ହୋମ / ସ୍ଵାସ୍ଥ୍ୟ / ରୋଗ / ଅପସ୍ମାର
ସେଆର କରନ୍ତୁ

ଅପସ୍ମାର

ଅପସ୍ମାର କୁ ମୂର୍ଚ୍ଛାରୋଗ ମଧ୍ୟ କୁହାଯାଏ ।

ଉପକ୍ରମ

ଅପସ୍ମାର (ଏପିଲେପ୍ସି ) କୁ ମୂର୍ଚ୍ଛାରୋଗ ମଧ୍ୟ କୁହାଯାଏ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅସ୍ଵାଭାବିକଆବେଗ ଅନୁଭବ  କରିଥାନ୍ତୁ । ଏପରିକି ଚେତା ହରାଇ ଥାଆନ୍ତି । ସାଧାରଣତଃ ମୂର୍ଚ୍ଛାରୋଗର ୩ଟି ଅବସ୍ଥା ରହିଛି

ପ୍ରାଥମିକ ଅବସ୍ଥା

ଏହି ଅବସ୍ଥାରେ ରୋଗୀ ମୂର୍ଚ୍ଛାରୋଗର କିଛି ଘଣ୍ଟା ପୂର୍ବରୁ ବା ଗୋଟିଏ ଦିନ ପୂର୍ବରୁ ଆବେଗ ଓ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରିଥାନ୍ତି । ଯଦି ଏପରି ସଙ୍କେତ ଦେଖାଦିଏ ତେବେ ରୋଗୀ ଜଣକ ତାଙ୍କର ଔଷଧ ଠିକ୍ ଭାବରେ ଗ୍ରହଣ କରୁଥିବା ସୁନିଶ୍ଚିତ କରିନିଅନ୍ତୁ । ରୋଗୀଙ୍କୁ ତାଙ୍କର କାର୍ଯ୍ୟଶୈଳୀ ପରିବର୍ତ୍ତନ କରିବାରେ ସାହାଯ୍ୟ କରନ୍ତୁ ଓ ଆଘାତ ନ ଲାଗିବା ପାଇଁ ବ୍ୟବସ୍ଥା କରନ୍ତୁ ।

ମଧ୍ୟମ ଅବସ୍ଥା

ଏହି ଅବସ୍ଥାରେ ମୂର୍ଚ୍ଛାରୋଗର ସଙ୍କେତ ସ୍ତରରେ ଦୃଶ୍ୟମାନ ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ।

ଶେଷ ଅବସ୍ଥା

ମୂର୍ଚ୍ଛାରୋଗ ପରେ ଏହି ହେଉଛି ରିକଭରି ଅବସ୍ଥା । କେତେକ ରୋଗୀ ତୁରନ୍ତ ପୂର୍ବାବସ୍ଥାକୁ ଫେରି ଆସନ୍ତି ଓ କେତେକ ସ୍ଵାଭାବିକ ଅବସ୍ଥାକୁ ଆସିବା ପାଇଁ କିଛି ସମୟ ନେଇଥାନ୍ତି । ମୂର୍ଚ୍ଛାରୋଗର ପ୍ରକାର ଓ ଏହା ମସ୍ତିଷ୍କର ପ୍ରଭାବିତ କରିଥିବା ପରିମାଣ ଅନୁଯାୟୀ ରିକଭରି ଅବସ୍ଥା ପରିବର୍ତ୍ତନ କରିଥାଏ ।

ଉପଚାର

ଯଦି ଚିପା ପୋଷାକ ପିନ୍ଧିଥାଆନ୍ତି ତେବେ ପୋଷାକକୁ ଢିଲା କରିନିଅନ୍ତୁ ।

  • ସମ୍ପୃକ୍ତ ବ୍ୟକ୍ତିଙ୍କର ବାୟୁ ଚଳାଚଳ ପଥକୁ ଉନ୍ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଧୀରେ ଧୀରେ ତାଙ୍କର ମାଢିକୁ ସ୍ଵାଭାବିକ କରନ୍ତୁ ଓ ମୁଣ୍ଡକୁ ଠିକ୍ ଅବସ୍ଥାକୁ ଆଣନ୍ତୁ ।
  • ଏପିଲେପଟିକ୍ସ ଅବସ୍ଥା ଏଡ଼ାଇବା ପାଇଁ ମୂର୍ଚ୍ଛାରୋଗର ସମୟ ଓ ଲକ୍ଷଣକୁ ନୋଟ୍ କରନ୍ତୁ ।
  • ସ୍ଵାଭାବିକ ଭାବରେ ମୂର୍ଚ୍ଛାରୋଗ ସମାପ୍ତ ହେବା ପର୍ଯ୍ୟନ୍ତ ରୋଗୀଙ୍କ ସହ ରହନ୍ତୁ ।
  • ଧୀରେ ଧୀରେ ବ୍ୟକ୍ତିଙ୍କୁ ବିପଜ୍ଜନକ ସ୍ଥାନରୁ ଦୂରେଇ ନିଆନ୍ତୁ । ପାତିରୁ ବାହାରୁଥିବା ଲାଳକୁ ପୋଛି ଦିଅନ୍ତି । ରୋଗୀ ପୂର୍ବ ଅବସ୍ଥା ଫେରିସାରିଲା ପରେ ସେ କେଉଁଠାରେ ବର୍ତ୍ତମାନ ଅଛନ୍ତି, କ’ଣ ତାଙ୍କୁ ସାଙ୍ଗରେ ଘଟିଥିଲା ଏବଂ ବର୍ତ୍ତମାନର ଅବସ୍ଥା ବିଷୟରେ ଅବଗତ କରାନ୍ତୁ ।

ସତର୍କ ରହନ୍ତୁ

କୌଣସି ବିପଦ ଥିଲେ ରୋଗୀଙ୍କର ଚଳନକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବ୍ୟକ୍ତିଙ୍କ ପାଟିରେ କୌଣସି କଠିନ ବସ୍ତୁ ଯଥା ଛୁରି, ପେଚ୍କସ୍, ଚାବି ରିଂ ଇତ୍ୟାଦି ପ୍ରୟୋଗ କରନ୍ତୁ ନାହିଁ । ରୋଗୀ ଯଦି ଅଚେତ ଅବସ୍ଥାରେ ଅଛନ୍ତି ତେବେ କୌଣସି ବଟିକା, ପାଣି ବା ଖାଦ୍ୟ ପାଟିରେ ପୁରାନ୍ତୁ ନାହିଁ । କୃତ୍ରିମ ଶ୍ଵାସକ୍ରିୟା କରାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ରୋଗୀ ପାଖରୁ ଗହଳି ଭାଙ୍ଗନ୍ତୁ ଏବଂ ଯେପରି ତା’ଙ୍କ ଚାରିପାଖରେ ବାୟୁ ପ୍ରବାହିତ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଜରୁରିକାଳୀନ ସାହାଯ୍ୟ :

ଯଦି ମୂର୍ଚ୍ଛା ୫ ମିନିଟ୍ ରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଗି ରହେ । ରୋଗୀର ଚେତା ନ ଫେରି ରୋଗୀ ମୂର୍ଚ୍ଛାରେ ଥାଏ କ୍ରମଶଃ ବ୍ୟବସ୍ଥାରେ ସୁଧାର ଆସିବା ପୂର୍ବରୁ ପୁଣି ଠାରେ ମୂର୍ଚ୍ଛା ରୋଗ ଦେଖାଦେବା ।

  • ଯଦି ବ୍ୟକ୍ତି ଜଣକ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥାନ୍ତି ବା ଶ୍ଵାସରୁଦ୍ଧ ହେବା ପରି ଅନୁଭବ କରିଥାନ୍ତି ବା ଶ୍ଵାସରୁଦ୍ଧ ହେବା ପରି ଅନୁଭବ କରିଥାନ୍ତି ।
  • ପାଣିରେ ଥିବା ସମୟରେ ମୂର୍ଚ୍ଛା ହୋଇଗଲେ ।
  • ମୂର୍ଚ୍ଛାରୋଗ ଦ୍ଵାରା କୌଣସି କଠିନ ପଦାର୍ଥରେ ଆଘାତ ଲାଗିବା ।

ଉପରୋକ୍ତ ଅବସ୍ଥାରେ ରୋଗୀକୁ ପାଖାରେ ଥିବା ଯେକୌଣସି ଡାକ୍ତରଖାନାକୁ ନେଇ ଜାଆନ୍ତୁ ଏବଂ ଅଭିଜ୍ଞ ସ୍ନାୟୁ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ ।

ଆଧାର:ଧରିତ୍ରୀ

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top