অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୨)

ଚର୍ମ

ଅସୁସ୍ଥତା ଅତି ସାମାନ୍ୟ ହୋଇଥିଲେ ବି ଅସୁସ୍ଥ ବ୍ୟକ୍ତି ଦେହକୁ ପରୀକ୍ଷା କରିବା ଦରକାର । ଛୋଟ ଛୁଆ ପିଲାମାନଙ୍କ ଦେହରୁ ସବୁ ପୋଷାକ କାଢି ନେଇ ଅସ୍ଵାଭାବିକ ଜୋଗାଗୁଡିକ ଭଲଭାବେ ଦେଖନ୍ତୁ । ଯଥା :

  • ଘା
  • ଫୁଲାଳିଆ ଲସିକା ଗ୍ରନ୍ଥି ସମୂହ (ବେକ, କାଖ ଓ ଜଙ୍ଘ)
  • ଆଦି ଜାଗାରେ ଛୋଟ ଛୋଟ ଆବୁ
  • ଯାଦୁ, କୁଣ୍ଡିଆ ଇତ୍ୟାଦି
  • ଖଣ୍ଡିଆ
  • ଅସାଧାରଣଭାବେ କେସ ପତଳା ହୋଇଆସିବା ବା ସମ୍ପୁର୍ଣ୍ଣଭାବେ ଉପଡିଯିବା ଅଥବା  କେସର ରଙ୍ଗ ଓ ଉଜ୍ଵଳତା କମିଯିବା
  • ଛଉ ବା ଦେହରେ ଛୋଟ ଛୋଟ ନାଲିଦାଗ
  • ଭୁଲତାର କେସ ଉପଡିଯିବା
  • ଭଙ୍ଗା ଅସ୍ଥି ଖଣ୍ଡ
  • ପ୍ରଦାହ
  • ( ଲାଲ, ଉତ୍ତପ୍ତକଷ୍ଟ ଓ ଫୁଲାସହ ସଂକ୍ରମଣ)
  • ଲକ୍ଷଣ
  • ଆବୁଫୁଲା

ଚର୍ମ କୁଣ୍ଡାଇ ଦେଉଥିଲେ ପଚାରନ୍ତୁ । ଚର୍ମ କୁଣ୍ଡାଇ ଦେବାର ସାଧାରଣ କାରଣଗୁଡିକ ହେଲା :

  • ଶୁଖିଲା ଚର୍ମ
  • ବୃଦ୍ଧାବସ୍ଥା
  • ଗର୍ଭଧରଣ ଔଷଧର ପ୍ରତିକ୍ରିୟା
  • ଚର୍ମ ଉକୁଣୀ

ସର୍ବଦା ଶିଶୁମାନଙ୍କର ପିଚା ସନ୍ଦି, ଳିଙ୍ଗ ଓ ଟାଏର ଚତୁପାର୍ଶ୍ଵସ୍ଥ,  ହାତ ଓ ଗୋଡର ସବୁ ଆଙ୍ଗୁଠି ସନ୍ଦି ଓ ଉକୁଣୀ, କୃମି, ଘା ବିସ୍ପୋଟକ ଇତ୍ୟାଦି ପାଇଁ କାନମୂଳ ତଥ୍ୟ ମୁଣ୍ଡ ବାଳର ଭିତର ଇତ୍ୟାଦି ସ୍ଥାନଗୁଡିକ ପରୀକ୍ଷା କରନ୍ତୁ ।

ମୁଣ୍ଡ

ମୁଣ୍ଡରେ ବାଳଥିବା ଯୋଗୁଁ ମୁଣ୍ଡର କେତେକ ସମସ୍ୟା ସହଜରେ ଜଣାପଡେ ନାହିଁ । ଯଦି ବ୍ୟକ୍ତି ବାଳ ହେତୁ କୌଣସି ଭଲ ମତ ଦିଅନ୍ତି ତାହାହେଲେ ବ୍ୟକ୍ତିକୁ ପଚାରନ୍ତୁଯେ, ସେ ମୁଣ୍ଡରେ ବା ଖପୁରୀରେ କିଛି ଅସ୍ଵାଭାବିକତା ଅନୁଭବ କରୁଛନ୍ତି କି ? ବାଳରେ ଉକୁଣୀ ବା ବାଳଝଡି ପଡିବା ପରୀକ୍ଷା କରନ୍ତୁ । ଖପୁରୀରେ ଆବୁ ଅଛି କି ନାହିଁ ଦେଖନ୍ତୁ ।

ମୁହଁରେ ଯେକୌଣସି ଅସ୍ଵାଭାବିକତା ପାଇଁ ମୁଖ ପରୀକ୍ଷା କରନ୍ତୁ ।

ଚକ୍ଷୁ

ଆଖିର ଶ୍ଵେତପଟଳ ବା ଧଳା ଦେଖାଯାଉଥିବା ଅଂଶକୁ ଲକ୍ଷ କରନ୍ତୁ । ଏହା ସ୍ଵାଭାବିକ ରକ୍ତବୁର୍ଣ୍ଣ ନା ହଳଦିଆ ରୋଗୀର ଦୃଷ୍ଟିରେ ହେଉଥିବା ପରିବର୍ତ୍ତନ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଆଖି ପରୀକ୍ଷା କରିବା ସମୟରେ ନିମ୍ନଲିଖିତ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ।

  1. ଦୁଇ ଆଖିର ଅବସ୍ଥିତ
  2. ଆଖିର ଅବସ୍ଥିତିରେ ଅସମାନତା ଟେରା ଆଖି ଯୋଗୁଁ ହୋଇପାରେ

  3. ଭୁଲତା

ବୃଦ୍ଧଲୋକଙ୍କ କ୍ଷେତ୍ରରେ ଭୁଲତାର ବାଳ ବହୁତ ପତଳା ହୋଇଥାଏ । କୁଷ୍ଠ ରୋଗ କାରଣରୁ ମଧ୍ୟ ଭୁଲତାର ବାଳ ଉପଡିଯାଏ ।

ଆଖିପତା

ଆଖିପତା  ଫୁଲିବା ମୂତ୍ରାଶୟ ସମସ୍ୟା ଯୋଗୁଁ ହୋଇପାରେ ।  ବ୍ୟକ୍ତିଙ୍କୁ ଦୁଇ ଆଖିପତା ବନ୍ଦ କରିବାପାଇଁ କୁହନ୍ତୁ । ଆଖିପତା ବନ୍ଦ କରିବା ଅସମର୍ଥତା ପ୍ରଘାତ ଯୋଗୁଁ ହୋଇପାରେ ଆଖିପତା ସମ୍ପୁର୍ଣ୍ଣ ବନ୍ଦ ହେବାଦ୍ଵାରା ଆଖି ଶୁଖିଯିବ ଓ ଆଖି ନଷ୍ଟ ହୋଇଯିବାର କାରଣ ହୋଇପାରେ ।

  • ଆଖିର ଧଳା ଅଂଶର ରଙ୍ଗ ।
  • ଏହା ସାଧାରଣ କି, ଲାଲ ବା ହଳଦିଆ ଏଠି ସହିତ ଅସୁସ୍ଥ ବ୍ୟକ୍ତିଙ୍କର ଦୃଷ୍ଟି ଶକ୍ତିର କିଛି ପରିବର୍ତ୍ତନ ହୋଇଛି କି ନାହିଁ ଦେଖନ୍ତୁ ।

ଆଖିପୁଅ

(ଆଖିର ମଧ୍ୟଭାଗରେ ଥିବା କଳା ଡୋଳା) ର ଆକାର ପ୍ରତି ଧ୍ୟାନ ଦିଅନ୍ତୁ । ତାହା ଯଦି ଅତି ବଡ ଦେଖାଯାଏ, ତେବେ ତାହା ଶଙ୍କା ବା ଭୟ ଜନିତ ଅବସ୍ଥା । ତାହା ଯଦି ଖୁବ୍ ଛୋଟ ଦେଖାଯାଏ, ତେବେ ତାହା ବିଆଇଏସ କୌଣସି ଏକ ନିର୍ଘିଷ୍ଟ ଔଷଧ ପରିଣତି ।

ଦୁଇଟିଯାକ ଚକ୍ଷୁକୁ ଅନୁଧ୍ୟାନ କରି  ଉଭୟଙ୍କ ମଧ୍ୟରେ ଥିବା ଅସାମଞ୍ଜସ୍ୟତା ପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷକରି ଆଖିପୁଅ ଦୁଇଟିର ଆକାର ପ୍ରତି ଦୃଷ୍ଟି ଦିଅନ୍ତୁ ।

ଆଖିପୁଅ ଦୁଇଟିର ଆକାରର ଅସାମଞ୍ଜସ୍ୟତା ପାଇଁ ଡାକ୍ତରୀ ଚିକିତ୍ସା ଅତ୍ୟନ୍ତ ଜରୁରୀ ।

  • ବଡ ଆକାର ଧାରଣ କରିଥିବା ଆଖିପୁଅର ତୀବ୍ର ପୀଡା ଯୋଗୁଁ ଯଦି ବାନ୍ତି ହୁଏ ତେବେ ବ୍ୟକ୍ତିଙ୍କୁ ପ୍ରାୟତଃ ଗ୍ଳୁକୋମା ହୋଇଥାଏ ।
  • ଛୋଟ ଆକାରର ପୁଅ ଥିବା ଆଖିରେ ଯଦି ଭୀଷଣ ପୀଡା ହୁଏ, ତେବେ ଆଇରିଟିସ୍ ନାମକ ଏକ ଭୟଙ୍କର ସଂକ୍ରମଣ ଜନିତରୋଗ ହୋଇଥାଇପାରେ ।
  • ଅଚେତ ଥିବା ବା ଖୁବ ନିକଟରେ ମସ୍ତିଷ୍କରେ ଆଘାତ ପାଇଥିବା ବ୍ୟକ୍ତିଙ୍କର ଦୁଇଆଖିର ପିତୁଳାର ଆକାରରେ ଯଦି ଅସାମଞ୍ଜସ୍ୟତା ଥାଏ, ତେବେ ତାହା ମସ୍ତିଷ୍କ ନଷ୍ଟ ହୋଇଥିବାର ଲକ୍ଷଣ ହୋଇପାରେ ବା ଷ୍ଟ୍ରୋକ ର ଲକ୍ଷଣ ହୋଇଥାଇପାରେ ।

ବ୍ୟକ୍ତି ତାଙ୍କର ଆଖିକୁ ତଳ ଉପରେ ବା କଡକୁ ଆସ୍ତେ ବୁଲାଉଛନ୍ତି କି? ଏହା ମୁଖ୍ୟତ ମସ୍ତିଷ୍କ କ୍ଷତି ଯୋଗୁଁ ହୋଇଥାଏ ।

ଆଖିର ଗତିକୁ ଭଲଭାବରେ ପରୀକ୍ଷା କରନ୍ତୁ । ବ୍ୟକ୍ତି ତାଙ୍କର ମୁଣ୍ଡନ ବୁଲାଇ ଆପଣ ଆପଣଙ୍କ ଆଙ୍ଗୁଠି ଯେଉଁ ଆଡକୁ ଚାଳନା କରୁଛନ୍ତି ଦେଖିବା ପାଇଁ କୁହନ୍ତୁ । ସାଧାରଣତଃ ବ୍ୟକ୍ତିଙ୍କର ଦୁଇ ଆଖି ଏକ ସମୟରେ ଗୋଟିଏ ଆଡକୁ ଘୂରିଥାଏ । ଯଦି ର୍ଥିରେ କିଛି ବିଶୁଙ୍ଖଳା ଦେଖାଯାଏ, ତେବେ ଏହା ଆଖି ମାଂସପେଶୀର ପକ୍ଷାଘାତ ଯୋଗୁଁ ହୋଇପାରେ ।

କର୍ଣ୍ଣ

କୌଣସି ବ୍ୟକ୍ତି ବା ବିଶେଷକରି ଏକ ଶିଶୁର ଜ୍ଵର ବା ଶର୍ଦ୍ଦି ଜନିତ ଅସୁସ୍ଥତାର ପରୀକ୍ଷା କଲାବେଳେ, ସର୍ବଦା ତାର କାନ ପୀଡା ବା ସଂକ୍ରମଣର ଲକ୍ଷଣଗୁଡିକ ପରୀକ୍ଷା କରନ୍ତୁ । କାନଙ୍କୁ ମକଚି ବା ଟଣାଟାଣି କରି ଯଦି ଶିଶୁଟି ପ୍ରବଳ ଭାବେ କାନ୍ଦୁଥାଏ, ତେବେ ତା’ର କାନ ସଂକ୍ରମଣ ହୋଇଥାଏ

ବାହ୍ୟକର୍ଣ୍ଣ ପଛପାଖ ଚର୍ମ ଯଦି ଲାଲ ଦେଖାଯାଉଥାଏ, ତେବେ ସେହି ଜାଗାଟିକୁ ଚିପାନ୍ତୁ । ଯଦି ଭୀଷଣ କଷ୍ଟ ହୁଏ ତେବେ ହାଡ ସଂକ୍ରମିତ ହୋଇଛି ବୋଲି ଜଣାପଡେ । ଏହାଦ୍ଵାରା ରୋଗୀକୁ ଭୀଷଣ ଜ୍ଵର ହୁଏ ଓ ସେ ଭୀଷଣ ଦୁର୍ବଳ ଦେଖାଯାଏ।

କର୍ଣ୍ଣର ଅଭ୍ୟନ୍ତର ଦେଖିବା ପାଇଁ ଆପଣଙ୍କ ଆଙ୍ଗୁଠି ସହଜୟାରେ କାନଟିକୁ ଧୀରେ ଭିଡନ୍ତୁ ଏବଂ ଏହାଦ୍ଵାରା ଯଦି କଷ୍ଟ ବଢିଯାଏ, ତେବେ କର୍ଣ୍ଣନାଲୀ ସଂକ୍ରମିତ ହୋଇଥାଏ ।

କର୍ଣ୍ଣର ଅତ୍ୟନ୍ତ ଲାଲ ଦେଖାଯାଉଛି କି ପୂଯେଇଛି, ତାହା ଲକ୍ଷ୍ୟ କରନ୍ତୁ, ସେଥିପାଇଁ ଛୋଟ ଟର୍ଚ୍ଚ ଲାଇଟ ଟିଏ ସାହାଯ୍ୟ କରିବା । କିନ୍ତୁ କେବେ ବି କାଠି, ତାର କିମ୍ବା ଅନ୍ୟାନ୍ୟ କୌଣସି ଟାଣୁଆ ଜିନିଷ କାନ ଭିତରେ ପୁରାନ୍ତ ନାହିଁ ।

ଜଣେ ଠିକ ଭାବେ ଶୁଣିପାରୁଛି କି ନାହିଁ, ଅଥବା ଗୋଟିଏ ଆର କାନ ଅପେକ୍ଷା କମ୍  ଶୁଣାଯାଉଛି କି? ପରୀକ୍ଷା କରି ଦେଖନ୍ତୁ ।

ନାକ ଓ ନାଳୀ ଘା’

ନାକର କୌଣସି ବିକୃତି ଫୁଲା ବା ଲାଲ ରଙ୍ଗ ନିରୀକ୍ଷଣ କରନ୍ତୁ । ନାକଭିତର ଦେଖନ୍ତୁ । ବ୍ୟକ୍ତିକୁ କୁହନ୍ତୁ, ବେକ ପଛପଟକୁ ନୁଆଁଇ ରଖିବା ପାଇଁ ଯାହାଦ୍ଵାରା ଆପଣ ନାକରେ ସିଙ୍ଘାଣି, ପୂଜ ରକ୍ତ ଫୁଲା ଇତ୍ୟାଦି ଜାଣିପାରିବେ ।

ଆଖି ପତାର ଭିତର ପଟେ ହାତ ଦେଇ ନାଳୀ ଘା’ ହୋଇଛି କି ନାହିଁ ଜାଣିପାରିବେ ।  ଯଦି ବ୍ୟକ୍ତି ଯନ୍ତ୍ରଣା ହୁଏ ନାକରୁ ଲାଳ ଲକ୍ଷଣ ହେଉଥାଏ ତେବେ ତାହାକୁ ନାଳୀ ଘା’ ହୋଇଥାଇପାରେ ।

ପାଟି, ଜିହ୍ଵା ଓ ଗଲା

ଜଣେ ଅତି ଅସୁସ୍ଥ ଦେଖାଯାଉ ନ ଥିଲେ ମଧ୍ୟ ତା’ର ପାଟି, ଜିହ୍ଵା ଓ ଗଳା ପରୀକ୍ଷା କରିନିଅନ୍ତୁ ।

ଓଠ

ଓଠରେ କୌଣସି ଆବୁ, ଘା ହୋଇଛି କି ନାହିଁ ଦେଖନ୍ତୁ । ଓଠରେ କର୍କଟ ରୋଗ ସାଧାରଣତଃ ତଳ ଓଠରେ ହୋଇଥାଏ । ଏହା ମୁଖ କର୍କଟ ରୋଗର ସାଧାରଣ ଅବସ୍ଥାଅଟେ ।

ପାଟି

ଯଦି ପାଟିର କାଳରେ ଫାଟ ଓ ଘା’ ହେଉଥାଏ ତେବେ ତାହା ଖାଦ୍ୟସାର ବା ଭିଟାମିନ୍ ଅଭାବରୁ ହୋଇଥାଏ ।

ଜିଭ

ଜିଭର ରଙ୍ଗ ଓ ରୂପ ଦୃଷ୍ଟି ଦିଅନ୍ତୁ:

  • ମହିଳା ଓ ଚିକକଣ ହୋଇଥିଲେ – ରକ୍ତଶୂନ୍ୟତା
  • ନୀଳ ଦେଖାଯାଉଥିଲେ – ଶ୍ଵାସକ୍ରୀୟା କିମ୍ବା ହୃଦପିଣ୍ଡଜନିତ ସମସ୍ୟା
  • ଜିଭ ଶୁଖିଲା ଦେଖାଯାଉଥିଲେ – ଶରୀରର ଜଳୀୟ ଅଂଶ କମିଯିବାର ଲକ୍ଷଣ
  • ଜିଭ ଉପରେ ଛୋଟ ଛୋଟ ଧଳା ଚକଡା ଥିଲେ -  ଛତୁ ଜାତୀୟ ସଂକ୍ରମଣ
  • ଜିଭ ପାଟି ଭିତରେ କୌଣସି ପୁରୁଣା ଘା  ଶୁଖୁ ନଥିଲେ, ତାହା କର୍କଟରୋଗ । କଡା ପାନ ( ପାନପତ୍ର ସହିତ ଚୂନ ଓ ଅତ୍ୟଧିକ ଧୂଆଁପତ୍ର) ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ଅତି ସାଧାରଣ । ତେଣୁ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ଗ୍ରହଣ କରନ୍ତୁ ।

ଗଳା

  • ଗଳାର ଭିତର ଅଂଶ  ଦେଖିବାକୁ  ଚାହିଁଲେ ଗୋଟିଏ ଚାମଚର ପଛପଟେ ଜିଭକୁ ଦବେଇ ରଖନ୍ତୁ ଓ ଟଚ୍ଚ ଆଲୁଅରେ ଦେଖନ୍ତୁ ।
  • ଗଳା ଭିତରେ ଜିଭର ଦୁଇପାଖରେ ଥିବା ଉଚ୍ଚ ମାଂସକୁ ଟନସିଲ କୁହାଯାଏ।
  • ଟନସିଲ ଆକ୍ରାନ୍ତ ହେଲେ ତାହାକୁ ଟନସିଲ କୁହାଯାଏ ।
  • ଟନସିଲ ବଢିଗଲେ ପିଲାଙ୍କୁ ଜ୍ଵର ହୁଏ ଓ ଏହା ପିଲାଙ୍କୁ ଜ୍ଵର ହେବାର ଏକ ପ୍ରଦାନ କାରଣ ।
  • ଛୋଟ ଛୁଆଙ୍କର ଗଳା ଓ ଟନସିଲରେ ଧଳା ବା ପାଉଁଶଆ ରଙ୍ଗର ଚକଡାମାନ, ଥିଲେ ତାହା ଡିପଥେରିଆ ।

ଦାନ୍ତ ଓ ମାଢି

ଦାନ୍ତ ମୂଳ ଫୁଲା, ସଂକ୍ରମଣ, ଲାଲ ଦେଖାଯିବା ବା ରକ୍ତ ବାହାରୁକି କି ନାହିଁ ଦେଖନ୍ତୁ ।

ବେକ

ବେକର ଲସିକା ଗ୍ରନ୍ଥି ଫୁଲିବା ଦେଖନ୍ତୁ । ବେକର ସିରା ହୃତ ଗତିରେ ଯଦି ସ୍ପନ୍ଦିତ ହେଉଥାଏ । ଏହା ହୃଦ ସମସ୍ୟାର କାରଣ ହୋଇପାରେ । ବେକ କଡ ଓ ପଛ ପାଖର ଲସିକା ଗ୍ରନ୍ଥି ଦେଖନ୍ତୁ । ସାଧାରଣ ବ୍ୟକ୍ତିଙ୍କର ଛୋଟ ଯନ୍ତ୍ରଣାହୀନ ଗ୍ରନ୍ଥି ଥାଏ । ଯନ୍ତ୍ରଣାଦାୟାକ ଗ୍ରନ୍ଥି ଅର୍ଥ ପ୍ରଦାହ । କଠିନ ବା ଗତିହୀନ ଗ୍ରନ୍ଥି କର୍କଟ ରୋଗ ହୋଇପାରେ ।

ବ୍ୟଥା ହେଉଥିବାର ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିପାରିଲେ, ଅନେକ ସମୟରେ ବ୍ୟଥା ହେବାର କାରଣ ଜଣାପଡିଥାଏ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate