ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ପ୍ରାଥମିକ ଚିକିତ୍ସା (ଜ୍ଵର,ପ୍ରଘାତ,ଚେତା ଶୂନ୍ୟତା)
ସେଆର କରନ୍ତୁ

ପ୍ରାଥମିକ ଚିକିତ୍ସା (ଜ୍ଵର,ପ୍ରଘାତ,ଚେତା ଶୂନ୍ୟତା)

ପ୍ରାଥମିକ ଚିକିତ୍ସା ବିଷୟରେ ସୂଚନା ।

ଅତି ପ୍ରବଳ ଜ୍ଵର

ଅତି ପ୍ରବଳ ଜ୍ଵରର ପ୍ରକୋପକୁ  ଖୁବ୍  ଶୀଘ୍ର  କମାଇ  ଦିଆନଗଲେ ଏହା ବିପଦଜନକ  ହୋଇଥାଏ । ଛୋଟ  ଛୁଆଙ୍କ କ୍ଷେତ୍ରରେ ବିଶେଷ  କରି ୬ ମାସରୁ  ୬ ବର୍ଷ ବୟସ ମଧ୍ୟରେ  ପ୍ରବଳ ଜ୍ଵର ଅତ୍ୟନ୍ତ  ବିପଦଜନକ । ଏହା  ମୂର୍ଚ୍ଛାରୋଗ  କିମ୍ବା  ସ୍ଥାୟୀଭାବେ ମସ୍ତିସ୍କ ନଷ୍ଟ (ଯଥା – ପକ୍ଷାଘାତ, ମାନ୍ଦାମସ୍ତିସ୍କ, ଅପସ୍ମାର  ଇତ୍ୟାଦି) କରାଇ  ଦେଇପାରେ ।

ଜ୍ଵର  ଖୁବ୍ ବଢି  ଗଲେ (ଫାରେନହିଟରୁ ଉର୍ଦ୍ଧ୍ଵ କିମ୍ବା ସେଣ୍ଟିଗ୍ରେଡରୁ ଉର୍ଦ୍ଧ୍ଵ) ତାହାକୁ  ଅତିଶୀଘ୍ର  କମାଇବା  ଦରକାର : -

  1. ଜ୍ଵର  ହୋଇଥିବା  ବ୍ୟକ୍ତିଙ୍କ ଉପରେ  ଥଣ୍ଡା  ପାଣି ଢାଳନ୍ତୁ, କିଛି କପଡା ଥଣ୍ଡା ପାଣିରେ ଭିଯାଇ ତାଙ୍କ ମଠା, ବାହୁ  ଓ  ଗୋଡରେ ପକାନ୍ତୁ, କପଡା  ଗୁଡିକୁ ଥଣ୍ଡା ରଖିବାପାଇଁ  ପଙ୍ଖା  କରନ୍ତୁ  ଓ  କପଡାଗୁଡିକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ । କପଡା ନମିଳିଲେ କଦଳୀ ଗଛର ବାହୁଙ୍ଗା  ବ୍ୟବହାର  କରାଯାଇପାରେ । ଜ୍ଵରର  ଉତ୍ତାପକୁ ଖସିବା  ପର୍ଯ୍ୟନ୍ତ ଏପରି କରନ୍ତୁ । ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ  ନାହିଁ, କାରଣ ଏହା  ହୁଏତ କମ୍ପ ସୃଷ୍ଟି  କରାଇପାରେ ଓ ଜ୍ଵର ବଢାଇ ଦେଇପାରେ।
  2. ଜ୍ଵର  ହୋଇଥିବା ବ୍ୟକ୍ତିଙ୍କର  ପ୍ରଚୁର  ପାଣି  ଓ ଶକ୍ତି  ଅପଚୟ  ହୁଏ, ତେଣୁ ଶକ୍ତି ସଞ୍ଚୟ ପାଇଁ ପ୍ରଚୁର ପରିମାଣର ଚିନି  ବା ଗୁଡ  ମିଶା  ଥଣ୍ଡା  ପାଣି  ପିଇବାକୁ ଦିଅନ୍ତୁ ।
  3. ଜ୍ଵର  କମିବା ପାଇଁ ଔଷଧ ଦିଅନ୍ତୁ । ଏଥିପାଇଁ  ପାରାସିଟାମଲ୍ ଭଲ କାମ କରେ ।

ଜ୍ଵରର ମାତ୍ରା

ବୟସ୍କଙ୍କ  ପାଇଁ  ଉଦ୍ଦିଷ୍ଟ  (୫୦୦ ମି.ଗ୍ରା. ପାରାସିଟାମଲ୍  ବ୍ୟବହାରକରି )

୧୨ ବର୍ଷ  ବୟସରୁ  ଉର୍ଦ୍ଧ୍ଵ

ପ୍ରତି  ୮ ଘଣ୍ଟାରେ  ଗୋଟିଏ  ବଟିକା

୭ବର୍ଷରୁ  ୧୨ ବର୍ଷ  ପିଲାଙ୍କ ପାଇଁ

ପ୍ରତି  ୬ ଘଣ୍ଟାରେ  ଫାଳେ  ବଟିକା

୩ବର୍ଷରୁ  ୭ ବର୍ଷର  ପିଲାଙ୍କ  ପାଇଁ

ପ୍ରତି  ୬ ଘଣ୍ଟାରେ  ଚଉଠେ ବଟିକା

୧ରୁ ୩ ବର୍ଷ  ପିଲାଙ୍କ  ପାଇଁ

ପ୍ରତି  ୮ ଘଣ୍ଟାରେ  ଚଉଠେ  ବଟିକା

ମନ୍ତବ୍ୟ : ଏସିଟାମିନୋଫେନ ୧୨ବର୍ଷରୁ କମ୍ ପିଲାଙ୍କ ପାଇଁ ଆସ୍ପିରିନ ଠାରୁ ଅଧିକ ନିରାପଦ ଅଟେ । ଯାହାକୁ ଥଣ୍ଡା, ଫ୍ଲୁ ବା ମିଳିମିଳା ହୋଇଥାଏ ।

ବର୍ଷକରୁ  କମ୍ ବୟସର  ଶିଶୁଙ୍କୁ  ଲାଙ୍ଗଳାକରି  ରଖିଲେ ଜ୍ଵର ଆପେ ଆପେ ଛାଡିଯାଏ । ଏହି  ଶିଶୁଙ୍କୁ  ପାରାସିଟାମଲ୍  ସିରପ୍ ବା ଚାମଚରେ ଅଧା ଚାମଚ  ପ୍ରତି ଘଣ୍ଟାରେ  ଥରେ ଦିଆଯାଇପାରରିବ ।

ଜ୍ଵର  ହେଉଥିବା ବ୍ୟକ୍ତି  ଯଦି ବଟିକା  ଢୋକି ପାରୁ  ନଥିବେ  ତେବେ  ତାହାକୁ  ଚୂର୍ଣ୍ଣ  କରି ସେଥିରେ  କିଛି ପାଣି  ମିଶାଇ  ପିଚକାରୀ ମାଧ୍ୟମରେ  ବା ଛୁଞ୍ଚି  ଲାଗି ନ ଥିବା ସିରିଞ୍ଜ ମାଧ୍ୟମରେ ମଳଦ୍ଵାର  ବାଟେ  ଭିତରକୁ  ପ୍ରବେଶ କରାଇପାରିବେ ।

ଯଦି  ପ୍ରବଳ ଜ୍ଵର ଶୀଘ୍ର କମି ନଯାଏ  ଓ  ମୂର୍ଚ୍ଛା  ରୋଗ  ଆରମ୍ଭ  ହୋଇଯାଏ, ତେବେ  ଅବିରତ ଭାବେ ପାଣି  ଦ୍ଵାରା  ଦେହକୁ ଥଣ୍ଡା ରଖନ୍ତୁ  ଓ ସଙ୍ଗେ  ସଙ୍ଗେ ଡାକ୍ତରୀ ସାହାଯ୍ୟ ଗ୍ରହଣ  କରନୁ ।

ପ୍ରଘାତ (ସକ୍)

ପ୍ରଘାତ  ଯୋଗୁଁ  ରକ୍ତଚାପ  ବିପଦଜନକ  ଭାବେ  କମିଯାଇ  ଆସନ୍ନମୃତ୍ୟୁର  ଅବସ୍ଥା  ସୃଷ୍ଟି  ହୁଏ । ସାଘାଂତିକ  ଭାବରେ  ପୋଡିଯିବା, ଭୀଷଣ  ଯନ୍ତ୍ରଣା, ଭୀଷଣ  ରକ୍ତଚାପ, ଅତିଶୟ  ଅସୁସ୍ଥତା, ଦେହରେ  ଜଳୀୟ ଅଂଶର  ଅଭାବ, ଭୟାନକ ପ୍ରତ୍ୟୁର୍ଯ୍ୟତା  କିମ୍ବା  ହୃଦରୋଗ  ଇତ୍ୟାଦି  କାରଣଗୁଡିକ  ଯୋଗୁଁ  ଏହା  ହୋଇପାରେ । ଶରୀରର  ଆଭ୍ୟନ୍ତରୀଣରେ  ଭୀଷଣ  ରକ୍ତକ୍ଷୟ  ହେଲେ  ବାହାରକୁ  ଦେଖାଯାଏ  ନାହିଁ । କିନ୍ତୁ  ଏହା ଯୋଗୁଁ  ମଧ୍ୟ ପ୍ରଘାତ ହୋଇଥାଏ । ଯେଉଁ  ରୋଗୀ  ପ୍ରଘାତ ଅବସ୍ଥାରେ  ଥିବ  କିମ୍ବା ଧୀରେ  ଧୀରେ  ପ୍ରଘାତ ଆଡକୁ  ଗତି  କରୁଥିବ ସେ ପ୍ରକାର ରୋଗୀଙ୍କୁ  ସଙ୍ଗେ ସଙ୍ଗେ ହସ୍ପିଟାଲ  ନେଇଯାନ୍ତୁ ।

ପ୍ରଘାତର ଲକ୍ଷଣ

  • ଦୁର୍ବଳତା, ନାଡୀର  ଦୁର୍ବଳ ଓ  ଦ୍ରୁତ  ଗତି  (ପ୍ରତି  ମିନିଟରେ  ୧୦୦ରୁ  ଅଧିକ  ଥର)
  • ବାନ୍ତି  ବାନ୍ତି  ଲାଗିବା
  • ଥଣ୍ଡା  ଓଦାଳିଆ  ଚର୍ମ
  • ଥଣ୍ଡା  ପାଗରେ  ବି  ଅତ୍ୟଧିକ  ଝାଳ  ବାହାରିବା
  • ଭୀଷଣ ଶୋଷ  ଲାଗିବା, ରକ୍ତଚାପ  ଅତି  କମ୍   ହୋଇଯିବା
  • ମାନସିକ  ବିଚଳନ, ମାନସିକ  ଭ୍ରମ  ବା  ଚେତାଶୂନ୍ୟତା

ପ୍ରଘାତର  ପ୍ରତିରୋଧ ବା ଚିକିତ୍ସା

ପ୍ରଘାତର  ପ୍ରଥମ  ଲକ୍ଷଣ ଦେଖିଲେ ବା ପ୍ରଘାତ  ଜନିତ  କୌଣସି ବିପଦର ଆଶଙ୍କା ଥିଲେ । ନିମ୍ନମତେ ସେହି ବ୍ୟକ୍ତିଙ୍କୁ  ଶୁଆଇ ଦିଅନ୍ତୁ, ଯେପରିକି ତାଙ୍କ ଗୋଡ ମୁଣ୍ଡ ରହିଥିବା ଉଚ୍ଚତା ଠାରୁ ଉପରକୁ  ରହିବ।

ପ୍ରଘାତ  ଯଦି ମୁଣ୍ଡରେ ଆଘାତ  ଜନିତ  କାରଣରୁ  ହୋଇଥାଏ, ତେବେ  ଗୋଡ ଉପରକୁ  ଟେକି ଶୁଆଇ ଦିଅନ୍ତୁ  ନାହିଁ । ତକିଆକୁ  ଆଉଜି ଆଣ୍ଠୁ ପାଖରୁ ଗୋଡଭାଙ୍ଗି ବସାଇ ରଖନ୍ତୁ ।

  • ନୀରବତା ରକ୍ଷା କରନ୍ତୁ ଓ ସାନ୍ତ୍ଵନା  ଦିଅନ୍ତୁ ।
  • ଯଦି  ସେହି  ବ୍ୟକ୍ତିଙ୍କୁ  ଥଣ୍ଡା ଲାଗୁଥାଏ,  ତେବେ  ତାଙ୍କୁ  ଚଦରରେ  ଘୋଡାଇ ଦିଅନ୍ତୁ ।
  • ଯଦି  ତାଙ୍କର  ଚେତା  ଥାଏ, ତାଙ୍କୁ  ଗରମ  ବା ଉଷୁମ ପାଣି  ପିଇବାକୁ  ଦିଅନ୍ତୁ । ଯଦି  ଆଘାତ ଜନିତ (ଦୁର୍ଘଟଣା, ଛୁରୀଆଘାତ)ଇତ୍ୟାଦି  କାରଣରୁ ଏହା  ହୋଇଥାଏ,  ତେବେ  କିଛି  ପିଇବାକୁ  ଦିଅନ୍ତୁ  ନାହିଁ,  ହୁଏତ ଏଥିପାଇଁ  ଅସ୍ତ୍ରୋପ୍ରଚାର  ଦରକାର  ପଡିପାରେ । ତେଣୁ  ଖୁବ୍  ଶୀଘ୍ର  ଡାକ୍ତରୀ  ସାହାଯ୍ୟ  ନିଅନ୍ତୁ ।
  • ଯଦି  ତାଙ୍କୁ  କଷ୍ଟ ହେଉଥାଏ, ତେବେ ଆସ୍ପିରିନ ବା ଅନ୍ୟ ଯେ କୌଣସି କଷ୍ଟ  ଉପଶମକାରୀ  ଔଷଧ  ଦିଅନ୍ତୁ । କିନ୍ତୁ  ନିଦ୍ରାକାରକ  ଔଷଧ  ଯଥା – କୋଡିନ  ଦିଅନ୍ତୁ  ନାହିଁ ।
  • ଯଦି  ପ୍ରଘାତ  ଅନୁର୍ଜତା  କାରଣ  ଯୋଗୁଁ  ହୋଇଥାଏ,  ତେବେ  ଆଡ୍ରେନାଲିନ ୦.୫ ମି.ଲି. ବୟସ୍କଙ୍କୁ  ଓ ୦.୨୫ ମି.ଲି. ପିଲାମାନଙ୍କୁ  ଚର୍ମ ତଳେ  ଦେବା  ଉଚିତ୍  । ଯଦି  ରକ୍ତଚାପ ଅତି କମିଥିବ ତେବେ  ଆଇ.ଭି. ଯଥା ଡେକ୍ସଟ୍ରୋଜ ସେଲାଇନ  ଯଦି  ମିଳେ,  ତେବେ  ଉଚିତ୍ ଏବଂ  ଡାକ୍ତରୀ  ଚିକିତ୍ସାର  ସାହାଯ୍ୟ  ନେବା  ଉଚିତ୍ ।

ଯଦି ବ୍ୟକ୍ତି ଜଣଙ୍କ ଚେତା ହରାଇଥାନ୍ତି

  • ଯଦି ସେ ବାନ୍ତି  କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ  ମୁହଁ  ସଫା  କରିଦିଅନ୍ତୁ । ସେ  ଯେମିତି  ଗୋଟିଏ  କଡରେ  ମୁଣ୍ଡ  ତଳକୁ  କରି  ଶୁଅନ୍ତୁ, ସେଥିପ୍ରତି  ଧ୍ୟାନ ଦିଅନ୍ତୁ । ଯାହାଦ୍ଵାରା  କି  ସେ  ବାନ୍ତିକୁ  ତାଙ୍କ  ପ୍ରଶ୍ଵାସରେ ଫୁସ୍ ଫୁସ୍ କୁ ନେବେ  ନାହିଁ ।
  • ଚେତା ଫେରି ନଆସିବା ପର୍ଯ୍ୟନ୍ତ  ପାଟିବାଟେ  ତାଙ୍କୁ  କୌଣସି  ଜିନିଷ  ଦିଅନ୍ତୁ  ନାହିଁ ।
  • ଯଦି  ଆପଣ ବା ନିକଟରେ  ଥିବା  ଅନ୍ୟ  କୌଣସି  ବ୍ୟକ୍ତି  ଶିରାରେ  ଦ୍ରବଣ  ଦେବା  ପ୍ରଣାଳୀ ଜାଣି ଥାଆନ୍ତି, ତେବେ  ତାହାକୁ  ଖୁବ୍ ଶୀଘ୍ର  ଦିଅନ୍ତୁ ।

ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ ।

ଚେତାଶୂନ୍ୟ  ହେବାର ସାଧାରଣ କାରଣ ଗୁଡିକ  ହେଉଛି :

  • ମଦ୍ୟପାନ
  • ମୂର୍ଚ୍ଛା (ଭୟ  ବା  ଦୁର୍ବଳତା  ଇତ୍ୟାଦି  ଯୋଗୁଁ)
  • ମୁଣ୍ଡରେ  ଆଘାତ
  • ଉତ୍ତାପ  ଜନିତ  ଆଘାତ
  • ପ୍ରଘାତ
  • ଆଘାତ
  • ବିଷଜନିତ
  • ହୃଦରୋଗ
  • ବହୁମୂତ୍ର ରୋଗ
  • ଅପସ୍ଥାର

ଜଣେ ଯଦି ଚେତା ହରାଇଥାନ୍ତି ଓ ଏହାର କାରଣ  ଆପଣ  ଜାଣିନଥାନ୍ତି, ତେବେ ଖୁବ୍ ଶୀଘ୍ର ନିମ୍ନଦତ୍ତ ବିଷୟ ଗୁଡିକ ପରୀକ୍ଷା କରିନିଅନ୍ତୁ  ।

  • ତାଙ୍କର ଶ୍ଵାସକ୍ରିୟା ଠିକ୍ ରୂପେ ହେଉଛି କି? ଯଦି  ହେଉଥାଏ, ତେବେ ମୁଣ୍ଡକୁ ପଛକୁ କରି ହନୁହାଡ ଓ ଦାନ୍ତକୁ  ଛାପି  ଜିଭକୁ  ବାହାର କରି ଆଣନ୍ତୁ । ନାକ, ପାଟି ଓ ତଣ୍ଟିକୁ ସଫା କରିଦିଅନ୍ତୁ, କାରଣ ନିଶ୍ଵାସ ପାଇଁ ଏହିସବୁ ସ୍ଥାନରେ ଅବରୋଧ ସୃଷ୍ଟି  ହୋଇପାରେ । ଯଦି ତଣ୍ଟିରେ କିଛି  ଲାଗିଥାଏ,ବାହାର କରି ଆଣନ୍ତୁ । ଏହା ସତ୍ତ୍ୱେ ବିଯଦି ତାଙ୍କରଶ୍ଵାସକ୍ରିୟା ସମ୍ପାଦନ  ନହୁଏ, ତେବେ ସଙ୍ଗେ ସଙ୍ଗେ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରାନ୍ତୁ।
  • ତାଙ୍କର ପ୍ରଚୁର ରକ୍ତକ୍ଷୟ ହେଉଛି କି ? ଯଦି ହେଉଥାଏ,ତାକୁ ନିୟନ୍ତ୍ରଣ କରନ୍ତୁ ।
  • ତାଙ୍କର ନାଡି ଚାଲୁଛିତ କିମ୍ବା  ହୃଦଯନ୍ତ୍ର ଏପର୍ଯ୍ୟନ୍ତ ଚାଲୁଛି କି ନାହିଁ ? ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ,ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ ।

ପ୍ରଘାତ ହୋଇଛି କି?

ଉତ୍ତାପ ଜନିତ ଆଘାତ (ଝାଳହୀନତା, ପ୍ରବଳ  ଜ୍ଵର, ଗରମ ଓ ନାଲି ଚର୍ମ)।

ଶ୍ଵାସକ୍ରିୟା  ବନ୍ଦ  ହୋଇଗଲେ  କ’ଣ  କରିବେ : ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା । ଶ୍ଵାସକ୍ରିୟା ବନ୍ଦ ହୋଇଯିବାର ସାଧାରଣ  କାରଣ ଗୁଡିକ  ହେଉଛି : -

  • ତଣ୍ଟିରେ କୌଣସି ପଦାର୍ଥ ଲାଗିଯାଇଥାଏ ।
  • ଚେତା ହରାଇଥିବା  ଲୋକର  ଜିଭ, ମୁଣ୍ଡା  ଖଙ୍କାର ଦ୍ଵାରା ତଣ୍ଟି ଅବରୋଧ ହୋଇଥାଏ ।
  • ଜଣେ ଯଦି ପାଣିରେ ବୁଡିଯାଇଥାଏ, ଧୂଆଁଦ୍ଵାରା ଶ୍ଵାସରୁଦ୍ଧ  ହୋଇଯାଇଥାଏ ବା ଶରୀରରେ ବିଷ ପ୍ରବେଶ କରିଥାଏ ।
  • ଜଣେ ଯଦି ଛାତି କିମ୍ବା ମୁଣ୍ଡରେ ଆଘାତପ୍ରାପ୍ତ ହୋଇଥିବେ ।
  • ଯଦି ହୃଦସ୍ପନ୍ଦନ ବନ୍ଦ ହୋଇଯାଏ ।

ଯଦି ଶ୍ଵାସକ୍ରିୟା ଚାରିମିନିଟ  ପର୍ଯ୍ୟନ୍ତ ବନ୍ଦ ହୋଇଯାଏ, ତେବେ ଜଣେ ଲୋକ ମରିଯିବ ।

ଜଣଙ୍କର  ଶ୍ଵାସକ୍ରିୟା ବନ୍ଦ ହେବା ସଙ୍ଗେ ସଙ୍ଗେ ହିଁ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା  କରନ୍ତୁ ।

ଯେତେଶୀଘ୍ର ପାରନ୍ତି ନିମ୍ନଦତ୍ତ ସମସ୍ତ ପଦ୍ଧତି ଅନୁସରଣ କରନ୍ତୁ :

  1. ପ୍ରଥମ  ପଦକ୍ଷେପ :
  2. ପାଟି ବା ତଣ୍ଟିରେ କିଛି ଲାଗିଥିଲେ ଶୀଘ୍ର ବାହାର କରିନିଅନ୍ତୁ । ଜିଭକୁ  ବାହାରକୁ ଟାଣି ଆଣନ୍ତୁ । ଯଦି ତଣ୍ଟିରେ ଖଙ୍କାର  ଲାଗିଥାଏ,ଶୀଘ୍ର ସଫା କରିଦିଅନ୍ତୁ  ।

  3. ଦ୍ଵିତୀୟ  ପଦକ୍ଷେପ :
  4. ଖୁବ୍ ଶୀଘ୍ର  ସେହି  ବ୍ୟକ୍ତିଙ୍କୁ  ମୁହଁ  ଉପରକୁ  କରି ଶୁଆଇ ଦିଅନ୍ତୁ । ମୁଣ୍ଡକୁ  ପଛପଟକୁ  ନୂଆଁଇ ମାଢିକୁ  ଉପରକୁ  ଟେକନ୍ତୁ  ।

  5. ତୃତୀୟ  ପଦକ୍ଷେପ :
  6. ଆପଣଙ୍କ  ଆଙ୍ଗୁଠିଦ୍ଵାରା ତାଙ୍କ  ନାକକୁ  ଚିପିଧରି,  ମୁହଁକୁ  ପୁରା  ଖୋଲିଦେଇ  ତା’  ଉପରେ  ଆପଣଙ୍କ  ମୁହଁକୁ ଲଗାନ୍ତୁ  ଓ  ତାଙ୍କ  ଫୁସ୍ ଫୁସ୍  ଭିତରକୁ  ଖୁବ୍  ଜୋରରେ  ଫୁଙ୍କନତୁ,  ଯେପରି  କି  ତାଙ୍କର  ଛାତି  ଫୁଲିଉଠିବ । ପବନ  ବାହାରକୁ  ବାହାରି  ଆସିବା  ପର୍ଯ୍ୟନ୍ତ  ଅପେକ୍ଷା  କରନ୍ତୁ  ଓ  ପୁଣି  ଥରେ  ଫୁଙ୍କନତୁ । ଏକ  ମିନିଟରେ  ପ୍ରାୟ  ୧୫ ଥର  ପର୍ଯ୍ୟନ୍ତ  ଏପରି  କରନ୍ତୁ  । ନବଜାତ  ଶିଶୁଙ୍କ  କ୍ଷେତ୍ରରେ  ଖୁବ୍ ଆସ୍ତେ,  ଏକ  ମିନିଟ୍ ରେ  ପ୍ରାୟ  ୨୫ ଥର  ପର୍ଯ୍ୟନ୍ତ  ଏପରି  କରନ୍ତୁ  କିମ୍ବା  ଆପଣଙ୍କ ପାଟିରେ  ଯେତିକି ବାୟୁଥିବ  ସେତିକି  ଶିଶୁର  ଫୁସ୍ ଫୁସ୍  ଭିତରକୁ  ଦିଅନ୍ତୁ  ପ୍ରାୟ  ମିନିଟ୍ କୁ  ୪୦ ଥର । ଆପଣ  ନିଜର ଫୁସ୍ ଫୁସ୍ ରୁ  ବାୟୁ  ଦିଅନ୍ତୁ  ନାହିଁ,  ଆପଣଙ୍କ  ଗାଲରୁ  ହିଁ  କେବଳ  ପବନ  ଦିଅନ୍ତୁ । ଯଦି  ଶକ୍ତଭାବେ  ପବନ  ଦେବେ  ତେବେ  ତା’ର  ଫୁସ୍ ଫୁସ୍  ଫାଟି  ଯିବ ।

ଜଣେ  ନିଜେ  ନିଜେ  ଶ୍ଵାସକ୍ରିୟା  କରିବା  ପର୍ଯ୍ୟନ୍ତ  ବା  ତାଙ୍କର  ମୃତ୍ୟୁ  ହୋଇଯାଇଛି  ବୋଲି  ଆପଣ  ନିଶ୍ଚିତ  ନ ହେବା  ପର୍ଯ୍ୟନ୍ତ  ମୁହଁରେ  ମୁହଁ  ଲଗାଇ  ଶ୍ଵାସକ୍ରିୟା  କରନ୍ତୁ  ।  କେତେକ  କ୍ଷେତ୍ରରେ  ଆପଣଙ୍କୁ  ଏହିପରି  ଗୋଟିଏ  ଘଣ୍ଟା  କିମ୍ବା  ଅଧିକ  ସମୟ  ଧରି  କରିବାକୁ  ପଡିଥାଏ ।

ତାଙ୍କର  ପ୍ରଚୁର  ରକ୍ତକ୍ଷୟ  ହେଉଛି କି ? ଯଦି  ହେଉଥାଏ  ତା’କୁ ନିୟନ୍ତ୍ରଣ  କରନ୍ତୁ । କୌଣସି  କ୍ଷତର  ରକ୍ତସ୍ରାବ  କିପରି  ନିୟନ୍ତ୍ରଣ  କରିବେ ।

  1. ଆଘାତପ୍ରାପ୍ତ  ଅଂଶକୁ  ଉପରକୁ  ଉଠାଇ  ରଖନ୍ତୁ  ।
  2. ଗୋଟିଏ  ସଫାକନାଦ୍ଵାରା (ସଫା  କନା ନଥିଲେ  ଆପଣଙ୍କ ହାତ ଦ୍ଵାରା) ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ କ୍ଷତଟିକୁ  ଚାପିଧରନ୍ତୁ ସେଥିପାଇଁ  ହୁଏତ ୧୫ ମିନିଟ୍  ବା ବେଳେବେଳେ  ଘଣ୍ଟାଏ ବା ତା’ ଠାରୁ  ଅଧିକ ସମୟ ଲାଗେ ।
  3. ଯଦି କ୍ଷତଟିକୁ  ଚାପିଧରିବା ଦ୍ଵାରା ରକ୍ତସ୍ରାବ  ବନ୍ଦ ନହୁଏ ଓ  ଯଦି  ସେହି  ବ୍ୟକ୍ତିଙ୍କର ପ୍ରଚୁର ରକ୍ତକ୍ଷୟ  ହୁଏ, ତେବେ  ନିମନମତତେ କରନ୍ତୁ ।
    • କ୍ଷତକୁ  ଚାପି  ଧରନ୍ତୁ
    • କ୍ଷତାକ୍ତ ଅଙ୍ଗକୁ ଯେତେ ସମ୍ଭବ ଉଚ୍ଚରେ ରଖନ୍ତୁ
    • କ୍ଷତ ଓ ଶରୀର ମଧ୍ୟସ୍ଥ ହାତ ବା ଗୋଡରେ କ୍ଷତସ୍ଥାନର ନିକଟତମ ଅଂଶରେ ବାନ୍ଧି ଦିଅନ୍ତୁ।
    • ବାନ୍ଧିବା ପାଇଁ ଚଉଡା ହୋଇଥିବା କପଡା  କିମ୍ବା ଓସାରିଆ ପଟି ବ୍ୟବହାର କରନ୍ତୁ । ସାରୁ  ଦଉଡି, ବଳା ରାସୀ  ବା ତାର ବ୍ୟବହାର  କରନ୍ତୁ  ନାହିଁ  ।

ସତର୍କତା

  • ଯଦି  ଭୀଷଣ ଭାବେ ରକ୍ତସ୍ରାବ  ହେଉଥାଏ ଓ ଚାପିଧରିବା ଦ୍ଵାରା ତାହା ନିୟନ୍ତ୍ରିତ ହେଉ ନଥାଏ, ତେବେ  କେବଳ  କ୍ଷତସ୍ଥାନକୁ  ବାନ୍ଧି  ଦିଅନ୍ତୁ ।
  • ରକ୍ତ  ସଞ୍ଚାଳନ ପାଇଁ ପ୍ରତି  ଅଧଘଣ୍ଟାରେ,  ଗଣ୍ଠି  ଟିକିଏ  ହୁଗୁଳା  କରି  ଦିଅନ୍ତୁ  ଓ  ଆଉ  ବାନ୍ଧିବା ଦରକାର କି ନାହିଁ  ଅନୁଧ୍ୟାନ କରନ୍ତୁ । ଅଧିକ ସମୟ ବାନ୍ଧି ରଖିବା ଦ୍ଵାରା  ହାତଗୋଡ  ଅକାମୀ  ହୋଇଯାଏ । ଯାହାଦ୍ଵାରା ଶେଷକୁ  ହାତ  କିମ୍ବା  ଗୋଡକୁ  କାଟିବାକୁ  ପରିପାରେ ।
  • ରକ୍ତସ୍ରାବ  ବନ୍ଦକରିବା  ପାଇଁ  କାଦୁଅ, ଗୋବର, କିରୋସିନ୍, ଚୂନ  ବା  କଫି  ଆଦୌ  ବ୍ୟବହାର  କରନ୍ତୁ  ନାହିଁ ।
  • ଯଦି ରକ୍ତସ୍ରାବ ଓ ଆଘାତ ଭୀଷଣ  ହୋଇଥାଏ, ତେବେ ପ୍ରଘାତର ପ୍ରତିରୋଧ  ପାଇଁ  ଗୋଡ ଉପରକୁ ଓ ମୁଣ୍ଡ ତଳକୁ  କରି ରଖନ୍ତୁ ।
  • ତାଙ୍କର ନାଡି ଚାଲୁଛି କିମ୍ବା ହୃଦଯନ୍ତ୍ର  ଚାଲୁଛି  କି ନାହିଁ, ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top