ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ପ୍ରାଥମିକ ଚିକିତ୍ସା (ନାକରୁ ରକ୍ତସ୍ରାବ କିପରି ବନ୍ଦ କରିବେ)
ସେଆର କରନ୍ତୁ

ପ୍ରାଥମିକ ଚିକିତ୍ସା (ନାକରୁ ରକ୍ତସ୍ରାବ କିପରି ବନ୍ଦ କରିବେ)

ପ୍ରାଥମିକ ଚିକିତ୍ସା (ନାକରୁ ରକ୍ତସ୍ରାବ କିପରି ବନ୍ଦ କରିବେ) ସେ ସମ୍ବନ୍ଧରେ ସୂଚନା ।

ନାକରୁ ରକ୍ତ ସ୍ରାବ ହେଲେ କ'ଣ କରିବେ ?

  1. ଧୀରସ୍ଥିର ହୋଇ ବସନ୍ତୁ ।
  2. ଦଶମିନିଟ ପର୍ଯ୍ୟନ୍ତ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ନାକକୁ ଚିପି ଧରନ୍ତୁ ।
  3. ଏହା ଯଦି ରକ୍ତସ୍ରାବ  ନିୟନ୍ତ୍ରଣ  ନକରେ, ମେଞ୍ଚାଏ ତୁଳାକୁ ବିଣ୍ଡା  କରି,  ତା’ର  କିଛି  ଅଂଶ ବାହାରକୁ ରଖି ନାକପୁଡା  ଭିତରେ ଭର୍ତ୍ତି କରନ୍ତୁ । ଯଦି  ସମ୍ଭବ  ହୁଏ ସେହି ତୁଳାକୁ ହାଇଡ୍ରୋଜେନ ପେରକସାଇଡ, ଭେସ୍ ଲିନ୍, କାର୍ଡନ କାକଟସ୍ ରସ ବା ଏପିନେଫ୍ରାଇନ ସହିତ ଲିଡୋକେନ ମିଶାଇ ଭିଜାଇ ଦିଅନ୍ତୁ।
  4. ତା’ପରେ ପୁଣିଥରେ ନାକକୁ ଭଲଭାବେ ଚାପି  ଧରନ୍ତୁ । ୧୦ ମିନିଟ୍ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ସେହିପରି ଧରନ୍ତୁ । ମୁଣ୍ଡକୁ ସିଧା ଉପରକୁ ରଖନ୍ତୁ ।
  5. ରକ୍ତସ୍ରାବ ବନ୍ଦ ହେବାର  କିଛି  ଘଣ୍ଟା ପର୍ଯ୍ୟନ୍ତ ତୁଳା ବିଣ୍ଡାକୁ  ବାହାର କରନ୍ତୁ ନାହିଁ  ଓ ତା’ପରେ  ଅତି ଯତ୍ନର ସହିତ  ତୁଳା ବିଣ୍ଡାକୁ ବାହାର କରି ନିଅନ୍ତୁ ।
  6. ନାକ  ଖୋଳନ୍ତୁ  ନାହିଁ ବା ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରନ୍ତୁ ନାହିଁ ଏହାଦ୍ଵାରା ପୁଣିଥରେ ରକ୍ତସ୍ରାବ ହେବ ।

ବିଶେଷତଃ  ବୃଦ୍ଧଲୋକମାନଙ୍କ  କ୍ଷେତ୍ରରେ  ନାକର  ପାଶ୍ଚାତ  ଭାଗରୁ  ରକ୍ତସ୍ରାବ  ହୋଇଥାଏ ଓ ନାକକୁ ଚିପି ଧରିବା  ଦ୍ଵାରା ବନ୍ଦ ହୁଏ ନାହିଁ । ଏ  କ୍ଷେତ୍ରରେ  ଦାନ୍ତ  ମଝିରେ  ସୋଲ, ଜହ୍ନି  ବା ମକା  ଭୁଣ୍ଡି  ଛାପି ରଖି ସାମ୍ନାକୁ  ଝୁଙ୍କି ଧୀରସ୍ଥିର  ହୋଇ  ବସି  ରହନ୍ତୁ ଓ  ରକ୍ତସ୍ରାବ  ବନ୍ଦ ନ ହେବା  ପର୍ଯ୍ୟନ୍ତ  ନ ଢୋକିବାକୁ  ଚେଷ୍ଟା କରନ୍ତୁ । (ପାଟି  ମେଲା  ରହିବାଦ୍ଵାରା  ଢୋକି  ହୁଏ  ନାହିଁ  ଓ  ରକ୍ତ  ଜମାଟ  ବାନ୍ଧିବା  ପାଇଁ  ସୁଯୋଗ  ମିଳିଥାଏ ।)

ପ୍ରତିଷେଧକ

  • ଯଦି ଜଣେ ବ୍ୟକ୍ତିର ନାକରୁ ବାରମ୍ବାର  ରକ୍ତ ବାହାରେ, ତେବେ ଦିନକୁ  ଦୁଇଥର ଅଳ୍ପ  କିଛି ଭେସଲିନ୍ ତାଙ୍କ ନାକ  ପୁଡା  ଭିତରେ  ଲେପନ  କରନ୍ତୁ   କିମ୍ବା  ପାଣିରେ  ଅଳ୍ପ ଲୁଣ ମିଶାଇ ଏହାକୁ ନାକରେ ଶୁଙ୍ଘନ୍ତୁ ।
  • କମଳା, ଟମାଟୋ ବା ଅନ୍ୟାନ୍ୟ ଫଳ ଖାଇବାଦ୍ଵାରା ରକ୍ତବାହୀ ଶୀରା ମଜବୁତ ହୋଇ ନାକରୁ ରକ୍ତ ପଡିବା କମିଯାଏ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏ

2.57142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top