অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏଡସ୍

ଏଡସ୍ (ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଅଭାବ ରୋଗ)

ଏଡସ୍ ଗୋଟିଏ ନୂଆ ଓ ମାରାତ୍ମକ ରୋଗ ଅଟେ  । ଏହି ରୋଗ ଏକ ଭୂତାଣୁ ଦ୍ଵାରା ଜଣକଠାରୁ ଅନ୍ୟଜଣକୁ ବ୍ୟାପିଥାଏ  । ବର୍ତ୍ତମାନ ଏହା ପୃଥିବୀର  ପ୍ରତ୍ୟକ ଦେଶରେ ଦେଖାଯାଉଛି   ।

ଏଡସ୍ ଶରୀରର ରୋଗ ପ୍ରତିରୋଧ ଶକ୍ତି ହ୍ରାସ କରିଥାଏ   । ଜଣେ ଏଡସ୍ ରେ ପିଡିତ ବ୍ୟକ୍ତି ଖୁବ୍ ସହଜରେ ରୋଗରେ ପଡିଥାଏ   । ଯଥା – ତରଳ ଝାଡା, ନିମୋନିଆ, ଯକ୍ଷ୍ମା ବା ମାରାତ୍ମକ ଚର୍ମ କର୍କଟ ରୋଗ   । ଏଡସ୍ ରେ ପିଡିତ ବ୍ୟକ୍ତି ରୋଗ ସହିତ ସଂଘର୍ଷ କରି ନ ପାରି ମରିଥାନ୍ତି  । ଏଡସ୍ ପିଡିତ ବ୍ୟକ୍ତିର ରକ୍ତ, ବୀର୍ଯ୍ୟ ବା ଯୋନିସ୍ରାବ ମାଧ୍ୟମରେ ସୁସ୍ଥ ଲୋକକୁ ଏଡସ୍ ହୋଇଥାଏ   ।

ଗୁରୁତ୍ଵପୂର୍ଣ୍ଣ

କୌଣସି ସୁସ୍ଥ ଦେଖାଯାଉଥିବା ଲୋକ ଦେହରେ ମଧ୍ୟ ଆପଣ ଏଡସ୍ ଭୂତାଣୁ ପାଇପାରିବେ  । ଏଡସ୍ ଭୂତାଣୁ ସଂକ୍ରମଣର ମାସେ ବା ବର୍ଷକ ପରେ ମଧ୍ୟ କ୍ଵଚିତ ଲକ୍ଷଣ ଦେଖାଯାଏ  । କିନ୍ତୁ ସଂକ୍ରମିତ ବ୍ୟକ୍ତି ଏହି ରୋଗ ଅନ୍ୟକୁ ବାଣ୍ଟିବାରେ ସକ୍ଷମ ହୋଇଥାଏ  ।

ଏଡସ୍ ରେ ପିଡିତ ଲୋକଙ୍କ ସହିତ ହାତମିଳାଇଲେ, ବାସକଲେ, ଖେଳିଲେ ବା ଖାଇଲେ  ରୋଗ ବ୍ୟାପୀ ନ ଥାଏ  । ଆଉ ମଧ୍ୟ ଖାଦ୍ୟ, ପାଣି, କୀଟ ପତଙ୍ଗ, ଗାଧୁଆ ସରଞ୍ଜାମ ବା କପ୍ ଆଦାନପ୍ରଦାନରେ ଏହା ବ୍ୟାପି ନ ଥାଏ   । ଯଦି ଏକ ସମୟରେ ୩ଟି ଲକ୍ଷଣ ଦେଖାଯାଏ  ଓ ବ୍ୟକ୍ତି ଅଧିକରୁ ଅଧିକ ଅଶ୍ଵସ୍ତିବୋଧ କରନ୍ତି  ତାଙ୍କୁ ଏଡସ୍ ହୋଇଥାଇପାରେ   ।

ଲକ୍ଷଣ

ବିଭିନ୍ନ ଲୋକର ଭିନ୍ନ ଭିନ୍ନ ଏଡସ୍ ଲକ୍ଷଣ ଦେଖାଯାଇଥାଏ   ।

  • ଶରୀରର ଓଜନହାନି (କ୍ଷୀଣ ଓ ଦୁର୍ବଳ ହୋଇଯାନ୍ତି)
  • ଏକ ମାସରୁ ଅଧିକ ତରଳ ଝାଡା ଲାଗିରହିବା  ।
  • ଏକ ମାସରୁ ଅଧିକ ଜ୍ଵର ଲାଗିରହିବା ।
  • ଏକ ମାସରୁ ଅଧିକ ଥଣ୍ଡା ହେବା  ।
  • ପାଟି ସଂକ୍ରମଣ
  • ଶରୀରରେ ଗଣ୍ଠି ପ୍ରଦାହ
  • ଚର୍ମ କୁଣ୍ଡାଇ ହେବା   ।
  • ଜନନାଙ୍ଗ ଓ ପିଚାରେ ଘା’ ହେବା   ।
  • ଦୁର୍ବଳ ଅବୁଭବ କରିବା
  • ଏଡସ୍ ଭୂତାଣୁ ଥିବା ବ୍ୟକ୍ତିଙ୍କୁ ଯକ୍ଷ୍ମା ହୋଇପାରେ   । କିମ୍ବା ସିଙ୍ଗଲସ୍  ହୋଇପାରେ   ।

ଚିକିତ୍ସା

ଏ ପର୍ଯ୍ୟନ୍ତ ଏଡସ୍ ରୋଗରୁ ଭଲ ହେବା ପାଇଁ କୌଣସି ଔଷଧ ବାହାରିନାହିଁ   । ଏଣୁ ରୋଗର ଲକ୍ଷଣ ଦେଖି ଚିକିତ୍ସା କରିବା ଆବଶ୍ୟକ   ।

  • ତରଳ ଝାଡା ପାଇଁ ଲୁଣ ଚିନୀ ସରବତ
  • ପାଟି ସଂକ୍ରମଣ ପାଇଁ ଜେନସିଆନ ଭାଇଓଲେଟ, ନିଷ୍ଟାଟିନ ବା ମିକନାଜୋଲ
  • ଚର୍ମ ଘା’ ପାଇଁ ବାଇକ୍ଲୋର ଏସେଟିକ୍ ଏସିଡ୍ ବା ପୋଡୋଫିଲିନ
  • ଜ୍ଵର ପାଇଁ ପ୍ରଚୁର ପାଣି, ତରଳ ପାନୀୟ ଆସ୍ପିରିନ
  • ଥଣ୍ଡା ଓ ନିମୋନିଆର ଚିକିତ୍ସା ପାଇଁ ଆଣ୍ଟିବାଇଓଟିକସ୍ ଯଦି ଥଣ୍ଡା ଓ ଜ୍ଵର ଅଧିକ ହୋଇଥାଏ ତେବେ ଯକ୍ଷ୍ମାର  ପରକ୍ଷା କରାନ୍ତୁ  । ଯକ୍ଷ୍ମା ପ୍ରତିଷେଧକ ପାଇଁ ସ୍ଥାନୀୟ ଉପଦେଶ ଗ୍ରହଣ କରନ୍ତୁ   ।
  • ଚର୍ମ କୁଣ୍ଡାଇ ହେଲେ ଆଣ୍ଟିହିଷ୍ଟାମାଇନ୍ ଓ ସଂକ୍ରମଣର ଚିକିତ୍ସା କରନ୍ତୁ  ।
  • ଉପଯୁକ୍ତ ପରିମାଣର ଖାଦ୍ୟ ଖାଇ ସୁସ୍ଥ ରୁହନ୍ତୁ, ମଦ୍ୟପାନ, ଧୂମପାନ ଓ ଡ୍ରଗ୍ ବ୍ୟବହାର କରନ୍ତୁ  ନାହିଁ   ।

ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିର ଅଲଗା ରହିବା ବା ଶୋଇବାର ଆବଶ୍ୟକତା ନାହିଁ   । କାରଣ ତା’ର ଚର୍ମ ଓ ନିଶ୍ଵାସ ଦ୍ଵାରା ରୋଗ ବ୍ୟାପି ନ ଥାଏ   ।

ଘରେ ପରିବାରର ସଦସ୍ୟ ଓ ବନ୍ଧୁ ବାନ୍ଧବ ରୋଗୀକୁ ସ୍ନେହ ଓ ଶ୍ରଦ୍ଧା ଦେଖାଇବା ଉଚିତ୍  । ଯାହାଦ୍ୱାରା ରୋଗୀ ଯେତେଦିନ ବଞ୍ଚିବ ଆନନ୍ଦରେ ବଞ୍ଚିପାରିବ  ।

ଏଡସ୍  ପ୍ରତିଷେଧକ

  • ବିଶ୍ଵସ୍ତ ସାଥୀଙ୍କ ସହିତ ଯୌନ ସମ୍ପର୍କ ରଖନ୍ତୁ   ।
  • ଯଦି ଆପଣଙ୍କର ଯୌନ ସାଥୀଙ୍କର  ଏହି ରୋଗ ହେବାର ଜାଣନ୍ତି ତେବେ ନିରୋଧ ବ୍ୟବହାର କରନ୍ତୁ   ।
  • ଯେଉଁମାନଙ୍କର  ଅଧିକ ଯୌନ ସାଥୀ  ଅଛନ୍ତି  ସେମାନଙ୍କର ସହିତ ଯୌନ ସମ୍ପର୍କ ରଖନ୍ତୁ  ନାହିଁ   ।
  • ସଅଳ ଯୌନ ସଂଚାରିତ ରୋଗର ଚିକିତ୍ସା କରନ୍ତୁ   ।
  • ଇଞ୍ଜେକ୍ସନ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ନିଶ୍ଚିତ ନୁହନ୍ତି ଯେ ଏହା ଭଲ ଭାବରେ ବିଶୋଧନ କରାଯାଇଛି   ।
  • ଇଞ୍ଜେକ୍ସନ ମାଧ୍ୟମରେ ଡ୍ରଗ ବ୍ୟବହାର କରନ୍ତୁ  ନାହିଁ  । ଯଦି କରୁଛନ୍ତି ତେବେ ଗୋଟିଏ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ  ବା ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଫୁଟାଇ ବିଶୋଧନ କରନ୍ତୁ   ।
  • ଯେ କୌଣସି ଯନ୍ତ୍ରପାତି ବ୍ୟବହାର ଆବଶ୍ୟକ ହେଲେ ଭଲ ଭାବରେ ବିଶୋଧନ କରନ୍ତୁ   ।
  • ରକ୍ତ ସଞ୍ଚାରଣ କରନ୍ତୁ ନାହିଁ, ଯଦି ଏହି ରକ୍ତ ଏଚ.ଆଇ.ଭି. ମୁକ୍ତ ବୋଲି ପରୀକ୍ଷା ନ ହୋଇଛି   ।
  • ରାସ୍ତାକଡର ପିଲା, ସ୍ଥାନାନ୍ତରିତ ଶ୍ରମିକ, ଡ୍ରଗ ବ୍ୟବହାରକାରୀ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଗୋଷ୍ଠିରେ ଏହି ରୋଗ ନ ହେବା ପାଇଁ  ଶିକ୍ଷାଦାନ କରନ୍ତୁ   ।

ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଜ୍ଵର, ତରଳ ଝାଡା ହେଲେ ସେମାନେ ବିଶେଷ ଯତ୍ନ ଆବଶ୍ୟକ କରିଥାନ୍ତି ଯାହା କିଛି ନ ଥାଇ କରିହେବ କିନ୍ତୁ ଏଡସ୍ ଭୂତାଣୁ ବ୍ୟାପିବାକୁ ନ ଦେବା ପାଇଁ ଆମକୁ କିଛିକଥା ମନେ ରଖିବାକୁ ପଡିବ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate