অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୌନ ସମ୍ପର୍କ ଦ୍ଵାରା ବ୍ୟାପୁଥିବା ରୋଗ

ଉପକ୍ରମ

ନିମ୍ନରେ କେତେକ ସାଧାରଣ ରୋଗ ଯାହା ଯୌନ ସମ୍ପର୍କଦ୍ଵାରା ବ୍ୟାପିଥାଏ ତାହା ଆଲୋଚନା କରାଯାଇଅଛି  । ଯଥା – ଗେନେରିଆ, କ୍ଲାମାଇଡିଆ, ସିଫିଲିସ୍ ଓ ବୁଦୋ, ଏଡସ୍ ଗୋଟିଏ ନୂଆ ମାରାତ୍ମକ ରୋଗ, ଓ ଅନ୍ୟ କେତେକ ଯୌନ ସଂଚାରିତ ରୋଗ ଯାହା ଜନନାଙ୍ଗରେ ଘା’ ସୃଷ୍ଟି କରିଥାଏ  । ଏଥିରେ ମଧ୍ୟ ଜନନେନ୍ଦ୍ରିୟରେ ଫୋଟକା ଓ ସାନକ୍ରଏଡ ବାବଦରେ ଆଲୋଚନା କରାଯାଇଛି  ।

ଗେନେରିଆ (ମେହରୋଗ) ଓ କ୍ଲାମାଇଡିଆ

ଏହି ରୋଗଗୁଡିକ ସାଧାରଣତଃ ଯୌନ ସମ୍ପର୍କ ସ୍ଥାପନଦ୍ଵାରା ବ୍ୟାପିଥାଏ  ଓ ଲକ୍ଷଣ ସମାନଥାଏ  । କ୍ଵଚିତ ଏକ ସମୟରେ ଜଣେ ବ୍ୟକ୍ତିଙ୍କୁ ଉଭୟ ଗେନେରିଆ ଓ କ୍ଲାମାଇଡିଆ ହୋଇଥାଏ  । ତେଣୁ ଉଭୟ ରୋଗ ପାଇଁ ଏକ ସମୟରେ ଚିକିତ୍ସିତ ହେବା ଉଚିତ୍ ।

ଲକ୍ଷଣ

ପୁରୁଷ

  • ପରିସ୍ରା କରିବାରେ କଷ୍ଟ ବା ଅସୁବିଧା
  • ଲିଙ୍ଗରୁ ପୂଜ ବାହାରିବା
  • ବେଳେବେଳେ ଅଣ୍ଡକୋଷ ଯନ୍ତ୍ରଣା ସହ ଫୁଲିବା

କେତେ ସପ୍ତାହ ବା କେତେ ମାସ ପରେ

  • ଗୋଟିଏ ବା ଉଭୟ ଆଣ୍ଠୁ, ଗଣ୍ଠି ବା ମଣିବନ୍ଧ ଫୁଲିଯାଇ ଯନ୍ତ୍ରଣା ହେବା ବା ଅନ୍ୟ ଅସୁବିଧା ଦେଦେବା   ।
  • ଦେହସାରା କୁଣ୍ଡିଆ ବା ଘା’ ହେବା   ।
  • ପିଲା ଉତ୍ପାଦିକା ଶକ୍ତି ହରାଇବା (ମହିଳା ଗର୍ଭବତୀ ନ ହେବା)

ସ୍ତ୍ରୀ

  • ପ୍ରାରମ୍ଭରୁ ରୋଗର ଚିହ୍ନ ଦେଖାଯାଏ ନାହିଁ   ।
  • ପରିସ୍ରା ସମୟରେ ଯନ୍ତ୍ରଣା ହେବା ଓ ସମୟେ ସମୟେ ଯୋନି ସ୍ରାବ ହେବା  ।
  • ଯଦି ଜଣେ ଗର୍ଭବତୀ ସ୍ତ୍ରୀ ଲୋକର ଗେନେରିଆ ଥାଏ  ଏବଂ ପିଲା ଜନ୍ମ କରିବା ପୂର୍ବରୁ ଚିକିତ୍ସିତ ହୋଇ ନ ଥାଏ  ତେବେ ଜନ୍ମିତ ଶିଶୁର ଆଖି ଶକ୍ରମଣ ହୋଇ ଶିଶୁ ଅନ୍ଧ ହୋଇଯିବାର ସମ୍ଭାବନା ଥାଏ   ।

ଏକ ସପ୍ତାହ ବା ମାସକ ପରେ

  • ତଳି ପେଟରେ ଯନ୍ତ୍ରଣା ହୁଏ  ।
  • ଋତୁସ୍ରାବରେ ଅନିୟମିତତା ଦେଖାଦିଏ   ।
  • ବନ୍ଧ୍ୟା ହୋଇପାରେ   ।
  • ପରିସ୍ରା କରିବାରେ ଅସୁବିଧା  ।

ଗେନେରିଆ ରୋଗକ୍ରାନ୍ତ ନାରୀ ସହ ଯୌନ ସମ୍ପର୍କ ସ୍ଥାପନ କରିବାର ମାତ୍ର ୨ ଦିନରୁ ୫ ଦିନ ମଧ୍ୟରେ ଗୋଟିଏ ସୁସ୍ଥ ପୁରୁଷ ଦେହରେ ଗେନେରିଆ ରୋଗର ଲକ୍ଷଣ ପ୍ରକାଶ ପାଏ   । (ସମୟେ ସମୟେ ଏହି ଲକ୍ଷଣ ପ୍ରକାଶ ପାଇବାକୁ ତିନି ସପ୍ତାହ ବା ସାମାନ୍ୟ ଅଧିକ ସମୟ ଲାଗିଥାଏ   । ମହିଳାମାନଙ୍କଠାରେ ମାସ ମାସ ଧରି ଏପରିକି ବର୍ଷ ବର୍ଷ ଧରି ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ   । ଉପରକୁ କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ଏହି ରୋଗ ସଂକ୍ରମିତ ହେବାର ମାତ୍ର କେତୋଟି ଦିନ ପରେ, ଉକ୍ତ ନାରୀ ସହ ମୌଥୁନକରୁଥିବା ପ୍ରତ୍ୟକ ପୁରୁଷକୁ ଏହି ରୋଗ ସଂକ୍ରମିତ ହୋଇଥାଏ   ।

ଚିକିତ୍ସା

  • ପୂର୍ବେ ଗେନେରିଆ ସାଧାରଣତଃ ପେନିସିଲିନରେ ଭଲ ହୋଇଯାଉଥିଲା  । କିନ୍ତୁ  ବର୍ତ୍ତମାନ ପେନିସିଲିନ  ଏହାକୁ ପ୍ରତିରୋଧ କରିପାରୁ ନାହିଁ   । ତେଣୁ ଏ କ୍ଷେତ୍ରରେ ଅନ୍ୟ ଆଣ୍ଟାବାଇଓଟିକ ବ୍ୟବହାର କରିବା ଉଚିତ୍  । ସ୍ଥାନୀୟ ଉପଦେଶ ଯଥା – ସହଜ ଲବ୍ଧ ଓ କମ୍ ଟଙ୍କାରେ ମିଳୁଥିବା ଔଷଧ ବିଷୟରେ ଜାଣି ଚିକିତ୍ସା କରାଇବା ଉଚିତ୍  । ଗେନେରିଆ ଓ କ୍ଲାମାଇଡିଆ ଔଷଧ ବ୍ୟବହାର ଦେଖନ୍ତୁ  । ଚିକିତ୍ସା କରିବାର ୨/୩ ଦିନ ପରେ ଯଦି ରୋଗ ଭଲ ନ ହୁଏ ବା ଯନ୍ତ୍ରଣା ନ କମେ ତେବେ ଔଷଧର ପ୍ରତିରୋଧ ଶକ୍ତି ନ ଥାଏ ବା ରୋଗୀକୁ କ୍ଲାମାଇଡିଆ ହୋଇପାରେ   ।
  • ଯଦି ଜଣେ ସ୍ତ୍ରୀ ଲୋକର କ୍ଲାମାଇଡିଆ ଓ ଗେନେରିଆ ସହିତ ତଳି ପେଟରେ ଯନ୍ତ୍ରଣା ଓ ଜ୍ଵର ହୁଏ ତେବେ ସେହି ମହିଳାଙ୍କର ବସ୍ତି କୋଟରୀୟ ପ୍ରଦାହ  ହୋଇଥାଇପାରେ  ।
  • ଯଦି ଜଣେ ପୁରୁଷ ଗେନେରିଆ ରୋଗ ଦ୍ଵାରା ଆକ୍ରାନ୍ତ ହେବାପରେ ସେ ତାଙ୍କର ସ୍ତ୍ରୀଙ୍କ ସହ ମୌଥୁନ କରିଥାନ୍ତି ତେବେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଚିକିତ୍ସା କରାଯିବା ଉଚିତ୍  । ଏପରିକି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଚିକିତ୍ସା କରାଯିବା ଉଚିତ୍  । ଏପରିକି ତାଙ୍କ ସ୍ତ୍ରୀଙ୍କ ଦେହରେ ରୋଗ ଲକ୍ଷଣ ପ୍ରକାଶ ନ ପାଇଲେ ବି ତାଙ୍କ ଦେହରେ ରୋଗ ଜୀବାଣୁ ନିଶ୍ଚିତ ରୂପେ ରହିଥାଏ  । ଏକ ସମୟରେ ଚିକିତ୍ସା ନ କଲେ ସେହି ମହିଳାଙ୍କ ଦେହରୁ ରୋଗ ଜୀବାଣୁ ପୁନଶ୍ଚ ତାଙ୍କ ସ୍ଵାମୀଙ୍କ ଶରୀରକୁ ସଂକ୍ରମିତ ହୋଇଥାଏ   ।
  • କ୍ଲାମାଇଡିଆ ଓ ଗେନେରିଆରୁ ନବଜାତ ଶିଶୁଙ୍କର ଆଖିକୁ ରକ୍ଷା କରନ୍ତୁ, ଯାହା ଶିଶୁ ଅନ୍ଧ ହୋଇଯିବାର କାରଣ ଅଟେ ।

ସାବଧାନତା

ଗେନେରିଆ ବା କ୍ଲାମାଇଡିଆ ହୋଇଥିବା ବ୍ୟକ୍ତିର ଅଜାଣତରେ ସିଫିଲିସ୍ ମଧ୍ୟ ହୋଇଥାଏ   । ତେଣୁ ବିଳମ୍ବ ନ କରି ଚିକିତ୍ସିତ ହେବା ଉଚିତ୍  । କାରଣ ଗେନେରିଆ ଓ କ୍ଲାମାଇଡିଆ ରୋଗର  ଚିକିତ୍ସା ଦ୍ଵାରା ସିଫିଲିସ୍ ର ଲକ୍ଷଣ ଦେଖାଯାଇ ନ ଥାଏ   । କିନ୍ତୁ ସିଫିଲିସ୍ ରୋଗ ଭଲ ହୋଇ ନ ଥାଏ   ।

ସିଫିଲିସ୍

ଲକ୍ଷଣ

ଏହା ଗୋଟିଏ ସାଧାରଣ ଓ ମାରାତ୍ମକ ରୋଗ ଅଟେ   । ଯାହା ଯୌନ ସମ୍ପର୍କଦ୍ଵାରା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ   ।

  • ପ୍ରଥମେ ସାଧାରଣତଃ ଘା’ ପରି ଲକ୍ଷଣ ଦେଖାଯାଏ   । ଏହାକୁ ସାନକ୍ରି କୁହାଯାଏ  । ସିଫିଲିସ୍ ହୋଇଥିବା ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିବାର ୨ରୁ ୫ ସପ୍ତାହ ପରେ ରୋଗର  ଲକ୍ଷଣ ଦେଖାଦେଇଥାଏ  । ଏହି ସାନକ୍ରି  ବ୍ରଣ, ଫୋଟକା ବା ଘା’ ପରି ଦେଖାଯାଏ  । ଏହା ବିଶେଷ କରି ପୁରୁଷ ବା ସ୍ତ୍ରୀ ଲୋକଙ୍କର ଜନନାଙ୍ଗରେ ଦେଖାଯାଏ   । (କ୍ଵଚିତ ଥୋଡି, ଆଙ୍ଗୁଳି, ମଳଦ୍ଵାର ଓ ପାଟିରେ ଦେଖାଯାଏ) । ଏହି ଘା’ ଜୀବାଣୁରେ ଭରପୁର ଥାଏ, ଯାହା ଅତି ସହଜରେ ଜଣକଠାରୁ ଅନ୍ୟଜଣକୁ ବ୍ୟାପିଥାଏ   । ଏହି ଘା’ ଦ୍ଵାରା ଯନ୍ତ୍ରଣା ହୁଏ ନାହିଁ  । ଯଦି ଏହି ଘା’ ଜଣେ ସ୍ତ୍ରୀ ଲୋକର ଯୋନି ଭିତରେ ହୋଇଥାଏ  ସେ ଜାଣିପାରେ ନାହିଁ କିନ୍ତୁ ରୋଗ ଅନ୍ୟକୁ ବାଣ୍ଟିଥାଏ   ।
  • ଘା’ ଅଳ୍ପ ଦିନ ମଧ୍ୟରେ ଚିକିତ୍ସା ବିନା ଭଲ ହୋଇଯାଏ  କିନ୍ତୁ ରୋଗ ଧୀରେ ଧୀରେ ଶରୀରରେ ବଢିଚାଲେ   ।
  • ସପ୍ତାହ ବା ମାସକ ପରେ ତଣ୍ଟିରେ ଘା’ ସାମାନ୍ୟ ଜ୍ଵର, ପାଟିରେ ଘା’ ଓ ଗଣ୍ଠି ଫୁଲିଯାଏ, କିମ୍ବା ଚର୍ମରେ ଏହି ସବୁ ଲକ୍ଷଣ ଦେଖାଯାଏ  ।

ଯଦିଓ ଏହି ସବୁ ଲକ୍ଷଣଗୁଡିକ ଧୀରେ ଧୀରେ ଚାଲିଯାଏ କିନ୍ତୁ ଉପଯୁକ୍ତ ଚିକିତ୍ସା ବିନା ରୋଗ ଶରୀରର ଯେ କୌଣସି ଅଙ୍ଗକୁ ବ୍ୟାପିଯାଏ ଓ ହୃଦରୋଗ, ପକ୍ଷାଘାତ ରୋଗ, ଉନ୍ମାଦରୋଗ ଭଳି କୀକ ମାରାତ୍ମକ ରୋଗର କାରଣ ହୁଏ   ।

ସାବଧାନତା

ଜନନାଙ୍ଗରେ ଯଦି ବ୍ରଣ ବା ଘା’ ଦେଖାଯାଏ, ତାହାହେଲେ ତାହା ସିଫିଲିସ୍ ହୋଇପାରେ   । ଏଥିପାଇଁ ଘରୋଇ ଚିକିତ୍ସା କରନ୍ତୁ ନାହିଁ, ବା ସ୍ଥାନୀୟ ଔଷଧ ବା ଅନଭିଜ୍ଞ ଆରୋଗ୍ୟକାରୀଙ୍କ ପାଖରେ ଚିକିତ୍ସିତ ହୁଅନ୍ତୁ ନାହିଁ  । ଏହି ଔଷଧ ଗୁଡିକ ଭଲ ନୁହେଁ   । ସିଫିଲିସ୍ ର ଲକ୍ଷଣଗୁଡିକ ବେଳେବେଳେ ଆପେ ଆପେ ଚାଲିଯାଏ, ମାତ୍ର ଜୀବାଣୁ ମରନ୍ତି ନାହିଁ  । ଠିକ୍ ଚିକିତ୍ସା ବିନା ପୁଣିଥରେ ରୋଗ ହୋଇଥାଏ   । ଡାକ୍ତରୀ ସାହାଯ୍ୟ  ନିଅନ୍ତୁ   ।

ସିଫିଲିସ୍ ର  ଚିକିତ୍ସା

ସିଫିଲିସ୍ ର  ଚିକିତ୍ସା (ଭଲହେବା ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ଆବଶ୍ୟକ)

  • ଯଦି ଲକ୍ଷଣଗୁଡିକ ଏକ ବର୍ଷ ମଧ୍ୟରେ ଦେଖାଦେଇଥାଏ, ତାହାହେଲେ ଥରେ ବେଞ୍ଜାଥାଇନ ପେନିସିଲିନ୍ ଇଞ୍ଜେକ୍ସନର ୨.୪ ମିଲିଅନ୍  ୟୁନିଟ ତୁରନ୍ତ ନିଅନ୍ତୁ  । ଏହି ଇଞ୍ଜେକ୍ସନର  ଅଧା ଅଧା ମାତ୍ରା ଉଭୟ ପିଚାରେ ନିଅନ୍ତୁ  । ଯେଉଁମାନଙ୍କର ପେନିସିଲିନ୍ ପ୍ରତି ଆଲାର୍ଜି ଥାଏ, ଟେଟ୍ରାସାଇକ୍ଲିନ ୫୦୦ ମି.ଗ୍ରା. ଦିନକୁ ୪ ଥର ୧୫ ଦିନ ନେବା ଆବଶ୍ୟକ  ।
  • ଯଦି ଲକ୍ଷଣ ଗୁଡିକ ବର୍ଷେରୁ ଉପରେ ମଧ୍ୟ ଦେଖାଯାଏ  ତେବେ ବେଞ୍ଜାଥାଇନ ପେନିସିଲିନ୍ ୨.୪ ମିଲିଅନ ୟୁନିଟ୍  ଉଭୟ ପିଚାରେ ସପ୍ତାହକୁ ଥରେ, ତିନି ସପ୍ତାହ ନିଅନ୍ତୁ   । ପେନିସିଲିନ୍ ପ୍ରତି ଆଲାର୍ଜି  ଥିଲେ ଟେଟ୍ରାସାଇକ୍ଲିନ ୫୦୦ ମି.ଗ୍ରା. ଦିନକୁ ୪ ଥର ୩୦ ଦିନ ଖାଆନ୍ତୁ   ।
  • ଯଦି କୌଣସି ବ୍ୟକ୍ତିର ବ୍ୟକ୍ତିର ସିଫିଲିସ୍ ଥାଏ, ସେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଉଚିତ୍  । ସିଫିଲିସ୍  ପାଇଁ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ   । ଯଦି ରକ୍ତ ପରୀକ୍ଷା କରାଇପାରୁ ନାହାନ୍ତି ତେବେ ତୁରନ୍ତ ଚିକିତ୍ସା ବନ୍ଦୋବସ୍ତ କରିବା ଉଚିତ୍  ।
  • ସିଫିଲିସ୍ ରେ ଆକ୍ରାନ୍ତ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତି ନିଜର ଦେହ ପରୀକ୍ଷା କରାଇନେବା ଉଚିତ୍  । ବିଶେଷ କରି ସ୍ଵାମୀ ଓ ସ୍ତ୍ରୀ   ।

ମନ୍ତବ୍ୟ

ଗର୍ଭବତୀ ମହିଳା ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କର ଯଦି ପେନିସିଲିନ୍ ପ୍ରତି ଆଲର୍ଜି ଥାଏ ତେବେ ସେ ଟେଟ୍ରାସାଇକ୍ଲିନ ମାତ୍ରା ଭଳି  ଏରିଥ୍ରୋମାଇସିନ୍ ନେଇପାରିବେ  । ରୋଗର ଲକ୍ଷଣ ଦେଖା ନ ଯିବାର ୨ବର୍ଷ ପର୍ଯ୍ୟନ୍ତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate