অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା (ଉତ୍ତାପ ଜନିତ ଜରୁରୀ ଆବସ୍ଥା)

ପ୍ରାଥମିକ ଚିକିତ୍ସା (ଉତ୍ତାପ ଜନିତ ଜରୁରୀ ଆବସ୍ଥା)

ଉତ୍ତାପ ଜନିତ ଟଣକା

ଗରମ  ଦିନରେ ଯେଉଁ ଲୋକମାନେ ପ୍ରଚୁର ଝାଳବୁହାଇ କଠିନ ପରିଶ୍ରମ କରନ୍ତି, ବେଳେବେଳେ ସେମାନଙ୍କର ଗୋଡ, ହାତ ଓ ପେଟ ଇତ୍ୟାଦି ଟଣକି ଯାଇ  ବହୁତ  କଷ୍ଟ  ପାଆନ୍ତି। ଦେହରେ ଲବଣାଂଶର ଅଭାବରୁ ଏହା ହୋଇଥାଏ।

ଚିକିତ୍ସା

ଗୋଟିଏ ଲିଟର ଫୁଟା ପାଣିରେ ଏକ ଚା ଚାମଚ ଲୁଣ ମିଶାଇ ପିଅନ୍ତୁ । ଏହା ସହିତ ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପାରନ୍ତି ।

ଉତ୍ତାପ ଜନିତ କ୍ଲାନ୍ତି

ଲକ୍ଷଣ

ଗରମ  ଦିନରେ ପ୍ରଚୁର ଝାଳ ବୁହାଇ କଠିନ ପରିଶ୍ରମ କରୁଥିବା ଲୋକ ମଳିନ ଓ ଦୁର୍ବଳ ହୋଇଯାଏ ଓ ମୂର୍ଚ୍ଛା  ହୋଇଗଲା  ପରି  ଅନୁଭବ କରେ। ଚର୍ମ ଥଣ୍ଡା ଓ ଝାଳୁଆ ହୋଇଯାଏ । ନାଡିର ଗତି  ପ୍ରଖର ଓ ଦୁର୍ବଳ ହୋଇଯାଏ । ବିଶେଷତଃ ଅତି ଗରମ ଦିନରେ ଚର୍ମ ଥଣ୍ଡା ଓ ଝାଳୁଆ ହେଲେ ମଧ୍ୟ ଶରୀରର ଉତ୍ତାପ ନ ବଢି ଠିକ୍ ଥାଏ।

ଚିକିତ୍ସା

ସେହି  ବ୍ୟକ୍ତିଙ୍କୁ  ଥଣ୍ଡା  ଜାଗାରେ ଶୁଆଇ ଦିଅନ୍ତୁ ଓ ତାଙ୍କ ପାଦକୁ  ଉପରକୁ  ଟେକି  ଘଷି  ଦିଅନ୍ତୁ । ଲୁଣପାଣି ପିଇବାକୁ  ଦିଅନ୍ତୁ  (ପୂର୍ବ ବର୍ଣ୍ଣିତ ଅନୁପାତରେ ଯଥା – ଗୋଟିଏ ଲିଟର ପାଣିରେ ୧ ଚାମଚ ଲୁଣ)। (ଜଣେ ଅଚେତ ଅବସ୍ଥାରେ  ଥିଲାବେଳେ ପାଟିବାଟେ କିଛି ଖାଇବାକୁ ଦିଅନ୍ତୁ ନାହିଁ )

ଉତ୍ତାପ ଜନିତ ଆଘାତ

ଉତ୍ତାପ ଜନିତ ଆଘାତ ଏକ ସାଧାରଣ ରୋଗ ହୋଇ ନଥିଲେ ମଧ୍ୟ ଅତ୍ୟନ୍ତ  ବିପଦଜନକ। ବିଶେଷତଃ ଗରମ  ଦିନରେ  ବୃଦ୍ଧଲୋକ ମାନଙ୍କୁ ଓ ମଦ୍ୟପାନ କରୁଥିବା ବ୍ୟକ୍ତି  ବିଶେଷଙ୍କୁ ଏହା ହୋଇଥାଏ।

ଲକ୍ଷଣ :

  • ଚର୍ମ ଲାଲ,ଗରମ ଓ ଶୁଷ୍କ ଅନୁଭୂତ ହୁଏ, ଏମିତିକି  କାଖ ତଳେ ମଧ୍ୟ ଓଦାଳିଆ ନ ଥାଏ । ଜ୍ଵର ଅଧିକ  ହୁଏ ।
  • ଅଧିକାଂଶ ସମୟରେ ରୋଗୀ ଅଜ୍ଞାନ  ହୋଇଯାଇଥାଏ ଇତ୍ୟାଦି।

ଚିକିତ୍ସା :

ଶରୀରର ଉତ୍ତାପକୁ ଖୁବ୍ ଶୀଘ୍ର  କମାଇ ଦେବାକୁ ହେବ।

  • ସେହି ବ୍ୟକ୍ତିଙ୍କୁ  ଛଡାଇ ପଡିଥିବା ଜାଗାରେ ରଖନ୍ତୁ ।
  • ଦେହରୁ ପୋଷାକ କାଢିଦେଇ ଦେହ ଉପରେ ଥଣ୍ଡାପାଣି ଢାଳନ୍ତୁ ।
  • ତାଙ୍କୁ ପଙ୍ଖା କରନ୍ତୁ।
  • ପିଚକାରୀ ପ୍ରଣାଳୀରେ ମଳଦ୍ଵାର ବାଟେ ବରଫ ପାଣି ଭର୍ତ୍ତି କରନ୍ତୁ ।
  • ପ୍ରତି ୧୫  ମିନିଟକୁ ଥରେ ଉତ୍ତାପ ମାପନ୍ତୁ। ଶରୀରର ଉତ୍ତାପ ସେଣ୍ଟିଗ୍ରେଡରୁ କମିଗଲେ ଦେହ ଉପରେ  ଥଣ୍ଡାପାଣି  ଢାଳିବା ବନ୍ଦ କରିଦେଇ,ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।

ଅତ୍ୟଧିକ  ଉତ୍ତାପଠାରୁ ଦୂରରେ ରହିବା ପାଇଁ ଖରାଦିନେ ପାଣିରେ ଅଳ୍ପ ଲୁଣ ମିଶାଇ ପ୍ରଚୁର ପିଅନ୍ତୁ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate