অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା(କଟା, ଆଞ୍ଚୁଡା ଓ କ୍ଷତ)

କ୍ଷତର  ଉପଚାର

  • ପ୍ରଥମେ ଆପଣଙ୍କ ହାତକୁ ସାବୁନ୍ ଓ ପାଣିଦ୍ଵାରା ଭଲରୂପେ ସଫା କରିଦିଅନ୍ତୁ ।
  • ତା’ପରେ କ୍ଷତର ଚାରି ପଟେ ଚମଡାକୁ ସାବୁନ ଓ ଗରମ ହୋଇ ଥଣ୍ଡା ହୋଇଥିବା ପାଣି ଦ୍ଵାରା ଭଲ ରୂପେ ସଫା କରନ୍ତୁ   ।
  • ବର୍ତ୍ତମାନ ଗରମ ହୋଇ  ଥଣ୍ଡା କରାଯାଇଥିବା ପାଣିଦ୍ଵାରା କ୍ଷତକୁ ଧୋଇ ଦିଅନ୍ତୁ (ଯଦି କ୍ଷେତରେ ଅଧିକ ଧୂଳି ବାଲି  ଥିବ ତେବେ ସାବୁନ ବ୍ୟବହାର କରନ୍ତୁ । ସାବୁନ  ସଫା  କରିବାରେ ସାହାଯ୍ୟ  କରେ କିନ୍ତୁ ସ୍ଥାନୀୟ ମାଂସ ଓ ଅନ୍ୟାନ୍ୟ  ତନ୍ତୁକୁ  ନଷ୍ଟ  କରାଏ) ।
  • କ୍ଷତଟିକୁ ସଫା କଲାବେଳେ,  ଯତ୍ନ  ସହକାରେ ସେଥିରେ  ଲାଗିଥିବା  ସମସ୍ତ ମଇଳାକୁ ପରିଷ୍କାର  କରନ୍ତୁ । ଚାଞ୍ଚି  ହୋଇ  ଲାଗିରହିଥିବା  ଚମଡାକୁ  ଉଠାଇ, ତା ତଳେ ରହିଥିବା ମଇଳାକୁ  ମଧ୍ୟ  ସଫା କରି ଦିଅନ୍ତୁ  । ଟୁକୁରା  ମଇଳା ସବୁକୁ  ବାହାର  କରିବା  ପାଇଁ  ଆପଣ  ଚିମୁଟା  ବା  ଅନ୍ୟାନ୍ୟ  ଉପକରଣ ବ୍ୟବହାର  କରି  ପାରନ୍ତି କିନ୍ତୁ ବ୍ୟବହାର କରିବା  ପୂର୍ବରୁ  ସେଗୁଡିକୁ  ପାଣିରେ  ଫୁଟାଇ  ବିଶୋଧିତ  କରନ୍ତୁ ।
  • ଯଦି  ସମ୍ଭବ ହୁଏ, ସିରିଞ୍ଜ  କିମ୍ବା ସକସନ୍  ବଲ୍ବ (ପାଣି  ଟାଣିନେଇ  ପିଚକାରୀ  ପରି  ଛାଡୁଥିବା ରବର ପେଣ୍ଡୁ) ଦ୍ଵାରା  ଫୁଟାପାଣି  ପିଚକାରୀ  କରି  କ୍ଷତଟିକୁ  ପରିଷ୍କାର  କରନ୍ତୁ ।
  • ଯେ  କୌଣସି  ମଇଳା  ଟୁକୁରା  ରହିଯିବା  ଦ୍ଵାରା  କ୍ଷତଟି  ସଂକ୍ରମିତ  ହୁଏ । ଏହାପରେ ଏକ ହାଲୁକା ଗଜକନା  କ୍ଷତ  ଉପରେ  ଘୋଡାଇ  ଦିଅନ୍ତୁ  ଯେମିତି  କ୍ଷତ ଦେହରେ  ବାୟୁ  ପହଞ୍ଚି ଓ  କ୍ଷତ ଶୁଖିବାରେ ସାହାଯ୍ୟ  କରିବ। ଏହି  ଗଜକନା କୁ  ପ୍ରତିଦିନ  ପରିବର୍ତ୍ତନ କରନ୍ତୁ  ଓ  ସଂକ୍ରମଣ ପ୍ରତି ନଜର ଦିଅନ୍ତୁ ।
  • ପଶୁ ବା ମନୁଷ୍ୟଙ୍କ ବିଷ୍ଠା  କିମ୍ବା କାଦୁଅ କେବେ ବି କୌଣସି  କ୍ଷତ  ଉପରେ  ଦିଅନ୍ତୁ  ନାହିଁ । ଏହାଦ୍ଵାରା  ଧନୁଷ୍ଟଙ୍କାର  ପରି  ଭୟାନକ  ସଂକ୍ରମଣ ହୋଇଥାଏ । ଆଲକୋହଲ  ଟିଂଚର  ଆୟୋଡିନ  କିମ୍ବା  ମେର୍ଥିଓଲେଟକୁ  କ୍ଷତରେ  କଦାପି  ଲଗାନ୍ତୁ  ନାହିଁ, ଏହା  ସ୍ଥାନୀୟ ତନ୍ତୁକୁ ନଷ୍ଟ କରେ  ଓ  କ୍ଷତ  ପୂରଣରେ  ବିଳମ୍ବ  ହୁଏ । ଏକ ଭଲ ପୁରସ୍କୃତ କ୍ଷତ ଔଷଧ  ବିନା  ମଧ୍ୟ  ଶୁଖିଯାଏ ।
  • ଯଦି  କାହାରି ଦେହ କଟି ଯାଇଥାଏ, ଆଞ୍ଚୁଡି ହୋଇଯାଇଥାଏ ବା ଖଣ୍ଡିଆ  ହୋଇଯାଇଥାଏ  ଓ ସେ ଟିଟାନସ ଟକସାଇଡ ଇଞ୍ଜେକ୍ସନ ନେଇ  ନଥାନ୍ତି  ତେବେ  ତାଙ୍କୁ  ଗୋଟିଏ  ଇଞ୍ଜେକ୍ସନ  ଦିଅନ୍ତୁ  ।

ସଂକ୍ରମଣ ପ୍ରତିରୋଧ କରିବା ପାଇଁ ଓ କ୍ଷତ ଭଲ କରିବା ପାଇଁ ପରିଚ୍ଛନ୍ନତା ଅତ୍ୟାବଶ୍ୟକ ।

ଗଭୀର କ୍ଷତ

ବଡ  ଆକାରରେ  କଟିଗଲେ  କିପରି  ଭଲ  କରିବେ : -

ସଦ୍ୟ କଟିଯାଇଥିବା  ଅଂଶର  ଦୁଇ ଧାରକୁ  ଯୋଡି  ଦେଇ  ପରିଷ୍କାର  ରଖିଲେ ତାହା ଶୀଘ୍ର  ଭଲ ହୋଇଯାଏ । କେବଳ ନିମ୍ନୋକ୍ତ  ପରିସ୍ଥିତିରେ  ହିଁ  କଟି ଯାଇଥିବା  ଅଂଶକୁ ଯୋଡିଦେଇ  ବନ୍ଦ  କରନ୍ତୁ   ।

  • ଯଦି  ୧୨ ଘଣ୍ଟା  ଭିତରେ  କଟିଥାଏ
  • କଟା  ସ୍ଥାନଟି  ଅତ୍ୟନ୍ତ  ପରିଷ୍କାର  ଥାଏ
  • ସେହିଦିନ  ଯଦି ଡାକ୍ତରଖାନା ଯିବା ସମ୍ଭବ  ନୁହେଁ ।

କଟା  ସ୍ଥାନଟିକୁ  ସଫା  କରିବା  ପୂର୍ବରୁ ଗରମ ପାଣି ଓ ସାବୁନ  ଦ୍ଵାରା  ଖୁବ୍  ଭଲରୂପେ  ପରିଷ୍କାର  କରନ୍ତୁ । ଯଦି  ସମ୍ଭବ, ଗୋଟିଏ  ସିରିଞ୍ଜରେ ପାଣି  ଭର୍ତ୍ତି  କରି  ଏହାକୁ  ପିଚକାରୀ  ମାରି  ସଫା  କରନ୍ତୁ । କ୍ଷତ  ସ୍ଥାନରେ  ଯେପରି  କୌଣସି  ମଇଳା  ନରହିବ, ଧ୍ୟାନ  ଦିଅନ୍ତୁ । କଟା ସ୍ଥାନଟିକୁ  ଯୋଡିବା  ପାଇଁ  ଦୁଇଟି  ଉପାୟ ଅଛି ।

ସୂତା  ସିଲାଇ  ବା ସୁଚରସ୍

ଗୋଟିଏ  କ୍ଷତପାଇଁ  ସିଲାଇ  ଦରକାର  କି ନାହିଁ  ଜାଣିବାପାଇଁ, କ୍ଷତଟିର  ଉଭୟପାର୍ଶ୍ଵସ୍ଥ  ଚମଡା ଆପେ ଆପେ  ମିଶିଯାଉଛି  କି  ନାହିଁ  ଦେଖନ୍ତୁ । ଯଦି  ମିଶି  ଯାଉଥାଏ  ତେବେ  ସାଧାରଣତଃ  ସିଲାଇ ଦରକାର  ପଡେ ନାହିଁ ।

ଗୋଟିଏ  କ୍ଷତକୁ  ସିଲାଇ  କରିବାପାଇଁ :-

  • ଗୋଟିଏ  ସିଲାଇ  ଛୁଞ୍ଚି  ଓ  ନାଇଲନ୍ ବା ସିଲ୍କର  ସରୁ ସୂତା  ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ । (ଯଦି ଏହି  ସୂତା  ନମିଳେ ତେବେ ତୂଳାରୁ ତିଆରି  ସୂତା  ମଧ୍ୟ  ବ୍ୟବହାର  କରାଯାଇପାରେ)।
  • ଆଗରୁ  କୁହାଯାଇଥିବା  ଉପାୟରେ  କ୍ଷତଟିକୁ ଗରମପାଣି ଓ  ସାବୁନ ଦ୍ଵାରା ପରିଷ୍କାର କରନ୍ତୁ।
  • ଆପଣଙ୍କ  ହାତକୁ  ଗରମ  ପାଣି  ଓ  ସାବୁନଦ୍ଵାରା  ଭଲଭାବେ  ପରିଷ୍କାର  କରନ୍ତୁ ।
  • ନିମ୍ନ  ଚିତ୍ରରେ  ଦର୍ଶାଯାଇଥିବା  ପରି  କ୍ଷତଟିକୁ  ସିଲାଇ  କରନ୍ତୁ ।

କ୍ଷତ  ମଧ୍ୟ  ଭାଗରେ  ପ୍ରଥମେ ସିଲାଇ  କରି  ଭିଡିକରି  ବାନ୍ଧନ୍ତୁ । ତାପରେ  ସମ୍ପୂର୍ଣ୍ଣ  କ୍ଷତଟିକୁ  ବନ୍ଦ କରିବା ପାଇଁ ଦରକାର  ମୁତାବକ  ସିଲାଇ  କରନ୍ତୁ । ସିଲାଇ  ରୁ  ବାର  ଦିନ  ପର୍ଯ୍ୟନ୍ତ  ଛାଡି  ଦିଅନ୍ତୁ  (ମୁହଁର  କ୍ଷତପାଇଁ  ଛଅ  ଦିନ,  ଦେହର  କ୍ଷତପାଇଁ  ଆଠଦିନ  ଓ  ହାତ  କିମ୍ବା  ଗୋଡର  କ୍ଷତପାଇଁ  ବାରଦିନ) ତା’ ପରେ  ସିଲାଇ ଖୋଲି  ଦିଅନ୍ତୁ  : ସୂତାର  ଗଣ୍ଠିର ଗୋଟିଏ ପଟୁ କାଟି  ଦେଇ ପୁରା ସୂତାଟିକୁ  ଭିଡି ବାହାର କରି ଦିଅନ୍ତୁ ।

ସାବଧାନ

ବାର  ଘଣ୍ଟାରୁ  କମ୍  ସମୟ  ମଧ୍ୟରେ ହୋଇଥିବା  ଓ  ସମ୍ପୂର୍ଣ୍ଣ  ପରିଷ୍କାର  ଥିବା  କ୍ଷମତା  ହିଁ  କେବଳ ଯୋଡନ୍ତୁ । ପୁରୁଣା, ଅପରିଷ୍କାର ଓ ସଂକ୍ରମିତ  କ୍ଷତ ଗୁଡିକୁ  ସେହିଭଳି  ଖୋଲା  ଛାଡି  ଦିଅନ୍ତୁ । ମଣିଷ,କୁକୁର, ଘୁଷୁରୀ ବା ଅନ୍ୟାନ୍ୟ  ଜନ୍ତୁଙ୍କଦ୍ଵାରା  କାମୁଡା  କ୍ଷତକୁ  ଖୋଲା  ଛାଡିଦେବା  ଉଚିତ୍ । ଏଗୁଡ଼ିକୁ ବନ୍ଦ କରିବାଦ୍ଵାରା  ଭୟାନକ  ସଂକ୍ରମଣ  ହୁଏ।

ଯଦି  ବନ୍ଦ  କରାଯାଇଥିବା  କ୍ଷତରେ ସଂକ୍ରମଣର  ଲକ୍ଷଣ  ଦେଖାଯାଏ, ତେବେ ସଙ୍ଗେ ସଙ୍ଗେ  ସିଲାଇ ଖୋଲିଦେଇ  ଭଲଭାବେ  ପରିଷ୍କାର  କରିଦେଇ କ୍ଷତଟିକୁ ଖୋଲା  ଛାଡିଦିଅନ୍ତୁ ।

କ୍ଷତପଟି

କ୍ଷତକୁ  ପରିଷ୍କାର  ରଖିବାପାଇଁ  କ୍ଷତପଟି  ବ୍ୟବହାର କରାଯାଏ । ତେଣୁ  କ୍ଷତକୁ  ଘୋଡାଇ  ରଖିବାପାଇଁ  ବ୍ୟବହାର କରାଯାଉଥିବା  କ୍ଷତପଟି ବା କପଡାଗୁଡିକ  ନିଶ୍ଚିତଭାବରେ ପରିଷ୍କାର ଥିବା ଦରକାର । କ୍ଷତପଟି ପାଇଁ ବ୍ୟବହାର କରାଯାଉଥିବା  କପଡାକୁ  ଭଲଭାବେ  ଧୋଇଦେଇ  ଇସ୍ତ୍ରୀ  କିମ୍ବା  ସୂର୍ଯ୍ୟକିରଣ ସାହାଯ୍ୟରେ ପରିଷ୍କାର ଓ ଧୁଳିଶୂନ୍ୟ  ସ୍ଥାନରେ ଶୁଖାଇ  ଦିଆଯିବା ଉଚିତ୍ ।

ଯଦି  ସମ୍ଭବ  ହୁଏ, ତେବେ କ୍ଷତପଟି ବାନ୍ଧିବା ପୂର୍ବରୁ ବିଶୋଧିତ  ଗଜପ୍ୟାଡ ଦ୍ଵାରା କ୍ଷତଟିକୁ ରଖନ୍ତୁ । ଏହି ଗଜପ୍ୟାଡ ଗୁଡିକ  ବହୁଳଭାବେ, ମୁଦା ଲଫାପାରେ ଔଷଧ ଦୋକାନଗୁଡିକରେ ବିକ୍ରୀ ହୁଏ ।

ଅଥବା ଆପଣ  ନିଜେ ଏହି ବିଶୋଧିତ ଗଜ ବା କନା ପ୍ରସ୍ତୁତ କରନ୍ତୁ । କନାକୁ  ପ୍ରଥମେ ମୋଟା  କାଗଜରେ  ଗୁଡାଇ  ଦିଅନ୍ତୁ   । ତା’ପରେ  ଅଠାପଟିଦେଇ  ତାହାକୁ  ବନ୍ଦ  କରି  ଦିଅନ୍ତୁ  ଓ  ଓଭେନରେ  ପ୍ରାୟ ୨୦ ମିନିଟ୍  ପର୍ଯ୍ୟନ୍ତ  ସେକନ୍ତୁ । କଟାଟି  ନପୋଡିବା  ପାଇଁ  ଗୋଟିଏ  ପାତ୍ରରେ କିଛି ପାଣି ନେଇ ଉକ୍ତ କନା ଓଭେନ ଭିତରେ ରଖନ୍ତୁ ।

ମଇଳା  ବା  ଓଦା କ୍ଷତପଟି  ବାନ୍ଧିବା ଅପେକ୍ଷା କ୍ଷତପଟି  ଆଦୌ  ନ ବାନ୍ଧିବା  ଭଲ

ଯଦି  କ୍ଷତପଟି  ଓଦା ହୋଇଯାଏ  ବା ଏହା ଭିତରେ  ମଇଳା ମିଶିଯାଏ  ତେବେ  ଉକ୍ତ  କ୍ଷତପଟିକୁ  ବାହାର  କରି  ଦିଅନ୍ତୁ  ଓ  କ୍ଷତଟିକୁ  ପରିଷ୍କାର କରି ଆଉ ଗୋଟିଏ  ସଫା  କ୍ଷତପଟି  ବାନ୍ଧନ୍ତୁ । ଏହିପରି  ପ୍ରତିଦିନ ପଟି ବଦଳାନ୍ତୁ ।

ଦ୍ରଷ୍ଟବ୍ୟ

ଶିଶୁମାନଙ୍କ  କ୍ଷେତ୍ରରେ  ଗୋଟିଏ   ଆଙ୍ଗୁଳିରେ  କ୍ଷତପଟି  ନ ବାନ୍ଧି  ସମ୍ପୂର୍ଣ୍ଣ  ହାତ  ବା  ପାଦରେ  ଅଧିକାଂଶ କ୍ଷେତ୍ରରେ  ବାନ୍ଧିଦେବା  ଉଚିତ୍  । ଏହାଦ୍ଵାରା  କ୍ଷତପଟି  ସହଜରେ  ବାହାରି  ଆସିପାରେ  ନାହିଁ ।

ସତର୍କତା

ଦେହର  ଯେ  କୌଣସି  ଅଙ୍ଗ ପ୍ରତ୍ୟଙ୍ଗ ଚାରିପଟେ  କ୍ଷତପଟି ଗୁଡାଇ ବାନ୍ଧିଲାବେଳେ  ଖୁବ୍ ଜୋରରେ ବାନ୍ଧନ୍ତୁ ନାହିଁ । କାରଣ ଏହା  ରକ୍ତ  ପ୍ରବାହକୁ ବନ୍ଦ କରିଦିଏ ।

ଅନେକ  ଛୋଟଛୋଟ  ଆଞ୍ଚୁଡା ବା ଖଣ୍ଡିଆ ପାଇଁ  ଦରକାରୀ ନୁହେଁ । କେବଳ ସାବୁନ  ଓ ପାଣିଦ୍ଵାରା ଭଲଭାବେ  ସଫାକରିଦେଇ  ପବନ  ବାଜିବାକୁ  ଖୋଲା  ଛାଡିଦେଲେ, ସେଗୁଡିକ  ଖୁବ୍  ଶୀଘ୍ର  ଭଲ  ହୋଇଯାଏ । ସେଗୁଡିକୁ  ପରିଷ୍କାର କରିବା ସବୁଠାରୁ  ଗୁରୁତ୍ଵପୂର୍ଣ୍ଣ ।

ଆଧାର : ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate