ହୋମ / ସ୍ଵାସ୍ଥ୍ୟ / ହୋମିଓପ୍ୟାଥି / ନ୍ୟାଚୁରୋପାଥି ବା ପ୍ରାକୃତିକ ଚିକିତ୍ସା
ସେଆର କରନ୍ତୁ

ନ୍ୟାଚୁରୋପାଥି ବା ପ୍ରାକୃତିକ ଚିକିତ୍ସା

ପ୍ରାକୃତିକ ଚିକିତ୍ସା ହେଉଛି ଏକ ପ୍ରକାର ଜୀବନଚର୍ଯ୍ୟା ।

ମୂଳାଧାରଣା

ପ୍ରାକୃତିକ ଚିକିତ୍ସା ହେଉଛି ଏକ ପ୍ରକାର ଜୀବନଚର୍ଯ୍ୟା । ବେଦ ଏବଂ ଅନ୍ୟାନ୍ୟ ପୁରାଣ ଗ୍ରନ୍ଥଗୁଡିକରେ ଏହାର ଉଲ୍ଲେଖ ରହିଛି । ଯେଉଁସବୁ ଧାରଣା ଓ ନିୟମ ଉପରେଏହି ପ୍ରାକୃତିକ ଚିକିତ୍ସା ପଦ୍ଧତି ଆଧାରିତ,ପୁରାତନ ଗ୍ରନ୍ଥମାନଙ୍କରେ ସେସବୁ ଉପସ୍ଥିତ ଯୋଗୁଁ ପୁରାତନ ଭାରତବର୍ଷରେ ଏହି ପ୍ରାକୃତିକ ଚିକିତ୍ସା ପଦ୍ଧତିର ବହୁଳ ଉପଯୋଗ ହୋଇ ଆସୁଥିବାର ଅନୁମାନ କରାଯାଏ ।

ଯେଉଁ ତିନିଟି ନିୟମ ଉପରେ ପ୍ରାକୃତିକ ଚିକିତ୍ସା ପର୍ଯ୍ୟବସିତ, ସେଗୁଡିକ ହେଉଛି

  1. ରୋଗ କରାଉଥିବା ଉପଦାନଗୁଡିକ ଶରୀରରେ ଜମାହେବା ।
  2. ରକ୍ତ ଏବଂ ଇସିକାର ଉପାଦାନରେ ଅସନ୍ତୁଳନ ।
  3. ଜୀବନ ଶକ୍ତି ଦୁର୍ବଳହେବା ।

ପ୍ରାକୃତିକ ଚିକିତ୍ସାର ମତ ଏହି ଯେ, ଶରୀରରେ ରୋଗକାରକ ପଦାର୍ଥଗୁଡିକକମାହେଉଥିବା ହେତୁ ମଣିଷ ରୋଗରେ ପଡିଥାଏ ଏବଂ ସେହ ପଦାର୍ଥଗୁଡିକ ଯଦି ଶରୀରରୁ ବାହାରିଯିବା ଲାଗି ବ୍ୟବସ୍ଥା କରାଯାଏ, ତେବେ ରୋଗ ଭଲ ହୋଇଯାଏ । ମନୁଷ୍ୟ ଶରୀରରେ ଆପେ ଆପେ ଠିକ୍ ହେବାର ଗଠନମୂଳକ ଶକ୍ତି ଅନ୍ତର୍ନିହିତ ଭାବେ ରହିଛି ବୋଲି ପ୍ରାକୃତିକ ଚିକିତ୍ସା ପଦ୍ଧତିର ବିଶ୍ଵାସ । ଅନ୍ୟ ଚିକିତ୍ସା ପଦ୍ଧତିଗୁଡିକ ଠାରୁ ଭିନ୍ନ, ଏହି ପଦ୍ଧତିରେ ଗୋଟିଏ ରୋଗର ନିର୍ଦ୍ଧିଷ୍ଟ କୌଣସି କାରଣ ବା ନିର୍ଦ୍ଧିଷ୍ଟ ଚିକିତ୍ସା ଉପରେ ବିଶ୍ଵାସ କରାଯାଇନଥାଏ, ବରଂ ଏହି ପଦ୍ଧତି ସାମଗ୍ରୀକତା ଉପରେ ଆଧାରିତ ଜଣେ ଲୋକର ଜୀବନଚର୍ଯ୍ୟା, ଚିନ୍ତାଧାରା, କାର୍ଯ୍ୟପ୍ରଣାଳୀ, ନିଦ୍ରା ଯୌନଜୀବନ, ଅବସର ଇତ୍ୟାଦିରେ ସାମଗ୍ରିକ ଭାବେ ଥିବା ତ୍ରୁଟି ଏବଂ ଅନିୟମିତତା ହେତୁ ରୋଗ ହୋଇଥାଏ । ଶରୀରର ସାଧାରଣ କାର୍ଯ୍ୟପ୍ରଣାଳୀକୁ ପାରିପାର୍ଶ୍ଵକ ଉପାଦାନମାନଙ୍କରେ ଥିବା କ୍ଷତିକାରକ ତତ୍ତ୍ଵଗୁଡିକ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି ଓ ଦୁର୍ବଳ, ବିଷାକ୍ତ ତଥା ରୋଗଗ୍ରସ୍ତ କରାଇଥାନ୍ତି ।

ଚିକିତ୍ସା ଲାଗି ଏହି ପଦ୍ଧତି ପ୍ରଥମେ ଅସୁସ୍ଥତାର ସମସ୍ତ କାରଣ ଗୁଡିକ ଦୂର କରିବା ଏବଂ ତାପରେ ଶରୀରକୁ ଆପେ ଆପେ ଠିକ୍ ହେବା ଲାଗି ଛାଡିଦେବା ଉପରେ ଗୁରୁତ୍ଵ ଦେଇଥାଏ । ସଠିକ ପ୍ରକୃତିକ ଉପାୟମାନ ଅବଲମ୍ବନ କରି ଓ ପ୍ରକୃତିକ ଶକ୍ତିଗୁଡିକୁ ନିରାପଦ ପରିସର ମଧ୍ୟରେ ନିୟନ୍ତ୍ରଣ କରି ପ୍ରାକୃତିକ ଚିକିତ୍ସା ରୋଗମୁକ୍ତିରେ ସାହାଯ୍ୟ କରିଥାନ୍ତି । ପ୍ରାକୃତିକ ଚିକିତ୍ସାର ପାଞ୍ଚଟି ମୁଖ୍ୟ ଆୟୁଧ ହେଲା ବାୟୁ, ଜଳ ଉତ୍ତାପ, ମାଟି ଏବଂ ଉପବାସ । ଏହା ଛଡା ପ୍ରାକୃତିକ ସାତ୍ତ୍ଵିକ ଖାଦ୍ୟ ଯୋଗ, ଧ୍ୟାନ ଓ ପ୍ରାର୍ଥନା ସୁସ୍ଥତାର ଚାବିକାଠି ।

ନିଯମାବଳୀ

  1. ଜଣେ ବ୍ୟକ୍ତିଙ୍କର ସମସ୍ତରୋଗ, ସେଗୁଡିକର କାରଣ ଏବଂ ଚିକିତ୍ସା ଏକକ ବା ସମଗ୍ରରୂପେ ବିଚାର କରାଯାଏ ।
  2. ରୋଗର ମୂଳ କାରଣ ଜୀବାଣୁ ନୁହେଁ । ଶରୀରରେ ରୋଗକାରକ ତତ୍ତ୍ଵମାନ ଜମା ହେବାରୁ ଯେତେବେଳେ ଜୀବାଣୁମାନଙ୍କର ବଂଶବୃଦ୍ଧି ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୁଏ, ଜୀବାଣୁ ମାନେ ବଢି ଚାଲନ୍ତି ।
  3. ତରୁଣ ବା ନୂତନ ରୋଗଗୁଡିକ ଆମର ଶତ୍ରୁ ନୁହନ୍ତି – ବରଂ ମିତ୍ର । ତରୁଣ ରୋଗଗୁଡିକର ତ୍ରୁଟିପୂର୍ଣ୍ଣ ଚିକିତ୍ସା ବା ସେଗୁଡିକୁ ଚପାଇ ଦେବା ଦ୍ଵାରା ପୁରାତନ ରୋଗ ଜନ୍ମ ନେଇଥାଏ ଓ ଜଟିଳ ହୋଇଥାଏ ।
  4. ପ୍ରକୃତ ହେଉଛି ସବୁଠୁ ବଡ ଚିକିତ୍ସକ । ନିଜକୁ ରୋଗରୁ ରକ୍ଷାକରିବାର ଶକ୍ତି ଏବଂ ଅସୁସ୍ଥଥିଲେ, ସ୍ୱାସ୍ଥ୍ୟ ଫେରିପାଇବାର ଶକ୍ତି ମନୁଷ୍ୟ ଶରୀରର ରହିଛି ।
  5. ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ରୋଗ ନୁହେଁ, ରୋଗୀକୁ ଚିକିତ୍ସା କରାଯାଏ ।
  6. ଏହି ପଦ୍ଧତିରେ ନିଦାନ ଅତ୍ୟନ୍ତ ସରଲ । ନିଦାନ ଲାଗି ଦୀର୍ଘକାଳ ଅପେକ୍ଷାକରି ଚିକିତ୍ସାରେ ବିଲମ୍ଭ କରାଯିବା ଦରକାର ନାହିଁ ।
  7. ଏହି ପଦ୍ଧତିରେ ପୁରାତନ ରୋଗ ଭୋଗୁଥିବା ରୋଗୀମାନଙ୍କ ମଧ୍ୟ ସଫଳ ଭାବେ ଚିକିତ୍ସା କରାଯାଇ ଅପେକ୍ଷାକୃତ କମ୍ ସମୟ ମଧ୍ୟରେ ରୋଗମୁକ୍ତ କରାଯାଇପାରେ ।
  8. ଚାପିଯାଇଥିବା ବା ଚପାଇଦିଆଯାଇଥିବା ରୋଗଗୁଡିକୁ ମଧ୍ୟ ଏହି ପଦ୍ଧତିରେ ଭଲ କରାଯାଇଥାଏ ।
  9. ପ୍ରାକୃତିକ ଚିକିତ୍ସାବ ରୋଗୀର ଶାରୀରିକ, ମାନସିକ ସାମାଜିକ ଏବଂ ଆତ୍ମିକ ଏହି ଚାରିଦିଗର ଏକ ସମୟରେ ଉପଚାର କରିଥାଏ ।

10. ଶରୀରର ପ୍ରତ୍ୟେକ ଅଙ୍ଗକୁ ଅଲଗା ଚିକିତ୍ସା ନକରି ଏହି ପଦ୍ଧତିରେ ସମଗ୍ର ଶରୀରକୁ ଏକକ ଭାବେ ଚିକିତ୍ସା କରାଯାଏ ।

11. ପ୍ରାତ୍ରୁଟିକ ଚିକିତ୍ସା ପଦ୍ଧତିରେ ଔଷଧର ବ୍ୟବହାର ନାହିଁ । ଏହି ପଦ୍ଧତିୟରେ ଖାଦ୍ୟ ହିଁ ଔଷଧ ।

12. ମହାତ୍ମାଗାନ୍ଧୀଙ୍କ ମତରେ' ରାମ ନାମ ହେଉଛି ସବୁଠୁ ଭଲ ପ୍ରାକୃତିକ ଚିକିତ୍ସା ଅର୍ଥାତ୍ ନିଜର ଆଧ୍ୟାତ୍ମିକ ବିଶ୍ଵାସ ଅନୁଯାୟୀ ପାର୍ଥନା କରିବା ଏହି ଚିକିତ୍ସାର ଏକ ଗୁରୁତ୍ଵପୂର୍ଣ୍ଣ' ଅଂଶ ।

ସଂକ୍ଷେପରେ କହିବାକୁ ଗଲେ, ପ୍ରକୃତିକ ଗଠନ ମୂଳକ ନିୟମ ସମ୍ମତ ଚିକିତ୍ସା । ଏହି ପଦ୍ଧତି ପ୍ରକୃତି କୋଳକୁ ଫେରିଯିବା ଲାଗି ଏକ ଆହ୍ଵାନ ଏବଂ ନିଜ ସହିତ ସାମାଜ ସହିତ ତଥା ପରିବେଶ ସହିତ ସମନ୍ଵୟ ରକ୍ଷାକରି ସରଲ ଜୀବନ ଜାପାନ କରିବା ଉପରେ ଗୁରୁତ୍ଵ ଦେଇଥାଏ । ଶରୀରର ନିଜସ୍ୱ ସ୍ୱାସ୍ଥ୍ୟ ପରିପାଇବାର ଶକ୍ତିକୁ ମାଟି, ପାଣି ପବନ ଅଗ୍ନି ଏବଂ ଆକାଶ ଭଳି ପଞ୍ଚ ମହାଭୁତ ସାହାୟଟାରେ ଉଜ୍ଜୀବିତ କରି ଆରୋଗ୍ୟ ପ୍ରାପ୍ତ କରାଇବା ପ୍ରକୃତିକ ଚିକିତ୍ସାର ମୂଳ ସୂତ୍ର। ଯଦିଓ ମୂଳ ପ୍ରାକୃତିକ ଚିକିତ୍ସା ପଞ୍ଚ ମହାଭୁତ ଉପରେ ପର୍ଯ୍ୟବସିତ ବର୍ତ୍ତମାନ ମାଲିସ୍ ବୈଦୁତିକ ଚିକିତ୍ସା ଫିଜିଓଥେରାପି ଆକ୍ୟୁପଙ୍କଚର ଓ ଆକ୍ୟୁପ୍ରେସର, ଚୁମ୍ବକୀୟ ଚିକିତ୍ସା ପ୍ରଭୁତି ଔଷଧ ବିହୀନ ଚିକିତ୍ସା ଗୁଡିକପ୍ରାକୃତିକ ଚିକିତ୍ସା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉଛି । ତେବେ ଏହି ଚିକିତ୍ସା ପଦ୍ଧତିରେ ରୋଗୀର ଖାଦ୍ୟ ବା ପଥ୍ୟର ଭୂମିକା ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ।

ଇତିହାସ

ପ୍ରାକୃତିକ ଚିକିତ୍ସା ଜାମାନୀ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରଥମେ ଜଳଚିକିତ୍ସାରୁ ଆରମ୍ଭ ହୋଇଥିଲା । ଜଳ ଚିକିତ୍ସାକୁ ବିଶ୍ଵ ବିଖ୍ୟାତ କରାଇଥିଲେ ଭିନ୍ନସେଣ୍ଟ ପ୍ରେସନିଜ୍ । ୧୮୯୫ ମାସିହାରେ ଡା. ଜନ୍ ସ୍କିଲ୍ ପ୍ରାକୃତିକ ଚିକିତ୍ସା ବା' ନାଚୁରୋପାଥି' ନାମକରଣ କରିଥିଲେ । ଡା. ବେନେଡିକଟ ଲଷ୍ଟ ପାଶ୍ଚାତ୍ୟ ଦେଶଗୁଡ଼ିରେ ଏହି ପଦ୍ଧତିର ପ୍ରଚାର ଓ ପ୍ରାସର କରାଇଥିଲେ । କ୍ରମେ ବିଭିନ୍ନ ଦେଶର ଚିକିତ୍ସକମାନେ ଏହାର ପ୍ରୟୋଗ କରିବା ସହ ଏଥିରେ କିଛି କିଛି ଉପଚାର ଯୋଗ କରିଥିଲେ ଓ ଏହି ଚିକିତ୍ସାପଦ୍ଧତିର ଭନ୍ନତି ବିଧାନ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଚିକିତ୍ସା ପଦ୍ଧତିରେ ଆଗ୍ରହୀ ହେବା ପରେ ପ୍ରାକୃତିକ ଚିକିତ୍ସା ଆମ ଦେଶରେ ପ୍ରସାର ଲାଭ କରିଥିଲା । ମାହାରାଷ୍ଟ୍ରପ୍ରଦେଶର ପୁଣେ ଜିଲ୍ଲାର ଉରୁଲି କଞ୍ଚନ ଠାରେ ଗାନ୍ଧୀଜୀ ଗୋଟିଏ ପ୍ରକୃତିକ ଚିକିତ୍ସା ହାସପାତାଳ ମଧ୍ୟ ସ୍ଥାପନ କରିଥିଲେ ଏବଂ ହାସପାତାଳଟି ଏବେ ମଧ୍ୟ ସକ୍ରିୟ ରହିଛି ।

ପୃଷ୍ଠଭୂମି

ଭାରତ ସରକାର ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି ଉପରେ ଗବେଷଣା ତଥା ଉନ୍ନତିବିଧାନର ଗୁରୁତ୍ଵ ଉପଲବ୍ଧି କରି ୧୯୬୯ ମସିହାରେ ପ୍ରତିଷ୍ଠା କରିଥିଲେ ‘ ଭାରତୀୟ ଚିକିତ୍ସା ଏବଂ ହୋମିଓପାଥି ପାଇଁ କେନ୍ଦ୍ରୀୟ ଗବେଷଣା ପରିଷଦ । ଏହି ପରିଷଦ ୧୯୭୮ ମସିହା ପର୍ଜ୍କ୍ୟାନ୍ତ ରହିଥିଲା ଏବଂ ଉକ୍ତ ସମୟ ସୀମା ମଧ୍ୟରେପ୍ରାକୃତିକ ଚିକିତ୍ସାର ଉନ୍ନତିବିଧାନ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସିଧାସଳଖ ଦାୟିତ୍ଵରେ ଥିଲା । ୧୯୭୮ ମସିହା ମାର୍ଚ୍ଚ ମାସରେ ଏହି ପରିଷଦକୁ ଭାଙ୍ଗିଦିଆଯାଇ  ଚାରିଟି ସ୍ଵତନ୍ତ୍ର ଗବେଷଣା ପରିଷଦ ଗଠନ କରଯାଇଥିଲା । ସେଗୁଡିକ ହେଲା: ଆୟୁର୍ବେଦ ଓ ସିଦ୍ଧ ପାଇଁ, ୟୁନାନୀ ପାଇଁ ହୋମିଓପାଥି ପାଇଁ ଏବଂ ଯୋଗ ଓ ନାଚୁରୋପାଥି ( ପ୍ରାକୃତିକ ଚିକିତ୍ସା ) ପାଇଁ ଗବେଷଣା ପରିଷଦ । ଏଣୁ ନିଜ ନିଜର ମୌଳିକ ନିୟମ ତଥା ତତ୍ତ୍ଵ ଅନୁଯାୟୀ ଯୋଗ  ଓ ପ୍ରାକୃତିକ ଚିକିତ୍ସାର ସର୍ବାଙ୍ଗୀନ ବିକାଶ ଓ ପ୍ରସାର ପାଇଁ ୧୯୭୮ ମସିହାଠାରେ ପଥ ପ୍ରଶସ୍ତ ହୋଇଛି । ପ୍ରାକୃତିକ ଚିକିତ୍ସାରେ ସର୍ବରୋଗହର ଭାବରେ କେତେକ ବ୍ୟବସ୍ଥା ରହିଛି, ଯାହାକି ସମସ୍ତ ଦେହକୁ ରୋଗମୁକ୍ତ ତଥା ସୁସ୍ଥ ରଖିବାରେ ମୁଖ୍ୟ ରୂପେ ସହାୟକ ହୋଇଥାଏ । ସମସ୍ତ ରୋଗରେ ପ୍ରଯୁଜ୍ୟ ଅତି ଆବଶ୍ୟକ ଉପଯାମାନଙ୍କ ମଧ୍ୟରେ ପ୍ରଥମେ କେତେକ ସହଜ କ୍ରିୟା ମାତ୍ର କଲେ ବ୍ୟକ୍ତି ରୋଗମୁକ୍ତ ହୋଇପାରେ । ଆବଶ୍ୟକ ସ୍ଥଳରେ ଅଧିକ ସମୟ ସାପେଷ ଏବଂ ଅଧିକ ଲୋକଙ୍କ ସାହାଯ୍ୟ ସାପେକ୍ଷ ଉପାୟଗୁଡିକ କରିବାକୁ ହୁଏ । ଧୈର୍ଯ୍ୟର ସହ ପ୍ରାକୃତିକ ଚିକିତ୍ସା ଦ୍ଵାରା ପ୍ରାୟ ସମସ୍ତ ରୋଗ ଆରୋଗ୍ୟ ହୋଇପାରେ । ଏହା ବ୍ୟତୀତ ଯାହା ସବୁ କଲେ ଆମ ସ୍ୱାସ୍ଥ୍ୟ ଉନ୍ନତିହୁଏ ଏବଂ ନିରୋଗ ତଥା ଦୀର୍ଘଜୀବି ହେବାରେ ସାହାଯ୍ୟମିଳେ, ସେସବୁ ମଧ୍ୟ ପାକୃତିକ ଚିକିତ୍ସାରେ ନିର୍ଦ୍ଦେଶିତ ହୋଇଛି ଡାକ୍ତର, ଔଷଧ ଇଂଜେକସନ୍ ଓ ଅସ୍ତ୍ରୋପଚାର ପଛରେ ନଧାଇଁ କେବଳ ସାମାନ୍ୟ କେତେକ ଉପକରଣ ସାହାଯ୍ୟରେ ପ୍ରାକୃତିକ ଚିକିତ୍ସା ଦ୍ଵାରା ନିଜର ପରିବାରର ତଥା ସମାଜରେ ଅନ୍ୟମାନଙ୍କର ସକଳ ପ୍ରକାର ବ୍ୟାଧରୁ ମୁକ୍ତିଲାଭ କରିବା ବୁଦ୍ଧିମତ୍ତାର ପରିଚୟ ।

ଆଧାର

OVHA

2.96153846154
ମନୋଜ କୁମାର Nov 09, 2018 02:20 PM

ଔଷଧ ଇଂଜେକସନ୍ ଓ ଅସ୍ତ୍ରୋପଚାର ପଛରେ ନଧାଇଁ କେବଳ ସାମାନ୍ୟ କେତେକ ଉପକରଣ ସାହାଯ୍ୟରେ ପ୍ରାକୃତିକ ଚିକିତ୍ସା ଦ୍ଵାରା ନିଜର ପରିବାରର ତଥା ସମାଜରେ ଅନ୍ୟମାନଙ୍କର ସକଳ ପ୍ରକାର ବ୍ୟାଧରୁ ମୁକ୍ତିଲାଭ କରିବା ବୁଦ୍ଧିମତ୍ତାର ପରିଚୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top