ସେଆର କରନ୍ତୁ

ଜଳସ୍ନାନ

ସ୍ନାନ କରିବା ସମୟରେଭ ଦେହର ସମସ୍ତ ଅଙ୍ଗକୁ ଭଲଭାବରେ ଓଦା ଗାମୁଚାରେ ଘଷି ଘଷି ଗାଧୋଇବା ଉଚିତ୍ ।

ସ୍ନାନ ବେଳେ ଓଦା ତଉଲିଆରେ ଘଷି ହେବା ଆବଶ୍ୟକ

ସ୍ନାନ କରିବା ସମୟରେଭ ଦେହର ସମସ୍ତ ଅଙ୍ଗକୁ ଭଲଭାବରେ ଓଦା ଗାମୁଚାରେ ଘଷି ଘଷି ଗାଧୋଇବା ଉଚିତ୍ । ତାହାହେଲେ ଚରମ ନିର୍ମଳ ରହେ ଏବଂ ଚରମରେ ରକ୍ତ ସଂଚାଳନ ଅଧିକ ହୋଇଥାଏ, ଫଳରେ ସ୍ନାୟୁର ଶକ୍ତି ବୃଦ୍ଧିପାଏ ଏବଂ ସ୍ୱାସ୍ଥ୍ୟ ଉନ୍ନତି ହୁଏ ।

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବାୟୁମଣ୍ଡଲ ଶୀତଳ ଥାଏ । ସେତେବେଳେ ପୂର୍ଣ୍ଣ ସ୍ନାନ କଲେ ଦେହ ଶୀତଳ ଜଳ ଓ ଶୀତଳ ବାୟୁର ସଂସ୍ପର୍ଶରେ ଆସିଥାଏ । ଏହାଦ୍ଵାରା ସ୍ନାୟବିକ ଦୁର୍ବଳତା ରହେ ନାହିଁ ଏବଂ ଶରୀର ମଧ୍ୟରୁ ଆବର୍ଜନା ଅଧିକ ମାତ୍ରାରେ ନିଷ୍କାସିତ ହେବାର ସୁଯୋଗ ମିଳେ ଯେଉଁ ମାନେ ସୂର୍ଯ୍ୟାଦୟ ପୂର୍ବରୁ ସ୍ନାନ କରିଥାନ୍ତି ସେମାନଙ୍କୁ ବହୁତ କମ୍ ବ୍ୟାଧି ହୋଇଥାଏ ।

ବିଭିନ୍ନ ଅଙ୍ଗାର ସ୍ନାନ ବା ଆଂଶିକ ସ୍ନାନ

ପ୍ରତ୍ୟେକ ବ୍ୟକ୍ତି ପୂର୍ବକୁ ମୁହଁ କରି ଓ ମୌନ ରହି ଖାଇବା ପୂର୍ବରୁ ମୁହଁ, ଦି ହାତ ଓ ଦି ପାଦକୁ ଭଲ ଭାବରେ ଢୋଇବା ଉଚିତ୍ । କେତେକ ପ୍ରାତଃ ଉଠିବା ପରେ ମୁହଁ ଢୋଇବା ଚକ୍ଷୁଃସ୍ନାନ କରିବା ଏବଂ ସ୍ନାନ ପରେ ନାକରେ ପାଣି ପିଇବା ବା ନେତି ଆଦି ଅଭ୍ୟାସ କରିଥାନ୍ତି ।

ଚକ୍ଷୁଃସ୍ନାନ

ଗୋଟିଏ ଚଟକା ଗହରିଆ ବେଳା କି ତସଲାରେ ଥଣ୍ଡାପାଣି ରଖି ତହିଁରେ ଦୁଇ ଆଖିରେ ବୁଡାଇ ପାଣି ଭିତରେ ଆଖିର ପତାକୁ ୩/୪ ଥର ମିଟ୍ ମିଟ୍ କରାଯାଏ ଏବଂ ପୁଣି ପାଣି ଭିତରୁ ବାହାରକୁ କାଢିଆଣୀ ସେହିପରି ଆଖିପତାକୁ ୩/୪  ଥର ମିଟ୍ ମିଟ୍ କରାଯାଏ । ଏହିପରି ଦୁଇ ଆଖିକୁ ପାଣିରେ ୪/୫ ଥର ବୁଢାଇ ରଖି ଏବଂ ପାଣି ବାହାରେ ୪/୫ ଥର ରଖି ଆଖିପାତାକୁ ପୂର୍ବପରି କ୍ରମାନ୍ଵୟରେ ମିଟ୍ ମିଟ୍ କରାଯାଏ । ଏହାକୁ ଚକ୍ଷୁଃ କହନ୍ତି । ଏହାଦ୍ଵାରା ଆଖି ତାଜା ରହେ । ପାଣି ଭିତରେ ଆଖି ବୁଡିଥିବାବେଳେ ଆଖି ଡୋଳାକୁ ଉପରୁ ତଳକୁ ଓ ତଳୁ ଉପରକୁ, ବାଁ କଡକୁ ଡାହାଣ କଡକୁ ଓ ଡାହାଣ କଡକୁ ବାଁ କଡକୁ ୨/୩ ଥର କରି ବୁଲାଯାଏ । ଫଳରେ ଦୃଷ୍ଟିଶକ୍ତିର ଯଥେଷ୍ଟ ଉନ୍ନତି ହୋଇଥାଏ । ଆଖିପତା ପକାଇ ସୂର୍ଯ୍ୟଆଡକୁ ୫/୭ ମିନିଟ୍ ଚାହିଁବା ପରେ ପରେ ଏପରି ଚକ୍ଷୁଃ ସ୍ନାନ ଦୃଷ୍ଟିଶକ୍ତିର ଉନ୍ନତି କରାଏ । ଆଖିପତା ପକାଇ ସୂର୍ଯ୍ୟଆଡକୁ ୫/୭ ମିନିଟ୍ ଚାହିଁବା ପରେ ପରେ ଏପରି ଚକ୍ଷୁଃସ୍ନାନ ଦୃଷ୍ଟିଶକ୍ତିର ଉନ୍ନତି କରାଏ । ସକାଳୁ ଶଯ୍ୟା ତ୍ୟାଗ ପରେ ପରେ ଏପରି ଚକ୍ଷୁଃସ୍ନାନ ଆଖିର ବହୁତ ଉପକାଏର କରେ । ଗାଧୋଇବା ସମୟରେ ମଧ୍ୟା ପାଟିରେ ପାଣି ପୁରାଇ ହାତରେ ଆଖିକୁ ପାଣି ଛାଟିବା ସହିତ ଡୋଳାକୁ ଏକଡରୁ ସେ କଡ, ଉପରୁ ତଳ ଧୀରେ ଧୀରେ ନିଆଗଲେ ଏବଂ ବୃତ୍ତକାରରେ ଏପଟରୁ ସେପଟ ଏବଂ ସେ ପଟରୁ ଏପଟ ଏପରି କେତେବାର ଧୀରେ ଘୁରାଇଲେ ଆଖିଡୋକାକୁ ଚାଳନ କରୁଥିବା ମାଂସପେଶୀ ଗୁଡିକ ବଳବତ୍ତର ହେବା ସହିତ ସ୍ନିଗଧ ହୋଇଥାନ୍ତି ।

ମୁଣ୍ଡ ପାଇଁ ସୁଗନ୍ଧ ତୈଳ, ଔଷଧ ଓ ରଙ୍ଗରେ ହାନି:

ମୁଣ୍ଡରେ କୌଣସିମତେ ସୁଗନ୍ଧ ତୈଳ, କୌଣସି ଔଷଧ ବା ବାଳକୁ ରଙ୍ଗ କରିବା ପାଇଁ କୌଣସି ଦ୍ରବ୍ୟ ବ୍ୟବହାର କରିବା  ଅନୁଚିତ ।

ଲଗାଇବା ତେଲ

ତେଲ ଲଗାଇଲେ ଭଲଭାବରେ ଘଷି ଘଷି ତେଲକୁ ଦେହରେ ପିଆଇବା ପରେ ଦେହକୁ ଓଦା ଗାମୁଛାରେ ରଗଡି ତେଲ ଛଡାଇବା ଉଚିତ୍ । ପାଦରେ ତେଲ ଘଷିବା ଦ୍ଵାରା ଦୃଷ୍ଟିଶକ୍ତିର ଉପକାର ହୁଏ, ପାଦ ଆଉ ଶୀତଦିନେ ଫାଟେ ନାହିଁ ।

ମୁଣ୍ଡ କୁଣ୍ଡାଇବା

ଖାଇସାରିବା ପରେ କିଛି ସମୟ ବଜ୍ରାସାନାରେ ବସି ବିଶ୍ରାମ ନେବା ବେଳେ ମୁଣ୍ଡବାଳ କୁଣ୍ଡାଇଲେ ବେଶ୍ ଆରାମ ଲାଗେ ଏବଂ ବହୁତ ଉପକାର ହୁଏ । ମୁଣ୍ଡ କୁଣ୍ଡାଇବା ପାଇଁ ଅନେକ ପ୍ରକାର ପାନିଆ ଅଛି । ସେ ସମୟ ପ୍ରକାର ପାନିଆଁ ମଧ୍ୟରେ କାଠ ଓ ଶିଙ୍ଗର ପାନିଆଁ ସର୍ବୋକୃଷ୍ଟ ।

ସଂଧ୍ୟାକାଳୀନ ନିମ୍ନାଙ୍ଗ ସ୍ନାନ ବା ସିଜବାଥି

କୌଣସି କୁଣ୍ଡ ବା ଟବରେ ୪/୫ ଇଞ୍ଚ ଗଭୀରର ପାଣି ରାଖୀ ସ୍ନାନ ନିଆଯାଏ । ସାଧାରଣତଃ ଯେଉଁ ଉତ୍ତାପର ପାଣି ମିଳେ, ସେହି ଉତ୍ତାପର ପାଣି ବ୍ୟବହାର କରାଯାଏ । ବ୍ୟକ୍ତି ସବଳ ଥିଲେ ଅଧିକ ଶୀତଳ ଜଳ ବି ଉପରେ ଦେଇଥାଏ । କୁଣ୍ଡ ବା ଟବ୍ ରେ ପାଣି ରାଖୀ ତା’ ଭିତରେ ଚକାମାଲି ପକାଇ ବସିବା ପରେ ପରେ ଉଷ୍ମଭାବ ଆସିବା ପରେ ଟବରୁ ଉଠିବାକୁ ହୋଇଥାଏ । ଏହା ଫଳରେ ସମସ୍ତ ଶରୀର ହାଲୁକା ଓ ଆରାମ ଲାଗେ, ମଳଦ୍ଵାରର ମାଂସପେଶି ସବଳ ହୁଏ ଏବଂ ତଳିପେଟ ଓ ଅନ୍ତ୍ରର କିୟାରେ ଉନ୍ନତି ଘଟେ । ପୁରାତନ କୋଷ୍ଠବଦ୍ଧ ଓ ମୂତ୍ରାଶୟ ଦୋଷ ଦୂର କରିବା ପାଇଁ ଏହି ସ୍ନାନର ଆବଶ୍ୟକତା ଯଥେଷ୍ଟ ଅଛି ।

ପାଦସ୍ନାନ

କୌଣସି ଟବ୍ ରେ ଥଣ୍ଡାପାଣି ରଖିବାକୁ ହୁଏ ଯେପରି ରୋଗୀ ତା’ ଭିତରେ ପାଦ ବୁଡାଇଲେ ବା ଛିଡାହେଲେ ତା’ର ଗୋଡର ମାତ୍ର ବଳାଗଣ୍ଠି ପର୍ଯ୍ୟନ୍ତ ବଡିଥାଏ । ସେଥିରେ ଏକ ମିନିଟରୁଦୁଇ ମିନିଟ୍ ପର୍ଯ୍ୟନ୍ତ ସେପରି ଦୁଇଟିକୁ ବୁଡାଇ ଛିଡାହେବା ପରେ ପରେ ଦି ପାଦକୁ ପାଣିରୁ କାଢିଆଣି ଶୁଖୁଲା ଖଦଡିଆ ତଉଲିଆରେ ରୋଗୀ ନିଜେ ଓଦା ଅଙ୍ଗକୁ ପୋଛି ଶୁଖାଇବାକୁ ହୁଏ ।

କଟିସ୍ନାନ ବା ହିପ୍ ବାଥି

ଏହି ସ୍ନାନ ପାଇଁ ଗୋଟିଏ ପଥରର କିମ୍ବା ସିମେଣ୍ଟର କିମ୍ବା ଧାତୁର କୁଣ୍ଡଟିଏ ଆବଶ୍ୟକ  ଯେପରି କୁଣ୍ଡାବାହାରକୁ ଦି ଗୋଡ ରାଖୀ ସେଥିରେ ବସିଲେ ନାଭି ପର୍ଯ୍ୟନ୍ତ ଶରୀର ପାଣିରେ ବୁଡି ପାରେ ଏବଂ ପିଠି କୁଣ୍ଡର ପଛପଟକୁ ଆଉଜି ରହିପାରେ । ସେଥିଲାଗି କୁଣ୍ଡର ପଛପଟ ଆଗପଟ ଠାରୁ ଉଚ୍ଚ ହୋଇଥାଏ, ଯେପରି କୁଣ୍ଡାରେ ପଛକୁ ଆଉଜି ବସିବାବେଳେ ପର୍ଯ୍ୟନ୍ତ ପିଠି କୁଣ୍ଡକୁ ଲାଗିରହେ ।

କଟିସ୍ନାନର ଉପକାରିତା

ମସଲାମସଲି ପରିହାର କରି ପ୍ରାକୃତିକ ଖାଦ୍ୟ ଯଥା, ଫଳ ପନିପରିବା, ପାଚିଲା ଓ କଞ୍ଚା ସାଲାଡ୍ ଯଥେଷ୍ଟ ପରିମାଣରେ ଖାଇ, କଟିସ୍ନାନ କଲେ କୋଷ୍ଠବଦ୍ଧ ଓ ପୁରାତନ ଅଜୀର୍ଣ୍ଣ ଆଦି ପେଟର ଯାବତୀୟ ଗୋଳମାଳ ସହଜରେ ଦୂର ହୋଇଥାଏ । ଯଦି ପତଳା ଝାଡା ଓ ଆମାଶୟ ଆଦି ଗୋଳମାଳରେ ପେଟ ଗରମ ଲାଗେ  ତେବେ ଦିନ ଭିତରେ ଦୁଇତିନିଥର ଦୁର୍ବଳ ରୋଗୀ ଯେପରି କଟିସ୍ନାନ କରେ ସେପରି କଲେ, ଆରୋଗ୍ୟଲାଭ ହୁଏ । ଯଦି ଭଲଭାବରେ କ୍ଷୁଧା ହୁଏ ନାହିଁ ତେବେ ଦିନାକେତେ ଦିନଭିତରେ ଏଓଳି ସେଓଲି କଟିସ୍ନାନ କଲେ, କ୍ଷୁଧା ବୃଦ୍ଧି ପାଏ । କଟିସ୍ନାନ କରିବା ଫଳରେ ଅନ୍ତ୍ରରେ ମଳ ଆଉ ସଢିପାରେ ନାହିଁ । ତେଣୁ ଦୁର୍ବାୟୁ ମଧ୍ୟ ହୁଏ ନାହିଁ । କିଛି ଦିନ ଅଭ୍ୟାସ କରି କଟିସ୍ନାନ କଲାପରେ ସ୍ୱାସ୍ଥ୍ୟର ଅଭୁତ ପରିବର୍ତ୍ତନ ହୋଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିପାଏ ।

ଏହିସ୍ନାନ କରିବା ଫଳରେ ସ୍ନାୟୁଗୁଡିକ ସତେଜ ହୋଇଥାନ୍ତି । ତେଣୁ ସ୍ନାୟବିକ ରୋଗରେ ଏହା ବିଶେଷ ଉପକାର କରେ । ପକ୍ଷାଘାତ, ଗୁରୁରକ୍ତଚାପ, ବାନ୍ତିଦେଖାଇବା ବା ବାରମ୍ଭାର ଅମ୍ଳବାନ୍ତି ହେବା ଓ ମୁଣ୍ଡ ବୁଲା ଆଦି ବିଭିନ୍ନ ରୋଗରେ କଟିସ୍ନାନର ଫଳ ଅତୁଳନୀୟ ।

କେତେକଙ୍କର ମୁଣ୍ଡରୁ ବାଲ ଉପଡିଯାଇ ଚନ୍ଦା ହେବାକୁ ଲାଗେ । ପ୍ରତ୍ୟହ ସ୍ନାନ କରିବା ପୂର୍ବରୁ କଟିସ୍ନାନ କଲେ ଏ ବ୍ୟାଧି ଦୂର ହୋଇଥାଏ । କାମଳ ରୋଗରେ ଏହି କଟିସ୍ନାନ ବଡ ଉପକାର କରେ । ଏକଜିମା ରୋଗରେ କଟିସ୍ନାନ ମନ୍ତ୍ର ପରି କାମ କରେ । ଏକଜିମା ଏହି ସ୍ନାନ ନେବାରାତିରେ ପେଟରେ ମାଟିର ଗରମ ପଟି ଦେବା, ଖାଦ୍ୟ ସୁଧାରିବା ଏବଂ ଏକଜିମା ଉପରେ ମାଟି ବୋଳିବା ଫଳରେ ଆଶ୍ଚର୍ଯ୍ୟ ଭାବରେ ଆରୋଗ୍ୟଲାଭ କରେ ।

ଗର୍ଭପାତର  ଲକ୍ଷଣ ଦେଖାଦେବା ମାତ୍ରେ ଏହି କଟିସ୍ନାନ ( ଦୁର୍ବଳ ରୋଗୀ ପାଇଁ ଯାହା ପ୍ରଯୁଜ୍ୟ) ମାତ୍ର କୋଡିଏ ତିରିଶ ମିନିଟ୍ କାଳ ନେବା ଫଳରେ ଗର୍ଭପାତ ବନ୍ଦ ହୁଏ । କେତେକ ସ୍ତ୍ରୀ ଲୋକ ପ୍ରସବ ସମୟରେ ଅତ୍ୟନ୍ତ କଷ୍ଟ ପାନ୍ତି । ମାତ୍ର ପ୍ରସବର କେତେମାସ ପୂର୍ବରୁ ଏହି କଟିସ୍ନାନ ନିୟମିତ ଭାବରେ ନେଉ ଥିଲେ, ପ୍ରସବ ସମୟରେ କଷ୍ଟ ସେତେ ହୁଏ ନାହିଁ ଏବଂ ନିରାପଦରେ ପ୍ରସବକ୍ରିୟା ହୋଇଥାଏ । ପ୍ରସବର ଅବ୍ୟବହିତ ପରେ ଏହି କଟିସ୍ନାନ ଅତ୍ୟନ୍ତ ଉପକାରୀ । ପ୍ରସବ ଜନିତ ସମସ୍ତ କ୍ଲେଶ ତ ଦୂର ହୋଇଯାଏ, ପୁଣି ପ୍ରସବ ପ୍ରସୂତି ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଗୋଳମାଳରୁ ମୁକ୍ତ ହୋଇଥାଏ । ସ୍ତ୍ରୀମାନଙ୍କର ଜରାୟୁର ବହିର୍ଗମନ, ରକ୍ତସ୍ରାବ ଓ ପ୍ରଦର ଆଦି ବିଭିନ୍ନ ପ୍ରକାର ରୋଗରେ ଏହି କଟିସ୍ନାନ ମନ୍ତ୍ର ପରି କାମ ଦୁଏ ।

ମୂତ୍ରାଶୟ, ଅନ୍ତ୍ର ଓ ଜରାୟ ପ୍ରଭୁତିର ରୋଗରେ କିମ୍ବା ଅର୍ଶ ରୋଗରେ ଅତ୍ୟଧିକ ରକ୍ତସ୍ରାବ ଏହି କଟିସ୍ନାନ ଫଳରେ ବହୁତ କମିଯାଏ । ଏପରି ସ୍ନାନବେଳେ ପାଦ ଦୁଇଟି  ଗରମ ଜଳରେ ବୁଡି ରହିବା ଉଚିତ୍ । ଜନନେନ୍ଦ୍ରିୟର ଦୁର୍ବଳତା, ସିଫଲିସ ଗନୋରିୟାଦି ବ୍ୟାଧି ଓ ଶୁକ୍ରତାରଲ୍ୟ ରୋଗରେ ଏହି କଟିସ୍ନାନ ଉପକାରିତା ଅତୁଳନୀୟ । ଏହି କଟିସ୍ନାନ ଫଳରେ ଜୀବନୀଶକ୍ତି ଅସମ୍ଭବ ଭାବରେ ବୃଦ୍ଧି ପାଏ । ଫଳରେ କାନସର ଓ ଯକ୍ଷ୍ମା ପରି ରୋଗର କବଳରୁ ରୋଗ ଅତଧିକ ବଲେଇ ନଥିଲେ, ବ୍ୟକ୍ତି ମୁକ୍ତି ଲାଭ କରିପାରେ କେତେକ ପିଲା ରାତ୍ରରେ ଶେଯରେ ମୂତି ପକାନ୍ତି । ସେମାନେ ଅଳ୍ପ ସମୟ ପାଇଁ ଏହି ସ୍ନାନ ନେଲେ ଏହି ବ୍ୟାଧିରୁ ମୁକ୍ତ ହୋଇଥାନ୍ତି ।

ଏହି କଟିସ୍ନାନ ନିୟମିତ ଭାବରେ ନେବା ଫଳରେ ସ୍ନାୟୁଗୁଡିକ ଏପରି ଶକ୍ତିଶାଳୀ ହୋଇଥାନ୍ତି, ଯଦ୍ୱାରା ବ୍ୟକ୍ତିର ଧୌର୍ଯ୍ୟ, ବୃଦ୍ଧି ଓ ମସ୍ତିଷ୍କର ସମସ୍ତ ପ୍ରକାର କର୍ମକ୍ଷମତା ବୃଦ୍ଧି ପାଏ ଏବଂ ଏହାଦ୍ଵାରା ଅନିଦ୍ରା, ଚିଡ୍ ଚିଡା ଭାବ ହିଷ୍ଟିରିଆ, ସ୍ନାୟବିକ ଦୁର୍ବଳତା ଓ ଉନ୍ମାଦ ଆଦି ସମସ୍ତ ପ୍ରକାର ସ୍ନାନବିକ ରୋଗରେ ଅଶେଷ ଉପକାର ମିଳେ ।

କୋଷ୍ଠବଦ୍ଧ ଓ ଅଗ୍ନିମାନ୍ଦ୍ୟ ସମସ୍ତ ରୋଗର ମୂଳ କାରଣା ଯେହେତୁ କଟିସ୍ନାନ ଫଳରେ ଏହି ଦୁଇଟି ବ୍ୟାଧି ଦୂର ହୋଇଥାଏ, ତେଣୁ କଟିସ୍ନାନ ସମସ୍ତ ରୋଗର ଆରୋଗ୍ୟପନ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ବିଖ୍ୟାତ ପ୍ରାକୃତିକ ଚିକିତ୍ସକ ଲୁଇକୁନେ କହିଛନ୍ତି ଯେ କଟିସ୍ନାନ ଫଳରେ ଆରୋଗ୍ୟଲାଭ ହୋଇ ନପାରେ, ଏପରି କୌଣସି ରୋଗ ନାହିଁ । କୋଷ୍ଠ ପରିଷ୍କାର କରିବା ନିମନ୍ତେ କଟିସ୍ନାନ ଛଡା, ଭିଜା ପେଟପଟି ଡୁସ୍ ଆସନ ତଳିପେଟର ବ୍ୟାୟାମ, ଫଳ ଓ ପନିପରିବା ଆହାର ବି କରାଯାଏ ।

ଗରମ ଥଣ୍ଡା ହିପବାଥି (କଟିସ୍ନାନ)

ଶ୍ଵେତ ପ୍ରଦର, ପ୍ରଜନନ ଯନ୍ତ୍ରର ଯାବତୀୟ ଗୋଲମାଳରେ ଏହା ଫଳପ୍ରଦ ହୋଇଥାଏ । ଗରମ ପାଣିରେ ତିନି ମିନିଟ୍ ରୁ ଛ ମିନିଟ୍ ପର୍ଯ୍ୟନ୍ତ ହିପବାଥ୍ ନେବାର ଅବ୍ୟବହିତ ପାକରେ ଥଣ୍ଡା ପାଣିରେ ଦୁଇ କି ତିନି ମିନିଟ୍ ହିପବାଥ୍ ନିଆଯାଏ । ପ୍ରଥମେ ଗରମ ପାଣିରୁ ଆରମ୍ଭ କରି ଥଣ୍ଡା ପାଣିରେ ଶେଷ କରିବାକୁ ହୁଏ । ତିନିଥର ଗରମ ପାଣି ଓ ତିନିଥର ଥଣ୍ଡା ପାଣିରେ ସ୍ନାନ କରି ସ୍ନାନକୁ ଶେଷ କରିବାକୁ ହୁଏ ।

ସମସ୍ତ ଦେହର ଶୀତଳ ଘର୍ଷଣ

ସ୍ନାୟୁଗତ ରୋଗର ଚିକିତ୍ସା କରିବାବେଳେ ମେରୁଦଣ୍ଡ ଉପରେ ୨/୩ ଥର ପ୍ରାୟ ୫/୧୦ ମିନିଟ୍ ପାଇଁ  ଗରମ ଥଣ୍ଡା ପ୍ରୟୋଗର ଠିକ୍ ପରେ ପରେ ସମସ୍ତ ଦେହରେ ଶୀତଳଘର୍ଷଣ ପ୍ରୟୋଗ କଲେ ଅଧିକ ଫଳ ମିଳିଥାଏ । ଏହି ରୋଗରେ ଶୀତଳଘର୍ଷଣ ସହିତ ହିପବାଥ୍ ଓ ଅନ୍ୟାନ୍ୟ ସର୍ବଦୈହିକ ଚିକିତ୍ସା କରିବାକୁ ପଡେ । ସ୍ନାୟୁଗୁଡିକ ସୁସ୍ଥ ରହିଲେ ଦେହ ଓ ମନ ସୁସ୍ଥ ରହେ । ସେଥିଲାଗି ଶୀତଳ ଘର୍ଷଣ ପ୍ରାକୃତିକ ଚିକିତ୍ସାର ସମସ୍ତ ପଦ୍ଧତି ମଧ୍ୟରେ ସର୍ବଶ୍ରେଷ୍ଠ ।

ବରଫର ବ୍ୟବହାର

ରକ୍ତସ୍ରାବ ବାହାର କି ଭିତର ଯେକୌଣସି ସ୍ଥାନରୁ ହେଉ ପଛେ, ଅଧକପେ ଦୁବରସ ପିଆଇ ଆକ୍ରାନ୍ତ ସ୍ଥାନ ଉପରେ ବାହାରେ ଓଦାକନାର ପଟିଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ । ପେଟ, ଅନ୍ତ୍ର କିମ୍ବା ଛାତିରୁ ରକ୍ତ ପଡିଲେ ପ୍ରଥମେ ଗଣ୍ଡିର ଓଦାକନାପଟି ନେଇ ରୋଗୀକୁ କେବଳ ଲେମ୍ବୁ ପାଣି ପିଆଇ ଉପବାସରେ ରଖିବାକୁ ହୁଏ ଏବଂ ଦିନରେ ଦୁଇଥର ପ୍ରାୟ ଅଧ କପେ ଦୁବରସ ୧୦/୧୨ ଟୋପା ମହୁମିଶାଇ ଦିଆଗଲେ ରକ୍ତସ୍ରାବ ବନ୍ଦ ହୁଏ । ପ୍ରତି ଦୁଇ ଘଣ୍ଟାରେ ଗଣ୍ଡିପଟି ବଦଳାଇ ପୁଣି ଦିଆଯାଏ ଏବଂ ସମସ୍ତ ରାତ୍ରି ପାଇଁ ଦିଆଯାଏ । ଉଷୁମ ଲେମ୍ବୁ ପାଣିର ଏନିମା ନିଆଯାଏ ।

ଆଧାର

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

2.84615384615
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top