অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୨)

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୨)

  1. ଔଷଧୀୟ ଗଛରୁ କେତେକ ପ୍ରସ୍ତୁତି
  2. କାଶ ଓ ଶ୍ଲେଷ୍ମା ( ସର୍ଦି ବା ଥଣ୍ଡା)
  3. ନାଳୀ ଘା ( ସାଇନୋସାଟିସ୍  ବା ମୁହଁର ହାଡଗୁଡିକରେ ଥିବା ଖୋପରେ ପାଣି ଜମିଯିବା )
  4. ଗଳାପୀଡା
  5. ଅନ୍ତ୍ରନାଳୀ ଟାଣିହେବା, ପେଟ ବ୍ୟଥା ଓ ପୀତାଶୟ ପୀଡା
  6. ତରଳ ଝାଡା ବା ଡାଇରିଆ
  7. ଗର୍ଭାବସ୍ଥା ସମୟରେ ବାନ୍ତି
  8. ସଦ୍ୟ କ୍ଷତ ଓ ଘା
  9. ପରିଷ୍କାର ଘା’
  10. କଣନଖା ବା ନଖ ତଳେ ପୂଜ ଜମିବା
  11. ବାଳମୂଳିଆ ଏବଂ ବଥ
  12. ପାଟି ଓ ଜିଭ ଘା’
  13. ପାକସ୍ଥଳୀ ଘା’ ଓ ବକ୍ଷପ୍ରଦାହ ବା ଛାତି ଜଳା
  14. ଚର୍ମର ଚତୁଜାତୀୟ ସଂକ୍ରମଣ ଯାଦୁ
  15. ବିଛା ଦଂଶନ
  16. କୃମି
  17. କାମଳ ରୋଗ- ଜଣ୍ଡିସ୍ ହେପାଟାଇଟିସ୍
  18. ଉଚ୍ଚ ରକ୍ତଚାପ
  19. ବହୁ ମୂତ୍ର
  20. ଶ୍ଵାସ
  21. ରୂପି
  22. ଦାନ୍ତବିନ୍ଧା
  23. ଋତୁଃସ୍ରାବ କଷ୍ଟ
  24. ଅନ୍ତଃସତ୍ତ୍ଵା ସମୟର ପାଦଫୁଲା
  25. ମିଛି ପ୍ରସବ ଯନ୍ତ୍ରଣା
  26. ଭଙ୍ଗା ହାଡ ଯୋଡିବା ପାଇଁ ଘରୋଇ ଛାଞ୍ଚ
  27. ବସ୍ତିକ୍ରିୟା ପଦ୍ଧତି ଓ ରେଚନ ପ୍ରୟୋଗ କେତେବେଳେ ବିପଦଜନକ

ଔଷଧୀୟ ଗଛରୁ କେତେକ ପ୍ରସ୍ତୁତି

କାଲକା ( ଏକ ଚଟଣି)

କାଲକା ପ୍ରସ୍ତୁତି କରିବାରେ ଦୁଇ ପ୍ରକାର ଉପାୟ ଅବଲମ୍ବନ କରାଯାଏ । ଯଥା : ପତ୍ରରୁ ଓ ଶୁଖିଯାଇଥିବା ପତ୍ରରୁ ।

  1. ସବୁଲ ପତ୍ରରୁ ଭଲଭାବରେ ଧୁଅନ୍ତୁ । ଏହାକୁ ଭଲ ଭାବରେ ଛେଚି ଦିଅନ୍ତୁ ଓ ଏହାର ରସ ଏକ ପରିଷ୍କାର ପାତ୍ରରେ ରଖନ୍ତୁ ।
  2. ଶିଖିଲା ପତ୍ରର ଗୁଣ୍ଡକୁ ଏକ ଗ୍ରାଇଣ୍ଡର ବା ଶିଳରେ ରଖି ଅଳ୍ପ ପାଣି ଦେଇ ବାଟନ୍ତୁ ଓ ଏହାର ରସକୁ ପରିଷ୍କାର ପାତ୍ରରେ ରଖନ୍ତୁ । ଯଦି ଏଥିରେ କିଛି ଘିଅ, ମହୁ ବା ପାଣି ମିଶାଇବାକୁ ଚାହୁଁଛନ୍ତି ତେବେ ଚଟଣିର 2 ଗୁଣ ମିଶାଇବା ଉଚିତ୍ ଓ ଏହାକୁ ଦିନକୁ 4 ଥର ଖାଇବା ଉଚିତ୍ ।

ଲେପ ( ମଲମ)

ଲେପ ଥଣ୍ଡା, ଗରମ ବହଳିଆ, ପତଳା ହୋଇପାରେ । ଏହାକୁ ସାଧାରଣତଃ ବାଟିକରି ପ୍ରସ୍ତୁତ କରାଯାଏ ଓ ଏହାକୁ ଶରୀରର ସଂକ୍ରମିତ ସ୍ଥାନରେ ଲଗାଯାଏ ।

ପାଚନ

ମସୃଣ ମାଠିଆ ବା ଗୋଟିଏ ପତଳା ଧାତୁ ପାତ୍ର ବାହାର ପାଖ ତଳେ ମାଟି ଲଗାଇ ତା ମଧ୍ୟରେ ଛୋଟ ଚାରା ରଖନ୍ତୁ । ଚାରାରେ ୪ ଗୁଣ ପାଣି ଢାଳନ୍ତୁ । ଯଦି ଚାରା କୋମଳ ଥାଏ ତାହାହେଲେ ୪ ଗୁଣ, ଯଦି ଅଳ୍ପ ବହଳଥାଏ ତାହାହେଲେ ୮ ଗୁଣ, ଯଦି ଚାରା ଅତି କଠିନ ହୋଇଥାଏ, ତାହାହେଲେ ୬ ଗୁଣ ପାଣି ଢାଳନ୍ତୁ । ଏହାକୁ ଅଳ୍ପ ଜାଲରେ ସିଝାନ୍ତୁ ଯେପରିକି ମୂଳ ପରିମାଣ ଠାରୁ ୪ ଭାଗରୁ ୧ ଭାଗ ଅଳ୍ପ କଠିନ ଓ କଠିନ କ୍ଷେତ୍ରରେ ୮ ଭାଗରୁ ୧ ଭାଗ ରହିବ । ତା’ପରେ ଏହାକୁ ଥଣ୍ଡାକରି ଛାଣି ଗୋଟିଏ ସଫା ପାତ୍ରରେ ରଖନ୍ତୁ ।

ପାଉଡର ( ଚୂର୍ଣ୍ଣ)

ଗଛର ଶୁଖିଲା ଅଂଶକୁ ପ୍ରସ୍ତର ଖଣ୍ଡ ବା ବଡ ହେମଦସ୍ତାରେ ଗୁଣ୍ଡ କରି ତାକୁ ସଫା କପଡାରେ ଚଳାଇ ଗୁଣ୍ଡ ପ୍ରସ୍ତୁତ କରାଯାଏ । ଗୁଣ୍ଡର ଧୁଳି ବା ଚିକ୍କଣ ଅଂଶ ସଫା କପଡାରେ ଚଲାଇ ଗୁଣ୍ଡ ତିଆରି ହେବା ଉଚିତ୍ । ଯଦି ଗୁଣ୍ଡ ସହିତ ଗୁଡ ମିଶାଯାଏ, ତେବେ ତାହା ଗୁଣ୍ଡ ପରିମାଣ ସହିତ ସମାନ ହେବା ଉଚିତ୍ । ମହୁ ଓ ଘିଅ ପାଇ ଏହି ପଦାର୍ଥର ଦୁଇଗୁଣ ମିଶାଇବା ଉଚିତ୍ । ଯଦି କ୍ଷୀର ଓ ପାଣି ସହିତ ମିଶାଯାଏ ତାହାହେଲେ କ୍ଷୀର ଓ ପାଣିର ୪ ଭାଗରୁ ଭାଗେ ଗୁଣ୍ଡ ମିଶିବା ଉଚିତ୍ ।

ମଲମ :

ଗରମ  ତେଲ ଓ ପୁରୁଣା ଘିଅ ନିଅନ୍ତୁ । ଏଥିରେ କିଛି ଝୁଣା ମିଶାନ୍ତୁ ଓ ଗୋଟିଏ ସଫା କପଡାରେ ଛାଣନ୍ତୁ । ଏଥିରେ ଗୁଣ୍ଡ   ମିଶାନ୍ତୁ ।

  1. ତରଳ ଔଷଧ ପାଇଁ
  2. କାଟ ପତଙ୍ଗ ଲାଗି ନ ଥିବା ବା ସଂକ୍ରମଣ ହୋଇ ନ ଥିବା ସବୁଜ ଗଛ ସଂଗ୍ରହ କରନ୍ତୁ । ସେଗୁଡିକ  ପାଣିରେ ଭଲଭାବେ ଧୋଇଡିଆନ୍ତୁ । ତାକୁ ଛୋଟ ଛୋଟ କରି କାଟି ଛେଚି ଦିଅନ୍ତୁ । ଗୋଟିଏ ସଫା କପଡାରେ ଛାଣି ଗ୍ଲାସରେ ରସ ସଂଗ୍ରହ କରନ୍ତୁ ।

  3. ଶୁଖିଲା ଔଷଧ ପାଇଁ
  4. ଶୁଖିଲା ଗୁଣ୍ଡ ଔଷଧ ପାଇବାକୁ ହେଲେ ସମାନ ବା ଦିଉ ଗୁଣ ପାଣି ମିଶାନ୍ତୁ ଓ ଗୋଟିଏ  ମାଟି କଳସ ଓ  ଗ୍ଲାସରେ ବୁଡାଇ ନରମ  କରନ୍ତୁ । ପରେ ତା’କୁ ଆଉ ଗୋଟିଏ ଗ୍ଲାସକୁ କପଡାରେ ଛାଣି ଦିଅନ୍ତୁ ।

ସତର୍କତା

ଯଦି ଭୁଲବଶତଃ ଏହି ଔଷଧୀୟ ଗୁଣ୍ଡ ଖିଆଯାଏ ତେବେ ଏହା ବିଆଇଏସ ଭଳି କାମ କରିଥାଏ । ଏଣୁ ଔଷଧ ତିଆରି କରିବା ପୂର୍ବରୁ ଗଛରୁ ପ୍ରସ୍ତୁତି ଓ ପରିମାଣ ଉପଯୁକ୍ତ ହେବା ଉଚିତ୍ । ଯଦି କୌଣସି ସନ୍ଦେହ ହୁଏ ତେବେ ପାରମ୍ପରିକ ଆରୋଗ୍ୟକାରୀ ବା ଆପଣଙ୍କ ଗୋଷ୍ଠିର ଏହି ପ୍ରକାର ଔଷଧ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ସହିତ ପରାମର୍ଶ କରନ୍ତୁ । ଘରୋଇ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଔଷଧୀୟ ଗଛ ବ୍ୟବହାର କରାଯାଏ । ଏହା ବୟସ୍କ ଓ ଶିଶୁ ଉଭୟଙ୍କ ପାଇଁ ବ୍ୟବହାର କରାଯାଇପାରିବ । ବୟସ୍କଙ୍କ ମାତ୍ରାର ଅଧା ପିଲାମାନଙ୍କୁ ଦିଆଯାଇପାରିବ । ଏଠାରେ କିଛି ଘରୋଇ ଚିକିତ୍ସା ଉଦାହରଣ ଦିଆଗଲା।

ଘରୋଇ ଚିକିତ୍ସା କେବଳ କମ୍ ବିପଦପୂର୍ଣ୍ଣ ରୋଗ ପାଇଁ ବ୍ୟବହାର କରାଯାଏ ।

ମାରାତ୍ମକ ରୋଗକୁ ଆଧୁନିକ ଔଷଧ ଦ୍ଵାରା ଚିକିତ୍ସା କରାନ୍ତୁ ।

କାଶ ଓ ଶ୍ଲେଷ୍ମା ( ସର୍ଦି ବା ଥଣ୍ଡା)

ଶିଶୁର କାଶ ଓ ଥଣ୍ଡା ପାଇଁ –

  • କିଛି ତୁଲସୀ ପତ୍ରକୁ ଏକ ଚାମଚ ରସ ଦିନକୁ ତିନିଥର କରି ଶିଶୁକୁ ୫ ଦିନ ଖାଇବାକୁ ଦିଅନ୍ତୁ ।
  • ଦୁଇ ଚାମଚ ନଡିଆତେଲ ଗରମକରି, ସେଥିରେ ଏକଚାମଚ କର୍ପୁର ଚୂର୍ଣ୍ଣ ପକାଇ ତାହାକୁ ଘାଣ୍ଟି ମିଶାଇଦେଇ ଗୋଟିଏ ବାୟୁ ନିରୋଧକ ସଫା ବୋତାଳରେ ରଖନ୍ତୁ ।  ଏହା ଛୁଆର ଛାତି ଓ ଗଳାରେ ମାଲିସ କଲେ କାଶ ଓ ଶ୍ଲେଷମାର ଉପଶମ ହୁଏ ।

 

 

ବୟସ୍କ ବ୍ୟକ୍ତିଙ୍କର କାଶ ଓ ଶ୍ଲେଷ୍ମା ପାଇଁ –

  • ଦୁଇ ଗ୍ଲାସ ପାଣିରେ ମୁଠାଏ ଇଉକାଲିପଟାସ ପାତ୍ର ପକାଇ ସିଝାନ୍ତୁ ଓ ସିଝିସିଝି ଯେତେବେଳେ ଗୋଟିଏ ଗ୍ଲାସ ପାଣି ରହିବ ସେତେବେଳେ ତାହାକୁ ଛାଣି ନେଇ ସେଥିରେ କିଛି ମିଶାଇ ଦିନକୁ ପାଞ୍ଚଥର ପିଇବାକୁ ଦିଅନ୍ତୁ ।
  • ଲିୟୁକସ୍ ଆସ୍ପେରା ବା ବନ୍ଧ ସଫେଦା କାଶ ଓ ଶ୍ଲେଷ୍ମା ପାଇଁ ଆଉ ଏକ ଫଳପ୍ରଦ ଔଷଧ । ଏହା ଘଣ୍ଟି ଆକୃତିର ଓ ଧଳା ରଙ୍ଗର ଏକ  ଜଙ୍ଗଲୀ ଫୁଲ । କିଛି ହଳଦୀଗୁଣ୍ଡ ସହିତ ଏହାର ପତ୍ରକୁ ପାଣିଦ୍ଵାରା ସିଝାନ୍ତୁ । ସେଥିରୁ ନିର୍ଗତ ବାଷ୍ପକୁ ଶୁଙ୍ଘନ୍ତୁ ବା ପ୍ରଶ୍ଵାସ ଦ୍ଵାରା ଫୁସ୍ ଫୁସ୍ ଟାଣି ନିଅନ୍ତୁ । ଅଧିକ ବାଷ୍ପୀଭୁତ କରିବା ପାଇଁ ଏହି ପାଣିରେ ରଡ ନିଆଁ ପକାନ୍ତୁ ।

ନାଳୀ ଘା ( ସାଇନୋସାଟିସ୍  ବା ମୁହଁର ହାଡଗୁଡିକରେ ଥିବା ଖୋପରେ ପାଣି ଜମିଯିବା )

  • ଖଣ୍ଡିଏ ହଳଦୀକୁ ଜଡା  ତେଲରେ ବତୁରାଇ ପୋଡନ୍ତୁ ଓ ତା’ର ଧୂଆଁକୁ ଶୁଙ୍ଘନ୍ତୁ ।
  • କିଛି ଗୋଲମରିଚ ନିଆଁରେ ପୋଡି ତା’ର ଧୂଆଁକୁ ଶୁଙ୍ଘନ୍ତୁ ।
  • ଗରମ ପାଉଁଶରେ ରସୁଣ ପୋଡି ତାହାକୁ ଦୈନନ୍ଦିନ ତିନିଥର ସେବନ କରନ୍ତୁ ।
  • ବିଲ କଙ୍କଡାକୁ ତା’ର ଖୋଳପା ସହ ଛେଚି ସେଥିରେ କିଛି ପାଣି ମିଶାନ୍ତୁ ଓ ତାହାକୁ ଗୋଟିଏ ସଫା କନାଦ୍ଵାରା ଛାଣି ନିଅନ୍ତୁ । କିଛି ଧନିଆ, ଗୋଲମରିଚ, ଜୀରା, ରସୁଣ ଓ ଲୁଣକୁ ଏକାଠି ମିଶାଇ ଗୁଣ୍ଡକରି ସେହି କଙ୍କଡା ରସ ସହିତ ମିଶାଇ ଗରମ କରନ୍ତୁ ଏବଂ ଗରମ ଥିବାବେଳେ ହିଁ ତାହାକୁ ପିଅନ୍ତୁ । ତା ପରେ ଚାଦରଦ୍ଵାରା ଆପାଦ ମସ୍ତକ ଘୋଡାଇ ରଖନ୍ତୁ । ଶର୍ଦ୍ଦି ସହିତ ସାମାନ୍ୟ ଜ୍ଵର ଥିଲେ ଏଥିରୁ ବିଶେଷ ଉପକାର ମିଳିଥାଏ । ଏହା କେବଳ ପ୍ରାଥମିକ ଅବସ୍ଥାରେ ଫଳପ୍ରଦ । ଯଦି ଏହି ରୋଗରେ ମୁହଁର ହାଡରେ ଘା’ ମସ୍ତିଷ୍କ ସଂକ୍ରମଣ, ମସ୍ତିଷ୍କରେ ଘା’ ବ୍ରୋଙ୍କାଇଟିସ ହୁଏ, ସେ ସମୟରେ ଡାକ୍ତରୀ ଚିକିତ୍ସା ନିହାତି ଆବଶ୍ୟକ ।
  • ଅଧା କପ କଲରା ରସରେ ଫାଲେ ଲେମ୍ବୁ ଚିପୁଡି, ସେଥିରେ ଏକ ଚାମଚ ମହୁ ଫେଣ୍ଟି ଦିନକୁ ତିନିଥର କରି ସେବନ କରନ୍ତୁ ।
  • ରୋଗୀ କୋଠରୀରେ କଟା ପିଆଜ ରଖନ୍ତୁ । ଏହା ଦ୍ଵାରା ରୋଗର ଜୀବାଣୁ କଟା ପିଆଜ ନିକଟରେ ଏକତ୍ରିତ ହୁଅନ୍ତୁ ଓ ରୋଗ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପେ ନାହିଁ ।

ଗଳାପୀଡା

  • ସମାନ ପରିମାଣର ମହୁ ଓ ଲେମ୍ବୁ ରସ ମିଶାଇ ପ୍ରତି ଦଶମିନିଟ୍ ବ୍ୟବଧାନରେ ସେବନ କରିବାଦ୍ଵାରା ଗଳାପୀଡା ଉପସମ ହୁଏ ।
  • କିଛି ପାଣି ଗରମ କରି ସେଥିରେ ଗୋଟିଏ ଲେମ୍ବୁର ରସ ଓ କିଛି ଲୁଣ ବା ଚିନି ମିଶାଇ ଗରମ ଥିବା ଅବସ୍ଥାରେ ସେବନ କରନ୍ତୁ ।
  • ଦୁଧ ଗରମ କରି ସେଥିରେ ଟିପେ ହଳଦୀଗୁଣ୍ଡ ମିଶାଇ ଥିବା ଅବସ୍ଥାରେ ସେବନ କରନ୍ତୁ ।
  • ଦୁଧ ଗରମ କରି ସେଥିରେ ଟିପେ ଗୋଲମରିଚ ଗୁଣ୍ଡ ମିଶାଇ ଗରମ ଥିବା ଅବସ୍ଥାରେ ଦିଅନ୍ତୁ ।

ଅନ୍ତ୍ରନାଳୀ ଟାଣିହେବା, ପେଟ ବ୍ୟଥା ଓ ପୀତାଶୟ ପୀଡା

  • ଦୁଦୂରା ପତ୍ରରେ ଥିବା ଔଷଧ ଗୁଣ ଅନ୍ତନାଳୀ ଟାଣିବା, ପେଟବ୍ୟଥା ଓ ପିତାଶୟ ପୀଡା ଇତ୍ୟାଦିର ଉପଶମ ପାଇଁ ସାହାଯ୍ୟ କରେ ।
  • ଗୋଟିଏ କିମ୍ବା ଦୁଇଟି ଦୁଦୂରା ପତ୍ରକୁ ଛେଚି ୭ ଚାମଚ ( ୧୦୦ ମି.ଲି ) ପାଣିରେ ଗୋଟିଏ ଦିନ ବତୁରାଇ ଦିଅନ୍ତୁ।
  • ବୟସ୍କ ବ୍ୟକ୍ତିଙ୍କୁ ପ୍ରତି ଚାରିଘଣ୍ଟା ବ୍ୟବଧାନରେ ସେଥିରୁ ଦଶରୁ ପନ୍ଦର ଠୋପା ସେବନ କରିବାକୁ ଦିଅନ୍ତୁ ।

 

ସତର୍କତା: ଦୁଦୂରା ଅତି ବିଷାକ୍ତ ହୋଇଥିବାରୁ ପରାମର୍ଶ ଦିଆଯାଇଥିବା ମାତ୍ରା ଠାରୁ ଅଧିକ ସେବନ କରନ୍ତୁ ନାହିଁ ପୀଡାନାଶକ ବା ଆଣ୍ଟିସ୍ପାଜମୋଡିକ ବଟିକା ବ୍ୟବହାର କରିବା ଅଧିକ ନିରାପଦ ।

ତରଳ ଝାଡା ବା ଡାଇରିଆ

ଯଦି କୌଣସି  ବ୍ୟକ୍ତିଙ୍କର ଜ୍ଵର ବାନ୍ତି, ରକ୍ତଝାଡା ଏବଂ ଶରୀରରେ ପାଣି ଅଂଶ କମିଯିବା ଇତ୍ୟାଦି ଲକ୍ଷଣ ନ ଥାଇ କେବଳ ହାଲୁକା  ତରଳ ଝାଡା ହେଉଥାଏ, ତେବେ :

  • ଚାଉଳକୁ କଳା ପଡିବା ପର୍ଯ୍ୟନ୍ତ ଭାଜି ଚୂନା କରନ୍ତି ।  ପ୍ରତିଥର ଝାଡା ଯିବା ପରେ ସେଥିରୁ ବୟସ୍କଙ୍କୁ ଦୁଇ ଚମଚ ଓ ପିଲାଙ୍କୁ ଏକ ଚାମଚ ଖାଇବାକୁ ଦିଅନ୍ତୁ।
  • ହାଲକା ତରଳ ଝାଡା ପାଇଁ ବିନା ଦୁଗ୍ଧ ଓ ଚିନିରେ କଡା ନାଲି ଚା’ ତିଆରିକରି ସେଥିରେ ଲେମ୍ବୁରସ ମିଶାଇ ପିଇଲେ, ତାହା ଫଳପ୍ରଦ ହୁଏ।
  • ପିଜୁଳୀ ପତ୍ରକୁ ବାଟି ପାଣିରେ ମିଶାଇ ଫୁଟାନ୍ତୁ ଓ ଥଣ୍ଡାକରି ଦୁଇଚମଚ ଲେଖାଏଁ ଦିନକୁ ପାଞ୍ଚଥର କରି ୩ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଛୁଆମାନଙ୍କୁ ଚାମଚେ ଦିଅନ୍ତୁ।
  • କଷି ଡାଳିମ୍ବ କୋପାକୁ ବାଟି ଦହି ବା ଚହ୍ଲାରେ ମିଶାଇ ଦିନକୁ ଦୁଇଥର ସେବନ କରନ୍ତୁ।
  • କଞ୍ଚା କଦଳୀ ମଧ୍ୟ ତରଳଝାଡା ପାଇଁ ଉପଯୋଗୀ ।

ଯଦି ତରଳଝାଡାରେ ନାଳରକ୍ତ ପଡୁଥାଏ ଏବଂ ଶରୀରରେ ପାଣିଅଂଶ କମିଯିବାର ଲକ୍ଷଣ ଦେଖାଯାଏ, ତେବେ :

  • କିଛି ପାଣିରେ ବର କ୍ଷୀର ଗୋଳାଇ ବୟସ୍କଙ୍କୁ ଦୁଇ ଚାମଚ ଓ ପିଲାଙ୍କୁ ଏକ ଚାମଚ କରି ପ୍ରତି ଝାଡା ପରେ ସେବନ କରିବାକୁ ଦିଅନ୍ତୁ ।
  • ଯଦି ବାନ୍ତି ସହ ତରଳଝାଡା ହେଉଥାଏ, ତେବେ କିଛି ଜୀରା ଭାଝି ସେଥିରେ କିଛି ଲୁଣ ଗୋଟିଏ ଲେମ୍ବୁର ରସ ମିଶାଇ ଦିନକୁ ତିନିଥର ପିଇବାକୁ ଦିଅନ୍ତୁ ।

ଗର୍ଭାବସ୍ଥା ସମୟରେ ବାନ୍ତି

  • ୩/4ଟି ଲବଙ୍ଗକୁ ଗୋଟିଏଗ୍ଲା ସ  ପାଣିରେ ଅଧଘଣ୍ଟା ବତୁରାନ୍ତୁ ଓ ଦରକାର ସମୟରେ ତାକୁ ଛାଣି ପିଆନ୍ତୁ ।
  • ଲେମ୍ବୁରସରୁ  ଏକ ଗ୍ଲାସରେ ଏକ ଚିମୁଟା ଅଳେଇଚ ପାଉଡର ମିଶାଇ ପିଇପାରିବ ।

ସଦ୍ୟ କ୍ଷତ ଓ ଘା

  • ପ୍ରଥମେ ସଫା ପାଣିରେ କ୍ଷତସ୍ଥାନକୁ ଭଲରୂପେ ଧୋଇ ଦିଅନ୍ତୁ । ଖଣ୍ଡିଏ  ତଟକା ଅଦାକୁ ପାଣିରେ ଧୋଇ ସେଥିରେ କିଛି ଚିନି ମିଶାଇ ଛେଚନ୍ତୁ  ଓ  ତାହାକୁ କ୍ଷତ ସ୍ଥାନରେ ଦେଇ ଗୋଟିଏ ସଫା କାନାରେ ବାନ୍ଧି ଦିଅନ୍ତୁ । କ୍ଷତଟି ଭଲ ହୋଇ ଛେଚା ଅଦା ଆପେ ଆପେ ବାହାରି ନ ଆସିବା ପର୍ଯ୍ୟନ୍ତ ବନ୍ଧା ହୋଇଥିବା କନାଟିକୁ ଖୋଲନ୍ତୁ ନାହିଁ । ଭଲ ହେବା ପର୍ଯ୍ୟନ୍ତ ଏହାକୁ ଶୁଖିଲା ରଖନ୍ତୁ ।
  • ଗରମ ପାଣି ମିଳିବାର ସବୁଢା ନ ଥିଲେ ସିଝୁ ବା କାକ୍ଟସ୍ ରସ ଦ୍ଵାରା କ୍ଷତସ୍ଥାନକୁ ସଫା କରାଯାଇପାରିବ । ନାଗଫେଣୀ ସିଝୁର ରସ କାଟି ଯାଇଥିବା ରକ୍ତ ବାହୀ ନଳୀକୁ ସଙ୍କୁଚିତ କରାଇ କ୍ଷତସ୍ଥାନରୁ ରକ୍ତ ସ୍ରାବ ବନ୍ଦ କରିଦିଏ ।
  • ଗୋଟିଏ ସଫା ଛୁରୀ ଦ୍ଵାରା ନାଗଫେଣୀ ସିଝୁରୁ ଖଣ୍ଡିଏ କାଟି, ତାଙ୍କୁ କ୍ଷତ ସ୍ଥାନରେ ଜୋର କରି ଚାପିରଖନ୍ତି ।
  • ରକ୍ତସ୍ରାବ କମିଯିବା ପରେ କନାଦ୍ଵାରା ଖଣ୍ଡିଏ ଶିଝୁକୁ କ୍ଷତ ସ୍ଥାନରେ ବାନ୍ଧି ରଖନ୍ତୁ  । ଦୁଇ ତିନିଘଣ୍ଟା ପରେ ସିଝୁକୁ ବାହାର କରିଦେଇ କ୍ଷତ ସ୍ଥାନଟିକୁ ଗରମପାଣି ଓ ସାବୁନଦ୍ଵାରା ଭଲ ରୂପେ ସଫା କରିଦିଅନ୍ତୁ ।

ପରିଷ୍କାର ଘା’

ଘା’ ବା ଅଳସର ଯଦି ନ ଥାଇ ପରିଷ୍କାର ଥାଏ, ତେବେ କିଛି କୀଟଘ୍ନ ବା ଇଙ୍କନଟସ୍ ପାଣିରେ ସିଝାନ୍ତୁ ଓ ତାକୁ ଛାଣିନେଇ ସେହି ପାଣିରେ ଘା’ କୁ ଧୋଇ ପରିଷ୍କାର କରନ୍ତୁ । ସେହି ସିଝା ଇଙ୍କନଟସ୍ ବା କୀଟଘ୍ନ ବା ବୂୟନିବାରକ ଗୁଡ଼ିକୁ  ପଥରରେ ଘୋରି ତା’ର ମୁଣ୍ଡକୁ ଘା’ ବା ଅଲସର ଉପରେ ଲେପୀ ଦିଅନ୍ତୁ । ସେ ଜାଗାକୁ ପରିଷ୍କାର ରଖନ୍ତୁ ।

ପୁରୁଣା ଘା’ ବା ଅଲସର ଓ କ୍ଷତ

ଉପଯୁକ୍ତ ଚିକିତ୍ସା ବିନା ଘା’ କିମ୍ବା କ୍ଷତ ସଂକ୍ରମିତ ହୋଇଯାଏ ଓ ସେଥିରେ ପୂଜ ହୋଇଯାଏ ।

ଗୋଟିଏ କଞ୍ଚା ଅମୃତଭଣ୍ଡା କାଟିତା’ର ଅନ୍ତଃଶସକୁ କୋରିୟ ନେଇ ଘା’ ଉପରେ ଲଗାନ୍ତୁ । ପର ଦିନ ଘା’କୁ ସଫା କରି ପୁଣି ସେହି କଞ୍ଚା ଅମୃତଭଣ୍ଡାର ଅନ୍ତଃଶୟ ଘା’ ଉପରେ ଦିଅନ୍ତୁ । ପୂଜ ଶୋଷି ହୋଇ ଘା’ ସଫା ହେବାପର୍ଯ୍ୟନ୍ତ ଏପରି କରନ୍ତୁ । ପୂଜ ପୂରାପୁରି କମିଗଲେ ଉପରଲିଖିତ ଇଙ୍କନଟସ୍ କୀଟଘ୍ନ ଚିକିତ୍ସା ପଦ୍ଧତି ପ୍ରୟୋଗ କରନ୍ତୁ । କୁଷ୍ଠ ଜନିତ ଘା’ ପାଇଁ ଏହା ଅଧିକ ଉପଯୋଗୀ ।

ପୂଜ ଥିବା ଘା’କୁ ସଫା କରିବା ପାଇଁ ବରଗଛର କ୍ଷୀର ଅତ୍ୟନ୍ତ ଉପଯୋଗୀ । ଏହା ମଧ୍ୟ ଗୋଡ ଫଟା ପାଇଁ ବ୍ୟବହାର କରାଯାଇଥାଏ ।

ପରିଷ୍କାର ଘା’ ଆଣ୍ଟିସେପଟିକ୍ ବା ପୂଜ ଭଲ ହେବା ପାଇଁ ଔଷଧ ବିନା ସାହାଯ୍ୟରେ ଉପଶମ ହୋଇଥାଏ ।

ଏକ ଚାମଚ ଦହିରେ ତୁତିଆ ( ମିହିରିଗିରିଆ) ଦାନାକୁ ଧରି ଅଳ୍ପ ନୀଳବର୍ଣ୍ଣ ଧାରଣ କରିବା ପର୍ଯ୍ୟନ୍ତ ଘଷନ୍ତୁ ଓ ସେଥିରେ କିଛି ହାଣ୍ଡିକଳା ମିଶାନ୍ତୁ । ହାଣ୍ଡିରେ କଳା ତିଆରି କରିବା ପୂର୍ବରୁ ହାଣ୍ଡିକୁ ପରିଷ୍କାର ରଖିବା ଦରକାର । ଏହାକୁ ଘା’ରେ ଲଗାନ୍ତୁ । ଏହା ଦ୍ଵାରା ମାଛି ଘା’ ଠାରୁ ଦୂରରେ ରହନ୍ତି । ଏହାକୁ ଧୁଅନ୍ତୁ ନାହିଁ, ଘା’ ଭଲ ହୋଇଗଲେ କଳା ଚିହ୍ନ ଆପେ ଆପେ ଛାଡିଯିବ ।

ବହୁମୂତ୍ରଜନିତ ଘା’

ଗୋଟିଏ ବାଇଗଣ ପୋଡି ସେଥିରେ କିଛି କର୍ପୂର ମିଶାଇ ଘା’ ରେ ପ୍ରୟୋଗ କରନ୍ତୁ । ଏହା ସହିତ ମଧୁମେହ ବା ବହୁମୂତ୍ର ପାଇଁ ଦରକାରୀ ପଥ୍ୟ ସେବନ କରନ୍ତୁ ।

କଣନଖା ବା ନଖ ତଳେ ପୂଜ ଜମିବା

ପାଚି ହଳଦିଆ ଦିଶୁଥିବା ଲେମ୍ବୁରେ କଣାଟିଏ କରି ସେଥିରେ କଣନଖା ହୋଇଥିବା ଆଙ୍ଗୁଠିଟିକୁ ପୂଜ ସୁଝିବା ପର୍ଯ୍ୟନ୍ତ ଭର୍ତ୍ତିକରି ରଖନ୍ତୁ ।

 

ବାଳମୂଳିଆ ଏବଂ ବଥ

ବାଳମୂଳିଆ ଯନ୍ତ୍ରଣାଦାୟକ ହେଲେ

  • ସାବୁନ୍ ସହିତ ହଳଦୀଗୁଣ୍ଡମିଶା ମଲମ ତିଆରି କରି ବାଳମୂଳିଆ ଉପରେ ଲଗାନ୍ତୁ । ହଳଦୀଗୁଣ୍ଡ ଜୀବାଣୁ ନିରୋଧକ ଅଟେ । ଏହି ମଲମ ଲଗାଇବା ଦ୍ଵାରା ବାଳମୂଳିଆ ଶୀଘ୍ର ଫାଟିଯାଇ ଭଲ ହୋଇଯାଏ ।
  • ବଥ ଉପରେ ଜଡାତେଲ ଲଗାନ୍ତୁ । ହଳଦୀଗୁଣ୍ଡ ମିଶାଇ କିଛି ଚାଉଳ ଚୂନା ବାନ୍ଧନ୍ତୁ ଓ ତାହାକୁ ବଥ ଉପରେ ଲଗାନ୍ତୁ । ତା’ ଉପରେ ପଟି ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ବଥଟି ବାରଘଣ୍ଟା ଭିତରେ ଫାଟିଯିବ । ବଥଟି ଫାଟିଯିବା ପରେ ସେଥିରେ ପୂଜ ଘା’ର ଚିକିତ୍ସାପଦ୍ଧତି ପ୍ରୟାଗ କରନ୍ତୁ ।

ପାଟି ଓ ଜିଭ ଘା’

ଅଧିକାଂଶ କ୍ଷେତ୍ରରେ ଜିଭ ପାଟିରେ ଘା’ ଉପଯୁକ୍ତ ଖାଦ୍ୟ ଖାଇବାଦ୍ଵାରା ହୋଇଥାଏ । ଏହା ଅତ୍ୟନ୍ତ କଷ୍ଟଦାୟକ ହୋଇଥିବାରୁ ଜଣେ କିଛି ଖାଇବାକୁ ଇଛା କରନ୍ତି ନାହିଁ । ତେଣୁ ପୁଷ୍ଟିହୀନତା ବଢିଯାଇ ଘା’ ର ପ୍ରକୋପ ବଢେ ।

ଦରକାର ମୁତାବକ ପୁଷ୍ଟି କର ଖାଦ୍ୟ ଖାଇବାଦ୍ଵାରା ହିଁ ଏହି ଘା’ ଭଲ ହୋଇଥାଏ ।

ଠିକ୍ ରୂପେ ଖାଇପାରିବା ପାଇଁ ନିମ୍ନମତେ ଏହି ଘା’ର କଷ୍ଟ କମାଇ ଦିଆଯାଇ ପାରିବ ଓ ପୁଷ୍ଟିକର ଖାଦ୍ୟ ଖାଇବାଦ୍ଵାରା ସେଥିରେ ବକଳା ବାନ୍ଧି ତାହା ଭଲ ହୋଇଯିବ ।

  • ବରଗଛରେ ଛେଲିକୁ ଛେଚି ତାର ରସକୁ ପାଟି ଘା’ରେ ଲଗାନ୍ତୁ ।
  • ଯନ୍ତ୍ରଣାକୁ କମାଇବା ପାଇଁ  ବରକ୍ଷୀର ମଧ୍ୟ ପ୍ରୟୋଗ କରନ୍ତୁ ।
  • ଖାଇବା ପୂର୍ବରୁ ପିଜୁଳୀପତ୍ର ଚୋବାଇଲେ ସେଥିରେ ଥିବା ପେକଟିନ୍ ଘା’ ଉପରେ ଏକ ଆସ୍ତରଣ ବସାଇ ଦିଏ ଓ କଷ୍ଟ କମିଯାଏ ।
  • ରଙ୍କନଟସ୍ ବା କୀଟଘ୍ନ ର ମଲମ ମଧ୍ୟ ପ୍ରୟୋଗ  କରନ୍ତୁ ।

ପାକସ୍ଥଳୀ ଘା’ ଓ ବକ୍ଷପ୍ରଦାହ ବା ଛାତି ଜଳା

  • ରାତିରେ ଭାତକୁ ପଖାଳ କରି ତା’ ଆରଦିନ ସକାଳେ ସେଥିରେ ଦୁଇଚାମଚ ମେଥି ମିଶାଇ ଖାଲିପେଟରେ ଖାଆନ୍ତୁ ।
  • ପାକସ୍ଥଳୀ କଷ୍ଟ ଲାଘବ ପାଇଁ ପ୍ରତିଦିନ ସକାଳ ତଟକା ଲାଉ ରସ ସେବନ କରନ୍ତୁ ।
  • କଦଳୀଗଛ ରସରେ ପାଣି ମିଶାଇ ଦିନକୁ ତିନିଥର ସେବନ କରନ୍ତୁ ଏହି ରସରେ କ୍ଷୀର ଥିବା ହେତୁ ତାହା ପାକସ୍ଥଳୀର ଅମ୍ଳରେ ସମାନତା ଆଣେ ।
  • ଗୋଟିଏ ଗ୍ଲାସ ପାଣିରେ କିଛି ଖାଇବା ସୋଡା ମିଶାଇ ତାହାକୁ ଅମ୍ଳ ନିରୋଧକ କରି ସେବନ କରନ୍ତୁ ।

ଚର୍ମର ଚତୁଜାତୀୟ ସଂକ୍ରମଣ ଯାଦୁ

କିଛି ‘ କାସିଆ ଆଲାଟା ପତ୍ରକୁ ଛେଚି ତାର ରସକୁ ଦିନକୁ ତିନିଥର କରି ଦେହରେ ଲଗାନ୍ତୁ ।

ମିଳିମିଳା ବା ହାଡଫୁଟି ଜନିତ ଫୋଟକା

ରୋଗୀ ପାଇଁ ଲିମ୍ବୂ ପତ୍ରର ବିଚଣା ତିଆରି କରନ୍ତୁ ଲିମ୍ବ ପାତ୍ର ଶୀତଳ ଓ ଜୀବାଣୁ ନିରାଧକ ହୋଇ ଥିବାରୁ ଏହି ବିଚଣାରେ ଶୋଇବା ଦ୍ଵାରା ରୋଗୀର ଦେହ କୁଣ୍ଡାଇ ହୁଏ ନାହିଁ ଓ ଆରାମ ଲାଗେ ।

କିଛି ଲିମ୍ବପତ୍ରକୁ ପାଣିରେ ଫୁଟାଇ ସେଥିରେ ରୋଗୀକୁ ପ୍ରତିଦିନ ଗାଧୋଇ ଦିଅନ୍ତୁ ।

ବିଛା ଦଂଶନ

  • ଖଣ୍ଡିଏ କଟା ପିଆଜ ନେଇ ବିଛା କାମୁଡିଥିବା ଜାଗାରେ ଘଷିବାଦ୍ଵାରା ଯନ୍ତ୍ରଣାର  ଉପଶମ ହୁଏ।
  • କିଛି ପଟାସିୟମ୍ ପରମାଙ୍ଗାନେଟ୍ ସହିତ ସମାନ ପରିମାଣର ସାଇଟ୍ରିକ୍ ଏସିଡ ( ସାଇଟ୍ରିକ୍ ଏସିଡ ନ ମିଳିଲେ ଠୋପାଏ ଲେମ୍ବୁ ରସ ) ଏକାଠି ମିଶାଇ, ଠିକ୍ ବିଛା କାମୁଡିଥିବା ଜାଗାରେ ଲଗାଇ ଦିଅନ୍ତୁ । ସେଥିରେ ଗୋଟିଏ ଠୋପା ପାଣି ପକାନ୍ତ । ଏହା ଖୁବ୍ ଯୋରରେ ଗରମ ହୋଇଯିବ ଏବଂ ପାଣି ଫୁଟିଲାପରି ହେବ । ଏହା ଖୁବ୍ ଶିଘ୍ର ପୂର୍ଣ୍ଣ ମାତ୍ରାରେ ବା ଆଂଶିକ ଭାବରେ ଯନ୍ତ୍ରଣା ଲାଘବ କରିଥାଏ ।

ସାବଧାନ: ଏହାଦ୍ଵାରା ଦେହ ପୋଡିଯାଇପାରେ । ତେଣୁ ଏହି ମିଶ୍ରିତ ଚୂର୍ଣ୍ଣକୁ କେବଳ ଠିକ୍ କ୍ଷତ ସ୍ଥାନରେ ଲଗାନ୍ତୁ ।

କୃମି

  • ଆନ୍ତ୍ରିକ କୃମି ମାନଙ୍କଠାରୁ ରକ୍ଷା ପାଇବା ପାଇଁ ଅମୃତଭଣ୍ଡା ଖାଇବା  ଉପାଦେୟ ଅଟେ । ଅବଶ୍ୟ ଅଧିକାଂଶ ସମୟରେ ଆଧୁନିକ ଔଷଧ ଅଧିକ ଉପାଦେୟ ।
  • ଅମୃତଭଣ୍ଡା ଗଛରୁ କଞ୍ଚା ଫଳର ଡେମ୍ଫ କିମ୍ବା ପତ୍ର ଭାଙ୍ଗିଲା ପରେ ଯେଉଁ କ୍ଷୀର ବାହାରେ ସେଥିରୁ ତିନି ଚାରି ଚାମଚ ସଂଗ୍ରହ କରନ୍ତୁ । ତା ସହିତ ସମାନ ପରିମାଣର ମହୁ ମିଶାଇ ଗରମ ପାଣିରେ ଗୋଳାନ୍ତୁ ଓ ଯଦି ସମ୍ଭବ ହୁଏ ରେଚକ ବା ଲାକସେଟିଭି ସହିତ ପିଅନ୍ତୁ ।

ସତର୍କତା : ଚିକିତ୍ସା ପୂର୍ବରୁ ଓ ଚିକିତ୍ସା ବେଳେ ରୋଗୀକୁ କିଛି ଖାଇବାକୁ ଦିଅନ୍ତୁ ନାହିଁ ।

ସୂତା କୃମି

  • ନିମ୍ବପତ୍ରକୁ ଚିକ୍କଣ କରି ବାଟି, ସେଥିରେ ଗୋଟିଏ ଲେଖାଏଁ ଗୁଳା ପ୍ରତିଦିନ ସକାଳେ ଖାଲିପେଟରେ ଏକ ସପ୍ତାହ ଖାଆନ୍ତୁ । ତା’ ପର ସପ୍ତାହଟି ଛାଡି ତୃତୀୟ ସପ୍ତାହ ପୁଣି ସେମିତି ଖାଆନ୍ତୁ ।
  • ୪ କୋଲା ରସୁଣ ବାଟି ଏକ ଗ୍ଲାସ କ୍ଷୀର ବା ପାଣିରେ ପିଅନ୍ତୁ
  • ପିନ୍ କୃମି ପାଇଁ ପ୍ରତିଦିନ ଏକ ଗ୍ଲାସ ୩ ସପ୍ତାହ ପିଅନ୍ତୁ ।
  • ତରଳ ଖଡା ପାଇଁ ଏକ ଗ୍ଲାସ ପ୍ରତି ୨ ଘଣ୍ଟାରେ ପିଅନ୍ତୁ ।

ସୂତାକୃମିର ପ୍ରତିକାରପାଇଁ ପରିବାରର ସମସ୍ତେ ଏକାବେଳେ ଏହି ପଦ୍ଧତି ଅନୁସରଣ କରିବା ଦରକାର।

ପିତା କୃମି

  • ଗୋଟିଏ ଗୁଆକୁ ଅଧଗ୍ଲାସ  କ୍ଷୀର ସହିତ ବାଟି ବଡିସକାଳୁ ଖାଲି ପେଟରେ ପିଅନ୍ତୁ ।
  • ଗୋଟିଏ ମୁଠା ପାଣିରେ କଖାରୁ ମଞ୍ଜିକୁ ଚୂନାକରି ସକାଳୁ ପେଟରେ ଖାଆନ୍ତୁ । ଏହାକୁ ଖାଇବାର ଦୁଇଘଣ୍ଟା ପରେ ଦୁଇଚାମଚ ଜଡାତେଲ ପିଅନ୍ତୁ ।
  • ଖଣ୍ଡେ ହେଙ୍ଗୁ ପୁରା ମିଳାଇ ଯିବା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ ଓ ସେହି ହେଙ୍ଗୁମିଶା ପାଣିକୁ ସକାଳୁ ଖାଲି ପେଟରେ ପିଅନ୍ତୁ ।

କାମଳ ରୋଗ- ଜଣ୍ଡିସ୍ ହେପାଟାଇଟିସ୍

  • ଚେର ସହିତ ସମୁଦାୟ  ଗୋଟିଏ ଭୁଇଁଅଁଳା ଗଛ ଆଣି ବାଟି ଦିଅନ୍ତୁ ଓ ସକାଳୁ ଖାଲି ପେଟରେ ଖାଆନ୍ତୁ । ଏହା ଜଣ୍ଡିସ୍ ଭଲ କରେ ନାହିଁ କିନ୍ତୁ ବାନ୍ତି ବନ୍ଦ କରିବାରେ ସାହାଯ୍ୟ କରେ ରୋଗୀ ତାର ଖାଦ୍ୟ ଖାଇପାରେ।
  • ଏକଲି ପଟା  ପ୍ରୋଷ୍ଟାଟା ଉଦ୍ଭିଦର ପତ୍ର ଆଣି ଗୋଟିଏ ଚାମଚ ଜଡାତେଲ ଓ ଅଳ୍ପ ଟିକିଏ ରସୁଣ ସହିତ ଗରମ କରି ରୋଗୀକୁ ଖାଇବାକୁ ଦିଅନ୍ତୁ । ଏହା ବାନ୍ତି କରାଇଦିଏ ଓ ଝାଡା ପରିସ୍ରାର ରଙ୍ଗ ସାଧାରଣ କରିଦିଏ ।
  • ଦୁଇ ତିନୋଟି ଜଡା ପତ୍ରକୁ ବାଟି ରୋଗୀକୁ ପ୍ରତିଦିନ ସକାଳେ ସେଥିରୁ ଗୋଟିଏ ଗୁଳା ଅଧିକା ଖାଇବାକୁ ଦିଅନ୍ତୁ । ଏହା ମଧ୍ୟ ବାନ୍ତି ବନ୍ଦ କରାଇ ଦିଏ ।

ଉଚ୍ଚ ରକ୍ତଚାପ

  • ହଳଦିଆ ରଙ୍ଗ ପଡିଯାଇଥିବା ସଜନାପତ୍ରକୁ  ଛେଚି ତା’ର ରସରୁ ଗୋଟିଏ ଚାମଚ କରି ଖାଇସାରିବା ପରେ ପିଇବାକୁ ଦିଅନ୍ତୁ ।

ସାବଧାନ: ସ୍ୱାସ୍ଥ୍ୟ କର୍ମଚାରିଙ୍କତତ୍ତ୍ଵାବଧାନରେ ଏହି ଚିକିତ୍ସା ପଦ୍ଧତି ପ୍ରୟୋଗ କରିବା ଉଚିତ୍ । ନିୟମିତ ରକ୍ତଚାପ ପରୀକ୍ଷା କରନ୍ତୁ । ଏହି ଚିକିତ୍ସା ପଦ୍ଧତି ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ରକ୍ତଚାପ କମି ଯାଇଥାଏ ।

  • ଏକଚାମଚ ଅଦାରସ, ଏକଚାମଚ ମହୁ ଓ ଏକଚାମଚ ଜିରାଗୁଣ୍ଡା ଏକାଠି ମିଶାଇ ଦିନକୁ ଠାରେ କରି ଖାଆନ୍ତୁ ।
  • ଦହି, କଞ୍ଚା, ପିଆଜ ଜିରା ଓ ହଳଦୀଗୁଣ୍ଡ ମଧ୍ୟ    ଉଚ୍ଚ ରକ୍ତଚାପ କମାଇବା ପାଇଁ ଉପଦାୟ ।

ବହୁ ମୂତ୍ର

  • ସଦାବିହାରୀ ଉଦ୍ଭିଦ ଚେରମୂଳ ସହିତ ସମୁଦାୟ ଆଣି କିଛି ପାଣିଦ୍ଵାରା ଫୁଟାନ୍ତୁ । ଏହାକୁ କିଛି ଖାଇବା ପୂର୍ବରୁ ଛାଣି ପିଇବାକୁ ଦିଅନ୍ତୁ ।
  • ଜାମୁକୋଳି ମଞ୍ଜିକୁ ଶୁଖାଇ ଚୂନା କରନ୍ତୁ ଓ ସେଥିରେ କିଛି ଗରମ ପାଣି ମିଶାଇ ଛାଣିକରି ପିଇବାକୁ ଦିଅନ୍ତୁ ।
  • ମୂଳ ସହିତ  ଲାଜକୁଳି ଲତାଟିଏ ଆଣି ଛେଚି ଦିଅନ୍ତୁ ଓ ତାକୁ ମିଶାଇ ଖୁଦ କାଞ୍ଜି କରି ପ୍ରତିଦିନ ଖାଇବାକୁ ଦିଅନ୍ତୁ ।
  • ଳିମ୍ବପତ୍ର ଓ କଲରା  ମଧ୍ୟ ବହୁମୂତ୍ରର ଉପଶମ ପାଇଁ ଉପକାରୀ ।

ଶ୍ଵାସ

କିଛି ଅରୁଷା ( ମାଲବାର ନଟ୍) ଗଛର ପତ୍ରଆଣି ଅଧିକ ସିଝାଇ ଦିଅନ୍ତୁ ଏବଂ ତା’  ସହିତ କିଛି ମହୁ  ଓ ଗୁଡ ପକାଇଲେ ସ୍ଵାଦ ଲାଗେ । ଦିନରେ ୩ ଥର କରି ଅତି କମ୍ ରେ ୩ ମାସ ପର୍ଯ୍ୟନ୍ତ ଖାଆନ୍ତୁ । ପିଲାମାନଙ୍କୁ ବୟସ୍କମାନଙ୍କର ଅଧା ଦିଅନ୍ତୁ । ଯଦି ଏଥିରେ ଶ୍ଵାସ ଭଲ ନ ହୁଏ । ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ରୂପି

ଦହି ବା ଲେମ୍ବୁରସ ବା ନିମ୍ବପତ୍ର ବାଟି ମୁଣ୍ଡ ବାଳରେ ଲଗାନ୍ତୁ ।  ଘଣ୍ଟାଏ ସେପରି ଛାଡିଦିଅନ୍ତୁ ଓ ତା’ ପରେ ଭଲ ଭାବରେ ସଫା କରିଦିଅନ୍ତୁ । ଏହିପରି ଗୋଟିଏ ସପ୍ତାହ କରନ୍ତୁ । ସାବୁନ ବା ସାମ୍ପୋ ବାଳରେ ଲଗାନ୍ତୁ ନାହିଁ , ୧୫ ଦିନ ପରେ ରାତିରେ ତେଲ ଲଗାଇ ଦିଅନ୍ତୁ ।

ଦାନ୍ତବିନ୍ଧା

  • ଗୋଟିଏ ବା ଦୁଇଟି ଲବଙ୍ଗକୁ ପାଟିରେ ଚୋବାଇ ତା’ର ରସକୁ ପାଟିରେ କିଛି ସମୟ ପାଇଁ ରଖନ୍ତୁ ।
  • ଗୋଟିଏ ବା ଦୁଇଟି କାଜୁବାଦାମ ପତ୍ରକୁ ଚୋବାଇ ତାର ରସକୁ କିଛି ସମୟ ପାଇଁ ପାଟିରେ ରଖନ୍ତୁ ।
  • ଆମ୍ବପତ୍ରକୁ ପୋଡି ତାର ପାଉଁଶ ଦ୍ଵାରା ଦାନ୍ତ ଘଷନ୍ତୁ ।

ଏହି ଉପଚାର ଦାନ୍ତବିନ୍ଧା ଭଲ କରେ ନାହିଁ । କେବଳ କିଛି ସମୟ ପାଇଁ ବିନ୍ଧା କମାଇଦିଏ । ତେଣୁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରି ଦାନ୍ତ ଉପୁଡାଇ ଦିଅନ୍ତୁ ବା ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।

ଋତୁଃସ୍ରାବ କଷ୍ଟ

  • କିଛି କଲରା ପତ୍ର ସହିତ କିଛି ଗୋଲମରିଚ ଓ ଅଦା ମିଶାଇ ବାଟିକାରି ଦିନକୁ ଥରେ କରି ତିନିଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
  • ଆଲୋପଲପର ରସ ଦୁଇ ଚା ଚାମଚ ଦିନକୁ ଠାରେ ଋତୁଃସ୍ରାବ ହେବାର ୩ ଦିନ ପୂର୍ବରୁ ଖାଆନ୍ତୁ।

ଅନ୍ତଃସତ୍ତ୍ଵା ସମୟର ପାଦଫୁଲା

ଏହି ପାଦଫୁଲା କମିବା ପାଇଁ, ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏଥି ସହିତ ଆପଣ ମଧ୍ୟ ପାଦ ଫୁଲା କମାଇବା ପାଇଁ ନିମ୍ନଲିଖିତ ଉପାୟାମାନ ଅବଲମ୍ବନ କରିପାରିବେ ।

 

  • କିଛି ଡାଳଚିନ, ଧନିଆଁ ଓ ପାନମହୁରୀକୁ ମିଶାଇ ସିଝାନ୍ତୁ ଓ ତାକୁ ଛାଣି ଦିଅନ୍ତୁ ତିନିଥର କରି ପାଦଫୁଲା କମିବା ପର୍ଯ୍ୟନ୍ତ ପିଇବାକୁ ଦିଅନ୍ତୁ  । ଅପମାରଙ୍ଗ ପତ୍ରକୁ ସିଝାଇ ତା’ର ପାଣିକୁ ସକାଳେ ପିବାକୁ ଦିଅନ୍ତୁ । ଏହାଦ୍ଵାରା ଅନେକ ଥର ପରିସ୍ରା ହୁଏ ଓ ପାଦ ଫୁଲା କମିଯାଏ ।
  • ମକା ଅଗରେ ବାହାରିଥିବା ରେଶମୀ  ଚଅଁରକୁ ଆଣି ପାଣିରେ ସିଝାଇ, ସେହି ପାଣିରୁ ଗ୍ଲାସେ ଦୁଇଗ୍ଲାସ ପିଇବାକୁ ଦିଅନ୍ତୁ । ଏହା ବିପଦଜନକ ନୁହେଁ ଓ ପାଦଫୁଲା ଭଲ କରିଦିଏ ।

ମିଛି ପ୍ରସବ ଯନ୍ତ୍ରଣା

  • ସଜନା ପତ୍ର ସହିତ କିଛି ଧନିଆଁ ମିଶାଇ ସିଝାଇ ଦିଆନ୍ତୁ ଓ ସେଥିରୁ ଏକଗ୍ଲାସ ଲେଖାଏଁ ପିଇବାକୁ ଦିଅନ୍ତୁ । ଯଦି ଗର୍ଭଯନ୍ତ୍ରଣା ମିଛ ହୋଇଥିବ, ତେବେ ତାହା କମିଯିବ ।
  • କିଛି ଦାଲଚିନି – ଚୂର୍ଣ୍ଣ ପାଣି କିମ୍ବା କ୍ଷୀରରେ ଗୋଳାଇ ପିଇବାକୁ ଦିଅନ୍ତୁ । ଯଦି ଯନ୍ତ୍ରଣାନ କମେ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ ବା ଡାକ୍ତରଖାନା ଯାଆନ୍ତୁ ।

ଭଙ୍ଗା ହାଡ ଯୋଡିବା ପାଇଁ ଘରୋଇ ଛାଞ୍ଚ

ଏହି ଛାଞ୍ଚ ତିଆରି କରିବା ପାଇଁ ମେକ୍ ସିକୋରେ ଟେପ୍ ଗଜ୍ ବା ସୋଲଡା କନସୋଲଡା ଗଛ ବ୍ୟବହାର କରାଯାଏ । ଯେ କୌଣସି ଗଛ ଯଦି ସେଥିରୁ ସିରପ ତିରାରି କରିହେଉଥିବ ଓ ତାହା କଠିନ ଓ ଚର୍ମକୁ କଷ୍ଟ ନହେବା ତାହା ବ୍ୟବହାର କରାଯାଇପାରିବ । ଭାରତରେ ପାରମ୍ପରିକ ହାଡ ଯୋଡାଳି ଛାଞ୍ଚ ତିଆରି କରିବା ପାଇଁ ଅଣ୍ଡାର ଧଳା ଅଂଶ ବ୍ୟବହାର କରିଥାନ୍ତି । ମାତ୍ର ଉଭୟ  କ୍ଷେତ୍ରରେ ନିୟମ ସମାନ । ଆପଣଙ୍କ  ସ୍ଥାନର ବିଭିନ୍ନ ଗଛ ଯାହା, ଏହି ଛାଞ୍ଚ ତିଆରିରେ ସାହାଯ୍ୟ କରିପାରିବ ଚିହ୍ନଟ କରନ୍ତୁ ।

ଛାଞ୍ଚ ପାଇଁ ଟେପ ଗଜ : ୫ ଲିଟର ପାଣି ରେ ଏକ କି.ଗ୍ରା ଗଛ ଛାଲି ପକାଇ ୨ ଲିଟର ପାଣି ରହିବା ପର୍ଯ୍ୟନ୍ତ ସିଝାନ୍ତୁ । ଏକାକୁ ଛାଣି ଏହା ମୋଟା ହେବା ପର୍ଯ୍ୟନ୍ତ ସିଝାନ୍ତୁ ଓ ନିମ୍ନରେ ଦିଆଯିବା ଭଳି ବ୍ୟବହାର ଛାଲି ପକାଇ  ୨ ଲିଟର ପାଣି ରହିବା ପର୍ଯ୍ୟନ୍ତ ସିଝାନ୍ତୁ ଓ ନିମ୍ନରେ  ଦିଆଯିବା  ଭଳି ବ୍ୟବହାର କରନ୍ତୁ ।

  • ଚର୍ମରେ ସିଧା ଛାଞ୍ଚକୁ ଲଗାନ୍ତୁ ନାହିଁ ।
  •  

     

  • ବାହୁ ବା ଗୋଡରେ ନରମ କଣା ବାନ୍ଧନ୍ତୁ ।
  •  

     

     

  • ପରେ ଗୋଟିଏ ପରସ୍ତ କନା ଗୁଡାନ୍ତୁ ।
  •  

     

     

  • ପରେ ଏହି ଛାଞ୍ଚ ବ୍ୟବହାର କରନ୍ତୁ।
  •  

  • ଅଧିକାଂଶ ଡାକ୍ତର ପରାମର୍ଶ ଦିଅନ୍ତି ଯେ ଭାଙ୍ଗିଯାଇଥିବା ସ୍ଥାନର କିଛି ଉପରକୁ ଓ କିଛି ତଳକୁ ଛାଞ୍ଚ ବାନ୍ଧନ୍ତୁ ।
  •  

  • ଏହିପରି ସମସ୍ତ ବାହୁରେ ଛାଞ୍ଚ ବାନ୍ଧାଯିବା ଉଚିତ୍ ।
  •  

     

     

  • ହାତର ଆଙ୍ଗୁଠିଗୁଡିକୁ ଛାଡିଦିଆନ୍ତୁ।
  •  

ସେ  ଯାହାହେଉ ଚୀନ୍ନ, ଲାଟିନ୍ ଓ ଆମେରିକାରେ  ହାଡ  ଯୋଡାଳି ମାନେ  ଭାଙ୍ଗିଯାଇଥିବା ସ୍ଥାନରେ ଛାଞ୍ଚ ବ୍ୟବହାର କରନ୍ତି । ସେମାନଙ୍କ କହିବା ଅନୁସାରେ ଭାଙ୍ଗିଯାଇଥିବା ସ୍ଥାନ ଟିକେ ଏପଟ ସେପଟ କଲେ ତାହା ଶୀଘ୍ର ଯୋଡିହୋଇଯାଏ । ଏହା ମଧ୍ୟ ଆଧୁନିକ ବୈଜ୍ଞାନିକ ମାନଙ୍କଦ୍ଵାରା ଆଦୃତ ।

ସତର୍କତା

ଛାଞ୍ଚ ଜୋରରେ  ବନ୍ଧା ନ ହେଲେ ମଧ୍ୟ ଭାଙ୍ଗିଯାଇଥିବା ସ୍ଥାନ ଫୁଲିପାରେ  । ଯଦି ବ୍ୟକ୍ତି ଜୋରରେ ବନ୍ଧାହେବାର  ଅଭିଯୋଗ କରେ ବା ବ୍ୟକ୍ତିର ଆଙ୍ଗୁଠି  ଥଣ୍ଡା ଜଣାପଡେ ତେବେ ଏହାକୁ ଆସ୍ତେ ବାନ୍ଧିବା ଉଚିତ୍ । ଘା’ ବା କାଟି ହୋଇଥିବା ଜାଗାରେ ଛାଞ୍ଚ ବାନ୍ଧିବା ଉଚିତ୍ ନୁହେଁ ।

ବସ୍ତି କ୍ରିୟା ବା ଡୁସ୍ ( ମଳଦ୍ଵାର ବାଟେ ତରଳ ଔଷଧ ପେଟରେ ପହଞ୍ଚାଇବା), ରେଚନ ( ମଳକୁ ନରମ କରିବା ଔଷଧ) ଓ ବସ୍ତି ଶୋଧନ ( ଭେଦୀ ବା ଜୁଲାବ ) ପଦ୍ଧତିର ସଠିକ ବ୍ୟବହାର ।

ଅନେକ ଲୋକ ଅଧିକାଂଶ ସମୟରେ ମଳଦ୍ଵାରା ଦେଇ ପିଚକାରୀ ଓ ବିରେଚକ ପ୍ରଣାଳୀ ବ୍ୟବହାର କରିଥାନ୍ତି । ଜୁଲାବ ଭେଦୀ ହେବାର ଆଗ୍ରହ ସବୁଆଡେ ରହିଛି । ପିଚକାରୀ ଦ୍ଵାରା ବସ୍ତିକ୍ରିୟା ଓ ପେଟ ସଫା କରିବା ଏକ ଲୋକପ୍ରିୟ ଘରୋଇ ଚିକିତ୍ସା । ଅନେକ ସମୟରେ ଏହା ମଧ୍ୟ ଭୀଷଣ ହାନିକାରକ । ବସ୍ତି କ୍ରିୟା ବା ଅନ୍ତ୍ର ମଧ୍ୟକୁ ମଳଦ୍ଵାର ବାଟେ ପାଣି ଛାଡି କିମ୍ବା ଜୁଲାବ ଦେଇ ବା ରେଚକ ଛାଡି ତରଳ ଝାଡା ବା ଡାଇରିଆ ଓ ଜ୍ଵର ଆଦି ରୋଗକୁ ଭଲ କରାଯାଏ ବୋଲି ଅଧିକାଂଶ ଲୋକଙ୍କର ଧାରଣା ରହିଛି; କିନ୍ତୁ ରୋଗୀର ଦୁର୍ବଳ ଦେହ ଣ ନଷ୍ଟ ହୋଇ ଯାଇଥିବା ଅନ୍ତ୍ର ବାରମ୍ବାର ବସ୍ତି ସଫା ଯୋଗୁଁ ଆହୁରି ଅଧିକ ଖରାପ ହୁଏ ।

ବସ୍ତି କ୍ରିୟା ଓ ରେଚକଦ୍ଵାରା ଅଦୌ ସୁଫଳ ମିଳେ ନାହିଁ । ବରଂ ଅନେକ ସମୟରେ ଏହା ବିପଦଜନକ ହୋଇଥାଏ, ବିଶେଷତଃ ଯେତେବେଳେ ତେଜୀୟାନ୍ ରେଚକ ବ୍ୟବହାର କରାଯାଏ ।

ବସ୍ତିକ୍ରିୟା ପଦ୍ଧତି ଓ ରେଚନ ପ୍ରୟୋଗ କେତେବେଳେ ବିପଦଜନକ

ରୋଗୀର ପେଟରେ ଯଦି ଭୀଷଣ ଯନ୍ତ୍ରଣା ହେଉଥାଏ କିମ୍ବା ଆପେଣ୍ଡିସାଇଟିସ୍ ଲକ୍ଷଣ ଥାଏ ଅଥବା ତଳି ପେଟରେ ଯନ୍ତ୍ରଣା ହେଉଥାଏ, ତେବେ କିଛିଦିନ ପର୍ଯ୍ୟନ୍ତ ତା’ର ଝାଡା ନ ହେଲେ ମଧ୍ୟ ତା’ ଠାରୁ ବସ୍ତିକ୍ରିୟା ବା ରେଚକ ପ୍ରୟୋଗ କରନ୍ତୁ ନାହିଁ ।

ଅନ୍ତ୍ରରେ ଗୁଳି ବାଜି ଘା’ ବା ଅନ୍ୟ କୌଣସି ଖଣ୍ଡିଆ ହୋଇଥିଲେ ଏହା ପ୍ରୟୋଗ କରନ୍ତୁ ନାହିଁ ।

ପ୍ରବଳ ଜ୍ଵର, ବାନ୍ତି, ଝାଡା କିମ୍ବା ଜଳଶୁଷ୍କତା ଭୋଶୁଷ୍କତା ଭୋଗୁଥିବା ଛୋଟ ପିଲାଙ୍କ ଠାରେ କେବେ ବି ବିରେଚକ ବା ବସ୍ତିଶୋଧନ ପ୍ରୟୋଗ କରନ୍ତୁ ନାହିଁ ।

ବାରମ୍ବାର ବିରେଚକ ବ୍ୟବହାର କରିବା ଅଭ୍ୟାସ କରନ୍ତୁ ନାହିଁ ।

ବସ୍ତିକ୍ରିୟାର ସଠିକ ପ୍ରୟୋଗ

  • ସାଧାରଣ ପିଚକାରୀ ପ୍ରକ୍ରିୟା କୋଷ୍ଠକାଠିନ୍ୟ ( ଶୁଖିଲା, କାଠୁଆ, କଷ୍ଟକାରୀ କଷ୍ଟକାରୀ ମଳ) ପାଇଁ ସଫଳ ହୋଇଥାଏ। ଏଥିପାଇଁ କେବଳ ଗରମପାଣି ବା ପାଣି ସହିତ ସାବୁନ୍ ମିଶାଇ ବ୍ୟବହାର କରନ୍ତୁ ।
  • ବାନ୍ତି ଯୋଗୁଁ ଯେତେବେଳେ କୌଣସି ବ୍ୟକ୍ତିଙ୍କଠାରେ ଜଳଶୁଷ୍କତା ଦେଖାଯାଏ, ସେତେବେଳେ ତାଙ୍କୁ ବସ୍ତି କ୍ରିୟାଦ୍ଵାରା ଧୀରେ ଧୀରେ ଜଳଜଳ ଭରଣା ପାଇଁ ଜଳୀୟ ପଦାର୍ଥ ହେବାକୁ ଚେଷ୍ଟା କରନ୍ତୁ ।

ସର୍ବଦା ପ୍ରୟୋଗ କରାଯାଉଥିବା ବସ୍ତି ଶୋଧନ ଓ ବିରେଚକ

ସେନାଲିଫ କାସକାରା (କାସକାରା ସାଗ୍ରାଡ )

ଏହା ଏକ ଅସ୍ଵସ୍ତିକର ବସ୍ତିଶୋଧକ । ଏହା ସବୁବେଳେ ଉପକାର ଠାରୁ ବେଶୀ ଅପକାର କରିଥାଏ । ଏହା ବ୍ୟବହାର ନ କଲେ ଭଲ ।

ଜଡାତେଲ

ପରାମର୍ଶ ଅନୁଯାୟୀ ଅଳ୍ପ ମାତ୍ରାରେ ଏହାର ପ୍ରୟୋଗ ସୁଫଳ ଦେଇଥାଏ ।

ମ୍ୟାଗ୍ନେସିୟମ କାର୍ବୋନେଟ୍, ମିଲକ ଅଫ ମ୍ୟାଗ୍ନେସିୟମ, ଏପସମ ସଲଟସ (ମ୍ୟାଗ୍ନେସିୟମ ସଲଫେଟ )

ଏଗୁଡିକ ଲବଣ ବସ୍ତିଶୋଧକା । କୋଷ୍ଠକାଠିନ୍ୟ ପାଇଁ ବିରେଚକ ପ୍ରୟୋଗ କରିବା ପରି ଅତି ଅଳ୍ପ ମାତ୍ରାରେ ଏହାକୁ ପ୍ରୟୋଗ କରନ୍ତୁ । ସବୁବେଳେ ପ୍ରୟୋଗ କରନ୍ତୁ ନାହିଁ । ପେଟରେ ଯନ୍ତ୍ରଣା ହେଉଥିବା ସମୟରେ କେବେ ବି ପ୍ରୟୋଗ କରନ୍ତୁ ନାହିଁ ।

ଖଣିଜ ତୈଳ

ଅର୍ଶ ଥାଇ କୋଷ୍ଠକାଠିନ୍ୟ ହେଉଥିଲେ ଏହାକୁ ପ୍ରୟୋଗ କରାଯାଏ । କିନ୍ତୁ ଏହା ଏକ କଷ୍ଟକର ପଦ୍ଧତି, ତେଣୁ ପ୍ରୟୋଗ କରନ୍ତୁ ନାହିଁ ।

ରେଚନ ଓ ବସ୍ତି ଶୋଧନର ସଠିକ ପ୍ରୟୋଗ

ବିରେଚକ, ବସ୍ତିଶୋଧନ ପରି ହୋଇଥିଲେ ବି ତା’ ଠାରୁ କମ୍ ଶକ୍ତିଶାଳୀ । ଉପର ଲିଖିତ ସମସ୍ତ ଦ୍ରବ୍ୟର ଅଳ୍ପମାତ୍ରାରେ ପ୍ରୟୋଗକୁ ବିରେଚନ ଓ ଅଧିକ ପ୍ରୟୋଗକୁ ବସ୍ତିଶୋଧନ କୁହାଯାଏ । ବିରେଚକ ମଳକୁ ନରମ କାରୀ ଶୀଘ୍ର ଖଲାସ କରାଇଥାଏ । କିନ୍ତୁ ବସ୍ତିଶୋଧନର ପ୍ରୟୋଗ ଦ୍ଵାରା ତରଳ ଝାଡା ହୋଇଥାଏ ।

ବସ୍ତି ଶୋଧନ – ବିଷ ଖାଇଥିବା ବ୍ୟକ୍ତିର ପାକସ୍ଥଳୀରୁ ଶୀଘ୍ର ବିଷ ସଫା କରିବା ପାଇଁ ଅଧିକ ମାତ୍ରାରେ ବସ୍ତିଶୋଧନ ପ୍ରୟୋଗ କରାଯାଇଥାଏ, ଏହା ବ୍ୟତୀତ ଅନ୍ୟ ସମୟରେ ବସ୍ତି ଶୋଧନର ପ୍ରୟୋଗ ହାନିକାରକ ହୋଇଥାଏ ।

ବିରେଚନ – କୋଷ୍ଠକାଠିନ୍ୟ ପାଇଁ କେତେକ କ୍ଷେତ୍ରରେ ମିଲକ ଅଫ ମ୍ୟାଗ୍ନେସିୟମ ଓ ଅନ୍ୟ ମ୍ୟାଗ୍ନେସିୟମ ଲବଣ ଇତ୍ୟାଦିକୁ ଅଳ୍ପ ମାତ୍ରାରେ ପ୍ରୟୋଗ କରନ୍ତୁ । ଅର୍ଶ ଯୋଗୁଁ ଯେଉଁ ମାନଙ୍କର କୋଷ୍ଠ କାଠିନ୍ୟ ଥାଏ, ସେମାନଙ୍କ ଠାରେ ଖଣି ତୈଳ ପ୍ରୟୋଗ କରାଯାଇପାରିବ । କିନ୍ତୁ ଏହା କେବଳ ମଳକୁ ଖସଡିଆ କରେ ସିନା ନରମ କରେ ନାହିଁ । ଶୋଇବାବେଳେ ତିନିରୁ ଛଅ ଚାମଚ ପର୍ଯ୍ୟନ୍ତ  ଖଣିଜତୈଳ ବ୍ୟବହାର କରନ୍ତୁ ( ଖାଦ୍ୟ ସହିତ ଖାଆନ୍ତୁ ନାହିଁ, କାରଣ ଏହା ଖାଦ୍ୟରେ ଥିବା ଜୀବସାରମାନଙ୍କୁ ନଷ୍ଟ କରିଦେବ ) । ଏହା କିନ୍ତୁ ସର୍ବୋକ୍ତୃଷ୍ଟ ପଦ୍ଧତି ନୁହେଁ ।

ଉତ୍ତମ ମାର୍ଗ

ତନ୍ତୁଜାତୀୟ ଖାଦ୍ୟ : ନିୟମିତ ଭାବେ ନରମ ଓ ଅବାଧ ମଳତ୍ୟାଗ ପାଇଁ ପ୍ରଚୁର ପରିମାଣରେ ତନ୍ତୁଜାତୀୟ ଖାଦ୍ୟ ଖାଇବା ଉଚିତ୍ ଯଥା ଟାପିଓକା, ଶସ୍ୟାଦାନା, ଡାଲିଜାତୀୟ ଖାଦ୍ୟ, ଫଳ ଓ ପନିପରିବା ଇତ୍ୟାଦି । ବହୁତ ବେଶୀ ପାଣି ମଧ୍ୟ ପିଇବା ଦରକାର ।

ଆଧୁନିକ ଖାଦ୍ୟ ଖାଉଥିବା ଲୋକମାନଙ୍କ ଅପେକ୍ଷା ଯେଉଁମାନେ ତନ୍ତୁଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତି, ସେମାନଙ୍କୁ କୋଷ୍ଠ କାଠିନ୍ୟ, ଅର୍ଶ ଆନ୍ତଃ କ୍ୟାନସର ଇତ୍ୟାଦି ରୋଗ ହେବାର ସମ୍ଭାବନା ବହୁତ କମ୍ ନିୟମିତ ଭାବେ ସୂଚାରୁ ରୂପେ ମଳତ୍ୟାଗ ପାଇଁ ଚିକକଣ ଖାଦ୍ୟ ପରିହାର କରନ୍ତୁ ଓ ଖଦଡିଆ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ ।

ଆଧାର : ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate