অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା ପାଇଁ କ'ଣ କରିବା

ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା ପାଇଁ କ'ଣ କରିବା

ସୁଷମ ଖାଦ୍ୟ

ଏହା ଗୁରୁତ୍ଵପୂର୍ଣ୍ଣ ଯେ ପିଲାମାନେ ଯେତେ ଅଧିକ ସମ୍ଭବ ସେତେ ସୁଷମ ଖାଦ୍ୟ ଖାଇବା ଦରକାର   । ଯାହା ଫଳରେ ସେମାନେ ଭଲଭାବେ ବଢିପାରିବେ  ଓ ସହଜରେ ରୋଗାକ୍ରାନ୍ତ ହେବେ ନାହିଁ  । ପିଲାମାନଙ୍କ ପାଇଁ ବିଭିନ୍ନ ବୟସରେ ଉପଯୁକ୍ତ ଖାଦ୍ୟ ଗୁଡିକ ହେଉଛି :

*        ପ୍ରଥମ ଚାରିମାସ କେବଳ ସ୍ତନ୍ୟପାନ ବ୍ୟତୀତ  ଅନ୍ୟ କିଛି ନୁହେଁ   ।

*        ୪ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସାଙ୍ଗକୁ ଅନ୍ୟାନ୍ୟ  ସୁଷମ ଖାଦ୍ୟ ଯଥା : ଚୂଡା ଚୂନା, ବିନ୍, ସିଝା ପାରିବା, କୁକୁଡା ଅଣ୍ଡା, ମାଂସ, ସିଝାଫଳ  ।

*        ୧ ବର୍ଷରୁ ଅଧିକ ବୟସ – ପ୍ରତ୍ୟକ ଭୋଜନରେ ଶରୀରବର୍ଦ୍ଧକ ତଥା ପୁଷ୍ଟିକାରକ ଖାଦ୍ୟ , ଯଥା – କ୍ଷୀର ତଥା କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ, ବିନ୍, କୋଳି, ପରିବା, କୁକୁଡା ଅଣ୍ଡା, କୁକୁଡା ମାଂସ, ମାଛ ଓ ମାଂସ ଖାଇବା ଉଚିତ୍  । ତା’ ଛଡା ଅନ୍ୟାନ୍ୟ ଶକ୍ତିବର୍ଦ୍ଧକ ଖାଦ୍ୟ ଯଥା – ଚାଉଳ, ମଇଦା, ଗହମ, ଆଳୁ, ତଥା କନ୍ଦମୂଳ ଇତ୍ୟାଦି ମିଶାଇ, ଉପଯୁକ୍ତ ଅନୁପାତରେ ଖାଇବାକୁ ଦେବା ଉଚିତ୍  ।

*        ବିଶେଷତଃ ପିଲାମାନେ ଅଧିକ ଖାଇବା ଉଚିତ୍  ।

*        ପିତାମାତାମାନେ ଯେପରି ପିଲାମାନଙ୍କର କୁପୋଷଣର ଲକ୍ଷଣ ଜାଣିପାରିବେ ତାହାର ଉପଦେଶ ଦିଅନ୍ତୁ  । ଏହି କୁପୋଷଣକୁ ଗ୍ରୋଥ ଚାର୍ଟ ବ୍ୟବହାର କରି ଜାଣିହେବ । ପିଲାର ଶରୀର ବୃଦ୍ଧିର ଦୁଇଟି ମୁଖ୍ୟ ସୂଚକ ହେଲା ଶରୀର ଓଜନ ଓ ଉଚ୍ଚତା   ।

ପରିଚ୍ଛନ୍ନତା

ପିଲାମାନେ ଅଧିକ ସୁସ୍ଥ ରୁହନ୍ତୁ ଯଦି ସେମାନଙ୍କର ଗ୍ରାମ, ଘର ଓ ସେମାନେ ନିଜେ ପରିଷ୍କାର ରହିଥାନ୍ତି   । ପରିଚ୍ଛନ୍ନତା ସମ୍ପର୍କରେ ଦିଆଯାଇଥିବା ସୂଚନାକୁ ପାଳନ କରନ୍ତୁ  ଓ ଏହାର ମହତ୍ତ୍ଵ ସମ୍ବନ୍ଧରେ ସେମାନଙ୍କୁ ବୁଝାଇ ଦିଅନ୍ତୁ  । ଏଠାରେ ପରିଚ୍ଛନ୍ନତା ସମ୍ବନ୍ଧୀୟ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶଗୁଡିକ ପୁନର୍ବାର ଲେଖା ଯାଉଛି   ।

*        ପିଲାମାନଙ୍କୁ  ପ୍ରତିଦିନ ଗାଧୋଇ ଦିଅନ୍ତୁ ଓ ତାଙ୍କର ପୋଷାକ ବଦଳାନ୍ତୁ  ।

*        ପ୍ରତିଦିନ ଶୋଇକରି ଉଠିବା ପରେ, ଝାଡା ଫେରି ସାରିବା ପରେ ତଥା ଖାଇବା ପୂର୍ବରୁ ବା କୌଣସି ଖାଦ୍ୟ ହାତରେ ଧରିବା ପୂର୍ବରୁ ଭଲ ଭାବରେ ସେମାନଙ୍କର ହାତ ଧୋଇବାକୁ  ଶିଖାନ୍ତୁ  ।

*        ଶୌଚାଳୟ ନିର୍ମାଣ କରନ୍ତୁ  ଓ ପିଲାମାନଙ୍କୁ ଶୌଚାଳୟ ବ୍ୟବହାର କରିବା ଶିଖାନ୍ତୁ   ।

*        ପିଲାମାନଙ୍କୁ ଖାଲି ପାଦରେ ବୁଲିବାକୁ ମନା କରନ୍ତୁ  । ଯେତେବେଳେ ବାହାରିବେ  ଯୋତା ବା ଚପଲ ପିନ୍ଧି ବାହାରିବାକୁ କୁହନ୍ତୁ   ।

*        ପ୍ରତିଦିନ ଦାନ୍ତ ଘଷିବାକୁ ଶିଖାନ୍ତୁ ଓ ତାଙ୍କୁ ଅଧିକ ପରିମାଣରେ ଆଇସକ୍ରିମ, ମିଠା ଓ ମିଠା ପାନୀଯ ଖାଇବାକୁ ଦିଅନ୍ତୁ ନାହିଁ   ।

*        ନଖ କାଟି ଛୋଟ ଛୋଟ କରିଦିଅନ୍ତୁ   ।

*        ଯେଉଁ ପିଲାମାନେ ରୋଗୀଣା, ଯାହାଙ୍କଠାରେ ଘା’, ବିଇଞ୍ଚି, ଯାଦୁ, ଉକୁଣୀ ଆଦି ହୋଇଥିବେ ସେମାନଙ୍କୁ ସୁସ୍ଥ ପିଲାଙ୍କସହ ଏକାଠି  ଶୁଆନ୍ତୁ  ନାହିଁ  ବା ସେମାନଙ୍କର ଲୁଗା ବା ତଉଲିଆ ସୁସ୍ଥ ପିଲାମାନଙ୍କୁ ବ୍ୟବହାର କରିବାକୁ ଦିଅନ୍ତୁ  ନାହିଁ   ।

*        ପିଲାମାନଙ୍କ ଦେହରେ ବିଇଞ୍ଚି, ଯାଦୁ, ଅନ୍ତ୍ରରେ କୃମି ବା ଅନ୍ୟାନ୍ୟ ସଂକ୍ରାମକ ରୋଗ ଦେଖା ଦେଲେ ତୁରନ୍ତ ଚିକିତ୍ସା କରନ୍ତୁ   । କାରଣ ଏହା ଖୁବ୍ ଶୀଘ୍ର ସହଜରେ ଗୋଟିଏ ପିଲାଠାରୁ ଅନ୍ୟ ପିଲା ଦେହକୁ ସଂକ୍ରମଣ କରିଥାଏ   ।

*        ପିଲାମାନଙ୍କୁ  ଅପରିଷ୍କାର ଜିନିଷ ପାଟିରେ ମାରିବାକୁ ଦିଅନ୍ତୁ ନାହିଁ ଓ କୁକୁର ଇତ୍ୟାଦି ଯେପରି ତାଙ୍କର ମୁହଁ ଆଦି ନ ଚାଟନ୍ତି  ସେଥିପ୍ରତି  ଦୃଷ୍ଟି ଦିଅନ୍ତୁ   ।

*        ପାରା, କୁକୁର ଓ କୁକୁଡା ଇତ୍ୟାଦିଙ୍କୁ ବାସଘରଠାରୁ ଦୂରରେ ରଖନ୍ତୁ   ।

*        ପାଣିକୁ ସିଝାଇ, ଛାଣି ଥଣ୍ଡାକରି ପିଅନ୍ତୁ  । ଏହା ଶିଶୁମାନଙ୍କ ନିମନ୍ତେ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ  ।

ଟିକା

ଟିକା ଶିଶୁମାନଙ୍କୁ ବାଲ୍ୟ କାଳର ମାରାତ୍ମକ ରୋଗ ଯଥା : ଧଇଁକାଶ, ଡିପଥେରିଆ,  ଧନୁଷ୍ଟଙ୍କାର, ପୋଲିଓ, ମିଳିମିଳା, ଯକ୍ଷ୍ମା ଇତ୍ୟାଦି କବଳରୁ  ରକ୍ଷା କରିଥାଏ   ।

ଶିଶୁମାନଙ୍କୁ  ସେମାନଙ୍କର ଜୀବନର ପ୍ରଥମ ମାସ ମାନଙ୍କରେ ବିଭିନ୍ନ ପ୍ରକାର ଟିକା ଦେଇ ଦେବା ଉଚିତ୍  । ପୋଲିଓର ପ୍ରଥମ ବୁନ୍ଦା ଶିଶୁକୁ ୨ ମାସ ହେବା ପୂର୍ବରୁ ଦିଆଯିବା ଉଚିତ୍  । କାରଣ ପୋଲିଓ ହେବାର ଭୟ ୧ ବର୍ଷରୁ ସାନ ପିଲାମାନଙ୍କ ପାଇଁ ଅଧିକ ଥାଏ   ।

ଗୁରୁତ୍ଵପୂର୍ଣ୍ଣ : ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଶିଶୁମାନଙ୍କୁ ଡି.ପି.ଟି. ଓ ପୋଲିଓ ପ୍ରତିଷେଧକ ମାସକୁ ଥରେ ଲେଖାଏଁ ତିନିମାସ ପର୍ଯ୍ୟନ୍ତ ଦେବା ଉଚିତ୍  । ଏହାର ବର୍ଷକ ପରେ ପୁନର୍ବାର  ଥରେ ଦିଅନ୍ତୁ   ।

ନବଜାତ ଶିଶୁକୁ ଧନୁଷ୍ଟଙ୍କାର  କବଳରୁ ରକ୍ଷା କରିବା ପାଇଁ ତା’ର ମା’କୁ ଗର୍ଭାବସ୍ଥା କାଳରେ ଧନୁଷ୍ଟଙ୍କାର ପ୍ରତିଷେଧକ ଟିକା ଦେଇଦିଅନ୍ତୁ   ।

ଆପଣଙ୍କ ପିଲା ଯେପରି ବର୍ଷକ ମଧ୍ୟରେ ସବୁ ଟିକା ନିଅନ୍ତି  ସେଥିପ୍ରତି ସଜାଗ ବା ନିଶ୍ଚିତ ରୁହନ୍ତୁ  ।

ପିଲାମାନଙ୍କର ଶରୀର ଯାଞ୍ଚ

ପିଲାମାନଙ୍କର ଅସୁସ୍ଥତା ଜାଣିବା ପାଇଁ  ପିଲାର ମା’କୁ କେତେଗୁଡିଏ ପ୍ରଶ୍ନ ପଚରାଯାଇଥାଏ   । ବୟସ୍କଙ୍କପରି ପିଲାମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ହେବା ଉଚିତ୍  । ଯଦିଓ ସେପରି କିଛି କଠିନ ନିତି ନିୟମ ନାହିଁ  ତଥାପି ପିଲା କାନ୍ଦିଲେ ପିଲାର ଗଳା ପ୍ରଥମେ ପରୀକ୍ଷା କରିବା ଉଚିତ୍  ।

ଶରୀର ଯାଞ୍ଚ ବେଳେ ପିଲା ଦେହରୁ ପୋଷାକ କାଢି  ଦିଅନ୍ତୁ

ପିଲାକୁ ଛୁଇଁବା ପୂର୍ବରୁ ଦେଖନ୍ତୁ

*        ତା’ର ମନୋଭାବ – ପିଲା ଚିଡୁଛି, କାନ୍ଦୁଛି  ବ ଦୁର୍ବଳ ଅନୁଭବ କରୁଛି  ।

*        ପିଲାର ଚର୍ମ – ଏହା ମଳିନ, ହଳଦିଆ ଦେଖାଯାଉଛି କି ? ପିଲା ଦେହରେ କିଛି ଫୋଟକା କି ଚିହ୍ନ ଅଛି କି ? ଏହା ଶୁଖିଲା କି ? ଶିଶୁ ଓ ପିଲାମାନଙ୍କର ଶରୀର ଯାଞ୍ଚର ସବୁଠାରୁ ସହଜ ଉପାୟ  ହେଲା  ପିଲା ତଳିପେଟର ଚର୍ମର ନମନୀୟତା ଜାଣିବା   ।

*        ପିଲାର ପୋଷଣ – ପିଲା କୁପୋଷଣର ଆକ୍ରାନ୍ତ କି  ?

ପିଲାର ମୁଖ୍ୟ ଲକ୍ଷଣଗୁଡିକ ଦେଖନ୍ତୁ ଯାହା ନିମ୍ନରେ ଦିଆଗଲା

 

ଶିଶୁ

ପିଲା

ମିନିଟ୍ ପ୍ରତି ଶ୍ଵାସ ପ୍ରଶ୍ଵାସର ହାର

୩୫ – ୪୦

୨୫ – ୪୦

ମିନିଟ୍ ପ୍ରତି ନାଡିର ଗତି

୧୧୦ – ୧୩୦

୯୦ – ୧୨୦

ଉତ୍ତାପ

୩୭.୫ ସେଣ୍ଟିଗ୍ରେଡ

୩୭.୫ ସେଣ୍ଟିଗ୍ରେଡ

ମୁଣ୍ଡ

ମୁଣ୍ଡର ଆକୃତି ଦେଖନ୍ତୁ, ଏହା ବଡ କି ? ମୁଣ୍ଡର ବାଳ ଶୁଖିଲା ବା ଭଙ୍ଗା ଦେଖାଯାଉଛି  କି ? ପିଲାର ଉଦୁଖଳ ଦେଖନ୍ତୁ  । ଏହା ଶୁଷ୍କ ଦେଖାଯାଉଛି କି ? ପିଲାର ଏହି ସ୍ଥାନ ସାଧାରଣତଃ ଦେଢ ବର୍ଷ ବୟସରେ ବନ୍ଦ ହୋଇଯାଇଥାଏ   । ପିଲାର ଏହି ଯାଗା ବସିବା ସମୟରେ ଯାଞ୍ଚ କରିବା ଉଚିତ୍  ।

କାନ / ଗଳା

ପିଲାର କାନ ଓ ଗଳା ସର୍ବଦା ଯାଞ୍ଚ କରିବା ଉଚିତ୍  । ଜ୍ଵର ଓ ତରଳ ଝାଡାରେ ମଧ୍ୟ କାନ ଓ ଗଳା ସଂକ୍ରମିତ ହୋଇଥାଏ   ।

ବେକ

ପିଲାର ଗଳାରେ ଗ୍ରନ୍ଥି ଫୁଲିଛି କି ନାହିଁ ଦେଖନ୍ତୁ ପିଲାର ବେକ କଠିନ ଜଣାପଡୁଛି କି ? ବିସ୍ଫାରିତ ଗ୍ରନ୍ଥି କାନ ଓ ଗଳା ସଂକ୍ରମଣର ଲକ୍ଷଣ ଅଟେ   ।

ଶିଶୁର ବିକାଶ – ପାଞ୍ଚ ବର୍ଷରୁ କମ୍ ବୟସ ଶିଶୁମାନଙ୍କପାଇଁ କାର୍ଡ

ପିଲାମାନଙ୍କର ପୋଷଣ ଏବଂ ପାଞ୍ଚ ବର୍ଷରୁ କମ୍ ବୟସ ଶିଶୁଙ୍କପାଇଁ କାର୍ଡ ବିଷଦ ଭାବରେ ବର୍ଣ୍ଣନା କରାଯାଇଛି  (ଘରୋଇ ବିମ୍ ସ୍କେଲ ଓ ସିଧାସଳଖ ରେକଡିଙ୍ଗ ସ୍କେଲ ନିମ୍ନରେ ଦେଖନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate