অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଞ୍ଜନି ବା ଆଖିର ଆଲୁଅ

ଅଞ୍ଜନି ବା ଆଖିର ଆଲୁଅ

ଉପକ୍ରମ

ଆଖିର  ଏ  ରୋଗଟିକୁ  ଆଲୁଅ  ବୋଲି  ଯେ  କାହିଁକି  କୁହାଯାଏ,  କହିବା  ମୁସ୍କିଲ  ହେଲେ  ଆଲୋକ  ସହିତ  ଏହାର  ସମ୍ପର୍କ  ଏପରି  ଯେ, ଏ  ରୋଗରେ   ରୋଗୀ  କିନ୍ତୁ   ଆଲୁଅ  ସମ୍ଭାଳି  ପାରେନାହିଁ  । ଛୋଟ  ଛୋଟ  ଘିମିରି   ବା ତା’ଠାରୁ  ବଡ  ଉଦ୍ଭେଦ   ଆଖି   ପତାର   ଧାରରେ  ଉଠିଥାଏ ଓ  ପ୍ରାୟତଃ  ଖୁବ୍  ବ୍ୟଥାକରେ  । ସାମାନ୍ୟ   ଛୋଟରୁ   ଆରମ୍ଭ   ହୋଇ  ଏହା  ବଢେ  ଓ  ଶେଷରେ   ଫାଟିଯାଏ   । କେତେକ  ମଧ୍ୟ  ନଫାଟି   ବସିଯାଏ  ଓ  ସେ  ସ୍ଥାନରେ  ତାହା  ଟାଣ  ହୋଇ  ଦୀର୍ଘଦିନ  ଧରି  ରହି  ଅସୁବିଧା  ସୃଷ୍ଟିକରେ   ।

ଆଖିର ଆଲୁଅ ପାଇଁ ଔଷଧ

ପଲସେଟିଲା – ୩୦  ଏହି  ରୋଗର  ମହୌଷଧି   ବୋଲି  ଧରାଯାଇଛି   । ସ୍ତ୍ରୀ ଲୋକ  ବା  ଧୀର  ସ୍ଥିର  ସ୍ଵାଭାବର   ଲୋକଙ୍କ  ଆଖିରେ   ଆଲୁଅ  ପାଇଁ  ଏହା  ଭଲ  କାମ  କରେ   । ତେବେ  ଆଖିରେ   ଆଲୁଅ  ଉଠିବା  ସମୟରେ  ଆଖିରେ   ଥଣ୍ଡାପାଣି  ବା  ଅନ୍ୟକିଛି  ଥଣ୍ଡା  ଜିନିଷ   ଲଗାଇବା  ପାଇଁ  ଇଚ୍ଛା   ହେବା  ଓ  ସେଥିରେ   ବ୍ୟଥାର  ସାମୟିକ   ଉପଶମ  ଅନୁଭବ   କରିବା  ଏହି  ଔଷଧର  ପରିଚାୟକ    ଲକ୍ଷଣ   । ମାତ୍ର  ଏହାର  ବିପରୀତ, ଅର୍ଥାତ୍, ବ୍ୟଥା   ବହୁତ  ଆଖିପତା  ଅତ୍ୟଧିକ  ସ୍ପର୍ଶକତାର  ଓ  ଉଷୁମ  ସେକ  ବା  ହାପ୍ପା  କଲେ  ଉପଶମ  ଅନୁଭବ  କରିବା, ଆଲୁଅ  ମୁହଁଟି  ଧଳା  ଦେଖାଯାଇ  ଖୁବ୍   ଧକଧକ୍  କରୁଥିବା  ଲକ୍ଷଣ   ରେ  ହିପାରସଲଫ – ୬ ହିଁ  ନିର୍ଦ୍ଧିଷ୍ଟ   । ଯଦି  ତାହା  ସୁଲୁସୁଲୁ  ହେଉଥାଏ  ଓ  ରୋଗୀ  ଖାଲି  ଆଖିପତାକୁ  ସାଉଁଳୁ  ଥା’ନ୍ତି   ଆରମ  ପାଇବାକୁ, ତାହା  ହେଲେ  ମର୍କସଲ – ୬  । ପଲସେଟିଲା  ଭଳି  ବେଶି  ବଥା  ନଥିବ   ଅଥଚ   ଗରମ   ଭଲ   ଲାଗୁଥିବା  ତାହା  ହେଲେ   ସାଇଲିସିଆ – ୬ ହିଁ   କାମିକା  ଔଷଧ   । ଯେତେବେଳେ   ଦେଖିବେ,  ଆଲୁଅ  ସହିତ   ଆଖିପତା  କୁଣ୍ଡାଇ  ହେଉଥିବ ଓ  ପତାରୁ  ଟିକେ  ଟିକେ   ଚୋପା   ଛାଡୁଥିବ,  ଆଲୁଅ   ଭିତରେ  ବେଳେବେଳେ   ଚିନ୍ ଚିନ୍  ମାରି  ଦେଉଥିବ ତାହାହେଲେ   ମେଜେରିଆମ – ୬  ନ ଦେଲେ  ଆଉ   କେଉଁଥିରେ  ବି  ତାହା  ଶୁଣିବ   ନାହିଁ  । ଅନେକ  ସମୟରେ  ଦେଖିବେ  ଆଲୁଅ  ଗୁଡିକ  ଗୋଟାକ  ପରେ  ଗୋଟାଏ  ବାହାରୁଥିବେ,  ଅଥଚ  ପାଚୁ ନଥିବେ,   ବସିଯାଇ  ଗଣ୍ଠିପାଲଟି  ରହି  ଯାଇଥିବେ   ।  ସେଥିପାଇଁ  ଷ୍ଟାଫିସାଗ୍ରିଆ – ୨୦୦  ହିଁ  ଔଷଧ   ।  କେତେକ  ଲୋକ  ଅଛନ୍ତି  ତାଙ୍କ  ଆଖିରେ   ଏ  ଆଲୁଅ  ସବୁ  ଯେପରି   ଲାଗିରହିଥାନ୍ତି,  ଗୋଟାକପରେ   ଗୋଟାଏ   ଚାଲିଛି   । ସେ  କ୍ଷେତ୍ରରେ  ମଧ୍ୟ   ଷ୍ଟାଫିସାଗ୍ରିଆ ପ୍ରୟୋଜନ   । ବିଶେଷ  କରି  ଯୁବାବୟସର   ରୋଗୀ  ହୋଇଥିଲେ  ତ  କଥା   ନାହିଁ   । ଯଦି  ଆଲୁଅ   ଗୁଡିକ   ଖୁବ୍  ଛୋଟ  ଛୋଟ   ହୋଇ  ଉଠୁଥିବ  ଓ  ଭୀଷଣ   ବଥା  କରୁଥିବ,  ତାହାହେଲେ  ଆର୍ଣ୍ଣିକା – ୨୦୦ ବା  ୧୦୦୦  ଶକ୍ତିର  ପ୍ରୟୋଗ  କରିବେ   । ଏ  ସବୁ  ସତ୍ତ୍ୱେ  ରୋଗୀ  ସାମୟିକ   ଭାବରେ  ଭଲ  ହୋଇଗଲେ  ମଧ୍ୟ  ଏଭଳି  ଆଲୁଅ  ଉଠିବାର   ପ୍ରବଣତା   ତାଙ୍କଠାରେ  ପ୍ରାୟତଃ  ରହିଯାଉଥିବାର  ଦୃଷ୍ଟି  ଗୋଚର  ହୁଏ   । ସେତେ  ପରିମାଣରେ  ନ ଉଠିଲେ   ମଧ୍ୟ  ମଝିରେ  ମଝିରେ  ଆଖିପତା  ଲାଲପଡି   ଦରଜ  ଲାଗେ  ଓ  କୁଣ୍ଡେଇ  ହୁଏ   । ସେଭଳି  କ୍ଷେତ୍ରରେ  ସଲଫର – ୨୦୦ ରୁ  ପାନେ  ଦୁଇପାନ  ସକାଳୁ  ଦିନେ  ଦୁଇଦିନ   ଦେବେ   । ତାହାହେଲେ  ଏ  ପ୍ରବଣତା  ଦୂର  ହୋଇ  ଯିବ  ।

ଦୃଷ୍ଟିଶକ୍ତିର  ଅସୁବିଧା  ହେତୁ  ମଧ୍ୟ, ଅନେକ  ସମୟରେ  ଆଲୁଅ  ବାରମ୍ବାର  ଉଠେ   । ତେଣୁ  ସୁବିଧା  ଥିଲେ  ଆଖିପରୀକ୍ଷା  କରି  ଚଷମାର  ବ୍ୟବସ୍ଥା  କରି  ପାରନ୍ତି   । ଏଥିରେ  ଦେଖା  ଯାଇଛି  ବହୁ  ସ୍ଥଳରେ,  ଚଷମା  ବ୍ୟବହାର  ପରେ  ଆଲୁଅ  ଆଉ  ଉଠେନାହିଁ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate