অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ଉପରେ କୁ – ପ୍ରଭାବ ପକାଉଥିବା କେତେକ ଅଭ୍ୟାସ

କେତେକ  ଅଭ୍ୟାସ  ଯେ  କେବଳ  ସେହି  ବ୍ୟକ୍ତିଙ୍କର  ସ୍ୱାସ୍ଥ୍ୟ  ନଷ୍ଟ  କରିଥାଏ  ତା  ନୁହେଁ, ତାଙ୍କ  ପାଖରେ  ଥିବା  ଲୋକଙ୍କର  ମଧ୍ୟ  କ୍ଷତି  କରିଥାଏ  । ଏ  ଭିତରୁ  ଅନେକ  ଅଭ୍ୟାସ  ଏଡେଇ  ଦିଆଯାଇ  ପାରିବ  ବା  ଛଡାଯାଇ  ପାରିବ  । କିନ୍ତୁ  ପ୍ରଥମେ  ବୁଝିବାକୁ  ହେବ  ଯେ  ଏ  ଅଭ୍ୟାସ  ଛାଡିବା  କାହିଁକି  ଏତେ  ଗୁରୁତ୍ଵପୂର୍ଣ୍ଣ   ।

ମଦ୍ୟପାନ

ମଦ  ଯଦି  ସାମୟିକ  ଆନନ୍ଦ  ଦେଇଥାଏ  ତଥାପି  ଏହା  ଅନେକ  ଯନ୍ତ୍ରଣା  ମଧ୍ୟ  ଦେଇଥାଏ- ବିଶେଷତଃ  ପିଉଥିବା  ଲୋକର  ସ୍ତ୍ରୀ  ଓ  ପିଲାମାନଙ୍କୁ  କଦବା  କ୍ଵଚିତ  ମଦ୍ୟପାନ  ବିଶେଷ  କ୍ଷତି  କରି ନ ଥାଏ,  ମାତ୍ର  ଟିକିଏ  ଟିକିଏରୁ  ହିଁ  ଅଭ୍ୟାସ  ବଢିଯାଇଥାଏ   । ଅତ୍ୟଧିକ  ମଦ୍ୟପାନ,  ପୃଥିବୀର  ବହୁ  ଜାଗାରେ  ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ  ମୁଖ୍ୟ  ସମସ୍ୟାଗୁଡିକର,  କାରଣ  ଅଟେ   । ଯେଉଁମାନେ  ପିଅନ୍ତି ନାହିଁ  ତାଙ୍କ  ଉପରେ  ମଧ୍ୟ  ପ୍ରଭାବ  ପଡିଥାଏ   । ଯେଉଁମାନେ  ପିଅନ୍ତି  ତାଙ୍କର  ସ୍ୱାସ୍ଥ୍ୟ  ଖରାପ  ହେବା  ସଙ୍ଗେ  ସଙ୍ଗେ  ପରିବାର  ତଥା  ସମାଜର  ମଧ୍ୟ  କ୍ଷତି  ହୋଇଥାଏ   । ମଦ  ନିଶାରେ  ଲୋକ  ବିଚାରବୋଧ  ହରାଏ  ଓ  ନିଶା  ଛାଡିଗଲା  ପରେ  ନିଜର  ଆତ୍ମସମ୍ମାନ  ହରାଇ  ବସେ  ଏହାଦ୍ଵାରା  ଦୁଃଖ, କଷ୍ଟ  ସାଙ୍ଗକୁ  ନାନାଦି  ଗଣ୍ଡାଗୋଳ  ବଢିଯାଏ  ଓ ଆତ୍ମୀୟମାନଙ୍କ  ଉପରେ  ହିଁ  ଏହାଦ୍ଵାରା  ସବୁଠାରୁ  ବେଶୀ  ପ୍ରଭାବ  ପଡିଥାଏ   ।

ପିଲାମାନେ  ଭୋକରେ  ଛଟପଟ  ହେଉଥିବା  ବେଳେ  ଅନେକ  ବାପା  ଅଛନ୍ତି  ଯେଉଁମାନେ  ସବୁ  ପଇସା  ମଦ  ପିଇବାରେ  ଖର୍ଚ୍ଚ  କରି  ଦେଇଥାନ୍ତି   । କିଛି  ପରିମାଣରେ  ଅଧିକ  ରୋଜଗାର  କରିଥିବା  ଟଙ୍କାକୁ  ମଧ୍ୟ  ପରିବାର  ଅବସ୍ଥାର  ଉନ୍ନତି  ଦିଗରେ  ଖର୍ଚ୍ଚ  ନ କରି  ମଦ  ପିଇବାରେ  ଖର୍ଚ୍ଚ  କରିଦେବା  ହେତୁ  ଅନେକ  ରୋଗରେ  ପରିବାର  ଆକ୍ରାନ୍ତ  ହୋଇଥାଏ   । ସେମାନେ  ଯେ  ଆତ୍ମୀୟମାନଙ୍କୁ  କଷ୍ଟ  ଦେଇଥାନ୍ତି  ଏହିକଥା  ଚିନ୍ତାକରି  ନିଜକୁ  ନିଜେ  ଘୃଣା  କରିବାକୁ  ଆରମ୍ଭ  କରଣି  ଓ  ଏସବୁକୁ  ଭୁଲି  ଯିବାପାଇଁ  ପୁଣି  ମଦର  ଆଶ୍ରୟ  ନେଇଥାନ୍ତି   ।

ତାଙ୍କର  ମଦ୍ୟପାନ  ଯୋଗୁଁ  ଯେ  ତାଙ୍କ  ଚାରିପଟେ  ଥିବା  ବ୍ୟକ୍ତିମାନଙ୍କର  ସୁଖ  ଓ  ସ୍ୱାସ୍ଥ୍ୟରେ  ବାଧା  ପଡୁଛି  ଏହା  ଅନୁଭବ  କରିବା  ପରେ,  ସେ  କ’ଣ   କରିବା  ଉଚିତ୍  । ପ୍ରଥମେ  ତାଙ୍କୁ  ମାନିବାକୁ  ହେବ  ଯେ  ମଦ୍ୟପାନ  ଗୋଟିଏ  ସମସ୍ୟା   । ନିଜ  ନିକଟରେ  ତଥା  ଅନ୍ୟମାନଙ୍କ  ପାଖରେ  ସେ  ସଚ୍ଚୋଟ  ହେବା  ଦରକାର   । କେତେକ  ବ୍ୟକ୍ତି  ନିଜେ  ନିଜେ  ମଦ  ଛାଡିବାପାଇଁ  ନିଷ୍ପତ୍ତି   ନେଇପାରନ୍ତି,  କିନ୍ତୁ  ଅନେକ  ସମୟରେ  ଏଥିପାଇଁ  ସାଙ୍ଗସାଥି,  ପରିବାର  ଓ  ଅନ୍ୟମାନଙ୍କର  ଯେଉଁମାନେ  ଜାଣିଥାନ୍ତି  ଯେ  ମଦ୍ୟପାନ  ଛାଡିବା  କେତେ  କଷ୍ଟ,  ସାହାଯ୍ୟ  ଦରକାର  ହୋଇଥାଏ,  ଯେଉଁମାନେ  ପୂର୍ବେ  ବହୁତ  ମଦ୍ୟପାନ  କରୁଥିଲେ  ମାତ୍ର  ଏବେ  ସମ୍ପୂର୍ଣ୍ଣରୂପେ  ଛାଡି  ଦେଇଛନ୍ତି,  ସେମାନେ  ଏ  କ୍ଷେତ୍ରରେ  ସବୁଠାରୁ  ଅଧିକ  ସାହାଯ୍ୟ  କରିପାରିବେ   ।

ମଦ୍ୟପାନ  ଜଣେ  ବ୍ୟକ୍ତିଙ୍କ  ପାଇଁ  ଯେତେ  ସମସ୍ୟା  ନୁହେଁ,  ପୂରା  ସମାଜ  ପାଇଁ  ତା’ଠାରୁ  ବଡ  ସମସ୍ୟା   । ଏ  କଥା  ଯେଉଁ  ସମାଜ  ବୁଝିଥାଏ,  ସେ  ସମାଜ  ବଦଳିବାକୁ  ଚାହୁଁଥିବା  ବ୍ୟକ୍ତିଙ୍କୁ,  ବହୁ  ପ୍ରକାରେ  ସାହାଯ୍ୟ  କରିପାରିବେ   । ଯଦି  ଆପଣ  ମଦ୍ୟପାନ  ସମସ୍ୟା  ବିଷୟରେ  ଅବଗତ,  ତେବେ  ସଭା  ମାଧ୍ୟମରେ  ଏହି  ସମସ୍ୟା  ସମ୍ବନ୍ଧରେ  ଆଲୋଚନା  ଓ  ଉପଯୁକ୍ତ  ପଦକ୍ଷେପ  ନେବାପାଇଁ  ଚେଷ୍ଟା  କରନ୍ତୁ   ।

ଯେତେବେଳେ  ଲୋକେ  ଏକତ୍ର  କାମ  କରିବେ  ଏବଂ  ଜଣେ  ଜଣକୁ  ସାହାଯ୍ୟ  କରିବେ ସେତେବେଳେ  ଅନେକ  ସମସ୍ୟାର  ସମାଧାନ  ହୋଇପାରିବ  ।

ଧୂମପାନ

ଧୂମପାନ  କାହିଁକି  ଆପଣ  ତଥା  ଆପଣଙ୍କ  ପରିବାରର  ସ୍ୱାସ୍ଥ୍ୟ  ପାଇଁ  କ୍ଷତିକାରକ,  ତା’ର  ଅନେକ  କାରଣ  ଅଛି   । ଧୂମପାନ  ନଷ୍ଟ  କରିଦିଏ   ।

  1. ଫୁସ୍ ଫୁସ୍, ଓଠ, ପାଟି,  ଗଳାରେ   କର୍କଟରୋଗର  ସମ୍ଭାବନା  ଧୂମପାନ  ଯୋଗୁଁ  ବଢିଯାଏ  । (ଯେତେ  ଅଧିକ  ଫୁସ୍ ଫୁସ୍  ଧୂମପାନ  କରିବେ  କର୍କଟରୋଗ   ଦ୍ଵାରା  ମରଣର  ସମ୍ଭାବନା  ସେତେ  ଅଧିକ  ହେବ )
  2. ଧୂମପାନ  ଫୁସୁଫୁସ୍ ରେ  ସାଘାଂତିକ  ରୋଗ  ସହିତ  ବ୍ରୋଙ୍କାଇଟିସ୍  ଓ ଏମ୍ପାଇସିମା  ରୋଗର  କାରଣ  ହୃତପିଣ୍ଡ  ଓ  ପେଟ  ହୋଇଥାଏ   । (ଯାହାର  ଏସବୁ  ଅବସ୍ଥା  ବା  ଶ୍ଵାସରୋଗ  ଥିବ,  ତା’ ପାଇଁ  ଧୂମପାନ  ସାଘାଂତିକ)
  3. ଧୂମପାନ  ପେଟ  ନଳୀ  ଘା’ ର  କାରଣ  ହୋଇ ପାରେ  ବା  ଏଗୁଡ଼ିକୁ  ବେଶୀ  ସାଘାଂତିକ  କରିପାରେ   ।
  4. ଧୂମପାନ  କରୁଥିବା  ପିତାମାତାଙ୍କର  ପିଲାମାନଙ୍କୁ  ଧୂମପାନ  କରୁ  ନ ଥିବା  ଦମ୍ପତିଙ୍କର  ପିଲାମାନଙ୍କ  ଅପେକ୍ଷା,  ନିମୋନିଆ  ଓ  ଶ୍ଵାସ  ସମ୍ବନ୍ଧୀୟ  ରୋଗ  ହେବାର  ସମ୍ଭାବନା  ଅଧିକ  ।
  5. ଧୂମପାନ  ହୃଦରୋଗ  ଓ  ଆଘାତଦ୍ଵାରା  କଷ୍ଟ  ବା  ମୃତ୍ୟୁର  ସମ୍ଭାବନା  ବଢାଇ  ଦିଏ   ।
  6. ଯେଉଁ  ପିଲାମାନଙ୍କର  ମା’  ଗର୍ଭବତୀ  ଅବସ୍ଥାରେ  ଧୂମପାନ  କରିଥାନ୍ତି,  ତାଙ୍କର  ପିଲା,  ଧୂମପାନ  କରୁ ନ ଥିବା  ପିଲାମାନଙ୍କଠାରୁ  ଛୋଟ  ଓ  ସେମାନେ  ଖୁବ୍ ଧୀରେ  ଧୀରେ  ବଢନ୍ତି   ।
  7. ପିତାମାତା, ସ୍ୱାସ୍ଥ୍ୟକର୍ମୀ,  ଶିକ୍ଷକ  ତଥା  ଅନ୍ୟମାନେ,  ପିଲା  ତଥା  ଯୁବକମାନଙ୍କ  ଆଗରେ  ଧୂମପାନ  କରିବାଦ୍ଵାରା  ଏକ  ଅଶୋଭନୀୟ   ଉଦାହରଣ  ରଖିଯାଆନ୍ତି  । ଯାହା  ଫଳରେ  କି  ପିଲାମାନେ  ମଧ୍ୟ  ଧୂମପାନ  କରିପାରନ୍ତି   ।
  8. ଧୂମପାନ  ମଧ୍ୟ  ବ୍ୟୟବହୁଳ  ଅଟେ  । ଏହି  ଖର୍ଚ୍ଚ  ଜଣାପଡେ  ନାହିଁ, ମାତ୍ର  ପ୍ରକୃତରେ  ଏହାଦ୍ଵାରା  ବହୁତ  ଖର୍ଚ୍ଚ  ହୋଇଥାଏ   । ଗରିବ  ଦେଶମାନଙ୍କରେ,  ଜଣଙ୍କର  ସ୍ୱାସ୍ଥ୍ୟ  ପିଛା  ହେଉଥିବା  ସରକାରୀ  ଖର୍ଚ୍ଚ  ଅପେକ୍ଷା  ଜଣେ  ଖୁବ୍  ଗରିବ  ଲୋକର  ତମାଖୁ  ଖର୍ଚ୍ଚ  ଅଧିକ   । ଯଦି  ତମାଖୁରେ  ଖର୍ଚ୍ଚ   ହେବା  ପରିବର୍ତ୍ତେ  ଏହି  ଅର୍ଥ  ଖାଦ୍ୟ  ପାଇଁ  ଖର୍ଚ୍ଚ  ହୋଇଥାଆନ୍ତା,  ତେବେ  ପିଲାମାନେ  ତଥା  ପରିବାରର  ସମସ୍ତେ   ସ୍ୱାସ୍ଥ୍ୟବାନ  ହୋଇପାରନ୍ତେ   ।

ଯଦି  ଅନ୍ୟର   ସ୍ୱାସ୍ଥ୍ୟ  ପ୍ରତି  ଆଗ୍ରହ  ଥାଏ,  ତେବେ  ନିଜେ  ଧୂମପାନ  ନ କରିବା  ସଙ୍ଗେ  ସଙ୍ଗେ  ଅନ୍ୟମାନଙ୍କୁ  ମଧ୍ୟ  ଏଥିରୁ  ନିବର୍ତ୍ତାଇବା  ଉଚିତ୍  ।

ଅଙ୍ଗାରକାମ୍ଳ  ପାନୀୟ  (ସାଧାରଣ  ପାନୀୟ,  ସୋଡା)

କେତେକ  ଅଞ୍ଚଳରେ  ଏହିସବୁ  ପାନୀୟ  ଖୁବ୍ ଲୋକପ୍ରିୟ  । ପ୍ରାୟତଃ  ଜଣେ  ଗରିବ  ମା’  ନିଜର  ପୁଷ୍ଟିହୀନ  ପିଲାପାଇଁ  ରଙ୍ଗୀନ ପାନୀୟ  କିଣିଥାନ୍ତି,  ଯେତେବେଳେ  କି  ସେହି  ପଇସାରେ  ୨ଟି  ଅଣ୍ଡା  ବା  ଅନ୍ୟାନ୍ୟ  ପୁଷ୍ଟିକର  ଖାଦ୍ୟ  କିଣିବାରେ  ବ୍ୟବହାର  କରାଯାଇ  ପାରିଥାଆନ୍ତା   ।

କାର୍ବନଯୁକ୍ତ  ପାନୀୟରେ  ଚିନି  ଭିନ୍ନ  ଅନ୍ୟ  କିଛି  ପୁଷ୍ଟିକର  ଖାଦ୍ୟ  ନ ଥାଏ,  କିନ୍ତୁ  ଚିନିର  ପରିମାଣ  ଅନୁସାରେ  ହିସାବ  କଲେ  ଏହା  ଅଧିକ  ଖର୍ଚ୍ଚସାପେକ୍ଷ  ସାବ୍ୟସ୍ତ  ହୋଇଥାଏ  । ଯେଉଁ  ପିଲାମାନଙ୍କୁ  ଅଧିକ  ପରିମାଣରେ  କାର୍ବନଯୁକ୍ତ  ପାନୀୟ  ତଥା  ଅନ୍ୟାନ୍ୟ  ମିଠା  ଦିଆଯାଏ,  ବହୁତ  ଶୀଘ୍ର  ସେମାନଙ୍କର  ଦାନ୍ତ  କଣା  ହେବା  ଆରମ୍ଭ  ହୁଏ   । ବିଶେଷତଃ  ଅମ୍ଳୀୟ  ଅଜିର୍ଣ୍ଣ  ଓ  ପେଟନଳୀ  ଘା’  ଥିବା  ଲୋକମାନଙ୍କ  ପାଇଁ  ଏହା  ବହୁତ  କ୍ଷତିକାରକ   ।

ଫଳରୁ  ତିଆରି  କରାଯାଇପାରୁଥିବା  ପାନୀୟ  ସ୍ୱାସ୍ଥ୍ୟକର  ଏବଂ  ପ୍ରାୟ  କାର୍ବନଯୁକ୍ତ  ପାନୀୟଠାରୁ  ଶସ୍ତା  ।

ଆପଣଙ୍କର  ପିଲାମାନଙ୍କଠାରେ  କାର୍ବନଯୁକ୍ତ  ପାନୀୟ  ପିଇବାର  ଅଭ୍ୟାସ  ବଧାନତୁ  ନାହିଁ   ।

ଡ୍ରଗ  ଅପବ୍ୟବହାର  ଓ  ନିଶାଶକ୍ତ

ଆଜିକାଲି  ଏହି ଡ୍ରଗ  ଅପବ୍ୟବହାର  ଓ  ନିଶା  ସମାଜରେ  ଏକ  ମୁଖ୍ୟ  ସମସ୍ୟା  ଅଟେ   । ଯଦିଓ  କେତେକ  ଦେଶରେ  ଆଲକୋହଲ  ଓ  ଟୋବାକୋ  ବ୍ୟବହାର  ବୈଧ  ତଥାପି  ଏହା  ଜନସମାଜର  ପ୍ରଭୁତ କ୍ଷତି  କରିଥାଏ   । ପ୍ରତିବର୍ଷ  ଏହା  କବଳରେ  ହଜାର  ହଜାର  ଲୋକ  ମରିଥାନ୍ତି   । ଆଲକୋହଲ  ଅପବ୍ୟବହାର  ନିଜର  ସ୍ୱାସ୍ଥ୍ୟ,  ପରିବାର  ଓ  ସାମାଜିକ  ସମସ୍ୟା  ସୃଷ୍ଟି  କରିଥାଏ   । ସିଗାରେଟ  ଟାଣିବାଦ୍ଵାରା  ଅଧିକାଂଶ  ଲୋକ  ମରିଥାନ୍ତି   । ଯଦିଓ   ଧନୀ  ଦେଶଗୁଡିକରେ  ସିଗାରେଟ  ଟାଣିବାର  ମାତ୍ରା  କମିଗଲାଣି  ତଥାପି  ସେ  ଦେଶର  ସିଗାରେଟ  କମ୍ପାନୀମାନେ  ଏବେ  ଗରିବ  ଦେଶରେ  ଆସ୍ଥାନ  ଜମାଇ  ସିଗାରେଟର ପ୍ରସାର  ଓ  ବ୍ୟବହାର  ବଢାଇବାରେ  ଲାଗିଛନ୍ତି   ।

ଆଲକୋହଲ  ଓ  ଟୋବାକୋ  ବ୍ୟବହାର  ଜନିତ  ସ୍ୱାସ୍ଥ୍ୟ  ସମସ୍ୟାରେ  ଆଲୋଚନା  କରାଯାଇଛି   । ଏହା  ବ୍ୟତୀତ  ଅଧିକାଂଶ  ଲୋକ  ଅବୈଧ  ଡ୍ରଗ  ବ୍ୟବହାରର  ଶିକାର  ହେଉଛନ୍ତି  । ମରିଜୁନାଠାରୁ  ଆରମ୍ଭ  କରି,  ଅଫିମ  ଓ  କୋକେନ  ଇତ୍ୟାଦି  ଲୋକେ  ବ୍ୟବହାର  କରି  ତଳିତଳାନ୍ତ  ହୋଇଯାଉଛନ୍ତି   ।

ଗରିବ  ପିଲାମାନଙ୍କର  ଏକ  ମୁଖ୍ୟ  ସମସ୍ୟା  ହେଉଛି  ରାସାଯନିକ  ଦ୍ରବ୍ୟର  ଆଘ୍ରାଣ   । ବିଶେଷତଃ  ଜୋତା  ପାଲିସ୍,  ଓ  ଅନେକ  ରାସାଯନିକ  କାରଖାନାରେ  କରୁଥିବା  ଛୋଟପିଲା  ଏଥିରେ  ବେଶୀ  ଆକ୍ରାନ୍ତ  ହେଉଛନ୍ତି   । କେତେକ  ଲୋକ  ମଧ୍ୟ  ଔଷଧର  ଅପବ୍ୟବହାର  କରୁଛନ୍ତି  ଯେପରି  ଯନ୍ତ୍ରଣା  ଲାଘବ  କରିବା  ପାଇଁ  ବା  ଭୋକ  କମାଇବା  ପାଇଁ  ଔଷଧର  ବ୍ୟବହାର  ।

ଡ୍ରଗକୁ   ଗିଳାଯାଇ  ପାରିବ,  ଇଞ୍ଜେକ୍ସନ  ମାଧ୍ୟମରେ  ନେଇହେବ,  ବିଡି, ସିଗାରେଟ  ଭଳି  ଟାଣିହେବ,  ଚୁଚୁମି  କରି  ଖାଇହେବ  ଓ  ଆଘ୍ରାଣ  ଦ୍ଵାରା  ମଧ୍ୟ  ବ୍ୟବହାର  କରାଯାଇପାରିବ   । ବିଭିନ୍ନ  ଡ୍ରଗ  ଶରୀର ଓ  ମସ୍ତିସ୍କରେ  ବିଭିନ୍ନ  ପ୍ରତିକ୍ରିୟା  ସୃଷ୍ଟି  କରିଥାନ୍ତି   । କୋକେନ  ଖାଇବାଦ୍ଵାରା  ଲୋକ  ଆନନ୍ଦ  ପାଇଥାନ୍ତି,  କିନ୍ତୁ  କିଛି  ସମୟ  ପରେ  ସେ  କ୍ଲାନ୍ତ, ଚିଡିଚିଡା  ଓ  ଦୁଃଖୀ  ହୋଇଯାନ୍ତି  । କେତେକ  ଡ୍ରଗ  ଲୋକଙ୍କୁ  ସାମୟିକ ସୁଖ  ଦେଉଥିଲେ  ମଧ୍ୟ ପରେ  ବିଭିନ୍ନ  ପ୍ରକାର  ଜଟିଳତା  ଯଥା – ଆତ୍ମସଂଜମ  ରକ୍ଷା କରାଇବାରେ  ବିଫଳ  କରାଇଥାଏ  । କେତେକ  ଡ୍ରଗ  ମଧ୍ୟ  ଲୋକଙ୍କୁ  ଅଧିକ ସ୍ଵପ୍ନବାଦୀ  କରିଦେଇଥାଏ ।

ସତର୍କତା : ଗର୍ଭବତୀ  ମହିଳାମାନଙ୍କଦ୍ଵାରା  ସିଗାରେଟ, ଆଲକୋହଲ  ଓ  ଅନ୍ୟାନ୍ୟ  ଡ୍ରଗ  ସେବନ  କରିବାଦ୍ଵାରା  ଗର୍ଭସ୍ଥ  ଶିଶୁ  ଉପରେ  ଯଥେଷ୍ଟ  ପ୍ରଭାବ  ପଡିଥାଏ ଇଞ୍ଜେକ୍ସନ  ମାଧ୍ୟମରେ  ଡ୍ରଗ  ସେବନ  କରିବାଦ୍ଵାରା  ବିଭିନ୍ନ  ମାରାତ୍ମକ  ରୋଗ  ହୋଇଥାଏ

ଲୋକ  ସାଧାରଣତଃ  ପରିଶ୍ରମରୁ  ରକ୍ଷା  ପାଇବା  ପାଇଁ ,  ଭୋକରୁ  ରକ୍ଷା  ପାଇବା  ପାଇବା  ଦୈନନ୍ଦିନ  ଜୀବନରେ  ଶାନ୍ତି  ପାଇବା  ପାଇଁ  ଡ୍ରଗ  ବ୍ୟବହାର  କରିଥାନ୍ତି   । କିନ୍ତୁ  ପରେ  ଏହାକୁ  ଅଭ୍ୟାସ  କରିବାଦ୍ଵାରା  ସେମାନେ  ଏହାର  ଦାସ  ହୋଇଯାଆନ୍ତି   । ଯଦିବା  ସେମାନେ  ଏହାକୁ  ବନ୍ଦ  କରିବାକୁ  ଚେଷ୍ଟା  କରନ୍ତି,  ପ୍ରକାରାନ୍ତରେ  ସେମାନେ  ଦୁଃଖୀ,  ପୀଡିତ  ଓ  ଭୟଙ୍କର  ହୋଇଯାଆନ୍ତି  ଏହି  ଡ୍ରଗ  ପାଇବାପାଇଁ  ସେମାନେ  ଚୋରୀ,  ଅପରାଧ  ଓ  ପରିବାରରେ  ଅଶାନ୍ତି  ସୃଷ୍ଟି  କରିବାକୁ  ପଛାନ୍ତି  ନାହିଁ   ।

ଡ୍ରଗ  ଅଭ୍ୟାସ  କରିବାଦ୍ଵାରା  ନିଜକୁ  ଅବହେଳା  କରାଯାଇଥାଏ  ଓ  ଏଥି  ସହିତ  ପରିବାରରେ  ଅଶାନ୍ତି  ଓ  କଳହ  ସୃଷ୍ଟି  ହୋଇଥାଏ   ।

ଯେତେବେଳେ  ଜଣେ  ଏହି  ଡ୍ରଗ  ସେବନରୁ  ମୁକ୍ତି  ପାଇବାପାଇଁ  ଚେଷ୍ଟା  କରେ   ସେ  ସାଧାରଣତଃ  କେତେଗୁଡିଏ  ଅଦ୍ଭୁତ  କାମ  କରିଥାଏ   । ଏହି  ସମୟରେ  ବ୍ୟକ୍ତି  ଅତ୍ୟଧିକ  ରାଗି  ବା  ଦୁଃଖରେ  ମ୍ରିୟମାଣ  ହୋଇପଡେ   । ସେ  ଭାବେ  ଡ୍ରଗକୁ  ଛାଡି  ବଞ୍ଚିପାରିବ  ନାହିଁ   ।

ନିମ୍ନରେ  ଡ୍ରଗ  ବ୍ୟବହାର  ଓ  ନିଶାଶକ୍ତିରୁ  ମୁକ୍ତି  ପାଇବା  ପାଇଁ  କେତେଗୁଡିଏ  ଉପାୟ  ପ୍ରଦତ୍ତ  କରାଗଲା

*        ଡ୍ରଗ  ବ୍ୟବହାର  କରୁଥିବା  ବ୍ୟକ୍ତିଙ୍କ  ସହିତ  ସ୍ନେହ  ଓ  ଶ୍ରଦ୍ଧା  ପ୍ରଦର୍ଶନ  କରନ୍ତୁ   ।

ସମାଜରେ  ଡ୍ରଗ  ବ୍ୟବହାର  କରି  ଏଥିରୁ  ମୁକ୍ତି  ପାଇଥିବା  ବ୍ୟକ୍ତି  ଏକ  ସହାୟକ  ଦଳ  ଗଠନ  କରି  ଅନ୍ୟ  ନିଶାଗ୍ରସ୍ତ  ବ୍ୟକ୍ତିଙ୍କୁ  ଏଥିରୁ  ମୁକ୍ତ  କରାଇପାରିବେ ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate