অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ

କେଉଁ ମାନଙ୍କୁ ସ୍ୱାସ୍ଥ୍ୟ ସହାୟିକା କୁହାଯାଏ

ଜଣେ ମହିଳା,ସେହି ଗାଁର ଅଧିବାସୀ ମହିଳା ହୋଇଥିବେ ଯେକି ପଢି ଲେଖି ଜାଣିବା ସହିତ ହିସାବ କିତାବ କରିପାରୁଥିବେ। ଲୋକମାନଙ୍କ ସେବା କରିବା ପାଇଁ ତାଙ୍କର ଯଥେଷ୍ଟ ଆଗ୍ରହ ଥିବା । ସେ ଲୋକମାନାଙ୍କର ବିଶ୍ଵାସ ଭାଜନ ହୋଇପାରୁଥିବେ । ଲୋକମାନଙ୍କ ଭଲ ମନ୍ଦ ରେ ଉପସ୍ଥିତ ହୋଇପାରୁଥିବେ । ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ଯା ,ସଂସ୍କୃତି ବିଷୟରେ ଭଲଭାବେ ଜାଣିଥିବେ । ସରକାରୀ ଜଳ, ପଞ୍ଚାଯତ ପ୍ରତିନିଧି ,ସ୍ୱାସ୍ଥ୍ୟ ବିଭାଗ ଓ ଗୋଷ୍ଠୀ ମଧ୍ୟରେ ବିଶେଷ କରି ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଏ.ଏନ.ଏମ ସହ ଉତ୍ତମ ସମନ୍ଵୟ ରକ୍ଷା କରିପାରୁଥିବେ । କୌଣସି ସଂସ୍ଥା ଦ୍ଵାରା ସ୍ୱାସ୍ଥ୍ୟ ସେବା ପାଇଁ ତାଲିମ ପାଇଁ କୌଣସି ସଂସ୍ଥା  ମାଧ୍ୟମରେ ବା ବ୍ୟକ୍ତିଗତ ଭାବେ ଗୋଷ୍ଠୀରେ କାର୍ଯ୍ୟ କରୁଥିବେ ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଆବଶ୍ୟକ ରହିଛି । ଗୋଷ୍ଠୀରେ ଏହାକୁ ନିଶ୍ଚିତ କରାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟସେବା  ନୀତି ପ୍ରଣୟନ ହୋଇଛି । ଗୋଷ୍ଠୀରେ ଏହି ନୀତି ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯିବାର ଲକ୍ଷ ଧାର୍ଯ୍ୟ ହୋଇ କାର୍ଯ୍ୟକ୍ରମ  ଚାଲୁ ରହିଛି ।

ସ୍ୱାସ୍ଥ୍ୟ ସହାୟିକା କ’ଣ ସବୁ କରିବେ

  • ଖାଦ୍ୟ ବିନିମୟରେ ମାନବ ସମ୍ବଳ ବିକାଶ ଯୋଜନା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବିକାଙ୍କ ଭୂମିକା ଓ ଦାୟିତ୍ଵ ଅତ୍ୟନ୍ତ ଗୁରୁତ୍ବପପୂର୍ଣ୍ଣ ଅଟେ । ଗ୍ରାମର ପ୍ରାୟ 10 ଟି ଘର/ ପରିବାର ପାଇଁ ଜଣେ ସ୍ୱାସ୍ଥ୍ୟ ସେବିକା ମୃତୟନ କରାଯାଇଛି ।
  • ଏହି ସ୍ୱାସ୍ଥ୍ୟ ସେବିକା ଗ୍ରାମର ମହିଳା ସ୍ଵୟଂ ସହାୟକ  ଗୋଷ୍ଠୀରୁ/ଗୋଷ୍ଠୀ ଦ୍ଵାରା ମନୋନୀତ ହୋଇ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ପ୍ରାଥମିକ ତାଲିମ ନେବେ ଏବଂ ପରେ ଧାଈମା ତାଲିମ ମଧ୍ୟ ନେବେ ।
  • ପ୍ରତିଦିନ ଅତିକମ ରେ 8 ଘଣ୍ଟା କାର୍ଯ୍ୟ କରିବା ଏବଂ ମାସରେ ସର୍ବାଧିକ ୨୬ ଦିନ କାର୍ଯ୍ୟକରିବା ।
  • ଉକ୍ତ ୧୦ ଟି ଘରକୁ ସ୍ୱାସ୍ଥ୍ୟ ସଚେତନତା ଦେବା ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ତଥା ଅନ୍ୟାନ୍ୟ ସାଧାରଣ ରୋଗ,ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ପରାମର୍ଶ ଏବଂ ଏମାନଙ୍କ ପାଇଁ ଦରକାରୀ ସେବା  ସମ୍ପୃକ୍ତ  କର୍ମଚାରୀଙ୍କ ଠାରୁ ଯୋଗାଇବାରେ ସହଯୋଗ କରିବା ସ୍ୱାସ୍ଥ୍ୟ ସେବିକାର ମୂଳ ଲକ୍ଷ ।
  • ୧୦ ଟି ପରିବାରର ସମସ୍ତ ସଦସ୍ୟ ଙ୍କ ପାଇଁ ସଚେତନତା ସଭା କରିବା,ଯେଉଁଠାରେ ସମସ୍ତେ ଏକତ୍ର ହୋଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ହାସଲ କରିବେ ଏବଂ ପରାମର୍ଶ ଗ୍ରହଣ କରିବେ ।
  • ଏହି ସଚେତନତା ସଭା ପ୍ରତି ୧୦ ଟି ପରିବାର ପାଇଁ ମାସର ଯେ କୌଣସି ଦିନ, ସେମାନଙ୍କ ସୁବିଧା  ଅନୁଯାୟୀ ଅନ୍ତତଃ ୧ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତ କରାଯାଇପାରେ ।
  • ୧୦ ଟି ପରିବାରର ସମସ୍ତ ସଦସ୍ୟଙ୍କ ସଂପୂର୍ଣ୍ଣ  ତଥ୍ୟ/ବିବରଣୀ ସ୍ୱାସ୍ଥ୍ୟ ସେବିକା ଜାଣିବା ଦରକାର । ଏହା ତାଙ୍କ ମୂଳ ଖାତାରେ ଲେଖା ହୋଇ ରହିବା ।
  • ଗର୍ଭାବସ୍ଥାରୁ,ପ୍ରସୂତି ଓ ଶିଶୁ ଜନ୍ମର ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ଗ୍ରାମ୍ୟ ସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ପରିପୂରକ ଖାଦ୍ୟ ଟି.ଟି. ଫଲିଫର ବଟିକା, ମ୍ୟାଲେରିଆ ବଟିକା ବିଭାଗୀୟ କର୍ମୀଙ୍କ ଠାରୁ ଯୋଗାଇଦେବା,ଆବଶ୍ୟକ  ପରାମର୍ଶ  ଓ ଯତ୍ନ ଯୋଗାଇଦେବା ରେ ସହଯୋଗ କରିବା । ଏହା ସମ୍ପୃକ୍ତ ହିତାଧିକାରୀଙ୍କ ଦ୍ଵାରା ନିଆଯିବାର ନିଶ୍ଚିତ ହେବ ।
  • ସ୍ୱାସ୍ଥ୍ୟ ଓ ପୁଷ୍ଟିଦିବସ କିମ୍ବା ମାସର କୌଣସି ଏକ ଦିନରେ  ସ୍ୱାସ୍ଥ୍ୟକର୍ମୀଙ୍କ ଗ୍ରାମକୁ ପରିଦର୍ଶନ କରାଇ ଗର୍ଭବତୀ ମା,
  • ମାନଙ୍କର ରକ୍ତଚାପ ,ଓଜନ ମପା କରାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ।
  • ୧୦ ଟି ପରିବାର ସମସ୍ତ ଶିଶୁ ଙ୍କୁ ୬ ଟି ମାରାତ୍ମକ ରୋଗ କବଳରୁ ରକ୍ଷା କରିବା ପାଇଁ ନିୟମିତ, ସମୟାନୁଯାୟୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଟୀକାକରଣ କରାଇବେ ।
  • ୧୦ ଟି ପରିବାରରେ ଜନ୍ମ ନିୟନ୍ତ୍ରଣ ,ପରିଷ୍କାର ପରିଚ୍ଛନ୍ନତା,ଆବଶ୍ୟକ ମତେ ପୁଷ୍ଟିକର ଖାଦ୍ୟ ସେବନ ତଥା ବିଶୁଦ୍ଧ ପାନୀୟ ଜଳ ପିଇବାପାଇଁ ପରାମର୍ଶ ଦେବା ।
  • ମ୍ୟାଲେରିଆ,ଟି.ବି.,ତରଳଝାଡା, କାଛୁକୁଣ୍ଡିଆ ଭଳି ସାଧାରଣ ରୋଗରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବା । କେହି ଏପରି କୌଣସି ରୋଗରେ ପଡିଲେ ଚିକିସ୍ଛାର ବ୍ୟବସ୍ଥା କରାଇବା  ।
  • ୧୦ ଟି ପରିବାରର ସମସ୍ତ ସଦସ୍ଯଙ୍କୁ ଘର ଭିତର ଓ ବାହାର ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପାରିପାର୍ଶ୍ଵିକ ପରିବେଶ,ଜଳ ଉସ୍ଛା, ନଳକୂପ ,ସାଧାରଣ କୂପ ଏବଂ ପୋଖରୀ ଗୁଡିକ ପରିଷ୍କାର ରଖିବା ପାଇଁ ପ୍ରେରଣା ଦେବା ।
  • ଜରୁରୀକାଳିନ ସ୍ଵାସ୍ଥ୍ୟଗତ ଅସୁବିଧା ସମୟରେ ସ୍ୱାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ସଂଯୋଗ ସ୍ଥାପନ କରିବା।
  • ୧୦ ଟି ପରିବାରର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସରକାରଙ୍କ ବିଭିନ୍ନ ସୂଚନା ଯୋଗାଇଦେବା,ଆବଶ୍ୟକ ନିଶ୍ଚିତ ସେବା ପାଇବାର ବ୍ୟବସ୍ଥା କରିବା ଏବଂ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି.ଡି.ଏସ),ଅନ୍ତୋଦୟ ,ଅନ୍ନପୂର୍ଣା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ  ଭତ୍ତା ତଥା ଇନ୍ଦିରା ଆବାସ ଯୋଜନା ଦ୍ଵାରା ସେମାନଙ୍କର ପ୍ରାପ୍ୟ ପାଇବାର ସହଯୋଗ କରିବା।
  • ଅଙ୍ଗନବାଡି କର୍ମୀଙ୍କ ସହ ସଂଯୋଜନା କରି ହିତାଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସୁବିଧା ଯୋଗାଇବା ।
  • ପରିବାର ମାନଙ୍କୁ ବି.ପି.ଏଲ. କାର୍ଡ ଯୋଗାଇବାରେ ସହଯୋଗ ତଥା ପଲ୍ଲିସଭା ଓ ଗ୍ରାମସଭାରେ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେବା ।

ନିରାପଦ ମାତୃତ୍ଵ କୁ ନିଶ୍ଚିତ କରାଇବାରେ ସ୍ୱାସ୍ଥ୍ୟ ସହାୟକଙ୍କ ଭୂମିକା

  1. ଆପଣଙ୍କ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରନ୍ତୁ । ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କ ସହାୟତାରେ ସେମାନଙ୍କ ଗର୍ଭର  ପାଞ୍ଜିକରଣ ଏବଂ ପ୍ରସବ ପୂର୍ବ ଯତ୍ନ (ଅତିକ୍ରମରେ ତିନିଥର) ପାଇଁ ନିଶ୍ଚିତ କରାନ୍ତୁ ।
  2. ଗର୍ଭବତୀ ଓ ପ୍ରସୂତୀ ମାନଙ୍କର ବିପଦ ଲକ୍ଷଣ ଚିହ୍ନଟ କରିବା, ସେମାନଙ୍କୁ ଅବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟତା ଦିଅନ୍ତୁ ।
    1. ପ୍ରତ୍ୟେକ ଗର୍ଭବତୀ ଉଚିତ  ମାତ୍ରାର ଲୌହ ଫଲିଫର ବଟିକା ଖାଉଛନ୍ତି ବୋଲି ନିଶ୍ଚିତ କରନ୍ତୁ ।
    2. ପ୍ରତ୍ୟେକ ପ୍ରସାବପୂର୍ବ ଯତ୍ନ ଯାଞ୍ଚ ସମୟରେ ମା ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି କୁହନ୍ତୁ ଏବଂ ଆବଶ୍ୟକ ଚିକିସ୍ଛା ଓ ପରାମର୍ଶ  ବ୍ୟବସ୍ଥା କରାନ୍ତୁ ।
      1. ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ମିସନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନ କରାଇ ମାତୃମୃତ୍ୟୁ ହ୍ରାସରେ ଯଥେଷ୍ଟ ସାହାଯ୍ୟ କରାନ୍ତୁ ।
  3. ମା’ ଓ ଗର୍ଭସ୍ଥ ଶିଶୁ ଧନୁଷ୍ଟଙ୍କାରରୁ ରକ୍ଷା ପାଇବା ପାଇଁ ଦୁଇଥର ଟି.ଟି. ନେବାରେ ବ୍ୟବସ୍ଥା କରନ୍ତୁ, ।‘
  4. ନିରାପଦ ପ୍ରସବ  ପାଇଁ ପୂର୍ବପ୍ରସ୍ତୁତି କିପରି କରିବେ, ପ୍ରସାବ ପରେ କିପରି ସ୍ତନ୍ୟପାନ କରାଇବେ ଏବଂ ବାରମ୍ବାର ଗର୍ଭବତୀ ନା ହେବ ପାଇଁ କିଭଳି ଭାବେ ଗର୍ଭାନିରୋଧକ ବ୍ୟବହାର କରିବେ, ସେ ବିଷୟରେ ମା’ ଓ ପରିବାରରେ ନିଷ୍ପତ୍ତି ନେଉଥିବା ସଦସ୍ୟ ମାନଙ୍କୁ ପରାମର୍ଶ ଦିଅନ୍ତୁ ।
  5. ପ୍ରସାବ ସମୟରେ ପରିବାର ସଦସ୍ୟମାନେ (ବିଶେଷକରି ସ୍ଵାମୀ) ଉପସ୍ଥିତ ରହିବା ଦରକାର ବୋଲି ଜଣାଇବା, କାରଣ ପ୍ରସବ ସଙ୍କ୍ରନ୍ତିୟ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯିବାକୁ ପଡିପାରେ ,ଏଥିପାଇଁ  ଆର୍ଥିକ ପ୍ରସ୍ତୁତି ଆବଶ୍ୟକ ପଡିପାରେ ବୋଲି ଜଣ।ନ୍ତୁ ।
    1. ଗର୍ଭସମୟରେ ବିପଦ ଲକ୍ଷଣଗୁଡିକୁ ଜାଣିବା ଆବଶ୍ୟକ । ସମସ୍ୟାକୁ ଶୀଘ୍ର ଚିହ୍ନଟ କରିବା ଏବଂ ଏଥିପାଇଁ ଯଦି ଦରକାର ପଡେ ପ୍ରେରଣ ସେବାର (ରେଫରଲ)ବ୍ୟବସ୍ଥା କରାନ୍ତୁ ।
    2. ପ୍ରସବ ସମୟରେ ମା’ର ଉପଯୁକ୍ତ ଯତ୍ନ ନେବାପାଇଁ ପରିବାର ସଦସ୍ଯଙ୍କୁ ବୁଝାଇଦେବା ସ୍ୱାସ୍ଥ୍ୟକର୍ମୀଙ୍କର ମୁଖ୍ୟ (ପାଞ୍ଚ ପରିଷ୍କାର ପ୍ରତି ଗୁରୁତ୍ତ୍ଵ ଦେବା କଥା ଦୋହରାଇ ଦିଅନ୍ତୁ) ଦାୟୀତ୍ଵ । ଏଗୁଡିକ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କୁ ବିଶ୍ରାମ, ମାନସିକ ସାନ୍ତ୍ଵନା,ପରିଚ୍ଛନତା,ଇତ୍ୟାଦି ବିଷୟରେ ଜଣ।ନ୍ତୁ । ପ୍ରସବ ପୂର୍ବରୁ ଓ ପରେ ମା’ ପାଇଁ ଉତ୍ତମ ଖାଦ୍ଯର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହନ୍ତୁ ।
  6. ନବଜାତ ଶିଶୁ ଯତ୍ନ ନିମନ୍ତେ ସ୍ୱାସ୍ଥ୍ୟ ସହାୟିକା ପରିବାରର ସଦସ୍ୟମାନଙ୍କୁ ବୁଝାନ୍ତୁ ।
  7. କମ ବୟସରେ ବିବାହ କରିବାରେ କୀ ପ୍ରକାର ଅସୁବିଧା ରହିଛି, ସେଗୁଡ଼ିକୁ ପରିବାରର ସଦସ୍ୟମାନଙ୍କୁ ବୁଝାଇବା ।
    1. ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅନୁଯାୟୀ ସାମାଜିକ ପ୍ରକ୍ରିୟା ଏବଂ  ଚଳଣିରେ ପରିବର୍ତନ ଆଣିବା ପାଇଁ ଲୋକମାନଙ୍କୁ କୁହନ୍ତୁ ।
  8. କିଶୋର କିଶୋରୀ ମାନଙ୍କୁ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଦିଅନ୍ତୁ ।
    1. ଦାୟିତ୍ଵପୂର୍ଣ ପିତାମାତା ହେବା ପାଇଁ ପ୍ରତ୍ୟେକ ଦମ୍ପତିଙ୍କୁ କହିବ । ଶିଶୁଟିଏ ଜନ୍ମଦେବା ପୂର୍ବରୁ ପିତାମାତା ଯୋଜନାବଦ୍ଧଭାବେ ଚିନ୍ତା କରିବା ଆବଶ୍ୟକ ବୋଲି କହିରଖନ୍ତୁ ।

ଆଧାର  : ୟୁନାଇଟେଡ଼ ନେଶନସ ୱାର୍ଲ୍ଡଡ ଫୁଡ ପ୍ରୋଗ୍ରାମ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate