କୌଣସି କଥା କରିବା / ନକରିବା ନିଷ୍ପତ୍ତି, ଆପଣଙ୍କୁ ବିଶେଷ ସହାୟତା ପାଇଁ କେତେ ଦୂର ଯିବାକୁ ପଡିବ, ଏହା ଉପରେ ନିର୍ଭର କରାଉଦାହରଣ ସ୍ୱରୂପ, ଜେନ ସ୍ତ୍ରୀ ଲୋକର ଏହିକ୍ଷଣି ପିଲାଟି ହୋଇଛି, ଫଳତଃ ସ୍ତ୍ରୀ ଲୋକଟିର ଅଧିକ ପରିମାଣରେ ରକ୍ତସ୍ରାବ ହେଉଛି । ଯଦି ଆପଣ ଅଧଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରରେପହଞ୍ଚି ପାରନ୍ତି, ତେବେ ସେହି ସ୍ତ୍ରୀ ଲୋକଟିକୁ ସେଠାକୁ ନେଇଯିବା ଅଧିକ ବିଜ୍ଞତାର କାର୍ଯ୍ୟ ହେବା । କିନ୍ତୁ ଯଦି ଆପଣଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ଅନେକ ଦୂରରେ, ତେବେ ତାହାର ଗର୍ଭାଶୟକୁ ମାଲିସ କରାନ୍ତୁ , ନଚେତ ତାକୁ ଅକ୍ସିଟସିକ୍ ଇଞ୍ଜେକସନ୍ ଦେବା ବିଷୟରେ ଆପଣ ସିଦ୍ଧାନ୍ତ ନେଇ ପାରନ୍ତି । ଯଦି ଏହା ଆପଣଙ୍କୁ ଶିକ୍ଷା ଯାଇ ନାହିଁ ।

     

    ଅନାବଶ୍ୟକ ବିପଦପୂର୍ଣ୍ଣ ବିଷୟରେ ହାତ ଦିଅନ୍ତୁ ନାହିଁ । ମାତ୍ର ଔଷଧ ନ ଦେଲେ ଯଦି ବିପଦ ଅଧିକରୁ ଅଧିକତର ହେବାର ସମ୍ଭାବନା ଥାଏ । ତେବେ ଆପଣଙ୍କର ବିଚାର ଅନୁଯାୟୀ ଅନ୍ୟ କୌଣସି କମ୍ ବିପଦପୂର୍ଣ୍ଣ ଔଷଧ ବ୍ୟବହାର କରିବାକୁ ଡରନ୍ତୁ ନାହିଁ ।

    ନିଜର କ୍ଷମତା ଜାଣନ୍ତୁ – ମାତ୍ର ନିଜର ବିଚାର ଅନୁଯାୟୀ କାର୍ଯ୍ୟ କରନ୍ତୁ । ରଗଣ ବ୍ୟକ୍ତି ପ୍ରଥମେ ରକ୍ଷା କରନ୍ତୁ ।

  8. ଶିକ୍ଷା କରି ଚାଳନ୍ତୁ । ଯେତେବେଳେ ଆପଣ ଅବସର ସମୟ ପାଉଛନ୍ତି ସେତେବେଳେ ଅଧିକ କିଛି ଶିଖିବାରେ ସେ ସମୟର ସଦୁପଯୋଗ କରନ୍ତୁ । ସେହିସବୁ ପୁସ୍ତକ ଓ ସୂଚନାକୁ ପଢୁଥାଆନ୍ତୁ , ଯାହା ଆପଣଙ୍କୁ ଜେନ ଉତ୍ତମ କର୍ମୀ ଶିକ୍ଷକ କଥା ମାନବ ଭାବରେ ଗଢି ତୋଳିବ।
  9. ଡାକ୍ତର ସଫେଇ ଅଧିକାରୀ,କୃଷି ବିଶେଷଜ୍ଞ ଅଥବା ଅନ୍ୟ କୌଣସି ବ୍ୟକ୍ତି, ଯାହାଙ୍କଠାରୁ ଆପଣ କିଛି ଶିଖିପାରିବେ ତାଙ୍କୁ ପ୍ରଶ୍ନ ପଚାରିବା ପାଇଁ ସର୍ବଦା ପ୍ରସ୍ତୁତ ରହନ୍ତୁ ।

    ଜ୍ଞାନକୁ ସତେଜ ରଖିବାପାଇଁ ଉର୍ଦ୍ଦଷ୍ଟ ପାଠ୍ୟକ୍ରମ ଓ ଅତିରିକ୍ତ ପ୍ରଶିକ୍ଷଣ ଗ୍ରହଣ କରିବା ସୁଯୋଗକୁ କଦାପି ହାତଛଡା କରନ୍ତୁ ନାହିଁ ।

    ଶିକ୍ଷାଦେବା, ଆପଣଙ୍କର ପ୍ରଥମ କର୍ତ୍ତବ୍ୟ । ପଢାଇବା ସଙ୍ଗେ ସଙ୍ଗେ ଆପଣ ଯଦି ନିଜେ କିଛି ପଢାପଢି ନ କରନ୍ତି, ତେବେ ଏପରି ଦିନ ଖୁବ୍ ଶୀଘ୍ର ଆସି ପହଞ୍ଚିଯିବ, ଯେତେବେଳେ ଆପଣଙ୍କ ନିକଟରେ ପଢାଇବା ପାଇଁ କିଛି ରହିବ ।

  10. ଶିକ୍ଷା ଦେଉଥିବା ବିଷୟକୁ ନିଜେ ଅଭ୍ୟାସ କରନ୍ତୁ ।
  11. ଆପଣ ଶିକ୍ଷା ଦେଉଥିବା କଥା ଅପେକ୍ଷାକରୁଥିବା କାର୍ଯ୍ୟ ଉପରେ ଲୋକେ ଅଧିକ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟକର୍ମୀ ଭାବରେ ଆପଙ୍କର ବ୍ୟକ୍ତିଗତ ଜୀବନ ଓ ଅଭ୍ୟାସ ଉପରେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଏହାଦ୍ଵାରା, ଆପଣ ଆପଣମାନଙ୍କର ପଡୋଶୀଙ୍କ ନିକଟରେ ଗୋଟିଏ ଉତ୍ତମ ଉଦାହରଣ ହୋଇ ରହିବେ ।

    ଅନ୍ୟମାନଙ୍କୁ ଶୌଚଳୟ ବ୍ୟବହାର କରିବାକୁ କହିବା ଆଗରୁ, ଆପଣଙ୍କୁ ଦେଖିବାକୁ ହେବ ଯେ, ଆପଣଙ୍କ ନିଜ ଘରେ ଏପରି ଶୌଚାଳୟ ଅଛି ନା ନାହିଁ ।

    ଉଦାହରଣ ସ୍ୱରୂପ, ଯଦି ସର୍ବସାଧାରଣ ଅଳିଆ ଆବର୍ଜନା ଫିଙ୍ଗିବାପାଇଁ ଗାତଟିଏ ଖୋଲିବା ଉଦ୍ଦେଶ୍ୟରେ  ଆପଣ ଗୋଟିଏ ଦଳ ଗଠନ କରନ୍ତି, ତେବେ ଆପଣଙ୍କୁ ଲୋକମାନଙ୍କୁ ସହ ମିଶି ସମାନ ପରିମାଣରେ ପରିଶ୍ରମ କରିବାକୁ ପଡିବ ।

    ଜଣେ ଉତ୍ତମ ନେତା କେବେହେଁ ଲୋକମାନଙ୍କୁ କହେ ନାହିଁ – ଏହା କର । ଲୋକଙ୍କ ଆଗରେ ନିଜେ ତାହା କରି ଏକ ଉଦାହରଣ ହୋଇ ରୁହେ ।

  12. ଆନନ୍ଦ ପାଇବା ପାଇଁ କାର୍ଯ୍ୟ କରନ୍ତୁ ।
  13. ଯଦି ଆପଣ ଆଶା କରନ୍ତି, ଲୋକମାନେ ନିଜ ଗାଁର ଉନ୍ନତି କରିବାରେ ଓ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାରେ ଭାଗ ନେବା ଉଚିତ୍ । ତେବେ ପ୍ରଥମେ ଆପଣଙ୍କର ଏହି କାମ ପ୍ରତି ପୂର୍ଣ୍ଣ ଉତ୍ସାହ ଓ ମନୋଭାବ ରହିବା ଦରକାର । ଯଦି ଆପଣ ଏହା ନ କରିବେ, ତା’ କରିବେ, ତା’ ହେଲେ ଆପଣଙ୍କର ଉଦାହାରଣକୁ କେହି ଅନୁସରଣ କରିବେ ନାହିଁ।

    ସାମୁହିକ କାର୍ଯ୍ୟ ଯୋଜନାକୁ, ଆମୋଦ ପ୍ରମୋଦ ର ରୂପ ଦିଅନ୍ତୁ । ଉଦାହରଣ ସ୍ୱରୂପ, ପଶୁମାନଙ୍କଠାରୁ ରକ୍ଷା କରିବା ପାଇଁ ସର୍ବସାଧାରଣଙ୍କ ବ୍ୟବହାର ପୋଖରୀର ଚାରିପଟେ ବାଡ  ଦେବା ସହଜ କାମ ନୁହେଁ । କିନ୍ତୁ ଯଦି ଲୋକମାନେ ଏହାକୁ ଗୋଟିଏ ମନୋରଞ୍ଜନରୂପେ ଖିଆପିଆ ସହ ଓ ଗୀତ ସଙ୍ଗୀତର ଆନନ୍ଦ ନେବା ସହ କରନ୍ତି ତେବେ କାର୍ଯ୍ୟଟି ଖୁବ ଚଞ୍ଚଳ ହୋଇଯିବ ।

    ପିଲାମାନେ ଯଦି କାର୍ଯ୍ୟଟିକୁ ଖେଳଭାବି କରନ୍ତି, ତେବେ ଅଧିକ ପରିଶ୍ରମ କରି ଆନନ୍ଦର ସହ ସେମାନେ ତାହାକୁ ସାରିଦେବେ ।

    ଆପଣଙ୍କୁ ଆପଣଙ୍କର କାର୍ଯ୍ୟର ମୂଲ୍ୟ ମିଳିପାରେ ବା ନ ମିଳିପାରେ, ତଥାପି ଦେଖା ଶୁଣା କରିବାକୁ କଦାପି କରିବେ ନାହିଁ, ଲୋକଟି ଯେତେ ଗରୀବ ହୋଇଥାଉ ବା ତା’ ପାଖରେ ଦେବାପାଇଁ କିଛି ନ ଥାଉ । ଏହାଦ୍ଵାରା ଆପଣ ଲୋକମାନଙ୍କର ହୃଦୟକୁ କିଛି ପାରିବେ । ପରେ ସେମାନେ ଆପଣଙ୍କୁ ଭଲ ପାଇବାରେ ଲାଗିବେ ଏବଂ ସେମାନଙ୍କ ହୃଦୟରେ ଆପଣଙ୍କପାଇଁ ସମ୍ମାନ ରହିବ । ଧନ ସମ୍ପଦଠାରୁ ଏସବୁ ଅଧିକ  ମୂଲ୍ୟବାନ ।

  14. ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ – ଅନ୍ୟମାନଙ୍କୁ ଭବିଷ୍ୟତ ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରନ୍ତୁ ।
  15. କୌଣସି ଦାୟିତ୍ଵସମ୍ପନ୍ନ ସ୍ୱାସ୍ଥ୍ୟକର୍ମୀ, ରୋଗରେ ଆକ୍ରାନ୍ତ ଦେବା ପର୍ଯ୍ୟନ୍ତ ଅପେକ୍ଷା କରେ ନାହିଁ । ସେହି ରୋଗ ଆରମ୍ଭ ହେବା ପୂର୍ବରୁ ହିଁ ସେ ତାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥାଏ । ଲୋକମାନଙ୍କୁ ସେ ପ୍ରେରଣା ଦିଏ ଯେ, ସେମାନେ ବର୍ତ୍ତମାନ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଯାହା ଫଳରେ କି ଭବିଷ୍ୟତରେ ସେମାନେ ସୁସ୍ଥ ରହିପାରିବେ ।

    ଅଧିକାଂଶ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଅନେକ ଗୁଡିଏ କାରଣ ରହିଥାଏ ଯେଉଁ ଗୁଡିକ ପରସ୍ପର ସହିତ ସଂଯୁକ୍ତ । ଏହି ସମସ୍ୟାଗୁଡିକ ସ୍ଥାୟୀ ଭାବରେ ଦୂର କରିବାକୁ ହେଲେ ଆପଣଙ୍କୁ ଏହାର ମୌଳିକ କାରଣ ଗୁଡିକୁ ଜାଣିବାକୁ ପଡିବ ଏବଂ ଏଥିପାଇଁ କିଛି ଉପାୟ କଢିବାକୁ ସ୍ଥାୟୀ ଭାବରେ ଦୂର କରିବାକୁ ହେଲେ ଆପଣଙ୍କୁ ଏହାର ମୌଳିକ କାରଣ ଗୁଡିକ ଜାଣିବାକୁ ପଡିବ ଏବଂ ଏଥିପାଇଁ କିଛି କାଢିବାକୁ ହେବ ।  ଆପଣ ସମସ୍ୟାଟିର ମୂଳ କାରଣଟିକୁ ନିଶ୍ଚିତ ଖୋଜି ପାଇବେ।

    ଉଦାହରଣସ୍ୱରୂପ, ଅଧିକାଂଶ ଗ୍ରାମରେ ଶିଶୁମାନଙ୍କର ଅକାଳ ମୃତ୍ୟୁର କାରଣ ଆମାଶୟ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଏହି ରୋଗ ବ୍ୟାପିଥାଏ ଶୌଚାଳୟ ତିଆରି କରାଇ ଓ ଲୋକମାନଙ୍କୁ ପରିଚ୍ଛନ୍ନତା ସମ୍ପର୍କରେ ଶିକ୍ଷା ଦେଇ ଆପଣ ଏହି ସମସ୍ୟାର ସମାଧାନ କରିବାରେ ସହାୟତା କରି ପାରିବେ ।

ଯେଉଁ ଶିଶୁମାନଙ୍କୁ ଠିକ୍ ଭାବରେ ଲାଳନପାଳନ କରା ନ ଯାଏ, ସେମାନେ ଆମାଶୟରେ ପୀଡିତ ହୁଅନ୍ତି ଅଥବା ମୃତ୍ୟୁମୁଖରେ ପଡନ୍ତି ।

ସେମାନଙ୍କ ଶରୀରରେ ଏହି ସଂକ୍ରମଣ ସହ ଲଢିବା ପାଇଁ ଶକ୍ତି ନ ଥାଏ । ଆମାଶୟ ଜନିତ ମୃତ୍ୟୁକୁ ଏଡାଇବାକୁ ହେଲେ, ପୁଷ୍ଟି ହୀନତା ସମସ୍ୟାକୁ ରୋକିବାକୁ ପଡିବ ।

ତେବେ କାହିଁକି ଏତେ ଶିଶୁ ପୁଷ୍ଟିହୀନତା ଶିକାର ହୁଅନ୍ତି?

  • କ’ଣ ଏଇଥି ପାଇଁ ଯେ, ମାଆମାନେ ଜାଣନ୍ତି ନାହିଁ ଶିଶୁଙ୍କୁ ଲାଗି ଯେଉଁ ଖାଦ୍ଯ ଅଧିକ ଉପଯୋଗୀ ( ଉଦାହରଣ ସ୍ୱରୂପ ସ୍ତନ୍ୟପାନ)?
  • କ’ଣ ଏଇଥିପାଇଁଯେ, ଆବଶ୍ୟକ ଅନୁଯାୟୀ ଖାଦ୍ୟ ପାଇବାକୁ ପରିବାରରେ ଯଥେଷ୍ଟ ଟଙ୍କା ବା ଧନ ନ ଥାଏ।
  • କ’ଣ ଏଇଥି ପାଇଁ ଯେ, ପ୍ରାୟ ସମସ୍ତ ସମ୍ପତ୍ତିଓ ଜମି ମାତ୍ର କେତେକ ଧନୀ ବ୍ୟକ୍ତିଙ୍କ ହାତରେ ଗଛିତ ରହିଛି ।
  • କ’ଣ ଏଇଥିପାଇଁ ଯେ, ଗରୀବ ଲୋକମାନେ ସେମାନଙ୍କର ଜମିର ଉପଯୁକ୍ତ ବ୍ୟବହାର କରନ୍ତି ନାହିଁ ?
  • ନାଁ ଏଇଥିପାଇଁ ଯେ, ଅଧିକ ସନ୍ତାନ ହେବା ଫଳରେ, ପିତାମାତା ବାସେମାନଙ୍କରଜମି, ପିଲାମାନଙ୍କର ପିତାମାତା ବାସେମାନଙ୍କର ଜମି, ପିଲାମାନଙ୍କର ଭରଣପୋଷଣ ପାଇଁ ଯଥେଷ୍ଟ ହୁଏ ନାହିଁ ।
  • ନା’ ଏଇଥିପାଇଁ ଯେ, ପିତା ନିରାଶ ହୋଇ, ନିଜର ସଞ୍ଚିତ ଧନକୁ ମଦ୍ୟପାନରେ ଶେଷ କରି ଦେଉଛନ୍ତି ?
  • କ’ଣ ଏଇଥିପାଇଁ ଯେ, ଲୋକେ ଭବିଷ୍ୟତ ଚିନ୍ତା କରୁନାହାନ୍ତି? କାରଣ ସେମାନେ ଅନୁଭବ କରି ପାରୁ ନାହାନ୍ତି ଏକତ୍ର ମିଳି କାର୍ଯ୍ୟ କଲେ ସକଳ ଦୁରାବସ୍ଥାକୁ ବଦଳାଇବେ, ଯେଉଁଥିପାଇଁ ସେମାନେ ମୃତ୍ୟୁମୁଖ୍ୟରେ ପଡିଥାନ୍ତି ।

ଆପଣ ଦେଖିବାକୁ ପାଇବେ ଯେ, ଏଥିମଧ୍ୟରୁ ସମସ୍ତ ନ ହେଲେ ମଧ୍ୟ ଅଧିକାଂଶ କାରଣ, ଆପଣଙ୍କ ଅଞ୍ଚଳରେ ଶିଶୁମାନଙ୍କୁ ମୃତ୍ୟୁମୁଖରେ ପକାଇ ଥାଏ । ଅବଶ୍ୟ ଆଉ କେତେକ କାରଣ ମଧ୍ୟ ରହିଛି । ସ୍ୱାସ୍ଥ୍ୟକର୍ମୀଭାବରେଆପଣଙ୍କର କର୍ତ୍ତବ୍ୟ ହେଉଛି ସେହିସବୁ କାରଣଗୁଡିକ ସମ୍ବନ୍ଧରେ ଓ ସେଥିରୁ ରକ୍ଷା ପାଇବା ବିଷୟରେ ଲୋକମାନଙ୍କୁ ବୁଝାଇବା । କିନ୍ତୁ ମେନେ ରଖିବେ, ଆମାଶୟ ଜନିତ ମୃତ୍ୟୁକୁ ଏଡାଇବାକୁ ହେଲେ ଆପଣଙ୍କୁ ଶୌଚାଳୟ, ବିଶୁଦ୍ଧ ଜଳର ବ୍ୟବହାର ଓ ପୁଷ୍ଟିକେନ୍ଦ୍ର ବ୍ୟତୀତ ଆହୁରି ଅନେକ କିଛି ଚିନ୍ତା କରିବାକୁ ପଡିବ । ଆପଣ ଦେଖିବେ ଯେ ପରିବାର ନିୟୋଜନ । କମିର ଉପଯୁକ୍ତ ବ୍ୟବହାର ଏବଂ କ୍ଷମତା, ସମ୍ପତ୍ତି ଓ  ଜମିର ଉତ୍ତମ ବଣ୍ଟନ ସେହିସବୁ ଜିନିଷ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ।

ଦୁରଦୃଷ୍ଟିର ଅଭାବ ଓ ଲୋଭ ଏହି ସବୁ ରୋଗ ଓ ପୀଡାର କାରଣ । ଆପଣ ଯଦି ଲୋକଙ୍କର ମଙ୍ଗଲ ଚାହାନ୍ତି, ତେବେ ସେମାନଙ୍କୁ ମିଳିମିଶି କମ କରିବା ଓ ଭବିଷ୍ୟତ ବିଷୟରେ ଚିନ୍ତା ଶିକ୍ଷା ଦିଅନ୍ତୁ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

3.02564102564
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top