অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନାକରୁ ରକ୍ତସ୍ରାବ ପାଇଁ ହୋମିଓପ୍ୟାଥି ଚିକିତ୍ସା

ନାକରୁ ରକ୍ତସ୍ରାବ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଉପକ୍ରମ

ନାକରୁ  ରକ୍ତ  ପଡିବା  ଏକ  ଅତି  ସାଧାରଣ  କଥା, ଏବଂ  ଲୋକେ  ସାଧାରଣତଃ  ଏହା  ଉପରେ  ଗୁରୁତ୍ଵ  ଦିଅନ୍ତି  ନାହିଁ  । ମାତ୍ର  ନାକ  ଓ  ତାଳୁରେ  ମାଡ  ବାଜିବାଠାରୁ  ଆରମ୍ଭକରି   ଶର୍ଦ୍ଦି,  ଅତ୍ୟଧିକ  ଗରମ,  ନାକ  ଭିତର  ଉହା, ବହୁପଦ  ଭଳି  ସାମାନ୍ୟ  କଥା  ସବୁକୁ  ବାଦ୍  ଦେଲେ  ମଧ୍ୟ, ଉଚ୍ଚ  ରକ୍ତଚାପ, ହିମୋଫିଲିଆ, କ୍ୟାନସର, ହୃଦରୋଗ  ଭଳି  ସାଘାଂତିକ  ରୋଗମାନଙ୍କରେ  ମଧ୍ୟ  ଏହା  ଏକ  ଲକ୍ଷଣ   । ତଥାପି,  କେତେବେଳେ  ଟିକିଏ  ନାକରୁ  ରକ୍ତ  ପଡିଲେ  ଏତେ  ବ୍ୟସ୍ତ  ହୋଇପଡିବା  ଉଚିତ  ନୁହେଁ  ଯଦି  ଏହା  କ୍ରମାଗତ  ଭାବରେ  ବାରମ୍ବାର  ଓ  ଅତିମାତ୍ରାରେ  ନ  ହେଉଥାଏ   । ଏ  ଭଳି  କ୍ଷେତ୍ରରେ  ବିଶେଷଜ୍ଞ  ଡାକ୍ତର  ମାନଙ୍କର  ପରାମର୍ଶ  ନେବା  ଆବଶ୍ୟକ  । ଲକ୍ଷଣ  ମେଳକ  ହେଲେ  ଅତ୍ୟନ୍ତ  ସାଘାଂତିକ  କାରଣରୁ  ରକ୍ତ  ପଡୁଥିଲେ  ମଧ୍ୟ  ହୋମିଓପାଥି  ଔଷଧରେ   ଭଲ  ହୋଇ  ରୋଗୀର  ଆରୋଗ୍ୟ  ପଥ  ସୁଗମ  କରିଥାଏ   ।

ନାକରୁ  ରକ୍ତ  ପଡିବା  ପାଇଁ  ଆର୍ଣ୍ଣିକା  ଏକ  ପ୍ରଧାନ  ଔଷଧ   ।  ଆଘାତ ଜନିତ  ରକ୍ତସ୍ରାବ  ପାଇଁ  ତ  ଏହା  ନିଶ୍ଚିତ  ଭାବରେ  ଅମୋଘ, ଆଘାତ  କାରଣ  ନଥିବା  ରକ୍ତସ୍ରାବ  ରେ  ମଧ୍ୟ  ଏହା  ଖୁବ୍ ଉପକାରୀ  । ଏ  ସବୁରେ  ଏହି  ଔଷଧର  ଉଚ୍ଚଶକ୍ତି, ଅର୍ଥାତ୍ ୨୦୦,୧୦୦୦ ବା  ତଦୁର୍ଦ୍ଧ୍ଵ  ବିନାଦ୍ଵିଧାରେ  ବ୍ୟବହାର  କରାଯାଇ  ପାରେ  ।  କେତେକ  ଡାକ୍ତର  ଆର୍ଣ୍ଣିକା  ଉଚ୍ଚଶକ୍ତି  ପ୍ରୟୋଗ  କରି  ବାଇଓକେମିକର   ଫେରସଫସ  6X  ୩-୪ ଟି  କରି  ବଟିକା  ଗରମ  ପାଣିରେ  ଦିନକୁ  ୩/୪ ଥର  ଦେଇ  ସୁଫଳ  ପାଉଥିବାର   ଅଭିଜ୍ଞତା  କଥା  କୁହନ୍ତି   ।

ହୋମିଓପ୍ୟାଥି ଔଷଧ

ପ୍ରବଳ  ଥଣ୍ଡା ବା  ପ୍ରଖର  ସୂର୍ଯ୍ୟତାପରେ  ବୁଲିଲା   ପରେ  ନାକରୁ  ରକ୍ତପଡି  ଅତ୍ୟନ୍ତ  ଭୟାତୁର   ହୋଇପଡିଥିଲେ  ଏକୋନାଇଟ – ୨୦୦ ଅପରିହାର୍ଯ୍ୟ  ।

ପ୍ରତିଦିନ  ସନ୍ଧ୍ୟାରେ  ପଡୁଥିଲେ   ପଲସେଟିଲା , ସକାଳେ   ପଡୁଥିଲେ  ଏମୋନକାର୍ବ, ପ୍ରବଳ  ମୁଣ୍ଡବ୍ୟଥା  ସହିତ  ହେଉଥିଲେ  ବେଲାଡୋନା, ମୁଣ୍ଡବ୍ୟଥାପରେ  ପଡୁଥିଲେ  ମେଲିଲୋଟସ   । ଏଥିରେ  ନାକରୁ  ରକ୍ତ  ପଡିବା  ପରେ  ମୁଣ୍ଡବ୍ୟଥା   କମିଯାଏ   । ଋତୁସ୍ରାବ  ନ ହୋଇ  ନାକରୁ  ରକ୍ତ  ପଡୁଥିଲେ  ବ୍ରାୟୋନିଆ   । ଖୁବ୍  ପତଳା  ଶୀର୍ଣ୍ଣକାୟା, ଡେଙ୍ଗା  ସ୍ତ୍ରୀ  ଲୋକମାନଙ୍କର  ଏ  ଧରଣର  ଅସୁବିଧାରେ  ଫସଫରସ   ସାଧାରଣତଃ   ସୁଫଳ ପ୍ରଦାନ  କରିଥାଏ   । ଶର୍ଦ୍ଦିଶ୍ଵାସ  ହୋଇ  ଛାତି  ଭାରି  ଲାଗୁଥିବ  ଓ  ଗାଢ ଲାଲ   ରଙ୍ଗର  ରକ୍ତ  ନାଗରୁ  ପଡୁଥିଲେ  ଇପିକାକ୍  ଖୁବ୍  ଭଲ  କାମ  କରେ   । ଖରାରେ   ବୁଲିଲା  ପରେ  ଖୁବ୍  । ମୁଣ୍ଡବିନ୍ଧା  ଫାଟିଗଲା  ଭଳିଲାଗି  ନାକରୁ   ରକ୍ତପଡିଲେ   ଗ୍ଲୋନୟନ  ଲାଗିବ,  କିନ୍ତୁ  ଭୟାତୁର   ଅସ୍ଥିରତା  ଥିଲେ  ଏକୋନାଇଟ  ଛଡା  ଆଉ  କିଛି  ହେବ  ନାହିଁ   । ମୁହଁଲାଲ  ପଡି,  ଡାହାଣପଟ  ମୁଣ୍ଡଟା   ଧକ୍ ଧକ୍  କରୁଥଲେ  ଗ୍ଲୋନୟନ  ଅପେକ୍ଷା  ବେଲାଡୋନ  ବେଶି   ଉପକାର  କରିବ   । ପତଳା  ଶୀର୍ଣ୍ଣ  ଲୋକଙ୍କର  ନାକରୁ  ପତଳା  ରକ୍ତ  ନିଗିଡି   ପଡୁଥିବ, ଜମା  ଜମାଟ  ବାନ୍ଧୁନଥିବ   ତାହାହେଲେ  ଫସଫରସ୍  ଓ  ସିକେଲିକର  କଥା  ଚିନ୍ତା  କରିବା  ଦରକାର   । ରକ୍ତ  ପଡିବା   ସହିତ  ଦେହଟା  ଗରମ  ହୋଇ  ଉଚ୍ଛାଟିଆ  ଲାଗୁଥିଲେ   ସିକେଲିକର, ଶୀତ  ଶୀତ   ଭାବ  ସହିତ  ଖୁବ୍  ଥଣ୍ଡାପାଣି  ପିଇବାକୁ  ଆଗ୍ରହ  ପ୍ରକାଶ  କରୁଥିଲେ   ଫସଫର  ଲାଗିବ   । ରକ୍ତ  କଳାରଙ୍ଗର, ନିଗିଡି  ଆସୁଥିବ, ନାକ   ଦଣ୍ଡାଟା  ଖୁବ୍  ଭାଲି  ଲାଗୁଥିବ,  ତାହାହେଲେ  ହାମାମେଲିସ  ହିଁ  ଦରକାର   । ସକାଳୁ  ଉଠିଲା  ବେଳକୁ  ମୁହଁ  ଫଣଫଣିଆ  ଦେଖାଯାଇ,  ମୁହଁ  ଧୋଇଲା  ବେଳକୁ   ନାକରୁ  ରକ୍ତ  ପଡିଲେ   କେଲିକାର୍ବ  ଯେପରି  ଉପକାରୀ,  ଉଠୁଉଠୁ  ପ୍ରବଳ  ଛିଙ୍କ   ହୋଇ , ମୁହଁ  ଧୋଇଲାବେଳେ   ରକ୍ତ  ପଡିଲେ  ଏମନକାର୍ବ  ସେହିଭଳି  ଉପକାରୀ   । ମାସିକ  ଋତୁ  ବନ୍ଦ  ହୋଇ  ପଡିଲେ   ଯେପରି  ବ୍ରାୟୋନିଆ, ପଲସେଟିଲା  ଓ  ଫସଫରସ  ଲାଗିବ  ସେପରି  ସେହି  ସମୟରେ  ହେଲେ  ସିପିଆ  କାମଦେବ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate