ଅତି ପ୍ରବଳ ଜ୍ଵର ଅତି ପ୍ରବଳ ଜ୍ଵରର ପ୍ରକୋପକୁ ଖୁବ୍ ଶୀଘ୍ର କମାଇ ଦିଆନଗଲେ ଏହା ବିପଦଜନକ ହୋଇଥାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ବିଶେଷ କରି ୬ ମାସରୁ ୬ ବର୍ଷ ବୟସ ମଧ୍ୟରେ ପ୍ରବଳ ଜ୍ଵର ଅତ୍ୟନ୍ତ ବିପଦଜନକ । ଏହା ମୂର୍ଚ୍ଛାରୋଗ କିମ୍ବା ସ୍ଥାୟୀଭାବେ ମସ୍ତିସ୍କ ନଷ୍ଟ (ଯଥା – ପକ୍ଷାଘାତ, ମାନ୍ଦାମସ୍ତିସ୍କ, ଅପସ୍ମାର ଇତ୍ୟାଦି) କରାଇ ଦେଇପାରେ । ଜ୍ଵର ଖୁବ୍ ବଢି ଗଲେ (ଫାରେନହିଟରୁ ଉର୍ଦ୍ଧ୍ଵ କିମ୍ବା ସେଣ୍ଟିଗ୍ରେଡରୁ ଉର୍ଦ୍ଧ୍ଵ) ତାହାକୁ ଅତିଶୀଘ୍ର କମାଇବା ଦରକାର : - ଜ୍ଵର ହୋଇଥିବା ବ୍ୟକ୍ତିଙ୍କ ଉପରେ ଥଣ୍ଡା ପାଣି ଢାଳନ୍ତୁ, କିଛି କପଡା ଥଣ୍ଡା ପାଣିରେ ଭିଯାଇ ତାଙ୍କ ମଠା, ବାହୁ ଓ ଗୋଡରେ ପକାନ୍ତୁ, କପଡା ଗୁଡିକୁ ଥଣ୍ଡା ରଖିବାପାଇଁ ପଙ୍ଖା କରନ୍ତୁ ଓ କପଡାଗୁଡିକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ । କପଡା ନମିଳିଲେ କଦଳୀ ଗଛର ବାହୁଙ୍ଗା ବ୍ୟବହାର କରାଯାଇପାରେ । ଜ୍ଵରର ଉତ୍ତାପକୁ ଖସିବା ପର୍ଯ୍ୟନ୍ତ ଏପରି କରନ୍ତୁ । ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ହୁଏତ କମ୍ପ ସୃଷ୍ଟି କରାଇପାରେ ଓ ଜ୍ଵର ବଢାଇ ଦେଇପାରେ। ଜ୍ଵର ହୋଇଥିବା ବ୍ୟକ୍ତିଙ୍କର ପ୍ରଚୁର ପାଣି ଓ ଶକ୍ତି ଅପଚୟ ହୁଏ, ତେଣୁ ଶକ୍ତି ସଞ୍ଚୟ ପାଇଁ ପ୍ରଚୁର ପରିମାଣର ଚିନି ବା ଗୁଡ ମିଶା ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ । ଜ୍ଵର କମିବା ପାଇଁ ଔଷଧ ଦିଅନ୍ତୁ । ଏଥିପାଇଁ ପାରାସିଟାମଲ୍ ଭଲ କାମ କରେ । ଜ୍ଵରର ମାତ୍ରା ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ (୫୦୦ ମି.ଗ୍ରା. ପାରାସିଟାମଲ୍ ବ୍ୟବହାରକରି ) ୧୨ ବର୍ଷ ବୟସରୁ ଉର୍ଦ୍ଧ୍ଵ ପ୍ରତି ୮ ଘଣ୍ଟାରେ ଗୋଟିଏ ବଟିକା ୭ବର୍ଷରୁ ୧୨ ବର୍ଷ ପିଲାଙ୍କ ପାଇଁ ପ୍ରତି ୬ ଘଣ୍ଟାରେ ଫାଳେ ବଟିକା ୩ବର୍ଷରୁ ୭ ବର୍ଷର ପିଲାଙ୍କ ପାଇଁ ପ୍ରତି ୬ ଘଣ୍ଟାରେ ଚଉଠେ ବଟିକା ୧ରୁ ୩ ବର୍ଷ ପିଲାଙ୍କ ପାଇଁ ପ୍ରତି ୮ ଘଣ୍ଟାରେ ଚଉଠେ ବଟିକା ମନ୍ତବ୍ୟ : ଏସିଟାମିନୋଫେନ ୧୨ବର୍ଷରୁ କମ୍ ପିଲାଙ୍କ ପାଇଁ ଆସ୍ପିରିନ ଠାରୁ ଅଧିକ ନିରାପଦ ଅଟେ । ଯାହାକୁ ଥଣ୍ଡା, ଫ୍ଲୁ ବା ମିଳିମିଳା ହୋଇଥାଏ । ବର୍ଷକରୁ କମ୍ ବୟସର ଶିଶୁଙ୍କୁ ଲାଙ୍ଗଳାକରି ରଖିଲେ ଜ୍ଵର ଆପେ ଆପେ ଛାଡିଯାଏ । ଏହି ଶିଶୁଙ୍କୁ ପାରାସିଟାମଲ୍ ସିରପ୍ ବା ଚାମଚରେ ଅଧା ଚାମଚ ପ୍ରତି ଘଣ୍ଟାରେ ଥରେ ଦିଆଯାଇପାରରିବ । ଜ୍ଵର ହେଉଥିବା ବ୍ୟକ୍ତି ଯଦି ବଟିକା ଢୋକି ପାରୁ ନଥିବେ ତେବେ ତାହାକୁ ଚୂର୍ଣ୍ଣ କରି ସେଥିରେ କିଛି ପାଣି ମିଶାଇ ପିଚକାରୀ ମାଧ୍ୟମରେ ବା ଛୁଞ୍ଚି ଲାଗି ନ ଥିବା ସିରିଞ୍ଜ ମାଧ୍ୟମରେ ମଳଦ୍ଵାର ବାଟେ ଭିତରକୁ ପ୍ରବେଶ କରାଇପାରିବେ । ଯଦି ପ୍ରବଳ ଜ୍ଵର ଶୀଘ୍ର କମି ନଯାଏ ଓ ମୂର୍ଚ୍ଛା ରୋଗ ଆରମ୍ଭ ହୋଇଯାଏ, ତେବେ ଅବିରତ ଭାବେ ପାଣି ଦ୍ଵାରା ଦେହକୁ ଥଣ୍ଡା ରଖନ୍ତୁ ଓ ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ଗ୍ରହଣ କରନୁ । ପ୍ରଘାତ (ସକ୍) ପ୍ରଘାତ ଯୋଗୁଁ ରକ୍ତଚାପ ବିପଦଜନକ ଭାବେ କମିଯାଇ ଆସନ୍ନମୃତ୍ୟୁର ଅବସ୍ଥା ସୃଷ୍ଟି ହୁଏ । ସାଘାଂତିକ ଭାବରେ ପୋଡିଯିବା, ଭୀଷଣ ଯନ୍ତ୍ରଣା, ଭୀଷଣ ରକ୍ତଚାପ, ଅତିଶୟ ଅସୁସ୍ଥତା, ଦେହରେ ଜଳୀୟ ଅଂଶର ଅଭାବ, ଭୟାନକ ପ୍ରତ୍ୟୁର୍ଯ୍ୟତା କିମ୍ବା ହୃଦରୋଗ ଇତ୍ୟାଦି କାରଣଗୁଡିକ ଯୋଗୁଁ ଏହା ହୋଇପାରେ । ଶରୀରର ଆଭ୍ୟନ୍ତରୀଣରେ ଭୀଷଣ ରକ୍ତକ୍ଷୟ ହେଲେ ବାହାରକୁ ଦେଖାଯାଏ ନାହିଁ । କିନ୍ତୁ ଏହା ଯୋଗୁଁ ମଧ୍ୟ ପ୍ରଘାତ ହୋଇଥାଏ । ଯେଉଁ ରୋଗୀ ପ୍ରଘାତ ଅବସ୍ଥାରେ ଥିବ କିମ୍ବା ଧୀରେ ଧୀରେ ପ୍ରଘାତ ଆଡକୁ ଗତି କରୁଥିବ ସେ ପ୍ରକାର ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାନ୍ତୁ । ପ୍ରଘାତର ଲକ୍ଷଣ ଦୁର୍ବଳତା, ନାଡୀର ଦୁର୍ବଳ ଓ ଦ୍ରୁତ ଗତି (ପ୍ରତି ମିନିଟରେ ୧୦୦ରୁ ଅଧିକ ଥର) ବାନ୍ତି ବାନ୍ତି ଲାଗିବା ଥଣ୍ଡା ଓଦାଳିଆ ଚର୍ମ ଥଣ୍ଡା ପାଗରେ ବି ଅତ୍ୟଧିକ ଝାଳ ବାହାରିବା ଭୀଷଣ ଶୋଷ ଲାଗିବା, ରକ୍ତଚାପ ଅତି କମ୍ ହୋଇଯିବା ମାନସିକ ବିଚଳନ, ମାନସିକ ଭ୍ରମ ବା ଚେତାଶୂନ୍ୟତା ପ୍ରଘାତର ପ୍ରତିରୋଧ ବା ଚିକିତ୍ସା ପ୍ରଘାତର ପ୍ରଥମ ଲକ୍ଷଣ ଦେଖିଲେ ବା ପ୍ରଘାତ ଜନିତ କୌଣସି ବିପଦର ଆଶଙ୍କା ଥିଲେ । ନିମ୍ନମତେ ସେହି ବ୍ୟକ୍ତିଙ୍କୁ ଶୁଆଇ ଦିଅନ୍ତୁ, ଯେପରିକି ତାଙ୍କ ଗୋଡ ମୁଣ୍ଡ ରହିଥିବା ଉଚ୍ଚତା ଠାରୁ ଉପରକୁ ରହିବ। ପ୍ରଘାତ ଯଦି ମୁଣ୍ଡରେ ଆଘାତ ଜନିତ କାରଣରୁ ହୋଇଥାଏ, ତେବେ ଗୋଡ ଉପରକୁ ଟେକି ଶୁଆଇ ଦିଅନ୍ତୁ ନାହିଁ । ତକିଆକୁ ଆଉଜି ଆଣ୍ଠୁ ପାଖରୁ ଗୋଡଭାଙ୍ଗି ବସାଇ ରଖନ୍ତୁ । ନୀରବତା ରକ୍ଷା କରନ୍ତୁ ଓ ସାନ୍ତ୍ଵନା ଦିଅନ୍ତୁ । ଯଦି ସେହି ବ୍ୟକ୍ତିଙ୍କୁ ଥଣ୍ଡା ଲାଗୁଥାଏ, ତେବେ ତାଙ୍କୁ ଚଦରରେ ଘୋଡାଇ ଦିଅନ୍ତୁ । ଯଦି ତାଙ୍କର ଚେତା ଥାଏ, ତାଙ୍କୁ ଗରମ ବା ଉଷୁମ ପାଣି ପିଇବାକୁ ଦିଅନ୍ତୁ । ଯଦି ଆଘାତ ଜନିତ (ଦୁର୍ଘଟଣା, ଛୁରୀଆଘାତ)ଇତ୍ୟାଦି କାରଣରୁ ଏହା ହୋଇଥାଏ, ତେବେ କିଛି ପିଇବାକୁ ଦିଅନ୍ତୁ ନାହିଁ, ହୁଏତ ଏଥିପାଇଁ ଅସ୍ତ୍ରୋପ୍ରଚାର ଦରକାର ପଡିପାରେ । ତେଣୁ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ତାଙ୍କୁ କଷ୍ଟ ହେଉଥାଏ, ତେବେ ଆସ୍ପିରିନ ବା ଅନ୍ୟ ଯେ କୌଣସି କଷ୍ଟ ଉପଶମକାରୀ ଔଷଧ ଦିଅନ୍ତୁ । କିନ୍ତୁ ନିଦ୍ରାକାରକ ଔଷଧ ଯଥା – କୋଡିନ ଦିଅନ୍ତୁ ନାହିଁ । ଯଦି ପ୍ରଘାତ ଅନୁର୍ଜତା କାରଣ ଯୋଗୁଁ ହୋଇଥାଏ, ତେବେ ଆଡ୍ରେନାଲିନ ୦.୫ ମି.ଲି. ବୟସ୍କଙ୍କୁ ଓ ୦.୨୫ ମି.ଲି. ପିଲାମାନଙ୍କୁ ଚର୍ମ ତଳେ ଦେବା ଉଚିତ୍ । ଯଦି ରକ୍ତଚାପ ଅତି କମିଥିବ ତେବେ ଆଇ.ଭି. ଯଥା ଡେକ୍ସଟ୍ରୋଜ ସେଲାଇନ ଯଦି ମିଳେ, ତେବେ ଉଚିତ୍ ଏବଂ ଡାକ୍ତରୀ ଚିକିତ୍ସାର ସାହାଯ୍ୟ ନେବା ଉଚିତ୍ । ଯଦି ବ୍ୟକ୍ତି ଜଣଙ୍କ ଚେତା ହରାଇଥାନ୍ତି ଯଦି ସେ ବାନ୍ତି କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ମୁହଁ ସଫା କରିଦିଅନ୍ତୁ । ସେ ଯେମିତି ଗୋଟିଏ କଡରେ ମୁଣ୍ଡ ତଳକୁ କରି ଶୁଅନ୍ତୁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯାହାଦ୍ଵାରା କି ସେ ବାନ୍ତିକୁ ତାଙ୍କ ପ୍ରଶ୍ଵାସରେ ଫୁସ୍ ଫୁସ୍ କୁ ନେବେ ନାହିଁ । ଚେତା ଫେରି ନଆସିବା ପର୍ଯ୍ୟନ୍ତ ପାଟିବାଟେ ତାଙ୍କୁ କୌଣସି ଜିନିଷ ଦିଅନ୍ତୁ ନାହିଁ । ଯଦି ଆପଣ ବା ନିକଟରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଶିରାରେ ଦ୍ରବଣ ଦେବା ପ୍ରଣାଳୀ ଜାଣି ଥାଆନ୍ତି, ତେବେ ତାହାକୁ ଖୁବ୍ ଶୀଘ୍ର ଦିଅନ୍ତୁ । ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ଚେତାଶୂନ୍ୟ ହେବାର ସାଧାରଣ କାରଣ ଗୁଡିକ ହେଉଛି : ମଦ୍ୟପାନ ମୂର୍ଚ୍ଛା (ଭୟ ବା ଦୁର୍ବଳତା ଇତ୍ୟାଦି ଯୋଗୁଁ) ମୁଣ୍ଡରେ ଆଘାତ ଉତ୍ତାପ ଜନିତ ଆଘାତ ପ୍ରଘାତ ଆଘାତ ବିଷଜନିତ ହୃଦରୋଗ ବହୁମୂତ୍ର ରୋଗ ଅପସ୍ଥାର ଜଣେ ଯଦି ଚେତା ହରାଇଥାନ୍ତି ଓ ଏହାର କାରଣ ଆପଣ ଜାଣିନଥାନ୍ତି, ତେବେ ଖୁବ୍ ଶୀଘ୍ର ନିମ୍ନଦତ୍ତ ବିଷୟ ଗୁଡିକ ପରୀକ୍ଷା କରିନିଅନ୍ତୁ । ତାଙ୍କର ଶ୍ଵାସକ୍ରିୟା ଠିକ୍ ରୂପେ ହେଉଛି କି? ଯଦି ହେଉଥାଏ, ତେବେ ମୁଣ୍ଡକୁ ପଛକୁ କରି ହନୁହାଡ ଓ ଦାନ୍ତକୁ ଛାପି ଜିଭକୁ ବାହାର କରି ଆଣନ୍ତୁ । ନାକ, ପାଟି ଓ ତଣ୍ଟିକୁ ସଫା କରିଦିଅନ୍ତୁ, କାରଣ ନିଶ୍ଵାସ ପାଇଁ ଏହିସବୁ ସ୍ଥାନରେ ଅବରୋଧ ସୃଷ୍ଟି ହୋଇପାରେ । ଯଦି ତଣ୍ଟିରେ କିଛି ଲାଗିଥାଏ,ବାହାର କରି ଆଣନ୍ତୁ । ଏହା ସତ୍ତ୍ୱେ ବିଯଦି ତାଙ୍କରଶ୍ଵାସକ୍ରିୟା ସମ୍ପାଦନ ନହୁଏ, ତେବେ ସଙ୍ଗେ ସଙ୍ଗେ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରାନ୍ତୁ। ତାଙ୍କର ପ୍ରଚୁର ରକ୍ତକ୍ଷୟ ହେଉଛି କି ? ଯଦି ହେଉଥାଏ,ତାକୁ ନିୟନ୍ତ୍ରଣ କରନ୍ତୁ । ତାଙ୍କର ନାଡି ଚାଲୁଛିତ କିମ୍ବା ହୃଦଯନ୍ତ୍ର ଏପର୍ଯ୍ୟନ୍ତ ଚାଲୁଛି କି ନାହିଁ ? ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ,ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ । ପ୍ରଘାତ ହୋଇଛି କି? ଉତ୍ତାପ ଜନିତ ଆଘାତ (ଝାଳହୀନତା, ପ୍ରବଳ ଜ୍ଵର, ଗରମ ଓ ନାଲି ଚର୍ମ)। ଶ୍ଵାସକ୍ରିୟା ବନ୍ଦ ହୋଇଗଲେ କ’ଣ କରିବେ : ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା । ଶ୍ଵାସକ୍ରିୟା ବନ୍ଦ ହୋଇଯିବାର ସାଧାରଣ କାରଣ ଗୁଡିକ ହେଉଛି : - ତଣ୍ଟିରେ କୌଣସି ପଦାର୍ଥ ଲାଗିଯାଇଥାଏ । ଚେତା ହରାଇଥିବା ଲୋକର ଜିଭ, ମୁଣ୍ଡା ଖଙ୍କାର ଦ୍ଵାରା ତଣ୍ଟି ଅବରୋଧ ହୋଇଥାଏ । ଜଣେ ଯଦି ପାଣିରେ ବୁଡିଯାଇଥାଏ, ଧୂଆଁଦ୍ଵାରା ଶ୍ଵାସରୁଦ୍ଧ ହୋଇଯାଇଥାଏ ବା ଶରୀରରେ ବିଷ ପ୍ରବେଶ କରିଥାଏ । ଜଣେ ଯଦି ଛାତି କିମ୍ବା ମୁଣ୍ଡରେ ଆଘାତପ୍ରାପ୍ତ ହୋଇଥିବେ । ଯଦି ହୃଦସ୍ପନ୍ଦନ ବନ୍ଦ ହୋଇଯାଏ । ଯଦି ଶ୍ଵାସକ୍ରିୟା ଚାରିମିନିଟ ପର୍ଯ୍ୟନ୍ତ ବନ୍ଦ ହୋଇଯାଏ, ତେବେ ଜଣେ ଲୋକ ମରିଯିବ । ଜଣଙ୍କର ଶ୍ଵାସକ୍ରିୟା ବନ୍ଦ ହେବା ସଙ୍ଗେ ସଙ୍ଗେ ହିଁ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରନ୍ତୁ । ଯେତେଶୀଘ୍ର ପାରନ୍ତି ନିମ୍ନଦତ୍ତ ସମସ୍ତ ପଦ୍ଧତି ଅନୁସରଣ କରନ୍ତୁ : ପ୍ରଥମ ପଦକ୍ଷେପ : ପାଟି ବା ତଣ୍ଟିରେ କିଛି ଲାଗିଥିଲେ ଶୀଘ୍ର ବାହାର କରିନିଅନ୍ତୁ । ଜିଭକୁ ବାହାରକୁ ଟାଣି ଆଣନ୍ତୁ । ଯଦି ତଣ୍ଟିରେ ଖଙ୍କାର ଲାଗିଥାଏ,ଶୀଘ୍ର ସଫା କରିଦିଅନ୍ତୁ । ଦ୍ଵିତୀୟ ପଦକ୍ଷେପ : ଖୁବ୍ ଶୀଘ୍ର ସେହି ବ୍ୟକ୍ତିଙ୍କୁ ମୁହଁ ଉପରକୁ କରି ଶୁଆଇ ଦିଅନ୍ତୁ । ମୁଣ୍ଡକୁ ପଛପଟକୁ ନୂଆଁଇ ମାଢିକୁ ଉପରକୁ ଟେକନ୍ତୁ । ତୃତୀୟ ପଦକ୍ଷେପ : ଆପଣଙ୍କ ଆଙ୍ଗୁଠିଦ୍ଵାରା ତାଙ୍କ ନାକକୁ ଚିପିଧରି, ମୁହଁକୁ ପୁରା ଖୋଲିଦେଇ ତା’ ଉପରେ ଆପଣଙ୍କ ମୁହଁକୁ ଲଗାନ୍ତୁ ଓ ତାଙ୍କ ଫୁସ୍ ଫୁସ୍ ଭିତରକୁ ଖୁବ୍ ଜୋରରେ ଫୁଙ୍କନତୁ, ଯେପରି କି ତାଙ୍କର ଛାତି ଫୁଲିଉଠିବ । ପବନ ବାହାରକୁ ବାହାରି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ପୁଣି ଥରେ ଫୁଙ୍କନତୁ । ଏକ ମିନିଟରେ ପ୍ରାୟ ୧୫ ଥର ପର୍ଯ୍ୟନ୍ତ ଏପରି କରନ୍ତୁ । ନବଜାତ ଶିଶୁଙ୍କ କ୍ଷେତ୍ରରେ ଖୁବ୍ ଆସ୍ତେ, ଏକ ମିନିଟ୍ ରେ ପ୍ରାୟ ୨୫ ଥର ପର୍ଯ୍ୟନ୍ତ ଏପରି କରନ୍ତୁ କିମ୍ବା ଆପଣଙ୍କ ପାଟିରେ ଯେତିକି ବାୟୁଥିବ ସେତିକି ଶିଶୁର ଫୁସ୍ ଫୁସ୍ ଭିତରକୁ ଦିଅନ୍ତୁ ପ୍ରାୟ ମିନିଟ୍ କୁ ୪୦ ଥର । ଆପଣ ନିଜର ଫୁସ୍ ଫୁସ୍ ରୁ ବାୟୁ ଦିଅନ୍ତୁ ନାହିଁ, ଆପଣଙ୍କ ଗାଲରୁ ହିଁ କେବଳ ପବନ ଦିଅନ୍ତୁ । ଯଦି ଶକ୍ତଭାବେ ପବନ ଦେବେ ତେବେ ତା’ର ଫୁସ୍ ଫୁସ୍ ଫାଟି ଯିବ । ଜଣେ ନିଜେ ନିଜେ ଶ୍ଵାସକ୍ରିୟା କରିବା ପର୍ଯ୍ୟନ୍ତ ବା ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆପଣ ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରନ୍ତୁ । କେତେକ କ୍ଷେତ୍ରରେ ଆପଣଙ୍କୁ ଏହିପରି ଗୋଟିଏ ଘଣ୍ଟା କିମ୍ବା ଅଧିକ ସମୟ ଧରି କରିବାକୁ ପଡିଥାଏ । ତାଙ୍କର ପ୍ରଚୁର ରକ୍ତକ୍ଷୟ ହେଉଛି କି ? ଯଦି ହେଉଥାଏ ତା’କୁ ନିୟନ୍ତ୍ରଣ କରନ୍ତୁ । କୌଣସି କ୍ଷତର ରକ୍ତସ୍ରାବ କିପରି ନିୟନ୍ତ୍ରଣ କରିବେ । ଆଘାତପ୍ରାପ୍ତ ଅଂଶକୁ ଉପରକୁ ଉଠାଇ ରଖନ୍ତୁ । ଗୋଟିଏ ସଫାକନାଦ୍ଵାରା (ସଫା କନା ନଥିଲେ ଆପଣଙ୍କ ହାତ ଦ୍ଵାରା) ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ କ୍ଷତଟିକୁ ଚାପିଧରନ୍ତୁ ସେଥିପାଇଁ ହୁଏତ ୧୫ ମିନିଟ୍ ବା ବେଳେବେଳେ ଘଣ୍ଟାଏ ବା ତା’ ଠାରୁ ଅଧିକ ସମୟ ଲାଗେ । ଯଦି କ୍ଷତଟିକୁ ଚାପିଧରିବା ଦ୍ଵାରା ରକ୍ତସ୍ରାବ ବନ୍ଦ ନହୁଏ ଓ ଯଦି ସେହି ବ୍ୟକ୍ତିଙ୍କର ପ୍ରଚୁର ରକ୍ତକ୍ଷୟ ହୁଏ, ତେବେ ନିମନମତତେ କରନ୍ତୁ । କ୍ଷତକୁ ଚାପି ଧରନ୍ତୁ କ୍ଷତାକ୍ତ ଅଙ୍ଗକୁ ଯେତେ ସମ୍ଭବ ଉଚ୍ଚରେ ରଖନ୍ତୁ କ୍ଷତ ଓ ଶରୀର ମଧ୍ୟସ୍ଥ ହାତ ବା ଗୋଡରେ କ୍ଷତସ୍ଥାନର ନିକଟତମ ଅଂଶରେ ବାନ୍ଧି ଦିଅନ୍ତୁ। ବାନ୍ଧିବା ପାଇଁ ଚଉଡା ହୋଇଥିବା କପଡା କିମ୍ବା ଓସାରିଆ ପଟି ବ୍ୟବହାର କରନ୍ତୁ । ସାରୁ ଦଉଡି, ବଳା ରାସୀ ବା ତାର ବ୍ୟବହାର କରନ୍ତୁ ନାହିଁ । ସତର୍କତା ଯଦି ଭୀଷଣ ଭାବେ ରକ୍ତସ୍ରାବ ହେଉଥାଏ ଓ ଚାପିଧରିବା ଦ୍ଵାରା ତାହା ନିୟନ୍ତ୍ରିତ ହେଉ ନଥାଏ, ତେବେ କେବଳ କ୍ଷତସ୍ଥାନକୁ ବାନ୍ଧି ଦିଅନ୍ତୁ । ରକ୍ତ ସଞ୍ଚାଳନ ପାଇଁ ପ୍ରତି ଅଧଘଣ୍ଟାରେ, ଗଣ୍ଠି ଟିକିଏ ହୁଗୁଳା କରି ଦିଅନ୍ତୁ ଓ ଆଉ ବାନ୍ଧିବା ଦରକାର କି ନାହିଁ ଅନୁଧ୍ୟାନ କରନ୍ତୁ । ଅଧିକ ସମୟ ବାନ୍ଧି ରଖିବା ଦ୍ଵାରା ହାତଗୋଡ ଅକାମୀ ହୋଇଯାଏ । ଯାହାଦ୍ଵାରା ଶେଷକୁ ହାତ କିମ୍ବା ଗୋଡକୁ କାଟିବାକୁ ପରିପାରେ । ରକ୍ତସ୍ରାବ ବନ୍ଦକରିବା ପାଇଁ କାଦୁଅ, ଗୋବର, କିରୋସିନ୍, ଚୂନ ବା କଫି ଆଦୌ ବ୍ୟବହାର କରନ୍ତୁ ନାହିଁ । ଯଦି ରକ୍ତସ୍ରାବ ଓ ଆଘାତ ଭୀଷଣ ହୋଇଥାଏ, ତେବେ ପ୍ରଘାତର ପ୍ରତିରୋଧ ପାଇଁ ଗୋଡ ଉପରକୁ ଓ ମୁଣ୍ଡ ତଳକୁ କରି ରଖନ୍ତୁ । ତାଙ୍କର ନାଡି ଚାଲୁଛି କିମ୍ବା ହୃଦଯନ୍ତ୍ର ଚାଲୁଛି କି ନାହିଁ, ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ