অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା (ଥଣ୍ଡାଜନିତ ଜରୁରୀ ଅବସ୍ଥା)

ଶରୀରର ଉତ୍ତାପ କମିଯିବା (ହାଇପୋଥର୍ମିଆ)

ଥଣ୍ଡାରେ ବା ଥଣ୍ଡା ଜଳବାୟୁରେ ବା ଶୀତ, ବର୍ଷା, ବତାସ ପାଗରେ ଯେଉଁ  ବ୍ୟକ୍ତିମାନେ ଉପଯୁକ୍ତ ପରିମାଣର ଗରମ  ପୋଷାକ  ନ ପିନ୍ଧନ୍ତି, ସେମାନଙ୍କ ଶରୀରର ଉତ୍ତାପ କମିଯାଏ । ଏହା ବହୁତ ବିପଦଜନକ। ବେଳେବେଳେ ବ୍ୟକ୍ତି  କିଛି  ଜାଣିପାରେ ନାହିଁ ଯେ ତା’ର କ’ଣ ହୋଇଯାଉଛି ? ଏପରିକି ସେ ଏପରି ଭାବରେ  ଥଣ୍ଡାରେ  ଆକ୍ରାନ୍ତ  ହୋଇଯାଏ,  ଯାହାଦ୍ୱାରା ସେ ଅନ୍ୟକୁ ସାହାଯ୍ୟ ପାଇଁ କହିପାରେ ନାହିଁ  ଓ ଶେଷରେ ମରିଯାଏ ।

ଲକ୍ଷଣ

  • ଜୋରରେ  ଥରିବା
  • ପାଟି ଖନି  ମାରିବା
  • ଚାଲିଲାବେଳେ  ଥରିବା
  • ଠିକ୍ ଭାବରେ ଚିନ୍ତା କରି ନ ପାରିବା।
  • ଦୁର୍ବଳ  ଅନୁଭବ  କରିବା
  • ବ୍ୟକ୍ତିକୁ  ତୁରନ୍ତ  ଶୁଖିଲା  ଓ ଉଷୁମ  ଜାଗାକୁ  ନେଇଯାଆନ୍ତୁ  ।
  • ଯଦି  ତାଙ୍କର  ଲୁଗାପଟା  ଓଦା ହୋଇଛି ତାକୁ କାଢି ଶୁଖିଲା ପୋଷାକ ପିନ୍ଧାଇଦିଅନ୍ତୁ ।
  • ଦେଖନ୍ତୁ  ତାଙ୍କର  ଯେପରି  ମୁଣ୍ଡ,  ହାତ, ଗୋଡ  ଘୋଡାଇ  ହୋଇ  ରୁହେ ।
  • ଛୋଟ  ଛୋଟ  ଗୋଡି  ଗରମ  କରି  ଗୋଟିଏ କନାରେ ଗୁଡାଇ ତାଙ୍କର  ଛାତି, ପେଟ, ପିଠିରେ ରଖନ୍ତୁ ।

ଚିକିତ୍ସା

ବ୍ୟକ୍ତିଙ୍କୁ  ଉଷୁମ  ରଖିବା ପାଇଁ ପଦକ୍ଷେପ ନିଅନ୍ତୁ । ଯଦି ଛୋଟ ପିଲା, ତେବେ ତାକୁ ଆପଣଙ୍କ ଦେହରେ ଜାକି ଧରନ୍ତୁ । ବା ତାକୁ ନିଜ ବାହୁରେ ଜାବୁଡି ଧରି ଶୁଅନ୍ତୁ । ଯଦି  ସମ୍ଭବ,  ସେହି  ପିଲାର  ଅନ୍ୟ  ପାର୍ଶ୍ଵରେ ଆଉ ଜଣେ ଶୋଇପଡନ୍ତୁ ଓ  ଯଦି  ଖଟ  ଅଛି  ଖଟ  ତଳେ  କିଛି  କୋଇଲା କିମ୍ବା  ଲଣ୍ଠନ ଜାଳି ରଖନ୍ତୁ । (ସାବଧାନ – ଏହା ଅତି ଗରମ ବା ଜାଳି ନ ପକାଏ)।

ମିଠା  ଜିନିଷ  ଖାଇବାକୁ  ଦିଅନ୍ତୁ  ଯଥା – ଚିନି, ମିଶ୍ରି, ମହୁ, ମିଠା ପାଚିଲା ଫଳ ବା ଫଳରସ । ଯଦି ମିଠା ଜିନିଷ କିଛି  ନାହିଁ  ତେବେ ଭାତ, ରୁଟି, କଦଳୀ, ଆଳୁ ଖାଇବାକୁ  ଦିଅନ୍ତୁ । ଯଦି ଏହା  କଲାପରେ ବି ଲୋକଟି ଥରେ ବା ତା’ଠାରେ  ଉପରୋକ୍ତ  ଲକ୍ଷଣ ଥାଏ ବା ଅଜ୍ଞାନ ହୋଇଯାଏ, ତେବେ  ତା’ର  ଦେହରେ ଉଷୁମ ଆଣିବା ପାଇଁ ଚେଷ୍ଟା କରନ୍ତୁ ଓ ଡାକ୍ତରୀ ସହାୟତା ଶୀଘ୍ର ନିଅନ୍ତୁ ।

ପିଲା ଓ ଅସୁସ୍ଥ ବ୍ୟକ୍ତି ମାନଙ୍କର ଶରୀରରେ ସ୍ୱଳ୍ପ ଉତ୍ତାପ

ବେଳେବେଳେ  ବିଶେଷ  କରି  ଥଣ୍ଡା  ପାଗରେ, ଛୋଟ  ପିଲା ଓ ଅସୁସ୍ଥ ବ୍ୟକ୍ତି, ବୃଦ୍ଧ, ରୋଗୀ, ଦୁର୍ବଳ  ଓ କୁପୋଷଣ  ବ୍ୟକ୍ତିମାନେ  ଶୀଘ୍ର  ଉତ୍ତାପ  ହରାନ୍ତି । ଶରୀରର  ଉତ୍ତାପ ସାଧାରଣ  ଉତ୍ତାପଥାରୁ ବହୁତ ତଳକୁ ଖସିଯାଏ  ଯାହାଦ୍ୱାରା ପୂର୍ବ  ପୃଷ୍ଠାରେ  ବର୍ଣ୍ଣିତ  ଲକ୍ଷଣ  ସବୁ  ପ୍ରକାଶ ପାଏ ଓ ରୋଗୀ ମରିଯାଇପାରେ। ଏପରି  କ୍ଷେତ୍ରରେ  ସେମାନଙ୍କର ଶରୀରରେ ଉତ୍ତାପ ଆଣିବା ପାଇଁ  ପୂର୍ବ  ବର୍ଣ୍ଣିତ ଉପାୟଦ୍ଵାରା ଚେଷ୍ଟା କରନ୍ତୁ ।

ଚର୍ମ  ବରଫା  ହୋଇଯିବା (ତୁଷାର  କ୍ଷତ)

ଥଣ୍ଡା  ପାଗରେ ଯଦି ଜଣେ ବ୍ୟକ୍ତି ଠିକ୍ ଭାବରେ  ପୋଷାକ ନ ପିନ୍ଧେ ତାର ହାତ, ଗୋଡ, କାନ ଓ ମୁହଁ  ଭୀଷଣ ଥଣ୍ଡା  ହୋଇଯିବାକୁ  ଆରମ୍ଭ କରେ । ଏହାକୁ  ତୁଷାର  କ୍ଷତ  କୁହାଯାଏ । ଏହା ଅତି ମାରାତ୍ମକ। ଚର୍ମ ଅଧିକ ଥଣ୍ଡାହୋଇ ମରିଯାଏ  ଓ କଳା ପଡିଯାଏ ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କାଟିବାକୁ ପଡିଥାଏ ।

ଲକ୍ଷଣ

  • ଶରୀରର ସେହି  ଅଂଶଟି ନିସ୍ତେଜ ଓ ତା’ପରେ ତୀବ୍ର  ବେଦନା  ଅନୁଭୂତ ହୁଏ ।
  • ତା’ପରେ ଯେବେ କ୍ରମଶଃ  ତୁଷାର କ୍ଷତ ବଢି ବଢି ଚାଲେ ସେ ଅଂଶର ଅନୁଭବ ଶକ୍ତି ନଷ୍ଟ ହୁଏ ।
  • ସେହି  ଅଂଶଟି  ବିକୃତ ବର୍ଣ୍ଣଯୁକ୍ତ ହୁଏ ଓ ଛୁଇଁଲେ କଠିନ ଜଣାପଡେ ।

ମୃଦୁ  ତୁଷାର  କ୍ଷତ  ଚିକିତ୍ସା

ଯଦି ଚର୍ମ ନରମ ଜଣାପଡୁଛି ତେବେ ଏହା  ମୃଦୁ  ତୁଷାର କ୍ଷତ ହୋଇପାରେ । ଥଣ୍ଡା ହୋଇଥିବା ଅଂଶକୁ  ଶୁଖିଲା  କନାରେ ବାନ୍ଧି ଦିଅନ୍ତୁ  ଓ ରୋଗୀର  ଅନ୍ୟ  ଅଙ୍ଗ  କିମ୍ବା  ଅନ୍ୟ ଜଣକର ଅଙ୍ଗଦ୍ଵାରା ଏହାକୁ ଉଷୁମ କରାନ୍ତୁ । ଯେତେ ଶୀଘ୍ର  ସମ୍ଭବ ରୋଗୀକୁ ଉଷୁମ ଜାଗାକୁ ନେଇଯାଆନ୍ତୁ । ହାତ ଓ ଗୋଡ ଉଷୁମ  କରାନ୍ତୁ, କାନ ଓ ମୁହଁ ଘୋଡାଇ  ରଖନ୍ତୁ ।

ସତର୍କତା

ଏ କ୍ଷେତ୍ରରେ ବ୍ୟକ୍ତିର ଶରୀର ଯେପରି  ସଂପୂର୍ଣ୍ଣ ଭାବରେ ଉଷୁମ ରହିପାରିବ ସେଥିପ୍ରତି ସତର୍କ ରୁହନ୍ତୁ।

  • ଗୋଟିଏ ବଡ ପାତ୍ରରେ ହାତକୁ  ସୁହାଇଲା ଭଳି ଉଷୁମ  ପାଣି ରଖନ୍ତୁ (ଗରମ  ପାଣି  ନୁହେଁ) ।
  • ବ୍ୟକ୍ତିର ଥଣ୍ଡା ହୋଇଥିବା ଜାଗା ଉଷୁମ ହେବା ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ।
  • ଯଦି ପାଣି ଥଣ୍ଡା ହୋଇଯାଏ ତେବେ ଉଷୁମ ପାଣି ମିଶାନ୍ତୁ ।
  • ପାଣି  ବଦଳାଇବା  ସମୟରେ ବ୍ୟକ୍ତିର ରୋଗାଗ୍ରସ୍ତ  ଅଙ୍ଗକୁ  ବାହାରକୁ  ନେଇ  ଆସନ୍ତୁ  କାରଣ ପାଣି କେତେ ଗରମ  ଅଛି । ସେ ଜାଣିପାରେ ନାହିଁ  ତେଣୁ ତା’ର ଅଙ୍ଗତି  ଜଳିଯାଇପାରେ ।
  • ବ୍ୟକ୍ତିର ଥଣ୍ଡା ଜାଗା ଉଷୁମ ହୋଇଗଲେ ଅଧିକ ଯନ୍ତ୍ରଣା ହୁଏ । ତେଣୁ ବ୍ୟକ୍ତିକୁ ଆସ୍ପିରିନ ବା କୋଡିନ ଦିଅନ୍ତୁ ।
  • ବ୍ୟକ୍ତିର ଦେହ ଉଷୁମ ହୋଇଗଲେ ତାକୁ  ଶୁଖିଲା  ଜାଗାକୁ ନେଇଯାଆନ୍ତୁ, ତା’କୁ  ପୂର୍ଣ୍ଣ ବିଶ୍ରାମ ଦେଇ  ଉଷୁମରେ ରଖନ୍ତୁ ।
  • ଘା’ ବା ପୋଡା ଭଳି ଏହି  ଥଣ୍ଡା  ଜାଗାର ଯତ୍ନ ନିଅନ୍ତୁ ଓ ସେହି ଅଙ୍ଗକୁ ସାବଧାନ ସହକାରେ ଚିକିତ୍ସା କରନ୍ତୁ ।
  • ଡାକ୍ତରୀ ସହାୟତା ନିଅନ୍ତୁ । ବେଳେବେଳେ ତୁଷାର କ୍ଷତ ସ୍ଥାନଟି  ସମ୍ପୂର୍ଣ୍ଣ  ନଷ୍ଟ ହୋଇଯାଇଥାଏ ।  ଯେଉଁଥିପାଇଁ  ତା’କୁ  ଅସ୍ତ୍ରୋପ୍ରଚାର ଦ୍ଵାରା କାଟି  ବାହାର  କରିଦେବାକୁ ପଡେ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate