অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗୀକୁ କିପରି ପରୀକ୍ଷା କରିବେ

ରୋଗୀର ପରୀକ୍ଷା

ଜଣେ ଅସୁସ୍ଥ ବ୍ୟକ୍ତି ପ୍ରକୃତରେ କ’ଣ ଦରକାର କରୁଛି ତାହା ଜାଣିବା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ତାକୁ ପଚାରି ତା ପରେ ଭଲଭାବରେ ରୋଗୀକୁ ପରୀକ୍ଷା କରିବା ଦରକାର । ରୋଗୀ କେତେକ ଚିହ୍ନ ଓ ଲକ୍ଷଣ ଅନୁଧ୍ୟାନ କଲେ ରୋଗର ପ୍ରକୋପ ଓ ରୋଗୀଟି କେଉଁ ରୋଗଦ୍ଵାରା ଆକ୍ରାନ୍ତ ତାହା ଆପଣ ଜାଣିପାରିବେ ।

ରୋଗୀକୁ ଅନୁଧ୍ୟାନ କରିବାକୁ ଓ ପଚାରିବାକୁ କେତେକ ନିର୍ଦ୍ଦିଷ୍ଟ ଦରକାରୀ ବିଷୟ ରହିଛି । ରୋଗୀ ଅନୁଭବ କରୁଥିବା ଓ ପ୍ରକାଶ କରୁଥିବା ଲକ୍ଷଣଗୁଡିକ ତଥ୍ୟ ଆପଣ ପରୀକ୍ଷା ସମୟରେ ଦେଖୁଥିବା ଅନ୍ୟାନ୍ୟ ଚିହ୍ନଗୁଡିକ ଏହାର ଅନ୍ତର୍ଭୁକ୍ତ । ଛୋଟଛୁଆ ଓ କଥା କହିପାରୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏହି ଚିହ୍ନଗୁଡିକ ବିଶେଷ ଗୁରୁତ୍ଵପୂର୍ଣ୍ଣ ।

ରୋଗୀକୁ ପରୀକ୍ଷା କରିବା ପୂର୍ବରୁ ଆପଣ ସ୍ଥିର ନିଶ୍ଚିତ ହୁଅନ୍ତୁ ଯେ,

  1. ସେ ସୁସ୍ଥତା ବୋଧ କରୁଛି କି ନାହିଁ ।
  2. ଆପଣ ରୋଗ ବାବଦରେ ପଚାରିଲାବେଳେ ଆତ୍ମୀୟଙ୍କ ଭଳି ପଚାରନ୍ତୁ ।
  3. ଯାହା ପଚାରୁଛନ୍ତି ରୋଗକୁ ଆଧାର କରି ପଚାରନ୍ତୁ ।
  4. ରୋଗ ବାବଦରେ ରେକର୍ଡ ରଖନ୍ତୁ, ଏହା ପରେ ସାହାଯ୍ୟ କରିବ ।
  5. ସୂର୍ଯ୍ୟଲୋକରେ ପରୀକ୍ଷା କରନ୍ତୁ ।
  6. ଜରୁରୀ କ୍ଷେତ୍ରରେ ଯଥା ରକ୍ତସ୍ରାବ, ଆଘାତ କ୍ଷେତ୍ରରେ ପ୍ରଥମେ ଚିକିତ୍ସା କରନ୍ତୁ ଓ ପରେ ପଚାରନ୍ତୁ ।
  7. ଶିଶୁ ବା ପିଲାମାନଙ୍କୁ ପରୀକ୍ଷା କରୁଥିଲେ ତାଙ୍କର ଜମାପଟା କାଢି ଦିଅନ୍ତୁ ।
  8. ଯଦି ରୋଗୀ ରୋଗ ହେବାର ଦିନ ନ କହିପାରେ ତେବେ ପର୍ବ ପର୍ବାଣୀକୁ ଆଧାର କରି ପଚାରନ୍ତୁ ।

ରୋଗୀକୁ ପଚାରିବା ବେଳେ ରୋଗୀର ଅଭିଯୋଗ କେବଳ ଟିପନ୍ତୁ ନାହିଁ ଏଥି ସହିତ ରୋଗର ଇତିହାସ ବା ଅନ୍ୟାନ୍ୟ କଥା ଜାଣିବାକୁ ଚାହାଁନ୍ତୁ ଯାହା ରୋଗ ବାବଦରେ ସଂପୂର୍ଣ୍ଣ ସୂଚନା ଦେଇପାରିବ ।

ଯଥେଷ୍ଟ ଆଲୋକଥିବା ଜାଗାରେ, ବିଶେଷକରି ସୂର୍ଯ୍ୟାଲୋକରେ ରୋଗୀକୁ ପରୀକ୍ଷା କରନ୍ତୁ – ଅନ୍ଧାରୁଆ ଘରେ କେବେ ବି ପରୀକ୍ଷା କରନ୍ତୁ ନାହିଁ ।

ରୋଗୀକୁ ପରୀକ୍ଷା କରିବା ସମୟରେ, ଅନୁଧ୍ୟାନ କରୁଥିବା ବିଷୟଗୁଡିକ କାଗଜରେ ଟିପି ରଖନ୍ତୁ । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆବଶ୍ୟକତା ପଡିଲେ ତାକୁ ସେଗୁଡିକ ଦେଖାନ୍ତୁ ।

ପ୍ରଶ୍ନ

  • ରୋଗୀକୁ ନିଜଭାଷାରେ ତା’ର ଅଭିଯୋଗଗୁଡିକ କହିବାକୁ ସୁଯୋଗ ଦିଅନ୍ତୁ । ସେ କହିସାରିଲାପରେ ରୋଗର ଅନ୍ୟାନ୍ୟ ସୂଚନା ଜାଣିବାପାଇଁ ଆପଣ କେତେଗୁଡିକ ପ୍ରଶ୍ନପଚାରନ୍ତୁ । ନିମ୍ନ ପ୍ରଶ୍ନଗୁଡିକ ପଚାରିବାକୁ ଭୁଲାନ୍ତୁ ନାହିଁ । ବର୍ତ୍ତମାନ ଆପଣଙ୍କର ସବୁଠାରୁ ବଡ ଅସୁବିଧା କ’ଣ ?
  • କ’ଣ ହେଲେ ଆପଣଙ୍କୁ ଭଲ କିମ୍ବା ଖରାପ ଲାଗେ ?
  • କେବେ ଠାରୁ ଓ କିପରି ଅସୁସ୍ଥତା ଆରମ୍ଭ ହେଲା ?
  • ଆଗକୁ ଆପଣଙ୍କୁ ଏହା ହୋଇଥିଲା କି ଅଥବା ଆପଣଙ୍କର କରିବାର କିମ୍ବା ପଡୋଶୀଙ୍କର କାହାକୁ ଏହା ହୋଇଥିଲା କି?

ରୋଗ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଜାଣିବାପାଇଁ ଆହୁରି କେତେକ ପ୍ରଶ୍ନ ପଚାରନ୍ତୁ

ଉଦାହରଣ ସ୍ୱରୂପ, କଷ୍ଟ ପାଉଥିବା ରୋଗୀକୁ ନିମ୍ନମତ୍ତେ ପଚାରନ୍ତୁ :

  • କେଉଁଠାରେ କଷ୍ଟ ହେଉଛି ? ( ନିର୍ଦ୍ଦିଷ୍ଟ ଜାଗାଟିକୁ ଆଙ୍ଗୁଠି ସାହାଯ୍ୟରେ ଦେଖାଇବାକୁ କୁହନ୍ତୁ ।)
  • ସବୁବେଳେ କଷ୍ଟ ହୁଏ କିଛି କିଛି ସମୟ ବ୍ୟବଧାନରେ ହୁଏ ।
  • କେଉଁ ପ୍ରକାରର କଷ୍ଟ ହେଉଛି ? (ଭୀଷଣ? ସାମାନ୍ୟ? ଜାଲିଗଲା ପରି?)
  • କଷ୍ଟ ହେଉଥିଲେ ବି ଶୋଇପାରୁଛ କି?
  • ଯଦି ରୋଗଟି ଛୋଟଛୁଆଟିଏ ହୋଇଥାଏ ତେବେ କଷ୍ଟର ଲକ୍ଷଣଗୁଡିକଅନୁଧ୍ୟାନ କରନ୍ତୁ । ସେ କିପରି ଚଳପ୍ରଚଳ କରୁଛି ଓ କାନ୍ଦୁଛି, ତାହା ଅନୁଧ୍ୟାନ କରନ୍ତୁ ( ଉଦାହରଣସ୍ୱରୂପ, ଛୋଟ ଛୁଆଟିଏର କାନ ବିନ୍ଧୁଥିଲେ ସେ ମୁଣ୍ଡର ଗୋଟିଏ କଡକୁ ଘାସେ ଓ କାନକୁ ଟଣାଓଟରା କରେ।

ପ୍ରଶ୍ନ

ସାଧାରଣ ସୂଚନା: ଏହି ସୂଚନା ଆପଣଙ୍କୁ ରୋଗୀ ବାବଦରେ ଅଧିକ ତଥ୍ୟ ଯୋଗାଇବ, ଯାହାଦ୍ଵାରା ଆପଣ ତାହାର ରୋଗ ବିଷୟରେ ଜାଣିପାରିବେ ।

ପରୀକ୍ଷାରଦିନ, ରୋଗୀର ନାମ, ଠିକଣା, ବୟସଳିଙ୍ଗ, ସେ ବିବାହିତ କି ଅବିବାହିତ, ଏକୁଟିଆ ରହୁଛି, ବିଧା, ତାହାର ବୃତ୍ତି ଓ ଧର୍ମ ବିଷୟରେ ଲେଖନ୍ତୁ । ରୋଗୀର ଅସୁସ୍ଥତା ବିଷୟରେ ଏହି ସୂଚନାଗୁଡିକ ଆପଣଙ୍କୁ ଯଥେଷ୍ଟ ସାହାଯ୍ୟ କରିବ । କେତେକ ରୋଗ ଅଳ୍ପ ବୟସ ଓ ନିର୍ଦ୍ଧିଷ୍ଟ ଳିଙ୍ଗ ଓ ଧର୍ମ ଭିତ୍ତିକ ନିତି ଯୋଗୁଁ ଅସୁସ୍ଥତା ଉପରେ ପ୍ରଭାବ ପକାଇ ବଢିଥାଏ । ଜଣେ ବ୍ୟକ୍ତି ବୃତ୍ତି ଆପଣଙ୍କୁ ଅସୁସ୍ଥତା ବିଷୟରେ  ଧାରଣା ଦେଇପାରେ । ଜଣେ କୃଷକର ଚାଷକାମ କରିବା ପରେ ଚର୍ମ ଫୋଟକା ହୋଇ ଆଲର୍ଜିକ ହୋଇଥାଏ । ପ୍ରଶ୍ନ ସହିତ ପରୀକ୍ଷା କଲେ ଅସୁସ୍ଥତା ବିଷୟରେ ଜାଣି ପାରିବେ ।

ମୁଖ୍ୟ ଅସୁବିଧା

ଏହି ଅସୁବିଧା ବହୁତ ପୀଡିତ ବ୍ୟକ୍ତି ଅସୁବିଧାରେ ପକାଏ ଏବଂ କାରଣରୁ ସେ କାହିଁକି ଆପଣଙ୍କୁ ଦେଖାଇବାକୁ ଆସିଅଛି, ତା’ର ଗୋଟିକରୁ ଅଧିକ ଅସୁବିଧା ବା ଆପତ୍ତି ଥାଇପାରେ । ତା’ର ଅତି ଅସୁବିଧା ବିଷୟ ଜାଣିବାକୁ ଚେଷ୍ଟା କରନ୍ତୁ ଓ ଏହା ମଧ୍ୟରୁ ମୁଖ୍ୟ ଅସୁବିଧାକୁ ବିଚାରକୁ ନିଅନ୍ତୁ । ସେ ଆପଣଙ୍କୁ ଯାହା କହୁଛି, ତାହା ଲେଖନ୍ତୁ । ଆପଣଙ୍କ ଚିନ୍ତାଧାରାରେ ତା’ର କଥାକୁ  ବ୍ୟାଖ୍ୟା କରନ୍ତୁ ନାହିଁ ।

କାଶ, ମୁଣ୍ଡବିନ୍ଧା, ଜ୍ଵର ଏକ ମାସ ଧରି, କ୍ଷୁଧା, କାଶ ଯେଉଁ ଅସୁସ୍ଥ ବ୍ୟକ୍ତିର ଥାଏ ମାତ୍ର ଏହା ଅସୁବିଧା କରି ନ ଥାଏ । ହଠାତ କାଶରେ ରକ୍ତ ପଡିଲେ ସଙ୍ଗେ ସଙ୍ଗେ ଆପଣଙ୍କୁ ଦେଖାଇବାକୁ ଆସନ୍ତି । ତାଙ୍କର ମୁଖ୍ୟ ଅସୁବିଧା ହେଉଛି କାଶରେ ରକ୍ତ ପଡିବା, ମୁଣ୍ଡବିନ୍ଧା ବା କାଶ ମୁଖ୍ୟ ଅସୁବିଧା ନୁହେଁ ।

ତା’ର ବର୍ତ୍ତମାନ ଅସୁସ୍ଥତାର କଥା – ଆପଣ ଅସୁସ୍ଥ ବ୍ୟକ୍ତିଙ୍କୁ ପଚାରନ୍ତୁ ତା;ର ଅସୁସ୍ଥତା କେବେ ଏବଂ କିପରି ଆରମ୍ଭ ହେଲା । ଯେତେବେଳେ ତାଙ୍କର ଦେହ ଅସୁସ୍ଥ ହେଲେ କି ଲକ୍ଷଣ ବା ଚିହ୍ନ ଓ  ଅସୁସ୍ଥତା ବିଷୟରେ ଜାଣିବାପାଇଁ ଅଧିକରୁ ଅଧିକ ପ୍ରଶ୍ନ ପଚାରି ପାରନ୍ତି ।

ଯଦି ସେ ଯନ୍ତ୍ରଣାର ଆପତ୍ତି କରନ୍ତୁ, ତାଙ୍କୁ ପଚାରନ୍ତୁ -

  • କେଉଁଠାରେ ଯନ୍ତ୍ରଣା ହେଉଛି। ନିର୍ଦ୍ଧିଷ୍ଟ ସ୍ଥାନରେ ଆଙ୍ଗୁଳି ମାରି ଯନ୍ତ୍ରଣା ବିଷୟରେ ପଚାରନ୍ତୁ । କେତେଦୂର ଯନ୍ତ୍ରଣା ଲାଗୁଛି? ଯଦି ହିଁ କୁହନ୍ତି,  ତାହାହେଲେ କେଉଁଠାରେ ?
  • କିପରି ଯନ୍ତ୍ରଣା ହେଉଛି ? ଏହା କ’ଣ ତିକ୍ଷଣ, ମାନ୍ଦା, ଜଳିଗଳାପରି, ଅତ୍ୟଧିକ, ଧୀର ।
  • କିପରି ଖରାପ ହେଉଛି? ସେ ପ୍ରତିଦିନ ଯନ୍ତ୍ରଣା ଅନୁଭବ କରୁଛନ୍ତି କି?
  • କେତେ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ରହିଛି ? ଏହା କ’ଣ ମଧ ଘଣ୍ଟା ପର୍ଯ୍ୟନ୍ତ ରହୁଛି ନା ଏକ ଘଟନା ନା ଦିନସାରା ରହୁଛି ।
  • କେତେବେଳେ ଯନ୍ତ୍ରଣା ଆରମ୍ଭ ହୁଏ ? ବ୍ୟାୟାମ ସମୟରେ, ଦୌଡିବା ସମୟରେ, ଚାଲିବା ସମୟରେ ବା ଖାଇସାରିବା ପରେ ।
  • କ’ଣ କଲେ ଭଲ ହୋଇଥାଏ ? ବିଶ୍ରାମ, କଡେଇ ହୋଇ ଶୋଇଲେ, ଯନ୍ତ୍ରଣାକୁ କମାଇବା ପାଇଁ ଉପାୟ ଅବଲମ୍ବନ କର ?
  • ଯନ୍ତ୍ରଣା ଅତ୍ୟଧିକ ହେଉଥିବା ସମୟରେ କ’ଣ କରନ୍ତୁ ? ଯେତେବେଳେ ସେ କାଶନ୍ତି, ଖାଆନ୍ତି, ବା ଚାଳନ୍ତି ଯନ୍ତ୍ରଣା ଅତ୍ୟଧିକ ହୁଏ କି? ଅସୁସ୍ଥତା ସମୟରେ କି ଔଷଧ ବ୍ୟବହାର କରନ୍ତି । ଘରୋଇ ଚିକିତ୍ସା ବିଏଏ ପଡୋଶୀ ବା ସମ୍ପର୍କୀୟଙ୍କ ପାଖରୁ ଆଣନ୍ତି ? କିପରି ଖାଆନ୍ତି ଏବଂ କେତେ ଦିନ ଖାଆନ୍ତି ? ଏଥିରେ ଭଲ ହେଉଛି ନା ଅଧିକ ହେଉଛି?
  • ଅନ୍ୟ ଲକ୍ଷଣ କ’ଣ ଦେଖାଯାଉଛି ? ଓଜନ ହରାଇବା। କ୍ଷୁଧା, ମାନ୍ଦା, ପରିସ୍ରାରେ ଅସୁବିଧା, ହଜମରେ ପରିବର୍ତ୍ତନ ଇତ୍ୟାଦି ।

ଯଦି ଶ୍ଵାସକ୍ରିୟାରେ ଅସୁବିଧା ବୋଲି ବ୍ୟକ୍ତି ଜଣଙ୍କ ଆପତ୍ତି କରନ୍ତୁ – ଏହି ପ୍ରଶ୍ନ ତାଙ୍କୁ ପଚାରନ୍ତୁ ।

  • କୌଣସି ଛାତି ଯନ୍ତ୍ରଣା ? ଯଦି ଶ୍ଵାସକ୍ରିୟା ବା କାଶରେ ଅତ୍ୟଧିକ ଯନ୍ତ୍ରଣା ହେଉଥାଏ ତାହାହେଲେ ଏହା ନିମୋନିଆର ପ୍ରଥମ ଅବସ୍ଥା।
  • ଯଦି ଚାଲିବା, ଦୌଡିବା, ପାହାର ବଢିବା ସମୟରେ ଛାତି ଯନ୍ତ୍ରଣା ହୁଏ ବା କିଛି ସମୟ ବିଶ୍ରାମ ନେବା ପରେ ଯଦି ଆରମ ମିଳେ, ତାହାହେଲେ ତାହା ହୃଦରୋଗ ହୋଇପାରେ ।

ଯଦି ଜଣେ ବ୍ୟକ୍ତି କାଶ ଥାଏ, ତାଙ୍କ ପଚାରନ୍ତୁ - ଶୋଇବା ସମୟରେ ଏହା ବନ୍ଦ ହେଉଛି ନା ନାହିଁ । ଯଦି ତା’ର କାଶରେ ଖଙ୍କାର ପଡୁଛି, କେତେ ପରିମାରଣ। ଏହାର ରଙ୍ଗ ଓ ଯଦି ସେଥିରେ ରକ୍ତ ପଡୁଥାଏ ପଚାରନ୍ତୁ ।

  • ଅତ୍ୟଧିକ ଧୂମପାନ ଦ୍ଵାରା ସକାଳେ ଶୁଖିଲା କାଶ
  • ଧଳା ରଙ୍ଗର ଅଧିକ ଖଙ୍କାର କାଶରେ ପଡିବା ( ବ୍ରୋଙ୍କାଇଟିସ ବା ବହୁ ଦିନର ବ୍ରୋଙ୍କାଇଟିସ୍ )
  • କାଶରେ ରକ୍ତମିଶା ଖଙ୍କାର, ଅପରାହ୍ନରେ ଜ୍ଵର ଓ ଓଜନ ହରାଇଲେ ଯକ୍ଷ୍ମା ।  ଯଦି ଅସୁସ୍ଥା ବ୍ୟକ୍ତି 40 ବର୍ଷରୁ ଅଧିକ ହୋଇଥାନ୍ତି ଓ ଅତ୍ୟଧିକ ଧୂମପାନ କରୁଥାନ୍ତି । ତାଙ୍କର ଫୁସ୍ ଫୁସ୍ ରେ କର୍କଟ ରୋଗ ହୋଇଥାଇପାରେ।

ଯଦି କ୍ଷୁଦ୍ର ଜଡପିଣ୍ଡ ହୋଇଥାଏ, ଏହି ପ୍ରଶ୍ନ ପଚାରନ୍ତୁ –

  • ଆବୁ ବୋଲି କେବେ ପ୍ରଥମେ  ଆପଣ ଜାଣିଲେ ?
  • ଏହା କିପରି ବଡ ହେଲା, ଯେତେବେଳେ ଆପଣ ଏହା ଜାଣିଲେ ?
  • ଏହି ଆବୁ ବାବଦରେ ଆପଣ କ’ଣ ଜାଣିଲେ?

ଯଦି କୌଣସି କ୍ଷତ କାନରୁ ତରଳ ପଦାର୍ଥ ବାହାରୁଥାଏ –

  • କ’ଣ ପ୍ରଚୁର ତରଳ ପଦାର୍ଥ ବାହାରୁକୁ ବାହାରିଆସିଲା?
  • ଏହାର ରଙ୍ଗ ଓ  ଗନ୍ଧ କିପରି ?

ଯଦି ଅସୁସ୍ଥା ବ୍ୟକ୍ତି ଜଣେ ଶିଶୁ ହୋଇଥାଏ ତାହାହେଲେ ସେ କହିପାରିବ ନାହିଁ । ତେଣୁ ତା’ର ମା’ କୁ ଶିଶୁର ଅସୁସ୍ଥତା ବିଷୟରେ ପଚାରନ୍ତୁ । ତା’ର ଗତିବିଧି କିପରି ଓ ସେ କିପରି କାନ୍ଦୁଛି ( ଉଦାହରଣସ୍ୱରୂପ, ଗୋଟିଏ ଶିଶୁର କାନଟାଣିବା ସହିତ ମୁଣ୍ଡ ବେଳେବେଳେ ଗଡାଇଥାଏ ବା ତା’ର କାନରୁ ପୂଜ ବାହାରିଥାଏ ।)

ଅତୀତ ଅସୁସ୍ଥତା

ବ୍ୟକ୍ତିର ଅତୀତ ଅସୁସ୍ଥତା ବିଷୟରେ ପଚାରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ବର୍ତ୍ତମାନର ଅସୁବିଧା ଅତୀତରୁ ଚାଲୁଥାଇପାରେ, ଏହା ଅନ୍ୟ ରୋଗ ହେବାରେ ସାହାଯ୍ୟ କରିପାରେ ।

ତାଙ୍କୁ ଏହି ପ୍ରଶ୍ନ ଗୁଡିକ ପଚାରନ୍ତୁ –

  1. ପୂର୍ବରୁ ଆପଣଙ୍କର କି ରୋଗ ବା ଅସୁସ୍ଥତା ଥିଲା ? ପୂର୍ବରୁ ଏହିପରି ଅସୁବିଧା ହୋଇଥିଲା କି?
  2. ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ କିମ୍ବା ପାରମ୍ପରିକ ଚିକିତ୍ସକଙ୍କ ସହିତ ପରାମର୍ଶ କରିଥିଲେ କି ? ଯଦି ହିଁ, କେଉଁ ରୋଗ ପାଇଁ?
  3. କୌଣସି ଅତ୍ୟଧିକ ଆଘାତ ହୋଇଛି କି?

ବର୍ତ୍ତମାନର ସ୍ୱାସ୍ଥ୍ୟଗତ ଅବସ୍ଥା

ପଚାରନ୍ତୁ – ଯଦି କୌଣସି ଖାଦ୍ୟ, ଔଷଧ, ଧୁଳି, କୀଟପତଙ୍ଗ କାମୁଡାରେ ଆଲର୍ଜିକ୍ ଅଛି କି? ବା ତାଙ୍କ ଆଜମା ଅଛି କି?

ବର୍ତ୍ତମାନ କୌଣସି ଔଷଧ କଉଛନ୍ତି କି ନାହିଁ ଜାଣିବାକୁ ଚେଷ୍ଟା କରନ୍ତୁ ଓ କେଉଁ ଅସୁସ୍ଥତା ପାଇଁ? ସେ ଧୁମପାନ ନିଶାଦ୍ରବ୍ୟ ସେବନ ଓ ମଦ୍ୟପାନ  କରନ୍ତି କି ?

ଯଦି ସେ ମଦ୍ୟପାନ କରୁଥାନ୍ତି ଏହା ଜାଣିବା ଗୁରୁତ୍ଵପୂର୍ଣ୍ଣ ଯେ, କେତେ ଥର କେତେ ପରିମାଣର ( ଗ୍ଲାସରେ ପରିମାଣ ଜାଣିପାରିବେ ୧/୨ ଗ୍ଲାସ ପରି) ଓ କେତେ ବର୍ଷହେଲା ।

ପରିବାରର ରୋଗ – କେତେକ ରୋଗ ପରିବାରରୁ ଆସିଥାଏ, ଆଜମା , ଆଲାର୍ଜି ପରି । କେତେକ ଅସୁସ୍ଥତା ଅନ୍ୟ ପରିବାରରୁ ଆସିଥିବାର ଲକ୍ଷ୍ୟ କରାଯାଏ । ଉଦାହରଣ ସ୍ୱରୂପ ଉର୍ଦ୍ଧ୍ଵ ରକ୍ତଚାପ, କର୍କଟରୋଗ, ଯକ୍ଷ୍ମା ପରି ରୋଗ ଜଣକ ପାଖରୁ ଅନ୍ୟ ଜଣକୁ ବ୍ୟାପିଥାଏ ।

ଏହା ପଚାରିବା ଗୁରୁତ୍ଵପୂର୍ଣ୍ଣ

  1. ପରିବାରର ବର୍ତ୍ତମାନ ଅନ୍ୟ ଅସୁସ୍ଥତା କ’ଣ ?
  2. ପରିବାରର ସଦସ୍ୟଙ୍କର ମୃତ୍ୟୁର କାରଣ କ’ଣ ? ବୁଢାବାପା, ବୁଢୀମା, ବାପା ବା ମା
  3. ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଯେଉଁମାନେ ଆଜମା, ଆଲାର୍ଜିକ୍, ବହୁମୂତ୍ର ରୋଗ, ଉର୍ଦ୍ଧ୍ଵରକ୍ତଚାପ, ଯକ୍ଷ୍ମା, କର୍କଟ ରୋଗ, କୃଷି, କୁଣ୍ଡିଆ ମସ୍ତିଷ୍କ ଅସୁସ୍ଥତା ବା ବର୍ତ୍ତମାନ ଆପଣ ଜାଣିଥିବା ରୋଗରେ ପୀଡିତ ଥାଆନ୍ତି ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

Last Modified : 10/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate