ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ରୋଗୀର ଯତ୍ନ କିପରି ନେବେ
ସେଆର କରନ୍ତୁ

ରୋଗୀର ଯତ୍ନ କିପରି ନେବେ

ରୋଗୀର ଯତ୍ନ କିପରି ନେବେ ସେ ସମ୍ବନ୍ଧରେ ସୂଚନା ।

ଉତ୍ତମ ଯତ୍ନର ମୂଳ ଭିତ୍ତି

ରୋଗଶରୀରକୁ ଦୁର୍ବଳ କରିଦିଏ । ଶୀଘ୍ର ସ୍ଵସ୍ଥ ହେବାପାଇଁ ଓ ଶକ୍ତି ଫେରାଇ ଆଣିବାପାଇଁ ରୋଗୀର ସ୍ଵତନ୍ତ୍ର ଯତ୍ନ ନିଆଯିବା ଦରକାର ।

ରୋଗୀର ଯତ୍ନ ନେବା, ତା’ର ଚିକିତ୍ସାର ଏକ ବିଶିଷ୍ଟ ଅଂଶ ।

ଅନେକ ସମୟରେ ଔଷଧ ଦରକାର ହୁଏ । ନାହିଁ ଭଲରୂପେ ଯତ୍ନ ନେବା  ସବୁବେଳେ ଗୁରୁତ୍ଵପୂର୍ଣ୍ଣ ।

  1. ରୋଗୀର ଆରାମ
  2. ଯଥେଷ୍ଟ ନିର୍ମଳ ବାୟୁ ଓ ଆଲୋକ ଥିବା ଆରାମଦାୟକ ଓ ନିସ୍ତବଧ ଜାଗାରେ ରୋଗୀ ବିଶ୍ରାମ ନେବା ଆବଶ୍ୟକ ।

    ଅତ୍ୟଧିକ ଥଣ୍ଡା ବା ଗରମ ସ୍ଥାନରୁ ତାକୁ ଦୂରେଇ ରଖିବା ଦରକାର ।

    ଯଦି ପବନ ଥଣ୍ଡା ହୋଇଥାଏ ବା ରୋଗୀ ଥଣ୍ଡା ଯୋଗୁଁ କମ୍ପୁଥାଏ, ତେବେ ତାକୁ କମ୍ବଳ ବା ଚାଦର ଦ୍ଵାରା ଘୋଡାଇ ଦିଅନ୍ତୁ । ଯଦି ପାଗ ଗରମ ଥାଏ ଓ ରୋଗୀକୁ ଜ୍ଵର ହୋଇଥାଏ, ତେବେ ତାକୁ ଘୋଡାନ୍ତୁ ନାହିଁ ।

  3. ତରଳ ପଦାର୍ଥ
  4. ପ୍ରାୟ ପ୍ରତ୍ୟେକ ରୋଗରେ, ବି ବିଶେଷକରି ଜ୍ଵର ବା ତରଳ ଝାଡା ହେଉଥିବାବେଳେ ରୋଗୀକୁ ପାଣି, ଚା, ଫଳରସ, ଝୋଳ ଇତ୍ୟାଦି ତରଳ ପଦାର୍ଥ ପ୍ରଚୁର ପରିମାଣରେ ପିଇବାକୁ  ଦିଅନ୍ତୁ । ଯଦି ସେ ଥରକରେ ଅତି ଅଳ୍ପ ପିଉଥାଏ, ତେବେ ତାଙ୍କୁ ଅନେକଥର ଅଳ୍ପ ଅଳ୍ପ କରି ପିଇବାକୁ ଦିଅନ୍ତୁ । ଯଦି ସେ ଥରକରେ ଅତି  ପାଞ୍ଚ ଦଶ ମିନିଟ୍ ଅନ୍ତରରେ ଢୋକେ ଢୋକେ କରି ପିଇବାକୁ ଦିଅନ୍ତୁ ।

    ରୋଗୀ ପ୍ରତ୍ୟେକ ଦିନ ପିଉଥିବା ତରଳ ପଦାର୍ଥର ପରିମାଣ ପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଜଣେ ବୟସ୍କ ବ୍ୟକ୍ତି ଦିନକୁ ୨ ଲିଟର କିମ୍ବା ତଦୁର୍ଦ୍ଧ୍ଵ ତରଳ ପଦାର୍ଥ ନ ପିଅନ୍ତୁ ଓ ତିନିରୁ ଚାରିଥର ପର୍ଯ୍ୟନ୍ତ ପରିସ୍ରା କରୁନାହାଁନ୍ତି ଅଥବା ତାଙ୍କଠାରେ ଜଳୀୟ ଅଂଶ ଅଭାବ ର ଲକ୍ଷଣ ଦେଖାଯାଉଛି, ତେବେ ତାକୁ ଅଧିକ ପରିମାଣର ତରଳ ପଦାର୍ଥ ପିଇବା ପାଇଁ ପ୍ରବର୍ତ୍ତାନ୍ତି । ସେ ଅଳ୍ପ ଲୁଣିଦିଆ ପୁଷ୍ଟିକର ପାନୀୟ ପିଇବା ଦରକାର ସେ ଯଦି ଏହାକୁ ନ ପିଅନ୍ତି, ତେବେ ତାଙ୍କୁ ତାଙ୍କ ଶରୀରର ଜଳୀୟ ଅଂଶ ଅଭାବର ପୂରଣ କରୁଥିବା ପାନୀୟ ପିଇବାକୁ ଦିଅନ୍ତୁ । ସେ ଯଦି ଏହି ପାନୀୟରୁ ଯଥେଷ୍ଟ ପରିମାଣରେ ପିଇ ନ ପାରନ୍ତି ଓ ତାଙ୍କଠାରେ ଜଳୀୟ ଅଂଶ ଅଭାବର ଲକ୍ଷଣ ଦେଖାଦିଏ, ତେବେ ଶିରାନ୍ଥଦ୍ରବଣ ଦେଇପାରନ୍ତି ।

  5. ପରିଷ୍କାର ପରିଚ୍ଛନ୍ନତା
  6. ରୋଗୀ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରୋଗୀକୁ ପ୍ରତ୍ୟେକ ଦିନ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ । ରୋଗୀ ଯଦି ଅତ୍ୟଧିକ ଦୁର୍ବଳ ହୋଇଯାଇଥାଏ, ତେବେ ସଫାକନା କିମ୍ବା ସ୍ପଞ୍ଜ ଉଷୁମ ପାଣିରେ ବୁଡାଇ ସେଥିରେ ତା’ର ଦେହକୁ ପୋଛି ଦିଅନ୍ତୁ । ରୋଗୀ ରହୁଥିବା ଘର, ତା’ର ଲୁଗାପତା ଓ ବିଛଣା ଇତ୍ୟାଦି ଯେପରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

    ଯଦି ରୋଗୀଟି ଭୀଷଣ ଦୁର୍ବଳ ହୋଇଯାଇଥାଏ ଓ ଏକୁଟିଆ କଡ ଲେଉଟାଇବାକୁ ଅକ୍ଷମ ହେଉଥାଏ ତେବେ ଦିଅନ୍ତୁ ବାରମ୍ଭାର କଡ ଲେଉଟାଇବାରେ ଓ ସ୍ଥାନ ପରିବର୍ତ୍ତନ କରିବାରେ ତାକୁ  ସାହାଯ୍ୟ କରନ୍ତୁ । ଏହା ଶଯ୍ୟାକ୍ଷତ ହେବାର ପ୍ରତିରୋଧ କରିଥାଏ ।

    ଛୋଟଛୁଆଟିଏ ଦୀର୍ଘଦିନଧରି ଅସୁସ୍ଥ ରହିଲେ, ତାକୁ ଅନେକ ସମୟରେ ତା’ର ମା କୋଳରେ ରଖିବା ଦରକାର ।

    ଭୀଷଣ ଦୁର୍ବଳ ହୋଇଯାଇଥିବା ଓ ଅନେକଦିନ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇଥିବା କାରଣରୁ ନିମୋନିଆ ଦେବାର ଯେଉଁ ସମ୍ଭାବନା ଥାଏ ତାହାର ପ୍ରତିରୋଧ କରିବାପାଇଁ ବାରମ୍ବାର କଡଲେଡଟାଇବା ଓ ସ୍ଥାନ ପରିବର୍ତ୍ତନ କରିବା ଅନେକ ସାହାଯ୍ୟ କରିଥାଏ । ଯଦି ଜଣକୁ ଜ୍ଵର ସହିତ କାସ ହେଉଥାଏ, ଶ୍ଵାସକ୍ରିୟାର ବେଶ ଅଧିକ ଥାଏ ତଥା ଅସୁବିଧା ହେଉଥାଏ, ତେବେ ତାହା ହୁଏତ ନିମୋନିଆ ଅଟେ ।

  7. ଉତ୍ତମ ଖାଦ୍ୟ
  8. ରୋଗୀ ଯଦି ଖାଇବା ପାଇଁ  ଇଛାକରେ, ତାକୁ ଖାଇବାକୁ  ଦିଅନ୍ତୁ । ଅଧିକାଂଶ ରୋଗ ପାଇଁ ସ୍ଵତନ୍ତ୍ର ଖାଦ୍ୟ ଖାଇବା ଦରକାର ନାହିଁ । ରୋଗୀ ପ୍ରଚୁର ପରିମାଣର ତରଳପଦାର୍ଥ ପିଇବା  ଦରକାର । ଡାଲି, ବିନ୍ ସବୁଜପତ୍ର ଯୁକ୍ତ ପନିପରିବା,  ଫଳ ଓ ଦୁଧ ଇତ୍ୟାଦି ଶରୀର ଗଠନ  ମୂଳକ ତଥ୍ୟ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର । ସମ୍ଭବ ହେଲେ ଅଣ୍ଡା, ମାଂସ ମାଛ କୁକୁଡାମାଂସ ଇତ୍ୟାଦି ଖାଇବାକୁ ଦିଅନ୍ତୁ ।  ଶରୀରର  ଦରକାର ଉପାଦାନ ଗୁଡିକ ଦୁଧରେ ଥିବାହେତୁ, ଏହା ଅତ୍ୟନ୍ତ ଉପାଦେୟ ।

    ଯଦି ରୋଗୀ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥାଏ, ତାକୁ ଉପରୋକ୍ତ ଖାଦ୍ୟଗୁଡିକର ରସ ଓ ଝୋଳ ଖାଇବାକୁ ଦିଅନ୍ତୁ’ ।

ଶକ୍ତିଦାୟକ ଖାଦ୍ୟ ମଧ୍ୟ ଅତ୍ୟନ୍ତ ପ୍ରୟୋଜନୀୟ, ଯଥା – ଚାଉଳ, ଗହମ, ମକା ଓ ମାଣ୍ଡିଆ ଇତ୍ୟାଦିର ଚୂନାରେ ତିଆରି ହୋଇଥିବା କ୍ଷୀର । ଏଗୁଡିକ ସହିତ ଅଳ୍ପ ପରିମାଣର ଚିନି ଓ ଉଦ୍ଭିଦ ତେଲ ମିଶାଇ ଦେଲେ, ଶକ୍ତିଦାୟକ ଗୁଣ ଅନେକ ବଢିଯାଏ । ବିଶେଷତଃ ଯେତେବେଳେ ରୋଗୀ ଯଥେଷ୍ଟ ଖାଦ୍ୟ ଖାଏନାହିଁ, ସେତେବେଳେ ତାକୁ ଯଥେଷ୍ଟ ପରିମାଣର ପାନୀୟ ପିଇବାପାଇଁ ପ୍ରବର୍ତ୍ତାନ୍ତୁ । ଯଦି ଜଣେ ଥରକରେ ଅତି ଅଳ୍ପ ଖାଦ୍ୟ କାଉଛି, ତେବେ ତାକୁ ଦିନକୁ ଏକାଧିକଥର ଖାଇବାକୁ ଦିଅନ୍ତୁ ।

ଭୀଷଣ ଅସୁସ୍ଥା ରୋଗୀପାଇଁ ସ୍ଵତନ୍ତ୍ର ଯତ୍ନ

  1. ତରଳ ପଦାର୍ଥ
  2. ଭୀଷଣ ଦୁର୍ବଳ ରୋଗୀକୁ ପ୍ରଚୁର ତରଳ ପଦାର୍ଥ ପିଇବାକୁ ଦେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

    ଯଦି ଥରକରେ ଖୁବ୍ କମ୍ ପିଉଥାଏ, ତାକୁ ଅଳ୍ପଅଳ୍ପ କରି ବାରମ୍ଭାର ପିଇବାକୁ ଦିଅନ୍ତୁ । ଯଦି ତାର ଢୋକି ବାରେ ଅସୁବିଧା ହେଉଥାଏ, ତେବେ ପ୍ରତି ପାଞ୍ଚ ଦଶ ମିନିଟ୍ ଅନ୍ତରରେ  ଏହି  ପିଆଇବା କାମ ଜାରି ରଖନ୍ତୁ ।

  3. ଖାଦ୍ୟ
  4. ଯଦି ରୋଗୀ ଖାଇ ନପାରିବା ଭଳି ଅସୁସ୍ଥ ହୋଇଥାଏ, ଘୋଳ ଦହି, ଲସି ଡାଲିପାଣି, ପନିପରିବା ଝୋଳ ଲେମ୍ବୁପାଣି ପଇଡପାଣି ଓ ଅନ୍ୟାନ୍ୟ ପୁଷ୍ଟିକର ପାନୀୟ ପିଇବାକୁ ଦିଅନ୍ତୁ । ଚାଉଳ, ଗହମ ସୁଜି ଓ ମାଣ୍ଡିଆ ଇତ୍ୟାଦି ଅତ୍ୟନ୍ତ ଉପଯୋଗୀ । କିନ୍ତୁ ସେଗୁଡିକୁ ଶରୀର ଗଠନକାରୀ ଖାଦ୍ୟ ସହିତ ମିଶାଇ ଖାଇବାକୁ ଦିଅନ୍ତୁ ।

    ସବୁଜପତ୍ରଯୁକ୍ତ ପନିପରିବା, ବିନ୍, ଅଣ୍ଡା, ମାଂସକୁକୁଡାମାଂସ ଇତ୍ୟାଦି ଝୋଳ ତିଆରି କରାଯାଇପାରିବ, ଯଦି ଜଣେ ଥରକରେ ବହୁତ କମ୍ ଖାଉଛି, ତାକୁ ଏକାଧିକାଥର ଅଳ୍ପଅଳ୍ପ କରିଖାଇବାକୁ ଦିଅନ୍ତୁ ।

  5. ପରିଚ୍ଛନ୍ନତା
  6. ଭୀଷଣ ଅସୁସ୍ଥ ହୋଇଥିବା ରୋଗୀପକ୍ଷରେ ପରିଷ୍କାର ପରିଚ୍ଛନ୍ନ ରହିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେ ପ୍ରତ୍ୟେକ ଦିନ ଗରମପାଣିରେ ଗାଧୋଇବା ଦରକାର । ମଇଳା ହୋଇଯିବା ମାତ୍ରେ ହିଁ ବିଛଣାଚାଦର ବଦଳାଇ ଦିଅନ୍ତୁ।

  7. ଅବସ୍ଥା ପରିବର୍ତ୍ତନ ପ୍ରତି ଲକ୍ଷ୍ୟ କରନ୍ତୁ

ରୋଗୀ ଅବସ୍ଥାର ପରିବର୍ତ୍ତନ ପ୍ରତି ଦୃଷ୍ଟି ରଖନ୍ତୁ, ଯାହାଦ୍ଵାରା ରୋଗୀର ଭଲ ହୋଇ ଆସୁଛି କି ଖରାପ ହୋଇଯାଉଛି ତାହା ଆପଣ ଜାଣିପାରିବେ । ବିଶେଷ ଲକ୍ଷଣଗୁଡିକ ଟିପି ରଖନ୍ତୁ । ପ୍ରତ୍ୟେକ ଦିନ ଚାରିଥର କରି ନିମ୍ନବତ୍ତ ବିଷୟଗୁଡିକ ଟିପି ନିଅନ୍ତୁ ।

ପ୍ରତ୍ୟେକ ଦିନ ରୋଗୀ କେତେ ପରିମାଣର ତରଳପଦାର୍ଥ ପିଉଛି, କେତେଥର ପରିସ୍ରା କରୁଛି ଓ ଝାଡା ଯାଉଛି, ଏସବୁ ମଧ୍ୟ ଟିପି ରଖନ୍ତୁ । ଏସବୁ ବିବରଣୀ ସ୍ୱାସ୍ଥ୍ୟକର୍ମୀ ଓ ଟିକିତ୍ସକଙ୍କ ପାଇଁ ସାଇତି ରଖନ୍ତୁ ।

ରୋଗୀର ଅସୁସ୍ଥତା ଭୀଷଣ ବା ଭୟଙ୍କର, ତାହା ରୋଗୀର ଲକ୍ଷଣଗୁଡିକରୁ ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିମ୍ନରେ କେତେକ ଭୟଙ୍କର ଅସୁସ୍ଥତା ଲକ୍ଷଣଗୁଡିକର ତାଲିଖା ଦିଆଗଲା । ଯଦି ରୋଗୀଠାରେ ଏଥିରୁ କୌଣସି ଗୋଟିଏ ଲକ୍ଷଣ ଦେଖାଯାଏ, ତେବେ ଅତିଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।

କେତେବେଳେ ଓ କିପରି ଡାକ୍ତରୀ ସାହାଯ୍ୟ ନିଆଯାଏ ।

ଭୟଙ୍କର ଅସୁସ୍ଥତାର ଲକ୍ଷଣ ଦେଖୁଦେଖୁ ହିଁ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଅସୁସ୍ଥତା ବଢିଯାଇ ଅସମ୍ଭାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଡାକ୍ତରଖାନା ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନିଆଯାଇପାରିବା ଅବସ୍ଥା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁନ୍ତୁ ନାହିଁ ।

ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାବେଳର ଅସୁବିଧା ଯୋଗୁଁ ଅସୁସ୍ଥତା ବା ଆଘାତପ୍ରାପ୍ତ ରୋଗୀର ଅବସ୍ଥା ଅଧିକ ଖରାପ ହେବାର ସମ୍ଭାବନା ଥିଲେ ରୋଗୀନିକଟକୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଣିବାର ବନ୍ଦୋବସ୍ତ କରନ୍ତୁ । କିନ୍ତୁଅତି ଜରୁରୀ ଅବସ୍ଥାରେ, ଯେଉଁଠି ସ୍ଵତନ୍ତ୍ର ଚିକିତ୍ସା ବା ଅସ୍ତ୍ରୋପଚାର ଦରକାର ପଡୁଥାଏ ( ଉଦାହରଣସ୍ୱରୂପ, ଆପେଣ୍ଡିସାଇଟିସ୍ ) ସ୍ୱାସ୍ଥ୍ୟକର୍ମୀଙ୍କୁ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ରୋଗୀକୁ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ନେଇଯାଆନ୍ତୁ ।

ଯେତେବେଳେ ଜଣେ ରୋଗୀକୁ ଦୋଳା ବା ଷ୍ଟ୍ରେଚରରେ ନେଇକରି ଯିବା ଦରକାର ହୁଏ, ସେତେବେଳେ ସେ ଯେପରି ଯଥାସମ୍ଭବ ଆରାମ ପାଇପାରିବ ଓ ପଡିଯାଉ ନ ଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ହାଡ ଭାଙ୍ଗିଯାଇଥାଏ, ତେବେ ସବୁକାଠପଟା ସହିତ ଭଙ୍ଗା ଅଂଶକୁ ବାନ୍ଧିଦିଅନ୍ତୁ । ସୂର୍ଯ୍ୟତାପ ପ୍ରଖର ଥିଲେ ଗୋଟିଏ ଚାଦରକୁ  ଉପରେ ବାନ୍ଧିଦିଅନ୍ତୁ, କିନ୍ତୁ ବାୟୁ ଚଳାଚଳ ପାଇଁ ବାଟ ରଖନ୍ତୁ ।

କେଉଁଠାରୁ ଡାକ୍ତରୀ ସାହାଯ୍ୟ ପାଇପାରିବେ ?

ଆପଣ ସବୁ ବେଳେ ପାଖରେ ଥିବା ସ୍ଵାସ୍ଥ୍ୟକେନ୍ଦ୍ର ବା ସରକାରୀ ଡାକ୍ତରଙ୍କର ସାହାଯ୍ୟ ନେଇପାରିବେ । ଏହା ଆପଣଙ୍କର ଜନ୍ମସିଦ୍ଧ ଅଧିକାର । ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ତାଙ୍କର ଅଧିକାର ବାବଦରେ ଅଜ୍ଞ । ସାବଧାନ ରୁହନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭବିଷ୍ୟତ ଗଠନ ପାଇଁ ଏକାନ୍ତ କାମ୍ୟ ।

ଭୟଙ୍କର ଅସୁସ୍ଥତାର ଲକ୍ଷଣ

କୌଣସି ରୋଗୀର ନିମ୍ନଦତ୍ତ ଲକ୍ଷଣମାନଙ୍କ ମଧ୍ୟରୁ ଯଦି ଏକ ବା ଏକାଧିକ ଲକ୍ଷଣ ଥାଏ, ତେବେ ସେ  ଭୀଷଣ ଅସୁସ୍ଥ ହୋଇଛି ବୋଲି ଜଣାପଡେ ଓ  ସେଥିପାଇଁ ଘରୋଇ ଚିକିତ୍ସା ବଦଳରେ ଆଧୁନିକ ଚିକିତ୍ସା ଦରକାର ହୋଇଥାଏ ।

ସାଇକେଲ ଆମ୍ବୁଲାନସ ବା ରୋଗୀବୁହା ଗାଡି

ନିଜ ଗାଁ ପାଇଁ ଆପଣ ଅତି ସରଲଭାବରେ ଅଳ୍ପ ଖର୍ଚ୍ଚରେ ସାଇକେଲ ଆମ୍ବୁଲାନସଟିଏ ତିଆରି କରି ପାରିବେ । ଏଥିପାଇଁ ସାଇକେଲଟିଏ କିଣିବା  ନିହାତି ଦରକାର ନୁହେଁ ।  ଆପଣଙ୍କର ଗାଁର ଯେକୌଣସି ସାହାଯ୍ୟକାରୀ ଲୋକଙ୍କର ସାଇକେଲ ଦ୍ଵାରା ଏହା ହୋଇପାରିବ ।

ଉପକରଣ

  • ଅଢେଲ ମିଟର ଲମ୍ବର ଦୁଇଖଣ୍ଡ ମୋଟା କାଠ ବା ବାଉଁଶ
  • ୨ ୧/୨ ମିଟର ଲମ୍ବ ଓ ୯୦ ସେ.ମି ଅସାରର ଟାଣୁଆ କାନଭାସ ବା କନା
  • ରୋଗୀକୁ ଘୋଡାଇ ଦେବାପାଇଁ ଗୋଟିଏ ଚାଦର
  • ଦୋଳାଧରି ରଖିବାପାଇଁ ୨. ୩୫ ମିଟର ଲମ୍ବ ୫୬ ସେ.ମି  ଓସାରର ଗୋଟିଏ ଧାତବ ଖଣ୍ଡ ବା ଓଜନିଆ ବାଉଁଶ ବା କାଠଫ୍ରେମ
  • ୭ସେ.ମି ଚଉଡା ଓ ଅତି କମରେ ୧.୮ ମିଟର ଲମ୍ବର ଗୋଟିଏ କାନଭାସ ଫିତା
  • ଧାତୁ ନିର୍ମିତ ଫ୍ରେମରେ ଯୋଡା ହୋଇଥିବା ହଳେ ସାଇକେଲ ଚକ । ଏହାକୁ ଗାଁ କମାର ତିଆରି କରିଦେଇ ପାରିବ ।

ସାଇକେଲ ଫ୍ରେମର ପଛରେ ଧାତୁଦ୍ଵାରା ମୁଦିଆଟିଏ ଯୋଡନ୍ତୁ । ଗୋଟିଏ ‘ଏଲ’ ଆକାରରେ ଧାତୁନିର୍ମିତ ଛଡ, ଦୋଳା ରହିବା ଆଡିର ସାମନାପଟେ ଯୋଡନ୍ତୁ । ଏହା ସାଇକେଲ ପଛରେ ଲାଗିଥିବା ମୁଦିଆ ସହିତ ଖାପ ଖାଇବ ଓ ଦୋଳାକୁ ସାଇକେଲ ସହିତ ଯୋଡିଦେବ ।

ନିର୍ଦ୍ଦେଶ

ଦେର୍ଘ୍ୟ ପାର୍ଶ୍ଵରୁ କନାର ଉଭୟ କଡ ଚଉତେଇ ଭାଙ୍ଗିଦେଇ ସିଲାଇ କରନ୍ତୁ, ଯେପରିକି ଟା’ ଭିତରେ ବାଛଁଶ ବା କାଠ ଖାପଖାଇ ରହିବା ମୋଟା ସୂତାରେ ଖୁବ ଭଲଭାବରେ ସିଲାଇ କରନ୍ତୁ ଯେମିତିକି ଏହା ଛିଣ୍ଡି ନ ଯାଏ । ଫ୍ରେମର ଯେଉଁ ଅଂଶ ଦୋଳାକୁ ଧରି ସେଠାରେ ଦୋଳାର ହାତ ବା ମୁଠା ଅନୁପାତରେ ଖୋପ କରଦିଅନ୍ତୁ ।  ଏହା ଏପରି କରନ୍ତୁ ଯେପରି ସାଇକେଲ ଚାଲିଲାବେଳେ ଦୋଳା ଯେମିତି ଖସି ନ ଯାଏ । ଆପଣ ଫ୍ରେମ ସହିତ ହାତ ବା ମୁଠାକୁ ଅଧିକ ନିରାପଦ କରିବାପାଇଁ ବାନ୍ଧି ଦେଇପାରନ୍ତି । ୧୨୬ ପୃଷ୍ଠାରେ ଦେଖାଇ ଦିଆଯାଇଥିବା ପରି ରୋଗୀ ବା  ଆହତ ଲୋକକୁ ଦୋଳା ଉପରକୁ ଉଠାଇନିଅନ୍ତୁ । ଦୋଳା ଫ୍ରେମରେ ନିରାପଦଭାବେ ରହିବାପରେ ରୋଗୀକୁ ଚଦରଦ୍ଵାରା ଘୋଡାଇ ଦିଅନ୍ତୁ । ଚଉଡା କାନଭାସ ପଟିଦ୍ଵାରା ଦୋଳା ସହିତ ରୋଗୀକୁ ବାନ୍ଧିଦିଅନ୍ତୁ ।

ଯତ୍ନସହକାରେ ସାଇକେଲ ଚଲାନ୍ତୁ, ସଂକୀର୍ଣ୍ଣ ମୋଡକୁ ଦୂରେଇ ଓ ଧକର ଚକର ନ କରି ଆଗେଇ ଚଲାନ୍ତୁ । ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନା ଅନେକ ଦୂରରେ ଥିଲେ, ଏ ପ୍ରକାରର ଦୋଳା ଏକାନ୍ତ ପ୍ରୟୋଜନୀୟ ।

ସ୍ୱାସ୍ଥ୍ୟକର୍ମୀଙ୍କୁ କ’ଣ କହିବେ

ଚିକିତ୍ସା  ପରାମର୍ଶ ବା  ଔଷଧଚିଠା ଦେବା ନିମନ୍ତେ ଜଣେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତର ରୋଗୀକୁ ପରୀକ୍ଷା କରିବା ଦରକାର । ଯଦି ରୋଗୀ ଯାଇପାରିବା ସମ୍ଭବ ହୁଏନାହିଁ, ସ୍ୱାସ୍ଥ୍ୟକର୍ମୀଙ୍କୁ ରୋଗୀର ନିକଟକୁ ଆଣନ୍ତୁ । ଯଦି ଏହା କରିବା ବି ସମ୍ଭବ ନୁହେଁ ତେବେ ରୋଗର ଚିକିନିଖି ବିବରଣୀ ଜାଣିଥିବା ଜଣେ ଦାୟାତ୍ଵବାନ୍ ଓ ଦକ୍ଷ ଲୋକଙ୍କୁ ତାଙ୍କ ନିକଟକୁ ପଠାନ୍ତୁ । ଛୋଟପିଲା ବା ବୋକା ଲୋକଙ୍କୁ ଆଦୌ ପଠାନ୍ତୁ ନାହିଁ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top