অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)

ଛାତି ଓ ଫୁସ୍ ଫୁସ୍

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)ପୀଡିତ ବ୍ୟକ୍ତି ତା’ର ଶ୍ଵାସକ୍ରିୟାରେ କେତେଥର ପ୍ରଶ୍ଵାସ ନେଉଛି, ଲକ୍ଷ୍ୟ କରନ୍ତୁ । ବର୍ତ୍ତମାନ ତା’ର ଛାତିର ଗଠନ ଦେଖନ୍ତୁ ଓ ଛାତିର ଉଭୟ ପାଖ ନିଶ୍ଵାସ ନେଲାବେଳେ ସମାନ ଭାବରେ ପଡୁକି କି ନାହିଁ ଦେଖନ୍ତୁ । ଆପଣଙ୍କର ହାତର ଦୁଇ ପାପୁଲି ପିଠି ପଛପଟେ ରଖନ୍ତୁ ଓ ବ୍ୟକ୍ତିକୁ  ଜୋରରେ ନିଶ୍ଵାସ ନେବାକୁ କୁହନ୍ତି । ଏହାଦ୍ଵାରା ଆପଣଙ୍କ ହାତ ସମାନ ଭାବରେ ଉଠିବ ଓ ପଡିବ । କିନ୍ତୁ ନିମୋନିଆ ବା ଯକ୍ଷ୍ମାରୋଗରେ  ଆକ୍ରାନ୍ତ ବ୍ୟକ୍ତିଙ୍କର ସଂକ୍ରମିତ ହୋଇଥିବା ପାଖ ଆଦୌ ଉଠିବ ବା ପଡିବ ନାହିଁ ।

ଫୁସ୍ ଫୁସ୍ ର  ତ୍ରୁଟି ଜାଣିବା ପାଇଁ ଆଉ ଏକ ଉପାୟ ହେଲା ଫୁସ୍ ଫୁସ୍ ସ୍ପନ୍ଦନ । ପିଠିର ଉପର ଭାଗରେ ଆପଣ ଆପଣଙ୍କ ପାପୁଲି ରଖନ୍ତୁ ଓ ବ୍ୟକ୍ତିକୁ ୯୯ କହିବା ପାଇଁ କୁହନ୍ତୁ । ଏହାଦ୍ଵାରା ଆପଣ ଆପଣଙ୍କ ହାତରେ ସ୍ପନ୍ଦନ ଅନୁଭବ କରିପାରିବେ  । ଫୁସ୍  ଫୁସ୍  ସ୍ପନ୍ଦିତ ନ ହେବା ବ୍ରୋଙ୍କାଇଟିସ୍ ବା ଆଜମା ଅଟେ । ଯଦି ସ୍ପନ୍ଦନ ଅଧିକ ହୁଏ ତେବେ ବ୍ୟକ୍ତି ଙ୍କର ନିମୋନିଆ ଅଛି ।

ହୃତପିଣ୍ଡ

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)ଛାତିରେ କୌଣସି ଅସ୍ଵାଭାବିକ ହୃତସ୍ପନ୍ଦନ ପରୀକ୍ଷା ପାଇଁ ସାଧାରଣତଃ ଜଣେ ପତଳା ବ୍ୟକ୍ତି ଏହି ସ୍ଥାନରେ ହୃତସ୍ଵନ୍ଦନ ଦେଖି ପାରିବେ । ଯାହାହେଉନା କାହିଁକି ମୋଟା ବ୍ୟକ୍ତି ପକ୍ଷରେ ଏହା ଅଳ୍ପ ଦେଖାଯାଏ । ଗୋଟିଏ ଲୋକର ହୃତପିଣ୍ଡରେ ବହୁଦିନଧରି ଅସୁବିଧା ଥିଲେ ( ବାଟ ଗ୍ରସ୍ତ ହୃତପିଣ୍ଡ ରୋଗ ପରି ) ହୃତପିଣ୍ଡ ସ୍ପନ୍ଦନ ସ୍ଥାନ ଦେଖିହୁଏ । ଆପଣ ହୃତପିଣ୍ଡ ଉପରେ ସିଧା ସଳଖ ଆପଣଙ୍କ କାନ ରଖି ହୃତପିଣ୍ଡର ଶବ୍ଦ ଶୁଣିପାରିବେ ।

ଗୋଟିଏ ପୀଡିତ ବ୍ୟକ୍ତିର ହୃତସ୍ପନ୍ଦନ ସହିତ ଗୋଟିଏ ସାଧାରଣ ଲୋକର ହୃତସ୍ପନ୍ଦନ ତୁଳନା କରନ୍ତୁ । ଯଦି ଶବ୍ଦ ଆଲଗା ହୁଏ, ଏହା ହୃତରୋଗର ଲକ୍ଷଣ ହୋଇପାରେ ଓ ତାଙ୍କୁ ଡାକ୍ତରଙ୍କ  ବିଚାରାଦି ପାଇଁ ପ୍ରେରଣ କରିବା ଉଚିତ୍ । ଆଉ ମଧ୍ୟ ହୃତସ୍ପନ୍ଦନ ବେଶୀ ବା କ୍ଷୀଣ ନୁହେଁ ଓ ଏହା ପ୍ରତିଦିନ ହୁଏ କି ନାହିଁ ଜାଣନ୍ତୁ ଯେ କୌଣସି ଅନିୟମିତ ହୃତସ୍ପନ୍ଦନ ପାଇଁ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ସ୍ତନ

ସ୍ତନ ପରୀକ୍ଷା ଜଣେ ମହିଳାଙ୍କର ଶାରୀରିକ ଯାଞ୍ଚର ଏକ ଅଂଶ ବିଶେଷ ହେବା ଉଚିତ୍ । ଏଥି ପାଇଁ ୨ପ୍ରକାର ଉପାୟ ଅବଲମ୍ବନ କରାଯାଇପାରିବ । ପ୍ରଥମଟି ନିରାକ୍ଷଣ ଓ ଦ୍ଵିତୀୟଟି ସ୍ପର୍ଶ।

ନିରୀକ୍ଷଣ

ମହିଳାଙ୍କୁ ବସିବା ପାଇଁ କୁହନ୍ତୁ । ଆପଣ ଯାହା କରିବାକୁ ଯାଉଛନ୍ତି ତାହା କୁହନ୍ତୁ । ମହିଳାଙ୍କର ଅଣ୍ଟାଯାଏ ପୋଷାକ କାଢି ଦିଅନ୍ତୁ।

  • ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)ଦୁଇଟିଯାକ ସ୍ତନ ସମାନ ଅଛି କି ନାହିଁ ଦେଖନ୍ତୁ । ବେଳେ ବେଳେ କିଛିଟା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ବିଶେଷ କରି କଳା ସ୍ଥାନ ଭଲ ଭାବରେ ଦେଖିବା  ଉଚିତ୍ ।
  • ଯଦି ସ୍ତନରେ ଆବୁ ଦେଖାଯାଏ ବା  ସ୍ତନର ଚର୍ମ ଭାଙ୍ଗ ଭାଙ୍ଗ ଦେଖାଯାଏ ତେବେ ଏହା ସ୍ତନ କର୍କଟ ରୋଗର କାରଣ ହୋଇପାରେ।
  • ଚର୍ମର ରଙ୍ଗ ଯଦି ଲାଲ ହୁଏ ତେବେ ଏହା ସଂକ୍ରମଣ ବା କର୍କଟ ରୋଗ ଯୋଗୁଁ ହୋଇ ଥାଏ । ସ୍ତନ କୌଣସି ସ୍ଥାନ ପତଳା ଦେଖାଗଲେ ଓ କମଳା ରଙ୍ଗ ଦେଖାଗଲେ ଏହା ମଧ୍ୟ କର୍କଟ ରୋଗ ଅଟେ । ବିସ୍ଫାରିତ ସିରା ମଧ୍ୟ କର୍କଟ ରୋଗର ଲକ୍ଷଣ ଅଟେ।
  • ସ୍ତନକୁ ଭଲ ଭାବରେ ନିରାକ୍ଷଣ କରନ୍ତୁ ଏବଂ ଏହାର ଆକାର ଓ ଆକୃତି ଟିପି ରଖନ୍ତୁ ।

    ସ୍ତନ ଭୁଣ୍ଡି ବଙ୍କା ବା ଭିତରକୁ ପଶିଯାଇ ଥିଲେ ଏହା କର୍କଟ ଘା’ ହେବାର ବୁଝାଇଥାଏ ।

  • ଏବେ ମହିଳାଙ୍କର ହାତକୁ ପିଚାପାଖକୁ ରଖିବା ପାଇଁ କୁହନ୍ତୁ ଏବଂ ଭୁଣ୍ଡି ଦୁଇଟିକୁ ଦେଖନ୍ତୁ । ଯଦି କିଛି ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ଏହା କର୍କଟ ରୋଗର କାରଣ ହୋଇପାରେ ।
  • ମହିଳାଙ୍କ ଆଗକୁ ନେଇନ ପଡିବାକୁ କୁହନ୍ତୁ । ଏହାଦ୍ଵାରା ଆପଣ ଭଲ ଭାବରେ ସ୍ତନର ଯାଞ୍ଚ ବା ପରୀକ୍ଷା କରିପାରିବେ ।

ସ୍ପର୍ଶ

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)ସ୍ପର୍ଶ କେବଳ ଦ୍ଵୟରେ ସୀମିତ ରହିବା ନୁହେଁ । ଏହା ବାହୁ ମୂଳ ବା କଣ୍ଠାସ୍ଥି ପର୍ଯ୍ୟନ୍ତ ଯାଞ୍ଚ ହେବା ଉଚିତ୍ । ବ୍ୟକ୍ତି ତଳେ ବସିଥିବା ପର୍ଯ୍ୟନ୍ତ କଣ୍ଠାସ୍ଥି ଓ ବାହୁମୂଳର ଉପରେ ସ୍ଥାନରେ ସ୍ପନ୍ଦନ ଥାଏ ଯେତେବେଳେ ଆପଣ ପରୀକ୍ଷା କରୁଛନ୍ତି ଏହାକୁ ଧରି ମହିଳାଙ୍କୁ କୋହଳ ହେବା ପାଇଁ କୁହନ୍ତୁ ।

ଏବେ ଦେଖନ୍ତୁ ଯଦି କିଛି ଆବୁ ସେହି ସ୍ଥାନରେ ଅଛି ଓ  ଯନ୍ତ୍ରଣା ଲାଗୁଛି ।

ରୋଗୀକୁ କିପରି ପରୀକ୍ଷା କରିବେ (ଭାଗ – ୩)

କର୍କଟ ରୋଗରେ ସାଧାରଣତଃ ଏହି ଇଶୀକା ଗ୍ରନ୍ଥି ସଂକ୍ରମଣ ହୋଇଥାଏ । ଏବେ ମହିଳାଙ୍କୁ ସୋଇଯିବା ପାଇଁ କୁହନ୍ତୁ । ଆପଣ ଯେଉଁ ବାହୁମୂଳ ପରୀକ୍ଷା କରୁଛନ୍ତି ତାହା ତଳେ ଏକ ତକିଆ ରଖନ୍ତୁ ଏବଂ ମହିଳାଙ୍କୁ ମୁଣ୍ଡ ତଳେ ହାତ ଦେଇ ଶୋଇବାକୁ କୁହନ୍ତୁ ଏହି ପ୍ରକାର ସ୍ତନରେ ଆବୁ ଠିକ୍ ଭାବରେ ଜଣାପଡିଥାଏ । ସ୍ପର୍ଶ ଦ୍ଵାରା ସ୍ତନ ପାଞ୍ଚର ଏକ ବିଶେଷ କାଇଦା ଅଛି । ଆପଣଙ୍କର ତିନୋଟି ଆଙ୍ଗୁଳିଦ୍ଵାରା ଆପଣ ସ୍ତନର ଉପରି ଭାଗରୁ ଭୁଣ୍ଡି ପର୍ଯ୍ୟନ୍ତ ଆଙ୍ଗୁଠି ଗଡାଇ ଆଣନ୍ତୁ । ପରେ ସ୍ତନକୁ ଚିପାନ୍ତୁ ରକ୍ତ ବା କିଛି ରସ କ୍ଷରଣ ହୁଏ ତେବେ ଏହା ବିପଦଜଣକ ଅଟେ ଏପରି କ୍ଷେତ୍ରରେ ତୁରନ୍ତ ଡାକ୍ତର ସହିତ ପରାମର୍ଶ କରନ୍ତୁ ।

ପେଟ

  • ଯଦି କାହାରି ପେଟରେ ଯନ୍ତ୍ରଣା ହେଉଛି, ତେବେ ଠିକ୍ କେଉଁଠାରେ କଷ୍ଟ ହେଉଛି ତାହା ଭଲକରି ଦେଖନ୍ତୁ ।
  • କଷ୍ଟ କ୍ରମାଗତଭାବେ ହେଉଛି ( ଅଥବା କଳିଜ୍ ବା ଅମ୍ଳଶୂଳ ) ଓ ଟାଣି ହେବାପରି ହଠାତ୍ ହୋଇ କମିଯାଉଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ ।

ପେଟ ପରୀକ୍ଷା କଲାବେଳେ ପ୍ରଥମେ ଦେଖନ୍ତୁ ପୁରା ପେଟତି ଫୁଲିଛି ବା ଗୋଟିଏ ପାର୍ଶ୍ଵ ଫୁଲିଛି କିମ୍ବା କୌଣସି ସ୍ଥାନ ଆବୁପରି ଫୁଲି ରହିଛି ।

ବ୍ୟଥା ହେଉଥିବାର ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିପାରିଲେ, ଅନେକ ସମୟରେ ବ୍ୟଥା ହେବାର କାରଣ ଜଣାପଡିଥାଏ ।

ପେଟ  ନରମ ଅଛି କିମ୍ବା ଫମ୍ପାଇଛି ( ଟାଣ ଲାଗିବା ) ଦେଖନ୍ତୁ ଓ ରୋଗୀ ତାର ମାଂସପେଶୀକୁ ଆରାମରେ ଚାଳନା କରିପାରୁଛି କି ନାହିଁ ଦେଖନ୍ତୁ । ଅତି ଟାଣୁଆ ଲାଗୁଥିବା ବା ଫମ୍ପେଇଥିବା ପେଟର ବ୍ୟଥା ହୁଏ, ହୁଏତ ଆପେଣ୍ଡିସାଇଟିସ୍ କିମ୍ବା ଅନ୍ତ୍ରାବରଣ ପ୍ରଦାହ ହୋଇଥାଇପାରେ ।

ତଳିପେଟର ଆରାମ ପାଇଁ ଚିତ୍ ହୋଇ ଶୋଇରହି ଆଣ୍ଠୁ ନିକଟରୁ ଗୋଡକୁ ଭାଙ୍ଗିବାକୁ କୁହନ୍ତୁ ।

ଯଦି ଆପଣ ଆପେଣ୍ଡିସାଇଟିସ୍ ବା ଅନ୍ତ୍ରାବରଣ ପ୍ରଦାହ ( peritonitis) ବୋଲି ସନ୍ଦେହ କରନ୍ତି, ତେବେ ଉଛଳନ ପୀଡା ବା ରିବାଉଣ୍ଡ ପେନ୍ ପାଇଁ ପରୀକ୍ଷା କରନ୍ତୁ ।

ପେଟ ଭିତରର  ଅସ୍ଵାଭାବିକ ଆବୁ ବା ଟାଣୁଆ ସ୍ଥାନକୁ ଅନୁଭବ କରନ୍ତୁ ।

ରୋଗୀର ପାକସ୍ଥଳୀରେ ଯଦି ସବୁବେଳେ ବ୍ୟଥା ହେଉଥାଏ, ବାନ୍ତିବାନ୍ତି ଲାଗୁଥାଏ ଓ ଝାଡା  ପରିଷ୍କାର ହେଉ ନଥାଏ ତେବେ ନିମ୍ନଚିତ୍ରରେ ଦର୍ଶାଯାଇଥିବାପରି ତା’ ପେଟ ଉପରେ କାନ ରଖନ୍ତୁ ।

ନିମ୍ନଦତ୍ତ ସମସ୍ୟାଗୁଡିକ ସମୟରେ ପେଟର ଯେଉଁ ଜାଗାମାନଙ୍କର ସାଧାରଣଭାବେ ବ୍ୟଥା ହୋଇଥାଏ, ସେଗୁଡିକ ଚିତ୍ର ସାହାଯ୍ୟରେ ଦର୍ଶାଇ ଦିଆଯାଇଛି ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate