অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପେଟମରା ପାଇଁ ଚିକିତ୍ସା

ପେଟମରା ପାଇଁ ଚିକିତ୍ସା

ପେଟମରା ର ଲକ୍ଷଣ

ବଦହଜମୀ  ସହିତ  ପେଟ  ବଥାକୁ  ଛାଡି  ଦେଲେ  ପେଟଭିତରେ  ଥିବା  ଲିଭର, କିଡନି, ପାନକ୍ରିୟାସ, ଆପେଣ୍ଡିକସ, ଜରାୟୁ, ଡିମ୍ବକୋଷ  ଆଦି  ବହୁ  ଯନ୍ତ୍ରବିଶେଷର  କାରଣ  ହେତୁ  ମଧ୍ୟ  ପେଟ  ମାରିଥାଏ   । ତେଣୁ  ପେଟମରା  ଗୋଟିଏ  ଅତିସାଧାରଣ  କଥା ଭାବି  ଖାଇବା  ସୋଡା, ଗୋଲମରିଚ  ଆଦି  ଖାଇ  ସମୟ  ଗଡାଇବା  ଉଚିତ  ନୁହେଁ  । ଡାକ୍ତରଙ୍କ  ସହ  ପରାମର୍ଶ  ଠିକ୍  ସମୟରେ  ନକଲେ  ଅନେକ  ସମୟରେ  ଜୀବନ  ବିପନ୍ନ  ହୋଇ  ପଡେ   । ବରଂ, ସଙ୍ଗେ  ସଙ୍ଗେ  ଡାକ୍ତରୀ  ପରାମର୍ଶ  କରିବାର  ସୁବିଧା  ନ ଥିଲେ, ବିଚାର  କରି  ନିମ୍ନ  ଆଲୋଚିତ  ଔଷଧମାନଙ୍କରୁ  ଗୋଟିଏ  ବିବେଚନା  କରି  ଖାଇଲେ  ନିଶ୍ଚିତ  ଉପଶମ  ମିଳିବ  ଓ  ଡାକ୍ତରଙ୍କ  ସହିତ  ତା’ପରେ  ଆରାମରେ  ପରାମର୍ଶ   କରିପାରିବେ   । ଦିଲ୍ଲୀରେ  ଥିବା  ମୋର  ପୁଅର  ଥରେ  ପେଟମରା  ପାଇଁ  ନିଜେ  ନିଜେ  ବେଲାଡୋନା  ଖାଇ  ଦୁଇଦିନ  ପରେ  ଆସି  ଏଠି  ପରୀକ୍ଷାକଲା  ପରେ  ତାହାର  ଏକ  ସାଂଘାତିକ  ଆପେଣ୍ଡିସାଇଟସ୍  ହୋଇଥିବାର  ଜଣାପଡିଲା, ଏବଂ  ୩୬ ଘଣ୍ଟାଧରି   ଏହା  କିପରି  ନ ଫାଟି  ରହିଛି  ଓ  ସେ  ରେଳ  ଗାଡିରେ  ଦିଲ୍ଲୀରୁ  ଭୁବନେଶ୍ଵର  ଆସି  କିପରି  ପହଞ୍ଚିପାରିଲା  ବୋଲି  ସମସ୍ତେ  ଆଶ୍ଚର୍ଯ୍ୟ  ହୋଇ  ଯାଇଥିଲେ    ।

ପେଟମରା ପାଇଁ ଔଷଧ

ପେଟର  ଡାହାଣ  ପଟକୁ  ରହିରହି  ସାଂଘାତିକ  ଯନ୍ତ୍ରଣା  ହେଉଥିବ, ମାନେ  ହଠାତ୍  ଆସୁଥିବ, କିଛି  ସମୟ  ରହି  ପୁଣି  ହଠାତ୍  ଚାଲି  ଯାଉଥିବ,  ଯନ୍ତ୍ରଣା  ସ୍ଥାନଟା  ଧପ୍ ଧପ୍  କରୁଥିବ  ଓ  ସେଥିରୁ  ନିଆଁହୁଳା  ବାହାରିଲା  ଭଳି  ଲାଗୁଥିବ  । ତେଣୁ  ବେଲାଡୋନା  ଖାଇଲେ  ନିଶ୍ଚିତ  ଉପଶମ  ଦେବ  ଏଥିରେ   ଆଶ୍ଚର୍ଯ୍ୟ   ହେବାର  କ’ଣ  ଅଛି   ? ଆଉ  ଧରନ୍ତୁ  ପେଟରେ  ଏଭଳି  ଯନ୍ତ୍ରଣା, ଯେପରି  କିଏ  ପେଟ  ଭିତରେ  ମୋଡି  ପକାଉଛି ; ରୋଗୀ  ପେଟକୁ  ଜୋରରେ  ଚାପି  ଧରୁଛି  ବା  ପୁରାପୁରି  ନଇପଡି   ବାଙ୍କି  ଯାଉଛି  ତାହାହେଲେ   କୋଲୋସିନ୍ଥ  ୨୦୦ ନିଶ୍ଚିତ  ଉପକାର  କରିବ   । ଏଥିରେ  ୨୦୦ ଶକ୍ତିକୁ  ପ୍ରତି  ପନ୍ଦର  ମିନିଟ୍ ରେ   ଥରେ  କରି  ଦିଅନ୍ତୁ  ନା, ୨-୩ ଟି  ପାନ  ଭିତରେ  କଷ୍ଟ  କମିଯିବ   । ନାହିଁତ   ଯଦି  ରୋଗୀ  ପଛକୁ  ବାଙ୍କି  ଯାଉଥିବ  ଯନ୍ତ୍ରଣାରେ  ଓ  ପଛକୁ  ବାଙ୍କି  ପେଟକୁ   ଚାପିରଖିଲେ  ହିଁ  ସାମାନ୍ୟ  ଉପଶମ  ଲାଭ  କରୁଥିବ, ତାହାହେଲେ   ଡାଇଓସ୍କୋରିଆ  ବାରମ୍ବାର, ପ୍ରତି  ୧୦-୧୫ ମିନିଟ୍ ରେ   ଦେବେ,  ଉପଶମ  ନିଶ୍ଚିତ, ସନ୍ଦେହ  କରିବାର  ନାହିଁ  । ନାହିମୁଣ୍ଡା  ଓ  ତଳ  ପେଟର  ଦୁଇପଟ  ରାମ୍ପିଲା ବା  କୋରିଲା  ଭଳି  ଅଥବା  ମୋଡିମୋଡି  ହୋଇ  ବଥା   କରୁଛି, ରୋଗୀ  ଖୁବ୍  ଚିତ୍କାର  କରି  ବ୍ୟସ୍ତ  କରି  ପକାଉଛି  । ବେଳେବେଳେ  ଏତେ  ରାଗାରଗି  କରୁଛି  ତା’ର  ସ୍ଵାଭାବ  ବିରୁଦ୍ଧରେ  ଯେ, ଜଣକୁ  କ୍ୟାମୋମିଲା  କଥା  ଚିନ୍ତା  କରିବାକୁ  ହିଁ  ପଡିବ  । ବାଇ  ଭିଡି  ପେଟ  ଢୋଲଭଳି, ତା’ ସାଙ୍ଗକୁ  ପେଟମରା  ଏଭଳି   ଯେ, ରୋଗୀ  ପେଟକୁ   ଖୁବ୍  ଜୋରରେ  ଚିପି  ରଖୁଥିବ  ବା  କାହାକୁ  ପେଟଉପରେ  ଚଢିଯିବାକୁ  ମଧ୍ୟ  କହୁଥିବ  । ଢକାର  ବା  ବାୟୁ  ଗଲେ  ମଧ୍ୟ  ଉପଶମ  ନାହିଁ   । କାନମୁଣ୍ଡା  ଭାଁ ଭାଁ  କରି  ମୁଣ୍ଡ  ବୁଲାଇ ପକଉଛି – ଏ କ୍ଷେତ୍ରରେ  କେବଳ  ଚାଇନା  ହିଁ  ଦରକାର   । ପେଟର  ଯେକୌଣସି  ଅଂଶରୁ  ବଥା  ବାହାରି  ମଳଦ୍ଵାରା  ବା  ପ୍ରସାବଦ୍ଵାରା   ପର୍ଯ୍ୟନ୍ତ  ସଞ୍ଚରିତ   ହେଉଥିଲେ, ଅଥବା  ଅନ୍ୟ  କଥାରେ   କହିବାକୁ  ଗଲେ  ପେଟର  ତଳ  ଆଡକୁ  ବିସ୍ତାରିତ  ହେଉଥିଲେ, ବରବରିସ୍  ଭଲଗାରିସ୍ ହିଁ  ତତକ୍ଷଣ  ଉପଶମ  ଦେବ  । ଡାହାଣ  ପଟ  ପିଠିର  ଚଟୁଆକୁ  ସଦାବେଳେ  ଖେଞ୍ଚି  ପକାଉଥିବ, ବିଶେଷ  କରି  ଏହାଯଦି  ଡାହାଣପଟ  ଉପରପେଟରୁ   ବାହାରି  ପିଠିର  ଚଟୁଆ  ଆଡକୁ  ଯାଉଥିବ  ତାହାହେଲେ  ଚେଲିଡୋନିୟମ ; ପେଟ  ମୋଡିମୋଡି   ହୋଇ  ଦମ୍  ବନ୍ଦ  ହୋଇ  ଯାଉଥିଲେ  ଓ  ଗରମ ଶେକ  ଦେଲେ   ବା  ଉଷୁମ   ପାଣି  ପିଇଲେ  ସାମାନ୍ୟ  ଆରାମ  ବୋଧ  କରୁଥିଲେ   ଓ  ରୋଗୀ  ଧୀରେ  ଧୀରେ  ପେଟକୁ  ଚାପୁଥିଲେ  ମାଗନେସିଆଫସ  ହିଁ  ଦେବେ   । ଯଦି  ଦେଖନ୍ତି  ସାରା  ପେଟଟା  ଏତେ  ଦରଜ  ଯେ  ଛୁଇଁ  ହେଉନି  ଅଥଚ  ଯୋଗରେ  ଚାପିରଖିବାକୁ  ଚାହୁଁଛନ୍ତି , ତା’ର  ମାନେ  ପେଟ  ଉପରଟା  ସ୍ପର୍ଶକାତର  ହୋଇଥିଲେ  ହେଁ  ପେଟ   ଭିତର   ଯନ୍ତ୍ରଣା  ଜୋର  ଚାପ  ଦ୍ଵାରା  ହିଁ  ଉପଶମିତ  ହେଉଛି   । ତାହା  ହେଲେ  ଲ୍ୟାକେସିସ  ତତକ୍ଷଣାତ  ପ୍ରୟୋଗ  କରିବେ   । ଅବଶ୍ୟ  ଏଭଳି  ଲକ୍ଷଣ  ସହିତ  ପେଟର   ବାୟୁ  ଜମିଥିଲେ  ଚାଇନା  ବେଶି  ଭଲ  କାମ  କରିବ   । ପେଟ  ଭିତରେ  ଯଦି  କେହି  ଛୁରୀରେ   କାଟିପକାଇଲା  ଭଳି   କଥା  କହୁଥିବ  ଓ  ସେଥିପାଇଁ  ରୋଗୀ  ଇତଃସତଃ   ହୋଇ  ଘରସାରା  ବୁଲୁଥିବ, କଷ୍ଟ  ଏତେ  ଯେ  କପାଳ  ଓ  ମୁହଁରେ  ଥଣ୍ଡା  ଝାଳ  ବିନ୍ଦୁ  ବିନ୍ଦୁ  ହୋଇ  ଦେଖାଯାଉଥିବ, ହାତ  ଗୋଡ ମଧ୍ୟ  ଥଣ୍ଡା  ହୋଇ  ଯାଉଥିବ  ତାହାହେଲେ   ଭେରେଟ୍ରାମ  ଆଲବମ  କାଳ  ବିଳମ୍ବ  ନକରି  ଦେବେ   । ବେଳେ  ବେଳେ  ଦେଖିବେ, ପେଟ  ମାରିବା  ଆରମ୍ଭ  ହେଲେ, ରୋଗୀ  କିଛି  ଖାଇବାକୁ  ଚାହିଁବେ, କାରଣ  ଖାଇବା  ସଙ୍ଗେ  ୨ ପେଟମରା  ବନ୍ଦ  ତାହାହେଲେ   ଆଉ  ଚିନ୍ତା  କ’ଣ, ଆନାକାର୍ଡିଆମ  ହିଁ  ନିର୍ବାଚନ   କରିବାକୁ  ହେବ   । ଆଗରୁତ  କୁହାଯାଇଛି,  ଯନ୍ତ୍ରଣା  ତୁହାକୁତୁହା   ହେଉଛି,  ହଠାତ୍  ଆସି  ହଠାତ୍  ଉଭାନ  ଯନ୍ତ୍ରଣା  ଜାଗାଟା   ବେଶ୍  ଗରମ – ସେଥିପାଇଁ   ବେଲାଡୋନା  ଲାଗିବ  । ହେଲେ  କଥାଟା  ଯଦି  ଧୀରେ  ଧୀରେ   ଆରମ୍ଭ  ହୋଇ  ବଢି  ବଢି  ଚରମକୁ   ଚାଲିଯିବ  ପୁଣି  ଧୀରେ  ଧୀରେ   କମିବ, ଚରମ  ଅବସ୍ଥାରେ   ରୋଗୀ  ପେଟକୁ  ମାଡି  ଶୋଇ  ରହିବ,  ପାଟି  ମିଠା  ମିଠା  ଓ  ଛାତି  ଦୁର୍ବଳ  ଲାଗୁଥିବ, ତାହାହେଲେ   ଷ୍ଟାନମମେଟ   ପ୍ରୟୋଗ  କରିବା  ଭଲ   । ଚିନ୍ତା  କ’ଣ   ପାଇଁ  ? ଯନ୍ତ୍ରଣା  ଯଦି  ହଠାତ୍  ଆସୁଥିବ  ଓ  ପେଟେଇ  ଶୋଇଲେ  ଭଲ  ଲାଗୁଥିବ, ତାହାହେଲେ  ସିନା  କଲୋସିନ୍ଥ, ଦ୍ଵନ୍ଦରେ  ପଡିବାର   କିଛି  କାରଣ  ନାହିଁ   । ବେଳେବେଳେ  ଦେଖିବେ  ଯନ୍ତ୍ରଣା  ଏପରି  ଯେ  ପାଟି  ଶୁଖିଯାଉଥିବ  ହେଲେ  ପାଣି  ପିଇବାକୁ  ଆଗ୍ରହ  ନାହିଁ, ଯନ୍ତ୍ରଣା  ଯେତେ   ବଢୁଥିବ, ଦେହଟା   ସେତେ   ବେଶି  ଶୀତେଇ   ଉଠୁଥିବ, ଘରଭିତରଟା   ରୁନ୍ଧି  ହେଲାଭଳି  ମନେ  ହେଉଥିବ, ଫଳରେ  ଝରକା  କବାଟ  ଖୋଲି  ଦେବାକୁ  ଚାହୁଁଥିବ,  ତାହାହେଲେ  ପଲସେଟିଲା  ଦେବେ   । ଏହାର  ବଥା  ମଧ୍ୟ  କିଛି  ନ ଥିବ  ହଠାତ୍  ଆରମ୍ଭ  ହୋଇଯିବ, ହେଲେ  କମିଲା  ବେଳକୁ  ଧୀରେ  ଧୀରେ  କମିବ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate