অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା(ଅଗିଆ ବାତ )

ହୋମିଓପ୍ୟାଥି ଚିକିତ୍ସା(ଅଗିଆ ବାତ )

ଅଗିଆ ବାତ ଏକ  ଏଲାର୍ଜିକ  ଅବସ୍ଥା

ଏହା  ଚର୍ମର  ଏକ  ଏଲାର୍ଜିକ  ଅବସ୍ଥା   । ଏହାର  ନାମ  ଶୁଣିଲା  ମାତ୍ରେ   ଆମେ  ଏପିସମେଲ୍  ଦେଇ  ଦେଉଛୁ   । ଏଥିର  କିଛି  ପରିମାଣରେ  ଆରୋଗ୍ୟ  ହେଉଛି   ନିଶ୍ଚୟ   । ଠିକ୍  ସେହିପରି  ଅନେକ  ଆର୍ଟିକା   ୟୁରେନ୍ସ  ମଧ୍ୟ  ଦେଉଛନ୍ତି  । ସମାନ  ଅବସ୍ଥା   । କାକତାଳୀୟ  ନ୍ୟାୟରେ  କେତେକ  ଭଲ  ହେଉଛନ୍ତି   ନିଶ୍ଚୟ   । ମାତ୍ର,  ଏ  ଦୁଇଟି  ଔଷଧର   ନିର୍ଦ୍ଧିଷ୍ଟ  ଲକ୍ଷଣ  ଥାଇ  ପ୍ରୟୋଗ  କରାଗଲେ  ତତକ୍ଷଣ  ଫଳଲାଭ  ସୁନିଶ୍ଚିତ   ।

ଅଗିଆ ବାତ ପାଇଁ ଔଷଧ

ଯଦି  ଶ୍ଵାସକଷ୍ଟ  ସହିତ,  ଚକା  ଚକା  ହୋଇ  ଦେହ  ସାରା  ଫଳି  ଯାଉଥିବ  ଓ  କୁଣ୍ଡେଇ  ହେବା  ସହିତ  ମଝିରେ  ମଝିରେ   ଦେହର  ଏଠି  ସେଠି  ବିନ୍ଧି  ଦେଉଥିବ,  ଫୁଲାଗୁଡିକ   ଇଶତ୍  କାଲଚିଆ  ଲାଲ୍  ବା  ଅନ୍ୟ  ଭାବରେ  କହିବାକୁ  ଗଲେ   ବାଇଗିଣିଆ  ରଙ୍ଗର  ଦେଖାଯାଉଥିବ,  ସାମାନ୍ୟ   ପାଗ  ପରିବର୍ତ୍ତନରେ  ବଢିଯାଉଥିବ,  ସନ୍ଧ୍ୟା  ପ୍ରହାର  ହେଲେ  ଆରମ୍ଭ   ହେଉଥିବ,  ରୋଗୀ  ଗରମ  ଆଦୌ  ସାହି  ପାରୁ  ନଥିବ,  ଦେହରେ  ଖାଲି  ଥଣ୍ଡାପାଣି   ମାରୁଥିବ , ଦେହର  ତାତି  ସେ  ସମୟରେ  ବଢି  ଯାଉଥିବ,  ତାହାହେଲେ   ଏପିସମେଲ  ହିଁ  ଲାଗିବ  । ନାହିଁତ , ଯଦି  ବାତୁଆ  ରୋଗୀଠାରେ  ଏହା  ଦେଖାଯାଉଥିବ,  ଗାଧୋଇଲା   ପରେ  ବଢୁଥିବ , ବା  ଅତ୍ୟଧିକ  ଶାରୀରିକ  ପରିଶ୍ରମ  ପରେ  ହେଉଥିବ,  ଅଥବା  ଚିଙ୍ଗୁଡି, କଙ୍କଡା  ଆଦି  ଖାଇଲା  ପରେ  ହୋଇଥିବ,  ତାହା  ହେଲେ  ଆର୍ଟିକା  ୟୁରେନ୍ସ  ଲାଗିବହିଁ  ଲାଗିବ  । ଏହାର  ଉଦ୍ଭେଦ   ଗୁଡିକ  ହୁଏତ   ଶେଥା  ବା  ଇଶତ୍ ଲାଲ୍  ବର୍ଣ୍ଣ  ମଧ୍ୟରେ  ଧଳା   ଧଳା  ବିନ୍ଦୁ   ଥିବାର  ଦେଖାଯାଇଥାଏ   । ଅବଶ୍ୟ  ଉଦ୍ଭେଦ  ଗୁଡିକର  ରଙ୍ଗକୁ  ଛାଡିଦେଲେ   ଏ  ଦୁଇଟି  ଔଷଧର  ପ୍ରଭେଦ  ସହଜରେ  କରିବା  ମୁସ୍କିଲ, କାରଣ, ସବୁ  କ୍ଷେତ୍ରରେ  ତ  ଆଉ  ଆମେ  ବାତୁଆ  ରୋଗୀ  ପାଇବା  ନାହିଁ  । ତେଣୁ  ଉଦ୍ଭେଦ  ଗୁଡିକର  ରଙ୍ଗ  ଓ  ରୋଗୀର   ଉଚ୍ଚାଟିଆ  ଭାବ  ସହିତ  ଦେହରେ  ପାଣିମାରିବାକୁ ଦେଖି  ଏପିଲମେଲ ଦେବାରେ  କୌଣସି  ଅସୁବିଧା  ନାହିଁ  । ଆର୍ଟିକାରେ  କିନ୍ତୁ  ଧୁଆଧୋଇରେ  ଏହା  ବଢିଯାଇଥାଏ  । ଅବଶ୍ୟ  ବର୍ଷାରେ  ଭିଜି, ଏଠି  ସେଠି   ଅବେଳାରେ  ଗାଧୋଇବା  ପରେ   ହୋଇଥିଲେ  ରସଟକ୍ସ  ଲାଗିବ  । ଏଥିରେ  କିନ୍ତୁ  ଦେହ ଛେଚିକୁଟି   ହେବ,  ଜ୍ଵର  ରହିବ  । ହୁଏତ  ସାମାନ୍ୟ   ନାଳରକ୍ତ  ଝାଡାଥିବ  ଓ  ଜିଭର  ଅଗ୍ରଭାଗଟି   ଖୁବ୍  ଲାଲ୍  ଦେଖାଯାଉଥିବ   । ମେଲେରିଆ  ଜ୍ଵରରେ  କମ୍ପ  ହେଲା  ବେଳକୁ  ଅଗିଆ  ବାତ  ବାହାରୁଥିଲେ  ନେଟ୍ରାମମ୍ୟୁର   ଭଲ  କାମକରେ   । ଏ:ସି: ରୁମ୍ ରେ  କାମ  କରି  ବାହାରି   ଆସିବା  ପରେ  ବା  ଯେତେବେଳେ  ଶର୍ଦ୍ଦି  ଧରୁଥିବ  ସେତେବେଳେ  ଏହା  ବାହାରୁଥିଲେ   ଡଲକାମେରା  ଖାଇବାକୁ  ହେବ   । ସ୍ତ୍ରୀ  ଲୋକ  ମାନଙ୍କର  ଋତୁସ୍ରାବ  ପୂର୍ବରୁ  ଯଦି  ଏହା  ବରାବର  ଦେଖାଯାଉଥିବ  ତାହାହେଲେ   ମଧ୍ୟ  ଡଲକ୍ୟାମେରା ହିଁ  ଉପଯୋଗୀ   ଔଷଧ   । ନାହିଁତ   ଶୀତଦିନିଆ  ଥଣ୍ଡା  ପବନ  ବାଜି, ବା  ଅତି  ଥଣ୍ଡାପାଣି  ବ୍ୟବହାର  ପରେ  ହେଉଥିଲେ  ଆଗାରିକସ୍  ବ୍ୟବହାର  କରିବେ  । ଶ୍ଵାସରୋଗର   ଶ୍ଵାସକଷ୍ଟ  ବଢିବା  ସଙ୍ଗେ  ଏହା  ବାହାରୁ  ଥିଲେ,  ଯେପରି  ଏପିସ୍  ଲାଗିବ, ସେ’ଭଳି  ଶ୍ଵାସକଷ୍ଟ  କମିଗଲେ  ଅଗିଆବାତ  ବାହାରିବ ଓ  ଅଗିଆବାତ  କମିଗଲେ  ଶ୍ଵାସ  ବାହାରିବ,  ଏପରି  ହେଉଥିଲେ   କାଲାଡିୟାମ  ହିଁ  ଔଷଧ  । ଏହିଭଳି   ଅଦଳବଦଳ   ଭାବ  ଗଣ୍ଠିବାତ  ସହିତ  ଅଗିଆ  ବାତର   ଥିଲେ   ଆର୍ଟିକାୟୁରେନ୍ସ  ହିଁ  ଅବ୍ୟର୍ଥ   । ଧରନ୍ତୁ  ଖରାଦିନରେ  ଖୁବ୍  ଥଣ୍ଡାପାନୀୟ   ପିଇଦେଲେ  ଓ  ପରେପରେ   ଲାଲଲାଲ  ହୋଇ  ଦେହସାରା  ଫଳିଗଲା, ବେଲାଡୋନା  ହିଁ  ଉପଶମ  ଆଣିବ  । ସହର  ବଜାର,  ଗାଁ  ଗହଳିରେ  ବର୍ତ୍ତମାନ   ମଦର  ବନ୍ୟା   ।  ବିଚାରା  ଲୋକଟି  ପିଇକରି   ଆଉ  ଯାଏ  କୁଆଡେ , ବିଛୁଆତି  ଲାଗିଲା  ଭଳି  ଦେହସାରା  ଫଳି  ଅଧିକ  ଉନ୍ମତ୍ତ,  କ୍ଳୋରାଲମ୍   ଦିଅନ୍ତୁନା,  ଦେଖିବେ   କିପରି  ବନ୍ଧୁ   ଆପଣଙ୍କର  ଆରାମରେ  ଶୋଇପଡିବେ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate