অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା(ପିଳେହି ରୋଗ)

ହୋମିଓପ୍ୟାଥି ଚିକିତ୍ସା(ପିଳେହି ରୋଗ)

ପିଳେହି  ବଢି

ରକ୍ତକଣିକା   ସୃଷ୍ଟି  ପାଇଁ  ଶରୀରର  ଏହି  ଗ୍ରନ୍ଥିଟି   ବିଶେଷ  ଦରକାରୀ କାର୍ଯ୍ୟ  କରିଥାଏ   । ତେଣୁ  ପ୍ରାୟ  ସବୁପ୍ରକାରର  ଅସାଧ୍ୟ   ରକ୍ତକଣିକା  ସମ୍ପର୍କିତ  ରୋଗରେ  ଏହାର   ବୃଦ୍ଧି  ଘଟିଥାଏ   । ପୁରୁଣା  ମ୍ୟାଲେରିଆ   ରୋଗରେ  ତ  କଥା  ନାହିଁ  । ଗାଁ  ଗହଳିର  ପିଲାଏ ପ୍ରାୟ ଏହି  ରୋଗ  ଭୋଗୁଥାନ୍ତି – ପିଳେହି  ବଢି  । ଉପର  ପେଟର  ବାମପଟକୁ  ଏହାର  ଅବସ୍ଥାନ  ଯେ  କୌଣସି  ଲୋକର  ପିଳେହି  ବଢିଲେ  ହିଁ  ସଙ୍ଗେ  ସଙ୍ଗେ  ଧରି  ହୁଏ   । ଆଉ  ପିଳେହି  ବଢିବା  ବହୁ  ସାଂଘାତିକ  ରୋଗର  କାରଣ  ସହିତ  ଯୋଡା  ଯାଇପାରେ   ରକ୍ତହୀନତା  ଠାରୁ  ଆରମ୍ଭ  କରି  ହୃଦରୋଗ, ବିଭିନ୍ନ  ପ୍ରକାରର   କ୍ୟାନସର  ସହିତ   । ପିଳେହି  ବା  ସ୍ପିନ  ଉପରେ  ସିଧାସଳଖ  କାମ  କରୁଥିବା  ଅନେକ  ଔଷଧ  ରହିଛି  ଯାହାକି  ଆମେ  ଖୁବ୍  ସୁବିଧାରେ  ବ୍ୟବହାର  କରିପାରିନା, ବିଶେଷକରି  ଦୁର୍ବଳ  ରକ୍ତହୀନତା ଓ  ମେଲେରିଆର  ଜଟିଳତା  ଭୋଗୁଥିବା  ରୋଗୀମାନଙ୍କ  ପାଇଁ   ।

ଯେଉଁ  କାରଣରୁ  ପ୍ଲିହା   ବଢିଥାଉନା  କାହିଁକି  ସିଆନୋଥସ  କଥା  ପ୍ରଥମେ  ମନକୁ  ଆସେ   । ରକ୍ତହୀନତା ସହ  ପ୍ଲିହା   ଖୁବ  ବଡ ; ଚିନ୍ ଚିନ୍  କରି  ସେଠାରୁ  ବାମପଟ   ପିଠିଆଡକୁ  ମଝିରେ ମଝି  ଝୁଞ୍ଚିମାରି   ଦେଉଥିବ, ଓ  ରୋଗୀ  ବାମକଡମାଡି  ଆଦୌ  ଶୋଇପାରୁ  ନ ଥିବ ; ବଡ  ବେଶି  ଶୀତକାତର, ସବୁବେଳେ  ଘୋଡିଘାଡି   ହୋଇ   ଖରାରେ   ବା  ନିଆଁ   ପାଖରେ   ବସୁଥିବ,  ତାହାହେଲେ  ଏହି  ଔଷଧର  Q ରୁ  ୫ ଟୋପା କରି  ସକାଳେ  ସନ୍ଧ୍ୟାରେ  କିଛି  ଦିନ  ଖାଇଲେ  ପ୍ଲିହା  ସ୍ଵାଭାବିକ  ହୋଇଯାଏ   ।

ଔଷଧ

ଚାଇନା ମଧ୍ୟ  ପ୍ଲିହା  ପାଇଁ  ଆଉ  ଏକ  ଭଲ  ଔଷଧ   । ଏଥିରେ  ବ୍ୟଥା  ଟା  ପ୍ଲିହାର  ଡାହାଣ  କଡରୁ  ଆରମ୍ଭ  ହୋଇ  ବାମ  ପଟକୁ  ବା  ବାମରୁ  ଡାହାଣ  ଆଡକୁ   ମାରୁଥାଏ   । ଏଥି  ସହ  ରୋଗୀର  ବାୟୁଦୋଷ  ରହିଥାଏ   । ପେଟ ଫୂଲେଇ  ଅଣ  ନିଶ୍ଵାସୀ   କରି  ଦେଉଥାଏ,  ଅଥଚ  ବାୟୁସରିଲେ  ବା  ଢକାର  ଗଲେମଧ୍ୟ  ଉପଶମ  ଅନୁଭବ  କରେ  ନାହିଁ   ।  ତା’ ସହିତ  ଅଜୀର୍ଣ୍ଣ  ତରଳ  ଝାଡା  ଲାଗି  ରହିଥାଏ,  ବିଶେଷ  କରି  ରାତିରେ   । ପାଳିଜ୍ଵର  ସହିତ  ବା  ମେଲେରିଆ  ଜ୍ଵରର  ଇତିହାସ  ଥାଇ, ଏ  ସବୁ  ଲକ୍ଷଣ  ରହିଥିଲେ  ଚାଇନାର  ସମକକ୍ଷ   ଔଷଧ   ଆଉ  କିଛି  ନାହିଁ  । ପାଳିଜ୍ଵର  ସହିତ  ପାଟି  ସବୁବେଳେ  ପିତା  ଉଠୁଥିଲେ,  ଓ ପ୍ଲିହା  ସ୍ଥାନର   ବଥା   ପେଟକୁ   ଛାପି  ରଖିଲେ  ଯଦି  ଆରାମ   ମିଳୁଥାଏ   ତାହାହେଲେ  ଚିନିନମସଲଫ ମଧ୍ୟ  ଏକ  ଉତ୍ତମ  ଔଷଧ   । ମେଲେରିଆ  ପାଇଁ  କୁଇନାଇନ  ଜାତୀୟ   ଔଷଧ  ଖାଇ  ଭଲ  ହେଲା  ପରେ   ଯଦି  ପ୍ଲିହା   ବୃଦ୍ଧି  ଘଟିଥାଏ  ତେବେ  ଆରାନିଆଡାଏଡିମା ଓ  ନେଟ୍ରାମମ୍ୟୁର ମଧ୍ୟ  ଉତ୍ତମ  ଔଷଧ   । ଆରାନିଆରେ  ରୋଗୀ  ବର୍ଷାଦିନେ  ବା  ମେଘୁଆ   ପାଗରେ  ଖୁବ୍  ଅସୁସ୍ଥ  ହୁଏ  । ପେଟ  ଦରଜ  ହୋଇଯାଏ   । ସବୁବେଳେ  ଶୀତ  ଶୀତ  ହୋଇ   ଘୋଡି  ହୋଇ  ରହେ   । ଦୁର୍ବଳତା  ସହିତ  ଅସ୍ଥିରତା  ମିଶିକରି  ରହିବା  ଏହାର  ଚାରିତ୍ରିକ  ଲକ୍ଷଣ  । କିନ୍ତୁ  ନେଟ୍ରାମମ୍ୟୁର  ରୋଗୀ  ଖୁବ୍  ଗରମ  କାତର,  ଅର୍ଥାତ୍ କୌଣସି  ପ୍ରକାରର   ଗରମ  ସହ୍ୟ  କରିପାରେନା   । ଲୁଣିଆ  ଖାଦ୍ଯ  ବା   ଅତ୍ୟଧିକ  ଲୁଣ  ଖାଇବାର  ଆଗ୍ରହ   ରଖେ   । ଯଥେଷ୍ଟ  ପରିମାଣର  ପାଣି  ପିଉଥିଲେ   ମଧ୍ୟ  ଝାଡା  ବହୁତ  କଠିନ  ହୁଏ  ଏବଂ  ରୋଗୀ  ଦେଖିବାକୁ  ଜୀର୍ଣ୍ଣଶୀର୍ଣ୍ଣ   । ଆଗାରିକସ୍  ଔଷଧଟି  ମଧ୍ୟ  କମ୍  ଗୁଣର   ନୁହେଁ  ଏ  କ୍ଷେତ୍ରରେ  । ପ୍ଲିହା  ବୃଦ୍ଧି   ସହିତ  ଯକୃତ  ବା  ଲିଭରରେ  ହଠାତ୍  ଛୁଞ୍ଚିଖେଞ୍ଚିଲା  ଭଳି  ବ୍ୟଥା   ହେଉଥିଲେ  ଓ  ପ୍ଲିହାକୁ   ଚିପିଲେ  ସେଠାରେ  କରକର  ଶବ୍ଦ  କରୁଥିଲେ  ଏହା  ଅବଶ୍ୟ  ହିଁ   କାର୍ଯ୍ୟ  କରିବ  । ଏହାର  ରୋଗୀ  ମଧ୍ୟ  ବେଶ୍  ଶୀତ  କାତର  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate