অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୁସୁଫୁସ ପ୍ରଦାହ

ଉପକ୍ରମ

ଏହା ଫୁସୁଫୁସ୍ ର ଏକ ମାରାତ୍ମକ ସଂକ୍ରମଣ ଅଟେ   । ଶ୍ଵାସକ୍ରିୟା  ସମ୍ବନ୍ଧୀୟ  ରୋଗ ଯଥା, ମିଳିମିଳା, ଧଇଁକାଶ, ଫ୍ଲୁ, ଶ୍ଵାସନଳୀ  ପ୍ରଦାହ, ଶ୍ଵାସରୋଗ କିମ୍ବା ଅନ୍ୟ କୌଣସି ଭୟାନକ ରୋଗ ହେବାପରେ ପ୍ରାୟ ଏହା ଦେଖାଯାଇଥାଏ  ଏବଂ ଏହା ପିଲାମାନଙ୍କ  ପାଇଁ ବିଶେଷଭାବରେ ମାରାତ୍ମକ ।

ଲକ୍ଷଣ

  • ଜୋର ଓ ଅଗଭୀର ବା ହାଲକା ନିଶ୍ଵାସ ନେବା  । ପ୍ରତ୍ୟକ ନିଃଶ୍ଵାସ ସହ ନାକର  ବାଟ ବନ୍ଦ ହୋଇଯିବା  ।
  • କାଶ (ପ୍ରାୟତଃ ହଳଦିଆ, ସବୁଜ, କିମ୍ବା ଅଳ୍ପ ରକ୍ତମିଶା )
  • କାଶିବା ବା ଗଭୀର ନିଃଶ୍ଵାସ  ନେବାଦ୍ଵାରା ଛାତି ଯନ୍ତ୍ରଣା ବଢିବା ଏବଂ ଯନ୍ତ୍ରଣା ହେଉଥିବା କଡମାଡି  ଶୋଇଲେ ଆରାମ ମିଳିବା ଅତ୍ୟଧିକ ଜ୍ଵର
  • ବ୍ୟକ୍ତି ଅତ୍ୟଧିକ ରୋଗିଣା ଦେଖାଯିବା
  • ଗୋଟିଏ ଅତି ଦୁର୍ବଳ ପିଲା ଯିଏକି ପ୍ରତି ମିନିଟ୍ କୁ ପଚାଶଥର  ଅଗଭୀର ନିଃଶ୍ଵାସ ନେଉଛି  ସମ୍ଭବତଃ  ତାକୁ ଫୁସୁଫୁସ୍ ପ୍ରଦାହ ହୋଇଛି  । (ଯଦି ଶ୍ଵାସ ଜୋର ତଥା ଅସମ୍ଭାଳ ହୁଏ, ଜଳୀୟ ଅଂଶ ଅଭାବର ପରୀକ୍ଷା କରନ୍ତୁ ) ।
  • ଥଣ୍ଡା ଜନିତ ଘା’ ମୁହଁ ବା ଓଠରେ ହୋଇପାରେ   ।

ଚିକିତ୍ସା

  • ଫୁସୁଫୁସ୍ ପ୍ରଦାହପାଇଁ, ପ୍ରତି ଜୀବାଣୁ ଔଷଧଦ୍ଵାରା ଚିକିତ୍ସା, ନିଶ୍ଚିତ ମୃତ୍ୟୁରୁ  ରକ୍ଷାକରି ଦେଇପାରେ   । ପେନିସିଲିନ  ବଟିକା କିମ୍ବା ଆମୋକ୍ସିସିଲିନ  ବା କୋଟ୍ରାମୋକ୍ସାଜୋଲ ସଲଫୋନାମୋଇଡ ବଟିକା ଦିଅନ୍ତୁ   ।
  • ଜ୍ଵର ଓ ଯନ୍ତ୍ରଣା  କମ୍  କରିବାପାଇଁ ଆସ୍ପିରିନ  ବା ଏସିଟାମିନୋଫେନ ଦିଅନ୍ତୁ   ।
  • ପ୍ରଚୁର  ପରିମାଣରେ ପାଣି ପିଇବାକୁ  ଦେଇ ଗରମ ବାମ୍ଫ  ଶୁଙ୍ଘିବାକୁ ଦେଇ କାଶକୁ ସହଜ ତଥା କଫକୁ ନରମ କରାଯାଇ  ପାରିବ  । ପୋଷ୍ଟୁରାଲ  ଡ୍ରେନେଜ  ମଧ୍ୟ ସାହାଯ୍ୟ କରିପାରେ   ।
  • ଯଦି କାଶିଲେ ସଂ ସଂ  ଶବ୍ଦ ହୁଏ ତେବେ ଥିଓଫିଲିନ ବା ଏଫିଡ୍ରାଇନକୁ ଶ୍ଵାସରୋଗ ବିରୋଧୀ ଔଷଧ ସାହାଯ୍ୟ କରିପାରେ   ।

ଫୁସୁଫୁସ୍  କର୍କଟ ରୋଗ

୫୦ – ୬୦ ବର୍ଷର ଅଧିକାଂଶ ବ୍ୟକ୍ତିଙ୍କୁ ଫୁସୁଫୁସ୍ କର୍କଟ ହୋଇଥାଏ  । ଫୁସୁଫୁସ୍  କର୍କଟ ରୋଗର ଅଧିକାଂଶ କାରଣମାନଙ୍କ ମଧ୍ୟରୁ ଧୂମପାନ ଏକ କାରଣ  । କାରଖାନାର ଧୂଆଁ ଓ ଦୂଷିତ ପରିବେଶ ସହିତ ଅନ୍ୟ କାରଣ ମଧ୍ୟ ହୋଇପାରେ   । ଯେଉଁ ବ୍ୟକ୍ତି ଦିନକୁ ୨ ପ୍ୟାକେଟ  କରି ୨୦ ବର୍ଷ ଯାଏଁ  ସିଗାରେଟ ପିଅନ୍ତି, ସେମାନଙ୍କୁ ଫୁସୁଫୁସ୍ ରେ କର୍କଟ ହେବାର ସମ୍ଭାବନା ଥାଏ   । ମାତ୍ର ଯିଏ ଆଦୌ ସିଗାରେଟ ପିଅନ୍ତି ନାହିଁ   ସେମାନେ ୬୦-୭୦ ଥର ସିଗାରେଟ ପିଇଲେ କର୍କଟ ହୋଇପାରେ   ।  ଯେତେବେଳେ ବ୍ୟକ୍ତି ଜଣକ ଧୂମପାନ ବନ୍ଦ କରିଦିଅନ୍ତି  ତାଙ୍କର ଫୁସୁଫୁସ୍  କର୍କଟ କମିଯିବାର  ସମ୍ଭାବନା ଥାଏ  ।

ଲକ୍ଷଣ

  • ଫୁସୁଫୁସ୍ ରେ କର୍କଟ ହୋଇଥିବା ବ୍ୟକ୍ତିର କାଶରେ କଷ୍ଟ, କଫରେ ରକ୍ତ ପଡିବା, ବା ଶ୍ଵାସକ୍ରିୟାରେ ଅସୁବିଧାମାନ  ଦେଖାଯାଏ   । ନିଶ୍ଵାସ ପ୍ରଶ୍ଵାସ ଯିବା ଆସିବାବେଳେ ସଂ ସଂ  ମଧ୍ୟ ଶୁଭିପାରେ  ।
  • ସଂକ୍ରମଣ ହେଲେ ଜ୍ଵର ହୁଏ   ।

ଚିକିତ୍ସା

  • ଫୁସୁଫୁସ୍ କର୍କଟ ହୋଇଥିବା ବ୍ୟକ୍ତି ଚିକିତ୍ସା ବିନା ଏକ ବର୍ଷ ମଧ୍ୟରେ ମରନ୍ତି   ।
  • ଫୁସୁଫୁସ୍  କର୍କଟ ହୋଇଥିବା ବ୍ୟକ୍ତିଙ୍କୁ  ଚିକିତ୍ସା କଲେ ଅଳ୍ପଦିନ ବଞ୍ଚିପାରନ୍ତି, କିନ୍ତୁ ତାଙ୍କର ଅସୁସ୍ଥତା ଭଲହୁଏ  ନାହିଁ   । ଏହା ବଡ ଡାକ୍ତରଖାନାରେ ହୋଇପାରିବ  ଏବଂ ବହୁତ ଟଙ୍କା ଖର୍ଚ୍ଚ ହେବ   ।
  • ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଫୁସୁଫୁସ୍ କର୍କଟ ହୋଇଛି ବୋଲି ସନ୍ଦେହ  କରନ୍ତି, ତାହାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ   ।

ପ୍ରତିଷେଧକ

ଧୂମପାନ ନ କରିବା ଫୁସୁଫୁସ୍ କର୍କଟର କେବଳ ମାତ୍ର ପ୍ରତିଷେଧକ ପନ୍ଥା   । ଯେଉଁ ବ୍ୟକ୍ତି ଧୂମପାନ ଆରମ୍ଭ କରିସାରିଥିବେ  ତାହା ବନ୍ଦ କରିବା କଷ୍ଟ ସାଧ୍ୟ  କାରଣ ସେ ଅଭ୍ୟସ୍ତ  ହୋଇଯାଇଥିବେ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate