অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଖିଧରା ପାଇଁ ହୋମିଓପ୍ୟାଥି ଚିକିତ୍ସା

ଆଖିଧରା ପାଇଁ ହୋମିଓପ୍ୟାଥି ଚିକିତ୍ସା

ଆଖିଧରା ର କାରଣ

ଜୀବାଣୁ, ଭୂତାଣୁ, ଆଲେର୍ଜି  ବା  ଅନ୍ୟ  ଯେକୌଣସି  କଟୁ  ପଦାର୍ଥ  ଆଖିରେ  ପଡି  ବା  ଅନ୍ୟକିଛି   ଆଘାତରୁ   ଆଖି  ଲାଲ  ପଡୁ  ବା  ଧରୁ, ତାହାକୁ   ଭିତ୍ତିକରି  ହୋମିଓପାଥିରେ  ଔଷଧ  ବ୍ୟବସ୍ଥା  କରିବା  ସୁବିଧା  ଜନକ  ନୁହେଁ  । ଯେପରି, ଧରାଯାଉ   ଆଘାତଲାଗିଛି ; ଏକୋନାଇଟ, ଆର୍ଣ୍ଣିକା  ବା  ଯୁଫ୍ରେସିଆ  ଏହି  ତିନୋଟିଯାକ   ଔଷଧ  ବ୍ୟବହାର  କରାଯାଇ  ପାରେ, ଏପରି  କି  ରୁଟା  ମଧ୍ୟ, କିନ୍ତୁ  କେଉଁ  କ୍ଷେତ୍ରରେ   ?

ଲକ୍ଷଣ

ପ୍ରଥମାବସ୍ଥାରେ  ଆଖି  ଲାଲ  ପଡିଗଲା, ଗରମ  ହୁଳା  ବାହାରିଲା, ଖୁବ୍  ଜୋରରେ   ଖୁଞ୍ଚି  ଖୁଞ୍ଚି  ହେଲା, ତାହା  ହେଲେ  ଏକୋନାଇଟ   ଲାଗିବ   । କିନ୍ତୁ,  ଦେଖିଲେ  କଳାଶୀରା  ପଡି  ଯାଇଛି, ଦରଜ  ଯେ  ନାହିଁ  ନ  ଥିବା, ତେବେ  ଆର୍ଣ୍ଣିକା  ଲାଗିବ   । ମାତ୍ର  ଏ  ସବୁ  କିଛି  ନାହିଁ  ଖାଲି  ଆଖି  ପୋଡୁଛି  । ଆଖିରୁ  ତତଲା  ଲୁହ  ବୋହୁଛି   ଏବଂ  କଲା  ଡୋଳାରେ  ଧଳା  ଦାଗ  ଦେଖାଯାଉଛି   । ତାହାହେଲେ  ଯୁଫ୍ରେସିଆ  ଛଡା  ଆଉ  କିଛି  ନୁହେଁ  । ଆଖିରେ   ମାଡହୋଇ  ଆଖି  ଚାରିପଟେ   ଦରଜ,  ଜମାରୁ  ଚାହିଁ  ହେଉନି, ଚାହିଁଲେ   ଆଖିରେ  କଷ୍ଟ  ବଢୁଛି,  ତେବେ  ରୁଟା  ।

ଆଖିଧରା ପାଇଁ ଔଷଧ

ଧରନ୍ତୁ  ଆଖିରେ  ପୋକ  ପଡିଗଲା  କି  ଧୂଳିକଣା  କିଛି  ପଡିଗଲା, ଆଖିରେ  ଯେତେ  ପାଣି  ଛାଟିଲେ  ମଧ୍ୟ  ଗଲା  ନାହିଁ , ଉପରପତା  ଓ  ଆଖିଡୋଳା  ମଝିରେ  ରହି  ଗଲାଭଳି  ଲାଗୁଛି  । ତାହାହେଲେ  କୋକ୍କସକାକଟି  ଖାଇ  ଦେଖନ୍ତୁନା  । କଥାରେ  ଅଛି  ଖାଲି  ଆଖିରେ  ମଟର  ସାଇକେଲ  ଚଢି  ଯଦି  ସନ୍ଧ୍ୟାବେଳେ  ଗୋଧୂଳି  ଲଗ୍ନରେ  ଯାଉଛ,  ତେବେ  ପକେଟରେ  ଏହି  ଔଷଧରୁ  ଗୋଟିଏ  ଶିଶି  ପକାଇଥାଅ  କର୍ମରେ  ଆସିବ   ।

ସେହିପରି  ଭୂତାଣୁ  ଜନିତ   ହେଉ  ଅବା  ଜୀବାଣୁ   ହେତୁ  ହେଉ, ଆଖିଫୁଲି   ଗେଣ୍ଡାପରି   ହୋଇଯାଇଛି, ଆଖିରୁ  ଲୁହ  ବୋହୁଛି, ଆକ୍ଷିପତା  ଫୁଲିଯାଇ   ଥଳିଭଳି   ଓହଳି  ପଡିଛି  । ଏପିସମେଲ   ତୁରନ୍ତ  ଉପଶମ  ଦେବ   । ନାହିଁତ  ଯଦି  ବଡ  ଜୋରରେ   ଲାଲପଡି   ଲେଞ୍ଜରା  ବୋହି  ଆଖି  ଯୋଡି  ହୋଇ  ଯାଉଛି, ଆର୍ଜେଣ୍ଟମ  ନାଇଟ୍ରିକମ  କଥା  ଚିନ୍ତା  କରିବେ  । ଏଥିରେ  ଏ  ରୋଗୀ  ଯେତେବେଳେ  ଶୁଅନ୍ତୁନା   କାହିଁକି  ଉଠିଲା  ବେଳକୁ   ଆଖିପତା  ଖାଲି  ଚଟଚଟ  ଲାଗୁଛି, ସତେ  ଯେପରି   ଆଖି  ଲେଞ୍ଜରାରେ  ଭର୍ତ୍ତିହୋଇ  ରହିଛି   ତେବେ, ରେଡିୟାମବ୍ରୋମ   ବେଶ୍ କାର୍ଯ୍ୟକାରୀ  ହେବ   । ପଲସେଟିଲା  ତ ଏକ  ସାଧାରଣ  ଔଷଧ   ଆଖି  ଧରାକୁ, ଏଥିରେ  ମଧ୍ୟ  ଆଖିରେ   ଲେଞ୍ଜରା  ମେଞ୍ଚା  ମେଞ୍ଚା  ହୋଇ  ବୋହିବ, ଶୋଷ  ନ  ଥିବ,  ଯଦିଓ  ପାଟି  ଅଠା  ଅଠା  ହୋଇ  ଯାଉଥିବ   । ନାକରୁ  ପାଚିଲା  ସିଙ୍ଘାଣି   ବୋହୁଥିବ । ଥଣ୍ଡା  ଶର୍ଦ୍ଦିଧରି   ଜରଜରୁଆ  ଲାଗିବା  ସହିତ ; ଦେହ  ଘୋଳି  ବିନ୍ଧି  ହୋଇ  ଆଖି  ଧରିଥିଲେ  ରସଟକ୍ସ  ବ୍ୟବହାର  କରନ୍ତୁ  । ଏହା  ଛଡା  ପଦ୍ମାମଧୁ   ବା  ଗୋଲାପଜଳ  ଆଖିରେ   ପକାଇବା  ଅପେକ୍ଷା  ଯୁଫ୍ରେସିଆ  ଦଶବୁନ୍ଦା  ଏକ  କପ୍ ସିଝା  ଥଣ୍ଡା  ପାଣିରେ  ପକାଇ  ଆଖି  ଧୋଇଲେ  ବା  ଆଖିରେ  ପକାଇଲେ  ବେଶି  ଭଲ  ଫଳ  ଦେବ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

 

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate