অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଠିକ୍ ଭାବରେ ଖାଇବାର ଅର୍ଥ କ'ଣ ?

ଠିକ୍ ଭାବରେ ଖାଇବାର

ଆମ ସମସ୍ତଙ୍କର ଖାଦ୍ୟ ଦରକାର। କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖାଦ୍ୟ ଦରକାର କରିଥାନ୍ତି। ଏହା ବ୍ୟକ୍ତିର ବୟସ, ଲିଙ୍ଗ, ଆକାର, ବଢିବା ସୀମା ଓ କାର୍ଯ୍ୟକଳାପ ଉପରେ ନିର୍ଭର କରେ। ଭଲ ଖାଦ୍ୟ ବ୍ୟକ୍ତିର ବଢିବା ଓ ଭଲ ଉନ୍ନତି, କଠିନ ଶ୍ରମ ଓ ସୁସ୍ଥ ରହିବାପାଇଁ ଆବଶ୍ୟକ ହୋଇଥାଏ। ଅଧିକାଂଶ ରୋଗୀ ଶରୀର ଆବଶ୍ୟକ କରୁଥିବା ଅନୁସାରେ ଯଥେଷ୍ଟ ଖାଆନ୍ତି ନାହିଁ ।

ସୁସ୍ଥ ରହିବାପାଇଁ ଆମ୍ଭ ଶରୀର ଖାଦ୍ୟ ଆବଶ୍ୟକ କରେ ।(ମୁଖ୍ୟ ଖାଦ୍ୟ ଓ ସାହାଯ୍ୟକାରୀ ଖାଦ୍ୟ)

  1. ପୃଥିବୀର ଅନେକ ଲୋକ ଗୋଟିଏ ମୁଖ୍ୟ ଅଳ୍ପଦାମୀ ଖାଦ୍ୟ ପ୍ରତ୍ୟେକ ବକତରେ ଖାଆନ୍ତି । ଅଞ୍ଚଳ ବିଶେଷରେ ଏହା ଭାତ, ମକା, ଗହମ, ଶରୀରର ପ୍ରତିଦିନ ଦରକାରୀ ଖାଦ୍ୟ ଅଟେ ।
  2. ଯାହା ହେଉନା କାହିଁକି, ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ୍ ରଖିବାକୁ ମୁଖ୍ୟ ଖାଦ୍ୟ ଯଥେଷ୍ଟ ନୁହେଁ । ନିୟମିତ ସହଯୋଗୀ ଖାଦ୍ୟ ଆବଶ୍ୟକ। ଏହା ମୁଖ୍ୟତଃ ଶିଶୁ ବଢିବା,ଗର୍ଭବତୀ ମହିଳା ବା ସ୍ତନ୍ୟପାନ କରାଇଥିବା ମା’ ଓ ବୃଦ୍ଧ / ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ ପାଇଁ ଅଧିକ ଆବଶ୍ୟକ ଅଟେ ।
  3. ଏପରିକି ପ୍ରତିଦିନ ଗୋଟିଏ ଶିଶୁ ଯଥେଷ୍ଟ ମୁଖ୍ୟ ଖାଦ୍ୟ ଖାଉଥିଲେ ସେ ପତଳା ଓ ଦୁର୍ବଳ ଅନୁଭବ କରେ। ଏହାର କାରଣ ମୁଖ୍ୟ ଖାଦ୍ୟରେ ଅଧିକ ପାଣି ଓ ତନ୍ତୁ ଥାଏ। ବଢିବାରେ ସାହାଯ୍ୟ କରୁଥିବା ଯଥେଷ୍ଟ ଶକ୍ତିଦାୟକ ଖାଦ୍ୟ ପାଇବା ପୂର୍ବରୁ ତାହା ଶିଶୁର ପେଟ ପୂର୍ଣ୍ଣ କରିଦିଏ ।

ଆମ୍ଭେ ଶିଶୁ ମାନଙ୍କର ଦରକାର କରୁଥିବା ୨ଟି ଶକ୍ତିଦାୟକ ଜିନିଷ ଉପରେ ସାହାଯ୍ୟ କରିପାରିବା।

  1. ଶିଶୁକୁ ଅଧିକ ଖୁଆଇବା, ଛୋଟ,ପତଳା ବା ଭଲଭାବେ ବଧୁ ନଥିବା ଶିଶୁକୁ ଦିନରେ ୫ ଥର ଖୁଆଇବା ଆଉ ମଧ୍ୟ ସେମାନଙ୍କୁ ଖାଦ୍ୟ ମଝିରେ ମଝିରେ ଜଳଖିଆ ଦେବା।
  2. ଆଉ ମଧ୍ୟ ମୁଖ୍ୟ ଖାଦ୍ୟ ସହିତ ତୈଳ ଓ ଚିନି ବା ମହୁ ପରି ସହଯୋଗୀ ଖାଦ୍ୟ ମିଶାଇ ଦେବା ଉଚିତ୍। ଖାଦ୍ୟରେ ତୈଳ ଜାତୀୟ ଖାଦ୍ୟ ଯଥା – ବାଦାମ,ବିଭିନ୍ନ ମଞ୍ଜି ଇତ୍ୟାଦି ଦେବା ଉଚିତ୍ । ପିଲା ଶରୀରର ଶକ୍ତି ଚାହିଦା ପୂରଣ ହେବା ପୂର୍ବରୁ ଯଦି ପିଲାର ପେଟ ପୂରଣ ହୋଇଯାଏ ତେବେ ପିଲା ଦୁର୍ବଳ ଓ କ୍ଷୀଣ ହୋଇଯାଏ।
    • ଶକ୍ତିର ଆବଶ୍ୟକତା ପୂରଣ କରିବାକୁ ପିଲାକୁ ସିଝା ଭାତ ଖାଇବାକୁ ଦିଅନ୍ତୁ ।
    • କିନ୍ତୁ ପିଲା ପରିବା ତେଲ ମିଶ୍ରିତ ଭାତ ଅଳ୍ପ ଆବଶ୍ୟକ କରିଥାଏ।
    • କିନ୍ତୁ ଭାତ ସହିତ କିଛି ପାରିବା ମିଶାଇ ଖାଇବା ଅଧିକ ଉପଯୋଗୀ ଅଟେ । ମୁଖ୍ୟ ଖାଦ୍ୟ ସହିତ ଶକ୍ତିଦାୟକ ଖାଦ୍ୟ ଖାଇବାଦ୍ଵାରା ଅଧିକ ଶକ୍ତି ମିଳିଥାଏ । ଯେତେବେଳେ ସମ୍ଭବ ହେଉଛି ଛୁଇଁ, କ୍ଷୀର, ବାଦାମ, ଅଣ୍ଡା, ମାଛ, ମାଂସ ପରି ଶରୀର ଗଠନକାରୀ ଖାଦ୍ୟ ଖାଇବା ଉଚିତ୍ । ଏଥି ସହିତ ଶରୀର ରକ୍ଷାକାରୀ ଖାଦ୍ୟ ଖାଇବା ଉଚିତ୍ । ଯଥା କମଳା, ହଳଦିଆ ଫଳ, ପାରିବା, ସବୁଜ ଶାଗ ଇତ୍ୟାଦି । ଏହାଦ୍ୱାରା ଶରୀରକୁ ଭିଟାମିନ ଓ ଖଣିଜ ପଦାର୍ଥ ମିଳିଥାଏ । ଆମ ଦେହ ସୁସ୍ଥ ଓ ଶକ୍ତ ରହିବା ପାଇଁ ପ୍ରତିଦିନ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ । ଆମେ ଯେଉଁ ଖାଦ୍ୟ ଖାଉ ତାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିଥାଏ । ଶକ୍ତିଦାୟକ ଖାଦ୍ୟ ଖାଇବାଦ୍ଵାରା ଆମେ ସତେଜ ଓ ବଳୁଆ ହେଉ । ଏଥି ସହିତ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ପାଇଁ ଆମେ ସମର୍ଥ ହୋଇଥାଉ ।

୪ ପ୍ରକାର ଖାଦ୍ୟ ଆମେ ପ୍ରତ୍ୟହ ଖାଇବା ଉଚିତ୍ । ଯଥା –

  1. ଶକ୍ତିଦାୟକ ଖାଦ୍ୟ
  2. ଆକାର ଆକୃତି ବୃଦ୍ଧିପାଇଁ ଖାଦ୍ୟ
  3. ଅତିରିକ୍ତ ଶକ୍ତି ପ୍ରଦାନକାରୀ ଖାଦ୍ୟ
  4. ଅସୁସ୍ଥ ଏବଂ ରୋଗରୁ ରକ୍ଷା କରୁଥିବା ଖାଦ୍ୟ

କେଉଁ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ

ଯେଉଁ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ (ମୁଖ୍ୟ ଖାଦ୍ୟ)

ମୁଖ୍ୟ ଖାଦ୍ୟରୁ କମ୍ ଖର୍ଚ୍ଚରେ ଶକ୍ତି ମିଳିଥାଏ, ତେଣୁ ଏହାକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଏହା ନିଆଁ ପାଇଁ କାଠ ସଦୃଶ । ଯେ ଯେତେ ବେଶୀ ପରିଶ୍ରମ କରେ ସେ ସତେ ବେଶୀ ଶକ୍ତିଦାୟକ ଖାଦ୍ୟ ଦରକାର କରିଥାଏ । ମାତ୍ର ଅନ୍ୟ ତିନିପ୍ରକାର ଖାଦ୍ୟ ନ ଥାଇ କେବଳ ଏହି ଖାଦ୍ୟ ଖାଇଲେ ଶରୀର ଦୁର୍ବଳ ହୋଇପଡେ। ଏହି ଖାଦ୍ୟ ସବୁ ଶସ୍ତା ଅଟନ୍ତି। ଏଥିରେ ଅଳ୍ପ ପରିମାଣର ଲୌହ, ଭିଟାମିନ ଓ ପ୍ରୋଟିନ ମଧ୍ୟ ଥାଏ ।

ମୁଖ୍ୟ ଖାଦ୍ୟର ଉଦାହରଣ :

  • ଶସ୍ୟ – ଚାଉଳ, ଗହମ, ମକା,ବାଜରା,ମାଣ୍ଡିଆ
  • ଶ୍ଵେତସାର ଫଳ – କଦଳୀ
  • ଶ୍ଵେତସାର ମୂଳ – ଆଳୁ, କନ୍ଦମୂଳ, ଟାପିଓକା

ଯେଉଁ ଖାଦ୍ୟରୁ ଆମେ ଅଧିକ ପ୍ରୋଟିନ ପାଇଥାଉ (ପ୍ରୋଟିନ)

ପ୍ରୋଟିନ ଜାତୀୟ ଖାଦ୍ୟ ଶରୀର ଗଠନରେ ସାହାଯ୍ୟ କରିଥାଏ । ଏଗୁଡିକ ଶରୀରର ମାଂସପେଶୀ ଓ ମସ୍ତିସ୍କର ଉପଯୁକ୍ତ ବୃଦ୍ଧି ପାଇଁ ନିହାତି ଆବଶ୍ୟକ। ଏମାନେ ଶରୀରର କ୍ଷୟକୁ ପୂରଣ କରି ରୋଗ ପ୍ରତିରୋଧ ଶକ୍ତି ବଢାନ୍ତି ।

ଆମ ଶରୀର ପାଇଁ ଦରକାର ହେଉଥିବା ପ୍ରୋଟିନର କେବଳ ମାତ୍ର ଅଧା ଅଂଶ ମୁଖ୍ୟ ଖାଦ୍ୟମାନଙ୍କରେ ଥାଏ । ସ୍ୱାସ୍ଥ୍ୟବାନ ହେବାପାଇଁ ପ୍ରତି ଭୋଜନରେ ଏସବୁ ଖାଦ୍ୟ ମଧ୍ୟରୁ ଅନ୍ତତଃ ପକ୍ଷ ଗୋଟିଏ ଭାଗ ରହିବା ଦରକାର । ଶକ୍ତିଶାଳୀ ଓ ସ୍ୱାସ୍ଥ୍ୟବାନ ହେବାପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତ୍ୟହ ଯଥେଷ୍ଟ ପରିମାଣରେ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ।

  • ଉଦ୍ଭିଦ ପ୍ରୋଟିନ ଜାତୀୟ – ଖାଦ୍ୟର କେତେକ ଉଦାହରଣ : ମଟର, ଡାଲି, ଶିମ୍ବ, ସୋୟାବିନ, ଚିନାବାଦାମ,ନଡିଆ, ଗୁଆ ଇତ୍ୟାଦି ।
  • ପ୍ରାଣୀଜ ପ୍ରୋଟିନ - ହେଉଛି ସବୁଠାରୁ ଭଲ ପ୍ରାକୃତିକ ପ୍ରୋଟିନ। କ୍ଷୀର ହେଉଛି ଏକ ସୁଷମ ଖାଦ୍ୟ । ମାଛ ଦେହରେ ସବୁଠାରୁ ଅଧିକ ପ୍ରୋଟିନ ଥାଏ । ପ୍ରାଣୀଜ ପ୍ରୋଟିନର କେତେକ ଉଦାହରଣ ହେଲା – ଦୁଧ,ଦହି,ଅଣ୍ଡା, ମାଛ,ମାଂସ,ଛେନା ଇତ୍ୟାଦି ।
  • ଗାଢ ସବୁଜ ଶାଗ ଜାତୀୟ- ଖାଦ୍ୟ ସୋୟାବିନ ଓ ଚିନାବାଦାମରେ ଅଧିକ ପ୍ରୋଟିନ ଥାଏ । ମୁଖ୍ୟ ଖାଦ୍ୟ ସହିତ ଦୈନିକ ଏକମୁଠା ଚିନାବାଦାମ ଖାଇଲେ ତାହାଦ୍ଵାରା ଶରୀରକୁ ଯଥେଷ୍ଟ ପ୍ରୋଟିନ ମିଳେ ।

ଯେଉଁସବୁ ଖାଦ୍ୟରୁ ଆମେ ଅତିରିକ୍ତ ଶକ୍ତି ପାଇଥାଉ

ଚର୍ବି ଓ ଶର୍କରା ଉତ୍ସ ଅଟନ୍ତି । ଶରୀର ପାଇଁ ଅଧିକ ଶକ୍ତି ଦରକାର ପଡୁଥିବାବେଳେ ଆପେ ଆପେ ଚର୍ବି ଶର୍କରାରେ ପରିଣତ ହୋଇଯାଏ ଓ ଶରୀରକୁ ଶକ୍ତି ଯୋଗାଏ । ତେଣୁ ପ୍ରତି ଭୋଜନରେ କିଛି ନା କିଛି ଚର୍ବି ବା ତୈଳ ଜାତୀୟ ଖାଦ୍ୟ ଖାଇବା ଦରକାର ।

ଅତିରିକ୍ତ ଶକ୍ତିଦାୟକ ଖାଦ୍ୟର କେତୋଟି ଉଦାହରଣ :

  • ଚର୍ବି ଜାତୀୟ ଖାଦ୍ୟ : ତେଲ, ଘିଅ, ମାଂସ, ଚର୍ବି, ଛେନା
  • ଅଧିକ ଚର୍ବି ଜାତୀୟ ଖାଦ୍ୟ – କୋଳି, ତୈଳବୀଜ, ଛେନା
  • ଚିନି ଜାତୀୟ : ସଫା ଚିନି, ମହୁ, ଗୁଡ

ଯେଉଁ ଖାଦ୍ୟପଦାର୍ଥରୁ ଭିଟାମିନ ଓ ଖଣିଜସାର ଅଧିକ ପରିମାଣର ମିଳେ :

ଭିଟାମିନ ଶରୀରକୁ ରକ୍ଷା କରିଥାଏ । ଆମ ଶରୀର ଠିକ୍ ଭାବରେ କମ କରିବାରେ ଏ ସବୁ ସାହାଯ୍ୟ କରିଥାଏ। ଆମେ ଯଦି ଆବଶ୍ୟକମତେ ଭିଟାମିନ ଥିବା ଖାଦ୍ୟ ନ ଖାଉ ତେବେ ରୋଗାଗ୍ରସ୍ତ ହୋଇଥାଉ । ସୁସ୍ଥ ରକ୍ତ, ଦାନ୍ତ ଓ ହାଡ ପାଇଁ ଖଣିଜସାର ଦରକାର।

ଭିଟାମିନ ଜାତୀୟ ଖାଦ୍ୟର କେତେକ ଉଦାହରଣ –

  • ସବୁଜ ଶାଗ ଜାତୀୟ ପନିପରିବା – ପାଳଙ୍ଗ, କଣ୍ଟାଳିଆ ଶାଗ, ପୋଇ, ଲେଉଟିଆ ଇତ୍ୟାଦି ।
  • ଘନ ହଳଦିଆ ପନିପରିବା - ମୂଳା, ବୋଇତାଳୁ, ଟମାଟୋ
  • ଫଳ – ଅମୃତଭଣ୍ଡା, ଅଁଳା, କମଳା, ଆମ୍ବ, ଲେମ୍ବୁ
  • ପ୍ରାଣୀଜ ଖାଦ୍ୟ – ମାଂସ, ଅଣ୍ଡା, କୁକୁଡା, ମାଂସ, ମାଛ, କ୍ଷୀର

ଖଣିଜସାର ଜାତୀୟ କେତେକ ଖାଦ୍ୟପଦାର୍ଥର ଉଦାହରଣ

ମାଣ୍ଡିଆ,ବାଜରା ଇତ୍ୟାଦିରେ କ୍ୟାଲସିୟମ ଓ ଲୌହର ପରିମାଣ ବେଶୀ । ସୁସ୍ଥ ରକ୍ତପାଇଁ ଆବଶ୍ୟକ ଲୌହ, ଗୁଡ ଓ ତେନ୍ତୁଳିରେ ଯଥେଷ୍ଟ ପରିମାଣରେ ଥାଏ । ବିଟ୍ ମୂଳରେ ଥିବା ପ୍ରଚୁର ଲୌହ ଭଲ ରକ୍ତ ତିଆରିରେ ସାହାଯ୍ୟ କରେ।

ଘନ ସବୁଜପତ୍ର ବିଶିଷ୍ଟ ପନିପରିବାରେ ମଧ୍ୟ ଯଥେଷ୍ଟ ଖଣିଜ ପଦାର୍ଥ ଥାଏ। ସମୁଦ୍ର ଶୈବାଳରେ ଆୟୋଡିନ ପ୍ରଚୁର ଥାଏ ।

ଠିକ୍ ଭାବରେ ଖାଇବାର ଅର୍ଥ କ’ଣ ?

ଠିକ୍ ଖାଇବା ଅର୍ଥ ଯଥେଷ୍ଟ ପରିମାଣରେ ଖାଇବା । ଏହାର ଅର୍ଥ ହେଉଛି ଶରୀର ଦରକାର କରୁଥିବା ବିଭିନ୍ନ ପ୍ରକାର ଖାଦ୍ୟରୁ ଆବଶ୍ୟକ ଅନୁଯାୟୀ ଉଚିତ୍ ପରିମାଣ ଖାଇବା । ସୁସ୍ଥ ରହିବା ପାଇଁ ବର୍ଣ୍ଣନା କରାଯାଇଥିବା ଚାରିଗୋଟିଯାକ – ଚାଉଳ, ଗହମ, ମକା, କଦଳୀ, ଦକ୍ଷିଣି ମୂଳା ଇତ୍ୟାଦି ଖାଆନ୍ତି, ମାତ୍ର ଯଥେଷ୍ଟ ପରିମାଣର ଖାଦ୍ୟସାରଯୁକ୍ତ ଖାଦ୍ୟ,ଯଥା, ଶିମ୍ବ, ମଟର, ଡାଲି, ଶାଗଜାତୀୟ ପନିପରିବା ଓ ଫଳ ଖାଆନ୍ତି ନାହିଁ । ଏପରି ଲୋକମାନଙ୍କୁ ପୁଷ୍ଟିହୀନତା ହୋଇପାରେ । ସୁସ୍ଥ ରହିବାପାଇଁ ପ୍ରତି ଭୋଜନରେ ପ୍ରତ୍ୟେକ ପ୍ରକାର ଖାଦ୍ୟରୁ କିଛି ନା କିଛି ଖାଇବାପାଇଁ ଚେଷ୍ଟା କରିବା ଦରକାର ।

କମ୍ ମୂଲ୍ୟରେ ଭଲ ଖାଦ୍ୟ

ପୃଥିବୀର ଅଧିକାଂଶ ଲୋକ ଖାଦ୍ୟସାର, ଭିଟାମିନ ଓ ଖଣିଜସାର ଇତ୍ୟାଦି ଅଧିକ ପରିମାଣରେ ଖାଇବା ପରିବର୍ତ୍ତେ ମୁଖ୍ୟ ଖାଦ୍ୟ ଓ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରଚୁର ଖାଇଥାଆନ୍ତି । ଏହାର କାରଣ ଏହିସବୁ “ଉତ୍ତମ” ଖାଦ୍ୟର ଦାମ୍ ଅଧିକ । ପ୍ରାଣୀଜ ଖାଦ୍ୟ ଯଥା, କ୍ଷୀର ଓ ମାଂସ ବହୁତ ପୁଷ୍ଟିକର ମାତ୍ର ଏଗୁଡିକ ଖର୍ଚ୍ଚ ସାପେକ୍ଷ । ଏହା ବ୍ୟତୀତ ପଶୁମାନେ ଚରିବା ପାଇଁ ଯଥେଷ୍ଟ ଜମି ମଧ୍ୟ ଦରକାର ।

ଅଧିକାଂଶ ଲୋକ ପ୍ରାଣୀଜ ଖାଦ୍ୟ କିଣିପାରନ୍ତି ନାହିଁ । କେତେକ ଧର୍ମରେ ମାଂସ ଖାଇବା ମନା । ମାଛ ଓ ମାଂସ ଆଦି ଖର୍ଚ୍ଚବହୁଳ ପ୍ରାଣୀଜ ଖାଦ୍ୟ ନ କିଣି, ସବୁଜ ପନିପରିବା, ଶିମ୍ବ, ମଟର, ଚିନାବାଦାମ ଓ ମସୁର ଆଦି ଉତ୍ପାଦନ କରି ବା କିଣି ଗରିବ ପରିବାରଟିଏ ଉପଯୁକ୍ତ ଖାଦ୍ୟସାର ପାଇପାରିବ ଓ ତଦ୍ୱାରା ତା’ର ଠିକ୍ ପୁସ୍ତିସାଧନ ହୋଇପାରିବ । ପ୍ରାଣୀଜ ଖାଦ୍ୟ ପାଇବା ପାଇଁ ଗାଁରେ ପୋଖରୀ ଖୋଳି ମତ୍ସ୍ୟପାଳନ କରିପାରନ୍ତି ସମବାୟ ସମିତିଦ୍ଵାରା ଗାଁରେ କୁକୁଡାପାଳନ କଲେ ମାଂସ ଓ ଅଣ୍ଡା ମିଳିପାରିବ ।

ପନିପରିବା ଓ ଫସଲରୁ ମିଳୁଥିବା ପୁଷ୍ଟିସାର ଖାଇଲେ ମଧ୍ୟ ଲୋକ ସୁସ୍ଥ ଓ ଶକ୍ତିଶାଳୀ ହୋଇପାରିବ।

ସବୁବେଳେ ଏକା ପ୍ରକାର ଖାଦ୍ୟ ଖାଇବା ଅପେକ୍ଷା ବିଭିନ୍ନ ପ୍ରକାରର ଉଦ୍ଭିଦ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଭିନ୍ନ ଭିନ୍ନ ଉଦ୍ଭିଦ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ, ଖଣିଜସାର ଓ ଖାଦ୍ୟସାର ପ୍ରଦାନ କରିଥାନ୍ତି । ଉଦାହରଣସ୍ୱରୂପ ମକା କିମ୍ବା ଶିମ୍ବକୁ ଅଲଗା ଅଲଗା ଖାଇବା ଅପେକ୍ଷା ଏକାଠି ମିଶାଇ ଖାଇଲେ ଏହା ଶରୀରର ଆବଶ୍ୟକତା ଅଧିକତର ମେଣ୍ଟାଇଥାଏ। ଅନ୍ୟାନ୍ୟ ପାରିବା ଓ ଫଳ ମିଶାଇ ଖାଇଲେ ଅଧିକ ଭଲ । ଯଦି ସମ୍ଭବ ପ୍ରତିଦିନ ଭିନ୍ନ ପ୍ରକାରର ପନିପରିବା ଖାଆନ୍ତୁ ।

ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଖାଦ୍ୟସାର, ଭିଟାମିନ ଓ ଖଣିଜସାର ଜାତୀୟ ଖାଦ୍ୟ ମିଳିପାରିବା ପାଇଁ କେତେକ ସୂଚନା

  1. ସ୍ତନ କ୍ଷୀର : ଏହା ଶିଶୁ ପାଇଁ ସବୁଠାରୁ ଶସ୍ତା, ଶକ୍ତିଦାୟକ ଓ ପରିପୂର୍ଣ୍ଣ ଖାଦ୍ୟ ଅଟେ । ତେଣୁ ମା’ ପ୍ରଚୁର ପରିମାଣରେ ପନିପରିବା ଖାଇବା ଦରକାର ଯାହାକି ଶିଶୁର ପରିପୂର୍ଣ୍ଣ ଖାଦ୍ୟ, ସ୍ତନକ୍ଷୀରରେ ପରିଣତ ହୋଇଥାଏ ସ୍ତନକ୍ଷୀର ପିଲାଙ୍କ ପାଇଁ ସବୁଠାରୁ ଭଲ ଓ ଏହା ଅଯଥା ଖର୍ଚ୍ଚରୁ ମଧ୍ୟ ରକ୍ଷା କରିଥାଏ ।
  2. ଅଣ୍ଡା ଓ କୁକୁଡାଛୁଆ – ଅନେକ କ୍ଷେତ୍ରରେ ଅଣ୍ଡା ଏକ ଶସ୍ତା ଓ ଭଲ ଖାଦ୍ୟସାର ବିଶିଷ୍ଟ ଖାଦ୍ୟ । ଯେଉଁ ପିଲାମାନେ ମାଆ କ୍ଷୀର ପାଆନ୍ତି ନାହିଁ, ତାଙ୍କ ଖାଦ୍ୟରେ ଏହା ମିଶାଯାଇପାରେ । ପିଲା ବଡ ହେଲେ ମା’କ୍ଷୀର ସାଙ୍ଗେ ମଧ୍ୟ ଏହା ଦିଆଯାଇପାରେ ।
  3. ଯେଉଁ ଗର୍ଭବତୀ ମହିଳାମାନଙ୍କର କ୍ୟାଲସିୟମ ଅଭାବ ଯୋଗୁଁ ଯାହାର ଦନ୍ତକ୍ଷୟ ଓ ମାଂସପେଶୀ ଲୋଚାକୋଚା ହୋଇଯାଏ, ତାଙ୍କୁ ଅଣ୍ଡାର ଖୋଳପାକୁ ଭଲକରି ଚୂର୍ଣ୍ଣକରି ଖାଦ୍ୟପଦାର୍ଥରେ ମିଶାଇ ଖାଇବାକୁ ଦେଲେ ଆବଶ୍ୟକୀୟ କ୍ୟାଲସିୟମ ମିଳେ । ଘରେ କୁକୁଡା ପାଳନ କଲେ ଅନ୍ୟ ପ୍ରାଣୀଜ ଖାଦ୍ୟସାର ଅପେକ୍ଷା ଏହା ଶସ୍ତାରେ ମିଳିଥାଏ।

  4. କଲିଜା, ଯକୃତ, ମୂତ୍ରାଶୟ ଓ ମାଂସ – ଏ ସବୁ ଜିନିଷରେ ଭିଟାମିନ, ଲୌହସାରର ପରିମାଣ ଅଧିକ ଥାଏ ଓ ଏଗୁଡିକ ମାଂସ ଅପେକ୍ଷା ଶସ୍ତା ହୋଇଥାଏ, ମାଛ ମଧ୍ୟ ମାଂସ ଅପେକ୍ଷା ଶସ୍ତା ଓ ପ୍ରାୟ ଏକାପରି ପୁଷ୍ଟିକାରକ । ଭାରତର କେତେକ ସ୍ଥାନରେ ଶୁଖୁଆ ବହୁତ ଶସ୍ତାରେ ମିଳିଥାଏ,ଏହା ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ପାଇଁ ବହୁତ ଉପକାରୀ ।
  5. ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ – ବଗଡା ଶସ୍ୟଦାନା ଅଧିକ ପୁଷ୍ଟିଦାୟକ । ସମ୍ପୂର୍ଣ୍ଣଭାବେ ଚୋପା ଛଡାଯାଇ ପରିଷ୍କାର ହୋଇଯାଇଥିବା ଚାଉଳ ଓ ଗହମ ଅପେକ୍ଷା ଏଗୁଡ଼ିକରେ ଅଧିକ ଖାଦ୍ୟସାର ଥାଏ । ଉଷୁନା ଚାଉଳକୁ ସିଝାଇଲାବେଳେ ତା’ର ଚୋପାରେ ଥିବା ଭିଟାମିନ ଚାଉଳରୁ ଚାଲିଯାଏ । ପୁରା ପରିଷ୍କାର ଥିବା ଚାଉଳ ଅପେକ୍ଷା ଢିଙ୍କିକୁଟା ଉଷୁନା ଚାଉଳ ଭଲ ।
  6. ଦ୍ରଷ୍ଟବ୍ୟ ଗହମ, ଚାଉଳ ଓ ମକାରେ ଥିବା ପ୍ରୋଟିନ ଅଧିକ କାର୍ଯ୍ୟକାରୀ ହୁଏ,ଯଦି ଏହା ସହିତ ଶିମ୍ବ କିମ୍ବା ଲେନଟିଲ୍ ଖିଆଯାଏ ।

  7. ଶୁଖିଲା ମକା -ରାନ୍ଧିବା ପୂର୍ବରୁ ଯଦି କିଛି ଚୂନରେ ବୁଡାଯାଏ, ତେବେ ସେଥିରେ ଭିଟାମିନ ଓ ଖାଦ୍ୟସାର ବଢିଯାଏ ।
  8. ମାଣ୍ଡିଆ ଓ ଯଅ – ଏ ସବୁରେ ଖଣିଜଜାତୀୟ ପଦାର୍ଥ ମୁଖ୍ୟତଃ କ୍ୟାଲସିୟମ ଓ ଲୌହତତ୍ତ୍ଵର ଅଂଶବେଶୀ ଥାଏ । ଏ ସବୁ ଚାଉଳ ଓ ଗହମ ଅପେକ୍ଷା ସସ୍ଥା ଓ ପୁଷ୍ଟିକର ମଧ୍ୟ । ସୁଷମ ଖାଦ୍ୟପାଇଁ ଚାଉଳ ଓ ଗହମ ପରିବର୍ତ୍ତେ ଏଗୁଡିକୁ ବ୍ୟବହାର କରାଯାଇପାରେ ।
  9. ମିଶ୍ରିତ ଶସ୍ୟଦାନାର ଭୋଜନ – ଗୋଟିଏ ଶସ୍ୟଦାନାର ଭୋଜନ ଅପେକ୍ଷା ମିଳିତ ଶସ୍ୟଦାନାର ଭୋଜନ ବହୁତ ଭଲ । ଭିନ୍ନ ଭିନ୍ନ ଶସ୍ୟଦାନା ଶରୀରକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟସାର ଯୋଗାଇଥାଏ । ତେଣୁ ମିଳିତ ଶସ୍ୟଦାନାର ଭୋଜନ ଶରୀର ପାଇଁ ଦରକାର ଥିବା ସମସ୍ତ ପୁଷ୍ଟିସାର ଯୋଗାଇପାରିବ ।
  10. ଶିମ୍ବ ଓ ଅନ୍ୟାନ୍ୟ ଦୀର୍ଘ ବୀଜକୋଷ ବିଶିଷ୍ଟ (ମଟର, ମସୁର) - ପୁଷ୍ଟିସାରର ଶସ୍ତା ଉପାଦାନ ଅଟନ୍ତି । ବିଶେଷଭାବରେ ସୋୟାବିନ ଇତ୍ୟାଦି ବହୁତ ପୁଷ୍ଟିକର । ଯଦି ଏଗୁଡିକୁ ରୋଷେଇ ପୂର୍ବରୁ ଗଜା ହେବାକୁ ଦିଆଯାଏ ତେବେ ଏଗୁଡ଼ିକରେ ଖାଦ୍ୟସାର ବଢିଯାଏ, ଶିମ୍ବର ଚୋପାଛଡାଇ ଭଲଭାବରେ ସିଝାଇ ପିଲାଙ୍କ ପାଇଁ ଉତ୍ତମ ଖାଦ୍ୟ ତିଆରି କରାଯାଇପାରିବ । ଶିମ୍ବ, ମଟର, ମସୁର ଆଦି ଦୀର୍ଘବୀଜକୋଷ ବିଶିଷ୍ଟ ଖାଦ୍ୟଶସ୍ୟ ଗୁଡିକରି ଯେ କେବଳ ଶସ୍ତାରେ ଖାଦ୍ୟସାର ମିଳିଥାଏ ତା ନୁହେଁ, ଏସବୁ ଚାଷକଲେ ଜମିର ଉର୍ବରତା ବୃଦ୍ଧିପାଏ ଓ ଏହାପରେ ଅନ୍ୟ ଫସଲଗୁଡିକର ଅମଳ ବା ଉତ୍ପାଦନ ବଢିଯାଏ । ଏହିସବୁ କାରଣରୁ ଫସଲ ଅଦଳବଦଳ କରିବା ଗୋଟିଏ ଭଲ ଚିନ୍ତାଧାରା ।
  11. ଅଧିକ ସବୁଜପତ୍ର ବିଶିଷ୍ଟ ପରିବାରେ ଅଧିକ ପରିମାଣର ଭିଟାମିନ ‘କ’ ଅଛି ଲୌହାଁଶ ଓ ପ୍ରୋଟିନ ଥାଏ । କନ୍ଦମୂଳ, ଶିମ୍ବ, ମଟର ଓ ଲାଉର ପତ୍ର ବିଶେଷ ଭାବରେ ପୌଷ୍ଟିକ ଅଟେ । ଏସବୁ ପତ୍ରକୁ ଶୁଖାଇ ଗୁଣ୍ଡକରି ପିଲାର ଖାଦ୍ୟ (କାଞ୍ଜି)ରେ ମିଶାଇଲେ ଏହା ଅଧିକ ପୌଷ୍ଟିକ ହୋଇପାରିବ ।
  12. ଅଳ୍ପ ସବୁଜ ପତ୍ର ବିଶିଷ୍ଟ ପନିପରିବା ଯଥା,ଲିଟୁସ ଓ ବନ୍ଧାକୋବିରେ ବହୁତ କମ୍ ପରିମାଣର ପ୍ରୋଟିନ ବା ଭିଟାମିନ ଥାଏ । ପୌଷ୍ଟିକତା ଦୃଷ୍ଟିରୁ ଏସବୁକୁ ଚାଷକରିବା ନିରର୍ଥକ।

    • ମୂଳବିଶିଷ୍ଟ ପରିବାରର ପତ୍ର ଯଥା ମୂଳା, ଗାଜର ଇତ୍ୟାଦିର ପତ୍ରରେ ମୂଳ ଅପେକ୍ଷା ଅଧିକ ପ୍ରୋଟିନ ଥାଏ, କିନ୍ତୁ ଲୋକମାନେ ମୂଳକୁ ହିଁ ଖାଇଥାଆନ୍ତିଗାଜର ପତ୍ରରେ ମୂଳ ଅପେକ୍ଷା ୭ ଗୁଣ ଅଧିକା ପ୍ରୋଟିନ ଓ ଭିଟାମିନ ଥାଏ । ତେଣୁ ମୂଳ ସାଙ୍ଗରେ ପତ୍ରକୁ ଖାଇଲେ ଅଧିକ ଖର୍ଚ୍ଚ ବିନା ଖାଦ୍ୟର ପୌଷ୍ଟିକତା ବଢିଯାଇଥାଏ । ନୂଆ ଓ ଛୋଟ ପତ୍ର ସବୁଠାରୁ ଭଲ ।
    • ଚାଉଳ, ପନିପରିବା ତଥା ଅନ୍ୟପ୍ରକାର ଖାଦ୍ୟକୁ ଅଳ୍ପ ପାଣିରେ ରାନ୍ଧନ୍ତୁ । ଠିକ୍ ରାନ୍ଧିବା ପୂର୍ବରୁ ପାରିବା କାଟନ୍ତୁ । ଦରକାରଠାରୁ ଅଧିକ ସିଝାନ୍ତୁ ନାହିଁ । ଏହି ଉପାୟରେ ଖାଦ୍ୟପଦାର୍ଥରେ ଥିବା ଖଣିଜପଦାର୍ଥ, ଭିଟାମିନ ଖୁବ୍ କମ୍ ନଷ୍ଟ ହୋଇଥାଏ । ବଳକା ରହୁଥିବା ପାଣିକୁ ନିଶ୍ଚୟ ପିଇବେ ନଚେତ ଏହାକୁ ଝୋଳ ବଣାଇବେ । ରାନ୍ଧିବା ସମୟରେ ତରକାରୀରେ ଟିକିଏ ତେନ୍ତୁଳି ପକାନ୍ତୁ । ଏହିପରି ଭାବରେ ଭିଟାମିନ ଅଧିକ ନଷ୍ଟ ହୁଏ ନାହିଁ । ତଟକା ପରିବା ବାସୀ ପରିବା ଅପେକ୍ଷା ଅଧିକ ପୁଷ୍ଟିକର ଅଟେ ।
    • ଅନେକ ଜଙ୍ଗଲୀ ଫଳ ଓ କୋଳିରେ ଭିଟାମିନ ‘ଗ’ ଓ ପ୍ରାକୃତିକ ଶର୍କରା ଅଧିକ ଥାଏ ଏସବୁ ଅତିରିକ୍ତ ଖାଦ୍ୟ ତଥା ଭିଟାମିନ ଯୋଗାଇ ଥାଆନ୍ତି । (ବିଷାକ୍ତ ଫଳ ଖାଆନ୍ତୁ ନାହିଁ) ଏମାନେ ମଧ୍ୟ ଖାଦ୍ୟରେ ଥିବା ଲୌହ ଅଂଶକୁ ଅଧିକ ଶୋଷଣ କରିବାରେ ସାହାଯ୍ୟ କରନ୍ତି ।
    • ଲୁହା କଡେଇରେ ରୋଷେଇ କରିବା ବା ରାନ୍ଧିବା ସମୟରେ ଖଣ୍ଡେପୁରୁଣା ଲୁହା ଖାଦ୍ୟ ସହିତ ପକାଇଦେବା ଦ୍ଵାରା ଖାଦ୍ୟର ଲୌହ ଅଂଶ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଫଳରେ ରକ୍ତହୀନତା ବା ଆମୋନିଆ ରୋଗର ପ୍ରତିରୋଧ ହୋଇଥାଏ ।
    • ଗୁଡ, ଲୁହା କଡେଇରେ ତିଆରି ହେଉଥିବା ଯୋଗୁଁ ଏଥିରେ ପ୍ରଚୁର ପରିମାଣରେ ଲୌହ ଅଂଶ ଥାଏ । ଧଳା ଚିନି ପରିବର୍ତ୍ତେ ଗୁଡ ବ୍ୟବହାର କରନ୍ତୁ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate