অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶ୍ଵାସନଳୀ ପ୍ରଦାହ

ଫୁସୁଫୁସ୍ କୁ ପବନ ପହଞ୍ଚାଉଥିବା  ନଳୀର ସଂକ୍ରମଣକୁ ଶ୍ଵାସନଳୀ ପ୍ରଦାହ କହନ୍ତି   । ଏଥିଯୋଗୁଁ ସଶବ୍ଦ କାଶ ହୋଇପାରେ ଓ କାଶରେ ପ୍ରାୟତଃ କଫ ପଡିଥାଏ  । ଶ୍ଵାସନଳୀ ପ୍ରଦାହ ସାଧାରଣତଃ ଗୋଟିଏ ଭୂତାଣୁଦ୍ଵାରା ହୋଇଥାଏ, ତେଣୁ ଜୀବାଣୁନାଶୀ  ଔଷଧ ପ୍ରାୟ କାମ ଦେଇନଥାଏ   । ଯଦି ଶ୍ଵାସନଳୀ ପ୍ରଦାହ ଏକ ସପ୍ତାହରୁ ବେଶୀ ସମୟ ରୁହେ ଏବଂ ଭଲ ହୁଏ ନାହିଁ କିମ୍ବା ଯଦି ବ୍ୟକ୍ତିଙ୍କଠାରେ ନିମୋନିଆର ଲକ୍ଷଣ ଦେଖାଯାଏ, କିମ୍ବା ଯଦି ତାଙ୍କର ଦୀର୍ଘକାଳୀନ  ଫୁସୁଫୁସ୍  ସମସ୍ୟା ଥାଏ  ତେବେ ଜୀବାଣୁନାସୀ ଔଷଧ ବ୍ୟବହାର କରନ୍ତୁ  ।

ଦୀର୍ଘସ୍ଥାୟୀ ଶ୍ଵାସନଳୀ ପ୍ରଦାହ

ଲକ୍ଷଣ

  • କଫ ସହିତ ଲାଳ ଯାହା ବର୍ଷରେ ଅନ୍ତତଃ ୩ ମାସ ପର୍ଯ୍ୟନ୍ତ ରୁହେ ଏବଂ ବର୍ଷକୁ ବର୍ଷ ହୁଏ   । ସମୟ ସମୟରେ କାଶ ପ୍ରବଳତାର ହୁଏ   ଏବଂ ଜ୍ଵର ହୋଇପାରେ   । ଯାହାର ଏ ପ୍ରକାରର କାଶ ଥିବ ମାତ୍ର ଟି.ବି. ବା ଶ୍ଵାସରୋଗ ନ ଥିବ ତେବେ ତାଙ୍କୁ ପ୍ରାୟତଃ ଦୀର୍ଘକାଳୀନ ଶ୍ଵାସନଳୀ ପ୍ରଦାହ  ହୋଇଥାଏ   ।
  • ଯେଉଁମାନେ ଅତ୍ୟଧିକ ଧୂମପାନ କରନ୍ତି ସେପରି ବୃଦ୍ଧଲୋକଙ୍କ କ୍ଷେତ୍ରରେ ଏହା ବାରମ୍ବାର ହୋଇଥାଏ  ।
  • ଏହା ବଢିଯାଇ ଏମ୍ପିସିମାରେ ପରିଣତ ହୋଇପାରେ, ଏହା ଫୁସୁଫୁସ୍ ର ଏକ ମାରାତ୍ମକ ରୋଗ ଯାହାର ଚିକିତ୍ସା ହୋଇପାରେ ନାହିଁ  । ସାଧାରଣତଃ ବ୍ୟାୟାମ କରିବା ସମୟରେ ନିଶ୍ଵାସ ନେବାରେ କଷ୍ଟ ହୁଏ  ଏବଂ ଛାତି ଢୋଲପରି ଫୁଲିଯାଏ   ।

ଚିକିତ୍ସା

  • ଧୂମପାନ ବନ୍ଦ କରନ୍ତୁ  ।
  • ଏଫିଡ୍ରାଇନ  କିମ୍ବା ଥିଓଫିଲିନକୁ କୌଣସି ଶ୍ଵାସରୋଗ ପ୍ରତିରୋଧି ଔଷଧ ସହ ଦିଅନ୍ତୁ  ।
  • ଦୀର୍ଘକାଳୀନ  ଶ୍ଵାସନଳୀ ପ୍ରଦାହରେ ପୀଡିତ ବ୍ୟକ୍ତିଙ୍କୁ ଥଣ୍ଡା ବା ଫ୍ଲୁ ସହିତ ଜ୍ଵର ହେବାମାତ୍ରେ  ସେ ଆମ୍ପିସିଲିନ ବା ଟେଟ୍ରାସାଇକ୍ଲିନ ବ୍ୟବହାର କରିବା ଉଚିତ  ।
  • ଯଦି ବ୍ୟକ୍ତିଙ୍କୁ  କଫ ବାହାର କରିବାରେ କଷ୍ଟ ହେଉଛି ତେବେ ସେ ଗରମପାଣିର  ବାଷ୍ପ ଶୁଙ୍ଘିବା ଦରକାର ଓ ତା’ପରେ ତାଙ୍କୁ କଫ ବାହାର କରିବାରେ ସାହାଯ୍ୟ କରନ୍ତୁ   ।

ଶ୍ଵାସନଳୀ ପ୍ରସାରଣ

ଫୁସୁଫୁସ୍ ର ତନ୍ତୁଗୁଡିକ ଇଲାଷ୍ଟିକ ସଦୃଶ   । ସେଗୁଡିକ ଯେତେବେଳେ ସଂକ୍ରମଣ ଦ୍ଵାରା, ଅତ୍ୟଧିକ ଧୂମପାନଦ୍ଵାରା ବା ଅତ୍ୟଧିକ ଧୂଆଁ ବା ଧୂଳି  ପଶିବାଦ୍ଵାରା ଖରାପ ହୋଇଯାଆନ୍ତି, ସେତେବେଳେ ବ୍ୟକ୍ତି ଏହି ପ୍ରକାରର ଶ୍ଵାସରୋଗରେ ଆକ୍ରାନ୍ତ ହୋଇଥାଏ  ।

ଲକ୍ଷଣ

  • ପ୍ରଚୁର ଧଳାକଫ ସହ୍ୟ କାଶ – ବିଶେଷକରି ସକାଳେ   । ଏହି  ରୋଗ ହୋଇଛି କି ନାହିଁ ପରୀକ୍ଷା କରିବାପାଇଁ ରୋଗୀକୁ ଗୋଟିଏ କାଚ ଗ୍ଲାସରେ ଥୁକିବାପାଇଁ  କୁହନ୍ତୁ  । ଏହାକୁ ଠିକ୍ ସେପରି ରଖିଦିଅନ୍ତୁ   ।
  • ଅତ୍ୟଧିକ ଧୂମପାନ କରୁଥିବା ଏବଂ କାରଖାନା ଇତ୍ୟାଦି ଅତ୍ୟଧିକ ଜନଗହଳି ଜାଗାରେ ବାସ କରୁଥିବା ଲୋକମାନଙ୍କଠାରେ ଦେଖାଯାଏ   ।
  • ପ୍ରାୟ ଜ୍ଵର ହୁଏ ନାହିଁ  ।
  • ବଢି ଏମ୍ପିସିମା ହୋଇପାରେ  ।

ଚିକିତ୍ସା

  • ଧୂମପାନ ବନ୍ଦ କରନ୍ତୁ   ।
  • ପୋଷ୍ଟୁରାଲ ଡ୍ରେନେଜ  ବିଶେଷତଃ ସକାଳେ କରନ୍ତୁ  ।
  • ଗରମ ପଣି ବାଷ୍ପ ଶୁଙ୍ଘନ୍ତୁ  ।
  • ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ   । ଏଫିଡ୍ରାଇନ  ବା ଥିଓଫିଲିନ ସହିତ ଆଣ୍ଟି ଆଜମା ଔଷଧ ଖାଆନ୍ତୁ   ।
  • ଯଦି ସମ୍ଭବ ହୁଏ ନିଜର ବାସସ୍ଥାନ ବଦଳାଇବାକୁ ଚେଷ୍ଟା କରନ୍ତୁ   ।
  • ଆମ୍ପିସିଲିନ, ଟେଟ୍ରାସାଇକ୍ଲିନ, କୋଟ୍ରିମୋକ୍ସାଜୋଲ  ।

ଫୁସୁଫୁସ୍ ରେ ଘା

ଶ୍ଵାସନଳୀ ଫୁସୁଫୁସ୍ ରେ ଶ୍ଵାସନଳୀର ପତଳା ଶାଖାର ବାଧାଯୋଗୁଁ  ଏହା ହୋଇଥାଏ, ଶ୍ଵାସନଳୀ ସଂକ୍ରମିତ ହୁଏ ଓ ଘା’ ହୁଏ  । ପୂଜ  ଫୁସୁଫୁସ୍ କୁ ବୋହି ଆସେ ଏବଂ କଫ ଆକାରରେ ବାହାରକୁ କାଶରେ ଚାଲିଆସେ   । ଏହା ଏକ ମାରାତ୍ମକ ଅବସ୍ଥା କାରଣ ସଂକ୍ରମଣ ସମୁଦାୟ  ଫୁସୁଫୁସ୍ ରେ ବ୍ୟାପିଯାଇପାରେ   ।

ଲକ୍ଷଣ

  • ଗାଢ, ହଳଦିଆ ଏବଂ ଗନ୍ଧଯୁକ୍ତ କଫ
  • ଅତ୍ୟଧିକ ଜ୍ଵର ଯାହାକି ଦିନରେ ଥରେ  ମାତ୍ର ଝାଳ  ସହିତ କମେ
  • ଜୋରରେ  ନାଡୀ ଚାଲିବା
  • ରୋଗୀ ଅତ୍ୟଧିକ ଅସୁସ୍ଥ ହେବା

ଚିକିତ୍ସା

  • ପୋଷ୍ଟୁରାଲ  ଡ୍ରେନେଜ
  • ପେନିସିଲିନ ଇଞ୍ଜେକ୍ସନ ନିଅନ୍ତୁ   । ଯଦି ପେନିସିଲିନ  ନ ମିଳେ ତେବେ ଆମ୍ପିସିଲିନ  ବା ଟେଟ୍ରାସାଇକ୍ଲିନ  ବ୍ୟବହାର କରନ୍ତୁ  ।
  • ଜ୍ଵରପାଇଁ ଆସ୍ପିରିନ  ବା ଏସିଟାମୀନୋଫେନ ବ୍ୟବହାର କରନ୍ତୁ   ।
  • ଡାକ୍ତରୀ ସାହାଯ୍ୟ ନିଅନ୍ତୁ   ।
  • ବାଷ୍ପ ଆଘ୍ରାଣ  କରନ୍ତୁ  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

 

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate