অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ଣ୍ଣବିନ୍ଧା ଓ କର୍ଣ୍ଣ ସଂକ୍ରମଣ

ଉପକ୍ରମ

କାନ ଭିତରେ ମଇଳା ଜମିଥିବା କାରଣରୁ କାନ ବିନ୍ଧିଥାଏ   । ଏହି ମଇଳା ସମସ୍ତଙ୍କ କାନରେ ଥାଏ   । ଏହା ଏକ ସାଧାରଣ ଘଟଣା  । ପ୍ରତିଦିନ ଗାଧୋଇ ସାରିବା ପରେ ଖଣ୍ଡିଏ  କାଠିରେ ତୁଳା ବାନ୍ଧି ଆସ୍ତେ ଆସ୍ତେ ସଫା କରି ଦିଅନ୍ତୁ  । ଯଦି କାନ ଭିତରେ ଖୁବ୍ ଜୋରରେ ଗଇ ହୋଇ ଯାଇଥାଏ  ତେବେ ତାକୁ ସଫା କରିବା ପାଇଁ ସ୍ୱାସ୍ଥ୍ୟସେବୀଙ୍କ ସାହାଯ୍ୟ ନିଅନ୍ତୁ   ।

ଛୋଟ ଛୋଟ ଶିଶୁମାନଙ୍କ କର୍ଣ୍ଣରେ ସଂକ୍ରମଣ ହେବା ଏକ ସାଧାରଣ କଥା  । ଏହି ସଂକ୍ରମଣ ପ୍ରାୟତଃ ଶିଶୁକୁ କିଛିଦିନ ଖୁବ୍ ଥଣ୍ଡା, ସର୍ଦ୍ଦି ଓ ନାକ ବନ୍ଦ ହେବା ପରେ ହୋଇଥାଏ  । ଜ୍ଵର ବଢିଯାଇ ପାରେ  । ଶିଶୁ ତା’ର ମୁଣ୍ଡର ଗୋଟିଏ ପାଖକୁ ଜୋରରେ ଘଷିବା ସଙ୍ଗେ ସଙ୍ଗେ କାନ୍ଦିବାରେ ଲାଗେ   । ବେଳେବେଳେ କାନରେ ପୂଜ ଦେଖା  ଦେଇଥାଏ  । କେତେକ ଶିଶୁଙ୍କ କ୍ଷେତ୍ରରେ କର୍ଣ୍ଣ ସଂକ୍ରମଣ, ଆମାଶୟ ସୃଷ୍ଟି କରାଯାଇଥାଏ   । ତେଣୁ ଯେତେବେଳେ ଶିଶୁକୁ ଏକ ସମୟରେ ଆମାଶୟ ଓ ଜ୍ଵର ହେଉଛି ସେ ସମୟରେ ତା’ର କର୍ଣ୍ଣ ପରୀକ୍ଷା କରିବାକୁ ଭୁଲନ୍ତୁ  ନାହିଁ   ।

ଚିକିତ୍ସା

କର୍ଣ୍ଣ ସଂକ୍ରମଣକୁ ତୁରନ୍ତ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ  । ପେନସିଲିନ ଔଷଧ ବା ସଲଫାଇଜିନ ଔଷଧ ଭଳି ଜୀବାଣୁନାଶୀ  ଔଷଧ ଦିଅନ୍ତୁ   । ୩ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଆମ୍ପିସିଲିନ ଔଷଧ ଭଲ କମ କରିଥାଏ  । ଦରକାର ହେଲେ ବିନ୍ଧା କମାଇବା ପାଇଁ ଆସ୍ପିରିନ, ଏସିଟାମିନୋଫେନ ଦିଅନ୍ତୁ   ।

*        କାନ ଭିତରେ ଥିବା ପୂଜକୁ ଗୋଟିଏ କାଠି ଆଗରେ ତୁଳା ବାନ୍ଧି ଯତ୍ନର ସହିତ ସଫା କରିଦିଅନ୍ତୁ   । ଯଦି ସମ୍ଭବ ହେଉଛି କାଠିକୁ ମାଲିସ କରା ହେଉଥିବା ଆଲକହଲ୍ ରେ ବୁଡାଇ ଦିଅନ୍ତୁ  କିନ୍ତୁ କନା ବିଣ୍ଡା, କୌଣସି ପତ୍ର, କିମ୍ବା ଅନ୍ୟ କୌଣସି ସେହିଭଳି ଜିନିଷ କାନରେ ଭରନ୍ତୁ ନାହିଁ   ।

*        ଯେଉଁମାନଙ୍କର କାନରୁ ପୂଜ ବାହାରୁଥାଏ ସେ ପ୍ରତିଦିନ ଗାଧୋଇବା ଉଚିତ୍  । କାନ ଭଲ ହେବା ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଣିରେ ପହଁରିବା  କିମ୍ବା ବୁଡିବା ଉଚିତ୍ ନୁହେଁ   ।

ପ୍ରତିଷେଧକ

*        ପିଲାକୁ ଥଣ୍ଡା ହୋଇଥିଲେ ନାକ ପୋଛିବା କୁହନ୍ତୁ ନାହିଁ   ।

*        ପିଲାକୁ ବୋତଲ କ୍ଷୀର ଦିଅନ୍ତୁ ନାହିଁ

*        ପିଲାର ନାକ ବନ୍ଦ ହୋଇଗଲେ ନାକରେ ଲୁଣପାଣି ପକାଇ ନାକ ସଫା କରିଦିଅନ୍ତୁ   ।

କର୍ଣ୍ଣନଳୀର ସଂକ୍ରମଣ

କର୍ଣ୍ଣ ମଧ୍ୟକୁ ଯାଇଥିବା ନଳୀ ସଂକ୍ରମିତ ହୋଇଛି କି ନାହିଁ ଜାଣିବା ପାଇଁ ଆସ୍ତେ କାନକୁ ଟାଣନ୍ତୁ  । ଯଦି ଭୀଷଣ କଷ୍ଟ ହେଉଛି ତେବେ କର୍ଣ୍ଣନଳୀରେ ସଂକ୍ରମଣ ହୋଇଅଛି  । ଭିନେଗାର ମିଶା ପାଣି ଦିନକୁ ୩/୪ ଥର ଭାରି କାନରେ ପକାନ୍ତୁ  । (୧ ଚାମଚ ଭିନେଗାର ସହ ୧ ଚାମଚ ସିଝା ପାଣି ମିଶାନ୍ତୁ ) । ଯଦି ଜ୍ଵର କିମ୍ବା ପୂଜ ଥାଏ ତେବେ ଜୀବାଣୁନାଶୀ ଔଷଧ ବ୍ୟବହାର କରନ୍ତୁ   ।

ଯଦି ପିଲାର କାନ ପାଖରେ ଖୁବ୍ ଜୋରରେ ବିନ୍ଧୁଥାଏ ଓ ଦେହରେ ପ୍ରବଳ ଜ୍ଵର ଥାଏ, ତେବେ ତୁରନ୍ତ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ   । ଏହି କାରଣରୁ ମସ୍ତିସ୍କଝିଲ୍ଲୀ ସଂକ୍ରମଣ ହୋଇପାରେ   ।

ଗଳା ଘା’ ଏବଂ ଗଳଗ୍ରନ୍ଥୀ (ଟନସିଲ୍)

ଏହି ସମସ୍ୟା ପ୍ରାୟତଃ ସାମାନ୍ୟ ଥଣ୍ଡାରୁ ଆରମ୍ଭ ହୋଇଥାଏ  । ଗଳା ଲାଲ ପଡିପାରେ ଏବଂ କୌଣସି ଜିନିଷ ଢୋକିଲାବେଳେ ଭୀଷଣ ଦରଜ ଲାଗେ   । (ଗଳା ପଛପଟେ  ଥିବା ଦୁଇଟି ଲସିକାଗ୍ରନ୍ଥୀ ଫୁଲିଯାଏ)  । ବିନ୍ଧାଛିଟିକା କରେ ଓ ଶ୍ଳେଷ୍ମା ନିଗୁଡୁଥାଏ  । ଜ୍ଵର  ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ହୋଇଥାଏ   ।

ଚିକିତ୍ସା :

*        ଗରମ ପାଣିରେ ଲୁଣ ମିଶାଇ ଗଳାରେ ଘଡଘଡ କରନ୍ତୁ  ।

*        ବିନ୍ଧା କମାଇବା ପାଇଁ ଆସ୍ପିରିନ ବା ଏସିଟାମିନୋଫେନ ଖାଆନ୍ତୁ   ।

*        ଯଦି ଏକ ସମୟରେ ଜ୍ଵର ଓ ଭୀଷଣ ବିନ୍ଧା ଆରମ୍ଭ ହୁଏ ଓ ଏହା ତିନି ଦିନରୁ ଅଧିକ ରୁହେ ତେବେ ଆଗ ପୃଷ୍ଠାମାନ ଦେଖନ୍ତୁ   ।

*        ଯଦି ପିଲାଟିର ଟନସିଲ୍ ବାରମ୍ବାର ଦେଖା ଦେଉଛି ତେବେ ଏକ ଛୋଟ ଅସ୍ତ୍ରୋପ୍ରଚାର କରି ତାହାକୁ ବାହାର କରିଦେବା ଉଚିତ୍  ।

ଗଳା ଘା’ ଏବଂ ଗଣ୍ଠିବାତ ଜ୍ଵରର ଭୟ

ସାମାନ୍ୟ ଥଣ୍ଡାରୁ ଯାହାର ବାରମ୍ବାର ଗଳା ଦରଜ ହେଉଛି ତାକୁ ଜୀବାଣୁନାଶୀ ଔଷଧ ଦେଲେ କିଛି ଲାଭ ମିଳେ ନାହିଁ, କାରଣ ଏହା ଆଦୌ ଉପକାର କରେ ନାହିଁ  । ଏଣୁ ଘଡ ଘଡ କରନ୍ତୁ ଓ ଏସିଟାମିନୋଫେନ  ଖାଆନ୍ତୁ   ।

କିନ୍ତୁ ଏକ ପ୍ରକାର ଗଳା ଘା’ ଯାହାର ନାମ ଷ୍ଟ୍ରେପଟୋ କୋକଲ ଥ୍ରୋଟ  ତାକୁ ପେନସିଲିନ ଦ୍ଵାରା ଚିକିତ୍ସା କରାଯିବା ଉଚିତ୍  । ଏହା ପିଲାମାନଙ୍କଠାରେ ତଥା କିଶୋରମାନଙ୍କଠାରେ ପ୍ରାୟ ଦେଖା ଦେଇଥାଏ   । ବହୁ ସମୟରେ ଏହା ଥଣ୍ଡା ବା କାଶର ଅନ୍ୟାନ୍ୟ ଲକ୍ଷଣ ପ୍ରକାଶ ନ କରି ହଠାତ୍ ଆରମ୍ଭ ହୁଏ  ଓ ଗଳା ଖୁବ୍ ଜୋରରେ  ଦରଜ ହୁଏ  ଓ ଜ୍ଵର ଲାଗି ରୁହେ   । ପାଟି ଭିତରେ ଟନସିଲ୍ ଲାଲ ଦେଖାଯାଇ ପାରେ ଏବଂ ଦାନ୍ତ ମାଢିରେ ଥିବା ଲସିକାଗ୍ରନ୍ଥୀ ଫୁଲିଯାଇ ନରମ ହୋଇଥାଏ   ।

୧୦ ଦିନ ପାଇଁ  ପେନସିଲିନ ଦିଅନ୍ତୁ   । ଯଦି ପେନସିଲିନ ଆଗରୁ ଦିଆଯାଏ ଓ ୧୦ ଦିନ ପର୍ଯ୍ୟନ୍ତ ଅବ୍ୟାହତ ରଖାଯାଏ  ତେବେ ଗଣ୍ଠିବାତ ଜ୍ଵର ହେବାର ଭୟ କମ୍ ଥାଏ  । ଷ୍ଟ୍ରେପ ଥ୍ରୋଟ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ଏସାଇ ଦିଆଯାଇ ପାରିବ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate