অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗ କିପରି ବ୍ୟାପେ

ଚିକିତ୍ସା ନିବାରଣ  ଶତ ଗୁଣରେ  ଭଲ  । ଉତ୍ତମ  ଖାଦ୍ୟ  ଖାଇବା, ନିଜକୁ, ନିଜଘରକୁ  ତଥା ସାରା  ଗାଁକୁ  ପରିଷ୍କାର  ରଖିବା  ଦିଗରେ  ଅଧିକ  ଯତ୍ନବାନ  ହୋଇ ଓ  ପିଲାମାନଙ୍କୁ  ପ୍ରତିଷେଧକ  ଟିକା  ଦେଇ  ଆମେ  ରୋଗଠାରୁ  ଦୂରରେ  ରହିପାରିବା  ।

ପରିଚ୍ଛନ୍ନତା   ଓ  ଯଥେଷ୍ଟ  ଖାଦ୍ୟ  ଅନେକ  ସାଧାରଣ  ଓ  ସାଘାଂତିକ  ରୋଗ  ନିବାରଣ  କରିଥାଏ

ଆମ  ଦେଶରେ  ଅନେକ  ଲୋକ  ଓଳିଏ  ଖାଇବା  ପାଇଁ  ଯଥେଷ୍ଟ  ଖାଦ୍ୟ  ଓ ପିଇବା  ପାଇଁ  ଉପଯୁକ୍ତ  ପାଣି  ପାଆନ୍ତି  ନାହିଁ  । ଏମାନଙ୍କ  ପାଖରେ  ଯଥେଷ୍ଟ  ଖାଦ୍ୟ  ଓ  ପାଣିରେ  ଅଭାବ  କାହିଁକି   ?

  • ଏହାର  କାରଣ  ଯେ, ସମୁଦାୟ  ଜମି ଓ  ଗାଁର  ଏକମାତ୍ର  କୂଅ  ଉଚ୍ଚ  ଜାତିର  ଲୋକମାନଙ୍କ  ଅଧିକାରରେ  ଅଛି   ।
  • ଲୋକଙ୍କ  ପାଖରେ  ଭଲଖାଦ୍ୟ  ଖାଇବାପାଇଁ  ଓ ପାଣିକୁ  ଫୁଟାଇ  ପିଇବା  ପାଇଁ  କାଠ  କିଣିବାକୁ  ପଇସା  ନାହିଁ  ।
  • ନିଜର  ଭରଣପୋଷଣ  ପାଇଁ  ଗାଁର  ସମସ୍ତଙ୍କ  ପାଖରେ  ଯଥେଷ୍ଟ  ଚାଷଜମି  ବା  କାମଧନ୍ଦା  ନାହିଁ   ।
  • ଲୋକମାନେ  ବୋଧହୁଏ  ଭବିଷ୍ୟତ  ପାଇଁ  ଚିନ୍ତା  ବା  ଉପଯୁକ୍ତ  ଯୋଜନା  କରନ୍ତି  ନାହିଁ  । କାରଣ  ସେମାନେ  ବୁଝିପାରନ୍ତି  ନାହିଁ  ଯେ  ମିଳିମିଶି  କାମ  କରି  ଓ ସେମାନେ  ତାଙ୍କର  ଜୀବନଯାପନର  ମାନକୁ  ସୁଧାରି ପାରିବେ  ।

ତେଣୁ, ଜଣେ  ସ୍ୱାସ୍ଥ୍ୟକର୍ମୀ  ହିସାବରେ  ଆପଣଙ୍କର  କର୍ତ୍ତବ୍ୟ  ହେଉଛି  ଲୋକମାନଙ୍କୁ  ସେମାନଙ୍କ  ଅବସ୍ଥା  ସମ୍ପର୍କରେ  ସଚେତନ  କରାଇ  ସେଥିରେ  ସୁଧାର  ଆଣିବାପାଇଁ  ଚେଷ୍ଟା  କରିବା  । ଉପରୋକ୍ତ  ସମସ୍ୟା  ଗୁଡିକର  ସମାଧାନ ଦିଗରେ  ଲୋକମାନଙ୍କୁ  ସାହାଯ୍ୟ କରିପାରିଲେ  ହିଁ ରୋଗନିବାରଣ  ସମ୍ବନ୍ଧରେ  ଆପଣଙ୍କର  ଉପଦେଶ  ଗୁଡିକର  କିଛି  ମୂଲ୍ୟ ରହିବ ।

ପରିଚ୍ଛନ୍ନତା, ବିଭିନ୍ନ  ପ୍ରକାର  ସଂକ୍ରାମକ  ରୋଗ  ଯଥା, ଅନ୍ତ୍ର, ଚମଡା, ଆଖି, ଫୁସ୍ ଫୁସ୍   ଓ  ସମ୍ପୂର୍ଣ୍ଣ  ଶରୀର  ସଂକ୍ରମଣର  ନିବାରଣ  ପାଇଁ  ଅତ୍ୟନ୍ତ  ମହତ୍ତ୍ଵପୂର୍ଣ୍ଣ  । ବ୍ୟକ୍ତିଗତ  ପରିଚ୍ଛନ୍ନତା  (ବା  ସ୍ୱାସ୍ଥ୍ୟ ବିଧାନ) ଓ  ସାମାଜିକ  ପରିଚ୍ଛନ୍ନତା (ବା  ସୁସ୍ଥ  ପରିବେଶ) ଉଭୟ  ଖୁବ  ଗୁରୁତ୍ଵପୂର୍ଣ୍ଣ   ।

ରୋଗ  କିପରି  ବ୍ୟାପେ

ସ୍ୱାସ୍ଥ୍ୟପ୍ରତି  ଯତ୍ନ ଓ  ସ୍ୱାସ୍ଥ୍ୟକର  ପରିବେଶର  ଅଭାବରୁ  ଅନ୍ତ୍ରର ସଂକ୍ରମଣ  ଜନିତ  ଅନେକ  ରୋଗ  ଜଣଙ୍କଠାରୁ  ଅନ୍ୟଜଣଙ୍କୁ  ବ୍ୟାପିଥାଏ  । ମଳରେ  ହଜାର  ହଜାର  ସଂଖ୍ୟାରେ  କୃମି  ବା  ଜୀବାଣୁ  ରହିଥାନ୍ତି  । ଏଗୁଡିକ  ଅପରିଷ୍କାର  ଖାଦ୍ୟ  ଓ  ପାଣି  ପିଇବାଦ୍ଵାରା  ଶରୀର  ମଧ୍ୟକୁ  ପ୍ରବେଶ  କରିଥାନ୍ତି   । ଏହିପରି  ଉପାୟରେ  ବ୍ୟାପୁଥିବା  ରୋଗଗୁଡିକ  ହେଲା   ।

ମଳରୁ  ମୁହଁ  ପର୍ଯ୍ୟନ୍ତ  ବ୍ୟାପିବା

ବିଭିନ୍ନ  ପ୍ରକାରର  ଆନ୍ତ୍ରିକ  କୃମି

ଅତିସାର, ଆମାଶୟ (ଏମିବା  ଓ  ପରଜୀବୀ  ଜୀବାଣୁଦ୍ଵାରା  ହୁଏ)

ହଇଜା, ଆନ୍ତ୍ରିକଜ୍ଵର (ଟାଇଫଏଡ)  ଏବଂ  ହେପାଟାଇସ

ପୋଲିଓ ଭଳି  କେତେକ  ରୋଗ

ପ୍ରତ୍ୟକ୍ଷ  ସଂସ୍ପର୍ଶ

ରୋଗ  ହୋଇଥିବା  ବ୍ୟକ୍ତିଙ୍କୁ  ଛୁଇଁବା, ତାଙ୍କର  ଲୁଗା, କମ୍ବଳ ଆଦି  ବ୍ୟବହାର  କରିବା  ତଥା  ତାଙ୍କ  ବିଛଣାରେ  ଶୋଇବା  ନିମ୍ନଲିଖିତ  ରୋଗଗୁଡିକ  ବ୍ୟାପିଥାଏ   ।

କୁଣ୍ଡିଆ ଓ ଯାଦୁ  ଆଦି  ଚର୍ମରୋଗ

ଉକୁଣୀ, ଟିଙ୍କ

ସିଫିଲିସ୍ (ଉପଦଂଶ), ଗେନରିଆ (ପ୍ରମେହ)ଇତ୍ୟାଦି  ଯୌନ  ରୋଗ, ଯୌନ  ସଂସର୍ଗଦ୍ଵାରା  ବ୍ୟାପିଥାଏ  ।

କାଶ ଓ ଛିଙ୍କ

କାଶିବା  ବା  ଛିଙ୍କିବା  ସମୟରେ  ଶ୍ଵାସନଳୀରେ  ରହିଥିବା  ଜୀବାଣୁମାନେ  ବହୁତ  ଜୋରରେ  ବାହାରକୁ  ବାହାରି  ଆସନ୍ତି   । ଅନ୍ୟ  କୌଣସି  ବ୍ୟକ୍ତିଙ୍କ  ପ୍ରଶ୍ଵାସରେ  ଏହିସବୁ  ଜୀବାଣୁ  ଶରୀର  ମଧ୍ୟରେ  ପ୍ରବେଶ  କରିଥାନ୍ତି  ଓ  ଉକ୍ତ  ବ୍ୟକ୍ତିଙ୍କୁ   ରୋଗ  ହୋଇପାରେ   । କୌଣସି  ରୋଗୀ  ଖଙ୍କାର  ବାହାରେ   ପକାଇଲେ,  ଏହା  ଧୁଳିରେ  ମିଶିଯାଏ  । ରୋଗୀର  ଖଙ୍କାରରେ  ରୋଗର  ଜୀବାଣୁ  ଥାଏ   । ଧୂଳି  ପବନରେ  ଉଡେ, ଏହି  ଜୀବାଣୁ  ପ୍ରଶ୍ଵାସ  ମାଧ୍ୟମରେ  ଶରୀର  ମଧ୍ୟକୁ  ପ୍ରବେଶ  କରି  ସୃଷ୍ଟି  କରନ୍ତି   । ଏ  ପ୍ରକାରର  ରୋଗ :

ଟି.ବି. (ଯକ୍ଷ୍ମା)

ମିଳିମିଳା, ହାଡଫୁଟି

ସର୍ଦ୍ଦି

ଫୁସ୍ ଫୁସ୍  ପ୍ରଦାହ (ନିମୋନିଆ)

ଡିପଥେରିଆ

ପୋକ  ଓ  ଅନ୍ୟାନ୍ୟ  ପଶୁମାନଙ୍କଦ୍ଵାରା

କେତେକ  ରୋଗ  ଜୀବାଣୁ  ପୋକ ଓ  ପଶୁମାନଙ୍କ  ଦେହରେ  ରହିଥାନ୍ତି ତେଣୁ  ଏହି  ପୋକ  ବା  ପଶୁ  କାମୁଡିଲେ  କିମ୍ବା  ସେହି  ପଶୁର  ମାଂସ  ଖାଇଲେ  ରୋଗ  ହୁଏ ଏହି  ଉପାୟରେ  ବ୍ୟାପୁଥିବା  ରୋଗ :

ମ୍ୟାଲେରିଆ, ଗୋଦର, ଫିତାକୃମି, ଜଳାତଙ୍କ

ମଳରୁ  ମୁହଁ  ପର୍ଯ୍ୟନ୍ତ  ବ୍ୟାପିବା

ଗୋଟିଏ  ପିଲାର  କୃମି  ହୋଇଛି  ଓ  ସେ  ଝାଡାଯିବା  ପରେ  ହାତ  ନ ଧୋଇ  ତା’ର  ସାଙ୍ଗକୁ  ବିସ୍କୁଟ  ଦେଇଛି   । ତା’ର  ହାତ  ଆଙ୍ଗୁଠିରେ  ଝାଡା  ଶୁଖିକରି  ଲାଗିଛି  ଓ  ସେଥିରେ  ଶହ  ଶହ  କୃମିର  ଡିମ୍ବ  (ଯାହାକି  ଖାଲି  ଆଖିରେ  ଦେଖା  ଯାଆନ୍ତି  ନାହିଁ) ରହିଛନ୍ତି   । ଏଥିରୁ  କେତେକ  ବିସ୍କୁଟରେ  ଲାଗିଯାଆନ୍ତି,  ବିସ୍କୁଟ  ଖାଇବାଦ୍ଵାରା  ଅନ୍ୟ  ପିଲାଟି  କୃମିର  ଡିମ୍ବ  ମଧ୍ୟ  ଖାଇଥାଏ   ।

ତେଣୁ  ଖୁବ୍  ଶୀଘ୍ର  ସେ  ପିଲାଟି  ମଧ୍ୟ  କୃମି  ଦ୍ଵାରା  ଆକ୍ରାନ୍ତ  ହେବ  । ତା’ର  ମା’  କହିପାରନ୍ତି  ଯେ, ଅଧିକ  ମିଠା  ଖାଇବାରୁ  କୃମି  ହେଲା,  କିନ୍ତୁ  ପ୍ରକୃତରେ  ତା’ର  ପେଟକୁ  ଅନ୍ୟ  ପିଲାଠାରୁ  କୃମି  ସଂକ୍ରମଣ  ହେତୁ  ଏପରି  ରୋଗ  ହେଲା  ।

ଯଦି  ଘରେ, ତଳେ  ଦିଆଯାଇଥିବା  ସାବଧାନତା  ଗୁଡିକୁ  କିମ୍ବା  ସେଥିମଧ୍ୟରୁ  ଯେକୌଣସି  ଗୋଟିକୁ  ପାଳନ  କରାଯାଇଥାନ୍ତା  ତେବେ  ଏହି  ରୋଗ  ବ୍ୟାପିବାର  ନ ଥାନ୍ତା  ।

  • ଯଦି  ଲୋକଟି  ପାଇଖାନା  ବ୍ୟବହାର  କରିଥାନ୍ତେ   ।
  • ଯଦି  ପାଇଖାନା  ନାହିଁ  ତେବେ  ଝାଡାରେ  ମାଟି  ଘୋଡାଇ  ଦେଇଥାଆନ୍ତେ   ।
  • ଯଦି  ଘୁସୁରୀଟିକୁ  ଘର  ଭିତରକୁ  ପଶିବାକୁ  ଦିଆଯାଇ ନ ଥାନ୍ତା   ।
  • ଯଦି  ଘୁସୁରୀ  ବୁଲୁଥିବା  ଜାଗାରେ  ପିଲାଟିକୁ  ଖେଳିବାକୁ  ଦେଇ  ନ ଥାନ୍ତା   ।
  • ଯଦି  ପିଲାକୁ  କାଖେଇଲା  ପରେ  ଓ  ଖାଦ୍ୟ  ତିଆରି  କରିବା  ପୂର୍ବରୁ  ମା’  ଭଲଭାବରେ  ହାତ  ଧୋଇଥାନ୍ତେ   ।

ଯଦି  ଲୋକମାନେ  ନିମ୍ନଲିଖିତ  ସାବଧାନତା  ଗୁଡିକ  ମଧ୍ୟରୁ  ଯେ  କୌଣସି ଗୋଟିଏ  ବି  ଅବଲମ୍ବନ  କରିଥାନ୍ତେ  ତେବେ  ହଇଜା ବ୍ୟାପୀ  ନଥାନ୍ତା

  • ଯଦି  ଲୋକଟି  ପାଇଖାନା  ବ୍ୟବହାର  କରିଥାନ୍ତେ   ।
  • ଯଦି  ପାଇଖାନା  ନଥିବ  ତେବେ  ଝାଡାରେ  ମାଟି  ଘୋଡାଇ  ଦେଇଥାନ୍ତେ   ।
  • ଯଦି  ରୋଷେଇଘରର   ଖାଦ୍ୟ  ଘୋଡାହୋଇ  ରଖାଯାଇଥାନ୍ତା  ।
  • ମିଠା  ଦୋକାନରେ  ମିଠା  ଯଦି  ଘୋଡା  ହୋଇ  ରଖାଯାଇଥାନ୍ତା   ।
  • ଯଦି  ଘୋଡାହୋଇ ନ ଥିବା  ମିଠାକୁ  ପିଲାଟି  ଖାଇ  ନ ଥାନ୍ତା   ।

ମାଛିଦ୍ଵାରା  ବ୍ୟାପୁଥିବା  ହଇଜା  ଆଦି  ଅନ୍ୟାନ୍ୟ  ରୋଗର  ପ୍ରତିରୋଧ

  • ଯଦି  ସମ୍ଭବ  ରୋଷେଇଘର ଝରକା  ଓ  ଦ୍ଵାରରେ  ତାରଜାଲି  ଲଗାନ୍ତୁ  ଯାହା  ଫଳରେ  ମାଛି  ପଶିପାରିବ  ନାହିଁ  ।
  • ସବୁ  ଖାଦ୍ୟ  ଓ  ପାଣିକୁ  ଘୋଡାଇ  ରଖନ୍ତୁ   ।
  • ପରିବେଶ  ପରିଷ୍କାର  ରଖନ୍ତୁ  ।

ତଳେ  ଦିଆଯାଇଥିବା  ସାବଧାନତାଗୁଡିକ  ମଧ୍ୟରୁ  ଯେ  କୌଣସି  ଗୋଟିଏ  ପାଳନ  କରିଥିଲେ,  ହେପାଟାଇଟସ୍  ରୋଗ  ବ୍ୟାପିବାର  ନ ଥାନ୍ତା   ।

  • ଯଦି  ପୋଖରୀ  କୂଳରେ  ସେ  ଝାଡା  ଯାଇ  ନ ଥାନ୍ତେ  ।
  • ପିଇବାକୁ  ଦେବା  ପୂର୍ବରୁ  ଯଦି  ସ୍ତ୍ରୀ  ଲୋକ  ପାଣିକୁ  ଫୁଟାଇଥାନ୍ତେ
  • ଯଦି  ସ୍ତ୍ରୀଲୋକ  ଜଣକ  ସଂକ୍ରମିତ  ଲୁଗାକୁ  କୂଅ  ନିକଟରେ  ଧୋଇ  ନ ଥାନ୍ତେ
  • ଯଦି  କୂଅଟି  ପ୍ଲାଟଫର୍ମ ଓ କାନ୍ଥ  ଦ୍ଵାରା  ସୁରକ୍ଷିତ  ହୋଇଥାନ୍ତା   ।

ଯେହେତୁ  ଆନ୍ତ୍ରିକ  ସଂକ୍ରାମକ  ରୋଗ  ଗୁଡିକ  ସହଜରେ  ବ୍ୟାପିଥାଏ,  ତେଣୁ  ସମୁଦାୟ  ଗାଁ  ବା  ସମଗ୍ର  ଅଞ୍ଚଳରେ  ଏଗୁଡିକ  ସଂକ୍ରମିତ  ହୋଇ  ମହାମାରୀ  ରୂପ  ଧାରଣ  କରିବାର  ଆଶଙ୍କା  ଥାଏ   ।

ଯଦି  ଗାଁରେ  ଅଧିକାଂଶ  ସମୟ  ଆନ୍ତ୍ରିକ  ରୋଗ  ଯଥା,  ଆମାଶୟ, କୃମି, ଟାଇଫଏଡ, ହଇଜା  ଓ  ହେପାଟାଇଟସ୍  ବ୍ୟାପୁଥିବ  ତେବେ  ବୁଝିବାକୁ  ହେବ  ଯେ,  ପରିଚ୍ଛନ୍ନତା ପ୍ରତି  ଉପଯୁକ୍ତ  ଧ୍ୟାନ  ଦିଆଯାଇନାହିଁ   । ଯଦି  ଆମାଶୟ  ରୋଗ  ବହୁତ  ପିଲା  ମରିଯାଉଥାନ୍ତି, ତେବେ  ପୁଷ୍ଟିକର  ଖାଦ୍ୟର  ଅଭାବ  ଏହାର  କାରଣ  ହୋଇପାରେ   । ଆମାଶୟ  ରୋଗର  ପ୍ରତିରୋଧ  ପାଇଁ  ଉଭୟ  ପରିଚ୍ଛନ୍ନତା  ଓ  ପୁଷ୍ଟିକର  ଖାଦ୍ୟ  ମହତ୍ତ୍ଵପୂର୍ଣ୍ଣ  ।

ଯଦି  ପିଲା  ବା  ତା  ପରିବାର  ନିମ୍ନଲିଖିତ  ସାବଧାନତାଗୁଡିକ  ମଧ୍ୟରୁ  ଯେ  କୌଣସି  ଗୋଟିକୁ  ବି  ଅବଲମ୍ବନ  କରିଥାନ୍ତେ  ତେବେ  କୁଣ୍ଡିଆ  ବ୍ୟାପି ନ ଥାନ୍ତା   ।

  • ଯଦି  ପିଲା  ଅଲଗା  ଶୋଇ  ଥାଆନ୍ତା  ବା  ସ୍କୁଲରେ  ଅଲଗା  ବସିଥାଆନ୍ତା   ।
  • ପିଲାଟିକୁ  କୁଣ୍ଡିଆ  ହୋଇଛି  ବୋଲି  ଜାଣିବାପରେ  ପରେ  ଯଦି  ପରିବାରର  ସବୁଲୋକ  ଚିକିତ୍ସା  ଆରମ୍ଭ  କରିଥାନ୍ତେ   ।
  • ଯଦି  ସେମାନେ  ତାଙ୍କର  ଲୁଗାପଟା  ନିୟମିତ  ସଫା  କରିଥାନ୍ତେ  ଓ  ସୂର୍ଯ୍ୟକିରଣରେ  ଶୁଖାଇଥାଆନ୍ତେ   ।

ଯଦି  ସେମାନେ ନିମ୍ନଲିଖିତ ସାବଧାନତା  ଅବଲମ୍ବନ  କରିଥାନ୍ତେ  ତେବେ  ସେମାନେ  ଟି.ବି. ର ବୃଦ୍ଧିକୁ  ରୋକି ପାରିଥାନ୍ତେ

ଯଦି  ଲୋକଟି  କାଶିବାବେଳେ  ମୁହଁ  ଓ  ନାକ  ଘୋଡାଇ  ଥାଆନ୍ତେ   ।

ଯଦି  ସେ  ଖଙ୍କାର  ଢାଙ୍କୁଣୀ  ଥିବା  ପାତ୍ରରେ  ପକାଇଥାଆନ୍ତେ  ଓ  ପଛରେ  ତାକୁ  ପୋଡିଦେଇ  ଥାଆନ୍ତେ   ।

ଯଦି  ଲୋକଟି  ତା  ବନ୍ଧୁଙ୍କୁ  ହୁକ୍କା  ଦେଇ ନ ଥାନ୍ତେ   ।

ଯଦି  ସେମାନେ  ପ୍ରଥମରୁ  ଚିକିତ୍ସା  ଆରମ୍ଭ  କରିଥାନ୍ତେ  ।

ଯଦି  ମା’  ସମ୍ପୂର୍ଣ୍ଣ  ୧୧/୧୨ ବର୍ଷ  ପର୍ଯ୍ୟନ୍ତ  ନିୟମିତ  ଚିକିତ୍ସିତ  ହୋଇଥାନ୍ତେ   ।

ଯଦି  ରୋଗ  ହେବା  ପୂର୍ବରୁ  ସେମାନେ  ଟି.ବି. ପ୍ରତିରୋଧକ  ବି.ସି.ଜି. ଟିକା  ନେଇଥାନ୍ତେ   ।

ସଅଳ ଓ  ସମ୍ପୂର୍ଣ୍ଣ ଚିକିତ୍ସା  ଯକ୍ଷ୍ମା  ରୋଗକୁ  ପ୍ରତିଷେଧ  କରାଯାଇପାରିବ   । ଯଦି  ଘରେ  କାହାର  ଯକ୍ଷ୍ମା  ରୋଗର  ଲକ୍ଷଣ  ଦେଖାଦିଏ  ତୁରନ୍ତ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ଯାଇ  ଚିକିତ୍ସା  କରିବା  ଉଚିତ୍  ।

କୀଟପତଙ୍ଗ ଓ  ଅନ୍ୟାନ୍ୟ  ପଶୁମାନଙ୍କଦ୍ଵାରା  ସଂକ୍ରମିତ  ରୋଗ :

ଯଦି  ସେହି  ବ୍ୟକ୍ତି  ନିମ୍ନଲିଖିତ  ଯେ କୌଣସି  ଅବଲମ୍ବନ  କରିଥାନ୍ତେ,  ତେବେ  ତାଙ୍କୁ  ମ୍ୟାଲେରିଆ  ହୋଇ  ନ ଥାନ୍ତା   ।

  • ଯଦି  ସେ  ମଶାରି  ଭିତରେ  ବା  ଲୁଗା  ଘୋଡାଇ  ହୋଇ  ଶୋଇଥାନ୍ତେ  ।
  • ଯଦି  ସେ  ତାଙ୍କ  ଘରେ  ମଶାମରା  ଔଷଧ  ଛିଞ୍ଚିଥାନ୍ତେ   ।
  • ସେ  ଯଦି  ଶୀଘ୍ର  ଚିକିତ୍ସିତ  ହୋଇଥାନ୍ତେ   ।
  • ସେ  ଯଦି  ମ୍ୟାଲେରିଆ  ବିରୋଧୀ  ଔଷଧ  ନିୟମିତ  ଖାଇଥାନ୍ତେ   ।
ଅଧିକାଂଶ  ସଂକ୍ରାମକ  ରୋଗ  ଉଲ୍ଲେଖ  କରାଯାଇଥିବା  ଉପାୟରେ  ଜଣଙ୍କଠାରୁ  ଅନ୍ୟଜଣଙ୍କ  ପାଖକୁ  ଡେଇଁଥାଏ   । ନିଜର  ତଥା  ସାର୍ବଜନୀନ  ପରିଚ୍ଛନ୍ନତା  ଅଧିକାଂଶ  ରୋଗ  ନିବାରଣ  କରାଯାଇପାରିବ  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate