অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୧)

ଘରୋଇ ଚିକିତ୍ସା

ପୃଥିବୀ ପ୍ରତ୍ୟେକ ସ୍ଥାନର ଲୋକମାନେ ଘରୋଇ ଚିକିତ୍ସା ପଦ୍ଧତି ଅନୁସରଣ କରିଥାନ୍ତି  । କେତେକ ସ୍ଥାନରେ ଶହଶହ ବର୍ଷଧରି ବଂଶାନୁକ୍ରମେ ପ୍ରାଚୀନ ବା ଗତାନୁଗତିକ ପଦ୍ଧତିରେ ରୋଗୀ ଚିକିତ୍ସା ପ୍ରଚଳିତ ହୋଇ ଆସୁଅଛି ।

କେତେକ ଘରୋଇ ଚିକିତ୍ସା ପଦ୍ଧତି ଅତି ଉପକାରୀ, କେତେକ କମ୍ ଉପକାରୀ ଓ ଆଉ କେତେକ ବିପଦଶଙ୍କୁଳ ଅଟେ । ଆଧୁନିକ ଡାକ୍ତର ଚିକିତ୍ସା ଘରି ଘରୋଇ ଚିକିତ୍ସା ସତର୍କତା ଅବଲମ୍ବନ କରିବା ମଧ୍ୟ ବାଞ୍ଛନୀୟ ।

କ୍ଷତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।

ଯଦିନ ଆପଣ ନିଶ୍ଚିତ ହୁଅନ୍ତି ଯେ ଏହା ନିରାପଦ ଏବଂ ଚିକିତ୍ସା

ସଠିକ୍ ବ୍ୟବହାର ଆପଣଙ୍କୁ ଜଣା ଅଛି, ତେବେ ଘରୋଇ ଚିକିତ୍ସା ପ୍ରୟୋଗ କରନ୍ତୁ।

କେଉଁ ଘରୋଇ ଚିକିତ୍ସା ହିତକରକ

ଅନେକ ରୋଗ ପାଇଁ ବହୁ ପରୀକ୍ଷା ଘରୋଇ ଚିକିତ୍ସା ଆଧୁନିକ ଔଷଧ ପରି ଖୁବ୍ ଭଲ କାମ କରେ, ଏପରିକି ବେଳେବେଳେ ଅଧିକ ଭଲ କାମ କରେ । ସେଗୁଡିକ ଶସ୍ତା ଏବଂ କେତେକ ସ୍ଥାନରେ ନିରାପଦ ।

ଉଦାହରଣସ୍ୱରୂପ କାସ ସର୍ଦ୍ଦି ପାଇଁ ଲୋକମାନେ ଘରୋଇ ଚିକିତ୍ସା ରୂପେ ବିଭିନ୍ନ ପ୍ରକାର ଜଡିବୁଟି ବ୍ୟବହାର କରିଥାନ୍ତି । ଏହାଦ୍ଵାରା ଭଲ ଫଳ ମିଳିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିଆଯାଉଥିବା କଫ୍ ସିରଫ ବା ଅନ୍ୟାନ୍ୟ ଶକ୍ତିଶାଳି ଔଷଧଦ୍ଵାରା ଉପୁଜୁଥିବା ସମସ୍ୟାର ଡର ଏଥିରେ ନ ଥାଏ ।

ଅଧିକାଂଶ ମା’ ଛୁଆଙ୍କର ତରଳଝାଡା ( ଡାଇରିଆ) ପାଇଁ ତୋରାଣି, ଚା, ଚେରମୂଳିର ସିଝା ବା ମିଠାସର୍ବତ ( ଲୁଣ ଓ ଚିନିମିଶା ପାଣି) ପିଆଇଥାନ୍ତି ।  ଏହା ଯେକୌଣସି ଡାକ୍ତରୀ ଔଷଧଠାରୁ ବହୁଗୁଣରେ ଭଲ ଏବଂ ନିରାପଦ । ଅସଲ କଥା ହେଉଛି ଯେଉଁ ଛୁଆର ତରଳଝାଡା ବା ଡାଇରିଆ ହେଉଥିବ ତାକୁ ପରିମାଣରେ ପାଣି ବା ତରଳ ପଦାର୍ଥ ପିଇବାକୁ ଦିଆଯିବା ଉଚିତ୍ତ ।

କେଉଁଠି ଘରୋଇ ଚିକିତ୍ସା ପ୍ରୟୋଗ କରାଇପାରିବ ?

କେତେକ ରୋଗପାଇଁ ଘରୋଇ ଚିକିତ୍ସା ପଦ୍ଧତି ହିତକାରକ ହୋଇଥାଏ । ଅନ୍ୟାନ୍ୟ ରୋଗଗୁଡିକ ଆଧୁନିକ ଔଷଧ ଦ୍ଵାରା ଉତ୍ତମଭାବେ ଚିକିତ୍ସା କରାଯାଇପାରେ । ସାଂଘାତିକ ସଂକ୍ରମଣ ରୋଗଗୁଡିକ କ୍ଷେତ୍ରରେ ଆଧୁନିକ ଚିକିତ୍ସା ନିତାନ୍ତ ଅପରିହାର୍ଯ୍ୟ । ନିମୋନିଆ (ଫୁସ୍ ଫୁସ୍ ପ୍ରଦାହ - ଆଧୁନିକ ପଦ୍ଧତିଦ୍ଵାରା ଚିକିତ୍ସା କରିବା ), ଧନୁଷ୍ଟଙ୍କାର, ଟାଇଫଏଦ୍ନ ( ଆନ୍ତ୍ରିକ ଜ୍ଵର) ଯକ୍ଷ୍ମା, ଆପେଣ୍ଡିସାଇଟିସ୍ ( ଉପାଙ୍ଗ ପ୍ରଦାହ) ସହବାସ ଜନିତ ରୋଗ  ( ଭି. ଡି. ଓ ) ଗନେରିଆ, ଇତ୍ୟାଦି ଏବଂ ପ୍ରସବ ପରବର୍ତ୍ତୀ   ଜ୍ଵର ଇତ୍ୟାଦିକୁ ଆଧୁନିକ ଔଷଧ ଦ୍ଵାରା ଭଲଭାବରେ ଓ କମ୍ ସମୟରେ ଚିକିତ୍ସା କରାଯାଇପାରିବ । ଏହିପରି ରୋଗ ଗୁଡିକପାଇଁ ଘରୋଇ ଉପଚାରରେ ସମୟ ନଷ୍ଟ ନ କରିବା ଉଚିତ୍ ।

ଅନେକ ସମୟରେ କେଉଁସବୁ ଘରୋଇ ଉପଚାର କାମ ଦିଏ ବା କାମ ନାହିଁ ସେ ବିଷୟରେ ନିଶ୍ଚିତ ହେବା କଠିନ । ଏଥିପାଇଁ ଗଭୀର ଅଧ୍ୟୟନ ଦରକାର । ତେଣୁ :

ସ୍ୱାସ୍ଥ୍ୟ କର୍ମଚାରିଙ୍କ ଉପଦେଶ ମାନି ଅତି ସାଂଘାତିକ ରୋଗଗୁଡିକୁ

ଆଧୁନିକ ଔଷଧ ଦ୍ଵାରା ଚିକିତ୍ସା କରିବା ଅଧିକ ନିରାପଦ ।

ପୁରୁଣା ଓ ନୂଆ ପଦ୍ଧତି

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ଆଧୁନିକ ପଦ୍ଧତି ପୁରଣା ପଦ୍ଧତି ଗୁଡିକଠାରୁ ଉନ୍ନତି । କିନ୍ତୁ ଅନେକ ସମୟରେ ବହୁ ଦିନରୁ ଚଳି ଆସୁଥିବା ପୁରୁଣା ପଦ୍ଦତିଗୁଡିକ ମଧ୍ୟ ଅଧିକ ଉପାଦେୟ ହୋଇଥାଏ । ଶିଶୁ ବା ବୃଦ୍ଧାଙ୍କର ଯତ୍ନ ନେବା କ୍ଷେତ୍ରରେ ପୁରୁଣା ପଦ୍ଧତିରେ ଥିବା ଆତ୍ମୀୟତା ହେତୁ, ଆଧୁନିକ ପଦ୍ଧତି ଅପେକ୍ଷା ତହିଁରୁ ଅଧିକ ସୁଫଳ ମିଳିଥାଏ ।

ଅଳ୍ପ ବର୍ଷ ଆଗରୁ ଲୋକମାନେ ବୁଝିଥିଲେ ଯେ, ମା’ର କ୍ଷୀର ଛୁଆଙ୍କ ପାଇଁ ସର୍ବୋକୃଷ୍ଟ ଖାଦ୍ୟ । ସେମାନେ ଠିକ୍ ବୁଝିଥିଲେ । ସେତେବେଳେ କୃତ୍ରିମ ଦୁଧ ଓ ଡବା ଦୁଧ ତିଆରି କରୁଥିବା ବଡ ବଡ କମ୍ପାନୀମାନେ ବୋତଲ ଦୁଧ ଛୁଆଙ୍କ ପାଇଁ ବଳ ବୋଲି ପ୍ରଚାର କରି ମା’ ମାନଙ୍କ ମନରେ ବିଶ୍ଵାସ ଜନ୍ମାଇଲେ ଓ ତା’ର ପରେ ମା’ ମାନେ ଛୁଆମାନଙ୍କୁ ବୋତଲ ଦୁଧ ଖୁଆଇବା ଆରମ୍ଭ କଲେ । କିନ୍ତୁ ତାହା ଏକ ଭୁଲ ଧାରଣ । ଫଳରେ ଭୋକ ସମ୍ଭାଳି ନ ପାରି ଓ ରୋଗାକ୍ରାନ୍ତ ହୋଇ ହଜାର ଶିଶୁ ମୃତ୍ୟୁ ବରଣ କଲେ । ତେଣୁ ସନ୍ତ୍ୟପାନ ସର୍ବୋକୃଷ୍ଟ ଅଟେ ।

ଲୋକଙ୍କର ପରମ୍ପରାକୁ ସମ୍ମାନ ଦେଇ ଓ ଆଖି ଆଗରେ ରାଖୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।

ବିଶ୍ଵାସ ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ବିଶ୍ଵାସ ବା ଆସ୍ଥା ଭୁଲ୍ ହେଉ କି ଠିକ୍ ଲୋକେ ଏହାର ବଶବର୍ତ୍ତୀ ହୋଇ ଏପରି କେତେକ କାର୍ଯ୍ୟ କରନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କେତେକ ଘରୋଇ ଉପଚାରଦ୍ଵାରା ଶରୀରକୁ ଉପକାର ମିଳିଥାଏ । ତଥାପି କେତେକ ଉପଚାର ବ୍ୟକ୍ତିକୁ ଅଧିକ ଅସୁସ୍ଥ କରିଦିଏ । ଯେପରି ଗୁଣି ଗାରେଡି, ଯନ୍ତ୍ରଣା, ମୁଣ୍ଡାବିନ୍ଧା, ଅରଜୀର୍ଣ୍ଣ, ବ୍ରଣ, ଇତ୍ୟାଦି ।

ବିଶ୍ଵାସ ହିଁ ଅବ୍ୟର୍ଥ ଔଷଧ

କେତେକ ଘରୋଇ ଉପଚାର ଶରୀରରେ ସିଧାସଳଖ ପ୍ରଭାବ ପକାଇଥାଏ । ଏନେକ ଲୋକ ସେମାନଙ୍କର ବିଶ୍ଵାସ ଯୋଗୁଁ ଆଲୋଗ୍ୟାଲାଭା କରିଥାନ୍ତି । ତେଣୁ ରୋଗ ଉପଶମ ପାଇଁ ବିଶ୍ଵାସ ବିଶେଷ ଶକ୍ତିଶାଳୀ । ଉଦାହରଣ ସ୍ୱରୂପ, ଥରେ ମୁଁଭୀଷଣ ମୁଣ୍ଡବିନ୍ଧା ଲୋଗୁଥିବା । ଜଣେ ରୋଗୀଙ୍କୁ ଦେଖିଲି । ତେଣୁ ମହିଳା ତାଙ୍କୁ ଖଣ୍ଡେ କନ୍ଦମୂଳ ଦେଇ କହିଲେ ଯେ ତାହା ମୁଣ୍ଡବିନ୍ଧା ପରାମର୍ଶ ପାଇଁ ଏକ ଅବ୍ୟର୍ଥ ଔଷଧ ।  ମହିଳାଜଣଙ୍କୁ ବିଶ୍ଵାସ କରିବା ଫଳରେ ସେ ବ୍ୟକ୍ତିଙ୍କର ମୁଣ୍ଡବିନ୍ଧା ସଙ୍ଗେ ସଙ୍ଗେ ଭଲ ହୋଇଗଲା।

ଏଥିରୁ ସ୍ପଷ୍ଟ ବୁଝି  ହେଉଅଛି ଯେ, ସେ ବ୍ୟକ୍ତିଙ୍କର ମୁଣ୍ଡବିନ୍ଧା କନ୍ଦମୂଳ ଯୋଗୁଁ ନୁହେଁ ବରଂ ସ୍ତ୍ରୀ ଲୋକ ଜଣଙ୍କର ଚିକିତ୍ସା ପଦ୍ଧତି ଉପରେ ଜନ୍ମିଥିବା ବିଶ୍ଵାସ ଯୋଗୁଁ ଭଲ ହୋଇଗଲା ।

ଅନେକ ଘରୋଇ ଚିକିତ୍ସା ଏପରି ଫଳପ୍ରଦ ହୋଇଥାଏ, କାରଣ ଲୋକମାନଙ୍କର ସେ ଗୁଡିକ ଉପରେ ପ୍ରଗାଢ ବିଶ୍ଵାସ ଥାଏ । ତେଣୁ, ବିଶେଷ କରି ଯେଉଁ ଲୋକମାନଙ୍କର ଅସୁସ୍ଥତା ଆଂଶିକ ଭାବେ, ଚିନ୍ତା ଧାରା ବା ବିଶ୍ଵାସ ବା ଭୟ ଇତ୍ୟାଦିରୁ ଉତ୍ପନ୍ନ ସେଗୁଡିକ ପାଇଁ ଘରୋଇ ଚିକିତ୍ସା ପଦ୍ଧତି ବିଶେଷ ଫଳପ୍ରଦ ହୋଇଥାଏ ।

ଏ ପ୍ରକାରର ଅସୁସ୍ଥତାଗୁଡିକ ହେଉଛି ବଶୀକରଣ, ଅଯଥା ଭୟ ( ହିଷ୍ଟେରିକାଲ୍ ଫିଅର୍ ) ଅନିଶ୍ଚିତ ପୀଡୀ ( ବିଶେଷତଃ’ କୁମାରୀ ବା ବୃଦ୍ଧାମାନଙ୍କର), ଉତ୍କଣ୍ଠି, ସ୍ନାୟୁବିକ, ଅଧୌର୍ଯ୍ୟ, କେତେ ପ୍ରକାରର ଶ୍ଵାସ, ହିକକା, ବଦହଜମୀ, ପେଟରେ ଘା’ ( ଅଲସର) ଅର୍ଦ୍ଧକାପାଳୀ ଶିର ବ୍ୟଥା ବା ମୁଣ୍ଡବିନ୍ଧା ଓ ଭାତୁଡି ଇତ୍ୟାଦି ।

ଏସବୁ ଅସୁସ୍ଥତା ପାଇଁ ଚିକିତ୍ସକଙ୍କର ବ୍ୟବହାର ଓ ସଂବେଦନଶୀଳତା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ।  ଚିକିତ୍ସାକଙ୍କର ସମଗ୍ର ଯତ୍ନ ଓ ସାହାଯ୍ୟ ରୋଗୀ ମନରେ ଭଲ  ହୋଇ ଯିବାର ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ତାହାଦ୍ଵାରା ସେ ଭଲ ହୋଇଯିବେ ବା ଆରମ ପାଇପାରିବେ ।

ଅନେକ ସମୟରେ ଏହି ଉପଚାରଗୁଡିକ ଉପରେ ଲୋକମାନଙ୍କର ସମ୍ପୁର୍ଣ୍ଣ ଆସ୍ଥା ଯୋଗୁ ଶାରୀରିକ ଅସୁସ୍ଥତା ଗୁଡିକରୁ ଉପଶମ ମିଳିଥାଏ ।

ଉଦାହରଣ ସ୍ୱରୂପ - ଆମ ଦେଶରେ ସାପ କାମୁଡାର ଭଲ ହେବା ପାଇଁ ଗାଁ ଗହଳିର ଲୋକ ମାନେ ଅନେକ ସମୟରେ ନିମ୍ନୋକ୍ତ ଘରୋଇ ଚିକିତ୍ସା ଅନୁସରଣ କରିଥାନ୍ତି ।

ଅନ୍ୟାନ୍ୟ ଦେଶମାନଙ୍କର ସାପ କାମୁଡାର ଉପଶମ ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପଚାର କରିଥାନ୍ତି । ଆମ ଜାଣିବାରେ କୌଣସି ଉପଚାର ସିଧାସଳଖ ସାପ ବିଷକୁ କାଟିପାରେ ନାହିଁ ।

ତଥାପି ବି ଲୋକମଙ୍କର ବିଶ୍ଵାସ ଥିଲେ ଏହିସବୁ ଘରୋଇ ଚିକିତ୍ସା ଅନେକ ଉପକାର ମିଳିଥାଏ । ଯଦି ଲୋକଟି ସାପ କାମୁଡିବା ପରେ ବେଶୀ ଡରିଯାଏ ନାହିଁ, ତେବେ ତାର ନାଡି ( ସ୍ପନ୍ଦନ) ର ଗତି, କିନ୍ତୁ ସେ ଚଲାବୁଲା କରେ ଏବଂ ଦେହ କମ୍ପିବା ମଧ୍ୟ କମିଯାଏ । ଫଳରେ ସାପର ବିଷ ତାଙ୍କର ଦେହରେ ଧୀରେ ଧୀରେ ଖେଳେଇ ହୁଏ ଏବଂ ସେଇ ପରିମାଣରେ ବିପଦ କମିଯାଏ ।

କିନ୍ତୁ ଏ ପ୍ରକାର ଘରୋଇ ଚିକିତ୍ସା ଉପକାରିତା ସୀମିତ । ଏସବୁ ଉପଚାର ସତ୍ତ୍ୱେ ଅନେକ ଲୋକ ସାପ କାମୁଡା ଯୋଗୁଁ  ଭୀଷଣ ଅସୁସ୍ଥ ହୋଇଥାନ୍ତି ବା ମୃତ୍ୟୁ ମୁଖରେ ପଡିଥାନ୍ତି । ଆମେ ଜାଣିବାରେ,

ଭଲ ହୋଇଯିବା ବିଶ୍ଵାସର ଆଶ୍ଵାସନା ଛଡା

ସାପ, ବିଛା ବା ବିଷାକ୍ତ ଜନ୍ତୁଙ୍କ କାମୁଡାର

ଭଲ ହେବାପାଇଁ କୌଣସି ଘରୋଇ ଚିକିତ୍ସା ପଦ୍ଧତି ନାହିଁ ।

ସାପ କାମୁଡା ପାଇଁ ଆଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରିବା ଦରକାର । ମନେରଖନ୍ତି ବିଷଧର ସାପ କାମୁଡିଛି ବୋଲି ଜାଣିବା ମାତ୍ରେ ବିଳମ୍ବ ନ କରି ପ୍ରତିଦଂଶ ବିଆଇଏସ ବା ସିରମ୍ ପ୍ରୟୋଗ କରନ୍ତୁ ।

ମୂଲ୍ୟବାନ୍ ସମୟ ନଷ୍ଟ କରନ୍ତୁ ନାହିଁ । କାରଣ ବିଷାକ୍ତ ସାପ କାମୁଡା ମାରାତ୍ମକ ଆଟେ ।

ବିଶ୍ଵାସ ବି ଅସୁସ୍ଥା କରାଏ

ବିଶ୍ଵାସ ରୋଗୀକୁ ଆରୋଗ୍ୟ କରାଏ କିନ୍ତୁ ଏହା ତା’ର ଅନିଷ୍ଟ ମଧ୍ୟ କରିପାରେ । ଯଦି କୌଣସି ବ୍ୟକ୍ତିଙ୍କର ଦୃଢ ଧାରଣା ହୁଏ ଯେ, ତାଙ୍କର କିଛି ଅନିଷ୍ଟ ହେବାକୁ ଯାଉଛି ତେବେ ତାଙ୍କର ଭୟ ହିଁ ତାଙ୍କୁ ଅସୁସ୍ଥ କରିପକାଏ । ଉଦାହରଣ ସ୍ୱରୂପ :

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୧) ଥରେ ଜଣେ ମହିଳାଙ୍କୁ, ଯାହାଙ୍କର ଗର୍ଭପାତ ହୋଇଥିଲା, ଦେଖିବାକୁ ମୋତେ ଡକାଗଲା । ସେ ପର୍ଯ୍ୟନ୍ତ ତାଙ୍କର ଅଳ୍ପ ଅଳ୍ପ ରକ୍ତସ୍ରାବ ହେଉଥାଏ । ତାଙ୍କ ଘର ନିକଟରେ ଗୋଟିଏ କମଳା ଗଛ ଥିଲା ।

ଗୋଟିଏ ଗ୍ଲାସ କମଳା ରସ ପିଇବାପାଇଁ ମୁଁ ତାଙ୍କୁ ପରାମର୍ଶ ଦେଲି ( କମଳା ରସରେ ଭିଟାମିନ୍ ‘ସି’ ଥାଏ ଏବଂ ତାହା ରକ୍ତନଳୀମାନଙ୍କୁ ଶକ୍ତ କରିବାରେ ସାହାଯ୍ୟ କରେ ) ମହିଳାଜଣକ ମୁଁ କହିବା ମୁତାବକ କମଳା ରସ ପିଇଲେ । କିନ୍ତୁ କମଳା ରସ କ୍ଷତି କରିବ ବୋଲି ତାଙ୍କ ମନରେ ଭୟ ଥିଲା ।

ମହିଳାଙ୍କର ଭୟର ପରିମାଣ ଏତେ ବେଶୀ ଥିଲା ଯେ ଦେଖୁ ଦେଖୁ ତାଙ୍କୁ ଅବସ୍ଥା ସାଂଘାତିକ ହୋଇଗଲା । ମୁଁ ତାଙ୍କୁ ପରୀକ୍ଷା କଲି କିନ୍ତୁ ଦେହରେ ଅସୁସ୍ଥାର କୌଣସି ଲକ୍ଷଣ ପାଇଲି ନାହିଁ । ତାଙ୍କୁ ଆଶ୍ଵାସନା ଦେଲି ଯେ  ତାଙ୍କ ଅବସ୍ଥା ଆଦୌ ସଂକଟାପନ୍ନ ନୁହେଁ  । କିନ୍ତୁ ସେ ମରିଯିବେ ବୋଲି କହିଲେ । ଅଗତ୍ୟା ମୁଁ ତାଙ୍କୁ ବିଶୁଦ୍ଧ ପାଣି ( ଦିଷ୍ଟିଲଡ  ୱାଟର) ର ଇଞ୍ଜେକସନ୍ ଦେଲି, ତାହାଉପରେ ପ୍ରଗାଢ ବିଶ୍ଵାସ  ଥିବା ହେତୁ ସେ ଖୁବ୍ ଶୀଘ୍ର ଭଲ ହୋଇ ଗଲେ।

ପ୍ରକୃତିରେ କମଳା ରସ ତାଙ୍କର କୌଣସି କ୍ଷତି କରି ନ ଥିଲା । ତେବେ ତାଙ୍କ ଦେହ କାହିଁକି ଖରାପ ହେଲା । କମଳା ରସ ତାଙ୍କୁ ନିଶ୍ଚିୟ ବେମାରରେ ପକାଇବାର ବିଶ୍ଵାସ ତାଙ୍କୁ ଅସୁସ୍ଥ କରିଦେଲା । ତାଙ୍କ ଦେହ କିପରି ଭଲ ହେଲା ? ଇଞ୍ଜେକସନ୍ ଉପରେ ଥିବା ତାଙ୍କର ବିଶ୍ଵାସ ତାଙ୍କୁ ଭଲ କରିଦେଲା ।

ଗୁନିଗାରେଡି, ଇଞ୍ଜେକସନ୍, ଖାଦ୍ୟ ତଥ୍ୟ ଅନ୍ୟାନ୍ୟ ଅନେକ ଜିନିଷ ସମ୍ପର୍କରେ ଥିବା ଧାରଣା ଯୋଗୁଁ ଲୋକମାନେ ବେମାରରେ ପଡିଥାନ୍ତି ।

ଗୋଟିଏ ଦୃଷ୍ଟି କୋଣରୁ ମୁଁ ହୁଏତ ସେ ମହିଳାଙ୍କୁ ଭଲ ହୋଇ ଯିବାରେ ସାହାଯ୍ୟ କରିଥିଲା । କିନ୍ତୁ ସେ ବିଷୟରେ ଅଧିକ ଚିନ୍ତାକରି ମୁଁ ବୁଝିପାରିଲି ଯେ ତାଙ୍କୁ ମୁଁ ଭୁଲ ମାର୍ଗରେ ପରିଚାଳିତ କରାଇ ଗୋଟିଏ ଭୁଲ ଜିନିଷ ପ୍ରତି ଥିବା  ତାଙ୍କ ବିଶ୍ଵାସକୁ ଦୃଢୀଭୁତ କରାଇଛି ।

ମୁଁ ସେ ଭୁଲକୁ ସୁଧାରିବାକୁ ଚାହିଁଲି । ତେଣୁ କିଛିଦିନ ପରେ ଯେତେବେଳେ ସେ ମହିଳା ସମ୍ପୁର୍ଣ୍ଣ ଭଲ ହୋଇଗଲେ, ସେତେବେଳେ ତାଙ୍କ ଘରକୁ ଯାଇ ମୁଁ ଯାହା କହିଥିଲି ସେଥିପାଇଁ କ୍ଷମା ମାଗିଲି । ତାଙ୍କୁ ବୁଝାଇବା ପାଇଁ କହିଲି ଯେ ତାଙ୍କ ଦେହ କମଳା ରସ ଯୋଗୁଁ ନୁହେଁ ବରଂ ତାଙ୍କ ମନରେ ଥିବା ଭୟ ଯୋଗୁଁ ବେଶୀ  ଖରାପ ହୋଇଥିଲା ଓ ଖାଲି ପାଣିରେ ଇଞ୍ଜେକସନ୍ ଯୋଗୁଁ ନୁହେଁ ବରଂ ମନରୁ ଭୟ ଦୂରେଇ ଦେବା  ଯୋଗୁଁ ସେ ଭଲ ହୋଇଗଲେ ।

କମଳା ରସ, ଇଞ୍ଜେକସନ ଓ ମାନସିକ ଅବସ୍ଥାର ସତ୍ୟତା ଉପଲବଧି କଳା ପରେ ସମ୍ଭବତଃ ଉକ୍ତ ମହିଳା ଓ ତାଙ୍କ ପରିବାର, ଅଯଥା ଭୟରୁ ମୁକ୍ତ ରହି ଭବିଷ୍ୟତରେ ନିଜ ସ୍ୱାସ୍ଥ୍ୟପ୍ରତି ଭଲଭାବେ ଦୃଷ୍ଟି ଦେବେ । ବୁଝାମଣା ଓ ଭୟମୁକ୍ତ ରହିବା ସହିତ ସ୍ୱାସ୍ଥ୍ୟର ଘନିଷ୍ଟ ସମ୍ପର୍କ ରହିଛି ।

ଅନେକ କଥା ଲୋକମାନଙ୍କର କ୍ଷତି କରେ

କାରଣ ଲୋକମାନେ ସେଗୁଡିକୁ ହାନିକାରକ ବୋଲି ଭାବନ୍ତି ।

ଗୁଣିଗାରେଡି – କୁହୁକ ଏବଂ ଦୃଷ୍ଟିଆ

ଯଦି କୌଣସି ବ୍ୟକ୍ତିଙ୍କର ବୃଦ୍ଧମୂଳ ଧାରଣା ହୁଏ ଯେ ତାଙ୍କର କେହି ଜେନ କ୍ଷତି କରୁଛି, ତେବେ ସତକୁ ସତ ସେ ଅସୁସ୍ଥ ହୋଇଯାଆନ୍ତି । ଯଦି କେହି ବିଶ୍ଵାସ କରନ୍ତି ଯେ ତାଙ୍କୁ କେହି ଗୁନି କରିଛି ବା ତାଙ୍କ ଉପରେ କାହାର ଦୃଷ୍ଟି ପଡିଛି ତେବେ ସେ ସେହି ଭୟର ଶିକାର ହୋଇଥାନ୍ତି ।

ଲୋକମାନଙ୍କ ମନର ବିଶ୍ଵାସରେ ହିଁ ଡାହାଣୀ ଶକ୍ତି ପ୍ରଭାବ ଥାଏ ।

ଗୁଣିଗାରେଡିରେ ବିଶ୍ଵାସ ନ ଥିବା ଲୋକର

ଗୁଣି ଦ୍ଵାରା କୌଣସି ଅନିଷ୍ଟ ହୁଏ ନାହିଁ ।

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୧) ଅନେକ ଲୋକ ଲିଙ୍ଗରେ ବ୍ରଣ, ବା ସିରୋସିସ ଅଫ୍ ଲିଭର( ଏକ ଯକୃତ ରୋଗ ଯେଉଁଥିରେ ରୋଗୀର ଜାଲଉଦରୀ ଏବଂ ହଳଦିଆ କାମଳ ଦେଖାଯାଏ ) ।

ଇତ୍ୟାଦି ଅଜଣା ସାଂଘାତିକ ରୋଗରେ ପଡିଲେ, କେହି ସେମାନଙ୍କୁ ଗୁଣି କରିଛି ବୋଲି ବିଶ୍ଵାସ କରିଥାନ୍ତି । କିନ୍ତୁ ସେସବୁ ରୋଗ ଗୁଣିଗାରେଡି ଯୋଗୁଁ ହୋଇ ନ ଥାଏ , ବରଂ ସେ ସବୁର କାରଣ ପ୍ରାକୃତିକ ।

ଡାହାଣୀ ଛଡାଇ ହେଉଛି ବିଓଏଲଆଇ ଦାବୀ କରୁଥିବା   ଗୁଣିଆମାନଙ୍କ  ପିଛା  ଟଙ୍କା   ଖର୍ଚ୍ଚ କରନ୍ତୁ ନାହିଁ । ଡାହାଣୀ ପ୍ରତି ପ୍ରତିଶୋଧ ପରାୟଣ ହୁଅନ୍ତୁ ନାହିଁ, କାରଣ ତାହା  କୌଣସି ସମସ୍ୟାର ସମାଧାନ କରେ  ନାହିଁ । ଯଦି ଆପଣ ଭୀଷଣଭାବେ ପୀଡିତ ତେବେ ଡାକ୍ତରୀ ଚିକିତ୍ସା କରାନ୍ତୁ ।

ଘରୋଇ ଚିକିତ୍ସା ଓ ସାଧାରଣ ବିଶ୍ଵାସ (ଭାଗ – ୧)

କେତେକ ଲୋକବିଶ୍ଵାସ ଓ ଘରୋଇ ଚିକିତ୍ସା ପଦ୍ଧତି ସଂପର୍କରେ ପ୍ରଶ୍ନୋତ୍ତର

ନିମ୍ନରେ ଭାରତର ବିଭିନ୍ନ ଅଞ୍ଚଳମାନଙ୍କରେ ପ୍ରଚଳିତ ଥିବା କେତେଗୁଡିଏ ଲୋକବିଶ୍ଵାସ ଉଦାହରଣ ଦିଆଗଲା । ବୋଧହୁଏ ସେଗୁଡିକରୁ’ କେତେକ ଆପଣଙ୍କ ଅଞ୍ଚଳରେ ମଧ୍ୟ ପ୍ରଚଳିତ । ସ୍ୱାସ୍ଥ୍ୟପାଇଁ ସେଗୁଡିକରୁ କେତୋଟି ଠିକ୍ ଓ କେତୋଟି ଭୁଲ ତାହା ଜାଣିରଖନ୍ତୁ ।

ପ୍ରଶ୍ନ: 1 - ଛୁଆଟିର ଡାଇରିଆ ବା ତରଳ ଝାଡା ହେଉଥିବା ବେଳେ ଯଦି ତା’ର ଦୁକୁଦୁକି ( ମୁଣ୍ଡଉପରରନରମ ଜାଗା) ଭିତରକୁ  ଦବି ଯାଇଥାଏ, ତେବେ ଉପୟୁକ୍ତ ଚିକିତ୍ସା ନ କଲେ ପିଲାଟି ମରିଯିବ ବୋଲି ଯେଉଁ ଧାରଣା, ତାହା କ’ଣ ଠିକ୍?

ଉତ୍ତର  - ଅନେକାଂଶରେ ଏହା ସତ୍ୟ । ଦେହରୁ ଜଳୀୟ ଅଂସ କମିଯିବା ଦ୍ଵାରା ଦୁକୁଦୁକି ତକକୁ ଦବି ଯାଇଥାଏ । ଯଦି ତାଙ୍କୁ ଖୁବ୍ ଶୀଘ୍ର ପ୍ରଚୁର ପରିମାଣରେ ପାଣି ବା ତରଳ ପଦାର୍ଥ ଦିଆ ଣ ଯାଏ ତେବେ ଛୁଆଟି ମରିଯାଇ ପାରେ ।

 

 

ପ୍ରଶ୍ନ : 2 – ଚନ୍ଦ୍ର ଗ୍ରହଣ ସମୟରେ ଯଦି କୌଣସି ଗର୍ଭବତୀ ମହିଳାଙ୍କ ଉପରେ ଚନ୍ଦ୍ରକିରଣ ପଡେ ତେବେ ତାଙ୍କର ଯେଉଁ ସନ୍ତାନ ଜନ୍ମ ହେବ ସେ ବିକଳାଙ୍ଗ ବା ଆଡପାଗଲା ହୋଇଯିବ ବୋଲି ଯେଉଁ ଧାରଣା, ଚାହା କ’ଣ ଠିକ୍?

ଉତ୍ତର - ଏହା ଠିକ୍ ନୁହେଁ । ଗ୍ରହଣ ସମୟରେ ଚନ୍ଦ୍ରକିରଣ ମା ଗର୍ଭାଶୟ ଭିତରେ ଥିବା ସନ୍ତାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ।

 

 

ପ୍ରଶ୍ନ: ୩ – ମା’ଟିଏ ଅନ୍ଧାରୁଆ ଘର ଭିତରେ ପ୍ରସବ କରିବା ଉଚିତ୍ କି?

ଉତ୍ତର  - ଏହା ଠିକ୍ ଅଟେ । କାରଣ ଝାପସା ଆଲୋକ ମା’ ଓ ନବଜାତ ଶିଶୁ ଉଭୟଙ୍କ ଆଖିକୁ ସୁହାଇଥାଏ । କିନ୍ତୁ ପ୍ରସୂତି ଘରେ ଧାଈ କାମ କରିବାପାଇଁ ଯଥେଷ୍ଟ ଆଲୋକ ଥିବା ଦରକାର ।

 

 

ପ୍ରଶ୍ନ: 4 - ପ୍ରସବ ପରବର୍ତ୍ତୀ ପ୍ରଥମ ଦୁଇଦିନ ପାଣିପରି ବାହାରୁ ଥିବା କ୍ଷୀରକୁ ନବଜାତ ଶିଶୁକୁ ଦେବା କ’ଣ ତା ପାଇଁ   ହାନିକାରକ?

ଉତ୍ତର  - ଏହା ଠିକ୍ ନୁହେଁ । ଏହି ପାଣି ପରି କ୍ଷୀରକୁ ପ୍ରସୂତିର ଆଦ୍ୟଦୁଗଧ କୁହାଯାଏ । ତାହା ଛୁଆଟି ପାଇଁ ଅତ୍ୟନ୍ତ ଉପଯୋଗୀ । ପ୍ରସୂତିର ଆଦ୍ୟଦୁଗଧରେ ଅଧିକ ପୁଷ୍ଟିକର ଓ ରୋଗ ପ୍ରତିରୋଧ ଶକ୍ତି ଥାଏ । ତାହା ଶିଶୁଟିକୁ ରୋଗ  ସଂକ୍ରମଣରୁ ରକ୍ଷା କରେ।

 

 

ପ୍ରଶ୍ନ: 5 – ପ୍ରସବ ପରେ ମା’ ଗାଧୋଇବା ପାଇଁ କେତେଦିନ ଅପେକ୍ଷା କରିବ?

ଉତ୍ତର  -  ପ୍ରସବର ଗୋଟିଏ ଦିନ ପରେ ମା’ ଉଷୁମ ପାଣିରେ ପୋଛାପୋଛି ହେବା ଦରକାର । ପ୍ରସବ ପରେ କେତେ ସପ୍ତାହ ଧରି ନ ଗାଧାଇବା ଦ୍ଵାରା ରୋଗ ସଂକ୍ରମିତ ହୋଇଥାଏ । ବିଶେଷକରି ଗୁପ୍ତାଙ୍କ ଭଲ ଭାବରେ ପରିଷ୍କାର ହେବା  ଉଚିତ୍ ।

 

 

ପ୍ରଶ୍ନ : 6 -  ଏହା କଣ ଠିକ୍ ଯେ ପରମ୍ପରାଗତ ସ୍ତନ୍ୟପାନ ଆଧୁନିକ ବୋତଲ ଦୁଧ ଅପେକ୍ଷା ଅନେକଗୁଣରେ ଭଲ ?

ଉତ୍ତର  -  ଏହା ଠିକ୍ ଅଟେ । ଛୁଆମାନଙ୍କ ପାଇଁ ମା’ ଦୁଧ ହିଁ ଉକୃଷ୍ଟ ଖାଦ୍ୟ ଓ ତାହା ଛୁଆଟିର ରୋଗ ସଂକ୍ରମଣର ପ୍ରତିଷେଧକ ।

 

 

ପ୍ରଶ୍ନ: 7 - ଛୁଆ ଜନ୍ମ ପରେ ପରେ କେତେ ସପ୍ତାହ ପର୍ଯ୍ୟନ୍ତ ସ୍ତ୍ରୀ ଲୋକମାନଙ୍କୁ ଯେଉଁ ଖାଦ୍ୟସବୁ ବାରଣ କରାଯାଇଥାଏ ।

ଉତ୍ତର  - ଛୁଆ ଜନ୍ମ ପରର କେତେ ସପ୍ତାହ ପର୍ଯ୍ୟନ୍ତ ମା’ କୁ ଯେ କୌଣସି ପୁଷ୍ଟିକର ଖାଦ୍ୟ ବାରଣ କରିବା ଉଚିତ୍ ନୁହେଁ । ପ୍ରଚୁର ପରିମାଣରେ ଫଳ, ପନିପରିବା ମାଂସ, କ୍ଷୀର, ଅଣ୍ଡା , ପ୍ରତ୍ୟେକ ପ୍ରକାର ଶସ୍ୟଜାତ ଖାଦ୍ୟ ଏବଂ ବିନ୍ ଇତ୍ୟାଦି ଖାଇବା ଦରକାର ।

 

 

ପ୍ରଶ୍ନ : 8 – ରୋଗୀକୁ ଗାଧୋଇ ଦେବା କ’ଣ ଠିକ୍ ଧାରଣା ନା ଏହାଦ୍ଵାରା ତାର ଅଧିକ କ୍ଷତି ହୋଇଥାଏ ?

ଉତ୍ତର  - ରୋଗୀକୁ ପ୍ରତ୍ୟେକ ଦିନ ଉଷୁମ ପାଣିରେ ଗାଧୋଇ ଦେବା ଉଚିତ୍ ।

 

 

ପ୍ରଶ୍ନ: 9 – ଯେତେବେଳେ ଥଣ୍ଡା ବା ଜ୍ଵର ହୋଇଥାଏ, ସେତେବେଳେ କମଳା ପିଜୁଳି, ଓ ଅନ୍ୟାନ୍ୟ ଫଳ ଖାଇବାକୁ ଦେବା କ’ଣ ହାନିକାରକ?

ଉତ୍ତର  - ନା ଥଣ୍ଡା ବା ଜ୍ଵର ହୋଇଥିବା ରୋଗୀମାନଙ୍କ ପାଇଁ ସବୁପ୍ରକାରର ଫଳ ଓ ଫଳରସ ହିତକାରକ ।

 

 

ପ୍ରଶ୍ନ: 10: - ପ୍ରବଳ ଜ୍ଵର ହୋଇଥିବା ବେଳେ ପବନ ବାଜି ଦେହ ବେଶୀ ଖରାପ ହେବ ବୋଲି ଦେହ ମୁଣ୍ଡ ଘୋଡାଇ ହେବା କ’ଣ ଠିକ୍ ?

ଉତ୍ତର  - ନା, ଯେତେବେଳେ ଜ୍ଵର ହୋଇ ଦେହରେ ଭୀଷଣ ଉତ୍ତାପ ଥାଏ, ସେତେବେଳେ ଦେହରୁ ସମସ୍ତ ଆବରଣ ଖୋଲି ଦେଇ ବାହାରର ବାୟୁ ଦେହରେ ଲାଗିବାକୁ ଦିଅନ୍ତୁ ଏହା ଦ୍ଵାରା ଜ୍ଵର ଉତ୍ତାପ କମିଯିବ ।

 

ମିଳିମିଳା ଓ ହାଡଫୁଟି

ଭାରତର ଅଧିକାଂଶ ସ୍ଥାନର ଲୋକମାନେ ବିଶ୍ଵାସ କରନ୍ତି ଯେ, ସେମାନଙ୍କର ପରିବାର  ବା ସଂପ୍ରଦାୟ ଉପରେ ଦେବୀଙ୍କ କୋପରୁ ମିଳିମିଳା ଓ ହାଡଫୁଟି ହୋଇଥାଏ । ଏସବୁ ରୋଗ ମାଧ୍ୟମରେ ଠାକୁରାଣୀ ତାଙ୍କର କ୍ରୋଧ ପ୍ରକାଶ କରନ୍ତି।

ଠାକୁରାଣୀଙ୍କର  ପୂଜା ଅର୍ଚ୍ଚନା କରି ଏହିସବୁ ରୋଗରୁ ମୁକ୍ତି ମିଳିପାରିବ ବୋଲି ଲୋକମାନେ ବିଶ୍ଵାସ କରନ୍ତି । ଠାକୁରାଣୀ କୋପ  ବଢିବ ବୋଲି ଭାବି  ସେମାନେ ଅସୁସ୍ଥ ଶିଶୁକୁ ଖାଇବାକୁ ଦିଅନ୍ତି ନାହିଁ ଓ ତାର ଉପଯୁକ୍ତ ଯତ୍ନ ମଧ୍ୟ ନିଅନ୍ତି ନାହିଁ । ତେଣୁ ଅସୁସ୍ଥ ଶିଶୁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଏ ଓ ମରିଯାଏ କିମ୍ବା ବହୁତ ଡେରିରେ ଭଲ ହୋଇଥାଏ ।

ଏହି ରୋଗଗୁଡିକ ଭୂତାଣୁ ବା ଭାଇରସ ଦ୍ଵାରା ହୋଇଥାଏ । ଗୋଟିଏ ଶିଶୁକୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଦେବା ଦରକାର ଯାହାଦ୍ଵାରା କି ସେ ତା’ର ଶକ୍ତି  ସଞ୍ଚୟ କରି ରୋଗ ସଂକ୍ରମଣ ପ୍ରତିରୋଧ କରିପାରିବ । ଏହା ଛୋଟ ଛୁଆଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ।

ଚିକିତ୍ସା

  1. ଗୁଣିଗାରେଡି ଆରୋଗ୍ୟ କରିବ ନାହିଁ ।
  2. ଶିଶୁକୁ ତୁରନ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦେଖାନ୍ତୁ ।
  3. ଖାଦ୍ୟ ଖାଇବାକୁ କେବେବି ବାରଣ କରନ୍ତୁ ନାହିଁ ।
  4. ଶିଶୁକୁ ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବାକୁ ଓ ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ  ।
  5. ଶିଶୁକୁ ପ୍ରତିଷେଧକ ଟୀକା ଦେଇ ରୋଗ ସଂକ୍ରମଣର  ପ୍ରତିରୋଧ କରନ୍ତୁ  ।

ତାଳୁ ଖାତ ( ଉଦୁଖଳ)

ତାଳୁ ନବଜାତ ଶିଶୁମାନଙ୍କର ମୁଣ୍ଡର ଏକ ନରମ ସ୍ଥାନ । ଖପୁରୀର ହାଡଗୁଡିକ ପୂର୍ଣ୍ଣ ଭାବରେ ଯୋଡିହେବା ପାଇଁ ସାଧାରଣତଃ ବର୍ଷେ ବା  ଦେଢବର୍ଷ ସମୟ ନେଇଥାଏ । କେତେକ ମା’ ଭାବନ୍ତି ଏହି ନରମ ତାଳୁ ଦୁକୁଦୁକ ହେବା ଦ୍ଵାରା ବିପଦ ସୃଷ୍ଟି ହୁଏ । ଏପରିକି ଏହା ଉପରେ କେତେକ ଅନ୍ଧ ବିଶ୍ଵାସ ଅଛି । ଲାଟିନ୍ ଆମେରିକାରେ ମା’ ମାନେ ଭାବନ୍ତି ଯେ ତାଙ୍କର ନବଜାତ ଶିଶୁ ମାନଙ୍କର ମସ୍ତିଷ୍କ ତଳକୁ ଖସିଯାଇଛି ।

ଏଥିରୁ ଭଲହେବା ପାଇଁ ନାନା ପ୍ରକାର କୌଶଳ ଅବଲମ୍ବନ କରନ୍ତି । ଯଦିଓ ଏହାଦ୍ଵାରା କିଛି ଉପକାର ମିଳି ନଥାଏ, ପ୍ରକାରାନ୍ତରେ ଏହା ନବଜାତ ଶିଶୁ ପାଇଁ ବିପଦ ସୃଷ୍ଟି କରିଥାଏ । ଏହି ତାଲୁଖାତର ମୂଳ କାରଣ ହେଉଛି ଜଳଶୁଷ୍କତା । ଏହା ଅର୍ଥ ଶିଶୁ ଯେତିକି ତରଳପଦାର୍ଥ ପାନ କରୁଛି ତା ଠାରୁ ଅଧିକ କ୍ଷୟ କରୁଛି । ଏହା ସାଧାରଣତଃ ତରଳ ଝାଡା ଓ ବାନ୍ତି ଯୋଗୁଁ ହୋଇଥାଏ । ତରଳ ଝାଡା  ଜଳଶୁସ୍କ ତାର ମୂଳକାରଣ ଅଟେ । ଯାହା ମୋଟା ମୋଟି ଭାବରେ ଭାରତରେ ୧୦ ଲକ୍ଷ ଶିଶୁମାନଙ୍କର ଜୀବନ ନଷ୍ଟ କରିଥାଏ । ତରଳ ଝାଡା ମଧ୍ୟ ମନ୍ଦ ପୁଷ୍ଟିର ଅନ୍ୟ ଏକ ମୁଖ୍ୟ କାରଣ ଅଟେ । ତରଳ ଝାଡାର ମୂଳ କାରଣ ହେଲା ପରିଷ୍କାର ପରିଚ୍ଛନ୍ନତାର ଅଭାବ ଓ ବିଶୁଦ୍ଧ ପିଇବା  ପାଣିର ଅଭାବ ।

ଚିକିତ୍ସା

  1. ଶିଶୁକୁ ପର୍ଯ୍ୟନ୍ତ ତରଳ ପାନୀୟ , ମା’ କ୍ଷୀର ଓ ସିଝା ପାଣି ପିଇବାକୁ ଦିଅନ୍ତୁ ।
  2. ଯଦି ଆବଶ୍ୟକ ହୁଏ ତରଳ ଝାଡା ଓ ବାନ୍ତିର ଚିକିତ୍ସା କରାନ୍ତୁ । ଅଧିକାଂଶ ତରଳ ଝାଡା ପାଇଁ ଔଷଧ ଦରକାର ହୁଏ ନାହିଁ । ଔଷଧ ବ୍ୟବହାର କରିବାଦ୍ଵାରା ଏହା ଶିଶୁର ଅଧିକ କ୍ଷତି କରିଥାଏ ।
  3. ତରଳ ଝାଡାରେ ଆକ୍ରାନ୍ତ ଶିଶୁ ଅଧିକ ଖାଦ୍ୟ ଦରକାର କରିଥାଏ । ଯଦି ଏକ ମା’ କ୍ଷୀର ପାନ କରୁଥିବା ଶିଶୁକୁ ତରଳ ଝାଡା ହୁଏ ତେବେ ମା’ କ୍ଷୀର ବନ୍ଦ କରିବା ଉଚିତ ନୁହେଁ । ତରଳ ଝାଡା ଭଲ ହୋଇଗଲା ପରେ ଶିଶୁକୁ ଅଧିକ ଖାଦ୍ୟ ହେବା ଉଚିତ୍ ।

ତାଳୁ ଖାତର ଆରୋଗ୍ୟ

ଦ୍ରଷ୍ଟବ୍ୟ - ଯଦି ଏହି ଯାଗା ଫୁଲିଥାଏ ଏହା ମେନିନଜାଇଟିସ୍ ର ଲକ୍ଷଣ ହୋଇପାରେ । ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ଓ ଡାକ୍ତରୀ ସହାୟତା ନିଅନ୍ତୁ ।

ଘରୋଇ ଉପଚାର କାମ କି ନାହିଁ ଜାଣିବା ପାଇଁ ବିଭିନ୍ନ ମାର୍ଗ

ଅଧିକାଂଶ ଲୋକ  ଘରୋଇ ଚିକିତ୍ସା ପ୍ରୟୋଗ କରନ୍ତି ଏହାର ଅର୍ଥ ନୁହେଁ ଯେ ତାହା ଠିକ୍ ରୂପେ କାମ କରେ ନିରାପଦ । କେଉଁ ଘରୋଇ ଚିକିତ୍ସା ଉପଯୋଗୀ ଓ କେଉଁଟି ହାନିକାରକ ତାହା ଜାଣିବା କଷ୍ଟକର । ସେ ସଂପର୍କରେ ନିଶ୍ଚିତ ହେବା ପାଇଁ ସଠିକ ଅଧ୍ୟୟନ ଦରକାର । ଯେଉଁ ଉପଚାର ଅନୁପଯୋଗୀ ବା ହାନିକାରକ ଜାଣିବା ପାଇଁ ନିମ୍ନରେ କେତେକ ନିୟମ ଦିଆଯାଇଛି ।

  1. କୁତ୍ସିତ ଓ ଅରୁଚିକର ଘରୋଇ ଚିକିତ୍ସା ପଦ୍ଧତିଗୁଡିକ ଅନୁପଯୋଗୀ ଓ ହାନିକାରକ ।
  2. ଏହି ଦୁଇଟିଯାକ ଉପଚାର ଆଦୌ ସାହାଯ୍ୟ କରନ୍ତି ନାହିଁ ବରଂ ଏ ଦୁଇଟି ଯାକର ପ୍ରୟୋଗଦ୍ଵାରା ଭୟାନକ ସଂକ୍ରାମକ ରୋଗ ହୋଇଥାଏ ଓ ଏଥିରେ ବିଶ୍ଵାସ ରଖିବା ଦ୍ଵାରା ଡାକ୍ତରୀ ଚିକିତ୍ସା କରିବାରେ ଅଯଥା ବିଳମ୍ବ ହୁଏ ।

  3. ଚିକିତ୍ସାରେ ପଶୁ ବା ମଣିଷମାନଙ୍କର ବର୍ଜ୍ୟବସ୍ତୁ ବ୍ୟବହାର କରିବା ନିରାପଦ ନୁହେଁ ବରଂ ଏହାଦ୍ଵାରା ଭୟାନକ ସଂକ୍ରାମକ ରୋଗ ହୋଇପାରେ, ସେପରି କରନ୍ତୁ ନାହିଁ।
  4. କେତେକ ଉପଚାର ଗୁରୁତ୍ଵକ୍ଷତିର କାରଣ
  5. ମୂର୍ଚ୍ଛା ଯାଇଥିବା ରୋଗୀକୁ ପାତିବାଟେ କିଛି ଖାଇବାକୁ ଦିଅନ୍ତୁ ନାହିଁ । ପଟିବାଟେ ଖାଇବାଦ୍ଵାରା ଏହା ଫୁସ୍ ଫୁସ୍ କୁ ଯାଇ ଫୁସ୍ ଫୁସ୍ ଅବରୋଧ କରିଦିଏ ଓ ରୋଗୀ ମରିଯାଇପାରେ ବା ନିମୋନିଆ ହୋଇପାରେ ।

  6. କେତେକ ଉପଚାର ଯାହା ଅତି ଖରାପ ଓ ଅନ୍ୟମାନଙ୍କୁ କଷ୍ଟ ଦେଇଥାଏ ।
  7. ଉଦାହରଣସ୍ୱରୂପ

    • ଠାକୁରଙ୍କ ନିଟକରେ ବଳି ହେବାଦ୍ଵାରା ସନ୍ତାନ ନ ଥିବା ବିବାହିତା ସ୍ତ୍ରୀ ଲୋକ ( ବନ୍ଧ୍ୟା) ସନ୍ତାନ ପାଆନ୍ତି ବୋଲି କେତେକଙ୍କର  ଧାରଣ ଅଛି ।
    • କୌଣସି ଦମ୍ପତିଙ୍କର ଆଦୌ ଛୁଆପିଲା ନ ହେବାର ଅନେକ କାରଣ ଅଛି ଅନ୍ୟ ଏକ ଲୋକକୁ ବଳିହେବାଦ୍ଵାରା ସନ୍ତାନ ହେବାରେ କୌଣସି ସାହାଯ୍ୟ କରେ ନାହିଁ ।

    • ଅପ୍ରାପ୍ତ ବୟସ୍କ ବାଳିକାକୁ ସମ୍ଭୋଗ କରିବାଦ୍ଵାରା ସିଫିଲିସ୍ ଭଲ ହୋଇଯାଏ ବୋଲି ଧାରଣା ଅଛି ।
    • ପ୍ରକୃତରେ ସିଫିଲିସ୍  ତାହାଦ୍ଵାରା ଭଲ ହୁଏ ନାହିଁ ବରଂ ଅଧିକାଂଶ କ୍ଷେତ୍ରରେ ଭୟ ଓ ରକ୍ତସ୍ରାବ ହେତୁ ଝିଅଟି ମରିଯାଇଥାଏ । ଯଦି ବି ସେ ବଞ୍ଚି ରୁହେ ତେବେ ସେ ମଧ୍ୟ ସିଫିଲିସ୍ ଦ୍ଵାରା ଆକ୍ରାନ୍ତ ହୁଏ ।

      ଅନ୍ୟ ଜଣଙ୍କର କ୍ଷତି କରିବାଦ୍ଵାରା କାହାର ଉପକାର ହୁଏ ନାହିଁ ।

ଏହିଭଳି ଓ ସମାନ ଧରଣର ଅନ୍ୟାନ୍ୟ କେତେକ ଉପଚାର ଗୁଡିକର ରୋଗ ଉପଶମ କ୍ଷମତା ଆଦୌ ନ ଥାଏ । କେବଳ ଲୋକମାନଙ୍କର ସେ ସବୁରେ ଥିବା ବିଶ୍ଵାସଯୋଗୁଁ ହିଁ ଯାହାକିଛି ଉପକାର ମିଳିଥାଏ । କିନ୍ତୁ ସଙ୍ଘାତିକ ଅବସ୍ଥା ପାଇଁ ଏଗୁଡିକ ନିଷ୍ଫଳ ହେଉଥିବାର ଉପଯୁକ୍ତ ଚିକିତ୍ସା କରିବା ପାଇଁ ଆଦୌ ବିଳମ୍ବ କରନ୍ତୁ ନାହିଁ ।

କେତେକ ଉପଯୋଗୀ ଘରୋଇ ଉପଚାର

ଅନେକ’ ଉଦ୍ଭିଦମାନଙ୍କର ରୋଗ ଉପଶମ ଶକ୍ତି ଥାଏ । ଜଙ୍ଗଲୀ ଚେରମୂଳରୁ ଅଧିକାଂଶ ଆଧୁନିକ ଔଷଧ ତିଆରି ହୁଏ । ଅଧିକନ୍ତୁ, ଲୋକମାନଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ଅନେକ ଚେରମୂଳିର ଔଷଧ ଗୁଣ ନ ଥାଏ ଓ ଯେଉଁଗୁଡିକର ଔଷଧ ଗୁଣ ଥାଏ ସେଗୁଡିକର କେତେକ ସମୟରେ ଭୁଲ ପ୍ରୟୋଗ କରାଯାଇଥାଏ । ନିଜ ଆଞ୍ଚଲରେ ମିଳୁଥିବା ଉଦ୍ଭିଦ ମାନଙ୍କୁ ଠିକ୍ ରୂପେ ଚିହ୍ନି, ସେଗୁଡିକରୁ କେଉଁଗୁଡିକ ମୂଲ୍ୟାବାନ ମନେରଖନ୍ତୁ ।

ସାବଧାନ:

କେତେକ  ବନୌଷଧୀ ନିର୍ଦ୍ଧରିତ ମାତ୍ରା ଠାରୁ ଅଧିକ ସେବନ କଲେ ଅତୀବ ବିଷାକ୍ତ ହୋଇ ଯାଏ । ତେଣୁ ଆଧୁନିକ ଔଷଧଗୁଡିକର ମାତ୍ରା ନିୟନ୍ତ୍ରଣ ସହଜସାଧ୍ୟ ହୋଇଥିବାରୁ ସେଗୁଡିକ ବ୍ୟବହାର କରିବା ଅଧିକାଂଶ ସମୟରେ ନିରାପଦ ।

ଘରୋଇ ଚିକିତ୍ସା ପାଇଁ ବିଭିନ୍ନ ଉପାୟରେ ଔଷଧ ଉଦ୍ଭିଦମାନଙ୍କୁ ବ୍ୟବହାର କରାଯାଇଥାଏ । ସଠିକ୍ ପ୍ରୟୋଗଦ୍ଵାରା ଫଳପ୍ରଦ ହେଉଥିବା କେତେକ ଘରୋଇ ଚିକିତ୍ସା ଉଦାହରଣ ନିମ୍ନରେ ଦିଆଯାଇଛି ।

ଅତି ସାଧାରଣ ରୋଗଗୁଡିକ ପାଇଁ ଘରୋଇ ଚିକିତ୍ସା ଫଳପ୍ରଦ ହୋଇଥାଏ । ସାଘାତିକ ରୋଗଗୁଡିକ ପାଇଁ ଆଧୁନିକ ଚିକିତ୍ସା ସର୍ବଦା ବିଧେୟ ।

ସଂଗ୍ରହ

ଔଷଧୀୟ ଲଟା ବା ଗୁଳ୍ମ ସଂଗ୍ରହର ଦୁଇଟି ମୁଖ୍ୟ ବିଷୟ ହେଲା ମାଟି ଯେଉଁଥିରେ ଏହି ଲଟା ବା ଗୁଳ୍ମ ହୋଇଥାଏ ଏବଂ ସଂଗ୍ରହର ସମୟ । କଷି ଗଛ ବା ଅପରିପକ୍ଵ ଲତା ବା ଗୁଳ୍ମର ସଂଗ୍ରହ ଔଷଧ ପ୍ରସ୍ତୁତିରେ ସେତେଟୋ ସହାୟକ ହୋଇ ନ ଥାଏ । ଏହି ସଂଗ୍ରହ ପୋକ ମଇଳା ଓ ବିଷାକ୍ତ ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍ । ଏହିସବୁ ଲତା ବା ଗୁଳ୍ମର ସଂଗ୍ରହ ଶରତ ରତୁରେ ହେବା ଉଚିତ୍ । ସଂଗୃହୀତ ଚେରମୂଳୀ, ଲତା, ଗୁଳ୍ମ ଭଲ ଭାବରେ ଧୁଆଯିବା ଉଚିତ୍ ।

ସଞ୍ଚୟ ଏବଂ ଲେବଲିଙ୍ଗ

ସଂଗ୍ରହ ପରେ ଚେରମୂଳୀ ଛାଇରେ ଶୁଖାଯିବା ଉଚିତ୍ ଓ ପରିଷ୍କାର ଥଳୀରେ ରଖାଯିବା ଉଚିତ୍ । ସାଧାରଣତଃ ଅଧିକାଂଶ ଗଛ ବା ଚେରମୂଳୀର ଗୋଟିଏ ବର୍ଷ ପରେ ପ୍ରଭାବ କମିଯାଇଥାଏ । ପାତ୍ରରେ ଏହାକୁ ରଖି ସାରିଲାପରେ ଭଲଭାବରେ ଏହାର ଲେବଲିଙ୍ଗ କରିବା ଉଚିତ୍ତ । ଯେଉଁଥିରେ ଗଛର କାମ, ବ୍ୟବହୃତ ଅଂଶ , ସଂଗ୍ରହ ତାରିଖ, କ’ଣ ପାଇଁ ବ୍ୟବହାର କରାଯିବ, ମାତ୍ରା ଇତ୍ୟାଦି ଲେଖାଯିବା ଉଚିତ୍ ।

ଆଧାର : ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate