অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୭

ସ୍ପଞ୍ଜିଆ

ପୁରାତନ  କାଶ, ଶ୍ଵାସ,  ଗଳଗଣ୍ଡ  ଓ  ଅଣ୍ଡକୋଷ  ପ୍ରଦାହରେ  ଏହାର  ବିଶେଷ  ବ୍ୟବହାର   ହୁଏ   । କାଶ  ବା  ନିଶ୍ଵାସ ପ୍ରଶ୍ଵାସ  ନେବା   ସମୟରେ  ଗଳା  ଭିତରେ   କରତ   ଚାଲିଲାଭଳି  ଶବ୍ଦ  ହେବା,  ଶ୍ଵାସଯନ୍ତ୍ର   ରୋଗରେ  ଏହାର  ପ୍ରୟୋଗପାଇଁ   ଏକ  ବିଶିଷ୍ଟ   ଲକ୍ଷଣ  ।

ଏହାର  କାଶ  ମିଠା  ଖାଇବାପରେ, ଥଣ୍ଡାପାଣି  ପିଇବାରେ, କଥାବାର୍ତ୍ତାରେ   ଆରମ୍ଭ  ହୁଏ  ବା  ବଢେ  ଏବଂ  ଖାଇବା  ପରେ   ଗରମ  ପାନୀୟ  ପରେ  ଏହାର  ଉପଶମ   ହୁଏ   । ମିଠା  ଖାଇବାପରେ   ତଣ୍ଟିବ୍ୟଥା  କଲେ  ମଧ୍ୟ  ସ୍ପଞ୍ଜିଆ  ଆରୋଗ୍ୟ   କରିଥାଏ   । ପ୍ରଶ୍ଵାସ  ନେବା  ସମୟରେ  ଏହାର  କାଶ  ଓ  ଧଇଁ  ବେସୀ  ଅନୁଭୂତ  ହୁଏ   ।

ଗଳଗଣ୍ଡ  ରୋଗରେ,  ଶୋଇବା  ଅବସ୍ଥାରେ  ଦମ୍ ଅଟକି  ଗଲାଭଳି   ବୋଧହେବା,  ଅଣ୍ଡକୋଷ   ପ୍ରଦାହରେ  ଅଣ୍ଡକୋଷକୁ  ଚିପି  ଧରିଲାଭଳି   ବ୍ୟଥା  ଲାଗିବା,  ସ୍ପଞ୍ଜିଆର   ପରିଚାୟକ   ଲକ୍ଷଣ   ।

ସଲଫର

ଏହା  ଏକ  ବହୁଳଭାବରେ  ବ୍ୟବହାର   ହେଉଥିବା  ଔଷଧ   । କିନ୍ତୁ  ଏହାର  ଅପପ୍ରୟୋଗ,  ଚର୍ମରୋଗରେ  ଏତେ  ଅଧିକ  ଯେ,  ଏହା  ହିତେ  ବିପରୀତ  କରିଥାଏ    ।ଯେହେତୁ   ଏହା  ଏକ  ଗଭୀର   ଧାତୁଗତ  ଔଷଧ,  ଏହାର  ଚାରିତ୍ରିକ  ଲକ୍ଷଣ  ଉପରେ  ହିଁ  ଏହାକୁ  ବ୍ୟବହାର  କରିବାର  କଥା   । ସେ  ସବୁ  ହେଲା  : ଡେଙ୍ଗା,  ବଙ୍କା  (ଆଗକୁ   ଝୁଙ୍କି  ରହିବା), ଅପରିଷ୍କାର, ଲୁଖୁରା  ଶରୀରର   ଲୋକ,  ଯାହାର  ପାଟି, ଓଠ,  ନାଶାରନ୍ଧ୍ର,  ଆକ୍ଷିପତାର  ଧାରା ଓ  ଶରୀରର  ଅନ୍ୟାନ୍ୟ  ଦ୍ଵାରସକଳ  ଅସ୍ଵାଭାବିକ  ଭାବରେ  ଲାଲ୍  ଦେଖାଯାଉଥିବ ; ଠିଆହୋଇ   ରହିବା   ଯାହାପ୍ରତି   ଏକ  ଦଣ୍ଡଭଳି  (ସେ  ଯେଉଁଠିପାରେ  ସେଠି   ବିନା   ବାଛବିଚାର   ବା  ସୌଜନ୍ୟତାରେ  ମଧ୍ୟ  ବସି  ପଡୁଥିବେ) , ଯିଏ  ଗାଧୋଇବା  କାହାରେ  ଛେଳିକୁ   ପାଣିକି   ନେଲାଭଳି   ମନେକରୁଥିବେ ; ଭଲକରି   ଗାଧୁଆ  ପାଧୁଆରେ  ଯାହାଙ୍କର   ଅସୁସ୍ଥତା  ବଢୁଥିବ,  ଅଥଚ   ସବୁବେଳେ   ଦେହରେ   ଉତ୍ତାପ  ଓ  ଜ୍ଵଳନର   ଅଭିଯୋଗ  କରୁଥିବେ  ଓ  ଗରମ  ମୋଟେ  ସହ୍ୟ  କରିପାରୁ  ନଥିବେ ; ଦିନ  ଦଶଟାରୁ   ଏଗାରଟା   ଭିତରେ   ଖାଇବାକୁ  ବିକଳ   ହୋଇଯାଉଥିବେ,  ସେଭଳି  ଲୋକଙ୍କର  ବିଭିନ୍ନ  କଷ୍ଟରେ   ଏହାର  ପ୍ରୟୋଗ  ସୁଫଳ  ଦେଇଥାଏ   ।

ଏହାର  ଜ୍ଵାଳା  ବିଶେଷଭାବରେ  ତାଳୁ  ଉପର  ଓ  ପାଦ  ପାପୁଲିରେ  ଅନୁଭୂତ  ହୁଏ   । ଭୋ’ରୁ   ଅଟର୍ଚ୍ଛ  ଝାଡା  ମଡାଇବା  ଟା’ର  ଯେପରି  ଏକ  ନିତ୍ୟ   ସହଚର   ।

ଏ  ସବୁ  ରୋଗୀଙ୍କର  ଶୁଖିଲା  ଚର୍ମରୋଗ  ବେଶି  ଦେଖାଯାଏ  ଓ  ତାହା   ବହୁତ  କୁଣ୍ଡେଇ  ହୁଏ,  ବିଶେଷ କରି  ଶଯ୍ୟାର  ଉତ୍ତାପରେ,  ବିଛଣା  ଧରିବା  ସଙ୍ଗେ  ସଙ୍ଗେ   । ଅବଶ୍ୟ  ମର୍କସଲରେ  ମଧ୍ୟ  ଏ  ଲକ୍ଷଣ  ରହିଛି   । ହେଲେ  ମର୍କସଲ   ଚର୍ମରୋଗ  ପୂଜଯୁକ୍ତ   । ସୋରିନାମ୍  ଭଳି  ଉପଯୁକ୍ତ  ଅଉଷହଡ   ବ୍ୟବହାର  ସତ୍ତ୍ୱେ  ବାରମ୍ବାର  ରୋଗଲକ୍ଷଣ  ଗୁଡିକର  ପୁନରାବିର୍ତ୍ତାବ  ଘଟୁଥିଲେ  ଏହାର   ପ୍ରୟୋଗ   ସେଭଳି  ଅବସ୍ଥା  ଦୂର  କରିଥାଏ   । ଅବଶ୍ୟ   ସଲଫର,

ସିଫିଲିନମ୍

ଉପଦଂଶଜନିତ  ବିଷ ଓ  ତତଜନିତ   ବଂଶୀୟ  ଦୋଷଜ  ରୋଗରେ  ଏହା  ବ୍ୟବହାର୍ଯ୍ୟ   । ସୂର୍ଯ୍ୟାସ୍ତ   ଠାରୁ  ସୂର୍ଯ୍ୟଦୟ   ପର୍ଯ୍ୟନ୍ତ  ରୋଗର  ବୃଦ୍ଧି,  ଯାବତୀୟ   ରୋଗରେ  ଏହାର  ନିର୍ଣ୍ଣାୟକ  ଲକ୍ଷଣ,  ଯଦି  ଅନ୍ୟକୌଣସି  ସୁଚିନ୍ତିତ   ଔଷଧ  କାର୍ଯ୍ୟ  କରିପାରୁ  ନ ଥାଏ   ।

ଟ୍ୟୁକ୍ରିୟମ

ଦଶିପୋକ  ଓ  ଉହାରୋଗରେ  ଏହାର  ବିଶେଷ  ବ୍ୟବହାର   । ନାକ  ଭିତରେ   ବାହୁପାଦ  ହୋଇ  ସବୁବେଳେ  କୁଣ୍ଡାଇ  ହେଉଥିଲେ,  ଏହାର  ମୂଳଅର୍କ ୨/୫  ଟୋପାକରି  ଦିନକୁ  ୨ ଥର  କରି  କିଛିଦିନ  ଉପକାର  ମିଳେ  । ଶିଶୁମାନଙ୍କର  ଦଶିପୋକ   କାମୁଡା  ରୋଗପାଇଁ ଏହାର  ଶକ୍ତିକୃତ   ଔଷଧ  ବ୍ୟବହାର  କଲେ  ଏହାର  ନିବୃତ୍ତି   ହୋଇଥାଏ   ।

ଥୁଜା

ଭାତୁଡି   କହିଲେ  ସମସ୍ତେ  ଥୁଜା  କଥା  ମାନେ  ପକାନ୍ତି   । ଏହା  ସ୍ଵାଭାବିକ,  କାରଣ  ଭାତୁଡି  ବା  ଭାତୁଡିଜାତୀୟ  କୌଣସି   ତନ୍ତୁଗତ   ଅଭିବୃଦ୍ଧିର  ସୃଷ୍ଟି  ଥୁଜାଦ୍ଵାରା  ହିଁ  ହୋଇଥାଏ  । ଶରୀରରେ  ଭାତୁଡି  ବାହାରିବା,  ବିଭିନ୍ନ  ସ୍ଥାନରେ  ଅର୍ବୁଦ  ହେବା,  ମୁଣ୍ଡଛଡା   ଅନ୍ୟସବୁ  ଅଙ୍ଗରୁ  ବିଶେଷକରି  ଅନାବୃତ   ଅଂଶରୁ  ଝାଳ  ବୋହିବା ; କୋଳସନ୍ଧିର  ଝାଳ  ମିଠା  ବା  ମହୁଭଳି  ଗନ୍ଧହେବା,  ଟୀକା  ନେବା  ପରଠାରୁ  ବା  ପ୍ରମେହ  ରୋଗ  ହେବା  ପରଠାରୁ   ନାନା  ଉପସର୍ଗ  ଦେଖାଦେବା , ପରିସ୍ରା   ଦୁଇଧାର   ହୋଇ  ହେବା   ଓ  ମୁଣ୍ଡର  କେଶ  ପାଚି  ଯାଉଥିବା  ଲକ୍ଷଣମାନନ୍କାରେ  ଏହା  କାମ  କରେ   ।

ଥୁଜାର  ରୋଗୀ  ଲୁଣିଆଖାଦ୍ୟ   ଖାଇବାକୁ  ପସନ୍ଦ  କରେ   । ଚା, କଫି  ଓ  ପିଆଜ  ତା ଦେହରେ  ଯାଏ  ନାହିଁ   ।

ବସିବା  ସମୟରେ  ଏହାର  ରୋଗୀ  ଗୋଡଟେକି  ବସିଲେ  ଖୁବ୍  ଆରାମ  ଅନୁଭବ  କରେ   । ବାମ  ଅଙ୍ଗର   କଷ୍ଟ  ଓ  ବର୍ଷାଦିନରେ   ବୃଦ୍ଧି  ଏହାର  ଧାତୁଗତ  ଲକ୍ଷଣ   ।

ଟୁବରକୁଲିନାମ୍

ଶର୍ଦ୍ଦି   ପ୍ରାୟ  ଲାଗି  ରହିଥିବ  ଓ  ବେକ  ଚାରିପଟ  ଗ୍ରନ୍ଥି  ଫୁଲୁଥିବ ; ବଡବଡ   ଟନସିଲ୍   ଥାଇ  ତାହା  ପାଚୁଥିବ ; ଯେତେ  ଖାଇଲେ  ମଧ୍ୟ  ଦେହରେ  ଲାଗୁ ନ ଥିବ ; ବଂଶ  ଇତିହାସରେ  କ୍ଷୟରୋଗରେ  ଦୃଷ୍ଟାନ୍ତ   ଥିବ,  ତାହାହେଲେ  ଏହାର  ପ୍ରୟୋଗରେ  ଅବସ୍ଥାର  ସମ୍ପୂର୍ଣ୍ଣ   ପରିବର୍ତ୍ତନ  ହୋଇଥାଏ   ।

ଟ୍ୟୁବରକୁଲିନମ୍  ବ୍ୟବହାର  ଉପଯୋଗୀ   ରୋଗୀମାନେ  ଅତ୍ୟନ୍ତ  ବୁଦ୍ଧିମାନ,  ଚତୁର  ଓ  ପରିବର୍ତ୍ତନଶୀଳ   ଚରିତ୍ରର   ।

ଡା : କେଣ୍ଟଙ୍କ  ମତରେ  ଟ୍ୟୁବରକୁଲିନମ୍  ସ୍ଥାନରେ  ଟ୍ୟୁବରକୁଲିନମ୍  ବୋଭିନମ୍  ବ୍ୟବହାର   କଲେ  ଭଲ  ଫଳ  ମିଳେ   ।

ଭେରେଟ୍ରାମ  ଆଲବମ୍

ପର୍ଯ୍ୟାୟକ୍ରମେ   ଝାଡାବାନ୍ତି  ତୁହାକୁ ତୁହା  ହୋଇ,  ମୁଣ୍ଡରେ  ବିନ୍ଦୁବିନ୍ଦୁ   ଶୀତଳ  ଝାଳ  ଦେଖାଦେଇ , ସନ୍ନିପାତ  ଘୋଟିଯାଇ  ଦେହ  ହେମାଳ  ହୋଇ  ଯାଉଥିଲେ  ଏହାର  ପ୍ରୟୋଗ  ଜୀବନ୍ୟାସ  ଦେଲାଭଳି  କାମ  କରିବ  ।

ସ୍ତ୍ରୀଲୋକମାନଙ୍କର  ବାଧକ  ଯନ୍ତ୍ରଣାରେ,  ଯଦି  ଋତୁସ୍ରାବ  ପୂର୍ବରୁ  ଉଦରାମୟ   ଦେଖାଯାଉଥିବ   ତାହାହେଲେ   ଏହା  ଅତ୍ୟନ୍ତ   ଉପଯୋଗୀ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate