অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ. ଆଇ.ଭି /ଏଡସ୍ ପରାମର୍ଶ (ବିଭାଗ – ୫ )

କେତେକ ସ୍ଵତନ୍ତ୍ର  ଚାହିଦା  ପାଇଁ  ପରାମର୍ଶ ବ୍ୟବସ୍ଥା

ମହିଳାଙ୍କ ନିମନ୍ତେ :

ଏଚ୍ .ଆଇ.ଭି ପ୍ରତ୍ୟକ  ବୟସର  ପୁରୁଷ, ସ୍ତ୍ରୀ  ଏବଂ ଶିଶୁମାନଙ୍କୁ  ସଂକ୍ରମିତ  କରିପାରେ   । ତେବେ  ବିଶ୍ୱବ୍ୟାପୀ  ପରିସଂଖ୍ୟାନ   ଅନୁଯାୟୀ  ମହିଳାମାନଙ୍କ  ସଂଖ୍ୟା  ପୁରୁଷଙ୍କ  ତୁଳନାରେ   ଖୁବ୍  ଶୀଘ୍ର  ବୃଦ୍ଧି  ପାଇଛି   । କେତେକ  ସ୍ଥାନରେ  ଏଡସ୍   ଯୋଗୁଁ  ମହିଳାମାନେ  କମ୍  ବୟସରେ  ମୃତ୍ୟୁମୁଖରେ   ପଡ଼ୁଛନ୍ତି  ଏବଂ  ସେମାନଙ୍କ  ମୃତ୍ୟୁହାର ପୁରୁଷମାନଙ୍କ  ଠାରୁ  ବେଶୀ  ନ ହେଲେ  ମଧ୍ୟ  ସମାନ ଅଟେ  । ଏଥିରୁ  ଜଣାପଡେ  ଏଡସ୍  ସଂକ୍ରମଣର  ଆଶଙ୍କା  ମହିଳାଙ୍କ  କ୍ଷେତ୍ରରେ  ଅପେକ୍ଷାକୃତ   ବେଶୀ  ଏବଂ  ସଂକ୍ରମଣର  ପ୍ରତିରୋଧ କରିବା  ଏବଂ ଏଥିଜନିତ  ସହାୟତା  ସେମାନଙ୍କୁ  ପ୍ରାୟ  ମିଳି  ନଥାଏ  ।

ଏଚ୍.ଆଇ.ଭି/ଏଡସ୍ ସମ୍ପର୍କୀୟ   ବିପଦ  ବା  ଅସୁବିଧା  କେବଳ  ଯେ  ମହିଳାମାନଙ୍କୁ  ଭୋଗିବାକୁ  ହୁଏ  ତାହା  ନୁହେଁ   ମାତ୍ର  ଏହି ଆକ୍ରମଣରେ  ସେମାନେ  ବେଶୀ ଅସୁବିଧାରେ   ପଡନ୍ତି  । ଏଥି ସହିତ  ଗର୍ଭଧାରଣାରେ ମଧ୍ୟ ଏହାର ପ୍ରଭାବ  ଗୁରୁତ୍ୱପୂର୍ଣ୍ଣ  ଅଟେ , କାରଣ  ଗର୍ଭବତୀ  ମହିଳା  ଏଚ୍ .ଆଇ.ଭି ରେ  ସଂକ୍ରମିତ  ଥିଲେ  ଜରାୟୁସ୍ଥ  ଭୃଣକୁ  ଏହା  ସଂକ୍ରମଣ  କରିପାରେ  ଏବଂ  ଜଣେ  ଶିଶୁ  ଜନ୍ମ  ସମୟରେ  ଓ ସ୍ତନ୍ୟପାନ ଦ୍ଵାରା  ମଧ୍ୟ  ଏହା  ସଂକ୍ରମିତ  କରିପାରେ   ।

ସଂକ୍ରମିତ ମହିଳାଙ୍କୁ  ପରାମର୍ଶ  ଦେବା :

ପ୍ରାଥମିକ  ପରାମର୍ଶ  ସମ୍ବନ୍ଧୀୟ  ଯୋଗାଯୋଗ   ପ୍ରାୟତଃ  ପରୀକ୍ଷା  ପୂର୍ବରୁ  ଦିଆଯାଇଥିବା  ପରାମର୍ଶ  ଦେବାର  ସ୍ଥାନ  ଓ ପରିବେଶ , ପରାମର୍ଶ  ଗ୍ରହିତାଙ୍କୁ ସୁରକ୍ଷିତ  ମନେ ହେବା  ଦରକାର  । କାରଣ , ଏଚ୍ .ଆଇ.ଭି  ପରାମର୍ଶରେ  ବ୍ୟକ୍ତିଗତ  ଗୋପନୀୟ  କଥା  ସବୁ  ଆଲୋଚନା  କରାଯାଏ , ଏହିସବୁ  କ୍ଷେତ୍ରରେ   ଅନେକ  ମହିଳା  ଜଣେ  ମହିଳା  ପରାମର୍ଶଦାତାଙ୍କୁ  ପସନ୍ଦ  କରିଥାନ୍ତି  ।

ପରାମର୍ଶ  ଦେବାକୁ   ହେଲେ  ଜଣେ ମହିଳା  ତାଙ୍କର  ଅବସ୍ଥା  ବା ସଂକ୍ରମିତ  ଜନିତ  ସମସ୍ୟା  କିଭଳି  ଅନୁଭବ  କରିଛନ୍ତି   ତାହା  ଭଲ  ଭାବେ ଜାଣିବା  ଉଚିତ୍   ।

ସାଧାରଣତଃ  ଜଣେ  ମହିଳାଙ୍କ  ସ୍ଵାମୀ , ଯୌନସାଥୀ  ଓ  ସନ୍ତାନ  ଯଦି ଏଚ୍ .ଆଇ.ଭି ସଂକ୍ରମଣ  ଜନିତ ଅସୁବିଧା  ଭୋଗନ୍ତି   ଠିକ୍  ସେତିକିବେଳେ  ହିଁ  ମହିଳାଜଣଙ୍କ  ନିଜେ  ଏଚ୍ .ଆଇ.ଭି  ସଂକ୍ରମିତ  ବୋଲି  ଜାଣିପାରନ୍ତି  । ପରାମର୍ଶଦାତା  ଏହାକୁ  ଧ୍ୟାନ  ଦେବା ଉଚିତ୍  ଯେ , ଜଣେ  ସଂକ୍ରମିତ  ମହିଳା ଦୁଇଟି  ବିପଦ  ଭାର  ବହନ  କରିଥାନ୍ତି  ଯଥା – ନିଜ  ସ୍ଵାମୀ , ଯୌନସାଥୀ  ଓ  ସନ୍ତାନଙ୍କର  ସଂକ୍ରମଣ ଜନିତ ବିପଦ  ତଥା  ନିଜସ୍ଵ  ସଂକ୍ରମଣର ବିପଦ  । ଜଣେ  ମହିଳାଙ୍କର  ସଂକ୍ରମଣ ବିଷୟରେ  ତାଙ୍କ  ଯୌନ ସାଥୀ  ଓ ପରିବାରଙ୍କୁ  ଜଣାଇ  ଦେବା  ଦ୍ଵାରା ତାଙ୍କୁ  ହତାଶ  କରାଯାଇଥାଏ   । ଏ  କ୍ଷେତ୍ରରେ  ସେ  ପ୍ରାୟତଃ  ଚାଲୁରହିଥିବା  ପରାମର୍ଶରୁ  ସାହାଯ୍ୟ  ସହଯୋଗ   ଇଛା  କରିଥାନ୍ତି  ।

ଜଣେ  ମହିଳାଙ୍କର  ଏଚ୍ .ଆଇ.ଭି  ସଂକ୍ରମଣକୁ  କେବଳ  ଯେ , ଚିକିତ୍ସା ଦିଗରୁ  ବିଚାର  କରାଯାଏ   ତାହା  ନୁହେଁ , ସାମାଜିକ  ଓ  ସାଂସ୍କୃତିକ  ଦିଗରୁ   ମଧ୍ୟ  ଏହାକୁ  ଧ୍ୟାନ  ଦିଆଯାଏ   । ପରିବାର  ମଧ୍ୟରେ  ପ୍ରାୟତଃ  ମହିଳାମାନଙ୍କୁ   ସଂକ୍ରମଣର  କାରଣ  ବୋଲି   ସନ୍ଦେହ  କରାଯାଏ, ଯଦି  ଓ ଠିକ  ଏହାର  ଓଲଟା  ପ୍ରମାଣ   ରହିଥାଏ   ।

ପରିବାର ଓ ବନ୍ଧୁବର୍ଗଙ୍କ  ପରିତ୍ୟାଗ:

ସଂକ୍ରମିତ  ମହିଳାଙ୍କ  ପ୍ରକୃତି  ତଥା  ପୂର୍ବରୁଥିବା  ଚାଲିଚଳନ  ଯୋଗୁଁ  ମହିଳାଙ୍କୁ  ଏକଘରିଆ   କରିଦେଇଥାନ୍ତି , ଏହାକୁ  ପରାମର୍ଶଦାତା  ଭଲଭାବରେ  ହୃଦୟଙ୍ଗମ  କରି  ସଂକ୍ରମିତ  ମହିଳାଙ୍କ  ମନରେ  ଉପୁଜୁଥିବା  ଏହି ଭୟର  ମୁକାବିଲା  ପାଇଁ  ମାନସିକ  ସାନ୍ତ୍ଵନା  ଦେବା  ଆବଶ୍ୟକ   । ଜଣେ  ମହିଳାଙ୍କ  ସଂକ୍ରମିତ  ବୋଲି  ଜଣାପଡିବା  ଦ୍ଵାରା  ତାଙ୍କର  କିଛି  ଗୁପ୍ତ  ତଥ୍ୟ  ଜଣାପଡିଯାଏ  ଓ ସେ  କିପରି  ତାଙ୍କର  ଯୌନସାଥିଙ୍କ  ସହିତ  ଜଡିତ  ତାହା  ଜଣାପଡିଯାଏ , ଏହିସବୁ  ଯୋଗୁଁ   ତାଙ୍କର  ପରିବାର  ଓ ବନ୍ଧୁବର୍ଗ   ତାଙ୍କଠାରୁ  ଦୂରେଇ  ରହିଥାନ୍ତି  । ଉଦାହରଣସ୍ୱରୂପ  ତାଙ୍କ  ଯୌନସାଥିଙ୍କର  ସହ  ସମ୍ପର୍କ  ଜଣାପଡିଥାଏ   ।

ଏଚ୍ .ଆଇ.ଭି  ସଂକ୍ରମିତ  ମହିଳା   ସମୟ  ସମୟରେ ସଂପୂର୍ଣ୍ଣ ଏକାକିନୀ ଏବଂ ନିଃସଙ୍ଗୀ  ମନେକରିଥାନ୍ତି  । ସାମାଜିକ  ବ୍ୟାଧି  ସ୍ୱରୂପ  ସେମାନେ  ନିଜକୁ  ଏକଘରିଆ , ପରିବାର , ଓ ଗୋଷ୍ଠୀ  ସଙ୍ଗଠନଠାରୁ  ଦୂରରେ  ବୋଲି  ମନେକରିଥାନ୍ତି   । ପରିବାର  ଓ ଅନ୍ୟ  ସାମାଜିକ  ସଂଗଠନ  ସହିତ  ସଂକ୍ରମିତ  ମହିଳାଙ୍କୁ  ପୁନଃ  ପ୍ରତିଷ୍ଠା  କରାଇବା  ପାରାମର୍ଶଦାତାଙ୍କର  ଏକ  ଗୁରୁଦାୟିତ୍ଵ  ଅଟେ   ।

ଏ କ୍ଷେତ୍ରରେ   ଅନେକ   ମହିଳାଙ୍କର   ବିଶ୍ଵାସ  ନ ଥାଏ  ଯେ , ସେମାନଙ୍କର  ପରିବାର  ବା  ସ୍ଵାମୀଙ୍କର  ପରିବାର  ତାଙ୍କୁ  ସାହାଯ୍ୟ  କରିବେ   ।  ପରାମର୍ଶଦାତା  ଚେଷ୍ଟା  କରିବା  ଉଚିତ୍ ଯେ , କିପରି  ତାଙ୍କ  ପରିବାର  ସଂକ୍ରମିତ  ମହିଳାଙ୍କୁ  ସାହାଯ୍ୟ  କରିବେ   । ଗୋଷ୍ଠୀ  ଏବଂ ପରିବାରକୁ  ଶିକ୍ଷା  ଦେବା  ଦ୍ଵାରା  ତାହା  ପରୋକ୍ଷ  ଭାବରେ   ପରାମର୍ଶ  ଗ୍ରହିତାଙ୍କର  ଉପକାରରେ   ଆସିଥାଏ   । ଯେଉଁ ସଂକ୍ରମିତ  ମହିଳାମାନେ  ତାଙ୍କର  ବନ୍ଧୁବାନ୍ଧବମାନଙ୍କଠାରୁ  ବିତାଡିତ  ହୋଇଛନ୍ତି   ତାଙ୍କୁ  ସାହାଯ୍ୟ  କରିବାର  ଉପଯୁକ୍ତ ମାଧ୍ୟମ  ହେଲେ  ସେମାନଙ୍କ  ସାଙ୍ଗ  ଓ ସାଥିମାନେ  । ଏପରିକି  ଯେଉଁମାନଙ୍କର  ଦୃଢ  ସାମାଜିକ  ସମ୍ପର୍କ  ରହିଛି  ସେ  କ୍ଷେତ୍ରରେ  ସମ୍ପୃକ୍ତ   ମହିଳା  ଅନ୍ୟ  ଏଚ୍ .ଆଇ.ଭି  ସଂକ୍ରମିତ  ମହିଳାଙ୍କ  ସାକ୍ଷାତ  ଓ ଆଲୋଚନା   ବ୍ୟବସ୍ଥା   କରିପାରିବେ   । ଜଣେ  ସଂକ୍ରମିତ  ମହିଳାଙ୍କଠାରେ  ଦେଖା  ଦେଉଥିବା  ସାଧାରଣ  ଭାବଭଙ୍ଗୀ   ଗୁଡିକ  ହେଲା :-

  • କୌଣସି  ବ୍ୟକ୍ତିଙ୍କ  ପ୍ରତି  କ୍ରୋଧଭାବ, ସାଧାରଣତଃ  ଯୌନ  ସାଥି  କି  ତାଙ୍କର  ସଂକ୍ରମଣ  ପାଇଁ  ଦାୟୀ  ଅଟନ୍ତି   ।
  • ନିଜର  ସ୍ୱାସ୍ଥ୍ୟ  ଓ  ସାମାଜିକ  ସ୍ଥିତି  ହରାଇ ଦେଇ ଥିବାର  ଦୁଃଖ , ହେୟଭାବ ଓ ଯୌନ  ପ୍ରକୃତିରେ  ପରିବର୍ତ୍ତନ , ସନ୍ତାନ  ପ୍ରସବ  କରିବେ  କି ନାହିଁ, ମୃତବତ୍  ଏବଂ  ପିଲାଛୁଆଙ୍କୁ  ଅଲଗା କରି ରଖିବାର  ଭାବନା  ।

ସଂକ୍ରମିତ  ମହିଳାମାନେ  ସେମାନଙ୍କ  ସନ୍ତାନମାନଙ୍କର ମଙ୍ଗଳ  ନିମନ୍ତେ  ଅତ୍ୟଧିକ  ଚିନ୍ତା  କରିଥାନ୍ତି   । ଏବେ  ଦେଖାଯାଇଛି ଯେ , ନିଜର  ପିଲା  ଏଚ୍ .ଆଇ.ଭି  ସଂକ୍ରମିତ  କି ନୁହେଁ  କେବଳ ଏହାକୁ  ଜାଣିବା  ପାଇଁ  ଅଧିକାଂଶ  ମହିଳା  ନିଜର ସଂକ୍ରମଣ  ପରୀକ୍ଷା  କରାଇଥାନ୍ତି   । ଯଦି  ମା ’ ସାଙ୍ଗରେ  ଛୁଆଟି  ସଂକ୍ରମିତ  ବୋଲି  ଜଣାପଡେ , ତେବେ  ଦୁନିଆରେ  ସେମାନଙ୍କର  ଆବଶ୍ୟକତା  ନଗଣ୍ୟ  ବୋଲି ସେମାନେ  ମନେକରିଥାନ୍ତି  ଏବଂ କ୍ଲିନିକ୍ ରେ  ସେମାନଙ୍କଠାରୁ   ଛୁଆ  ଅଲଗା  କରି ଦିଆଯିବ  ବୋଲି  ମଧ୍ୟ  ସେମାନଙ୍କର  ଆଶଙ୍କା ଥଏ   ।

ସଂକ୍ରମିତ  ମହିଳାମାନଙ୍କୁ  ପ୍ରତ୍ୟକ  ପ୍ରକାର  ପରାମର୍ଶ  ଦେଇ ସାହାଯ୍ୟ  କରାଯାଇଥାଏ   । ଜଣେ  ସଂକ୍ରମିତ  ମହିଳା  ମୃତ୍ୟୁବରଣ  କରିବା  ପୂର୍ବରୁ  ସନ୍ତାନମାନଙ୍କ  ଲାଳନପାଳନ  ପାଇଁ  ଦାୟିତ୍ଵ , ସେ  ଗର୍ଭବତୀ  ହେଲେ  ଭୃଣହତ୍ୟା  ପାଇଁ  କେଉଁଠିକୁ  ଯିବେ  ପ୍ରଭୁତି  ଚିନ୍ତା  କରିବାସନ୍ତି  । ଗର୍ଭପାତ  କରିବାକୁ  ପରାମର୍ଶ   ଦେବାବେଳେ  ପରାମର୍ଶଦାତା   ସଂକ୍ରମିତ  ମହିଳାଙ୍କ  ଧର୍ମଭାବନା , ସଂସ୍କୃତି  ଏବଂ ଚିନ୍ତାଧାରାକୁ  ବିଚାର  କରିବା  ଆବଶ୍ୟକ

ଯୌନ ବ୍ୟବହାର ଏବଂ ଗର୍ଭନିରୋଧ :

ସାଧାରଣତଃ  ଅଧିକାଂଶ  କ୍ଷେତ୍ରରେ  ମହିଳାମାନେ  ସାଥିମାନଙ୍କ  ଯୌନ  ଆଚରଣ  ଯୋଗୁଁ  ସଂକ୍ରମିତ  ହୋଇଥାନ୍ତି   । ଆଗରୁ  ଧାରଣା  ରହିଛି  ଯେ , ଦେହ  ବ୍ୟବସାୟ  ହେତୁ   ଏଚ୍ .ଆଇ.ଭି ସଂକ୍ରମଣ  ହୋଇଥାଏ  । ଏଥିଯୋଗୁଁ  ଦେହ  ବ୍ୟବସାୟ  କରୁଥିବା   ମହିଳାମାନଙ୍କୁ  ରୋଗର  କାରଣ  ରୂପେ  ଅବିହିତ  କରାଯାଇଥାଏ   ।

ଏଚ୍ .ଆଇ.ଭି   ସଂକ୍ରମଣର  ମାର୍ଗ  ମଧ୍ୟରୁ  ଦେହ  ବ୍ୟବସାୟ   ଅନ୍ୟତମ   । ଦେହ  ବ୍ୟବସାୟ  କରି  ଆସୁଥିବା  କେତେକେ  ମହିଳା  ଏଚ୍ .ଆଇ.ଭି/ ଏଡସ୍ ସଂକ୍ରମିତ ଜନିତ  ପରାମର୍ଶ  ଗ୍ରହଣ  କରିଥାନ୍ତି  । ଏହା  ଭାବିବା  କଥା  ନୁହେଁ  କି  ଦେହ  ବ୍ୟବସାୟରେ ହିଁ  ସଂକ୍ରମଣ  ହୋଇଥାଏ  । ବରଂ  ତାଙ୍କର  ସାଥିଙ୍କର  ଯୌନ ସମ୍ପର୍କ  କି  ପ୍ରକାର  ଓ  ସେମାନେ  ବିପଦପୂର୍ଣ୍ଣ  କି ନୁହନ୍ତି  ଏସବୁକୁ  ନେଇ  ସଂକ୍ରମଣ  କଥା  ବିଚାର  କରାଯାଏ   । ପରାମର୍ଶଦାତା   ଏ କ୍ଷେତ୍ରରେ  ନିରପେକ୍ଷ  ମନୋଭାବ  ପୋଷଣ  କରିବା  ଉଚିତ୍  ।

ପରାମର୍ଶଦାତା  ଗର୍ଭାନିରୋଧକ  ବିଷୟରେ  ଖୋଲାଖୋଲି  ଆଲୋଚନା  କରିବା  ଉଚିତ୍ , କାରଣ  ମହିଳାଙ୍କ  ଏଚ୍ .ଆଇ.ଭି  ସଂକ୍ରମଣର  ଏକ  ସାଧାରଣ  କାରଣ  ହେଉଛନ୍ତି  ତାଙ୍କ  ସାଥି   । ପରାମର୍ଶଦାତା ,  ବିଶେଷ  କରି  ମହିଳା  ପରାମର୍ଶଦାତା  ସମ୍ପୃକ୍ତ  ମହିଳାଙ୍କୁ  ଯୌନକ୍ରିୟା   ଏବଂ  ଏହାର  ବିକଳ୍ପ  ବିଷୟରେ  ଧାରଣା  ଦେବା  ଉଚିତ   । ମହିଳାମାନେ  ଏହାକୁ  ଅସଙ୍ଗତ  ମାନେ  କରି ପାରନ୍ତି  କିନ୍ତୁ  ପରାମର୍ଶଦାତା  ଭଲଭାବରେ  ଯୌନକ୍ରିୟାର  ବିକଳ୍ପ ଧାରଣା  ଦେବା  ଆବଶ୍ୟକ   । ଅନେକ  ସ୍ଥାନରେ  ମହିଳାଙ୍କ  ପକ୍ଷରେ  କଷ୍ଟକର  ବ୍ୟାପାର  ହେଉଛି  ଯୌନକ୍ରିୟା  ପାଇଁ  ଜଣେ  ବିପଦମୁକ୍ତ  ସାଥୀଙ୍କୁ  ପାଇବା   । ଅନେକ  ମହିଳା  କଣ୍ଡୋମ  ବ୍ୟବହାରରେ  ସୁଖି  ନ ଥାନ୍ତି  ଓ ଏହାର  ବ୍ୟବହାର  ପାଇଁ ନିଜର  ସାଥୀଙ୍କୁ  ପ୍ରବର୍ତ୍ତାଇବା  ପାଇଁ  ମଧ୍ୟ  ଶଙ୍କାବୋଧ   କରନ୍ତି   । ପ୍ରାୟ  ସବୁଇ ସମୟରେ  କଣ୍ଡୋମର  ବ୍ୟବହାର  ଓ ଏହାର  ନିଷ୍କାସନର  ଦାୟିତ୍ଵ  ମହିଳାଙ୍କ  ଉପରେ   ନ୍ୟସ୍ତ  ଥାଏ   । ଅତଏବେ  ପରାମର୍ଶଦାତା  ସମ୍ପୃକ୍ତ  ମହିଳାଙ୍କୁ   ଏ  ବିଷୟରେ  କହିବା  ଉଚିତ୍  ।

ବିଭିନ୍ନ  ଗର୍ଭାନିରୋଧକ  ଯଥା – ଆଇ.ୟୁ.ଡି. ହରମୋନାଲ୍  କଣ୍ଟ୍ରାସେପ୍ ଟିଭ  ଏବଂ  ଡାଏଫାମ ବ୍ୟବହାର  ହେଉ  ବା  ନ ହେଉ   ଏଚ୍ .ଆଇ.ଭି  ସଂକ୍ରମଣର  ଭୟଥିଲେ  କଣ୍ଡୋମ  ବ୍ୟବହାର  କରି  ଯୌନ କ୍ରିୟା  କରନ୍ତୁ  ।

ଯୌନାଙ୍ଗରେ  କ୍ଷତ , ପ୍ରଦାହ , ଫୁଲ  ତଥା  ଦରଜ  ଯୋଗୁଁ  ମଧ୍ୟ  ଏଚ୍ .ଆଇ.ଭି  ସଂକ୍ରମଣର  ସମ୍ଭାବନା  ରହିଥାଏ  । ଯଦି  ଏପରି  କିଛି ହୋଇଥାଏ  ତେବେ  ସମ୍ପୃକ୍ତ  ମହିଳା  ଏଥିରୁ  ରକ୍ଷା  ପାଇବା  ଓ  ଏହାର  ଚିକିତ୍ସା  କରାଇବା  ପାଇଁ  ଚେଷ୍ଟା  କରନ୍ତୁ  କୌଣସି  ଗର୍ଭାନିରୋଧକ  ବ୍ୟବହାର  କରନ୍ତୁ   ।

ପ୍ରଜନନ  କ୍ଷମ  ସଂକ୍ରମିତ  ମହିଳାଙ୍କୁ  ପରୀକ୍ଷାର  ପରାମର୍ଶ   ଦେବା  ସହିତ  ସେ  ଆଉ ଯେପରି  ଗର୍ଭଧାରଣ  ନ କରିବେ  ସେଥିପାଇଁ  ସାହାଯ୍ୟ  କରିବା  ଉଚିତ୍  । ଯାହା ହେଉନା  କାହିକି  କେତେକେ  ସମାଜରେ   ସନ୍ତାନ  ଜନ୍ମକୁ  ଏପରି  ଗୁରୁତ୍ଵ  ଦିଆଯାଏ  ଫଳରେ  ମହିଳାମାନେ   ଏଚ୍ .ଆଇ.ଭି  ସଂକ୍ରମିତ  ସନ୍ତାନ  ଜନ୍ମକରି  ବହୁ  ଅସୁବିଧା  ଭୋଗ  କରନ୍ତି   । ଅନେକ  ମହିଳା  ଯେଉଁମାନେକି   ଗର୍ଭ  ସମୟରେ  ନିଜର ସଂକ୍ରମଣ ବିଷୟରେ ଜାଣି  ପାରିଛନ୍ତି  ପାବର୍ତ୍ତୀ  ସମୟରେ  ହେଉଥିବା  ଗର୍ଭକୁ  ନଷ୍ଟ  କରିଦେଇଥାନ୍ତି

ଯେହେତୁ  ସଂକ୍ରମଣର  ଆଶଙ୍କା , ପ୍ରତି ୩ ଟିରେ ୧ଟି , ତେଣୁ  ମହିଳାଙ୍କ  ସନ୍ତାନ  ସଂକ୍ରମିତ ହୋଇପାରେ  ବୋଲି  ଜାଣି ରଖିବା   ଉଚିତ୍  । ଜଣେ  ସଂକ୍ରମିତ  ଗର୍ଭବତୀ  ନିଜର  ଗର୍ଭପାତ  କରାଇବାକୁ  ହେଲେ  ତାଙ୍କୁ  ନିଜର  ସ୍ଥିତି , ଧର୍ମ  ସଂସ୍କୃତି  ଏପରିକି  ଗର୍ଭପାତ  ବିଷୟକ  ନିୟମ  କାନୁନ୍  ଗର୍ଭସମୟ  ଓ ଅଞ୍ଚଳରେ  ଥିବା  ନିରାପଦ  ଗର୍ଭପାତ  ବ୍ୟବସ୍ଥା   ପ୍ରଭୁତି  ଅନେକ  କଥାକୁ  ଧ୍ୟାନ  ଦେବାକୁ  ପଡିଥାଏ   ।

ଗର୍ଭଧାରଣ :

ଏଚ୍ .ଆଇ.ଭି  ଯୁକ୍ତ  ଗର୍ଭବତୀଙ୍କଠାରେ  ରୋଗ  ସଂକ୍ରମଣର  ମାତ୍ରା ନିଦାନ କରିବା  ଅନିଶ୍ଚିତ  ଅଟେ  । ଏଚ୍ .ଆଇ.ଭି  ସଂକ୍ରମଣର  ପ୍ରଥମାବସ୍ଥାରେ   ଗର୍ଭ  ହେବା  ଦ୍ଵାରା  ବିଶେଷ ପ୍ରଭାବ  ପଡେ ନାହିଁ  ଯଦି  ବା  ହୁଏ, ସଂକ୍ରମଣର  ମାତ୍ରାକୁ  ଏହା  ବଢାଇବାରେ  ସାହାଯ୍ୟ  କରିଥାଏ  । ସେହିପରି  ଗର୍ଭର  ପ୍ରଭାବ ଓ ପରିମାଣ ଉପରେ  ଏଚ୍ .ଆଇ.ଭି ସଂକ୍ରମଣର ପ୍ରଭାବ ବିଶେଷ ନଥାଏ  ଯଦି ବା ଥାଏ  କ୍ଵଚିତ୍  ।   ଯେଉଁ  ମହିଳା  ଏଡସ୍ ରେ  ଭୀଷଣ  ଭାବେ  ଆକ୍ରାନ୍ତ , ଗର୍ଭଧାରଣ  ସେମାନଙ୍କ  ପାଇଁ  କଷ୍ଟ  । ଏହି ପ୍ରଥମ  ଅବସ୍ଥା ମହିଳାଙ୍କୁ ବହୁତ କଷ୍ଟ  ଦିଏ ଯଥା  ପ୍ରସବ ପୂର୍ବ କଷ୍ଟ ଏବଂ ମହିଳାଙ୍କୁ ଦୁର୍ବଳ କରିଦେବା  ଇତ୍ୟାଦି   ।

ସଂକ୍ରମିତ  ମହିଳାମାନେ  ଲଗାତାର୍  ଚିକିତ୍ସା  ଓ ଆଶ୍ଵାସନା  ଦରକାର  କରିଥାନ୍ତି  । ନିଜ  ସାଥିଙ୍କର  ସହଯୋଗ  ସହିତ  ଉପରୋକ୍ତ  ସହାୟତା  ଗୁଡିକର  ପ୍ରଭାବରେ  ତାଙ୍କୁ  ସୁଫଳ  ମିଳିଥାଏ   । ପରାମର୍ଶ  ସମୟରେ   ସଂକ୍ରମିତ  ମହିଳାମାନଙ୍କର  ସ୍ଵାମୀ  ଓ ସାଥିମାନଙ୍କ  ଉପସ୍ଥିତି  ଆବଶ୍ୟକ   । ଦରକାର  ପଡିଲେ   ସ୍ତ୍ରୀ ଓ ପୁରୁଷ  ଉଭୟଙ୍କ  ନିଷ୍ପତି  କ୍ରମେ  ଗର୍ଭପାତ  କରିବା  ବା  ସଂକ୍ରମିତ ଶିଶୁକୁ  ଜନ୍ମ ନ ଦେବା  ଇତ୍ୟାଦି  ସ୍ଥିର  କରାଯାଇଥାଏ   ।

ଏ  କ୍ଷେତ୍ରରେ  ଅଧିକ  ସଂଖ୍ୟକ  ମହିଳା  ସନ୍ତାନ  ପ୍ରସବ  କରିବାକୁ  ପସନ୍ଦ  କରନ୍ତି   । ତେଣୁ  ମହିଳାମାନେ  କିପରି ଭାବରେ  ତାଙ୍କର  ସନ୍ତାନ   ଯତ୍ନ  ନେବେ , ସନ୍ତାନର  ରୋଗ , ଶାରୀରିକ  ଅସୁବିଧା ପାଇଁ  ପରିବାର  ବା ଗୋଷ୍ଠୀର  ସାହାଯ୍ୟ  କିପରି  ଭାବରେ  ନେବେ  ଏସବୁ  ବିଷୟରେ ପରାମର୍ଶଦାତା ବୁଝାଇବା ଆବଶ୍ୟକ ।

ସ୍ତନ୍ୟପାନ :

ସ୍ତନ୍ୟପାନ  ଦ୍ଵାରା ଏଚ୍ .ଆଇ.ଭି  ସଂକ୍ରମଣ  ହୋଇପାରେ  । ଯାହାହେଲେ  ବି ମା ’ କ୍ଷୀର  ଶିଶୁପାଇଁ  ସର୍ବଦା  ଉତ୍ତମ  । ଶିଶୁର  ତରଳଝାଡା  ଓ ଅନ୍ୟ କେତେକେ  ରୋଗ  ଦମନ  ପାଇଁ  ମା ’ କ୍ଷୀର  ବେଶ୍  ସହାୟକ  ହୋଇଥାଏ   । ସଂକ୍ରମିତ  ମହିଳାମାନେ  ଚିନ୍ତାକରି  ଦେଖିବା  ଉଚିତ୍  ଯେ  ଏଚ୍ .ଆଇ.ଭି   ସଂକ୍ରମଣ  ହେତୁ  ସ୍ତନ୍ୟପାନ  ନ କରାଇବା  ଦ୍ଵାରା  ଯେଉଁ ସବୁ ସମସ୍ୟା  ଦେଖା ଦେଉଛି   ସେଗୁଡିକ  ଏଚ୍ .ଆଇ.ଭି ସଂକ୍ରମଣଠାରୁ   ଅଧିକ  ଗୁରୁତ୍ୱପୂର୍ଣ୍ଣ   ନୁହେଁ  ।

ସଂକ୍ରମିତ  ମହିଳା  ଶିଶୁଙ୍କୁ  ସ୍ତନ୍ୟପାନର  ଉପଯୁକ୍ତ  ବିକଳ୍ପ  ଯାହାକି  ଶିଶୁର  ଦରକାର  ମୁତାବକ  ପ୍ରଚୁର  ଏବଂ  ଆବଶ୍ୟକୀୟ  ପୋଷଣ  ଯୋଗାଇପାରିବ  ଏବଂ  ଉତ୍ତମ ପରିବେଶ  ମଧ୍ୟରେ   ମିଳୁଥିବ, ପରାମର୍ଶଦାତା  ଏହାକୁ  ଭଲଭାବରେ  କହି  ରଖିବା  ଉଚିତ୍   । ଯଦି କୌଣସି   ପରିସ୍ଥିତିରେ  ସ୍ତନ୍ୟପାନର  ବିକଳ୍ପ  ବ୍ୟବସ୍ଥା  ହୋଇପାରୁନାହିଁ  ତେବେ  ଶିଶୁକୁ  ଏଚ୍ .ଆଇ.ଭି  ସଂକ୍ରମଣ  ହେଲେ  ବି ସ୍ତନ୍ୟପାନ  କରାନ୍ତୁ  ବୋଲି  ସମ୍ପୃକ୍ତ  ମା ’ ମାନଙ୍କୁ   ପରାମର୍ଶ  ଦେବା ଉଚିତ  ।

ସାରାଂଶ :

ଏଚ୍ .ଆଇ.ଭି  ସଂକ୍ରମିତ  ମହିଳା   ପ୍ରାୟତଃ ସାମାଜିକ ବାଛନ୍ଦର ଶିକାର  ହୋଇଥାନ୍ତି , ତେଣୁ  ସେମାନଙ୍କୁ  ସାନ୍ତ୍ଵନା  ସାହାଯ୍ୟ  କରିବା  ଉଚିତ  ।

ମହିଳାମାନଙ୍କର  ଅଧିକାଂଶ   ସଂକ୍ରମଣ  ସେମାନଙ୍କ  ଯୌନ  ସମ୍ପର୍କରୁ  ହିଁ  ହୋଇଥାଏ   । ତେଣୁ  ସେମାନେ  କିପରି   ବିପଦପୂର୍ଣ୍ଣ  କାର୍ଯ୍ୟଠାରୁ  ଦୂରେଇ  ରହିବେ  ଓ  ସେମାନଙ୍କ  ସ୍ଵାସ୍ଥ୍ୟର ଯତ୍ନ   ନେବେ  ତାହା ବୁଝାଇଦେବା  ଆବଶ୍ୟକ   । କଣ୍ଡୋମ୍ ର  ବ୍ୟବହାର  ପାଇନ୍ନ ସେମାନେ  ପଦକ୍ଷେପ  ନେବେ  ଏବଂ  ଗର୍ଭପାତ  ଓ ଗର୍ଭସଞ୍ଚାର  ପାଇଁ  ଭଲ ଭାବରେ  ଚିନ୍ତା  କରିବା  ଉଚିତ   ।

ପରିବାର

ପରିବାର  ସମାଜର  ପ୍ରଥମସ୍ତର  । ଛୁଆଙ୍କର  ଲାଳନ ପାଳନ, ଉତ୍ପାଦନ, ପରସ୍ପର  ମଧ୍ୟରେ  ସାହାଯ୍ୟ  ଆଦାନପ୍ରଦାନ  ଇତ୍ୟାଦି  କର୍ମ  ପରିବାରରେ  ସମ୍ପାଦନ  ହୋଇଥାଏ   । ଅନେକ  ସାମାଜିକ  ଚଳଣିରେ  ଏଚ୍.ଆଇ.ଭି   ଭୋଗୁଥିବା   ବ୍ୟକ୍ତିଙ୍କୁ  ଦେଖାଶୁଣା  କରିବାର   ଦାୟିତ୍ଵ  ପରିବାର  ଉପରେ  ନ୍ୟସ୍ତଥାଏ   । ରୋଗୀର  ଯତ୍ନ  କିପରି  ନିଆଯିବ, ଏହା  ତା ’ର ସଂକ୍ରମଣର  ମାତ୍ରା  ଉପରେ  ନିର୍ଭର  କରେ  । ରୋଗୀ  ବିଭିନ୍ନ  ପକାର  ଯତ୍ନ  ଓ ସେବା  ଦରକାର  କରିଥାଏ  ଫଳରେ   ତା ’ର ପ୍ରଭାବ  ସାରା  ପରିବାର  ଉପରେ  ପଡିଥାଏ   । ଏହି ପ୍ରଭାବ  ପରିବାରର  ଅନ୍ୟସବୁ  କାର୍ଯ୍ୟ  ଉପରେ  ସୃଷ୍ଟି  କରିଥାଏ   ।

ସଂକ୍ରମିତ  ବ୍ୟକ୍ତି  ପ୍ରତି  ହେଉଥିବା  ସାମାଜିକ  ବାଛନ୍ଦର  ଶିକାର  ହୁଅନ୍ତି  ସାରା  ପରିବାର  ଘରେ  ଜଣେ  ଏଚ୍ .ଆଇ.ଭି/ଏଡସ୍  ବ୍ୟକ୍ତି  ରହିଥିଲେ  ଗୋଷ୍ଠୀର  ଲୋକ  ବିଭିନ୍ନ  ପ୍ରକାର  କଥା  କହିଥାନ୍ତି   ଓ  ନାନା  ପ୍ରକାର  ସାମାଜିକ  ଚାପ  ସମ୍ପୃକ୍ତ   ପରିବାର  ଉପରେ  ପଡିଥାଏ   । ତେଣୁ  ପରିବାରର  ଲୋକେ   ରୋଗୀକୁ  ଏଚ୍.ଆଇ.ଭି/ଏଡସ୍  ସଂକ୍ରମଣ  ହୋଇଛି   ବୋଲି   କାହାକୁ  କହିନଥାନ୍ତି   କିମ୍ବା   କତା  ଛଳରେ  ରୋଗୀଟିକୁ  ଲୁଚାଇ  ଥାଆନ୍ତି  । ଏପରି  ଭାବରେ   ସମାଜ  ବା ଗୋଷ୍ଠୀରେ  ସତକଥାକୁ  ପ୍ରକାଶ  ନ କରି  ଚୁପ୍ ଚାପ୍  ରହି  ମାନସିକ  ଚାପରେ ସମୟ  କାଟିବାକୁ  ହୁଏ  ସାରା  ପରିବାରକୁ  । ରୋଗୀର  ସେବା  କରିଚାଲିଥିବା  ପରିବାର  ସଦସ୍ୟଙ୍କ  ମନରେ  ଦୁଃଖ  ଓ ବ୍ୟସ୍ତଭାବ ଥିଲେ  ମଧ୍ୟ  ଗୋଷ୍ଠୀରେ   ଏହା  ପ୍ରକାଶ   କରିନଥାନ୍ତି  ଏବଂ  ନିଜର  ବ୍ୟସ୍ତତା  ଅନ୍ୟ  ଆଗରେ  ପ୍ରକାଶ  ନ କରି  ନିତିଦିନ  ଅସାଧାରଣ  ମନୋଭାବ ପ୍ରଦର୍ଶନ  କରିଥାନ୍ତି   । ଏହି  ଅବସ୍ଥା  ଦେଇ ସମୟ  କାଟୁଥିବା  ପରିବାର ସଦସ୍ୟଙ୍କ   ପାଇଁ  ପରାମର୍ଶର  ଆବଶ୍ୟକତା   ବେଶୀ  । ପରିବାରର  ପ୍ରତ୍ୟକ  ସଦସ୍ୟଙ୍କୁ  ପୃଥକ୍ ଭାବେ   ଏବଂ  ଏକତ୍ରକରି  ଏହି  ଉଭୟ  ପ୍ରକାରର   ପରାମର୍ଶ  ଦେବାକୁ  ପଡିଥାଏ   ।

ଆଉ କେତେକ   କ୍ଷେତ୍ରରେ   ପୀଡିତ  ରୋଗୀଙ୍କୁ ନିଜର  ପରିବାର   ଦୂରେଇ  ଦେଇଥାନ୍ତି  ଓ ରୋଗୀର  କୌଣସି   ସେବା  କରିନଥାନ୍ତି   । ତେଣୁ  ରୋଗୀ ନିଜକର  ବନ୍ଧୁବାନ୍ଧବ  କିମ୍ବା  ସମ୍ପର୍କୀୟଙ୍କ  ପରିବାରରେ  ରହିଥାନ୍ତି   । ତେଣୁ ପରାମର୍ଶଦାତା  ରୋଗୀଙ୍କୁ  ଓ ରୋଗୀର  ରକ୍ଷଣାବେକ୍ଷଣ  ଦାୟିତ୍ଵରେ ଯେ କୌଣସି  ପରିବାରକୁ   ଯାଇ  ଆବଶ୍ୟକୀୟ  ପରାମର୍ଶ ଦେବା ଉଚିତ  ।

ଏଚ୍ .ଆଇ.ଭି/ଏଡସ୍   ହେତୁ  ପରିବାର  ବର୍ଗଙ୍କ  ମନସ୍ତାପ

କୌଣସି  ପରିବାରର   ଜଣେ ଏଚ୍ .ଆଇ.ଭି/ଏଡସ୍ ରେ  ସଂକ୍ରମିତ  ହୋଇଥିଲେ  ସାରା  ପରିବାର  ଏହି  ରୋଗ  ସଂକ୍ରମଣର  ଭୟାବହତା   ବିଷୟରେ  ଜାଣିପାରିଥାନ୍ତି  । ତେଣୁ ଏଚ୍ .ଆଇ.ଭି /ଏଡସ୍ ଏଥିପାଇଁ  ମୁଖ୍ୟ  ଦାୟୀ  ଥିବା  କାରଣ ଗୁଡିକ ଯଥା – ସିରିଞ୍ଜରେ  ସାମୂହିକ  ନିଶା ଗ୍ରହଣ ଏବଂ  ବହୁସଙ୍ଗୀ  ସହବାସର  କୁଫଳ   ବିଷୟରେ  ପରିବାରକୁ  ଅବଗତ  କରାଇବା  ପରାମର୍ଶଦାତାଙ୍କର  ଏକ ମୁଖ୍ୟ କାର୍ଯ୍ୟ  ଅଟେ  ।  କୌଣସି  ରୋଗୀର  ଉପରୋକ୍ତ  ପ୍ରକାର   ଅତିଶୟ  ଅସାମାଜିକ  ଚଳଣି  ପରିବାର  ମଧ୍ୟରେ   ଅଶାନ୍ତି  ସୃଷ୍ଟି  କରେ , ଏପରିକି  କେତେକାଂଶରେ   ସମ୍ପୃକ୍ତ  ବ୍ୟକ୍ତିଙ୍କୁ   ପରିବାରରୁ  ବିତାଡିତ   କରାଯାଏ   ।

ରୋଗ  ବଢିବ , ରୋଗୀର  ସେବା  ପାଇଁ  ପରିବାରବର୍ଗଙ୍କର  କାର୍ଯ୍ୟଭାର  ବଢିଥାଏ  । ଫଳରେ  ପରିବାରର  ଉତ୍ପାଦନ , ରୋଜଗାର   ଓ ଅନ୍ୟାନ୍ୟ  କାର୍ଯ୍ୟ  ବାଧାପ୍ରାପ୍ତ  ହୁଏ   । ଏଣେ  ରୋଗୀର  ଦୁଶ୍ଚିନ୍ତା  , ଭୟ , ଗ୍ଲାନି , ଅପମାନ  ଓ ଦୁଃଖ  ଯୋଗୁଁ  ସାରା   ପରିବାରଙ୍କ  ଅସନ୍ତୋଷ  ବୃଦ୍ଧି ପାଇଥାଏ  ।

ଏସବୁ  ଅବସ୍ଥାକୁ  ମୁକାବିଲା  କରିପାରୁଥିବା  ପରିବାର  ସଦସ୍ୟମାନେ  ହିଁ  ଏଚ୍ .ଆଇ.ଭି/ଏଡସ୍  ଭୋଗୁଥିବା  ବ୍ୟକ୍ତିଙ୍କର  ଉତ୍ତମ  ଯତ୍ନ  ନେଇପାରିବେ  ଏବଂ  ଯେଉଁ  ପରିବାର  ଅବସ୍ଥାର  ମୁକାବିଲା  ଠିକ୍ ଭାବେ  କରିପାରନ୍ତି  ନାହିଁ  ସେମାନେ  ରୋଗୀଙ୍କ  ଯତ୍ନ  ହେତୁ  ବିବ୍ରତ  ହୋଇ ପଡନ୍ତି   । ତେଣୁ  ଯଦି  କୌଣସି  ପରିବାରରେ   ଏଭଳି  ରୋଗୀ  ପଡନ୍ତି   ବା  ଏଭଳି  ରୋଗ  କେହି ଭୋଗନ୍ତି , ସେ ସ୍ଥଳରେ  ସାରା ପରିବାର  ରୋଗର  କାରଣ , କାରଣ ବିଷୟକ   ସଚେତନତା , ପରିବାରରେ  ପ୍ରତ୍ୟକ  ସଦସ୍ୟଙ୍କ  ନିକଟରେ  ପହଞ୍ଚିବା  ଆବଶ୍ୟକ   । ଫଳରେ  ପରିବାର  ସଦସ୍ୟ  କାରଣ  ବିଷୟ  ଅଧିକ  ମନସ୍ତାପ  ଓ  ସନ୍ଦେହରେ  ନ ପଡି  ରୋଗୀର  ଯତ୍ନ ପାଇଁ  ଧ୍ୟାନ ଦେଇପାରିବେ   ।

ଉକ୍ତ  ପରିବାର  ମାନଙ୍କର   ମାନସିକ  ଅବସ୍ଥା  ଠିକ୍  ନ ରହିଲେ  ରୋଗୀର  ଅଧିକ  କ୍ଷତି  ହୋଇଥାଏ  । ତେଣୁ ସାରା ପରିବାର  ମାନସିକ  ଅବସ୍ଥା  ଲାଭ  ରଖିବାକୁ ପରାମର୍ଶଦାତା  ଲଗାତାର  ଚେଷ୍ଟା  କରିବେ  ଓ ବିଭିନ୍ନ  ପ୍ରକାର  ପରାମର୍ଶ  ଦେବେ   ।

ସ୍ଵାମୀ , ସ୍ତ୍ରୀ  ତଥା ପରିବାର   ଭିତରେ  ମନାନ୍ତର /ଅଶାନ୍ତିର  ଅବସାନ  ଘଟିବା  ଆବଶ୍ୟକ -

ଖୋଲାଖୋଲି  ଭାବେ ଏଚ୍ .ଆଇ.ଭି/ଏଡସ୍ ର  ସଂକ୍ରମଣ  ଜଣାପଡିଲା  ମାତ୍ରେ  ସଂକ୍ରମିତ  ବ୍ୟକ୍ତିଙ୍କ  ଗୁପ୍ତା  ଚରିତ୍ର   ଓ  ବ୍ୟବହାର  ପାଇଁ  ଆସେ  ସମସ୍ତଙ୍କ  ମନରେ  ସନ୍ଦେହ , ଘୃଣା  ଏବଂ ବେଦନା । ଏଥିପାଇଁ  ପରାଇବାର  ବର୍ଗରେ  ପତି  ପତ୍ନୀର  କଳି , ପିତା  ପୁତ୍ର କଳି ପ୍ରଭୃତି ଅନେକ ଦୁଃଖ ଓ  ଅଶାନ୍ତି  ସୃଷ୍ଟି  ହୁଏ   ।

ସଂକ୍ରମିତ  ବ୍ୟକ୍ତିଙ୍କର  ଏହି ଦୁଃଖ  ଭୋଗ  ପାଇଁ  ତୁଟିଯାଏ  ପତ୍ନୀର  ବିଶ୍ଵାସ , ଉଜୁଡିଯାଏ  ତାଙ୍କ  ସଂସାର , ଛୁଟେ  ଅବିଶ୍ଵାସର  ଲହଡି , ଏକ  ଅନ୍ଧକାର  ଓ ହାହାକାର  ଭବିଷ୍ୟତର  ଦ୍ଵାର  ଦେଶରୁ  । ଏଭଳି ପରିସ୍ଥିତିରେ  ଧୈର୍ଯ୍ୟ  ହିଁ   ଏକାନ୍ତ  ପ୍ରୟୋଜନ   । ରୋଗୀ ହେଉଛି ପରିବାରର   ଜଣେ  ସଦସ୍ୟ  ଏବଂ  ତାଙ୍କ  ମାନସିକ  ଦାୟିତ୍ଵବୋଧକୁ  ଚିନ୍ତାକରି  ରୋଗୀର  ସେବା  କରିବା  ସହିତ  ସାନ୍ତ୍ଵନା ମଧ୍ୟ  ଦେବା   ଆବଶ୍ୟକ   । ଏସବୁ କ୍ଷେତ୍ରରେ  ଆଉ ଏକ  ମୁଖ୍ୟ  କଥା  ହେଲା  ସ୍ଵାମୀ ଓ ସ୍ତ୍ରୀଙ୍କର ଚଳଣି  ଏମାନଙ୍କ  ମଧ୍ୟରୁ  ଯଦି  ପୁରୁଷ ସଂକ୍ରମିତ  ଥାଆନ୍ତି  ଏବଂ  ପୁରୁଷ  ପ୍ରଧାନ  ସମାଜର  ରୀତିରେ  ସ୍ତ୍ରୀ  ସହିତ  ସହବାସ  କରିବାକୁ  ଇଚ୍ଛା  କରନ୍ତି  ତେବେ,  ସେଠାରେ  ଅନେକ  କିଛି ଦେଖିବାକୁ  ଅଛି  ଯଥା – ସଂକ୍ରମଣର  ମାତ୍ରା  କେତେ  ଏବଂ  କଣ୍ଡୋମ  ବ୍ୟବହାର  କରି  ସହବାସ   କରିହେବ  କି  ନାହିଁ  ଇତ୍ୟାଦି   ।

ସେମାନେ  ଶାରୀରିକ  ସମ୍ପର୍କ ରଖିପାରିବେ  କି ନାହିଁ  । ଏ ସମ୍ପର୍କରେ  ସେମାନଙ୍କର  କ୍ଷତି  ସବୁ  କ ’ଣ  ହୋଇପାରେ  ।

ସହବାସ  ପାଇଁ  ସ୍ଵାମୀ , ସ୍ତ୍ରୀଙ୍କ  ଉପରେ  ନିଜର  ଜବରଦସ୍ତ  ମନୋଭାବ  ପ୍ରଦର୍ଶନ  କରୁଛନ୍ତି  କି ଇତ୍ୟାଦି  ।

ତେଣୁ  ପରାମର୍ଶଦାତା  ଏସବୁ  ପ୍ରତି  ନଜର  ଦେବା  ସହିତ  ଉଭୟ ସ୍ଵାମୀ ଓ  ସ୍ତ୍ରୀଙ୍କୁ ପରାମର୍ଶ ଦେବା  । ସଂକ୍ରମଣରେ  ସହବାସର  କ୍ଷତି  ସମ୍ପର୍କରେ   ବୁଝାଇବେ  ଏବଂ  ନିଜର  ଭବିଷ୍ୟତ  ଓ ଛୁଆମାନଙ୍କର  ଭବିଷ୍ୟତ   ପାଇଁ  କେଉଁ  ପ୍ରସ୍ତୁତି  ସବୁ  ଆବଶ୍ୟକ  ତାହାକୁ   ଭଲଭାବରେ   ବୁଝାଇ  ସେମାନଙ୍କ  ମନର  ପରିବର୍ତ୍ତନ  ଆଣିବାକୁ   ଚେଷ୍ଟା  କରିବେ  ।

ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate