অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବହୁମୂତ୍ର (ମଧୁମେହ)

ମୋଟାଲୋକ

ସ୍ୱାସ୍ଥ୍ୟବାନ ଅର୍ଥ ମୋଟା ହେବା ନୁହେଁ । ଅତ୍ୟଧିକ ମୋଟା ହେବାଦ୍ଵାରା ଉଚ୍ଚ ରକ୍ତଚାପ, ହୃଦରୋଗ, ପ୍ରଘାତ, ବହୁମୂତ୍ର, ଗୋଡ ଓ ପାଦର ବ୍ୟଥା ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ ।

ମୋଟା ଲୋକ ଓଜନ କମାଇବା ପାଇଁ

  • ଚିକ୍କଣ, ଚର୍ବିଯୁକ୍ତ ଓ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ ।
  • ଚିନି ଓ ମିଠା ଖାଦ୍ୟ ଖାଆନ୍ତୁ ନାହିଁ ।
  • ଅଧିକ ବ୍ୟାୟାମ କରନ୍ତୁ ।
  • କୌଣସି ଖାଦ୍ୟକୁ ଅଧିକ ମାତ୍ରାରେ ଖାଆନ୍ତୁନାହିଁ । ଯଥା – ମକା, ରୁଟି, ଆଳୁ, ଭାତ ଓ ଦକ୍ଷିଣି ମୂଳା ଇତ୍ୟାଦି ।

ମୋଟା ଲୋକ ଥରକୁ ଗୋଟିଏ ରୁଟି କିମ୍ବା ମୁଠାଏ ଭାତରୁ ଅଧିକ ଖାଇବା ଉଚିତ ନୁହେଁ । କିନ୍ତୁ ଏମାନେ ଅଧିକ ଫଳ, ପନିପରିବା ଓ ମାଂସ(ଚର୍ବି ଛଡା) ଖାଇପାରନ୍ତି। ଯଦି ଆପଣ ମୋଟା ହୋଇଯାଉଛନ୍ତି ତେବେ ଉପରୋକ୍ତ ନିୟମ ମାନନ୍ତୁ।

ଓଜନ କମାଇବାପାଇଁ ବର୍ତ୍ତମାନ ଯେତିକି ଖାଉଛନ୍ତି ତା’ର ଅଧା ଖାଆନ୍ତୁ ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ଅନେକ ରୋଗ ଯଥା – ହୃଦରୋଗ, ମୂତ୍ରାଶୟ ରୋଗ ଏବଂ ପ୍ରଘାତର କାରଣ ହୋଇପାରେ। ମୋଟା ଲୋକମାନେ ସାଧାରଣତଃ ଉଚ୍ଚ ରକ୍ତଚାପ ପୀଡିତ ହୋଇଥାନ୍ତି ।

ଉଚ୍ଚ ରକ୍ତଚାପର ଲକ୍ଷଣ

  • ବହୁ ସମୟରେ ମୁଣ୍ଡବ୍ୟଥା, ଅଧିକତର ମୁଣ୍ଡର ପଛ ପାଖରେ ଏବଂ ସକାଳେ ଉଠିବା ସମୟରେ।
  • ଛାତି ଧଡ ଧଡ ହେବା ଓ ସାମାନ୍ୟ ପରିଶ୍ରମରେ ଅଣନିଶ୍ଵାସୀ ହୋଇଯିବା
  • ଦୁର୍ବଳତା ଓ ମୁଣ୍ଡ ବୁଲାଇବା
  • ପଛ ପଟ ବାମ କାନ୍ଧ ଓ ଛାତିରେ ସମୟ ସମୟରେ କଷ୍ଟ ହେବା।

ଏ ସବୁ ସମସ୍ୟା ଅନ୍ୟ ରୋଗ ହେତୁ ମଧ୍ୟ ହୋଇଥାଇପାରେ । ତେଣୁ, ଉଚ୍ଚ ରକ୍ତଚାପ ହୋଇଛି ବୋଲି ଆଶଙ୍କା କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାକରି ରକ୍ତ ଚାପ ମପାଇ ଦେବା ଉଚିତ।

ସାବଧାନତା

ବିପଦଜନକ ପରିସ୍ଥିତି ହେବା ପୂର୍ବରୁ ଉଚ୍ଚ ରକ୍ତଚାପକୁ କମାଇଦେବା ଦରକାର । ପ୍ରଥମେ ଉଚ୍ଚ ରକ୍ତଚାପ କିଛି ଲକ୍ଷଣ ପ୍ରକାଶ କରେ ନାହିଁ । ତେଣୁ ମୋଟା ଲୋକ ନିଜର ଉଚ୍ଚ ରକ୍ତଚାପ ଅଛି ବୋଲି ଭାବି ରକ୍ତ ଚାପ ନିୟମିତ କରିବା ଉଚିତ୍ ।

ଉଚ୍ଚ ରକ୍ତଚାପର ପ୍ରତିରୋଧ ଓ ଚିକିତ୍ସା ପାଇଁ କ’ଣ କରାଯାଇପାରେ

  • ଅଧିକ ଓଜନଦାର ଲୋକ ଓଜନ କମାଇଦେବା ଉଚିତ୍ ।
  • ଚର୍ବି ଜାତୀୟ ଖାଦ୍ୟ ଏବଂ ଅତ୍ୟଧିକ ଚିନି ଖାଇବା ଉଚିତ ନୁହେଁ । ଲହୁଣି ବା ଘିଅ ବଦଳରେ ବନସ୍ପତି ତେଲ ସବୁବେଳେ ବ୍ୟବହାର କରନ୍ତୁ ।
  • ଅଳ୍ପ ଲୁଣ ବା ବିନା ଲୁଣରେ ଖାଦ୍ୟ ତିଆରି କରି ଖାଇବା ଉଚିତ୍ ।
  • ଯେତେବେଳେ ରକ୍ତଚାପ ଅଧିକ ହୋଇଯାଏ, ସ୍ୱାସ୍ଥ୍ୟକର୍ମୀ ଏହାକୁ କମାଇବାପାଇଁ ଔଷଧ ଦେଇପାରନ୍ତି, ଆରାମ କରି କିମ୍ବା ମୋଟା ହୋଇଥିଲେ ଓଜନ କମାଇ ଲୋକମାନେ ସେମାନଙ୍କର ରକ୍ତଚାପ କମାଇ ଦେଇପାରିବେ ।
  • ଧୂମପାନ କରନ୍ତୁ ନାହିଁ । ମଦ, କଫି ଓ ଚା ପିଅନ୍ତୁ ନାହିଁ ।

ବହୁମୂତ୍ର ରୋଗୀଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ଥାଏ । ଏହି ରୋଗ ଯୁବକ ଓ ବୃଦ୍ଧଙ୍କୁ ହୋଇପାରେ । ଯୁବକଙ୍କୁ ହେଲେ ଏକ ସ୍ଵତନ୍ତ୍ରଭାବେ ଚିକିତ୍ସା ଆବଶ୍ୟକ କରେ । କିନ୍ତୁ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏହି ରୋଗ ସାଧାରଣରେ ହୋଇଥାଏ ।

ବହୁମୂତ୍ର ରୋଗର ଲକ୍ଷଣ

  • ଲାଗ୍ ଲାଗ୍ ଶୋଷ
  • ଥରକୁଥର ପ୍ରଚୁର ପରିଶ୍ରା
  • ଅକଥନୀୟ କ୍ଲାନ୍ତି
  • କ୍ଷୁଧା ବୃଦ୍ଧି
  • ଓଜନ କମିଯିବା
  • କୁଣ୍ଡିଆ ତଥା ଦୀର୍ଘକାଳୀନ ଚର୍ମ ରୋଗ
  • ଚେତନାରହିତ ହୋଇଯିବା ବା ହାତ ଓ ପାଦରେ ଯନ୍ତ୍ରଣା ହେବା
  • ଚେତା ହରାଇବା
  • ଦୃଷ୍ଟି ଶକ୍ତି କମିଯିବା
  • ବାରମ୍ବାର ଯୋନି ସଂକ୍ରମଣ ହେବା ।

ଉପରୋକ୍ତ ଲକ୍ଷଣ ଗୁଡିକ ଅନ୍ୟରୋଗ ହେତୁ ମଧ୍ୟ ଦେଖାଦେଇପାରେ । ବହୁମୂତ୍ର ହୋଇଛି କି ନାହିଁ ଜାଣିବାପାଇଁ ପରିଶ୍ରାରେ ଶର୍କରା ଅଛି କି ନାହିଁ ପରୀକ୍ଷା କରିବା ଉଚିତ୍ ।

ପରିଶ୍ରା ପରୀକ୍ଷା କରିବା ଗୋଟିଏ ଉପାୟ ହେଉଛି, ୮ ଟୋପା ମୂତ୍ର ସହିତ ୫ ମି.ଲି. ବେନେଡିକଟସ୍ ଦ୍ରବଣ ମିଶାଇ ଗରମ କରନ୍ତୁ । ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ବହୁମୂତ୍ର ରୋଗ ଥିଲେ, ଉପରୋକ୍ତ ଦ୍ରବଣର ରଙ୍ଗ ନୀଳରୁ ସବୁଜ, ହଳଦିଆ କିମ୍ବା ଲାଲ୍ କୁ ବଦଳିଯିବ । ଯଦି ଦ୍ରବଣର ରଙ୍ଗ ନ ବଦଳେ, ତେବେ ଉକ୍ତ ଲୋକଙ୍କୁ ବହୁମୂତ୍ର ରୋଗ ହୋଇନାହିଁ ।

ପରିଶ୍ରା ପରୀକ୍ଷା କରିବାର ଅନ୍ୟ ଏକ ଉପାୟ ହେଉଛି, ପରିଶ୍ରାରେ ଏକ ସ୍ଵତନ୍ତ୍ର ପ୍ରକାର କାଗଜ ବୁଡାଇଲେ ଯଦି ଉକ୍ତ କାଗଜର ରଙ୍ଗ ବଦଳିଯାଏ, ତେବେ ମୂତ୍ରରେ ଶର୍କରା ଥାଏ । କିନ୍ତୁ ଏହି ସ୍ଵତନ୍ତ୍ର କାଗଜଗୁଡିକ ଖୁବ୍ ଦାମିକା ।

ଆପଣ ପୁଣି ଦେଖିପାରିବେ ଯେ, ବହୁମୂତ୍ର ରୋଗୀର ପରିଶ୍ରାରେ ପିମ୍ପୁଡି ଲାଗିଯିବେ ।

୪୦ ବର୍ଷ ପରେ ବହୁମୂତ୍ର ରୋଗ ହେଲେ, କେବଳ ଖାଦ୍ୟର କଟକଣାଦ୍ଵାରା, ବିନା ଔଷଧରେ ଏହାକୁ ଆୟତ୍ତ କରାଯାଇପାରିବ । ବହୁମୂତ୍ର ରୋଗୀର ଆହାର ବହୁତ ଗୁରୁତ୍ଵପୂର୍ଣ୍ଣ, ଆହାରକୁ ସାରାଜୀବନ ଧରି ନିଷ୍ଠାପର ସହିତ ମାନିବାକୁ ପଡିବ ।

ବହୁମୂତ୍ର ରୋଗୀର ଖାଦ୍ୟ

ବହୁମୂତ୍ର ହୋଇଥିବା ମୋଟା ଲୋକକୁ ତା’ର ଓଜନ କମାଇ ସାଧାରଣ ସ୍ତରକୁ ଆଣିବାକୁ ପଡିବ। ବହୁମୂତ୍ର ରୋଗୀ କୌଣସି ପ୍ରକାର ମିଠାଦ୍ରବ୍ୟ ବା ଚିନି ଖାଇବେ ନାହିଁ । ସେମାନେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ଓ ଶ୍ଵେତସାର ଜାତୀୟ ଖାଦ୍ୟ କମ୍ ଖାଇବା ଉଚିତ୍ । ସେମାନେ ମକା, ଭାତ, ଆଳୁ, ଗହମ, ଦକ୍ଷିଣି ମୂଳା ଇତ୍ୟାଦି ଏବଂ କଦଳୀ, ସେଓ ଓ ପଣସ ଆଦି ଫଳ ଖାଇବା ଉଚିତ୍ ନୁହେଁ । ସାଘାଂତିକ ଅବସ୍ଥାରେ ବହୁମୂତ୍ର ରୋଗୀ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ନେବା ଉଚିତ୍ । ଚର୍ମକୁ ସବୁବେଳେ ପରିଷ୍କାର ରଖନ୍ତୁ। ସବୁବେଳେ ଯୋତା ପିନ୍ଧନ୍ତୁ । ପାଦରେ ରକ୍ତ ସଞ୍ଚାଳନ ଭଲ ରଖିବା ପାଇଁ ପାଦକୁ କିଛି ସମୟ ବିଶ୍ରାମରେ ରଖନ୍ତୁ ।

ଲେଥିରିଜିମ

ଅତ୍ୟଧିକ ପରିମାଣର ଖେସାରି ଡାଲି ଖାଇବାଦ୍ଵାରା ଏହି ରୋଗ ହୋଇଥାଏ । ଖେସାରି ଡାଲି ବଢିବା ପାଇଁ ଖୁବ୍ କମ୍ ପାଣି ଦରକାର କରେ, ତେଣୁ ଶୁଖିଲା ଅଞ୍ଚଳରେ ଭଲ ବଢେ । ଏହା ଅନ୍ୟାନ୍ୟ ଡାଲି ଅପେକ୍ଷା ଶସ୍ତା ।

ଖେସାରି ଡାଲି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରରେ କେତେକ ଅଞ୍ଚଳରେ ଉତପାନ କରାଯାଏ । ଅନେକ ସମୟରେ ସେ ସବୁ ଅଞ୍ଚଳରେ ଏହା ମଜୁରି ଆକାରରେ ଦିଆଯାଏ । ତେଣୁ ଶ୍ରମିକ ହିସାବରେ କାମ କରୁଥିବା ଲୋକଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ ।

ଲେଥିରିଜିମ ସ୍ନାୟୁତନ୍ତ୍ରୀ ଉପରେ ପ୍ରଭାବ ପକାଇଥାଏ । ସଂକ୍ରମିତ ବ୍ୟକ୍ତି, ପ୍ରଥମେ ନିଜର ଗୋଦା ସଞ୍ଚାଳନ କରିପାରେ ନାହିଁ । ଏହା କ୍ରମଶଃ ବୃଦ୍ଧି ପାଏ ଓ ଲୋକଟି ଚାଲିପାରେ ନାହିଁ । ଶେଷରେ ତା’ର ଶରୀରର ତଳ ଅଂଶ ସମ୍ପୂର୍ଣ୍ଣଭାବରେ ଅକର୍ମର୍ଣ୍ଣ୍ୟ ହୋଇଯାଏ । ଥରେ ଲକ୍ଷଣ ପରିଲକ୍ଷିତ ହେଲେ, ଏ ରୋଗ ଚିକିତ୍ସା ପାଇଁ ଉପାୟ ନାହିଁ ।

ଲେଥିରିଜିମର ପ୍ରତିରୋଧ

ନିମ୍ନପ୍ରଦତ୍ତ ଉପାୟଦ୍ଵାରା ଖେସାରି ଡାଲିର ବିଷଅଂଶ କମାଯାଇପାରିବ ।

  • ଭିଜାଇବା ଉପାୟ – ବହୁତ ପାଣି ଗରମ କରନ୍ତୁ । ଏହି ଗରମ ପାଣିରେ ଡାଲିକୁ ୨ ଘଣ୍ଟା ଭିଜାନ୍ତୁ । ପାଣି ନିଗାଦୀ ଦିଅନ୍ତୁ ଓ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାକୁ ସୂର୍ଯ୍ୟକିରଣରେ ଶୁଖାଇ ଦିଅନ୍ତୁ ।
  • ଅର୍ଦ୍ଧସିଦ୍ଧ କରିବା ଉପାୟ – ଡାଳିକୁ ପାଣିରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭିଯାଇ ରଖନ୍ତୁ । ତା’ପରେ ଡାଳିକୁ ଅଧଘଣ୍ଟା ପାଇଁ ବାମ୍ଫ ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଏକ ଘଣ୍ଟା ଭିଜାନ୍ତୁ ।

ଲେଥିରିଜିମ ରୋଗରେ ନ ପଡିବାର ସବୁଠାରୁ ସୁରକ୍ଷିତ ଉପାୟ ହେଉଛି ଖେସାରି ଡାଲି ନ ଖାଇବା। ମଜୁରି ବାବଦରେ ଖେସାରି ଡାଲି ନେବାପାଇଁ ମନା କରନ୍ତୁ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate