অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଷ୍ଠବଦ୍ଧ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଏଲୁମିନା – ୨୦୦

ଦିନ  ଦିନ  ଧରି  ଝାଡା  ହେଉ  ନାହିଁ   । କୁନ୍ଥା  କୁନ୍ଥି  କଲେ  ବଡ  ଜୋରରେ  ସାମାନ୍ୟ  ନରମା, କାଦୁଆ  କାଦୁଆ  ଝାଡା  । ଯେତେ  ଖାଇଲେ  ସେସବୁ  କୁଆଡେ  ଯାଉଛି, ତାଜ୍ଜୁବ ହେବାକୁ  ହୁଏ  । ସେଥିପାଇଁ  ଦେହରେ   ଲାଗୁନି  ବୋଲି  କମ୍ପ୍ଲେନ  । ଏଲୁମିନା – ୨୦୦  ରୁ  ପ୍ରତିଦିନ   ପାନେକରି  କିଛି  ଦିନ  ଦିଅନ୍ତୁ  । ବେଶ୍  ଫଳପ୍ରଦ  ହେବ  ।

ବ୍ରାୟୋନିଆ  ୧୦୦୦ ଶକ୍ତି ଓ ସଲଫର – ୧୦୦୦ ଶକ୍ତି

ସ୍ତ୍ରୀଲୋକମାନଙ୍କର  ଗର୍ଭାବସ୍ଥାରେ,  ହେଉଥିବା  ଏଭଳି  କୋଷ୍ଠବଦ୍ଧତାରେ   ମଧ୍ୟ  ଏହା  ଖୁବ୍  ଉପକାରୀ  ।  କେତେକ  କ୍ଷେତ୍ରରେ  ଦେଖିବେ  ଝାଡା  ଖୁବ୍  ଶୁଖିଲା, ପୋଡା  ମାଟିର  ଲଣ୍ଡଭଳି ; ଯେତେ  ପାଣି  ପିଇଲେ  ମଧ୍ୟ  ନରମ  ଧରୁନି   । ଝାଡା  ଫେରିବା  ନା ଶୁଣିଲେ  ହିଁ  ପିଲା  କାନ୍ଦିଲା   । ବ୍ରାୟୋନିଆ  ୧୦୦୦ ଶକ୍ତିର  ୨-୩ ଦିନ  ଦେଇ, ଟା’ପରକୁ  ସଲଫର – ୧୦୦୦ ଶକ୍ତିର  ପାନେ  ଦେଇ  ଅପେକ୍ଷା  କରନ୍ତୁତ  ଦେଖି  କ’ଣ  ହେଉଛି   । ସାତଦିନ  ଭିତରେ  ଖବର  ପାଇବେ  ସବୁ  ଭଲ    । ଆଉ  ଏକ  କ୍ଷେତ୍ରରେ  ଠିକ୍  କଠିନ  ଝାଡା   । ଝାଡା  ଫେରିବା  ମାତ୍ରେ  ମଳଦ୍ଵାର  ଫାଟି  ରକ୍ତ  ପଡିବ  ହିଁ  ପଡିବ   । ପତଳା  ଧରଣର  ରୋଗୀ  ଲୁଣିଆ  ଖାଦ୍ୟ  ବା  ଲୁଣ  ଅଧିକ  ଖାଇବାରେ  ଆଗ୍ରହ   ।

ନେଟ୍ରାମମ୍ୟୁର – ୧୦୦୦ ଶକ୍ତି ଓ କେଲିକାର୍ବ – ୨୦୦ ବା  ୧୦୦୦

ଅଳ୍ପକେ  ଶର୍ଦ୍ଦି  ଛିଙ୍କ  ନେଟ୍ରାମମ୍ୟୁର – ୧୦୦୦ ଶକ୍ତି  ଦୁଇ  ଚାରିଦିନ  ଦେବା  ଦରକାର   । ନାଇଁ ତ, ମୋଟା  ସୋଟା  ଲୋକ, ବାୟୁର  ପ୍ରକୋପ  ଅଧିକ, ମିଠା  ଖାଇବାର  ଇଚ୍ଛା, ତାହାହେଲେ   କେଲିକାର୍ବ – ୨୦୦ ବା  ୧୦୦୦, ଦେବାକୁ  ହେବ, ରେଜଲ୍ଟ  ଆପେ  ଆପେ  ଆସିବ, ଚିନ୍ତାର  କାରଣ   ନାହିଁ  । ଝାଡା  କିନ୍ତୁ  ଗୁଳିଗୁଳି  , ଛେଳିଲଣ୍ଡି  ବଳି  କହିଲେ  ଅତ୍ୟୁକ୍ତି   ହେବନାହିଁ   ।

ଗ୍ରାଫାଇଟସ୍

ଗୁଳିଗୁଡିକ  ବାନ୍ଧିକରି  ରହିଛି  ନାଳ  ଗୁଡେଇ  ହୋଇ, ଅଥଚ  ରକ୍ତ  ପଡୁନାହିଁ, ରୋଗୀଟି  ବେଶ୍  ମୋଟା ସୋଟା  । ତାହାହେଲେ  ଚିନ୍ତା  କ’ଣ  ପାଇଁ   ? ଗ୍ରାଫାଇଟସ୍ ଦିଅନ୍ତୁନା   । ଏହା  ସହିତ  ଚର୍ମରୋଗ  ଥିଲେ  ତ  କଥା  ନାହିଁ  । ପୁରୁଣା  ମୁଣ୍ଡବ୍ୟଥା  ସହିତ   ଝାଡା   ଝାଡା  କବଜ  ଲାଗିରହିଥିବ, ଯେତେ   ଜୋଲାପ  ଖାଇଲେ  ମଧ୍ୟ  ବେକାର, ବ୍ରାୟୋନିଆ  ରେ  କହିଲା  ଭଳି  କଷ୍ଟକର  ଓ  କଠିନ  ଝାଡା, ରୋଗୀର   ବାୟୁ  ଦୋଷ  ମଧ୍ୟ  ରହିଛି  ତେବେ  ଲାଇକୋପୋଡିୟମ  ହିଁ  କାମର  ଔଷଧ   । ଖୁବ୍  କଠିନ  ଝାଡା, ଝାଡା  ମଳଦ୍ଵାରରୁ  ଭାଙ୍ଗି  ଗଡିଗଡି  ହୋଇ  ଛିଣ୍ଡି  ପଡୁଛି  । ମାଗନେସିଆ  ମ୍ୟୁର   ବଡ  କାମିକା  ଔଷଧ   ।

ନକ୍ସଭୋମିକା  ୨୦୦ ବା  ୧୦୦୦

ବେଳେବେଳେ   ଦେଖିବେ  ଖାଲି  ଝାଡାଝାଡା  ଲାଗୁଛି, ମନେ  ହେଉଥିବ  ପାଇଖାନା  ଗଲେ  ଯେପରି  ସବୁ  ଖଲାସ  ହୋଇଯିବ, କିନ୍ତୁ  କିଛି  ନାହିଁ, ସାମାନ୍ୟଟିକେ   ଝାଡା   । ନକ୍ସଭୋମିକା  ୨୦୦ ବା  ୧୦୦୦ ରାତିରେ  ଶୋଇବା  ପୂର୍ବରୁ   ଯଦି  କିଛିଦିନ   ଖାଇବାକୁ  ହୁଏ,  ତେବେ  ଏ  ଦୋଷ  କଟିଯିବ  । ସମୟ   ସମୟରେ  ଦେଖିବେ, ଜଣେ  ଜଣେ   ପାଇଖାନାରେ  ଦୀର୍ଘସମୟ  ଧରି  ବସି  କୁନ୍ଥାଉଥିବେ   ।

ସାଇଲିସିଆ – ୧୦୦୦ ଓ କଷ୍ଟିକମ – ୨୦୦ ବା  ୧୦୦୦  ଶକ୍ତି

କଥା  କ’ଣ  ? ଝାଡା  କୁଆଡେ  ଏତେ  କଠିନ  ଯେ  କୁନ୍ଥେଇଲେ  ଟିକିଏ  ବାହାରୁଛି, କୁଣ୍ଠା  ବନ୍ଦ  କଲେ  ପୁଣି  ଭିତରକୁ  ପଶିଯାଉଛି,  ସତେ  ଯେପରି   ଲୁଚୁକାଳି   ଖେଳ   । ସାଇଲିସିଆ – ୧୦୦୦ ଲାଗି  ୨-୩ ଦିନ  ଦେବେ   । ଝାଡା  ଫେରିଲା  ବେଳକୁ   ମଳଦ୍ଵାରରେ  ଭୟାନକ  କଷ୍ଟ, ଝାଡା  ଫିତାଭଳି, ଅଥଚ  ପୂର୍ବଭଳି   ବାହାରୁଛି  ପୁଣି  ପଶିଯାଉଛି  । ତେବେ  ଥୁଜା   ହିଁ  ଲାଗିବ  । କେତେକ  ରୋଗୀଙ୍କୁ  ଦେଖିବେ  ଛିଡା  ହୋଇ  ଝାଡା  ଫେରୁଛନ୍ତି  । ଗଣ୍ଠିବାତ  ଯୋଗୁ  ହେଉଥିବ  ବୋଲି  ଭାବୁଥିବେ   ବୋଧହୁଏ ? ଜମା  ନୁହେଁ   । ଠିଆ  ହୋଇ  ଝାଡା  ଫେରିଲେ  ହିଁ  କୁଆଡେ ସେମାନେଙ୍କର  ଝାଡା  ପରିଷ୍କାର  ହୁଏ   । କିଛି, ଅଧିକ  ଚିନ୍ତା  ନ କରି  କଷ୍ଟିକମ – ୨୦୦ ବା  ୧୦୦୦  ଶକ୍ତିର  ଔଷଧ  ଦିନକୁ  ଥରେ  ଅବା  ଦୁଇଥର, ଦୁଇଚାରିଦିନ  ଦେଇ  ତା’ପରେ  ଡାକ୍ତରଙ୍କ  ପରାମର୍ଶ  ନେବେ  ଫେଲ୍  ମାରିଲେ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate