অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳପଟି

ପ୍ରୟୋଗ

କୌଣସି ସ୍ଥାନ ହଠାତ୍ ଆଘାତ ପାଇଲେ, କଟିଗଲେ କିମ୍ବା କେଉଁଠାରେ ଫୁଲାପଡିଲେ, ବାଗି କି ବଥ ଆଦି ହେଲେ କିମ୍ବା ଜ୍ଵର ଅଧିକ ମାତ୍ରାରେ ଥିଲେ ଏହି ଜଳପଟିର ପ୍ରୟୋଗ ହୋଇଥାଏ । ଆକ୍ରାନ୍ତ ଅଙ୍ଗକୁ ଶୀତଳ କରି ସେଠାରେ ଶୀତଳ ଭାବର  ସୃଷ୍ଟି କରିବା ପାଇଁ ଜଳ ପଟିର ପ୍ରୟୋଗ ହୋଇଥାଏ ।

ଉପକାର: ଘା ସୁଖିବା ପ୍ରକ୍ରିୟା ତ୍ଵରାନ୍ଵିତ ହୁଏ

ସକାଳେ ଓ ସଂଧ୍ୟାରେ ଗରମ ଥଣ୍ଡା ଦେବା ପରେ ଜଳପଟି ଦେଲେ କଟାସ୍ଥାନ ଅତିଶୀଘ୍ର ଶୁଖିଯାଏ । ଜଳପଟି ଏପରି ମୋଟା ଭାବରେ ଦେବାର କଥା, ଯେପରି ତାହା ସବୁବେଳେ ଓଦା ରହିଥାଏ । କେତେବେଳେ ଯଦି ଦୈବାତ ଶୁଖିଯାଏ, ତେବେ ମଝିରେ ମଝିରେ ରକ୍ତ ପଟି ଉପରେ ଥଣ୍ଡାପାଣି ଦିଆହୋଇଥାଏ । ଏଣୁ କୌଣସି ସ୍ଥାନ ବଡ ଧରଣର କଟିଗଲେ ଚିନି, ମାଛ, ମାଂସ ଓ ଥଣ୍ଡା ଆଦି ପରିତ୍ୟାଗ କରି ଲୁଣ ପରିମାଣକୁ କମାଇ ଅଧିକ ମାତ୍ରାରେ ଫଳକଞ୍ଚା ପନିପରିବା ସାଲାଡ, ଦୁବରସମହୁ ଧନିଆ ଓ ପୋଦିନା ଆଦି ଖାଦ୍ୟୋପଯୋଗୀ ପତ୍ର ଯାହା କଞ୍ଚାରେ ଖାଇହେବ ସେପରି କ୍ଷାରଧର୍ମୀ ଖାଦ୍ୟ ଅଧିକ ମାତ୍ରାରେ ଖାଇଲେ, ରକ୍ତର ଅମ୍ଳତ୍ଵ କମେ ଓ କ୍ଷାରତ୍ଵର ବୃଦ୍ଧି ହୋଇଥାଏ, ପରିଣାମରେ ଘା ମଧ୍ୟ ସଅଳ ଶୁଖିଯାଏ । ପୋଡା ଘା’ ଫୋଟକା, ଫୁଲା, ଦରଜ ଉଦରାମୟ ( ପେଟଗରମ) ଗର୍ଭାଶୟ ତଥା ଅନ୍ତ୍ରର ପ୍ରଦାହ, ଆଖିରେ ଯନ୍ତ୍ରଣା ଏବଂ ଜ୍ଵର ଆଦିରେ ଜଳପଟି ଆରୋଗ୍ୟଦାୟକ ହୋଇଥାଏ ।

ଶରୀର ମଧ୍ୟରେ ଉତ୍ତାପର  ଅସମାନ ବଣ୍ଟନ ହେତୁ ତରୁଣ ରୋଗ ହୋଇଥାଏ । କୌଣସି ସ୍ଥାନରେ ପ୍ରଦାହ ହେଲେ, ସେହି ସ୍ଥାନରେ ଉତ୍ତାପର ଆଧିକ୍ୟ ହୁଏ । ଆକ୍ରାନ୍ତ ଅଂଗରେ ଓଦାକନା ପଟି ଦେବା ଫଳରେ, ପ୍ରଦାହ ସ୍ଥାନରୁ ଉତ୍ତାପର ଆଧିକ୍ୟ ଦୂର ହୋଇଥାଏ ତଥା ଚର୍ମ ବାଟରେ ଆବର୍ଜନା ଦୂରହୋଇ ରୋଗୀ ଆରୋଗ୍ୟ ଲାଭ କରିଥାଏ ।

ଯୋଗ ଓ ଧ୍ୟାନ

ଚିନ୍ତାଶୂନ୍ୟ ମନ ଓ ସନ୍ତୁଳିତ ମସ୍ତିଷ୍କ ଉଭୟ ମାନସିକ ଓ ଶାରୀରିକ ସୁସ୍ଥାତା ଲାଗି ଆବଶ୍ୟକ । ଚିନ୍ତା ଓ ଚାପରୁ ମୁକ୍ତି ଲାଗି ଆମକୁ ଆମର ମନକୁ ନିୟନ୍ତ୍ରିତ କରିବାକୁ ପଡିବ । ଏହି ନିୟନ୍ତ୍ରଣ ଧ୍ୟାନ ପ୍ରାର୍ଥନା ଓ ଯୋଗ ମାଧ୍ୟାରେ କରାଯାଇ ପାରିବ । ଯୋଗ ଦୁଇ ଭାଗରେ ବିଭକ୍ତ, ଯଥା ଶାରୀରିକ ଯୋଗ ଓ ଆଧ୍ୟାତ୍ମିକ ଯୋଗ । ଶାରୀରିକ ଯୋଗାଭ୍ୟସ ଦ୍ଵାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ବ୍ୟାୟମ ହୋଇଥାଏ । ଏଣୁ ଏହାଦ୍ଵାରା ଶରୀର ସୁଢଳ ଓ ସୁଠାମ ରହିବା ସହ ରୋଗମୁକ ରହେ । ଆଧ୍ୟାତ୍ମିକ ଯୋଗ ଜଣକୁ ଆତ୍ମ ସାମୀକ୍ଷ କରିବାରେ ସାହାଯ୍ୟ କରିଥାଏ ଓ ତଦ୍ଵାରା ତାଙ୍କର ଅସ୍ତିତ୍ଵର ସରଳିକରଣ କରାଇଥାଏ । ଏହା ଫଳରେ ମନୁଷ୍ୟମନରୁ ନକାରାତ୍ମକ ଚିନ୍ତା ଦୂର ହୁଏ । ଧ୍ୟାନ ମାନସିକ ଆଶାନ୍ତି ଦୂର କରାଇ ସ୍ନାୟୁତନ୍ତ୍ରୀ ଗୁଡିକ ଶୃଙ୍ଖଳିତ କରାଏ ଓ ସ୍ଥିରତା ଆଣେ । ଦିନକୁ ପନ୍ଦରରୁ କୋଡିଏ ମିନିଟ୍ଟ ନୀରବ ନିଶ୍ଚଳ ଭାବେ ଧ୍ୟାନକଲେ, ମାନସିକ ସ୍ୱାସ୍ଥ୍ୟ ଠିକ୍ ରହେ ଓ ଆମ ଭିତରେ ଥିବା ପ୍ରାଣ ଶକ୍ତି ଊନ୍ମୋଚିତ ହୁଏ ।

ଆଧାର

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate