অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ ପାଇଁ ହୋମିଓପ୍ୟାଥି ଚିକିତ୍ସା

ମଧୁମେହ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଉପକ୍ରମ

ଶରୀର  ମଧ୍ୟରେ  ପାନକ୍ରିୟାସ  ନାମକ  ଏକ  ଗ୍ରନ୍ଥି  ଅଛି, ଯାହା  ଠାରୁ  ଇନସୁଲିନ  ନାମକ  ଏକ  ରସ  ନିର୍ଗତ  ହୁଏ   । ଏହା  ଶରୀର  ମଧ୍ୟକୁ  ଖାଦ୍ୟଦ୍ଵାରା  ଯାଉଥିବା  ଶର୍କରା  ବା  ଚିନିଜାତୀୟ   ଖାଦ୍ୟକୁ, ଶରୀରର  ଶକ୍ତି  ବିନିଯୋଗ  କାର୍ଯ୍ୟପାଇଁ  ନିୟନ୍ତ୍ରଣ  କରିବା  ସଙ୍ଗେ  ସଙ୍ଗେ  ରକ୍ତରେ  ଏହାର  ପରିମାଣକୁ  ମଧ୍ୟ  ନିୟନ୍ତ୍ରଣ  କରିଥାଏ   । ଏହି  ଇନସୁଲିନ  କମିଗଲେ  ରକ୍ତର  ଶର୍କରା  ଅଂଶରେ  ବୃଦ୍ଧିଘଟି  ପ୍ରସ୍ରାବରେ  ମଧ୍ୟ  ନିଃସରିତ  ହୋଇଥାଏ   । ଏହିଭଳି  ଏକ  ଅବସ୍ଥାକୁ  ଡାଇବେଟିସ  ବା  ମଧୁମେହ  କୁହାଯାଏ   । ଅନେକ  ସମୟରେ  ଖାଦ୍ୟ  ଓ  ପାନୀୟରେ  ସଂଯମତା  ଅବଲମ୍ବନରେ  ଏହି  ଅବସ୍ଥାକୁ  ନିୟନ୍ତ୍ରିତ  କରି  ରଖାଯାଇ   ପାରୁଥିଲେ  ମଧ୍ୟ  ଔଷଧ  ଓ  କ୍ଷେତ୍ର   ବିଶେଷରେ  ଇନସୁଲିନ  ମଧ୍ୟ  ବରାବର  ନେବାକୁ  ହୁଏ   । ଥରେ  ଇନସୁଲିନ  ଅଭ୍ୟାସରେ  ପଡିଗଲେ   ଏହି  ରୋଗକୁ  ନିୟନ୍ତ୍ରଣରେ  ରଖିବା  କଷ୍ଟକର  ହୋଇପଡେ   । ଯେହେତୁ  ଏହି  ରୋଗରେ  ବହୁ  ପ୍ରକାରର  ରୋଗ  ଜଟିଳତା   ଦେଖାଦିଏ, ତେଣୁ  ସାବଧାନତା  ସହକାରେ  ନିୟମିତ   ଭାବରେ,   ପ୍ରସ୍ରାବ ଓ  ରକ୍ତରେ  ଶର୍କରାର  ପରିମାଣକୁ  ପରୀକ୍ଷା  କରି  କିଛି   ଔଷଧ ; ବିଶେଷକରି  ୪୦ ବର୍ଷ  ବୟସ   ଅତିକ୍ରମ  କରିବା  ପରେ ; ବ୍ୟବହାର  କରୁଥିଲେ  ବିଶେଷ  କିଛି  ଜଟିଳ  ପରିସ୍ଥିତି  ମଧ୍ୟକୁ  ନିଶ୍ଚିତ  ଭାବରେ  ଜଣେ  ଯିବେ  ନାହିଁ   ।

ହୋମିଓପାଥିର  ଧାତୁଗତ  ଔଷଧ

ସମ୍ପୂର୍ଣ୍ଣ  ଭାବରେ  ଆରୋଗ୍ୟ  ପାଇଁ, ହୋମିଓପାଥିର  ଧାତୁଗତ  ଔଷଧ  ଖୁବ୍  କ୍ରିୟାଶୀଳ  ହୋଇଥିଲେ  ମଧ୍ୟ  ଯେଉଁ  ଅବସ୍ଥାରେ   ଏ  ଧରଣର   ରୋଗୀ  ଚିକିତ୍ସା   ହେବାକୁ  ଆସିଥା’ନ୍ତି  ସେଥିରେ   ସ୍ଥାୟୀ  ପ୍ରତିକାର  କରିବା  ଏକ  ଦୁଃସାଧ୍ୟ  ବ୍ୟାପାର   । ତଥାପି, କ୍ଷେତ୍ରବିଶେଷରେ  ଏପରିକି   ଇନସୁଲିନ   ନେବାରେ  ଅଭ୍ୟସ୍ତ  ରୋଗୀମାନଙ୍କ   କ୍ଷେତ୍ରରେ  ନିମ୍ନଲିଖିତ   କେତୋଟି  ଔଷଧର   ନିୟମିତ   ବ୍ୟବହାର  ନିଶ୍ଚିତ  ଉପକାର  କରିଥାଏ   । ଅନ୍ଦାଧୁନିଆଁ   ଏ  ସବୁକୁ  ବ୍ୟବହାର  ନ କରି  ସେ  ସବୁର  କ୍ଷେତ୍ର  ବିଚାର  କରି  ବ୍ୟବହାର  କରିବା  ଦରକାର   । ସେହି  ଔଷଧମାନଙ୍କର   ମୂଳଅର୍କ  ବା  Q ଥରକେ  ୫ – ୧୦  ଟୋପା  ସାମାନ୍ୟ  ପାଣିରେ  ମିଶାଇ, ଖାଦ୍ୟ  ଖାଇବାର  ଠିକ୍  ପୂର୍ବରୁ  ବା  ପରେ  ଦିନକୁ  ୨ – ୩ ଥର  ଖାଇବା  ଦରକାର   । ଔଷଧ  ଗୁଡିକ  ହେଉଛି :

ଆବ୍ରୋମା  ଅଗଷ୍ଟା Q : ଡାଇବେଟିସ   ସହିତ  ଅତ୍ୟଧିକ  କ୍ଷୁଧା ଓ  ଚିଡିଚିଡା  ସ୍ଵାଭାବ  ବଢିଯାଇଥିଲେ  ଏହାର  ବ୍ୟବହାର  ଫଳପ୍ରଦ   । ସ୍ତ୍ରୀ  ଲୋକଙ୍କର  ମଧୁମେହ  ସହିତ  ଶ୍ଵେତପ୍ରଦର  ବାଧକ  ଯନ୍ତ୍ରଣା  ରହିଥିଲେ   ଏହା  ବିଶେଷ  ଫଳପ୍ରଦ  ।

ଜିନ୍ମେମା  ସିଲଭେଷ୍ଟାର : ଏଥିରେ  କିନ୍ତୁ  କ୍ଷୁଧାହୀନତା  ବେଶି  ପରିଲକ୍ଷିତ   ହୁଏ   । ଏଥି  ସହିତ  ଶରୀରର  ବିଭିନ୍ନ  ଅଂଶରେ  ଜଳାପୋଡା  କରୁଥିବାର  ଲକ୍ଷଣ  ଥାଏ   । ଏ  ରୋଗୀମାନେ   ଗରମ  ଆଦୌ  ସହ୍ୟ  କରିପାରନ୍ତି  ନାହିଁ  । ସଦାବେଳେ  ତାଙ୍କ  ଦେହରୁ  ଯେପରି  ଗରମ  ହୁତାସ  ବାହାରୁଛି, ଏପରି  ମନେ  କରନ୍ତି  । ଯୌନକ୍ରିୟାର  ଶକ୍ତି  ହ୍ରାସ  ପାଉଥିବାର  କମ୍ପ୍ଲେନ  ଏହାର  ରୋଗୀମାନେ  ବେଶି   କରନ୍ତି   । ତେଣୁ  ଏହି  ଔଷଧ  ଡାଇବେଟିସ  ରୋଗୀ  କ୍ଷେତ୍ରରେ  ଧାତୁ  ଦୌର୍ବଲ୍ୟ   ପାଇଁ  ଖୁବ୍  ଦରକାରୀ   । ମଧୁମେହ   ରୋଗୀଙ୍କର  ବଥ  ବାହାରୁଥିଲେ  ଏହା  ଖୁବ୍  ଉପଯୋଗୀ   ।

ସେଫାଲେଣ୍ଡ୍ରାଇଣ୍ଡିକା Q : ଏ  ଔଷଧରେ ମଧ୍ୟ  ଜଳାପୋଡାର  ଲକ୍ଷଣ  ଥାଏ, ମାତ୍ର  ଏଥି  ଅଙ୍ଗେ  ଅଙ୍ଗେ  ଅତ୍ୟଧିକ  ଦୁର୍ବଳତା  ବା  ହାଲିଆ  ହୋଇପଡୁଥିବାର  କମ୍ପ୍ଲେନ   ରୋଗୀ  କରନ୍ତି  । ବିଶେଷ  ଭାବରେ   ମୁଣ୍ଡ  ବୁଲାଇ  ପଡିଗଲା  ଭଳି  ଲାଗିବା,  ଆଖିକୁ   ଅନ୍ଧାର  ଦେଖାଯିବା  କଥା  ରୋଗୀ  ପ୍ରାୟତଃ   କହିଥା’ନ୍ତି  ।

ସିଜିଜିୟାମଜାମ୍ବୋଲିନାମ Q : ଏହା  ସଚରାଚର  ଆଖିବୁଜା  ଡାଇବେଟିସ  ପାଇଁ   ବ୍ୟବହାର  ହେଉଥିଲେ  ମଧ୍ୟ  ଅମ୍ଳଜନିତ  ଅଜୀର୍ଣ୍ଣତା  ସହିତ  ଡାଇବେଟିସ  ଥିଲେ  ଏହା  ଫଳପ୍ରଦ  କାର୍ଯ୍ୟ  କରିଥାଏ  । ଏଥି  ସହିତ  ଶରୀର   ଶୁଖି  ଯାଉଥିଲେ  ଓ  ଦେହରେ  ନାଲି  ନାଲି  ଉଦ୍ଭେଦ  ଦେଖା   ଯାଉଥିଲେ  ତ  ଏହା  ଚମତ୍କାର  କାମ  କରିବ   ।

ଏହାଛଡା  ୟୁରାନିୟମ  ନାଇଟ୍ରେଟ  ବୋଲି  ଏକ  ଔଷଧର  ନିମ୍ନଶକ୍ତି  3X,  ଅନେକ  ବ୍ୟବହାର  କରନ୍ତି   । ଏ  ଔଷଧର  କିନ୍ତୁ  ଲକ୍ଷଣ  ହେଉଛି  ଅତ୍ୟଧିକ  କ୍ଷୁଧା  ଓ  ତୃଷ୍ଣା  ସହିତ  ଦୁର୍ବଳତା  ଏବଂ ଅଜୀର୍ଣ୍ଣ   । ରୋଗୀ  ଯେତେ  ଖାଇଲେ  ମଧ୍ୟ  ଓଜନ  କମିଯାଇ  ଦୁର୍ବଳ  ହୋଇପଡନ୍ତି   ।

ମାନସିକ  ଅଶାନ୍ତି  ସହିତ  ଅଗ୍ନିମାନ୍ଦ୍ୟ   ଓ  ଅତ୍ୟଧିକ  ପିପାସା  ଏବଂ  ଦୁର୍ବଳତା  ପାଇଁ  ଏସିଡଫସ  ଖୁବ୍  ଉପଯୋଗୀ   । ଏହା  ବିଶେଷକରି  ଯୁବ  ମଧୁମେହୀଙ୍କ  ପାଇଁ  ଏକ  ଅମୂଲ୍ୟ   ଔଷଧ   ।

ଡାଇବେଟିସର  ସମସ୍ତ  ଲକ୍ଷଣ, ଯଥା  ଅତିକ୍ଷୁଧା,  ଅତିତୃଷ୍ଣା,  ଅତିମୂତ୍ର, ଅତିଦୁର୍ବଳତା  ସହିତ  ଶୀର୍ଣ୍ଣତା  ଥିଲେ  ମଧ୍ୟ,  ଜନନେନ୍ଦ୍ରିୟ, ଓ  ପାଦ  ଫୁଲା  ଥିଲେ  ଆରଜେଣ୍ଟମ  ମେଟାଲିକମ  ଔଷଧ  ଅମୋଘ  । ଶୁଷ୍କଚର୍ମ  ସହିତ  ବାନ୍ତିଭାବ  ଓ  ବାନ୍ତି  ଲାଗି  ରହିଥିଲେ  ଲାକଟିକ୍  ଏସିଡ  ଭଳି  ଔଷଧ  ନାହିଁ  ।

ସେ  ଯାହା  ହେଉନା  କାହିଁକି  ଡାଇବେଟିସର  ଏପରି  ଚିକିତ୍ସା  କଲାବେଳେ  ରୋଗୀର  ଧାତୁଗତ  ଚିକିତ୍ସା  ଚାଲୁ  ରଖିବା  ଅବଶ୍ୟ  କର୍ତ୍ତବ୍ୟ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate