অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା(ପୋଡିଯିବା)

ଗଣ୍ଠି ଚତୁଃପାର୍ଶ୍ଵ ପୋଡା

ଅଧିକାଂଶ ପୋଡିଯିବା ଅବସ୍ଥାର ପ୍ରତିରୋଧ କରାଯାଇପାରିବ । ପିଲାମାନଙ୍କ  କ୍ଷେତ୍ରରେ ବିଶେଷ ଯତ୍ନ ନିଅନ୍ତୁ ।

  • ଛୋଟ ଛୁଆଙ୍କୁ ନିଆଁ ନିକଟକୁ ଯିବାକୁ ଦିଅନ୍ତୁ ନାହିଁ ।
  • ବତୀ ଓ ଦିଆସିଲି  ଇତ୍ୟାଦି  ହାତପାହାନ୍ତାରେ ରଖନ୍ତୁ ନାହିଁ ।
  • ଚୁହ୍ଲା ଉପରେ ବସିଥିବା ପାତ୍ରର ମୁଠାକୁ ବୁଲାଇ କରି ରଖନ୍ତୁ, ଯେପରିକି ଛୁଆଙ୍କ ହାତ ପାଇବ ନାହିଁ ।

ଫୋଟକା ହୋଇ ନଥିବା ସାମାନ୍ୟ ପୋଡା (ପ୍ରଥମ ଅବସ୍ଥା)

ଅଧିକ  କଷ୍ଟରୁ  ବଞ୍ଚିବାପାଇଁ  ଓ ଦେହର ବେଶୀ କ୍ଷତି  ନ ଘଟାଇବା  ପାଇଁ ସାମାନ୍ୟ  ଭାବେ  ପୋଡିଯିବା ପରେ, ପୋଡିଯାଇଥିବା  ଅଂଶକୁ ସଙ୍ଗେ ସଙ୍ଗେ  ଥଣ୍ଡାପାଣିରେ  ବୁଡାଇ  ଦିଅନ୍ତୁ । ଅନ୍ୟ କୌଣସି  ଚିକିତ୍ସାର ଆବଶ୍ୟକତା ନାହିଁ  । କଷ୍ଟ କମାଇବା ପାଇଁ ଆସ୍ପିରିନ ଖାଆନ୍ତୁ ।

ଫୋଟକା ହେଲାଭଳି ପୋଡା (ଦ୍ଵିତୀୟ ଅବସ୍ଥା)

  • ଫୋଟକା  ଗୁଡିକୁ  ଫଟାନ୍ତୁ  ନାହିଁ ।
  • ଯଦି  ଫୋଟକାଗୁଡିକ  ଫାଟିଯାଇଥାଏ,ତେବେ ଫୁଟାହୋଇ  ଥଣ୍ଡା  କରାଯାଇଥିବା ପାଣି  ଓ ସାବୁନଦ୍ଵାରା ସେଗୁଡିକୁ  ଧୀରେ  ଧୀରେ  ସଫା  କରିଦିଅନ୍ତୁ । ଗୋଟିଏ  ବିଶୋଧିତ ଗଜ ଉପରେ କିଛି ଭେସଲିନ୍ ରଖି  ଉତ୍ତାପ ପ୍ରୟୋଗ କରିବାଦ୍ଵାରା  ତାହା  ଗଜ  ଉପରେ  ବ୍ୟାପିଯାଏ ଓ ବିଶୋଧିତ ବି ହୋଇଯାଏ । ସେହି ଗଜଟିକୁ ପୋଡି ଯାଇଥିବା ଅଂଶରେ ଲଗାଇ ଦିଅନ୍ତୁ । ଭେସଲିନ୍   ବଦଳରେ  ସିଲଭର  ସଲଫାଡାଏଜିନ  ମଧ୍ୟ ବ୍ୟବହାର କରିପାରେ ।
  • ଯଦି  ଭେସ୍ ଲିନ୍  ନ ଥାଏ, ତେବେ କିଛି ଜେନସିଆନ୍  ଭାଓଲେଟ ଦେଇ ପୋଡାସ୍ଥାନକୁ ଖୋଲା ଛାଡି ଦିଅନ୍ତୁ ।

ପୋଡିଯାଇଥିବା  ଅଂଶକୁ  ଯେତେଦୂର  ସମ୍ଭବ  ପରିଷ୍କାର  ରଖିବା  ସବୁଠାରୁ  ଗୁରୁତ୍ଵପୂର୍ଣ୍ଣ । ଏହାକୁ ମଇଳା,ଧୁଳି ଓ ମାଛି  ଇତ୍ୟାଦିଙ୍କଠାରୁ ଦୂରରେ ରଖନ୍ତୁ ।

ଯଦି  ପୋଡା  ଜାଗାରେ  ପୂଜ, ଦୁର୍ଗନ୍ଧ, ଜ୍ଵର  ଓ  ହାତଗୋଡ  ଫୁଲିଯିବା  ଇତ୍ୟାଦି   ପରି  ସଂକ୍ରମଣର  ଲକ୍ଷଣ  ଦେଖାଦିଏ  ତେବେ  ଦିନକୁ  ତିନିଥର  କରି ପଟାସିୟମରୁ  ପରମାଙ୍ଗାନେଟର   ସେକ  ଦିଅନ୍ତୁ  । ଯଦି  ପଟାସିୟମ ପରମାଙ୍ଗାନେଟ ମିଳେ  ନାହିଁ,  ତେବେ  ଗରମ  ଲୁଣ  ପାଣି  ବ୍ୟବହାର   କରିପାରିବେ (ଏକ  ଲିଟର  ପାଣିରେ  ଏକ ଚା  ଚାମଚ  ଲୁଣ  ମିଶାନ୍ତୁ) ବ୍ୟବହାର  କରିବା  ପୂର୍ବରୁ   ପାଣି  ଓ  କପଡା  ଉଭୟକୁ  ଗରମ  ପାଣିରେ  ଫୁଟାନ୍ତୁ । ମଲା ଚମଡା ଓ ମାଂସକୁ  ଯତ୍ନର ସହିତ ବାହାର  କରିଦିଅନ୍ତୁ  । ବର୍ତ୍ତମାନ  ପୋଡା  ଜାଗା  ଉପରେ  ଆପଣ  ନିଓସ୍ପୋରିନ ବା ସିଲଭର  ସଲଫାଡାଏଜିନ  ବା  ସସେପରି   କିଛି  ପ୍ରତିସଂକ୍ରମଣ  ଔଷଧ  ଲଗାଇ  ଦେଇ  ପାରନ୍ତି । ସାଘାଂତିକ  ଅବସ୍ଥାରେ  ଆପଣ  ପେନିସିଲିନକିମ୍ବା  ଆମ୍ପିସିଲିନ  ପରି  ପ୍ରତିସଂକ୍ରମଣ  ବଟିକା ଖାଇବାକୁ ଦିଅନ୍ତୁ ।

ସାଘାଂତିକ ପୋଡା (ତୃତୀୟ ଅବସ୍ଥା)

  • ଏହାଦ୍ଵାରା  ଚର୍ମ  ସମ୍ପୂର୍ଣ୍ଣ  ନଷ୍ଟ  ହୋଇଯାଇ  କଞ୍ଚା  ବା  ଅଧାପୋଡା  ମାଂସ  ଦେଖାଯାଏ । ଏହା ଦେହର  ଅଧିକାଂଶ  ଅଂଶ  ପୋଡିଯାଇଥିବା  ପରି  ସାଘାଂତିକ । ସଙ୍ଗେ  ସଙ୍ଗେ  ସେହି  ବ୍ୟକ୍ତିଙ୍କୁ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ନେଇ  ଯାଆନ୍ତୁ । ଏହି  ସମୟରେ  ପୋଡିଯାଇଥିବା  ଅଂଶକୁ  ଗୋଟିଏ  ସଫା  କନା  କିମ୍ବା  ଗାମୁଛା  ଦ୍ଵାରା  ଘୋଡାଇ ରଖନ୍ତୁ  ।
  • ଯଦି  ଡାକ୍ତରୀ  ସାହାଯ୍ୟ  ପାଇବା  ଅସମ୍ଭବ  ହୁଏ,  ତେବେ  ଉପର  ବର୍ଣ୍ଣିତ  ପଦ୍ଧତିରେ  ଚିକିତ୍ସା  କରନ୍ତୁ  । ଭେସଲିନ୍  ନଥିଲେ, ସିଲଭର  ସଲ୍ଫାଡାଏଜିନ  ବା  ଜେନସିଆନ  ଭାଓଲେଟ  ଦେଇ  ବା  କିଛି  ଯଦି  ନଥାଏ  ତେବେ  ପୋଡା  ଅଂଶକୁ  ପବନ  ବାଜିଲା  ପରି  ଖୋଲା ଛାଡି  ଦିଅନ୍ତୁ । କେବଳ ଧୁଳି  ଓ ମାଛିଙ୍କୁ  ଦୂରେଇ  ରଖିବାପାଇଁ  ଖଣ୍ଡିଏ  ସୂତା  କପଡା  ବା  ଚାଦର  ଘୋଡାଇ  ଦିଅନ୍ତୁ । ଉକ୍ତ  କପଡାକୁ ଅତ୍ୟନ୍ତ  ପରିଷ୍କାର  ରଖନ୍ତୁ  ଓ  ପୋଡା  ଅଂଶରୁ  ନିର୍ଗତ  ହେଉଥିବା  ଲସା  ବା  ରକ୍ତଦ୍ଵାରା  ମଇଳା  ହେବା ମାତ୍ରେ  ହିଁ  ଏହାକୁ  ବଦଳାଇ  ଦିଅନ୍ତୁ । ପେନିସିଲିନ  ଦିଅନ୍ତୁ  । ଟିଟାନସ  ଟକ୍ସାଇଡ ଇଞ୍ଜେକ୍ସନ ଦିଅନ୍ତୁ ।
  • ଗ୍ରିଜ୍, ଚର୍ବି, ତୈଳ କଫି, ଜଡିବୁଟୀ ବା ମଳ ଇତ୍ୟାଦି କେବେ ବି  ପୋଡାସ୍ଥାନରେ ଦିଅନ୍ତୁ ନାହିଁ ।

ଅତି ସାଘାଂତିକ ପୋଡାପାଇଁ ସ୍ଵତନ୍ତ୍ର ସତର୍କତା

  • ଅତି ସାଘାଂତିକଭାବେ ପୋଡିଯାଇଥିବା ବ୍ୟକ୍ତି, କଷ୍ଟ, ଭୟ ଓ ପୋଡଯାଇଥିବା ଫୋଟକାରୁ ବାହାରୁଥିବା ରସ ଇତ୍ୟାଦି  ସମଷ୍ଟିଗତ  କାରଣରୁ ଖୁବ୍ ସହଜରେ ପ୍ରଘାତପ୍ରାପ୍ତ ହୋଇଥାନ୍ତି ।
  • ପୋଡିଯାଇଥିବା  ବ୍ୟକ୍ତିଙ୍କୁ ଆରାମ  ଓ ଆଶ୍ଵାସନା  ଦିଅନ୍ତୁ । କଷ୍ଟ ପାଇଁ ତାଙ୍କୁ ପାରାଶିଟାମଲ ଓ ଜାଡି ସମ୍ଭବ କୋଡିନ  ଦିଅନ୍ତୁ। ଅଳ୍ପ ଲୁଣମିଶା  ପାଣିରେ ପୋଡିଯାଇଥିବା କ୍ଷତକୁ ଧୋଇ ଦେବାଦ୍ଵାରା  ମଧ୍ୟ କଷ୍ଟ କମିଯାଏ। ୧ ଲିଟର  ଫୁଟା ହୋଇ  ଥଣ୍ଡା କରାଯାଇଥିବା ପାଣିରେ ୧ ଚାମଚ ଲୁଣ  ମିଶାଇ ବ୍ୟବହାର କରନ୍ତୁ।
  • ପୋଡିଯାଇଥିବା  ବ୍ୟକ୍ତିଙ୍କୁ  ପ୍ରଚୁର  ପରିମାଣରେ  ତରଳ  ପଦାର୍ଥ  ଦିଅନ୍ତୁ  । ଜାଡି ପୋଡିଯାଇଥିବା  ଅଂଶ  ଯଥେଷ୍ଟ  ବଡ (ଆକାରରେ ତାଙ୍କ  ହାତ ପାପୁଲିର ଦୁଇଗୁଣ)  ତେବେ  ତାଙ୍କପାଇଁ  ନିମ୍ନମତ୍ତେ  ପାନୀୟ ପ୍ରସ୍ତୁତ କରନ୍ତୁ ।
  • ଏକାଧିକ  ଥର  ପରିସ୍ରା  କରିବା  ପର୍ଯ୍ୟନ୍ତ,  ପୋଡି  ଯାଇଥିବା  ବ୍ୟକ୍ତିକୁ  ଯେତେଥର ସମ୍ଭବ ଏହି ପାନୀୟ  ପିଇବାକୁ  ଦିଅନ୍ତୁ । ଗୋଟିଏ  ବଡ  ଆକାରର  ପୋଡା ପାଇଁ ଦିନକୁ ୪ ଲିଟର, ଖୁବ୍ ବଡ  ଆକାରର  ପୋଡା ପାଇଁ  ଦିନକୁ ୧୨ ଲିଟର ପିଇବାକୁ ଚେଷ୍ଟା କରନ୍ତୁ।
  • ସାଘାଂତିକ  ଭାବେ ପୋଡି ଯାଇଥିବା ବ୍ୟକ୍ତି ପ୍ରଚୁର ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଗଣ୍ଠି ଚତୁଃପାର୍ଶ୍ଵ ପୋଡା

କାହାରି  ଆଙ୍ଗୁଠି  ସନ୍ଦି, କାଖମୂଳ  ବା  ଅନ୍ୟାନ୍ୟ  ଗଣ୍ଠିସ୍ଥାନ  ଯଦି  ସାଘାଂତିକଭାବେ ପୋଡିଯାଇଥାଏ ,ତେବେ ଚଉତା  କନା  ବା  ଗଜ୍ ପ୍ୟାଡରେ  ଭେସଲିନ୍  ଦେଇ  ପୋଡିଯାଇଥିବା ଉଭୟ ଅଂଶର  ମଧ୍ୟଭାଗରେ  ଦେବାଦ୍ଵାରା, କ୍ଷତ ଶୁଖିବା  ସମୟ  ମଧ୍ୟରେ ଉଭୟ ଅଂଶ ଯୋଡିହୋଇଯିବାର  ସମ୍ଭାବନାକୁ  ଏହା ପ୍ରତିରୋଧ କରିବ । କ୍ଷତ ଶୁଖିଯିବା ସମୟ  ମଧ୍ୟରେ ଆଙ୍ଗୁଠି ହାତ ଓ ଗୋଡ ଇତ୍ୟାଦିକୁ ମଧ୍ୟ ଦିନକୁ  ଏକାଧିକ  ଥର  ସମ୍ପୂର୍ଣ୍ଣରୂପେ  ସିଧା  କରନ୍ତୁ । ଏହା କଷ୍ଟଦାୟକ କିନ୍ତୁ ଅଙ୍ଗଚାଳନାରେ ବାଧା ସୃଷ୍ଟି  କରିବା ଭଳି  ଟାଣୁଆ କ୍ଷତ ହେବାର ପ୍ରତିରୋଧ କରିବାରେ  ସାହାଯ୍ୟ  କରିଥାଏ  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 5/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate