অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା(କାଛୁ କୁଣ୍ଡିଆ )

କାଛୁ କୁଣ୍ଡିଆ ହେବ ର କାରଣ

ଏହା  ଏକ  ସାଧାରଣ   ଚର୍ମ  ରୋଗ, ଅପରିଷ୍କୃତିର  କାରଣରୁ  ହୋଇଥାଏ  । ‘ଆକାରସ୍’  ବୋଲି  ଏକ  ଅତିକ୍ଷୁଦ୍ର  କୀଟାଣୁ  ଚର୍ମତଳେ  ତାହି  ଚର୍ମ  ଖାଇଯାଏ  । ତେଣୁ  ଦେହ  କୁଣ୍ଡାଇ  ହୁଏ  ଓ  ପରେ  ସେଥିରେ  ଅନ୍ୟ  ସଂକ୍ରମଣ  ହୋଇ  ପୂଜ  ହୁଏ  । ସେଥିପାଇଁ  ଏହାକୁ  ଚିକିତ୍ସା  କରିବାକୁ  ହେଲେ   ଘରଦ୍ଵାର, ଲୁଗାପଟା, ଶେଯ ବିଛଣା  ସବୁକୁ   ସଫା  ସୁତୁରା  ରଖି,  ଗରମ  ପାଣିରେ   ଧୁଆହୋଇ  କରି   ଔଷଧ  ବ୍ୟବହାର   କଲେ  ଏହା  ଅତିଶୀଘ୍ର  ଭଲ  ହୋଇଯିବ   । ନଚେତ, ଜଣକୁ  ହେବାପରେ   ଘରେ ସମସ୍ତଙ୍କୁ  ହେବାର  ସମ୍ଭାବନା   ବହୁତ  ବେଶି   । ପ୍ରଥମ  କର୍ତ୍ତବ୍ୟ  ହେଲା  ଏହି  କୀଟାଣୁ  ମାନଙ୍କୁ   ମାରିବା  । ସେଥିପାଇଁ  ଗରମ  ପାଣିରେ  ପରିଷ୍କାର  ଭାବରେ  ଦେହକୁ  ଘଷିରଗଡି   ଗାଧୋଇବା  ତ ଉଚିତ, ହେଲେ  ମଧ୍ୟ, ଲାଭେଣ୍ଡର  ଅଏଲ  ୫ ମି.ଲି.  ଶହେ  ମି.ଲି.  ନଡିଆ  ତେଲରେ  ମିଶାଇ  ରାତିରେ  ଶୋଇବା  ବେଳକୁ  ଲଗାଇ,  ସକାଳୁ  ଉପଯୁକ୍ତ  ମତେ  ଗାଧୋଇ   ନିମ୍ନଲିଖିତ  କୌଣସି  ଗୋଟିଏ  ଔଷଧ  ନିର୍ବାଚନ  କରି  ଖାଇଲେ  କାଛୁକୁଣ୍ଡିଆ  ଶୀଘ୍ର  ଭଲ  ହୋଇଯିବ  । ଲାଭେଣ୍ଡର  ତେଲ  କୀଟାଣୁ  ଗୁଡିକୁ  ମାରି  ନଷ୍ଟ  କରିଦେଇଥାଏ, ଓ  ହୋମିଓପାଥି  ଔଷଧ  ଶରୀରର  ଏହି  କୀଟପ୍ରତି  ପ୍ରତିରୋଧ  ଶକ୍ତିକୁ   ବଢାଇଥାଏ   ।

କାଛୁ କୁଣ୍ଡିଆ ର ଲକ୍ଷଣ

ସାଂଘାତିକ  ଭାବରେ   କୁଣ୍ଡାଇ  ହେଉଥିବ,  ଚର୍ମତଳେ   ଏତେ  ଦରଜ  ଯେ  କୁଣ୍ଡାଇବା   ଏକ କଷ୍ଟକର  ଓ  ଦୁଃସାଧ୍ୟ  ବ୍ୟାପାର  । କୁଣ୍ଡେଇ  ହେବା  ସହିତ  ଝିମ୍ ଝିମ୍  ଭାବ  ରହିଥିବ,  ତାହାହେଲେ   କ୍ରୋଟନଟିଗ୍  ଦିନକୁ  ଦୁଇଥର   କରି   ତିନି  ଚାରିଦିନ  ଖାଆନ୍ତୁ  । ନଚେତ୍  ଯଦି  ପୂଜ  ଟୁଳୁଟୁଳୁ  ହୋଇ  ରାତିକୁ  କୁଣ୍ଡାଇ  ହେବା  ଓ  ବିନ୍ଧା  ବିନ୍ଧି  ବଢୁଥିବ, ତାହାହେଲେ   ମର୍କସଲ  ଦିନକୁ  ଦୁଇଥର  କରି  ଦୁଇଚାରି  ଦିନ  ଖା’ନ୍ତୁ  । ବହୁତ  ଦରଜ  ଥିବ ଏପରିକି   ଛୁଇଂବା  ମଧ୍ୟ  କଷ୍ଟକର,  ଗରମ  ପାଣିରେ   ଧୋଇଲେ   ଆରାମ  ଲାଗୁଥିବ, ତେବେ   ହିପାରସଲଫ  ଉପଯୁକ୍ତ   ମତେ   ଖାଇବେ  । ଅନେକ  ସମୟରେ  ଦେଖିବେ   ଘା’  ଗୁଡିକ   ଶୁଖି   ଖୋଳପା  ବସିଯାଇଛି, ତାହା  ତଳେ   କୁଟୁକୁଟୁ   କରି କୁଣ୍ଡେଇ  ହେଉଛି  ଓ  ଚିପି   ଦେଲେ  ଖୋଳପା  ତଳୁ  ଗାଢପୂଜ   ବାହାରୁଛି  । ଏଭଳି  କ୍ଷେତ୍ରରେ  ମେଜେରିୟାମ   ପାନେ  ଦୁଇପାନ   ଦିଅନ୍ତୁ  । ଗଣ୍ଠି ଓ ଆଙ୍ଗୁଠି  ସନ୍ଧିରେ  ଶୁଖିଲା   କୁଣ୍ଡିଆ ; ସାଘାଂତିକ  ଗଲୁ, ରାତିରେ   ବିଛଣା  ଧରୁଧରୁ   ଏତେ  ଗଲୁଯେ,  କୁଣ୍ଡେଇ  କୁଣ୍ଡେଇ  ଲହୁଲୁହାଣ  ହେଲେ   ମଧ୍ୟ  ଆରାମ   ନାହିଁ  । ଏଥିକୁ  ସଲଫର – ୩୦ ମାତ୍ର  ପାନେ  କି  ଦୁଇପାନ  ଦେବେ   । ଶୁଖିଲା  ରମ୍ପା, ରାମ୍ପି  ରାମ୍ପି ଦେହ  ପୋଡୁଛି, ବିଶେଷ  କରି ହାତ  ଗୋଡରେ  ଏହା  ବେଶି,  କୁଣ୍ଡେଇଲା  ପରେ  ଦେହରୁ  ଏକ  ଖରାପ  ଗନ୍ଧ  ବାହାରୁଛି,  ପେଟରେ  ସାମାନ୍ୟ  ବାୟୁ  ଜମୁଛି, ଲୁଗାପଟା   ବଦଳାଇବା  ପରେ  ରମ୍ପା  ବାଢୁଛି  ।

କାଛୁ କୁଣ୍ଡିଆ ପାଇଁ ହୋମିଓପ୍ୟାଥି ଔଷଧ

କାର୍ବୋଭେଜ – ୩୦ ଦିନକୁ  ଦୁଇ  ଥର  କରି  ଦୁଇ  ଚାରି  ଦିନ  ଖାଇବା  ଦରକାର   । ମୋଟା  ଖୋଳପି  ସହିତ  ସାଂଘାତିକ  କୁଣ୍ଡାଇ  ହେବା  ଏବଂ  ଏହା  ସନ୍ଧ୍ୟାବେଳେ  ବଢିବା  ଲକ୍ଷଣ  ଥିଲେ  ଲାଇକୋପୋଡିୟମ – ୩୦  ପାନେ  ଦୁଇପାନ   ଖାଇବାକୁ  ପଡିବ  । ଗାଧୋଇବା  ପରେ  ଯଦି  କୁଣ୍ଡାଇ  ହେବା  ବେଶି  ବଢିଯାଉଥିବ  ତାହାହେଲେ  କ୍ଲିମାଟିସ – ୨୦୦ରୁ   ପାନେ  ଦୁଇପାନ   ଦେଇ  ଅପେକ୍ଷା  କରନ୍ତୁ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate